spot_img
Home Blog Page 1893

ଆଜି ରାଞ୍ଜିରେ ଶକ୍ତି ପ୍ରଦର୍ଶନ କରିବ ଇଣ୍ଡିଆ ମେଣ୍ଟ

ରାଞ୍ଚି: ଆଜି ଝାରଖଣ୍ଡ ରାଞ୍ଚିରେ ଶକ୍ତି ପ୍ରଦର୍ଶନ କରିବ ଇଣ୍ଡିଆ ମେଣ୍ଟ । ଏକ ବିଶାଳ ରାଲିରେ ସାମିଲ ହେବେ ଏନଡିଏ ବିରୋଧୀ ନେତା । ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, ଲାଲୁ ପ୍ରସାଦ ୟାଦବ, ଫାରୁକ ଅବଦୁଲ୍ଲା, ଅଖିଳେଶ ୟାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କ ପତ୍ନୀ ସୁନିତା କେଜ୍ରିଓ୍ବାଲ ସମେତ ୧୪ଟି ପାର୍ଟିର ନେତା ସାମିଲ ହେବାର ସୂଚନା ରହିଛି ।

ଜେଏମଏମର ଡାକରାରେ ଏହି ରାଲି ଅନୁଷ୍ଠିତ ହେବ । ୨୮ଟି ପାର୍ଟି ଏହି ରାଲିକୁ ସମର୍ଥନ କରିଥିବା ଜଣାପଡିଛି । ପାଞ୍ଚ ଲକ୍ଷରୁ ଅଧିକ ଲୋକ ଏହି ରାଲିରେ ସାମିଲ ହେବେ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା । ଦେଶବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଏକଛତ୍ରବାଦୀ ଶାସନ ବିରୋଧରେ ଏହି ରାଲି କରାଯାଉଥିବା କହିଛନ୍ତି ରାହୁଲ । ଏହାସହ ଚଳିତ ନିର୍ବାଚନକୁ ନେଇ ମଧ୍ୟ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯିବା ନେଇ ରୋଡମ୍ୟାପ ରହିଛି ।

ପ୍ରକାଶ ପାଇଲା ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା

ଭୁବନେଶ୍ୱର : ଆସିଲା ବିଜେଡିର ଷ୍ଟାର କ୍ୟାମ୍ପେନର ତାଲିକା। ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କଲା ବିଜେଡି। ତାଲିକାରେ ଏକ ନମ୍ବର ଷ୍ଟାର ପ୍ରଚାରକ ହେଉଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁଇ ନମ୍ବର ଷ୍ଟାର ପ୍ରଚାରକ ହେଉଛନ୍ତି କାର୍ତ୍ତିକ ପାଣ୍ଡିଆନ ଅଛନ୍ତି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଚନ୍ଦ୍ରଶେଖର ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, ସ୍ନେହାଙ୍ଗିନୀ ଛୁରିଆ ପ୍ରଚାରକ ତାଲିକାରେ ଅଛନ୍ତି। ସେହିପରି ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପଦ୍ମନାଭ ବେହେରା, ପ୍ରଦୀପ ଅମାତ ବିଜେଡି ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି। ସେହିପରି ଏନ. ଭାସ୍କାର ରାଓ, ସୁବାସ ସିଂହ, ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ନିରଞ୍ଜନ ବିଶି, ମମତା ମହନ୍ତ, ମୁନ୍ନା ଖାଁ, ସୁଲତା ଦେଓ, ବିଜେଡି ନେତା ରବିନ୍ଦ୍ର ଜେନା, ସରୋଜିନୀ ହେମ୍ବ୍ରମ, ସୁଶାନ୍ତ ସିଂହ, ପ୍ରୀତିରଞ୍ଜନ ଘଡାଇ, ପ୍ରଣବ ବଳବନ୍ତରାୟ, ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ, ରମେଶ ମାଝୀ, ବିଧାୟକ ସୁଧୀର ସାମଲ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ବରିଷ୍ଠ ନେତା ବିଜୟ ନାୟକ, ନିଜାମୁଦ୍ଦିନ, ଶ୍ରୀମୟୀ ମିଶ୍ର, ଈଶ୍ବର ପାଣିଗ୍ରାହୀ, ଅମରେଶ ଜେନା ଓ ଏଲିନା ଦାସ ଦଳର ବିଧାୟକ ଓ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଷ୍ଟାର ପ୍ରଚାର ଭାବେ କ୍ୟାମ୍ପେନ କରିବେ।

ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କୁ ବିରୋଧ

ଟିଟିଲାଗଡ଼ : ଟିଟିଲାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କୁ ଗ୍ରାମବାସୀଙ୍କ ବିରୋଧ । ନବୀନ ଜୈନ ସଇଁତଳା ବ୍ଲକର କେରମେଲି ପଞ୍ଚାୟତ ଲାଚୁଟ ଗାଁକୁ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ସମୟରେ ତାଙ୍କୁ ଗ୍ରାମବାସୀ ବିରୋଧ କରିଥିଲେ । ନବୀନ ଗାଁ ଗାଁ ବୁଲି ମିଥ୍ଯା ପ୍ରତିଶୃତି ଦେବା ସହିତ ରାଜ୍ଯ ସରକାର କୌଣସି କାମ କରନିଥିବା କହିଛନ୍ତି । ଫଳରେ ଗ୍ରାମବାସୀମାନେ ବିରୋଧ କରି ତାଙ୍କୁ ଗାଁରୁ ବାହାର କରିଦେଇଥିଲେ । ଗତ ଦୁଇଦିନ ତଳେ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ସଇଁତଳା ବ୍ଲକ ଅନ୍ତର୍ଗତ ଖଲିଆପାଲି ଗାଁରେ ମିଥ୍ୟା ଓ ଅପପ୍ରଚାର କରୁଥିବା ସମୟରେ ଗ୍ରାମବାସୀ  ଗାଁରୁ ବିଦା କରିଦେଇଥିବା ଭିଜୁଆଲ ଭାଇରାଲ୍ ହୋଇଥିଲା ।

କଂଗ୍ରେସର ୩ ଲୋକସଭା ଓ ୧୬ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା

ଭୁବନେଶ୍ୱର : ବିଧାନସଭା ପାଇଁ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ । ୩ ଲୋକସଭା ପ୍ରାର୍ଥୀଙ୍କ ସହ ୧୬ ବିଧାନସବା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ୩ ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର ଓ ଆସିକା । ପୂର୍ବରୁ ୧୭ ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଥିଲା କଂଗ୍ରେସ ବର୍ତ୍ତମାନ ୩ ଜଣଙ୍କ ନାମ ଘୋଷଣାପରେ ମୋଟ ୨୦ ଜଣ ଲୋକସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ଏବଂ ବାକି ରହିଛି ଆଉ ଗୋଟିଏ ଲୋକସଭା ଆସନ ଯଥା କଟକ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ ।

ସେହିପରି ୧୬ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ । କିଛି ନୂଆ ମୁହଁ ସ୍ଥାନ ପାଇଛନ୍ତି ଆଉ କିଛି ଆମଦାନି ନେତାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ୧୬ ବିଧାନସଭା ରତାଲିକାରେ ରହିଛି ଏହି ପ୍ରାର୍ଥୀଙ୍କ ନାଁ ଯଥା – ଝାରସୁଗୁଡ଼ା ଅମିତା ବିଶ୍ୱାଳ, ବଡ଼ସାହି ଖୀରୋଦ କୁମାର ପାତ୍ର, ସୁକିନ୍ଦା ବିଭୁଭୂଷଣ ରାଉତ, କଣ୍ଟାମାଳ ଶରତ କୁମାର ପ୍ରଧାନ, ଏହି ଆସନରେ ମନୋଜ କୁମାର ଆଚାର୍ଯ୍ୟଙ୍କ ବଦଳିଲେ ଦଳ ଶରତଙ୍କ ଉପରେ ଭରସା କରିଛି । ସେହିପରି ଦୁଇଦିନ ତଳେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେିଥିବା ସିପ୍ରା ମଲ୍ଲୀକଙ୍କୁ ଦଳ କେନ୍ଦ୍ରାପଡ଼ା ଆସନରୁ ପ୍ରାର୍ଥୀ କରିଛି । ଅନ୍ୟପଟେ ରାଜନଗର ଅଶୋକ ପ୍ରତିହାରୀ, ମହାକାଳପଡ଼ା ଲୋକନାଥ ମହାରଥୀ, ସିଦ୍ଧାର୍ଥ ରାଉତରାୟ ଅର୍ଥାତ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ବଡ଼ପୁଅଙ୍କୁ ଦଳ ନିମାପଡ଼ାରେ ପ୍ରାର୍ଥୀ କରିଛି ।  ପିପିଲି ଜ୍ଞାନରଞ୍ଜନ ପଟ୍ଟନାୟକ, ଜୟଦେବରୁ ଦଳ ପରିବର୍ତ୍ତନ କରିଛି ଜୟନ୍ତ କୁମାର ଭୋଇଙ୍କ ବଦଳରେ କୃଷ୍ଣ ସଗରୀଆଙ୍କୁ ପ୍ରାର୍ଥୀ କରିଛି ।ସେହିପରି ବିଜେପି ଶିବିର ଛାଡ଼ି କଂଗ୍ରେସରେ ମିଶିଥିବା ସୋନାଲି ସାହୁଙ୍କୁ ଖୋର୍ଦ୍ଧା ପାଇଁ ଟିକେଟ ଦେଇଛି କଂଗ୍ରେସ । ଚିଲିକାରୁ ପ୍ରଦୀପ କୁମାର ସ୍ବାଇଁ, ଖଣ୍ଡପଡ଼ା ମନୋଜ କୁମାର ପ୍ରଧାନ, ଦଶପଲ୍ଲା ନକୁଳ ନାୟକ, କବିସୂର୍ଯ୍ୟନଗର ସଞ୍ଜୟ କୁମାର ମଣ୍ଡାଲ,  ଗୋପାଳପୁର ଶ୍ୟାମସୁନ୍ଦର ସାହୁଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

 

ନିର୍ବାଚନ ପୂର୍ବରୁ କମିସନରେଟ ପୋଲିସର ଜିରୋ ଟଲେ୍ରାନ୍ସ

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ କମିସନରେଟ ପୋଲିସର ଜିରୋ ଟଲେ୍ରାନ୍ସ । ଅପରାଧୀ ମାନଙ୍କ ଉପରେ ନଜର ରଖିଛି ପୋଲିସ । ନିର୍ବାଚନକୁ ସ୍ବଚ୍ଛ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ କରିବା ପାଇଁ ଆରମ୍ଭ ହୋଇଛି ଆକ୍ସନ । ଭୁବନେଶ୍ୱରରେ ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ ୪୩୮ ଟି NBW ଜାରି କରିଛି ପୋଲିସ ।  ଏହାସହ ଅନ୍ୟ ଅପରାଧିକ ମାମଲାରେ ଏକ ହଜାର ୭୧୯ଜଣ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି | ସେହିଭଳି ୨୫୮ ଟି ଏକ୍ସସାଇଜ କେସ ଡିଟେକ୍ଟ ହୋଇଛି । ୬୮୮ ଲିଟର ବିଦେଶୀ ମଦ ଓ ୧୧ ହଜାର ୩ଶହ ଲିଟର ଦେଶୀ ମଦ ଜବତ ସହ ୨୧୨ ଜଣଙ୍କୁ ଗିରଫ କରିଛି ପୋଲିସ | ରାଜଧାନୀରୁ ୫୭୬ ଗ୍ରାମ ବ୍ରାଉନସୁଗାର, ୫୯୧ କେଜି ଗଞ୍ଜେଇ ଜବତ ସହ ୫୪ ଜଣଙ୍କୁ ଗିରଫ କରିଛି ପୋଲିସ । ସେପଟେ ସ୍ପେଶାଲ କ୍ରାଇମ ୟୁନିଟ ପାଞ୍ଚଟି ବେଆଇନ ବନ୍ଧୁକ, ୨୪ ଟି ଗୁଳି ଜବତ କରିଛି । ୮୬୦ଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଡିସିପି ଅଫିସରେ ଡିପୋଜିଟ ହୋଇଛି । ଆହୁରି ୪୦୩ ଡିପୋଜିଟ ହେବାକୁ ବାକି ରହିଛି । ରାଜଧାନୀରେ ଗୋଟିଏ ସେକ୍ସନ CAPF ନିୟୋଜିତ ହୋଇଛନ୍ତି । ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରୁଛନ୍ତି । ସେହି କଟକରେ କମିସନରେଟ ପୋଲିସ ତରଫରୁ ୪୨୮ ଟି NBW ଜାରି କରାଯାଇଛି । ବିଭିନ୍ନ ମାମଲାରେ ୪୩୬ ଜଣ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ସେହିଭଳି ୫୯୯ ଗ୍ରାମ ବ୍ରାଉନସୁଗର,୧୯୯ କେଜି ଗଞ୍ଜେଇ ଜବତ ସହ ୨୭ ଜଣଙ୍କୁ ଗିରଫ କରିଛି ପୋଲିସ । କଟକ ବିଭିନ୍ନ ଥାନା ଅଞ୍ଚଳରେ ୧୧ଟି ବେଆଇନ ବନ୍ଧୁକ ଜବତ ସହ ୧୪ ଜଣଙ୍କୁ ଗିରଫ କରାଯାଇଛି । ୬୪୪ ଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ କଟକ ଡିସିପିଙ୍କ ଅଫିସରେ ଡିପୋଜିଟ ହୋଇଛି । ଆହୁରି ୨୦ଟି ଲାଇସେନ୍ଟ ପ୍ରାପ୍ତ ବନ୍ଧୁକ ଡିପୋଜିଟ ପାଇଁ ବାକି ରହିଛି । କଟକ ଏବଂ ଭୁବନେଶ୍ୱରରେ ଦିନରେ ଓ ରାତିରେ ବିଭିନ୍ନ ଜାଗାରେ ବ୍ଲକିଂ ଚେକିଂ ଜାରି ରହିଛି ।

ଆଇପିଏଲରେ ଆହତ ଖେଳାଳି ଦରମା ପାଇବେ କି ନାହିଁ ଜାଣନ୍ତୁ ?

ନନ୍ଦିଘୋଷ ବ୍ୟୁରୋ : ଆଇପିଏଲ୍ ରେ ଗତ କିଛି ସିଜିନରେ ଖେଳାଳିମାନେ କ୍ରମାଗତ ଭାବରେ ଆଘାତର ଶିକାର ହେଉଛନ୍ତି | ଜସପ୍ରୀତ ବୁମ୍ରା, ରିଷଭ ପନ୍ତ ଏବଂ ପ୍ରସାଦ କୃଷ୍ଣଙ୍କ ସମେତ ଅନେକ ବିଦେଶୀ ଖେଳାଳି ଆହତ କାରଣରୁ ଆଇପିଏଲ ୨୦୨୩ରେ ଖେଳିପାରିନଥିଲେ । ମାର୍ଚ୍ଚ ୨୨ରୁ ଆଇପିଏଲ୍ ୨୦୨୪ ଆରମ୍ଭ ହୋଇଛି, କିନ୍ତୁ ଅନେକ ବଡ ବଡ ଖେଳାଳି ଏହି ସିଜିନ ଆରମ୍ଭ ପୂର୍ବରୁ ମଧ୍ୟ ଆଘାତ କାରଣରୁ ଟୁର୍ନାମେଣ୍ଟରୁ ବାଦ ପଡିଛନ୍ତି | ଏହି ଖେଳାଳୀମାନଙ୍କ ମଧ୍ୟରୁ ଅନେକଙ୍କର ନିଲାମରେ କୋଟି କୋଟି ଟଙ୍କା ମୂଲ୍ୟର ଦାମ ଥିଲା | କିନ୍ତୁ ଆଘାତ କାରଣରୁ ସମଗ୍ର ଟୁର୍ନାମେଣ୍ଟରୁ ବାହାରିବା ପରେ ମଧ୍ୟ ତାଙ୍କୁ ପୂର୍ଣ୍ଣ ଟଙ୍କା ଦିଆଯିବ କି ନାହିଁ ଆପଣଙ୍କ ମନେ ପ୍ରଶ୍ନ ଆସୁଥିବ। ତାହେଲେ ଜାଣନ୍ତୁ ସେମାନେ ଆହାତ ହେବା ପରେ ଟଙ୍କା ନିଅନ୍ତ କି ନାହିଁ ।

ଯଦି କେହି ଖେଳାଳି ଟୁର୍ଣ୍ଣାମେଣ୍ଟରୁ ବାହାରେ ଅଛି ତେବେ ମୁଁ ସମ୍ପୂର୍ଣ୍ଣ ଟଙ୍କା ପାଇବି କି ?

 ଆଇପିଏଲ୍ ନିୟମ ଅନୁଯାୟୀ, ଯଦି କୌଣସି ଖେଳାଳି ସିଜିନ ଆରମ୍ଭ ପୂର୍ବରୁ ଆଘାତ କିମ୍ବା ଅନ୍ୟ କୌଣସି କାରଣରୁ ତାଙ୍କ ନାମ ପ୍ରତ୍ୟାହାର କରନ୍ତି, ତେବେ ତାଙ୍କୁ କୌଣସି ରାଶି ପ୍ରଦାନ କରାଯିବ ନାହିଁ | ଏହାର ଅର୍ଥ ଯଦି କୌଣସି ଖେଳାଳି କୌଣସି ମ୍ୟାଚ୍ ନ ଖେଳି ଟୁର୍ନାମେଣ୍ଟରୁ ଓହରି ଯାଆନ୍ତି, ତେବେ ସେ ଟଙ୍କା ପାଇବେ ନାହିଁ | ଏଥି ସହିତ, ଯଦି ଖେଳାଳି ଟୁର୍ନାମେଣ୍ଟ ସମୟରେ ଆହତ ହୁଅନ୍ତି କିମ୍ବା କୌଣସି ବ୍ୟକ୍ତିଗତ କାରଣରୁ ଖେଳିବାକୁ ଅସମର୍ଥ ହୁଅନ୍ତି, ତେବେ ମ୍ୟାଚ୍ ଅନୁପାତ ଅନୁଯାୟୀ ତାଙ୍କୁ ଟଙ୍କା ଦିଆଯିବ ।

ଶରଧା ଡଙ୍ଗା ବୁଡ଼ି ଘଟଣାରେ ଉଦ୍ଧାର ହେଲେ ଶେଷ ନିଖୋଜ ମହିଳା

ଶରଧା : ଡଙ୍ଗା ବୁଡ଼ିରେ ଘଟଣାରେ ଉଦ୍ଧାର ହେଲେ ଶେଷ ନିଖୋଜ ମହିଳା। ମହିଳାଙ୍କର ନାମ ଘସମିନ ରାଠିଆ ବୋଲି ଜଣା ପଡ଼ିଛି। ଗତକାଲି ଅପରାହ୍ନ ପ୍ରାୟ ତିନି ଟାରେ ଶରଧା ଡଙ୍ଗା ଘାଟକୁ ଆସୁଥିବା ବେଳେ ଡଙ୍ଗା ବୁଡ଼ିଯାଇଥିଲା। ଡଙ୍ଗା ରେ ଥିବା ୫୪ଜଣକ ମଧ୍ୟରୁ ୪୫ ଜଣ ଛତିଶଗଡ଼ ରାଜ୍ୟ ଖର୍ସିଆରେ ଥିବାର ସୁଚନା ମିଳିଥିଲା। ତେବେ ଗତକାଲି ଜଣେ ମହିଳାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ମହିଳା ଶିଶୁ ମିଶାଇ ଆହୁରି ସାତ ଜଣ ନିଖୋଜ ଥିଲେ। ଡଙ୍ଗା ବୁଡିଯିବା ସମୟରେ ନିକଟରେ ଥିବା ମାଛ ଧରାଳି ମାନେ ଡଙ୍ଗାରେ ଥିବା ଯାତ୍ରୀ ଙ୍କୁ ଉଦ୍ଧାର କରିଥିଲେ। ଆହତ ଥିବା ବ୍ୟକ୍ତି ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛତିଶଗଡ଼ କୁ ପଠାଇ ଦିଆଯାଇଥିଲା। ଗତରାତି ପ୍ରାୟ ୧୧ ଟା ଯାଏଁ ଚାଲିଥିଲା ଅପରେସନ। କିନ୍ତୁ ନିଖୋଜ ସାତ ଜଣଙ୍କୁ ଠାବ କରି ପାରିନଥିଲା ଓଡ୍ରାଫ, ଅଗ୍ନିଶମ ବିଭାଗ। ତେବେ ଆଜି ସକାଳୁ ପ୍ରାୟ ୫ଟାରୁ ରେସକ୍ୟୁ ଅପରେସନ କରି ନିଖୋଜ ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ଡଙ୍ଗା ବୁଡ଼ି ଦୁର୍ଘଟଣାର ୨୪ଘଣ୍ଟା  ମଧ୍ୟରେ ସମସ୍ତ ନିଖୋଜକୁ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବିଭାଗ । ଏହି ଉଦ୍ଧାର କାର୍ଯ୍ୟରେ ସ୍କୁବା ଡ୍ରାଇଭର, ସର୍ଚ୍ଚ କ୍ୟାମେରାର ସହାୟତା ନିଆଯାଇଥିଲା। ଉଦ୍ଧାର ହୋଇଥିବା

ସମସ୍ତ ମୃତଦେହକୁ ଶବ ବ୍ୟବଚ୍ଛେଦ କରି ତାଙ୍କର ପରିବାର କୁ ହସ୍ତାନ୍ତର କରିଛନ୍ତି ଜିଲ୍ଲା ପ୍ରଶାସନ। ଛତିଶଗଡ଼ ପ୍ରଶାସନ ମଧ୍ୟ ଘଟଣାସ୍ଥଳରେ ରହି କାର୍ଯ୍ୟରେ ସହାୟତା କରିଛନ୍ତି। ମୃତକଙ୍କୁ ଚାରି ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ସମସ୍ଥ ମୃତକ ମାନଙ୍କ ପରିଚୟ ମିଳିଛି ।ସେମାନେ ହେଲେ ରାଧିକା ନିଶାଦ,  ତେରଷବାଇ ରାଠିଆ, ଲଷ୍ମୀନବାଇ ରାଠିଆ, ରାଧିକା ରାଠିଆ, ଘସମିନ ବାଇ ରାଠିଆ, ଶିଶୁ କୁନାଲ ରାଠିଆ, ପିକେଶ୍ୱର  ରାଠିଆ, ନବୀନ ରାଠିଆ । ମୃତକ ସମସ୍ତଙ୍କ ଘର ଛତିଶଗଡ଼ ରାଜ୍ୟ, ରାଏଗଡ଼ ଜିଲ୍ଲା, ଖର୍ସିଆ ପୋଲିସ ଷ୍ଟେସନ ଅନ୍ତର୍ଗତ ଅଞ୍ଜୋରୀପାଳି ଗାଁରେ ହୋଇଥିବା ସୂଚାନ

କେଉଁ ଦଳ କେତେ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ବଢୁଛି ତାତି । ସଭିଙ୍କ ନଜର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କ ଉପରେ । ଆସନ୍ତୁ ନଜର ପକାଇବା କେଉଁ ଦଳ କେତେ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଆଜି ବିଜେଡିର ଆଉ ୯ ଜଣ ପ୍ରାର୍ଥୀଙ୍କର ନାଁ ଘୋଷଣା କରିଛି । ପୂର୍ବରୁ ଦଳ ୧୨୬ ଜଣଙ୍କ ନାଁ ଘୋଷଣା କରିଥିବାବେଳେ ଆଜିର ୯ ଜଣଙ୍କୁ ମିଶାଇ ତାଲିକା ୧୩୫କୁ ବୃଦ୍ଧି ପାଇଛି । ଅନ୍ଯପଟେ କଂଗ୍ରେସ ଏଯାଏଁ ୧୨୮ଜଣଙ୍କ ନାଁ ଘୋଷଣା କରିଛି । ବିଜେପି ଏଯାଏଁ ୧୩୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେଡି ଆହୁରି ୧୨ ଆସନରେ ପ୍ରାର୍ଥୀ ଦେବାକୁ ବାକି ଥିବାବେଳେ ବିଜେପି ଆଉ ୧୬ଟି ଆସନରେ ଏବଂ କଂଗ୍ରେସ ୩୧ ଆସନରେ ପ୍ରାର୍ଥୀ ଦେବାକୁ ବାକି ଅଛି ।

ଦକ୍ଷିଣରୁ ପଶ୍ଚିମ ସବୁଠି ବିଜେଡିରେ ସାମିଲ ହେଉଛନ୍ତି ଏକାଧିକ ନେତା, ଶହ ଶହ କର୍ମୀ

ନନ୍ଦିଘୋଷ ବ୍ୟୁରୋ : ବିଜେଡିରେ ମିଶିଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ, ଗୁମ୍ମା ଓ କାଶୀନଗର ବ୍ଲକର ନେତା ଚନ୍ଦ୍ର ସାହୁକାର ଏବଂ ଶତାଧିକ ନେତା ତଥା କର୍ମୀ। ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ପକ୍ଷରୁ ସାଂସଦ ସସ୍ମିତ ପାତ୍ର ସ୍ୱାଗତ କରିଥିଲେ । ସମସ୍ତେ କହିଥିଲେ, ଅଞ୍ଚଳରେ ଆହୁରି ଶକ୍ତିଶାଳୀ ହେବ ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ ହେବ। ମୁଖ୍ୟମନ୍ତ୍ରୀଙ୍କ ଜନ୍ମରୁ ମୃତ୍ୟୁ ଯାଏଁ ଯୋଜନାରେ ସମସ୍ତେ ଅନୁପ୍ରାଣିତ । ନିର୍ବାଚନରେ ବଡ଼ ବ୍ୟବଧାନରେ ବିଜେଡିକୁ ଜିତାଇବାକୁ ଚେଷ୍ଟା କରିବୁ। ବିଜୁବାବୁଙ୍କର ଗଜପତି ଜିଲ୍ଲା ସହ ସଂପର୍କ ବହୁ ନିବିଡ଼ ଥିଲା। ଏବେ ନବୀନ ବାବୁଙ୍କ ସମୟରେ ଗଜପତି ଜିଲ୍ଲାର ଆହୁରି ଉନ୍ନତି ହେବ । ସେହିପରି ବିଜେଡିରେ ମିଶିଛନ୍ତି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ଛାଡ଼ିଥିବା ଅନେକ ନେତା। ସେମାନେ ହେଲେ ମୁକେଶ ଜୈନ, ଅଶୋକ ମିଶ୍ର, ତପନ, ବିଜୟ, ବିବେକ ବେହେରା, ପଦ୍ମଲୋଚନ, ପ୍ରଶାନ୍ତ ମହାନ୍ତି, ନରସିଂହ ସିଂ, ବିପିନ ଠାକୁର, ଆକାଶ ମଣ୍ଡଳ, ରାଜା ନାଗ, ରାଜା ଖାନ, ମନୋଜ ନାୟକ, ପିନାକ ସାହୁ, ଦେବେନ୍ଦ୍ର ସାହୁଙ୍କ ସମେତ ଅନେକ ନେତା। ସମସ୍ତଙ୍କୁ ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଥିଲେ ସାଂସଦ ସସ୍ମିତ ପାତ୍ର। ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଉପସ୍ଥିତ ଥିଲେ। ଟିଟିଲାଗଡ଼ର ବିକାଶରେ କାମ କରିବାକୁ ସମସ୍ତେ ବିଜେଡିକୁ ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରା ଦେଖି ସମସ୍ତେ ଆସିଛନ୍ତି ଓ ବିଜେଡିକୁ ସୁଦଢ଼ କରିବା ସହ ବିକାଶ କାମକୁ ଆଗକୁ ନେବେ।

ବଡ଼ଚଣାରୁ ପ୍ରାର୍ଥୀ ହେବା ପରେ କଣ କହିଲେ ବର୍ଷା ଜାଣନ୍ତୁ ?

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପାଇଁ ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବର୍ଷା ପ୍ରିୟଦର୍ଶିନୀଙ୍କ ନାମରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯାଜପୁର ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ବର୍ଷାଙ୍କୁ ଯୋଦ୍ଧା କରିଛି ବିଜୁ ଜନତା ଦଳ । ଗତକାଲି ଶଙ୍ଖ ଭବନେର ବିଜେଡିରେ ମିଶିଥିଲେ ବର୍ଷା  । ଏହାର ଦିନକ ପରେ ଅର୍ଥାତ ଆଜି ବିଜେଡି ବର୍ଷାଙ୍କୁ ମୈଦାନକୁ ଛାଡିଛି । ପ୍ରାର୍ଥୀହେବାପରେ କଟକ ଚଣ୍ଡୀ ମନ୍ଦିର ଯାଇ ମାଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ବର୍ଷା ତାଙ୍କ ପ୍ରାଥମିକ ପ୍ରତିକ୍ରିୟାରେ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋପ୍ରତି ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞତା ଜଣାଉଛି । ମୁଖମନ୍ତ୍ରୀଙ୍କ ବିଶ୍ଵାସ ଓ ଭରସାକୁ ସମ୍ମାନ ଜଣାଉଛି ଆଗାମି ଦିନରେ ତାଙ୍କର ଏହି ବିଶ୍ୱାସକୁ ଅତୁଟ ରଖିବି । ବଡ଼ଚଣା ମଟିର ସମସ୍ଥ ମା’ ମାଉସୀଙ୍କୁ ଭୁମିଷ୍ଠ ପ୍ରଣାମ ଜଣାଉଛି ସେମାନଙ୍କର ସୁଖ, ଦୁଖଃରେ ଛିଡ଼ା ହେବି । ଶତ ପ୍ରତିଶତ ନୁହେଁ ହଜାର ପ୍ରତିଶତ ଚେଷ୍ଟା ଜାରି ରଖିବି ବଡ଼ଚଣାର ବିକାଶ ପାଇଁ । ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବି । ମହିଳା ସଶକ୍ତି କରଣକୁ ଆହୁରି କେମିତି ଆଗକୁ ନିଆଯାଇପାରିବ ସେଥିପାଇଁ ଗୁରୁତ୍ବ ଦେବି ।