ଭୁବନେଶ୍ବର: ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୋଧରେ CEOଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି। ଇଂରାଜୀ ଓ ଓଡ଼ିଆ ଅଗ୍ରଣୀ ଖବରକାଗଜର ଫ୍ରଣ୍ଟ ପେଜରେ ପୂରାପୃଷ୍ଠା ବିଜ୍ଞାପନ ପ୍ରସଙ୍ଗରେ ସିଇଓଙ୍କୁ ଭେଟିଛି ବିଜେଡି। ଏହି ବିଜ୍ଞାପନରେ ସମ୍ବିତଙ୍କ ଫଟୋ ସହ ଜଗନ୍ନାଥ ମନ୍ଦିର ଫଟୋ ଓ ବିଜେପିର ଚିହ୍ନ ରହିଛି। ଯାହାକି ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲଂଘନ । ଅଗ୍ରଣୀ ଖବରକାଗଜରେ ବିଜ୍ଞାପନ ବାବଦରେ ଖର୍ଚ୍ଚ ହୋଇଛି ଅଢେଇକୋଟି ଟଙ୍କା। ଏହି ଖର୍ଚ୍ଚକୁ ସମ୍ବିତ ପାତ୍ରଙ୍କ ନିର୍ବାଚନୀ ଖର୍ଚ୍ଚରେ ସାମିଲ କରିବାକୁ ଦାବି କରିଛି ବିଜେଡି। କେବଳ ସେତିକି ନୁହେଁ ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରାଲି ବେଳେ ତାରକା ପ୍ରଚାରକ ତାଲିକାରେ ନଥିବା ନେତାମାନେ ରାଲିରେ ସାମିଲ ହୋଇଥିଲେ। ତାହା ବି ନିର୍ବାଚନୀ ଖର୍ଚ୍ଚରେ ସାମିଲ କରିବା ଲାଗି ଦାବି କରାଯାଇଛି।
ନିର୍ବାଚନ ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଛି ବିଜେପି, ସିଇଓଙ୍କୁ ଫେରାଦ ବିଜେଡି
ଭୁବନେଶ୍ବର: ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି। ନିର୍ବାଚନ ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଛି ବିଜେପି। ଯାହାକୁ ବିରୋଧ କରି ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି। ପୂର୍ବରୁ ପ୍ରଭାତୀ ପରିଡା, ଧମେନ୍ଦ୍ର ପ୍ରଧାନ, ଅପରାଜିତ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା ତାଙ୍କ ରାଲିରେ ଶିଶୁଙ୍କ ବ୍ୟବହାର କରିବା ନେଇ ଅଭିଯୋଗ ହୋଇଥିଲା।
ଏବେ ଭୁବନେଶ୍ୱର ବିଜେପି ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ତାଙ୍କ ରାଲିରେ ଶିଶୁଙ୍କ ପ୍ରଚାର ପ୍ରସାରରେ ବ୍ୟବହାର କରିଛନ୍ତି। ଯାହାକି ଶିଶୁଙ୍କ ମାନବଧିକାର କ୍ଷୁର୍ଣ୍ଣ ହେଉଛି। ଯାହା ନିର୍ବାଚନ ଆଚରଣ ବିଧି ଉଲଂଘନ ହେଉଛି ବୋଲି କହିଛି ବିଜେଡି। ଯେଉଁଭଳି ଭାବେ ଗ୍ରୀଷ୍ମ ଋତୁରେ ତାପମାତ୍ରା ରହିଛି,ସେହି ସମୟରେ ଶିଶୁଙ୍କୁ ପ୍ରଚାରରେ ବ୍ୟବହାର କରିବା ବିଜେପିର ହୀନ ମାନବିକତାର ପରିଚୟ ବୋଲି କହିଛି ବିଜେଡି। ତେଣୁ ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଦୃଢ଼ କଯ୍ୟନୁଷ୍ଠାନ ନେବାକୁ ବିଜେଡି ସିଇଓଙ୍କ ନିକଟରେ ଦାବି କରିଛି।
୨୪ ଅପରାହ୍ନରୁ ପାଗରେ ପରିବର୍ତ୍ତନ, ଉପକୂଳରେ କୋହଲା ପାଗକୁ ସମୁଦ୍ର ଅଶାନ୍ତ
ଭୁବନେଶ୍ବର: ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ରଟି ପ୍ରାଥମିକ ପର୍ଯ୍ୟାୟରେ ଉତ୍ତର ପୂର୍ବ ଦିଗ ରେ ହୋଇ ଆସନ୍ତା କାଲି ଡିପ୍ରେସନର ରୂପ ନେବ ଓ ପରବର୍ତ୍ତୀ ସମୟ ରେ ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତ, ବାତ୍ୟା ରୂପ ନେଇପାରେ। ତେବେ ଏହାର ଗତିପଥ ଏବେ ବି ଅସ୍ପଷ୍ଟ ରହିଛି।
ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଗରମ ଗୁଳୁଗୁଳିର ପ୍ରଭାବ ରହିବ। ତେବେ ଅପରାହ୍ନରେ ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର ଅଳ୍ପ କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ଅଳ୍ପ ବର୍ଷା ସମ୍ଭାବନା ରହିଛି। ୨୪ ତାରିଖ ଅପରାହ୍ନରୁ ପାଗରେ ପରିବର୍ତ୍ତନ ଆସିବ। ୨୪ ରାତି ରୁ ୨୬ ଅପରାହ୍ନ ଯାଏଁ ଉପକୂଳ ଓଡ଼ିଶାର ଅନେକ ଅଞ୍ଚଳ ରେ ବର୍ଷା ବିସ୍ତାରିତ ହେବାର ସମ୍ଭାବନା ରହିଛି।
ଆଭ୍ୟନ୍ତରୀଣ ତଥା ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିପାରେ। ଉପକୂଳରେ କୋହୋଲା ପାଗ ସହ ସମୁଦ୍ର ଅଶାନ୍ତ ରହିବ। ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ସହ କିଛି କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ଆକଳନ କରାଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ମେ ୨୩ପୂର୍ବରୁ ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି ।
ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ପ୍ରତିଶୋଧ ନେବାକୁ ଯୋଜନା କରୁଛି ଇରାନ
ତେହରାନ: ୧୦୦ ଘଣ୍ଟା ମଧ୍ୟରେ ଆରବରେ ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ଅନେକ ଦେଶର ଗୁଇନ୍ଦା ରିପୋର୍ଟ କହୁଛି। ଏହାର କାରଣ ହେଉଛି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ଇରାନ ପ୍ରତିଶୋଧ ନେବାକୁ ଯୋଜନା କରୁଛି। ଶୋକ ଏବଂ ପ୍ରତିଶୋଧର ପ୍ରତୀକ କଳା ପତାକା ଇରାନର ମସଜିଦ ଉପରେ ରଖାଯାଇଛି। ଏହା ସହିତ ଇରାନର କାମଚଳା ରାଷ୍ଟ୍ରପତି ମୁଖବର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି।
ଏହି ଆଲୋଚନା ପରେ ରୁଷିଆରେ ପରମାଣୁ ଡ୍ରିଲ ଆରମ୍ଭ ହୋଇଛି । ଇରାନ ଏକକାଳୀନ ଆରବରେ ଆମେରିକା କ୍ୟାମ୍ପର ୭ଟି ଦେଶକୁ ଟାର୍ଗେଟ କରିପାରେ। ଋଷ ଏବଂ ଇରାନ ମଧ୍ୟରେ ଏହି ମିଳିତ ଅପରେସନ ପାଇଁ ବିପଦ ବଢିବାରେ ଲାଗିଛି। ରାଷ୍ଟ୍ରପତି ଇବ୍ରାହିମ ରଇସି ଏବଂ ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାହାନଙ୍କ ମୃତ୍ୟୁ ପରେ ଇରାନରେ ଶୋକ ଖେଳି ଯାଇଛି।
ଇରାନ ସରକାରଙ୍କ କମାଣ୍ଡ ମହମ୍ମଦ ମୁଖବରଙ୍କୁ ହସ୍ତାନ୍ତର କରାଯାଇଛି। ଉପରାଷ୍ଟ୍ରପତି ଥିବା ମହମ୍ମଦ ମୁଖବରଙ୍କୁ କାମଚଳା ରାଷ୍ଟ୍ରପତି ଦାୟିତ୍ବ ମିଳିଛି । ସେହିପରି ଅଲି ବାଗେରିଙ୍କୁ କାମଚଳା ବୈଦେଶିକ ମନ୍ତ୍ରୀ କରାଯାଇଛି। କାମଚଳା ରାଷ୍ଟ୍ରପତି ମହମ୍ମଦ ମୁଖବର ଦିନସାରା ସାମରିକ ଅଧିକାରୀ ଏବଂ ବିଭିନ୍ନ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।
ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ ଇରାନ ରଇସିଙ୍କ ବିମାନ ଦୁର୍ଘଟଣାର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି। ପ୍ରତିଶୋଧ ପାଇଁ ଇରାନର ପ୍ରସ୍ତୁତିର ପ୍ରମାଣ ହେଉଛି ଯେ ଇରାନ ମସଜିଦ ଗମ୍ବୁଜ ଉପରେ କଳା ପତାକା ଉତ୍ତୋଳନ କରାଯାଇଛି। ରଇସିଙ୍କ ମୃତଦେହ ଇମାମ ରେଜାଙ୍କ କବରସ୍ଥାନ ନିକଟରେ ପହଞ୍ଚିବ । ସେହି ଦିନ ସେଠାରେ କଳା ପତାକା ମଧ୍ୟ ଉତ୍ତୋଳନ କରାଯିବ । ରଇସିଙ୍କ ଅନ୍ତିମ ସଂସ୍କାର ଦିନ ଇରାନର ପ୍ରତିଶୋଧ ଆରମ୍ଭ ହୋଇପାରିବ।
ଇରାନ ସରକାର ଏହି ଦୁର୍ଘଟଣା ନେଇ କୌଣସି ସରକାରୀ ବିବୃତ୍ତି ଦେଇନାହାଁନ୍ତି । ବରଂ ଏହାକୁ ଏକ ଷଡଯନ୍ତ୍ର ବୋଲି ବିବେଚନା କରିଛନ୍ତି । ଇରାନର ଗୁଇନ୍ଦା ବିଭାଗ କହିଛି ଯେ ଇରାନ ଏଥିପାଇଁ ଇସ୍ରାଏଲକୁ ଦାୟୀ କରୁଛି ଏବଂ ଏହା ଇସ୍ରାଏଲ ବିରୋଧରେ କିଛି ବଡ ପଦକ୍ଷେପ ନେଇପାରେ। ଇସ୍ରାଏଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଟିନଙ୍କ ସମର୍ଥନ ପାଇଛି ଇରାନ। ଆରବରେ ନିଜର ଆଧିପତ୍ୟ ବୃଦ୍ଧି କରିବାକୁ ରଇସି ଦୁର୍ଘଟଣା ମାମଲାରେ ପୁଟିନ ହସ୍ତକ୍ଷେପ କରୁଥିବା ବିଶେଷ ସୁତ୍ରରୁ ଜଣାପଡିଛି।
ପୁଣେ ପୋର୍ସ କାର ଦୁର୍ଘଟଣା, ଦ୍ବାଦଶ ଶ୍ରେଣୀ ରେଜଲ୍ଟ ବାହାରିବା ଖୁସିରେ ପାର୍ଟି କରିଥିଲା ଅଭିଯୁକ୍ତ
ପୁଣେ: ପୁଣେରେ ଲକଜରୀ ପୋର୍ସ କାର ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ଯୁ ସାମନାକୁ ଆସୁଛି ନୂଆ ତଥ୍ୟ। ଦୁର୍ଘଟଣା ଘଟାଇଥିବା ନାବାଳକ ୯୦ ମିନିଟ ଭିତରେ ଖର୍ଚ୍ଚ କରିଥିଲେ ୪୮ ହଜାର ଟଙ୍କା। ପୁଣେର ଏକ ମଦ ବାରରେ ସେ ୪୮ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଅନ୍ୟ ୨ ସାଥିଙ୍କ ସହ ବସି ଗୋଟିଏ ପବରେ ୪୮ ହଜାର ଖର୍ଚ୍ଚ କରିଥିଲେ। ଅନ୍ୟ ଏକ ପବରେ ମଧ୍ୟ ସେ ବସି ମଦ ପିଇଥିବା ଜଣାପଡିଛି। ତଦନ୍ତ ବେଳେ ସିସିଟିଭିରୁ ଏହି ଚାଞ୍ଚଲ୍ୟକର ଫଟୋ ସାମନାକୁ ଆସିଛି ।
ରାତି ୧୦ଟା ୪୦ ମିନିଟରେ ପବ୍ରେ ସେ ବିଲ୍ ପେମେଣ୍ଟ କରିଛନ୍ତି। ମୋଟର ଭେଇକିଲ ଆକ୍ଟ ଅନୁସାରେ ନାବାଳକଙ୍କ ନାଁରେ ମଦ ପିଇ ଗାଡ଼ି ଚଲାଇବା ଧାରାରେ ମାମଲା ରୁଜୁ କରିଛି ପୋଲିସ। ସେପଟେ ନାବାଳକଙ୍କୁ ସ୍ଥାନୀୟ କୋର୍ଟ ଜାମିନ ପ୍ରଦାନ କରିଛି ।
କିନ୍ତୁ ଗାଡ଼ି ଚାଳକଙ୍କ ବାପାଙ୍କୁ ଗିରଫ କରିଛି ପୁଣେ ପୋଲିସ। ମାମଲାରେ ନାବାଳକଙ୍କୁ ନିଶାଦ୍ରବ୍ୟ ଦେଇଥିବା ମଦ ଦୋକାନର ଦୁଇ କର୍ମଚାରୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ନାବାଳକଙ୍କ ବୟସ ଯାଞ୍ଚ ନକରି ମଦ ଯୋଗାଇ ଥିବାରୁ ଉଭୟଙ୍କୁ ପୋଲିସ ଗିରଫ କରିଛି।
ଶନିବାର ରାତିରେ ପୁଣେର କଲ୍ୟାଣୀନଗରରେ ଏକ ଦ୍ରୁତ ଗତିରେ ଆସୁଥିବା ପୋର୍ସ କାର୍ ଦୁଇ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଉଭୟ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଉଭୟ ମଧ୍ୟପ୍ରଦେଶର ଜବଲପୁର ନିବାସୀ ସଫ୍ଟୱେୟାର ଇଞ୍ଜିନିୟର ଅଶ୍ୱିନୀ କୋଶଟା ଏବଂ ତାଙ୍କ ବନ୍ଧୁ ଅନିଷ ଅବଧିଆ ମଧ୍ୟ ଥିଲେ। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କାର ଡ୍ରାଇଭରକୁ ଧରି ନିସ୍ତୁକ ମାଡ ମାରିଥିଲେ। କାର୍ ଚଲାଉଥିବା ନାବାଳକ ଜଣାଶୁଣା ବିଲଡର ବିଶାଲ ଅଗ୍ରୱାଲଙ୍କ ୧୭ ବର୍ଷୀୟ ପୁଅ ବେଦାନ୍ତ ଅଗ୍ରୱାଲ। ସେ ନାବାଳକ ଦର୍ଶାଇ କୋର୍ଟ ତାଙ୍କୁ ୧୫ ଘଣ୍ଟା ମଧ୍ୟରେ ଜାମିନ ଦେଇଛନ୍ତି।

