ବଡ଼ଚଣାରୁ ପ୍ରାର୍ଥୀ ହେବା ପରେ କଣ କହିଲେ ବର୍ଷା ଜାଣନ୍ତୁ ?

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପାଇଁ ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବର୍ଷା ପ୍ରିୟଦର୍ଶିନୀଙ୍କ ନାମରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯାଜପୁର ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ବର୍ଷାଙ୍କୁ ଯୋଦ୍ଧା କରିଛି ବିଜୁ ଜନତା ଦଳ । ଗତକାଲି ଶଙ୍ଖ ଭବନେର ବିଜେଡିରେ ମିଶିଥିଲେ ବର୍ଷା  । ଏହାର ଦିନକ ପରେ ଅର୍ଥାତ ଆଜି ବିଜେଡି ବର୍ଷାଙ୍କୁ ମୈଦାନକୁ ଛାଡିଛି । ପ୍ରାର୍ଥୀହେବାପରେ କଟକ ଚଣ୍ଡୀ ମନ୍ଦିର ଯାଇ ମାଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ବର୍ଷା ତାଙ୍କ ପ୍ରାଥମିକ ପ୍ରତିକ୍ରିୟାରେ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋପ୍ରତି ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞତା ଜଣାଉଛି । ମୁଖମନ୍ତ୍ରୀଙ୍କ ବିଶ୍ଵାସ ଓ ଭରସାକୁ ସମ୍ମାନ ଜଣାଉଛି ଆଗାମି ଦିନରେ ତାଙ୍କର ଏହି ବିଶ୍ୱାସକୁ ଅତୁଟ ରଖିବି । ବଡ଼ଚଣା ମଟିର ସମସ୍ଥ ମା’ ମାଉସୀଙ୍କୁ ଭୁମିଷ୍ଠ ପ୍ରଣାମ ଜଣାଉଛି ସେମାନଙ୍କର ସୁଖ, ଦୁଖଃରେ ଛିଡ଼ା ହେବି । ଶତ ପ୍ରତିଶତ ନୁହେଁ ହଜାର ପ୍ରତିଶତ ଚେଷ୍ଟା ଜାରି ରଖିବି ବଡ଼ଚଣାର ବିକାଶ ପାଇଁ । ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବି । ମହିଳା ସଶକ୍ତି କରଣକୁ ଆହୁରି କେମିତି ଆଗକୁ ନିଆଯାଇପାରିବ ସେଥିପାଇଁ ଗୁରୁତ୍ବ ଦେବି ।