spot_img
Home Blog Page 1873

୨୦୧୧ ବିଶ୍ବକପରେ ଭାରତର ମୁଖ୍ୟ ପ୍ରଶିକ୍ଷକ ଥିବା ଗ୍ୟାରିଙ୍କୁ କୋଚ କଲା ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ନୂଆ କୋଚଙ୍କୁ ନିଯୁକ୍ତ କରିଛି ପାକିସ୍ତାନ । ଆଗକୁ ଟି-୨୦ ବିଶ୍ବକପ ଆସୁଥିବାବେଳେ ବିଜୟ ଲକ୍ଷ୍ୟରେ କିଛି ପରିବର୍ତ୍ତନ କରିଛି ପାକିସ୍ତାନ । ୨୦୧୧ ବିଶ୍ବକପରେ ଭାରତର କୋଚ ଥିବା ଗ୍ୟାରି କଷ୍ଟେନଙ୍କୁ କୋଚଭାବେ ନିଯୁକ୍ତ କରିଛି ପାକିସ୍ତାନ । ଦୀର୍ଘଦିନ ଧରି କୋଚ ପଦବୀକୁ ନେଇ ଲାଗି ରହିଥିବା ବିବାଦ ଭିତରେ ନୂଆ କୋଚ ନିଯୁକ୍ତ ହୋଇଛନ୍ତି । ରବିବାର ଏକ ପ୍ରେସ କନଫରେନ୍ସ ମାଧ୍ୟମରେ ପାକିସ୍ତାନର ନୂଆ ପ୍ରମୁଖ ମୋହସିନ ନକବି ଏହି ଘୋଷଣା କରିଛନ୍ତି । ମେ ମାସରେ ପାକିସ୍ତାନ ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳିବାକୁ ଯାଉଛି । ତେବେ ଗ୍ୟାରି କଷ୍ଟେନ ଏହି ସିରିଜରୁ ନିଜର କାର୍ଯ୍ୟ ଆରମ୍ଭ କରିବେ । ୨ ବର୍ଷ ପାଇଁ ଚୁକ୍ତିନାମା କରାଯାଇଛି ।

କେନ୍ଦ୍ରର ବିଜେପି ସରକାରକୁ କଂଗ୍ରେସ ପ୍ରାର୍ଥୀଙ୍କ ଟାର୍ଗେଟ୍

ରାଉରକେଲା: ରାଉରକେଲାରେ କଂଗ୍ରେସ ବିଧାନସଭା ପ୍ରାର୍ଥୀ ବୀରେନ୍ଦ୍ର ନାଥ ପଟ୍ଟନାୟକଙ୍କ ପ୍ରଚାର। କେନ୍ଦ୍ରକୁ ତୀବ୍ର ଭାବେ ସମାଲୋଚନା କରିଛନ୍ତି କଂଗ୍ରେସ ପ୍ରାର୍ଥୀ ବୀରେନ୍ଦ୍ରନାଥ ।କେନ୍ଦ୍ରର ଵିଜେପି ସରକାର ବାରମ୍ବାର ରାଉରକେଲା ସହରବାସୀଙ୍କୁ ଠକିଥିବା ସେ ଅଭିଯୋଗ କରିଛନ୍ତି। ବାରମ୍ବାର ପ୍ରତିଶ୍ରୁତି ଦେଇ ଏହାକୁ ପୂରଣ କରିନାହାନ୍ତି। ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିବା ପରେ କେନ୍ଦ୍ରର ଵିଜେପି ସରକାର ଲୋକଙ୍କୁ ଠକିଥିବା ଅଭିଯୋଗ କରିଛି କଂଗ୍ରେସ। ବିଦେଶରୁ କଳାଧନ ଆଣି ସମସ୍ତଙ୍କ ବ୍ୟାଙ୍କ ଏକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ କହି ଠକିଛି। ରାଉରକେଲାରେ ମେଡିକାଲ କଲେଜ କରିବାକୁ କହି ବର୍ତ୍ତମାନ ଯାଏ କରିନାହାନ୍ତି। ରାଉରକେଲାକୁ ରେଲୱେ ଡିଭିଜନ କରିବା,  ରାଉରକେଲା ବିମାନବନ୍ଦରରୁ ଦେଶର ବିଭିନ୍ନ ସ୍ଥାନକୁ ଦୈନିକ ବିମାନ ଚଳାଚଳ ଭଳି ବିଷୟଙ୍କୁ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ବୀରେନ୍ଦ୍ରନାଥ ପଟ୍ଟନାୟକ। ପାନପୋଷରେ ପ୍ରଚାର ଅବସରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା କରି କେନ୍ଦ୍ରକୁ ଟାର୍ଗେଟ କରିଥିଲେ।

 

ନବରଙ୍ଗପୁର ଜିଲ୍ଲା ବିଜେପିକୁ ବଡ଼ ଝଟକା

ଉମରକୋଟ: ନବରଙ୍ଗପୁର ଜିଲ୍ଲା ବିଜେପିକୁ ବଡ଼ ଝଟକା। ଇସ୍ତଫା ଦେଲେ ରାଜ୍ଯ ବିଜେପିର ସଂଖ୍ଯାଲଘୁ ସେଲ ଉପସଭାପତି କାଜାମ ମଦାନି। ସେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିନିଧି ଭାବେ ମଧ୍ଯ ଦାୟିତ୍ବ ତୁଲାଉଥିଲେ । ତାଙ୍କ ସହ ସଂଖ୍ୟାଲଘୁ ମୋର୍ଚ୍ଚାର ନବରଙ୍ଗପୁର ଜିଲ୍ଲା ସଭାପତି ପବିତ୍ର ଗରଡ଼ା ଓ ଜିଲ୍ଲା କମିଟିର ସମସ୍ତ ପଦାଧିକାରୀ, କୁଇ ସମାଜର ନେତା, ତହରା ସରପଞ୍ଚ ସଦାନନ୍ଦ ମାଝୀ ମଧ୍ଯ ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ସମସ୍ତେ ଦଳରୁ ଇସ୍ତଫା ଦେଇଛନ୍ତି। ଲୋକଙ୍କ ସେବା କରୁନଥିବା ଏବଂ ଦଳୀୟ କର୍ମୀଙ୍କୁ ପଚାରୁନଥିବା ବଳଭଦ୍ର ମାଝୀଙ୍କୁ କାହିଁକି ପ୍ରାର୍ଥୀ କରାଗଲା ବୋଲି ପ୍ରଶ୍ନ କରିବା ସହ ପ୍ରତିବାଦରେ ସମସ୍ତେ ଦଳ ଛାଡିଛନ୍ତି।

 

ଦେଶବାସୀଙ୍କ ଆଶା ସାକାର କରିବ କଂଗ୍ରେସ: ରାହୁଲ ଗାନ୍ଧୀ

ସାଲେପୁର: ଦେଶବାସୀଙ୍କ ଆଶା ପୂରଣ କରିବ କଂଗ୍ରେସ। ଅନ୍ଯାୟ, ଭ୍ରଷ୍ଟାଚାର ବିରୋଧରେ ଦଳ ସର୍ବଦା ପ୍ରମୁଖ ଭୂମିକା ନେଇଛି। ଦେଶରେ ବେରୋଜଗାରୀ ବଢିଛି। ଲୋକେ ଉପଯୁକ୍ତ ନ୍ୟାୟ ପାଉନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସାଲେପୁରରେ ଆୟୋଜିତ ସମାବେଶରେ ରାହୁଲ କହିଛନ୍ତି- କଂଗ୍ରେସ କ୍ଷମତାକୁ ଆସିଲେ ମାସକୁ ମହିଳାଙ୍କୁ ମିଳିବ ୨ ହଜାର ଟଙ୍କା। ବେକାରୀଙ୍କ ଆକାଉଣ୍ଟକୁ ଯିବ ୩ ହଜାର। ସେହିପରି କୃଷକଙ୍କ ଆକାଉଣ୍ଟକୁ ଯିବ ମାସିକ ୩ ହଜାର ଟଙ୍କା। ଦୁଇ କଂଗ୍ରେସ ଶାସିତ ରାଜ୍ଯ କର୍ଣ୍ଣାଟକ ଓ ତେଲଙ୍ଗାନା ଏବେ ମଡେଲ ପାଲଟିଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଆରମ୍ଭ କରି ମହିଳାଙ୍କୁ ମାସିକ ସହାୟତା ସମ୍ଭବ ହୋଇଛି। ତେଲଙ୍ଗାନାରେ ବିଜେପି-ବିଆରଏସ ଶାସନ ଚାଲିଥିବାବେଳେ ବ୍ଯାପକ ହରିଲୁଟ ହେଉଥିଲା। ମୃଷ୍ଟିମେୟ ଲୋକ ଉପକାର ପାଉଥିଲେ। ମାତ୍ର କଂଗ୍ରେସ ଶାସନ ଆସିବା ପରେ ତାହା ଦୂର ହୋଇଛି। କଂଗ୍ରେସ ଯେଉଁ ୫ ଗ୍ଯାରେଣ୍ଟି ଦେଉଛି ତାହାକୁ ପୂରଣ କରାଯାଉଛି। ଦେଶରେ କିପରି ମୁଷ୍ଟିମେୟ ଲୋକଙ୍କ ନିକଟରେ ସମ୍ପତ୍ତି ଠୁଳ ହେଲା ସେ ନେଇ ପ୍ରଶ୍ନ କରିଛନ୍ତି ରାହୁଲ।

 

 

ଜାଣନ୍ତୁ ଗାଏକ୍ବାଡଙ୍କୁ କାହିଁକି ଧୋନୀ ଦେଲେ ଚେତାବନୀ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲରେ ୫ଥର ଚାମ୍ପିୟନ ହୋଇଥିବା ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ବର୍ଷ ମଧ୍ୟମ ଧରଣର ପ୍ରଦର୍ଶନ ଜାରି ରଖିଛି। ୯ଟି ମ୍ୟାଚରୁ ୫ ପରାଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ତେବେ ଚଳିତ ବର୍ଷ ଆରମ୍ଭରୁ ଧୋନୀ ଗାଏକ୍ବାଡଙ୍କୁ ଅଧିନାୟକ ପଦ ଛାଡ଼ିଛନ୍ତି । ମାତ୍ର ଓ୍ବିକେଟ ପଛପଟେ ଧୋନୀ ସମସ୍ତ ଦାୟିତ୍ବ ତୁଲାଉଛନ୍ତି । ଅନ୍ୟପଟେ ଦଳ ବିଜୟ-ପରାଜୟ ମଧ୍ୟରେ ସନ୍ତୁଳିତ ଭାବେ ଖେଳୁଥିବାବେଳେ ପ୍ଲେଅଫ ଆଶା ମଧ୍ୟ ଦ୍ବନ୍ଦରେ ରହୁଛି । ରବିବାର ହାଇଦ୍ରାବାଦ ବିପକ୍ଷରେ  ଦଳ ମଇଦାନକୁ ଓହ୍ଲାଉଥିବାବେଳେ ଯଦି ପରାଜୟ ବରଣ କରେ ତାହେଲେ ପ୍ଲେଅଫ୍ ଆଶା ମଉଳିଯିବାର ଆଶା ମଧ୍ୟ ରହୁଛି । ସେପଟେ ଶେଷ ମ୍ୟାଚରେ ଦଳ ଲଢ଼େଇ କରି ଶେଷ ସମୟରେ ପରାଜିତ ହୋଇଥିଲା ।

ଧୋନିଙ୍କ ଇଶାରାରେ ଗାଏକ୍ବାଡ ନିଷ୍ପତ୍ତି ନେଉଥିବାବେଳେ କିଛି ନିଷ୍ପତ୍ତି ନିଜେ ନିଅନ୍ତୁ ବୋଲି ଗାଏକ୍ବାଡଙ୍କୁ ଚେତାବନୀ ଦେଇଛନ୍ତି ଧୋନୀ । ଫିଲ୍ଡରେ ଅଧିନାୟକଙ୍କ ନିଷ୍ପତ୍ତି ମ୍ୟାଚ ବିଜୟ-ପରାଜୟ ଉପରେ ନିର୍ଭର କରେ । ଏଣୁ ସବୁବେଳେ ଭାବି ଚିନ୍ତି ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ମାହି କହିଛନ୍ତି ।

 

 

ପୁଣି ଭୁବନେଶ୍ବର ଉତ୍ତପ୍ତ ସହର

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ଅସହ୍ଯ ଖରା । ରବିବାର ବି ଦିନ ସାଢେ ଦୁଇଟା ସୁଦ୍ଧା ୪୩ ଡିଗ୍ରୀ ପାର ସହ ରାଜ୍ଯର ସବୁଠୁ ତତଲା ସହର ହୋଇଛି ଭୁବନେଶ୍ବର। ଭୁବନେଶ୍ବରରେ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ୫ ସହରର ତାପମାତ୍ରା ୪୦ ଡିଗ୍ରୀ ପାର ହୋଇଛି। କେନ୍ଦୁଝରରେ ୪୨.୭, ଚାନ୍ଦବାଲିରେ ୪୨.୨, ବାଲେଶ୍ୱରରେ ୪୧.୪, ରାଉରକେଲାରେ ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଝାରସୁଗୁଡାରେ ୩୯.୯, ସମ୍ବଲପୁରରେ ୩୯.୪, ହୀରାକୁଦରେ ୩୭.୮, ପୁରୀରେ ୩୪.୯, ଗୋପାଳପୁରରେ ୩୪.୨ ଓ ପାରାଦୀପରେ ୩୩.୪ ଡିଗ୍ରୀ ତାତି ରେକର୍ଡ ହୋଇଛି । ଆଜି ବି ରେଡ୍ ଆଲର୍ଟରେ ରହିଛି ଟୁଇନସିଟି କଟକ ଓ ଭୁବନେଶ୍ବର।

ଚେକିଂ ବେଳେ କାରରୁ ଧରାପଡ଼ିଲା ନଗଦ ୩ ଲକ୍ଷ ଟଙ୍କା

ଭୁବନେଶ୍ୱର : ନାକାବନ୍ଦୀ ବେଳେ ପୋଲିସ ହାତରେ ଲାଗିଲା ଟଙ୍କା। ଚେକିଂ ବେଳେ କାରରୁ ଧରାପଡ଼ିଲା ନଗଦ ୩ ଲକ୍ଷ ଟଙ୍କା। କୌଣସି ପ୍ରମାଣ ଦେଇନପାରିବାରୁ ଗାଡିକୁ ଅଟକ ରଖିଲା ପୋଲିସ। ଗତକାଲି ବିଳମ୍ବିତ ରାତିରେ ଧରାପିଡ଼ିଛି ଟଙ୍କା ନେଇଯାଉଥିବା କାର। ଗାଡିଟିକୁ ଜବତ କରିଛି କମିଶନରେଟ ପୋଲିସର ଚନ୍ଦ୍ରଶେଖରପୁର ଥାନା। ଏ ନେଇ ଅଧିକ ଖୋଳତାଡ଼ ଚାଲିଥିବା କହିଛନ୍ତି ପୋଲିସ କମିଶନର।

ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ବ୍ୟାପକ ହେଉଛି ଚେକିଂ ଓ ବ୍ଲକିଙ୍ଗ। ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ଚାଲିଛି ଫୁଟ ପାଟ୍ରୋଲିଂ। ବସ୍ତି ମାନଙ୍କରେ ଫ୍ଲାଗ ମାର୍ଚ୍ଚ କରୁଛି କମିଶନରେଟ ପୋଲିସ। ମଦ୍ୟପ ଡ୍ରାଇଭରଙ୍କୁ ପ୍ରତିଦିନ ଧରାଯାଉଛି। ବାରମ୍ବାର ନିୟମ ଭାଙ୍ଗିଲେ ଲାଇସେନ୍ସ ରଦ୍ଦ କରାଯାଉଛି ବୋଲ କହିଛନ୍ତି ପୋଲିସ କମିଶନର।

ମହାଦେବ ବେଟିଂ ଆପ୍ ମାମଲା : ଅଭିନେତା ସାହିଲ ଖାଁଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ନନ୍ଦିଘୋଷ ବ୍ୟୁରୋ: ମହାଦେବ ବେଟିଂ ଆପ୍ ମାମଲା। ଅଭିନେତା ସାହିଲ ଖାଁଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ। ମୁମ୍ବାଇ ପୋଲିସର ସାଇବର ସେଲର ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ ସାହିଲଙ୍କୁ ଛତିଶଗଡ଼ରୁ ଗିରଫ କରିଛି। ପୂର୍ବରୁ ବମ୍ବେ ହାଇକୋର୍ଟ ସାହିଲଙ୍କ ଅନ୍ତରୀଣ ଜାମିନକୁ ଅଗ୍ରାହ୍ୟ କରିଥିଲେ। ହାଇକୋର୍ଟରେ ଆବେଦନ ଖାରଜ ପରେ ସେ ମୁମ୍ବାଇ ଛାଡି ଚାଲିଯାଇଥିଲେ ବୋଲି ସୁଚନା ମିଳିଛି।

ଛତିଶଗଡ଼ ପୋଲିସ ସହ ମିଶି ମୁମ୍ବାଇ ପୋଲିସ ପ୍ରାୟ ୪୦ ଘଣ୍ଟାର ଅପରେସନ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଅଧିକ ଜେରା ଲାଗି ତାଙ୍କୁ ମୁମ୍ବାଇ ଅଣାଯାଇଛି। ଷ୍ଟାଇଲ, ଏସକ୍ଯୁଜ ମି ଫିଲ୍ମରେ ଅଭିନୟ କରିଥିବା ସାହିଲ ସୋସିଆଲ ମିଡିଆ ଇନଫ୍ଲୁଏନସର ଭାବେ ଜଣାଶୁଣା। ବିବାଦୀୟ ମହାଦେବ ବେଟିଂ ଆପ୍ ଜରିଆରେ ଛତିଶଗଡ଼ରେ ରିଏଲ ଇଷ୍ଟେଟ ଫାର୍ମ ଓ ଆର୍ଥିକ ପ୍ରତିଷ୍ଠାନ ମଧ୍ଯରେ କି ପ୍ରକାର କାରବାର ଚାଲିଥିଲା ତାହାର ଜେରା କରୁଛି ପୋଲିସ। କିଛି ଦିନ ତଳେ ଏହି ଆପ୍ ପ୍ରସଙ୍ଗରେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ନିକଟକୁ ସମନ ଜାରି କରିଥିଲା ପୋଲିସ।

ଫେୟାର ପ୍ଲେ ବେଟିଂ ଆପ୍ ଜରିଆରେ ଆଇପିଏଲ ମ୍ଯାଚକୁ ପ୍ରମୋଟ କରିବା ଅଭିଯୋଗରେ ମହାରାଷ୍ଟ୍ର ସାଇବର ସେଲ ପକ୍ଷରୁ ତମନ୍ନାଙ୍କୁ ସମନ ଜାରି କରାଯାଇଥିଲା। ଗତବର୍ଷ ମହାଦେବ ଆପ୍ ପ୍ରସଙ୍ଗରେ ଅଭିନେତା ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କୁ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମହାଦେବ ଅନଲାଇନ ବେଟିଂ ଆପକୁ ସୌରଭ ଚନ୍ଦ୍ରକାର ଓ ରବି ଉପ୍ପଲ ମିଶି ଦୁବାଇରୁ ଅପରେଟ କରୁଥିଲେ। ଉଭୟେ ଛତିଶଗଡ଼ ଭିଲାଇର ବାସିନ୍ଦା।

IPL ଟକ୍କର : ଦିଲ୍ଲୀର ଜ୍ୟାକ୍ ଝଡ଼ରେ ଉଡିଗଲା ମୁମ୍ୱାଇ

ନୂଆଦିଲ୍ଲୀ : ଚର୍ଚ୍ଚାରେ ଅଷ୍ଟ୍ରେଲିଆର ଯୁବ କ୍ରିକେଟର ଜ୍ୟାକ୍ ଫ୍ରେଜର ମ୍ୟାକଗର୍କ । ଆଇପିଏଲରେ ଡେବ୍ୟୁ ମ୍ୟାଚରୁ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଛାଇ ଯାଇଛନ୍ତି ଜ୍ୟାକ୍ । ଏବେ ସବୁଠି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ତାଙ୍କର ଧୂଆଁଧାର ବ୍ୟାଟିଂର ଚର୍ଚ୍ଚା ।

ମୁମ୍ବାଇ ବିପକ୍ଷରେ ଡେବ୍ୟୁ କରିଥିବା ଜ୍ୟାକ୍ ପ୍ରଥମ ମ୍ୟାଚରୁ ହିଁ ତାଙ୍କ ଜଲଓ୍ବା ଦେଖାଇବା ଆରମ୍ଭ କରିଦେଇଛନ୍ତି । କ୍ରିଜକୁ ଆସିବା ମାତ୍ରେ ଜ୍ୟାକ୍ ମୁମ୍ବାଇ ବୋଲରଙ୍କ ଉପରେ ନିର୍ଦ୍ଦୟ ପ୍ରହାର ଆରମ୍ଭ କରି ଦେଇଥିଲେ । ମାତ୍ର ୧୫ ବଲରେ ଅର୍ଦ୍ଧଶତକ ହାସଲ କରିବା ସହ ଦିଲ୍ଲୀ ବିଜୟରେ ମୁଖ୍ୟ ଭୂମିକା ନିଭାଇଥିଲେ । ଏହି ମ୍ୟାଚରେ ଜ୍ୟାକ୍ ୨୭ ବଲ ଖେଳି ୮୪ ରନ୍ କରିଥିଲେ । ଫଳରେ ଦିଲ୍ଲୀ ୧୦ ରନରେ ଏହି ମ୍ୟାଚକୁ ଜିତି ନେଇଥିଲା । ଜ୍ୟାକଙ୍କ ଏହି ପ୍ରଦର୍ଶନ ପରେ ଦିଲ୍ଲୀ କ୍ୟାପିଟାଲ୍ସର ସହାୟକ କୋଚ୍ ପ୍ରବୀଣ ଆମରେ ତାଙ୍କ ପ୍ରଶଂସା କରି କରି ଥକୁନାହାନ୍ତି । ମ୍ୟାଚ ଜିତିବା ସହ ଦିଲ୍ଲୀ ପ୍ଲେ ଅଫ୍ ଆଡକୁ ଆଉ ପାଦେ ଆଗେଇଛି ।

ଜ୍ୟାକ୍ ଫ୍ରେଜର ମ୍ୟାକଗର୍କଙ୍କ ଦମଦାର ଇନିଂସ ବଳରେ ଦିଲ୍ଲୀ ୪ ଓ୍ୱିକେଟ ହରାଇ ୨୫୭ ରନ କରିଥିଲା । ୨୫୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ମୁମ୍ବାଇ ଟିମ୍ ୨୪୮ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ସୂଚନାଯୋଗ୍ୟ, ମ୍ୟାକଗୁର୍କକୁ ଦିଲ୍ଲୀ କ୍ୟାପିଟାଲ୍ସ ଲୁଙ୍ଗି ନିଗିଡିଙ୍କ ବଦଳରେ ୫୦ ଲକ୍ଷ ଟଙ୍କାରେ କିଣିଥିଲା । ଏବେ ସେ ଟିମରେ ସର୍ବାଧିକ ରନ୍ କରିଥିବା ୩ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅଛନ୍ତି । ଟିମରେ ଡେଭିଡ ଓ୍ବର୍ନର ଏବଂ ପୃଥ୍ବୀ ଶ’ଙ୍କ ପରି କୋଟିପତି କ୍ରିକେଟର ଥିବା ବେଳେ ଲକ୍ଷାଧିକ ଟଙ୍କା ବେସ୍ ପ୍ରାଇସରେ କିଣାଯାଇଥିବା ଜ୍ୟାକ୍ ଏବେ ଟିମ୍ ପାଇଁ ଟ୍ରମ୍ପକର୍ଡ ପାଲଟିଛନ୍ତି ।

କ୍ଷମତାକୁ ଆସିଲେ ପୂରଣ ହେବ ୫ ଗ୍ଯାରେଣ୍ଟି : ରାହୁଲ ଗାନ୍ଧୀ

ସାଲେପୁର : ଦେଶବାସୀଙ୍କ ଆଶା ପୂରଣ କରିବ କଂଗ୍ରେସ। ଅନ୍ଯାୟ, ଭ୍ରଷ୍ଟାଚାର ବିରୋଧରେ ଦଳ ସର୍ବଦା ପ୍ରମୁଖ ଭୂମିକା ନେଇଛି। ଦେଶରେ ବେରୋଜଗାରୀ ବଢିଛି। ଲୋକେ ଉପଯୁକ୍ତ ନ୍ୟାୟ ପାଉନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସାଲେପୁରରେ ଆୟୋଜିତ ସମାବେଶରେ ରାହୁଲ କହିଛନ୍ତି- କଂଗ୍ରେସ କ୍ଷମତାକୁ ଆସିଲେ ମାସକୁ ମହିଳାଙ୍କୁ ମିଳିବ ୨ ହଜାର ଟଙ୍କା। ବେକାରୀଙ୍କ ଆକାଉଣ୍ଟକୁ ଯିବ ୩ ହଜାର।

ସେହିପରି କୃଷକଙ୍କ ଆକାଉଣ୍ଟକୁ ଯିବ ମାସିକ ୩ ହଜାର ଟଙ୍କା। ଦୁଇ କଂଗ୍ରେସ ଶାସିତ ରାଜ୍ଯ କର୍ଣ୍ଣାଟକ ଓ ତେଲଙ୍ଗାନା ଏବେ ମଡେଲ ପାଲଟିଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଆରମ୍ଭ କରି ମହିଳାଙ୍କୁ ମାସିକ ସହାୟତା ସମ୍ଭବ ହୋଇଛି। ତେଲଙ୍ଗାନାରେ ବିଜେପି-ବିଆରଏସ ଶାସନ ଚାଲିଥିବାବେଳେ ବ୍ଯାପକ ହରିଲୁଟ ହେଉଥିଲା। ମୃଷ୍ଟିମେୟ ଲୋକ ଉପକାର ପାଉଥିଲେ। ମାତ୍ର କଂଗ୍ରେସ ଶାସନ ଆସିବା ପରେ ତାହା ଦୂର ହୋଇଛି। କଂଗ୍ରେସ ଯେଉଁ ୫ ଗ୍ଯାରେଣ୍ଟି ଦେଉଛି ତାହାକୁ ପୂରଣ କରାଯାଉଛି। ଦେଶରେ କିପରି ମୁଷ୍ଟିମେୟ ଲୋକଙ୍କ ନିକଟରେ ସମ୍ପତ୍ତି ଠୁଳ ହେଲା ସେ ନେଇ ପ୍ରଶ୍ନ କରିଛନ୍ତି ରାହୁଲ।