spot_img
Home Blog Page 1878

ଦିଲ୍ଲୀବାସୀଙ୍କୁ ସୁପ୍ରିମ ଆଶ୍ବସ୍ତି, ହିମାଚଳ ପ୍ରଦେଶକୁ ୧୩୭ କ୍ଯୁସେକ ପାଣି ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗରମରେ ସନ୍ତୁଳି ହେଉଥିବା ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତିର ବାଟ ଦେଖାଇଛନ୍ତି ସୁପ୍ରିମକୋର୍ଟ। ହିମାଚଳ ପ୍ରଦେଶକୁ ୧୩୭ କ୍ଯୁସେକ ପାଣି ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ହିମାଚଳ ପ୍ରଦେଶ ଶୁକ୍ରବାରଠାରୁ ଦିଲ୍ଲୀ ପାଇଁ ପାଣି ଛାଡିବ। ଏଥିରେ ହରିୟାଣା କୌଣସି ପ୍ରକାର ବାଧା ଦେଇପାରିବନି ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଗତ ବୁଧବାର ଯମୁନା ରିଭର ବୋର୍ଡ ସହିତ ବସିଥିବା ବୈଠକରେ ସମସ୍ତ ସଦସ୍ଯ ଏଥିରେ ସହମତି ପ୍ରଦାନ କରିଥିଲେ। ବୈଠକରେ ହିମାଚଳ ପ୍ରଦେଶ ମଧ୍ଯ ସାମିଲ ଥିଲା ।

ଦିଲ୍ଲୀକୁ ପାଣି ଦେବାକୁ ରାଜି ଅଛି ହିମାଚଳ ପ୍ରଦେଶ। ୧୩୭ କ୍ଯୁସେକ ପାଣି ହିମାଚଳ କାଲିଠାରୁ ଦିଲ୍ଲୀକୁ ମାସେ ପର୍ଯ୍ଯନ୍ତ ଦେବ। ତେବେ ହରିୟାଣା ଏଥିରେ କୌଣସି ପ୍ରକାର ବାଧା ଦେଇପାରିବନି ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ବଜିରାବାଦ ପର୍ଯ୍ୟନ୍ତ ପାଣି ବିନା ବାଧାରେ ପହଞ୍ଚିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ଯେପରି ପାଣି ନଷ୍ଟ ହେବନି ସେ ନେଇ ଧ୍ଯାନ ରଖିବାକୁ କହିଛନ୍ତି କୋର୍ଟ।

BSKY କାର୍ଡରେ ଚିକିତ୍ସା ଅବହେଳା ହେଲେ ୧୦୪କୁ କଲ୍ କରିବାକୁ ପରାମର୍ଶ : ପ୍ରଦୀପ ଜେନା

ଭୁବନେଶ୍ୱର: ବିଏସକେୱାଇ କାର୍ଡଧାରୀଙ୍କ ପାଇଁ ଆସ୍ୱସ୍ତି। BSKY କାର୍ଡକୁ ନେଇ ଲାଗିରହିଥିବା ଦ୍ୱନ୍ଦ୍ୱକୁ ଦୂର କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । BSKY କାର୍ଡକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଦେଲା ବଡ ସୂଚନା । ରାଜ୍ୟରେ BSKY କାର୍ଡ ବର୍ତ୍ତମାନ ବଳବତ୍ତର ରହିଛି ବୋଲି କହିଛନ୍ତି  ପ୍ରଦୀପ ଜେନା। ସେ କହିଛନ୍ତି, ସମସ୍ତ ହସ୍ପିଟାଲରେ BSKY କାର୍ଡରେ ଚିକିତ୍ସା ଚାଲୁ ରହିବ । କୌଣସି ହସ୍ପିଟାଲରେ ବିଏସକେୱାଇ ହିତାଧିକାରୀଙ୍କୁ ଚିକିତ୍ସାରେ ଅବହେଳା କିମ୍ୱା ଫେରାଇ ପାରିବେ ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜରୁରୀ ଟେଲିଫୋନ ନମ୍ୱର- ୧୦୪ ଜାରି ହୋଇଛି । BSKYରେ ଅବହେଳା ହେଲେ ୧୦୪କୁ କଲ୍ କରିବା ପାଇଁ ପରାମର୍ଶ ଦିଆଯାଇଛି । କୌଣସି ହସ୍ପିଟାଲ ଏହାକୁ ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ଯେପର୍ଯ୍ୟନ୍ତ ନୂଆ ନିଷ୍ପତ୍ତି ନିଆଯାଇନି ସେ ପର୍ଯ୍ୟନ୍ତ ବିଏସକେୱାଇ କାର୍ଡରେ ସେବା ଜାରି ରହିବ ବୋଲି ସ୍ୱାସ୍ଥ୍ୟ ସଚିବ ସ୍ପଷ୍ଟ କରିଛନ୍ତି ।

ଶୀତଳଷଷ୍ଠୀରେ ଉତ୍ସବ ମୁଖର ସମ୍ବଲପୁର ସହର: ଆଜିଠୁ ଆରମ୍ଭ ହୋଇଛି ପତ୍ରପେଣ୍ଡି ପର୍ବ

ସମ୍ବଲପୁର:  ମହାଦେବଙ୍କ ମାନବୀୟଲୀଳା। ମର୍ତ୍ତମଣ୍ଡଳରେ ବିବାହ କରିବେ ବାବା ତ୍ରୈଲୋକ୍ୟନାଥ । ପବିତ୍ର ଶୀତଳଷଷ୍ଠୀରେ ଦେବଦମ୍ପତିଙ୍କ ସମ୍ପନ୍ନ ହେବ ବିବାହ କାର୍ଯ୍ୟ । ଆଜିଠୁ ଆରମ୍ଭ ହେବ ପତ୍ରପେଣ୍ଡି ପର୍ବ । ଏହାକୁ ମହାଦେବଙ୍କ ପାଇଁ କନ୍ୟାଖୋଜା ପର୍ବ ବୋଲି ମଧ୍ୟ କୁହାଯାଏ । ସନ୍ଧ୍ୟାରେ ସପ୍ତଋଷି ବାହାରି କନ୍ୟା ପିତାମାତାଙ୍କ ଘରେ ପହଞ୍ଚି ଶିବ ପାର୍ବତୀଙ୍କ ବିବାହ ସ୍ଥିର କରିବେ ସେଥିପାଇଁ ଉତ୍ସବ ମୁଖର ସମ୍ବଲପୁର ସହର  ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ବିଜେପି ବୈଠକ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ବାସଭବନରେ ଦଳର ପ୍ରମୁଖ ନେତାଙ୍କୁ ନେଇ ବସୁଛି ବୈଠକ। ପ୍ରଧାନମନ୍ତ୍ରୀଙ୍କ ଶପଥ ସମାରୋହ ଉତ୍ସବ ପୂର୍ବରୁ ଏହି ବୈଠକ ଡାକିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବୈଠକରେ ବିଜେପିର ବରିଷ୍ଠ ନେତା ଅମିତ ଶାହା, ରାଜନାଥ ସିଂହ, ବିଏଲ ସନ୍ତୋଷଙ୍କ ସହ ଅନ୍ଯ ପ୍ରମୁଖ ନେତା ଯୋଗ ଦେବାର କାଯ୍ଯକ୍ରମ ରହିଛି। ଯେଉଁଥିରେ ମଧ୍ଯପ୍ରଦେଶ ପୂର୍ବତନ ମୁଖ୍ଯମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ମଧ୍ଯ ସାମିଲ ଅଛନ୍ତି । ଶିବରାଜଙ୍କ ନେତୃତ୍ବରେ ଦଳ ରାଜ୍ଯରେ ୨୯ ସିଟ ଦଖଲ କରିପାରିଛି । ଏପରିକି ଶିବରାଜ ମଧ୍ଯ ନିଜେ ବୃହତ ମାର୍ଜିନରେ ବିଜୟୀ ହୋଇଛନ୍ତି । ତାଙ୍କୁ ବଡ଼ ଦାୟିତ୍ବ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ତେବେ ପୂର୍ବରୁ ଆସନ୍ତା ୮ ତାରିଖରେ ଲଗାତାର ତୃତୀୟଥର ଲାଗି ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା । ଏବେ ୯ ତାରିଖରେ ଶପଥ ଗ୍ରହଣ ହେବ ବୋଲି ଜଣାପଡିଛି । ଗତକାଲି ଏନଡିଏର ବସିଥିବା ବୈଠକରେ ସର୍ବସମ୍ମତକ୍ରମେ ନେତା ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ସାକ୍ଷାତ କରିବେ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନର। ନିର୍ବାଚିତ ସାଂସଦଙ୍କ ନୂତନ ତାଲିକା ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବେ। ଦେଶରେ କେଉଁ ଦଳ ସାଧାରଣ ନିର୍ବାଚନରେ ସଂଖ୍ଯାଗରିଷ୍ଠତା ଏ ନେଇ ତାଲିକା ପ୍ରଦାନ କରିବେ ଭାରତୀୟ ନିର୍ବାଚନ କମିଶନ। ଏହାପରେ ବିଧିବଦ୍ଧ ଭାବେ ସଂଖ୍ଯାଗରିଷ୍ଠତା ହାସଲ କରିଥିବା ଦଳକୁ ସରକାର ଗଠନ ଲାଗି ଆହ୍ଵାନ କରିବେ ରାଷ୍ଟ୍ରପତି।

ରାଜ୍ଯରେ ଚାଲୁ ରହିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା : ଶାଳିନୀ ପଣ୍ଡିତ

ଭୁବନେଶ୍ୱର: ରାଜ୍ଯରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରହିଛି । ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି। BSKY ଚାଲୁ ରହିଥିବା ସ୍ବାସ୍ଥ୍ଯ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି। ଏନେଇ ସମ୍ପୃକ୍ତ ଘରୋଇ  ହସ୍ପିଟାଲଗୁଡ଼ିକ ସହିତ ବୁଝାମଣାପତ୍ର ବଳବତ୍ତର ରହିଛି। ପ୍ଯାନେଲରେ ଥିବା ହସ୍ପିଟାଲଗୁଡ଼ିକ ପୂର୍ବପରି ବିଏସକେୱାଇ କାର୍ଡଧାରୀଙ୍କୁ ବିନା ବାଧାରେ ଚିକିତ୍ସା ସେବା ଯୋଗାଇ ଦେବାକୁ କୁହାଯାଇଛି। ଏହି ଯୋଜନାରେ ପୂର୍ବଭଳି ସରକାରଙ୍କ ପକ୍ଷରୁ ହସ୍ପିଟାଲଗୁଡିକୁ ଚିକିତ୍ସା ସମ୍ବନ୍ଧୀୟ ଦେୟ ପ୍ରଦାନ ଜାରି ରହିବ।

ମେଡିକାଲକୁ ଆସୁଥିବା ରୋଗୀ ଯେପରି କୌଣସି ଅସୁବିଧାର ସାମ୍ନା ନହୁଅନ୍ତି, ଏହା ନିଶ୍ଚିତ କରିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୪ ତାରିଖରେ ଏହି ଯୋଜନାରେ ୫ ହଜାର ୮ଶହ ରୋଗୀ ପଞ୍ଜୀକରଣ କରିଥିଲେ। ସେହିପରି ଗତ ୫ ତାରିଖରେ ୫ ହଜାର ୩୮୯ ରୋଗୀ ପଞ୍ଜୀକରଣ କରିଛନ୍ତି। ଯୋଜନାକୁ ନେଇ ରୋଗୀ ଆତଙ୍କିତ ନହେବାକୁ ସ୍ଵାସ୍ଥ୍ୟ ସଚିବ  ଶାଳିନୀ ପଣ୍ଡିତ କହିଛନ୍ତି ।

ମୁହାଁମୁହିଁ ବାଇକ ଧକ୍କାରେ ବାପ ମୃତ, ପୁଅ ଗୁରୁତର

କଳାହାଣ୍ଡି: ମୁହାଁମୁହିଁ ବାଇକ ଧକ୍କାରେ ବାପ ମୃତ, ପୁଅ ଗୁରୁତର । କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ନିକଟସ୍ଥ କେନ୍ଦୁ ବନ୍ଧ ଛକଠାରେ ଗୁରୁବାର ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, କୋମନା ବ୍ଲକର ଜେଠୁ ପାଲି ଗାଁର ଯଉବନ ତାଣ୍ଡି ଓ ପୁଅ ରାଜୀବ ତାଣ୍ଡି ଓ ଭାଗିରଥି ଜାଲ ନିଜ ଗାଁ ଅଭିମୁଖେ ଏକ ବାଇକରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଘଟଣା ସ୍ଥଳରେ ଯଉବନଙ୍କ ମୃତ୍ୟୁ ହେଇଥିବା ବେଳେ ପୁଅ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏମ୍ ରାମପୁର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ବିଷାକ୍ତ ସାପ କାମୁଡାରେ ଭାଇ ମୃତ ଭଉଣୀ ଗୁରୁତର

ସୁନ୍ଦରଗଡ: ବଣାଇଁ ଥାନା ଅନ୍ତର୍ଗତ କଟୁରିଧୁଆ ଗ୍ରାମରେ ଗତରାତିରେ ଘରେ ଶୋଇଥିବା ଅବସ୍ଥାରେ ଭାଇ ଭଉଣୀକୁ କାମୁଡିଲା ବିଷାକ୍ତ ସାପ। ସାପ କାମୁଡ଼ିବାରେ ୪ ବର୍ଷୀୟ ଭାଇ ସନ୍ଦୀପ ଓରାମଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ୧୨ ବର୍ଷୀୟ ଭଉଣୀ ଅଲିଶା ଓରାମ ଗୁରୁତର ହୋଇ ରାଉରକେଲା ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ଏବେ ଝଅର ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

 

ନୟାଗଡ଼ ବାଉଁଶଆପଡାରେ ନଦୀରେ ବୁଡି ଭାଇ ଭଉଣୀ ମୃତ

ନୟାଗଡ଼: ନଦୀରେ ବୁଡ଼ି ଭାଇ ଭଉଣୀ ମୃତ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଅଁଶିଆପଡା ଗାଁରେ ଅଘଟଣ । ମୃତକ ହେଲେ ଦ୍ବିତିକୃଷ୍ଣ ସେଠୀଙ୍କ ୫ବର୍ଷର ପୁଅ ସାଇ ଏବଂ ୧୦ ବର୍ଷର ଝିଅ କାଜଲ୍ । ଗାଁର ତିନି ଶିଶୁ ମିଶି ନିକଟସ୍ଥ କୁସୁମୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ନଦୀରେ ଭାଇ ଭଉଣୀ ବୁଡ଼ି ଯାଇଥିଲେ । ସାଙ୍ଗରେ ଥିବା ଅନ୍ୟ ଜଣେ ଶିଶୁ ପାଟିକରି ଡାକିଥିଲା। ସଙ୍ଗେ ସଙ୍ଗେ ଗ୍ରାମବାସୀ ଭାଇଭଉଣୀଙ୍କୁ ଉଦ୍ଧାର କରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ମୃତଦେହ ଦୁଇଟିକୁ ବ୍ଯବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଇଟାମାଟି ପୋଲିସ ଏକ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଝିଅକୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ

ବାଲେଶ୍ୱର: ଝିଅକୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ। ବାସୁଦେବପୁର ଅନନ୍ତପୁର ବାଲିଛନ୍ଦା ଘାଟ ନିକଟରେ ଘଟିଛି ଅଘଟଣ । ବାଲିମେଣ୍ଢ ଅଞ୍ଚଳର ସୁନୀଲ ବାରିକ ଝିଅର ସାବତ୍ରୀ ଭାର ଦେଇ ଘରକୁ ଫେରୁଥିବା ବେଳେ କୌଣସି ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସୁନୀଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନନ୍ତପୁର ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ଦିଲ୍ଲୀରେ ଉତ୍କଟ ଜଳସଙ୍କଟ, ଦିନକୁ ଗୋଟିଏ ଥର ମିଳୁଛି ପାଣି

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଉତ୍କଟ ଜଳସଂକଟ। ତାତି ବଢିବା ସାଙ୍ଗକୁ ଦିଲ୍ଲୀର ବିଭିନ୍ନ ଅଂଚଳରେ ଦେଖାଦେଇଛି ଜଳ ସମସ୍ଯା। ଯୋଗାଣ ପାଇପରେ ଆସୁନି ପାଣି। ପାନୀୟ ଜଳ ପାଇଁ ସନ୍ତୁଳି ହେଉଛନ୍ତି ଲୋକେ। ଅନେକ ଅଂଚଳରେ ଟ୍ଯାଙ୍କର ଯୋଗେ ପାଣି ଯୋଗାଉଛନ୍ତି ଦିଲ୍ଲୀ ସରକାର। ଟ୍ଯାଙ୍କର ଆସିବାରେ ବିଳମ୍ବ ହେବା ମଧ୍ୟ କହୁଛନ୍ତି ଲୋକେ। ଅନେକ ସ୍ଥାନରେ ପ୍ରଦୂଷିତ ପାଣି ଆସୁଥିବାରୁ ସମସ୍ଯା ବଢିଛି। କେବଳ ଦିନକୁ ଗୋଟିଏ ଥର ପାଣି ଆସୁଥିବା ଲୋକେ କହିଛନ୍ତି। ଟ୍ଯାଙ୍କରରେ ଦିଆଯାଉଥିବା ପାଣି ମଇଳା ଥିବା କହିଛନ୍ତି। ପାଣି ନେବାକୁ ଶହ ଶହ ସଂଖ୍ଯାରେ ଲୋକେ ଭିଡ଼ ଲଗାଉଛନ୍ତି। ଗୋଟିଏ ଟ୍ଯାଙ୍କରେ ପାଣି ନେବାକୁ ଶହ ଶହ ସଂଖ୍ଯାରେ ପାଇପ ଲାଗିଛି। ପାଣି ସମସ୍ଯାର ସମାଧାନ କରିବାକୁ ଲୋକେ ଦାବି କରିଛନ୍ତି। ଦିଲ୍ଲୀରେ ପାରଦ ମଧ୍ୟ ଉପରେ ରହିଛି। ମୁଙ୍ଗେଶପୁର ଅଂଚଳରେ ପାରଦ ୪୯ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା।