spot_img
Home Blog Page 1894

୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ଓଡ଼ିଆ ଫିଲ୍ମ ନନ୍ଦ ମାଷ୍ଟରଙ୍କ ଚାଟଶାଳୀ

ନନ୍ଦିଘୋଷ ବ୍ୟୁରୋ: ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ । ପ୍ରଣବ କୁମାରଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଚଳଚ୍ଚିତ୍ର ନନ୍ଦ ମାଷ୍ଟରଙ୍କ ଚାଟଶାଳୀ। ଏହା ଏକ ଡକ୍ୟୁମେଣ୍ଟ୍ରି ଓଡ଼ିଆ ସିନେମା ହୋଇଥିବା ବେଳେ ଓଡ଼ିଶାର ଶତାୟୁ ଶିକ୍ଷକ ନନ୍ଦ ମାଷ୍ଟରଙ୍କ ଜୀବନ କାହାଣୀ ଉପରେ ପର୍ଯ୍ୟବେଶିତ । ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ୍ ଅଭୟ ପତିଙ୍କ ପ୍ରଯୋଜିତ ଏହି ଫିଲ୍ମ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ କାନ୍ ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍ଥାନିତ ହୋଇଛି । ଭାରତ ପର୍ବର ଉଦ୍‌ଯାପନୀ ସମାରୋହରେ  ଚଳଚ୍ଚିତ୍ରର ପୋଷ୍ଟର ଓ ଟ୍ରେଲ୍‌ର ରିଲିଜ୍ ପାଇଁ ଫିଲ୍ମର ଟିମ୍‌କୁ ନିମନ୍ତ୍ରଣ ମିଳିଥିବା ବେଳେ ଏନ୍‌ଏଫ୍‌ଡିସି ଓ ଫିକି ଦ୍ୱାରା ପରିଚାଳିତ ଇଣ୍ଡିଆ ପାଭିଲିଅନ୍‌ର ଉଦ୍‌ଯାପନୀ ସମାରୋହରେ ଚଳଚ୍ଚିତ୍ରର ପୋଷ୍ଟର୍ ଓ ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର୍‌ଟି ମାର୍ଚ୍ଚ ୨୨ ସନ୍ଧ୍ୟା ୪ଟା୧୫ ସମୟରେ ପ୍ରଦର୍ଶିତ ହୋଇଯାଇଛି । ତେବେ କାନ୍ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହୋଇ ବେଶ ପ୍ରଶଂସା  ସାଉଁଟିଥିବା  ବେଳେ ଶିକ୍ଷା ପାଇଁ ସମର୍ପଣ  ଥିବା ଜଣେ ଶତାୟୁ ଶିକ୍ଷକଙ୍କ କାହାଣୀ ଦେଖିଛି ପୁରା ବିଶ୍ୱ । ଆଉ ସିନେମାର ଏହି ସଫଳତାକୁ ନେଇ ଚଳଚ୍ଚିତ୍ରର ପୁରା ଟିମ ଭୁବନେଶ୍ୱରରେ ଫିଲ୍ମର ସଫଳ ଯାତ୍ରା ବିଷୟରେ ଜଣାଇଛନ୍ତି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ ଅନ୍ତର୍ଗତ କନ୍ତିରା ଗ୍ରାମର ଶତାୟୁ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କ କାହାଣୀକୁ ନେଇ ନିର୍ମାଣ ହୋଇଛି ନନ୍ଦ ମାଷ୍ଟରଙ୍କ ଚାଟଶାଳି । ନନ୍ଦ ପୃଷ୍ଟିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତା ସାଇଶ୍ରେଷ୍ଠ ଦାସ ଓ ଅଙ୍ଗସା ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତ୍ରୀ ଶିବାଙ୍ଗୀ । ୧୦୩ ବର୍ଷ ବୟସ୍କ ନନ୍ଦ ପୃଷ୍ଟି ପଦ୍ମଶ୍ରୀ ପୁରସ୍କାର ଗ୍ରହଣ ସମୟରେ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ କରି ଚର୍ଚ୍ଚାକୁ ଆସିଥିଲେ । ଅନ୍ୟପଟେ ଚଳଚ୍ଚିତ୍ରଟି ବିଭିନ୍ନ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଭ୍ରମଣ ପରେ ୨୦୨୪ ଶେଷ ସୁଦ୍ଧା ମୁକ୍ତିଲାଭ କରିବାର ପ୍ରୟାସ ରହିଛି ବୋଲି କହିଛନ୍ତି ପ୍ରଯୋଜନା ସଂସ୍ଥା ।

୧୫୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍

ନନ୍ଦିଘୋଷ ବ୍ୟୁରୋ: ପୁଣି ସାମନାକୁ ଆସିଲ ବଡ଼ ଦୁର୍ଘଟଣା ଖବର । ଜମ୍ମୁ କଶ୍ମୀରରୁ ଆସିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଖବର। ୧୫୦ ଫୁଟ ତଳକୁ ଖସିପଡ଼ିଛି ତୀର୍ଥଯାତ୍ରୀ ବସ୍। ଏହି ଦୁର୍ଘଟଣାରେ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

କେରଳରେ ଆଶ୍ୱସ୍ତି, ଓଡ଼ିଶାରେ ତାତି

ନନ୍ଦିଘୋଷ ବ୍ୟୁରୋ: କେରଳରେ ଆଶ୍ୱସ୍ତି, ଓଡ଼ିଶାରେ ତାତି । ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ପାଗ ଅନୁକୂଳ ରହିଚି ଆଗକୁ ଅଗ୍ରସର ହେବା ପାଇଁ। ସ୍ୱାଭାବିକ ସମୟରୁ ଦୁଇ ଦିନ ଆଗୁଆ କେରଳ ଆସିଚି ମୌସୁମୀ। ଗତବର୍ଷ ୨୦୨୩ ରେ ଜୁନ୍ ୮ ତାରିଖରେ ମୌସୁମୀ କେରଳ ଆସିଥିବାବେଳେ ଚଳିତବର୍ଷ ଆଗୁଆ ପ୍ରବେଶ କରିଚି। ଏହାସହ ଉତ୍ତର ପୂର୍ବ ଭାରତର କିଛି ଅଞ୍ଚାଲରେ ପ୍ରବେଶ କରିବା ସହ ଆଗକୁ ଅଗ୍ରସର ପାଇଁ ମଧ୍ୟ ପାଗ ଅନୁକୂଳ ରହିଚି। ତେବେ ଓଡ଼ିଶାକୁ ସ୍ୱାଭାବିକ ସମୟ ଅର୍ଥାତ୍ ଜୁନ୍ ଦ୍ଵିତୀୟ ସପ୍ତାହ ରେ ମୌସୁମୀ ପ୍ରବେଶ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ହେଲେ ଏ ଯାଏଁ ସ୍ପଷ୍ଟ ହୋଇନି। ।ଆଗାମୀ ୩ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ଗ୍ରୀଷ୍ମପ୍ରବାହ ରହିବ। ହିଟ୍ ୱେବ୍ ସହ ଉଷ୍ମ ରାତି ଓ ଉପକୂଳ ରେ ହଟ୍ ଆଣ୍ଡ ହ୍ୟୁମିଡ ସ୍ଥିତି ରହିବ। ଆସନ୍ତାକାଲି ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର ରେ ହିଟ୍ ୱେବ୍ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଚି। ସୁନ୍ଦରଗଡ, ଦେଓଗଡ଼, କେନ୍ଦୁଝର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଓ ମାଲକାନଗିରି ରେ ହିଟ୍ ୱେବ୍ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ୩୧ ଓ ୧ ରେ ମଧ୍ୟ ଗ୍ରୀଷ୍ମପ୍ରବାହ ରହିବା ସହ ଆସନ୍ତା ୫ ଦିନ ଯାଏଁ ଉପକୂଳ ରେ ହଟ୍ ଆଣ୍ଡ ହ୍ୟୁମିଡ ସ୍ଥିତି ରହିବ। ଆସନ୍ତା ୨ ଓ ୩ କାଳବୈଶାଖୀ ବର୍ଷା ହେବ। ଝଡ ପବନ ସହ ବର୍ଷା ସମ୍ଭାବନା ମଧ୍ୟ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦେଇଛନ୍ତି।

ପାରାଦୀପ ନିର୍ବାଚନ ମଣ୍ଡଳୀର ତିନି ପ୍ରମୁଖ ଦଳରେ ଜୋରଦାର ପ୍ରଚାର

ପାରାଦୀପ: ଜୁନ ୧ ରେ ଭୋଟ ଦେବ ପାରାଦୀପ। ସେନେଇ ଆଜି ହେଉଛି ରାଜ୍ୟର ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର। ଶେଷ ପର୍ଯ୍ୟାୟରେ ଭୋଟରଙ୍କ ନିକଟତର ହେବାକୁ ସବୁ ଦଳ ପକ୍ଷରୁ ଜୋରଦାର ପ୍ରଚାର ପ୍ରୟାସ ଆରମ୍ଭ ହୋଇଛି। ଜୁନ ୧ରେ ୨୩୩ ବୁଥରେ ୨ ଲକ୍ଷ ୧୮ହଜାର ୮ ଶହ ୯୩ଜଣ ଭୋଟର ନିଜର ଭୋଟ ଦେଇ ନେତା ବାଛିବେ। ଚଳିତ ନିର୍ବାଚନରେ ପାରାଦୀପ ବିଧାନସଭା ଆସନ ହାତେଇବା ପାଇଁ ୮ଜଣ ପ୍ରାର୍ଥୀ ହୋଇଥିବା ବେଳେ ପ୍ରମୁଖ ତିନି ଦଳ ବିଜେଡି,ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ତ୍ରୀମୁଖି ଲଢେଇ। ଏଠାରେ ବିଜେଡି ସ୍ବର୍ଗତ ଡାକ୍ତର ଦାମୋଦର ରାଉତଙ୍କ ବୋହୁ ଗୀତାଞ୍ଜଳି ରାଉତରାୟଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଥିବା ବେଳେ , କଂଗ୍ରେସ ଏଠାରେ ନୂତନ ମୁହଁ ନିରଞ୍ଜନ ନାୟକଙ୍କୁ ପ୍ରାର୍ଥୀ କରିଛି ଏବଂ ବିଜେପି ୨୦୧୯ ର ପ୍ରାର୍ଥୀ ସମ୍ପଦ ସ୍ବାଇଁଙ୍କୁ ପୂର୍ଣ୍ଣର୍ବାର ପ୍ରାର୍ଥୀ କରିଛି। ସବୁ ପ୍ରାର୍ଥୀଙ୍କ ମୁଦ୍ଦା ରହିଛି ପାରାଦୀପ ବିଭିନ୍ନ ଶିଳ୍ପରେ ନିଯୁକ୍ତି,ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ, ପାନୀୟଜଳ। ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଯୁକ୍ତିକୁ ପ୍ରାଧାନ୍ୟ ଦେଉଛି ତିନି ପ୍ରମୁଖ ଦଳ।

ସୁକିନ୍ଦାରେ ଜମୁଛି ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ସୁକିନ୍ଦା ବିଧାନସଭା ନିର୍ବାଚନମଣ୍ଡଳୀରେ ଜମୁଛି ନିର୍ବାଚନ ପ୍ରଚାର। ଭୋଟ ହାତେଇବାକୁ ଝାଳବୁହା କସରତ କରୁଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ।  ସଭା, ଶୋଭାଯାତ୍ରା ଓ ସମାବେଶ କରି ଚଳାଇଛନ୍ତି ପ୍ରଚାର। ଭୋଟରଙ୍କ ମନ ଜିଣିବାକୁ ନିଜ ନିଜ ଉପାୟରେ ଜାରି ରହିଛି ପ୍ରାର୍ଥୀଙ୍କ ଉଦ୍ୟମ। ଶେଷ ପର୍ଯ୍ୟାୟ ଜୁନ୍ ୧ ତାରିଖରେ ଏଠାରେ ଭୋଟ ଗ୍ରହଣ କରାଯିବ।

ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନମଣ୍ଡଳୀ  ବିଜେଡିର ଗଡ ଭାବେ ପରିଚିତ । ଏହି ଆସନ ଦୀର୍ଘ ୩୫ ବର୍ଷ ଧରି ଘଡ଼ାଇ ପରିବାର ହାତରେ ରହିଆସିଛି। ତେବେ ଚଳିତ ନିର୍ବାଚନ ପାଇଁ ସୁକିନ୍ଦା ରାଜନୀତି ରହିଛି ସରଗରମ । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଜୋରଦାର ପ୍ରଚାର ଚଳାଇଛନ୍ତି। ବିଜେଡି ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼ାଇ ଦିନରାତି ଏକ କରି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି। ପ୍ରୀତିରଞ୍ଜନଙ୍କୁ ପ୍ରଚାରରେ ସହଯୋଗ କରୁଛନ୍ତି ଅଭିନେତ୍ରୀ ପତ୍ନୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ। ପ୍ରୀତିରଞ୍ଜନଙ୍କୁ ଟକ୍କର ଦେବାକୁ ଜୋରଦାର ପ୍ରଚାର ଚଳାଇଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ। ପ୍ରଦୀପଙ୍କ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ସୁକିନ୍ଦାରେ ପ୍ରଚାର କରିଛନ୍ତି।

ବିଜେଡି ଓ ବିଜେପିକୁ ଟକ୍କର ଦେବାକୁ ନୂଆମୁହଁ ଉପରେ ଭରସା କରିଛି କଂଗ୍ରେସ। କଂଗ୍ରେସ ପ୍ରାର୍ଥୀ ବିଭୁଭୂଷଣ ରାଉତ ଗାଁ ଗହଳିରେ ପ୍ରଚାର ଚଳାଇଛନ୍ତି। ଘରକୁ ଘର ଯାଇ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି। ସୁକିନ୍ଦାରେ ଜମୁଛି ଜୋରଦାର ପ୍ରଚାର। ପୁରପଲ୍ଲୀ ସବୁଠି ଦେଖାଦେଇଛି ରାଜନୈତିକ କୋଳାହଳ। ତେବେ ଭୋଟର କାହାକୁ ଭୋଟ୍ ଦେବେ, ତାହା ସବୁ ଦିଗରୁ  ବିଚାର କରି ନିଷ୍ପତ୍ତି ନେଉଛନ୍ତି। ରାଜ୍ୟରେ ସୁକିନ୍ଦା ନିର୍ବାଚନମଣ୍ଡଳୀର ବେଶ୍ ଗୁରୁତ୍ବ ରହିଛି। ଚଳିତ ନିର୍ବାଚନରେ ଏଠାରୁ କିଏ ମାରିବ ବାଜି, ତାକୁ ନେଇ ସମସ୍ତଙ୍କ ନଜର ଏବେ ସୁକିନ୍ଦା ଉପରେ ରହିଛି ।

ଭୋଗରାଇରେ ଫିକା ପଡ଼ିଲା ବିଜେପି ସଭା, ଅଧାବାଟରୁ ଫେରିଗଲେ ଅପରାଜିତା

ନନ୍ଦିଘୋଷ ବ୍ୟୁରୋ: ଭୋଗରାଇରେ ଫିକା ପଡ଼ିଲା ବିଜେପି ସଭା । ସଭାକୁ ଲୋକେ ନଆସିବାରୁ ଅଧାବାଟରୁ ଫେରିଗଲେ ଅପରାଜିତା ଷଡଙ୍ଗୀ । ଏହି ଅଭାବନୀୟ ଘଟଣାକୁ କ୍ୟାମେରାରେ ଉତ୍ତୋଳନ କରୁଥିବା ବେଳେ ଗୁଣ୍ଡାଗିରି କଲେ ବିଜେପି କର୍ମୀ । କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ ମାରିବା ସହ ମୋବାଇଲ ଛଡାଇ ନେଲେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ନିର୍ବାଚନମଣ୍ଡଳି ଥାନା ଛକ ପଡ଼ିଆରେ ଘଟିଛି ଏଭଳି ଘଟଣା । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ବିଜେପି ପକ୍ଷରୁ ଏକ ସାଧାରଣ ସଭା ଆୟୋଜନ ହୋଇଥିଲା । ଏହି ସଭାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହି ସଭାକୁ ଲୋକେ ଆସିନଥିଲେ । ବାଧ୍ୟ ହୋଇ ଅପରାଜିତା ଅଧାବାଟରୁ ଫେରିଯାଇଥିଲେ । ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସନ୍ତୁଷ୍ଟ ହୋଇ ଲୋକଙ୍କ ସଭାସ୍ଥଳ ଛାଡି ଚାଲିଯିବା ଦୃଶ୍ୟକୁ ଗଣମାଧ୍ୟମ ପ୍ରତିନିଧି କ୍ୟାମେରାରେ ଉତ୍ତୋଳନ କରୁଥିବା ବେଳେ, ଉତ୍ତ୍ୟକ୍ତ ବିଜେପି କର୍ମୀ ତାଙ୍କୁ ମାଡ଼ ମାରିବା ସହ ମୋବାଇଲ ଛଡାଇ ନେଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଜେପି କର୍ମୀ ଓ ନେତାଙ୍କ ଏପରି ଗୁଣ୍ଡାରାଜକୁ ନିନ୍ଦା କରିଛନ୍ତି ସାଧାରଣ ଲୋକ ।

୧୨ ଜୁଲାଇରେ ହେବ ଅନନ୍ତ-ରାଧିକାଙ୍କ ବିବାହ, ସାମନାକୁ ଆସିଲା ନିମନ୍ତ୍ରଣ କାର୍ଡ

ନନ୍ଦିଘୋଷ ବ୍ୟୁରୋ: ଜଣାଶୁଣା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଆସନ୍ତା ଜୁଲାଇ ୧୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ରାଧିକା ମର୍ଚାଣ୍ଡଙ୍କ ସହ ତାଙ୍କର ହାତଗଣ୍ଠି ପଡ଼ିବ । ଜୁଲାଇ ୧୨ ତାରିଖରେ ବିବାହା ହେବାକୁ ଥିବାବେଳେ ନିମନ୍ତ୍ରଣ କାର୍ଡ ସାମନାକୁ ଆସିଛି । ମୁମ୍ବାଇର ବିକେଶିସ୍ଥିତ ଜିଓ ଓ୍ବାଲ୍ଡ କନଭେନସନ ସେଣ୍ଟରରେ ହିନ୍ଦୁ ରୀତି ରୀତି ହିସାବରେ ବିବାହ ହେବ । ପୂର୍ବରୁ କୁହାଯାଉଥିଲା କି, ଲଣ୍ଡନରେ ଏକ ବିଳାସପୂର୍ଣ୍ଣ ହୋଟେଲରେ ବିବାହ ହେବ । ମାତ୍ର ଖବର ସରବରାହ ସଂସ୍ଥା ANI ପକ୍ଷରୁ ନିମନ୍ତ୍ରଣ କାର୍ଡ ପୋଷ୍ଟ କରାଯାଇଛି । ଯାହାକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ମଧ୍ୟ ଦେଉଛନ୍ତି । ତେବେ କହି ରଖୁଛୁ କି, ରାଧିକା ଏବଂ ଅନନ୍ତଙ୍କ ପ୍ରିଓ୍ବେଡିଂ ଗୁଜୁରାଟରେ ହୋଇଥିଲା ।

ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି କରୁଛି ବିଜେପି : ବିଜେଡି

ଭୁବନେଶ୍ବର: ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି କରୁଛି ବିଜେପି। ନିର୍ବାଚନ ବୈତରଣୀ ପାର ହେବା ଲାଗି ବିଜେପି ଭୋଟରଙ୍କୁ ପ୍ରଭାବିତ କରିବାକୁ ଶେଷ ଆୟୁଧ କରିଛି । ଓଡିଶାରେ ମା’ଙ୍କ ସମର୍ଥନ କମ ପଡିବାରୁ ବିଜେପି ଉତ୍ତର ପ୍ରଦେଶରୁ ମହିଳାଙ୍କୁ ଆଣିଛନ୍ତି । ଉତ୍ତର ପ୍ରଦେଶରୁ ଆସିଛନ୍ତି 15 ଜାଣିଆ ମହିଳା ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ନେତୃତ୍ୱ ନେଉଛନ୍ତି ରଜନୀ ତୋମାର । ରାଜନଗର ନିର୍ବାଚନ ମଣ୍ଡଳୀର ଭିତରଗଡ଼ ପଂଚାୟତରେ ମହିଳାଙ୍କୁ ଏହି ଗ୍ୟାଙ୍ଗ ପ୍ରଲୋଭିତ କରୁଛନ୍ତି । ଉତ୍ତର ପ୍ରଦେଶରେ ସରକାରରେ ଥାଇ ସୁଭଦ୍ରା ଯୋଜନାରେ ମା’ଙ୍କୁ 50 ହଜାର ଟଙ୍କା ଦେଉଛୁ ବୋଲି କହି ଭୁତଉଛନ୍ତି । ଭିତରଗଡ଼ ପଂଚାୟତର ମହିଳାଙ୍କ ବ୍ୟାଙ୍କ ସୂଚନା ନେଇ ସେମାନଙ୍କୁ ପ୍ରଲୋଭିତ କରୁଛନ୍ତି । ବିଜେପିର ରାଜନଗର ବିଧାୟକ ପ୍ରାର୍ଥୀ ଲଳିତ କୁମାର ବେହେରା ଓ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଲାଗି ସେମାନେ ଭୋଟ ମାଗୁଛନ୍ତି । ବିଜେପି କେବେ ମହିଳାଙ୍କ ସହ ନଥିଲା କି ସମ୍ମାନ ଦେଉନଥିଲା । ନିର୍ବାଚନ ଆସିବାରୁ ବିଜେପି ନେତା ଅନ୍ଧାରୀ ବିଜେ କରୁଛନ୍ତି । ଅନ୍ଧାରୀ ବିଜେ କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ଏ ନେଇ ବିଜେଡ଼ିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସମସ୍ତ ଭିଡିଓ ପ୍ରମାଣ ଦେଇଛି।

ଓଡିଶାକୁ ଆସି ବିଜେପି ନେତା ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିଛନ୍ତି : ରାହୁଲ ଗାନ୍ଧୀ

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ବାଲେଶ୍ବର ସିମୁଳିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ, ଆୟୋଜିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧା ଟାର୍ଗେଟ କରିଛନ୍ତି ରାହୁଲ । ଦେଶର ସମ୍ବିଧାନ  ବିପଦରେ ରହିଛି । ହେଲେ କଂଗ୍ରେସ କ୍ଷମତାକୁ ଆସିଲେ ସମ୍ବିଧାନକୁ ବଦଳାଇବାକୁ କିଏ ସାହସ କରିବ ନାହିଁ ବୋଲି କହିଛନ୍ତି । ସେହିପରି ବିଜେପି ନେତାମାନେ ଓଡିଶା ମାଟିକୁ ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିଛନ୍ତି । ଯାହାକି ପ୍ରତିଟି ଓଡିଆଙ୍କ ଅପମାନ । ପୁରୀରୁ ସାଂସଦ ପ୍ରାର୍ଥୀ ମହାପ୍ରଭୁ ଜଗନ୍ନାଥ, ମୋଦୀଙ୍କ ଭକ୍ତ ବୋଲି  କହିଛନ୍ତି । ଯାହାକୁ ତାଙ୍କର ଗର୍ବ ଓ ଅହଙ୍କାରର ପରିଚୟ ଦେଉଛି ବୋଲି ରାହୁଲ କହିଛନ୍ତି । ୧୦ବର୍ଷ ହେଲା ଦେଶର ସମସ୍ୟା ଗୁଡିକର ସମାଧାନ ପରିବର୍ତ୍ତେ, ତାଙ୍କୁ ଭଗବାନ ପଠାଇଛନ୍ତି ଓ ସେ ତାଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ହାସ୍ୟାସ୍ପଦ ବୋଲି ରାହୁଲ କହିଛନ୍ତି । ଏଭଳି ଅହଙ୍କାରୀ ଦଳକୁ ଭୋଟ ଦେବା ଅର୍ଥ ଦେଶକୁ ଅନ୍ଧକାର ମଧ୍ୟକୁ ଠେଲିଦେବା ବୋଲି ସେ କହିଛନ୍ତି ।

ସୋରକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି : କାର୍ତ୍ତିକ ପାଣ୍ଡିଆନ

ନନ୍ଦିଘୋଷ ବ୍ୟୁରୋ: ସୋରକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି। କାରଣ ବାହାନଗାର ଯୁବକ ଓ ସ୍ଥାନୀୟ ଲୋକମାନେ ମାନବିକତା ଓ ମଣିଷପଣିଆର ନୂଆ ପରିଚୟ ଦେଇଛନ୍ତି । ସୋରରେ ଜଳସେଚନର ଉନ୍ନତି ପାଇଁ ଦୁଇଟି ପ୍ରକଳ୍ପ ପାଇଁ ଦୁଇ ଶହ କୋଟି ଖର୍ଚ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଗକୁ ମଧ୍ୟ ସୋରର ବିକାଶ ପାଇଁ ଯାହା ଆବଶ୍ୟକ ତାହା କରାଯିବ ବୋଲି ଆଶ୍ବାସନା ଦେଇଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ନିର୍ବାଚନ ସମୟରେ ବିରୋଧୀ ଦଳ ମିଠା ମିଠା କଥା କହି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ ୨୦୧୪ରେ ମଧ୍ୟ ପେଟ୍ରୋଲ, ଡିଜେଲ ଦର ଓ ଦରଦାମ କମାଇବାକୁ ଘୋଷଣା କରିଥିଲେ । ଏଯାଏଁ ଦରଦାମକୁ ନିୟନ୍ତ୍ରଣ କରିପାରିଲେନି । ନବୀନ ପଟ୍ଟନାୟକ ସୋର ସହ ସାରା ରାଜ୍ୟର ବିକାଶ ପାଇଁ ଦିନରାତି କାମ କରୁଛନ୍ତି । ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ନେବା ଦିନ ହିଁ ବିଜୁଳି ବିଲ ଛାଡ ହେବା ସହ ରାଜ୍ୟର ୯୫ ପ୍ରତିଶତ ଲୋକଙ୍କୁ ମିଳିବ ବିଏସକେୱାଇ ନବୀନ କାର୍ଡ ଏବଂ ମିଶନ ଶକ୍ତି ମହିଳାଙ୍କୁ ପେନସନ।