spot_img
Home Blog Page 1879

ଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ,୧୩ ରାଜ୍ଯର ୮୯ ଆସନରେ ମତଦାନ ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ :  ଦେଶରେ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ। ୧୩ ରାଜ୍ୟର ୮୯ ଆସନରେ ଭୋଟଦାନ ଆରମ୍ଭ ହୋଇଛି  । ୧୨୧୦ ପ୍ରାର୍ଥୀଙ୍କର ହେଉଛି ଭାଗ୍ଯ ନିର୍ଦ୍ଧାରଣ ।  ମଇଦାନରେ ୧୦୦ ମହିଳା ପ୍ରାର୍ଥୀ ଥିବାବେଳେ ୩୯୦ କୋଟିପତି ପ୍ରାର୍ଥୀ ରହିଛନ୍ତି। ସାରା ଦେଶବାସୀଙ୍କ ନଜର ରହିଛି କେରଳ ୱାୟନାଡ ସିଟ୍ ଉପରେ। ଏଠାରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେଠାରେ ଇଣ୍ଡିଆ ମେଣ୍ଟ ବିଫଳ ହୋଇଥିବାରୁ ରାହୁଲ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି।

ଆସାମର ୫ ଲୋକସଭା ଆସନ, ବିହାରର ୫, ଛତିଶଗଡ଼ ୩, କର୍ଣ୍ଣାଟକର ୧୪, କେରଳର ୨୦, ମଧ୍ୟପ୍ରଦେଶର ୭, ମହାରାଷ୍ଟ୍ରର ୮, ଉତ୍ତରପ୍ରଦେଶର ୮, ରାଜସ୍ଥାନର ୧୩, ପଶ୍ଚିମବଂଗର ୩ ସହ ତ୍ରିପୁରା, ମଣିପୁର ଓ ଜମ୍ମୁ କାଶ୍ମୀର ଗୋଟିଏ ଲେଖାଏ ଆସନରେ ଭୋଟ ଗ୍ରହଣ ହେବ। କଂଗ୍ରେସ ନେତା କେ.ସି. ଭେନୁଗୋପାଲ, ତାରିକ ଅନୱର, ଶଶୀ ଥରୁରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।

କେରଳର ପୂର୍ବତନ ମୁଖ୍ଯମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି, ଅଶୋକ ଗେହଲଟଙ୍କ ପୁଅ ବୈଭବ ପଟେଲ, ବସୁନ୍ଧରା ରାଜେଙ୍କ ପୁଅ ଦୁଶ୍ଯନ୍ତ ସିଂ, ପୂର୍ବତନ ମୁଖ୍ଯମନ୍ତ୍ରୀ ଏଚ.ଡି.କୁମାରସ୍ବାମୀ, ଭୂପେଶ ବଘେଲ ବି ରହିଛନ୍ତି ମଇଦାନରେ। ଅଭିନେତ୍ରୀ ହେମାମାଳିନୀ, ଅରୁଣ ଗୋଭିଲଙ୍କର ବି ହେବ ଭାଗ୍ଯ ପରୀକ୍ଷା। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ରାଜସ୍ଥାନ ଏବଂ କେରଳରେ ଭୋଟଗ୍ରହଣ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯିବ। ଏପ୍ରିଲ ୧୯ରେ ରାଜସ୍ଥାନର ୧୨ ଲୋକସଭା ଆସନ ଲାଗି ଭୋଟଗ୍ରହଣ ହୋଇଥିଲା।

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଓଡ଼ିଶାରେ ନିର୍ବାଚନ ମାହୋଲ୍ । ଦେଶରେ ପଞ୍ଚମ ତଥା ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମେ’୨୦ ରେ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ତାସହ ନାମାଙ୍କନ ଦାଖଲ ପ୍ରକ୍ରିୟା ବି ଆରମ୍ଭ ହେଉଛି । ମେ ୩ ତାରିଖରେ ନାମାଙ୍କନ ସରି ୪ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୬ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ଯାହାରର ସୁଯୋଗ ରହିଛି । ଏହାପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇ ମେ’ ୨୦ରେ ନିର୍ବାଚନ ହେବ ।

ଏହି ପର୍ଯ୍ୟାୟରେ ୫ଟି ଲୋକସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କାରେ ମତଦାନ ହେବ । ଏହି ୫ ଆସନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବରଗଡରେ ବିଜେଡି ପରିଣିତା ମିଶ୍ରଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ପ୍ରଦୀପ ପୁରୋହିତ ଓ କଂଗ୍ରେସ ସଞ୍ଜୟ ଭୋଇଙ୍କୁ ପ୍ରାର୍ଥୀ କରିଛି । ସୁନ୍ଦରଗଡ଼ରେ ବିଜେଡିର ଦିଲ୍ଲୀପ ତିର୍କୀ, ବିଜେପିର ଜୁଏଲ ଓରାମ ଓ କଂଗ୍ରେସର ଜନାର୍ଦ୍ଦନ ଦେହୁରୀଙ୍କ ମଧ୍ଯରେ ଟକ୍କର ହେବ ।

ସେହିପରି ବଲାଙ୍ଗୀରରେ ବିଜେଡିର ସୁରେନ୍ଦ୍ର ସିଂଭୋଇ ବିଜେପିର ସଙ୍ଗୀତା ସିଂହଦେଓ ଓ କଂଗ୍ରେସ ମନୋଜ ମିଶ୍ର ପ୍ରାର୍ଥୀ ହୋଇଛନ୍ତି । ସେହିପରି କନ୍ଧମାଳରେ ଅଚ୍ଯୁତ ସାମନ୍ତଙ୍କୁ ବିଜେଡି ରିପିଟ୍ କରିଥିବାବେଳେ ବିଜେପି ସୁକାନ୍ତ ପାଣିଗ୍ରାହୀ ଓ କଂଗ୍ରେସ ଅମିରଚାନ୍ଦ ନାୟକଙ୍କୁ ପ୍ରାର୍ଥୀ କରିଛି । ଆସିକା ଲୋକସଭାରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଫାଇଟ । ଏଠାରେ ବିଜେଡି ଏଥର ନବାଗତା ରଞ୍ଜିତା ସାହୁଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଅନୀତା ଶୁଭଦର୍ଶିନୀ ଓ କଂଗ୍ରେସ ଦେବକାନ୍ତ ଶର୍ମାଙ୍କୁ ମଇଦାନକୁ ଓହ୍ଲାଇଛି ।

ଅମିତ ଶାହଙ୍କ ଗସ୍ତକୁ ନେଇ ରାଜ୍ଯ ବିଜେପିକୁ ସମାଲୋଚନା କଲେ ଭୃଗୁ ବକ୍ସିପାତ୍ର

ବ୍ରହ୍ମପୁର: ହତାଶ ଓଡ଼ିଶା ବିଜେପି କର୍ମୀଙ୍କୁ ଉତ୍ସାହିତ କରିବାକୁ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ଗସ୍ତକୁ ନେଇ ରାଜ୍ଯ ବିଜେପିକୁ ସମାଲୋଚନା କରି ଏପରି କହିଛନ୍ତି ବିଜେଡି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର । ସେ କହିଛନ୍ତି, ରାଜ୍ଯ ବିଜେପି ନେତାଙ୍କ ଅପାରଗତା କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭଲଭାବେ ଜଣା । ୨୦୦୯ ମସିହାରୁ ଏଯାଏଁ ଓଡ଼ିଶାବାସୀଙ୍କ ବିଶ୍ବାସ ଜିତିପାରିନି ବିଜେପି । ରାଜ୍ଯ ନେତାମାନଙ୍କ ଉପରେ ଭରସା ପାଉନଥିବାରୁ କର୍ମୀଙ୍କୁ ଉତ୍ସାହିତ କରିବାକୁ ଶାହ ଓଡ଼ିଶା ଆସିଥିଲେ । କାରଣ ସେମାନେ ନିର୍ବାଚନ ଫଳାଫଳ କଣ ହେବ ସେକଥା ଜାଣିସାରିଲେଣି । ଏଣୁ ନିରାଶ କର୍ମୀଙ୍କ ମନରେ ଉତ୍ସାହିତ କରିବା ହିଁ ଓଡ଼ିଶା ଗସ୍ତର ମୁଖ୍ଯ ଉଦ୍ଦେଶ୍ଯ ରହିଥଇଲା ।

ସାରା ଦେଶରେ ନବୀନ ଓଡି଼ଶା ଏକ ମଡେଲ ଭାବେ ପରିଚିତ ହୋଇଛି । ସ୍ବାସ୍ଥ୍ଯ, ଶିକ୍ଷା, ରୋଜଗାର, କୃଷକଙ୍କ ଉନ୍ନତିରେ ଓଡ଼ିଶା ଅନ୍ଯ ରାଜ୍ଯମାନଙ୍କ ପାଇଁ ଉଦାହରଣ ।  ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ନୀତିକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି । ବିଗତ ୧୦ ବର୍ଷରେ ଓଡ଼ିଶାର ଅନେକ ଉପଲବ୍ଧି ପାଇଁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । ବିଭିନ୍ନ ସମୟରେ ପ୍ରତିଷ୍ଠିତ ଏଜେନ୍ସିଙ୍କ ସର୍ଭେ ରିପୋର୍ଟରେ ନବୀନ ଏକ ନମ୍ବର ମୁଖ୍ଯମନ୍ତ୍ରୀ ହୋଇଛନ୍ତି । ଓଡ଼ିଶା ଏକମାତ୍ର ରାଜ୍ଯ ଯିଏ ଚାଷୀମାନଙ୍କ ଆୟକୁ ଦୁଇଗୁଣା କରିପାରିଛି । ବେକାରୀ ହ୍ରାସରେ ଓଡ଼ିଶା ଏକ ନମ୍ବର ହୋଇଥିବାବେଳେ ବିଜେପି ଶାସିତ ରାଜ୍ଯରେ ସ୍ଥିତି ଉଦବେଗଜନକ । ମହିଳା ସଶକ୍ତିକରଣରେ ନବୀନ ଓଡ଼ିଶା ଏକ ମଡେଲ । ଯାହାକୁ ଅନ୍ଯ ରାଜ୍ଯ ଓ କେନ୍ଦ୍ର ସରକାର ମଧ୍ଯ ଅନୁକରଣ କରୁଛନ୍ତି ।

ମାତ୍ର ମହିଳାଙ୍କ ଏକ୍ସପୋଜର ଭିଜିଟକୁ ଓଡ଼ିଶା ବିଜେପି ନେତା ଷଡ଼ଯନ୍ତ୍ର କରି ବନ୍ଦ କରିଦେଇଛି । ଓଡ଼ିଶାର ମହିଳାମାନେ ସଶକ୍ତ ହେଲେ ଓଡ଼ିଶା ବିଜେପି ନେତାଙ୍କ ଦେହରେ ଯାଉନି । ବିଏସକେୱାଇ ହେଉଛି ଦେଶରେ ଅନନ୍ଯ ଯୋଜନା । ଏହାକୁ ବି ବନ୍ଦ କରିବାକୁ ବିଜେପି ନେତା ଷଡ଼ଯନ୍ତ୍ର କରୁଛି । ଫାଇଭ-ଟି ମାଧ୍ଯମରେ ରାଜ୍ଯରେ ୭ ହଜାର ସ୍କୁଲର ରୂପାନ୍ତରଣ ହୋଇଛି । ମାତ୍ର ଓଡ଼ିଶାରେ ଥିବା କୌଣସି କେନ୍ଦ୍ରୀୟ ବିଦ୍ଯାଳୟରେ ସ୍ମାର୍ଟ କ୍ଲାସରୁମ ହୋଇପାରଲାନି । ନବୀନଙ୍କ ନେତୃତ୍ବରେ ରାଜ୍ଯରେ ଦୃତ ବିକାଶ, ଦୃଢ ବିକାଶ, ନିରନ୍ତର ବିକାଶ ଚାଲିଛି । ସେଥିରେ କୌଣସି ବିରତି ଲାଗିନି । ଆଗକୁ ମଧ୍ଯ ଏହି ଧାରା ଜାରି ରହିବ ବୋଲି ଭୃଗୁ କହିଛନ୍ତି ।

ବରଗଡ଼ରେ ବିଜେଡିର ମହାମିଶ୍ରଣ ପର୍ବ

ନନ୍ଦିଘୋଷ ବ୍ୟୁରୋ: ବରଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ଵରେ ମହାମିଶ୍ରଣ ପର୍ବ। ବରଗଡ଼ ନିର୍ବାଚନ ମଣ୍ଡଳୀରେ ବଢିବାକୁ ଲାଗିଛି ବିଜେଡିର ବଳ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବନ୍ଦା ଗ୍ରାମ ପଞ୍ଚାୟତର ଶତାଧିକ ବିଜେପି କର୍ମୀ ନିଜ ଦଳ ଛାଡ଼ି ଦେବେଶ ଆଚାର୍ଯ୍ୟଙ୍କ ଦୃଢ଼ ନେତୃତ୍ବରେ ବିଶ୍ବାସ କରି ବିଜେଡି ଦଳରେ ସାମିଲ ହୋଇଛନ୍ତି ।  ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଦୃଢ଼ ସଂକଳ୍ପ ନେଇଛନ୍ତି ସମସ୍ତେ। ତେବେ ବନ୍ଦା ଗ୍ରାମ ପଞ୍ଚାୟତର  ରମେଶ ପାତ୍ର, ଅରବିନ୍ଦ ପ୍ରଧାନ, କୃପାସିନ୍ଧୁ ରଣା, କାଳିଆ ପାଣଗ୍ରାହୀ, ନାରାୟଣ ପ୍ରଧାନ, ପିଣ୍ଟୁ ବିଶି ପ୍ରମୁଖ ବିଜେଡିରେ ଯୋଗଦେଇଛନ୍ତି।

ସୁନ୍ଦରଗଡ଼ ଲୋକସଭା ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀଙ୍କ ଜୋରଦାର ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ଵିରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସୁନ୍ଦରଗଡ଼ ଲୋକସଭା ବିଜେଡି ପ୍ରାର୍ଥୀ  ଦିଲ୍ଲୀପ ତିର୍କୀ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି। ଵିରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳି ବିଜେଡି ପ୍ରାର୍ଥୀ ରୋହିତ ଯୋଶେଫ ତିର୍କୀ,  ପୁର୍ବତନ ବିଧାୟକ ଜର୍ଜ ତିର୍କୀ ଓ ଵିରମିତ୍ରପୁର ଵିଜେଡି ସହ ପର୍ଯ୍ୟବେକ୍ଷକ ମନୋଜ ସେନାପତିଙ୍କ ସହ ନିର୍ବାଚନ ପ୍ରଚାର କରିଛନ୍ତି। ଏହି ଅବସରରେ ଵିରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳି ଅର୍ନ୍ତଗତ ପୁଟରିଖମନ ଗାଁରେ ଆଜି ଵିଜେଡି ପକ୍ଷରୁ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।‌ ଜର୍ଜ ସେନାର ଦୁଇ ହଜାରରୁ ଅଧିକ କର୍ମୀ ଓ ନେତା ଆଜି ଵିଜେଡିରେ ଯୋଗ ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଵ୍ୟାପକ ବିକାଶ କାର୍ଯ୍ୟରେ ଆକୃଷ୍ଟ ହୋଇ ବିଭିନ୍ନ ଦଳର ହଜାର ହଜାର କର୍ମୀ ଓ ନେତା ବିଜେଡିରେ ଦୈନିକ ସାମିଲ ହେଉଛନ୍ତି। ସୁନ୍ଦରଗଡ଼ ଲୋକସଭା ଆସନ ସହିତ ସୁନ୍ଦରଗଡ଼ ଜିଲ୍ଲାର ୭ଟି ବିଧାନସଭା ଆସନରେ ଵିଜେଡି ପ୍ରାର୍ଥୀମାନେ ବିପୁଳ ଭୋଟରେ ବିଜୟୀ ହେଵେ ବୋଲି ବିଜେଡି ପକ୍ଷରୁ ଦମ୍ଭୋକ୍ତି ପ୍ରକାଶ କରାଯାଇଛି ।

ବିଜେଡ଼ିରେ ମିଶିଲେ ବରଗଡ଼ର ବିଶିଷ୍ଟ ସମାଜସେବୀ ମିନାକ୍ଷୀ ମିଶ୍ର

ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ ବରଗଡ଼ର ବିଶିଷ୍ଟ ସମାଜସେବୀ ମିନାକ୍ଷୀ ମିଶ୍ର । ମିନାକ୍ଷୀ ମିଶ୍ରଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମିନାକ୍ଷୀ ମିଶ୍ର ହେଉଛନ୍ତି ବିଜେଡି ନେତା ସ୍ୱର୍ଗତ ଦେଵବ୍ରତ ମିଶ୍ରଙ୍କ ପତ୍ନୀ । ସେ ବରଗଡ଼ର ଫାଇଟ ଫର ରାଇଟ ସାମାଜିକ ସଂଗଠନର ପ୍ରତିଷ୍ଠାତା । ତାଙ୍କ ଯୋଗଦାନ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ ବୋଲି ବିଜେଡି କହିଛି । ମିନାକ୍ଷୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ପ୍ରଭାବିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ମୁଖପାତ୍ର ପ୍ରିୟବ୍ରତ ମାଝୀ ଓ କଣ୍ଟାବାଞ୍ଜି ଓ ପଦ୍ମପୁରର ପର୍ଯ୍ୟବେକ୍ଷକ ମୌସମ ମିଶ୍ର ଉପସ୍ଥିତ ଥିଲେ ।

ବିଜେଡିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ ଭଟଲିର ୨୦୧୯ କଂଗ୍ରେସ ବିଧାୟକ ପ୍ରାର୍ଥୀ ସରୋଜ କୁମାର ମହାପାତ୍ର। ତାଙ୍କ ସହ କଂଗ୍ରେସର ଅନେକ କର୍ମକର୍ତ୍ତା ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ସରୋଜଙ୍କ ଯୋଗଦାନ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ପ୍ରଭାବିତ ହୋଇ ବିଜେଡିରେ ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ବିଦ୍ୟାଳୟ, ବିଜୁ ସ୍ୱାସ୍ଥ୍ୟ କାର୍ଡ ଓ ମହିଳାଙ୍କ ପାଇଁ ହୋଇଥିବା ଯୋଜନା ସବୁ ଆକୃଷ୍ଟ କରିଛି ବୋଲି କହିଛନ୍ତି ସରୋଜ।

କାହାକୁ ବାଛିବେ ସତ୍ୟବାଦୀ ଭୋଟର?

ନନ୍ଦିଘୋଷ ବ୍ୟୁରୋ: ପୁରୀ ଜିଲ୍ଲାରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ୟତମ ପ୍ରମୁଖ ନିର୍ବାଚନ ମଣ୍ଡଳୀ ହୋଇଥିବା ବେଳେ ଏଠାରେ ଭୋଟର ବେଶ ସଚେତନ। ଆଗାମୀ ମେ ୨୫ ତାରିଖରେ ଏହି ନିର୍ବାଚନ ମଣ୍ଡଳୀରେ ଭୋଟଦାନ ଥିବା ବେଳେ ଏଠାକାର ବାସିନ୍ଦା ବେଶ ଉତ୍ସାହିତ ରହିଛନ୍ତି। ନିଜର ବହୁମୂଲ୍ୟ ଭୋଟ ଦାନ ପାଇଁ ପ୍ରସ୍ତୁତ ହୋଇଛନ୍ତି ସମସ୍ତେ। ସତ୍ୟବାଦୀର ବିକାଶ ତଥା ମୌଳିକ ସମସ୍ୟା ଓ ଜଳ ନିଷ୍କାସନ ସମସ୍ୟା ଦୂର ନେଇ କାର୍ଯ୍ୟ କରିବା ପାର୍ଥୀଙ୍କୁ ନିର୍ବାଚନମଣ୍ଡଳି ବାସିନ୍ଦା ଭୋଟ ଦେବେ ବୋଲି ମନସ୍ତ କରିଥିବା ଜଣାପଡ଼ିଛି।

ଏଥର ଫମ୍ପା ପ୍ରତିଶ୍ରୁତି ନୁହଁ ବିକାଶକୁ ମିଳିବ ଭୋଟ। ନିର୍ବାଚନକୁ ନେଇ ବେଶ ସଚେତନ ପୁରୀ ଜିଲ୍ଲାର ସତ୍ୟବାଦୀ ଭୋଟର। ଭୌଗୋଳିକ ଦୃଷ୍ଟି କୋଣରୁ ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ବିଶାଳ ନିର୍ବାଚନ ମଣ୍ଡଳୀ ଭାବେ ପରିଗଣିତ। ଗତ ୨୦୧୪ ନିର୍ବାଚନ୍ତ୍ରର ସ୍ୱାଧୀନ ଓ ୨୦୧୯ ନିର୍ବାଚନରେ ବିଜେଡିରୁ ଏହି ଆସନରେ ଉମା ସାମନ୍ତରାୟ ବିଧାୟକ ରହିଥିଲେ। ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଜନସାଧାରଣ ବିଶେଷ କରି ଚାଷ ଉପରେ ନିର୍ଭରଶୀଳ ରହିଥିବାରୁ ଏଠାରେ ଚାଷୀ ମାନଙ୍କର ସମସ୍ୟା ପ୍ରମୁଖ ପ୍ରସଙ୍ଗ ରହିଛି। ନିର୍ବାଚନମଣ୍ଡଳିର ଆହୁରି  ବିକାଶର ଆବଶ୍ୟକତା ରହିଛି। ଏନେଇ ଲୋକଙ୍କ ହିତ ପାଇଁ  ଯିଏ କାର୍ଯ୍ୟ କରିବ ସେହିଭଳି ପାର୍ଥୀଙ୍କୁ ଚୟନ କରିବେ ବୋଲି ଅଂଚଳ ବାସୀ ମନସ୍ତ କରିଛନ୍ତି ।

ନିର୍ବାଚନମଣ୍ଡଳିରେ କଣାସ ବ୍ଲକ ଏକ ପ୍ରମୁଖ ଅଂଚଳ ହୋଇଥିବା ବେଳେ ଏଠାରେ ପ୍ରତିବର୍ଷ ବନ୍ୟାଜଳ ନିଷ୍କାସନ ସମସ୍ୟା ଦେଖାଯାଏ । ଭୋଟର ଏହି ପ୍ରସଙ୍ଗକୁ ନେଇ ଆଗାମୀ ନିର୍ବାଚନରେ ମତଦାନ କରିବେ ବୋଲି ଚିନ୍ତା କରିଛନ୍ତି। ଏଥର ସତ୍ୟବାଦୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ସଞ୍ଜୟ ଦାସବର୍ମା। ସେହିଭଳି ବିଜେପିରୁ ଓମ ପ୍ରକାଶ ମିଶ୍ର ଓ କଂଗ୍ରେସରୁ ମନୋଜ ରଥ ହୋଇଛନ୍ତି ପ୍ରାର୍ଥୀ। ତେବେ ଗତ କିଛି ବର୍ଷର ବିକାଶକୁ ଦେଖି ବିଜେଡିକୁ ପୁଣି ବାଛିବେ ବୋଲି ଭୋଟର ମତ ଦେଇଛନ୍ତି।

ସତ୍ୟବାଦୀରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜ ଅଂଚଳରେ ପ୍ରଚାକୁ ଜୋରଦାର କରିଛନ୍ତି । ହେଲେ ଚଳିତଥର ଅଞ୍ଚଳର ବିକାଶ ହିଁ ର୍ନିଣ୍ଣାୟକ ସାଜିବ ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ ।

 

ଆସନ୍ତାକାଲି ୧୩ ରାଜ୍ୟର ୮୯ ଆସନରେ ହେବ ଭୋଟ୍

ନନ୍ଦିଘୋଷ ବ୍ୟୁରୋ: ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ। ୧୩ ରାଜ୍ୟର ୮୯ ଆସନରେ ହେବ ଭୋଟ। ୧୨୧୦ ପ୍ରାର୍ଥୀଙ୍କ ଭାଗ୍ଯ ବି ହେବ ନିର୍ଦ୍ଧାରଣ।  ମଇଦାନରେ ୧୦୦ ମହିଳା ପ୍ରାର୍ଥୀ ଥିବାବେଳେ ୩୯୦ କୋଟିପତି ପ୍ରାର୍ଥୀ ରହିଛନ୍ତି। ସାରା ଦେଶବାସୀଙ୍କ ନଜର ରହିଛି କେରଳ ୱାୟନାଡ ସିଟ୍ ଉପରେ। ଏଠାରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେଠାରେ ଇଣ୍ଡିଆ ମେଣ୍ଟ ବିଫଳ ହୋଇଥିବାରୁ ରାହୁଲ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି। ଆସାମର ୫ ଲୋକସଭା ଆସନ, ବିହାରର ୫, ଛତିଶଗଡ଼ ୩, କର୍ଣ୍ଣାଟକର ୧୪, କେରଳର ୨୦, ମଧ୍ୟପ୍ରଦେଶର ୭, ମହାରାଷ୍ଟ୍ରର ୮, ଉତ୍ତରପ୍ରଦେଶର ୮, ରାଜସ୍ଥାନର ୧୩, ପଶ୍ଚିମବଂଗର ୩ ସହ ତ୍ରିପୁରା, ମଣିପୁର ଓ ଜମ୍ମୁ କାଶ୍ମୀର ଗୋଟିଏ ଲେଖାଏ ଆସନରେ ଭୋଟ ଗ୍ରହଣ ହେବ। କଂଗ୍ରେସ ନେତା କେ.ସି. ଭେନୁଗୋପାଲ, ତାରିକ ଅନୱର, ଶଶୀ ଥରୁରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। କେରଳର ପୂର୍ବତନ ମୁଖ୍ଯମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି, ଅଶୋକ ଗେହଲଟଙ୍କ ପୁଅ ବୈଭବ ପଟେଲ, ବସୁନ୍ଧରା ରାଜେଙ୍କ ପୁଅ ଦୁଶ୍ଯନ୍ତ ସିଂ, ପୂର୍ବତନ ମୁଖ୍ଯମନ୍ତ୍ରୀ ଏଚ.ଡି.କୁମାରସ୍ବାମୀ, ଭୂପେଶ ବଘେଲ ବି ରହିଛନ୍ତି ମଇଦାନରେ। ଅଭିନେତ୍ରୀ ହେମାମାଳିନୀ, ଅରୁଣ ଗୋଭିଲଙ୍କର ବି ହେବ ଭାଗ୍ଯ ପରୀକ୍ଷା। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ରାଜସ୍ଥାନ ଏବଂ କେରଳରେ ଭୋଟଗ୍ରହଣ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯିବ। ଏପ୍ରିଲ ୧୯ରେ ରାଜସ୍ଥାନର ୧୨ ଲୋକସଭା ଆସନ ଲାଗି ଭୋଟଗ୍ରହଣ ହୋଇଥିଲା।

ବାଙ୍କୀ ନିର୍ବାଚନ ମଣ୍ଡଳୀରେ କିଏ ମାରିବ ବାଜି?

ନନ୍ଦିଘୋଷ ବ୍ୟୁରୋ: କଟକ ଜିଲ୍ଲାର ବାଙ୍କୀ ଏବେ ବଡ଼ ଗରମ । ନିର୍ବାଚନ ପାଇଁ ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଏଠାରେ ହେଉଛି ତ୍ରିମୁଖୀ ଲଢ଼େଇ। ତେବେ କାହାର ହେବ ବାଙ୍କୀ ବାଧାନସଭା ନିର୍ବାଚନମଣ୍ଡଳୀ ? ତାକୁ ନେଇ ଚାଲିଛି ଅଙ୍କକଷା।

ସଭା, ଶୋଭାଯାତ୍ରା ଓ ସ୍ଲୋଗାନରେ କମ୍ପୁଛି ମଇଦାନ। ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଜୋର୍ ଧରିଛି ପ୍ରଚାର । ବାଙ୍କୀ, ଡମପଡା ଓ ବାରଙ୍ଗ ବ୍ଲକ ଏବଂ ବାଙ୍କୀ ଏନଏସିକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ। ଏଠାରେ ଅଛନ୍ତି ୨ ଲକ୍ଷ ୧୭ ହଜାର ୮୮୮ ଭୋଟର। ଏଥିରେ ପୁରୁଷ ୧ ଲକ୍ଷ ୧୩ ହଜାର ୧୩୯ ଓ ମହିଳା  ୧ ଲକ୍ଷ ୪ ହଜାର ୭୪୦ ଜଣ ଅଛନ୍ତି ।

ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ଦେବୀରଞ୍ଜନ ତ୍ରିପାଠୀ। ବିଜେପି ପକ୍ଷରୁ ତୁଷାରକାନ୍ତି ଚକ୍ରବର୍ତ୍ତୀ ଓ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଦେବାଶିଷ ପଟ୍ଟନାୟକ। ବିଜେପି ପ୍ରାର୍ଥୀ ତୁଷାରକାନ୍ତି ଚକ୍ରବର୍ତ୍ତୀଙ୍କୁ ଆଶାୟୀ ଶୁଭ୍ରାଂଶୁ ମୋହନ ପାଢ଼ୀ ତୀବ୍ର ବିରୋଧ କରୁଛନ୍ତି। ତେବେ ସବୁ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର ଚାଲିଛି।

ବାଙ୍କୀରେ ୨୦୦୦ ମସିହାରୁ ୨୦୧୯ ପର୍ଯ୍ୟନ୍ତ  ଅନୁଷ୍ଠିତ ୫ଟି ସାଧାରଣ ନିର୍ବାଚନରେ ବିଜେଡି ୪ ଥର ବିଜୟୀ ହୋଇଥିବା ବେଳେ କଂଗ୍ରେସ ଥରେ ଜିତିଥିଲା। ୨୦୦୦ ମସିହାରେ ବିଜେଡି ବାଜି ମାରିଥିଲା । ୨୦୦୪ରେ ବାଙ୍କୀରେ କଂଗ୍ରେସ ପ୍ରାର୍ଥୀ ୫୮ ହଜାର ୧୦୬ ଭୋଟ୍ ପାଇ ଜିତିଥିବା ବେଳେ ବିଜେଡି ୫୬ ହଜାର ୯୩୯ ଓ ସ୍ବାଧୀନ ପ୍ରାର୍ଥୀ ୨ ହଜାର ୬୨୦ ଭୋଟ୍ ପାଇଥଲେ । ୨୦୦୯ରେ ବିଜେଡି ପ୍ରାର୍ଥୀ ପ୍ରଭାତ ତ୍ରିପାଠୀ ୭୦ ହଜାର ୭୩୧ ଭୋଟପାଇ ବିଜୟୀ ହୋଇଥିଲେ । କଂଗ୍ରେସର ଦେବାଶିଷ ପଟ୍ଟନାୟକ ୪୬ ହଜାର ୨୮୬, ବିଜେପି ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀ ୮ ହଜାର ୫୬ ଭୋଟ ପାଇଥିଲେ ।

୨୦୧୪ରେ ବିଜେଡି ପ୍ରାର୍ଥୀ ପ୍ରଭାତ ତ୍ରିପାଠୀ ୮୫ ହଜାର ୬୩୨ ଭୋଟ ପାଇ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ୪୨ ହଜାର ୯ , ବିଜେପି ପ୍ରାର୍ଥୀ ୮ ହଜାର ୬୬୩, ସ୍ୱାଧୀନ ପ୍ରାର୍ଥୀ  ୪ ହଜାର ୨୫୧ ଭୋଟ୍ ଓ ଆପ ୧ ହଜାର ୩୩୬ ଭୋଟ୍ ପାଇ ପରାଜିତ ହୋଇଥିଲେ । ୨୦୧୯ରେ ଦେବୀରଞ୍ଜନ ତ୍ରିପାଠୀ ମଇଦାନକୁ ଓହ୍ଲାଇଥିଲେ।  ସେ  ୭୪ ହଜାର ୫୯୯ ଭୋଟ୍ ପାଇ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ୫୦ ହଜାର ୪୮୧,  ବିଜେପି ପ୍ରାର୍ଥୀ ୩୨ ହଜାର ୫୪୧ ଭୋଟ ପାଇଥିଲେ । ଚଳିତ ନିର୍ବାଚନରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ତାହା ଦେଖିବାକୁ ବାକି ରହିଲା ।

ରାଜ୍ଯ ସରକାରଙ୍କ ପ୍ରଚେଷ୍ଟାରେ ଗତ ୫ ବର୍ଷ ମଧ୍ଯରେ ବାଙ୍କୀ ନିର୍ବାଚନମଣ୍ଡଳୀରେ ଅନେକ ଉନ୍ନତିମୂଳକ କାର୍ଯ୍ଯ ହୋଇଛି। ପାନୀୟଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସାଙ୍ଗକୁ ମାଆ ଚର୍ଚ୍ଚିକା ମନ୍ଦିରର ହୋଇଛି ଉନ୍ନତିକରଣ। ଏଥିସହିତ ଇନଡୋର ଷ୍ଟାଡିୟମ, ମିନି ଷ୍ଟାଡିୟମ, ସ୍କୁଲ ଓ କଲେଜର ରୂପାନ୍ତରଣ ହୋଇଛି।