ପ୍ରଚାର ବେଳେ ହକି ଷ୍ଟାଡିୟମ୍ ନିର୍ମାଣର କାହାଣୀ ବଖାଣିଲେ ବିଜେଡ଼ି ଲୋକସଭା ପ୍ରାର୍ଥୀ ଦିଲ୍ଲୀପ ତିର୍କୀ

ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ବରରେ ଏକ ହକି ଷ୍ଟାଡିୟମ୍ ପାଇଁ କହିଥିଲି ହେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ସହିତ ରାଉରକେଲା ଠାରେ ବିଶ୍ବ ସ୍ତରୀୟ ହକି ଷ୍ଟାଡିୟମ ଏବଂ ସୁନ୍ଦରଗଡ଼ ଜିଲ୍ଲା ରେ ୧୭ ଟି ବ୍ଲକ ରେ ୧୭ ଟି ଆଷ୍ଟ୍ର ଟର୍ଫ୍ କରିକିଦେଲେ । ଏକ ନିର୍ବାଚନୀ ସଭାରେ ଆଦିବାସୀ ସାଦରୀ ଭାଷାରେ ଭାଷଣ ଦେଲା ବେଳେ ଏମିତି କହିଛନ୍ତି ବିଜେଡ଼ି ଲୋକସଭା ପ୍ରାର୍ଥୀ ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ । ସେ କହିଥିଲେ ୨୦୦୩ ରେ ଯେତେବେଳେ ସେ ଭାରତୀୟ ହକି ଦଳର କ୍ୟାପଟେନ ଥିଲେ ଭୁବନେଶ୍ବରରେ ଏକ ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ସହ ସେ ଯୋଗ ଦେଇଥିଲେ । ସେଇଠି ମୁଖ୍ୟମନ୍ତ୍ରୀ ଙ୍କୁ କହିଥିଲେ ଭୁବନେଶ୍ବରରେ ଏକ ହକି ଷ୍ଟାଡିୟମ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ କହିଲେ ଖଣ୍ଡେ ଲେଖିକି ଦିଅ । ଲେଖିକି ଦେଲା ପରେ କ୍ରୀଡା ବିଭାଗର ଏକ ଟିମ୍ ଗଠନ ହେଲା ଏବଂ ତା ପରେ ପ୍ରତିଷ୍ଠା ହେଲା କଳିଙ୍ଗ ହକି ଷ୍ଟାଡିୟମ୍ । ଦିଲୀପ ଆହୁରି କହିଲେ ମୁଁ କେବଳ ଷ୍ଟାଡିୟମ୍ ପାଇଁ କହିଥିଲି ମୁଖ୍ୟମନ୍ତ୍ରୀ ବିଶ୍ବ ସ୍ତରୀୟ ଷ୍ଟାଡିୟମ୍ କରିକି ଦେଲେ ଯେଉଁଠି ଆଜି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳା ଯାଉଛି । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଙ୍କ ହକି ପ୍ରତି ଭଲ ପାଇବା ଏଥିରୁ ପ୍ରମାଣିତ ହୁଏ ଯେ ରାଉରକେଲା ଠାରେ ବିଶ୍ବ ର ସବୁଠାରୁ ବଡ ହକି ଷ୍ଟାଡିୟମ୍ ।  ୧୭ ଟି ବ୍ଲକ ରେ ୧୭ ଟି ଆଷ୍ଟ୍ର ଟର୍ଫ୍ ନିର୍ମାଣ କରିଛନ୍ତି । ଆଜି ହକି ପାଇଁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ବ ଦରବାର ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ତାହା କେବଳ ମୁଖ୍ୟମନ୍ତ୍ରୀ ଙ୍କ ଦୂର ଦୃଷ୍ଟି ଯୋଗୁଁ।