କେଉଁ ଦଳ କେତେ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ବଢୁଛି ତାତି । ସଭିଙ୍କ ନଜର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କ ଉପରେ । ଆସନ୍ତୁ ନଜର ପକାଇବା କେଉଁ ଦଳ କେତେ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଆଜି ବିଜେଡିର ଆଉ ୯ ଜଣ ପ୍ରାର୍ଥୀଙ୍କର ନାଁ ଘୋଷଣା କରିଛି । ପୂର୍ବରୁ ଦଳ ୧୨୬ ଜଣଙ୍କ ନାଁ ଘୋଷଣା କରିଥିବାବେଳେ ଆଜିର ୯ ଜଣଙ୍କୁ ମିଶାଇ ତାଲିକା ୧୩୫କୁ ବୃଦ୍ଧି ପାଇଛି । ଅନ୍ଯପଟେ କଂଗ୍ରେସ ଏଯାଏଁ ୧୨୮ଜଣଙ୍କ ନାଁ ଘୋଷଣା କରିଛି । ବିଜେପି ଏଯାଏଁ ୧୩୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେଡି ଆହୁରି ୧୨ ଆସନରେ ପ୍ରାର୍ଥୀ ଦେବାକୁ ବାକି ଥିବାବେଳେ ବିଜେପି ଆଉ ୧୬ଟି ଆସନରେ ଏବଂ କଂଗ୍ରେସ ୩୧ ଆସନରେ ପ୍ରାର୍ଥୀ ଦେବାକୁ ବାକି ଅଛି ।