ଭୁବନେଶ୍ବର: ବିଜେପିରେ ଟିକେଟ ବିବାଦ ଜାରି। ରବିବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରୁ ବିଜେପି କର୍ମୀମାନେ ରାଜ୍ୟ କାର୍ଯ୍ୟାଳୟକୁ ସମ୍ଭାବ୍ୟ ପ୍ରାର୍ଥୀ ଡମ୍ବରୁ ଶିଶାଙ୍କୁ ଦୃଢ଼ ବିରୋଧ କରିଛନ୍ତି। ଚିତ୍ରକୋଣ୍ଡାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡମ୍ବରୁ ଶିଶା ୧ କୋଟି ୭ ଲକ୍ଷ ଟଙ୍କା ଦେଇ ଟିକେଟ ଆଣିବେ ବୋଲି ପ୍ରଚାର କରୁଛନ୍ତି। ଏହି ଅପପ୍ରଚାରର ସଂଶୟ ଦୂର କରିବାକୁ ଏବଂ ଡମ୍ବରୁଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିଛନ୍ତି ବିଜେପି କର୍ମୀ। ଡମ୍ବରୁ ଶିଶା ପ୍ରାର୍ଥୀ ହେଲେ ଜିଲ୍ଲାର ବିଜେପି କର୍ମୀ ଏହାର ବିରୋଧ କରିବାକୁ ଅଣ୍ଟା ଭିଡିଛନ୍ତି।
ବଢ଼ୁଛି ଖରାର ପ୍ରକୋପ, ଜନ ଜୀବନ ଅସ୍ତବ୍ୟସ୍ତ
ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ ପାରଦ। ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳରେ ବି ବଢିଛି ତାତି । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ଆସନ୍ତା ଦୁଇ ଦିନ ମଧ୍ୟରେ ୧୨ ରୁ ୧୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ। ବିଶେଷ କରି ଆଭ୍ୟନ୍ତରୀଣ ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ । କାଲିଠୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୩ ଜିଲ୍ଲା କେନ୍ଦୁଝର, ମୟୁରଭଂଜ, ଯାଜପୁର, ଢେ଼ଙ୍କାନାଳ, ଅନୁଗୁଳ, ନୟାଗଡ଼, ବୌଦ୍ଧ, କଟକ, କନ୍ଧମାଳ, କୋରାପୁଟ, ମାଲକାନଗିରି, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ବାକି ୨୦ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଜିଲ୍ଲାରେ ବି ଅଗ୍ନିବର୍ଷା ନେଇ ଆକଳନ କରାଯାଇଛି । ୧୭ରୁ ୨୦ ଆକାଶରୁ ବର୍ଷିବ ନିଆଁ । ଅଧିକାଂଶ ସହରରେ ୪୩ ରୁ ୪୫ ଡିଗ୍ରୀ ଛୁଇଁବ ତାପମାତ୍ରା। ଅସହ୍ୟ ପାଣିପାଗ ସ୍ଥିତି ପାଇଁ ସତର୍କ କଲା ପାଣିପାଗ କେନ୍ଦ୍ର। ଶରୀର ପାଇଁ ଘାତକ ହୋଇପାରେ ଉଷ୍ମ ଓ ଆର୍ଦ୍ର ପାଣିପାଗ । ଆଜି ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ଗଞ୍ଜାମ ଏବଂ ଜଗତସିଂହପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ଦୁଇ ଜିଲ୍ଲାରେ ତାପମାତ୍ରା ୩୯ ଡିଗ୍ରୀ ମଧ୍ୟରେ ରହିବା ସହ ଆର୍ଦ୍ରତା ୬୦ ରୁ ୭୦ ପ୍ରତିଶତ ରହିବ । ଫଳରେ ଏକ ଅସହ୍ୟ ପାଗ ସୃଷ୍ଟି ହେବ ।
ନିର୍ବାଚନୀ ଇସ୍ତାହାର ଘୋଷଣା କଲା ବିଜେପି
ନନ୍ଦିଘୋଷ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ଲାଗି ଘୋଷଣାପତ୍ର ଜାରି। ବିଜେପିର ସଂକଳ୍ପ ପତ୍ରର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିର୍ବାଚନ ଇସ୍ତାହାରରେ ଗରିବ, ମହିଳା, ଯୁବବର୍ଗ ଓ କୃଷକଙ୍କ ଉପରେ ଫୋକସ ରହିଛି। ବିଜେପି ଏଥର ଘୋଷଣା ପତ୍ରରେ ମୋଦିଙ୍କ ଗ୍ଯାରେଣ୍ଟି ଉପରେ ଫୋକସ କରିଛି। ଏଥିରେ ମହିଳା ଯୁବ, ଗରିବ, କୃଷକଙ୍କୁ ଗୁରୁତ୍ଵ ଦେଇ ସବକା ସାଥ ସବକା ବିଶ୍ଵାସ କଥା କହିଛି। ଆୟୁଷ୍ମାନ ଭାରତ ଯୋଜନାରେ କିନ୍ନରଙ୍କୁ ସାମିଲ କରିବାକୁ ଘୋଷଣାପତ୍ରରେ ଉଲ୍ଲେଖ କରିଛି। ଏହାସହ ୭୦ ବର୍ଷରୁ ଅଧିକ ବୟସର ନାଗରିକ ଏହି ଯୋଜନାରେ ସାମିଲ ହେବେ। ଆସନ୍ତା ୫ ବର୍ଷ ସେବା, ସୁଶାସନ ଏବଂ ଗରିବ କଲ୍ଯାଣର ଗ୍ଯାରେଣ୍ଟି ଦେଇଛି ବିଜେପି। ଏଥି ମଧ୍ୟରେ ରହିଛି ଆସନ୍ତା ୫ ବର୍ଷ ଯାଏଁ ଜାରି ରହିବ ମାଗଣା ରାସନ ପ୍ରଦାନ ଯୋଜନା। ପାଣି, ଗ୍ଯାସ ଏବଂ ପିଏମ ସୂର୍ଯ୍ୟଘର ଯୋଜନାରେ ଜିରୋ ବିଜୁଳି ବିଲ୍ ସ୍କିମ ଜାରି ରହିବ। ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଜନା ଜାରି ରହିବ। ମଧ୍ୟମ ବର୍ଗର ପରିବାର ଲାଗି ପକ୍କା ଘର ସରହ ସ୍ଵାସ୍ଥ୍ୟ ସେବା ବିସ୍ତାର କରାଯିବ। ନ୍ଯାସନାଲ ଏଜୁକେସନ ପଲିସି ଲାଗୁ ହେବ। ପର୍ରତି ନାଗରିକଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବ। ୨୦୩୬ ଭାରତ ଅଲିମ୍ପିକ୍ ଆଯୋଜନ କରିବାକୁ ଯୋଜନା ରଖିଛି। ଯୁବକଙ୍କ ଲାଗି ଭିତ୍ତିଭୂମି, ନିବେଶ, ଉତ୍ପାଦ ଶିଳ୍ପ, ହାଇ ଭାଲ୍ଯୁ ସର୍ଭିସେସ୍ ଷ୍ଟାର୍ଟଅପ୍, ପର୍ଯ୍ୟଟନ ଏବଂ କ୍ରୀଡା କ୍ଷେତ୍ରରେ ରୋଜଗାର ସୁଯୋଗ ମିଳିବ। ନାରୀ ତୁ ନାରାୟଣୀ ଯୋଜନାରେ ୩ କୋଟି ଲକ୍ଷପତି ଦିଦି ପ୍ରସ୍ତୁତ କରିବାକୁ ଯୋଜନା । ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସେବା କ୍ଷେତ୍ରରେ ସାମିଲ କରି ରୋଜଗାରର ନୂଆ ସୁଯୋଗ ମିଲିବ। ମହିଳାଙ୍କ ଲାଗି ସାର୍ବଜନିକ ସ୍ଥାନରେ ପ୍ରସ୍ତୁତ ହେବ ଶୌଚାଳୟ। ନାରୀ ବନ୍ଦନ ଅଧିନିୟମ ଲାଗୁ କରାଯିବ। କୃଷକଙ୍କ ଆୟ ବଢାଇବାକୁ ହେବ ପ୍ରୟାସ।
ବାବା ବେଶରେ ବୁଲୁଛନ୍ତି ଯୌନ ପିପାସୁ
ଭୁବନେଶ୍ବର: ବାବା ବେଶରେ ବୁଲୁଛନ୍ତି ଯୌନ ପିପାସୁ ।ପୁତ୍ର ହେବା ଆଶୀର୍ବାଦ ବାହାନା ରେ ନବ ବଧୂକୁ ଦୁର୍ବ୍ୟବହାର ଅଭିଯୋଗ। ଖଣ୍ଡଗିରି ଅଞ୍ଚଳରୁ ୩ଜଣ ଭଣ୍ଡ ବାବାଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ରବୀନ୍ଦ୍ର ରଣା, ସୁଶାନ୍ତ ମହାପାତ୍ର, କଣ୍ଡୁରୀ ମହାପାତ୍ର । ମା ମଙ୍ଗଳାଙ୍କ ମୂର୍ତ୍ତି ଧରି ନିଜକୁ ମା କାଳସୀ ପରିଚୟ ଦେଇ ବୁଲନ୍ତି ଏହି ୩ ଭଣ୍ଡ ବାବା। ଆଶୀର୍ବାଦ ଦେବା ବାହାନାରେ ଲୋକଙ୍କ ଠାରୁ ନିଅନ୍ତି ଟଙ୍କା।

