ଇସ୍ରାଏଲ ଉପରେ ୨ଶହରୁ ଅଧିକ ଡ୍ରୋନ ଆକ୍ରମଣ କଲା ଇରାନ

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ ଉପରେ ଇରାନର ହମଲା । ଇସ୍ରାଏଲ ଉପରେ ୨ଶହରୁ ଅଧିକ ଡ୍ରୋନ ଆକ୍ରମଣ କରିଛି ଇରାନ। ଏଥିରୁ ଶହେ ଡ୍ରୋନକୁ  ନଷ୍ଟ କରିବାରେ ସମର୍ଥ ହୋଇଛି ଇସ୍ରାଏଲ। ଡ୍ରୋନ ହମଲା ସହ ବାଲିଷ୍ଟିକ ମିସାଇଲ, କ୍ରୁଜ ମିସାଇଲରେ ହମଲା କରିଛି ଇରାନ। ଡାମାସ୍କସ ସ୍ଥିତ ଦୂତାବାସ ଆକ୍ରମଣର ଜବାବ ଦେଇଛି ଇରାନ। ଇରାନର ଇସଲାମିକ ରିଭଲ୍ଯୁସନାରୀ ଗାର୍ଡ ପକ୍ଷରୁ ଏହି  ହମଲା କରାଯାଇଛି। ଅନେକ ଡ୍ରୋନକୁ ଧ୍ବଂସ କଲେ ଆମେରିକା ଓ ଇଂଲଣ୍ଡର ସେନାବାହିନୀ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ବାଇଡେନ ଆଲୋଚନା କରିଛନ୍ତି। ଇସ୍ରାଏଲ ଉପରେ  ଆକ୍ରମଣ ଲାଗି ବହୁ ବର୍ଷ ତଳୁ ଇରାନ କରିଥିଲା ଯୋଜନା। ଆକ୍ରମଣ ପରେ ସମଗ୍ର ଇସ୍ରାଏଲରେ ଆଲର୍ଟ ଜାରି ହୋଇଛି। ସ୍କୁଲ, କଲେଜ ସବୁ ବନ୍ଦ କରଯାଇଛି। ଏୟାରସ୍ପେସକୁ ସାମୟିକ ବନ୍ଦ କଲେ ଜୋର୍ଡାନ, ଇରାକ ଓ ଲେବାନନ। ସେପଟେ ଇସ୍ରାଏଲକୁ ସାହାଯ୍ୟ କରିବା ଲାଗି ଆମେରିକା ଖୋଲାଖୋଲି ଘୋଷଣା କରିଛି। ଇସ୍ରାଏଲ ଉପରେ ଆକ୍ରମଣ ପରେ ଜାତିସଂଘ ଜରୁରୀ ବୈଠକ ଡାକିଛି। ଆକ୍ରମଣକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ନିନ୍ଦା କରିଛନ୍ତି। ଗତବର୍ଷ ଅକ୍ଟୋବର ୭ ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରେ ବିଗିଡିଛି ସ୍ଥିତି। ଆକ୍ରମଣକୁ ୟୁରୋପୀୟ ସଂଘ, ବ୍ରିଟେନ, ଫ୍ରାନ୍ସ, ମେକ୍ସିକୋ ନିନ୍ଦା କରିଛନ୍ତି। ଡେନମାର୍କ, ନରଓ୍ବେ, ନେଦରଲ୍ଯାଣ୍ଡସ ମଧ୍ୟ ନିନ୍ଦା କରିଛନ୍ତି। କୌଣସି ରାଷ୍ଟ୍ର ନିଜର ଆକାଶମାର୍ଗକୁ ଇସ୍ରାଏଲର ବ୍ଯବହାର ଲାଗି ଦିଅନ୍ତୁ ନାହିଁ ବୋଲି ଅପିଲ କରିଛନ୍ତି। ସେପଟେ ବିଭିନ୍ନ ରାଷ୍ଟ୍ରକୁ ଚେତାବନୀ ଦେଇଛନ୍ତି ଇରାନ ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ରେଜା। ଆକାଶ ମାର୍ଗକୁ ଅନୁମତି ଦେଲେ ସ୍ଥିତି ଭୟଙ୍କର ହେବ ବୋଲି କହିଛି ଇରାନ।ଅନ୍ଯପଟେ ଇସ୍ରାଏଲରେ ଓ୍ବାର କ୍ଯାବିନେଟରେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ଯାହୁ। ସମର୍ଥନ ଲାଗି ଆମେରିକା, ବ୍ରିଟେନ ଓ ଫ୍ରାନ୍ସକୁ ଧନ୍ଯବାଦ ଜଣାଇଲେ ନେତନ୍ୟାହୁ। ଜୋର୍ଡାନ, ଇରାକ ସହ ବ୍ରିଟେନବି ଇସ୍ରାଏଲର ସୁରକ୍ଷାକୁ ଗୁରୁତ୍ବ ଦେବେ ବୋଲି କହିଛନ୍ତି ।