spot_img
Home Blog Page 1866

ନୂଆପଡାରେ ବିଜେଡିର ଜୋରଦାର ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ନୂଆପଡା ନିର୍ବାଚନ ମଣ୍ଡଳୀରେ ବିଜେଡିର ଜୋରଦାର ପ୍ରଚାର। ପ୍ରଚାରକୁ ଜୋରଦାର କରିଛନ୍ତି ଖଡିଆଳ ନିର୍ବାଚନ ମଣ୍ଡଳିର ବିଜେଡି ବିଧାୟକ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ।ପ୍ରଚଣ୍ଡ ତାତିରେ ଗାଁ ଗାଁରେ ଲୋକଙ୍କ ସମର୍ଥନକୁ ନେଇ ବିଜୁ ଜନତାଦଳର କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ ସାମଗ୍ରୀକ ବିକାଶକୁ ମୁଦ୍ଦା କରି ଭୋଟ ଭିକ୍ଷା କରିଥିଲେ ଅଧିରାଜ। ପ୍ରଚାର କରୁଥିବା ସମୟରେ ଗାଁ ଦାଣ୍ଡ ଯୋଡି ଶଙ୍ଖ ଶବ୍ଦରେ ଝୁମି ଉଠୁଥିବା ବେଳେ ଲୋକେ ଅଧିରାଜଙ୍କୁ ସ୍ବାଗତ ଜଣାଉଥିବା ଦେଖିବାକୁ ମିଳିଛି। ପ୍ରଚାର ସମୟରେ ଲୋକଙ୍କ ସମସ୍ୟାକୁ ଶୁଣୁଥିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଯୋ ଶଙ୍ଖରେ ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିଥିଲେ ।

ଗଜପତି ଚନ୍ଦ୍ରଗିରିରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: କିଏ ସେବା ପାଇଁ ରାଜନୀତି କରୁଛନ୍ତି, ଆଉ କିଏ ରାଜନୀତିକୁ ଆସିଛନ୍ତି ସାଧାରଣ ଲୋକଙ୍କୁ ଠକିବାକୁ ଓ ଚାନ୍ଦା ନେବାକୁ ସେମାନଙ୍କୁ ଚିହ୍ନି ରଖନ୍ତୁ। ଲୋକଙ୍କୁ ଠକୁଥିବା ନେତା ଜେଲ ଯିବା ଦରକାର । ସେମାନେ ଜେଲରୁ ଆସିଛନ୍ତି, ପୁଣି ଜେଲ ଯିବେ ବୋଲି ମୋହନାରେ ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ପାଇଁ ପ୍ରଚାରର ଅବସରରେ ଏହା କହିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ବିଜେଡିର ଏହି ଦୁଇ ପ୍ରାର୍ଥୀଙ୍କର ଜେଲ ଯିବାର ଅଭ୍ୟାସ ନାହିଁ। ଏମାନେ ମନ୍ଦିର, ମସଜିଦ କିମ୍ବା ଚର୍ଚ୍ଚ ଯାଆନ୍ତି।

ଲୋକଙ୍କୁ ଠକିଥିବା ଲୋକଙ୍କୁ ଉଚିତ ଶିକ୍ଷା ଦେବା ସହ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରି ମୋହନାରୁ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ୫୦ ହଜାରର ଲିଡ ଦେବାକୁ ଆହ୍ବାନ ଦେଇଛନ୍ତି ପାଣ୍ଡିଆନ। ମୋହନାବାସୀଙ୍କ ଅନୁରୋଧ ଉପରେ ମୁଖ୍ୟମନ୍ତ୍ରୀ କି ନିଷ୍ପତ୍ତି ନେଇଛନ୍ତି ତାର ହିସାବ ଦେବା ପରେ ଆଜି ମିଳିଥିବା ଦାବି ଉପରେ କି ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ନିର୍ବାଚନ ପରେ ପୁଣି ଥରେ ହିସାବ ଦେବାକୁ ଆସିବେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ। ମୋହନ ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ୧୮୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି।

ମୋହନରେ ଥିବା ଶହେରୁ ଅଧିକ ଚର୍ଚ୍ଚ ଓ ମନ୍ଦିର ମସଜିଦର ଉନ୍ନତିକରଣ ପାଇଁ ଆର୍ଥିକ ସହାୟତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୋହନାରେ ୪ଟି ଆଦିବାସୀ ହଷ୍ଟେଲ, ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପାଇଁ  ୯ଟି କମ୍ୟୁନିଟି ସେଣ୍ଟର ଓ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଗୋଟିଏ କମ୍ୟୁନିଟି ସେଣ୍ଟରକୁ ମଂଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ମୋହନାରେ ସର୍ବାଧିକ ସେତୁ ନିର୍ମାଣ ହେଉଛି।

ମହେନ୍ଦ୍ରତନୟା ନଦୀ ଉପରେ ସେତୁ ପାଇଁ ୧୯ କୋଟି ଟଙ୍କା, ଜମ୍ବଳା ନଦୀ ଉପରେ ସେତୁ ପାଇଁ ୫ କୋଟି ଟଙ୍କା, ରୁଇସିଂ ନାଳ ଉପରେ ସେତୁ ପାଇଁ ୪ କୋଟି ୮୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ମୋହନାକୁ ଏନଏସି ଘୋଷଣା ସହ ବିଭିନ୍ନ ସ୍ଥାନରେ ହାଇସ୍କୁଲ ନିର୍ମାଣ ଏବଂ ଆର.ଉଦୟଗିରିରେ ଯୁକ୍ତ ତିନି କଲେଜ ପ୍ରତିଷ୍ଠା ଦାବି ମୁଖ୍ୟମନ୍ତ୍ରୀଙ୍କ ବିଚାରଧିନ। ନିର୍ବାଚନ ସରିଲେ ଖୁବଶୀଘ୍ର ଖୁସି ଖବର ମିଳିବ ବୋଲି ସେ କହିଛନ୍ତି।

ଟି-୨୦ ବିଶ୍ବକପ ଦଳରେ ରାହୁଲଙ୍କୁ କାହିଁକି ମିଳିଲାନି ସ୍ଥାନ? ଜାଣନ୍ତୁ ୫ ମୁଖ୍ୟ କାରଣ

ନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାର ଟି-୨୦ ବିଶ୍ବକପ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଋଷଭ ପନ୍ଥ ଏବଂ ସଞ୍ଜୁ ସାମସନ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଦଳରେ ସ୍ଥାନ ପାଇଛନ୍ତି । ତେବେ ଦିନିକିଆ ବିଶ୍ବକପରେ ଦଳରେ ସ୍ଥାନ ପାଇଥିବା କେ.ଏଲ ରାହୁଲଙ୍କୁ କିନ୍ତୁ ଟି-୨୦ ବିଶ୍ବକପ ଦଳରେ ସ୍ଥାନ ମିଳିନାହିଁ । ଯାହାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବାବେଳେ ତାଙ୍କୁ ଦଳରେ ସ୍ଥାନ ନମିଳିବା ପଛରେ ରହିଛି ୫ ମୁଖ୍ୟ କାରଣ ।

୧- ଆଇପିଏଲ ଚାଲିଥିବାବେଳେ ଯଦି ପନ୍ଥ ଏବଂ ସାମସନଙ୍କ ଷ୍ଟ୍ରାଇକ ରେଟ ସାଙ୍ଗକୁ ପ୍ରଦର୍ଶନ ଦେଖିବା ତାହେଲେ ରାହୁଲ ସେମାନଙ୍କଠାରୁ ପଛରେ ରହିଛନ୍ତି । ରାହୁଲ ୯ଟି ପାଳିରେ ୪୨ ହାରରେ ୩୭୮ ରନ ସଂଗ୍ରହ କରିଛନ୍ତି । ତାଙ୍କର ଷ୍ଟ୍ରାଇକ ରେଟ୍ ରହିଛି ୧୪୪ । କିନ୍ତୁ ପନ୍ଥ ୪୪ ହାରରେ ୧୫୮ ଷ୍ଟ୍ରାଇକ ରେଟ୍ ରହିଥିବାବେଳେ ସାମସନଙ୍କ ଷ୍ଟ୍ରାଇକ୍ ରେଟ୍ ରହିଛି ୧୬୧ ।

୨- ରାହୁଲ ଆଇପିଏଲରେ ଯେଉଁ ସ୍କୋର କରିଛନ୍ତି ତାହା ସେ ଓପନରଭାବେ କରିଛନ୍ତି । ଜୟସ୍ବାଲ, ରୋହିତ ଏବଂ କୋହଲି ରହିଥିବାବେଳେ ଏହି ସ୍ଥାନରେ କେବେ ରାହୁଲଙ୍କ ସୁଯୋଗ ମିଳିନପାରେ ।

୩- ପନ୍ଥ ଏବଂ ସାମସନ ମିଡିଲ ଅର୍ଡରରେ ଏଭଳି ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ପ୍ରଥମେ ବିଚାରକୁ ନିଆଯାଇଛି । ଯାହାକି ରାହୁଲଙ୍କୁ ଦଳରୁ ବାହାରେ ରଖିଛି ।

୪- ରାହୁଲଙ୍କ ଏକ ମୁଖ୍ୟ ସମସ୍ୟା ହେଉଛି ସେ ସ୍ପିନରଙ୍କ ସାମ୍ନାରେ ବଡ଼ ପାଳି ଖେଳି ପାରନ୍ତି ନାହିଁ । ସ୍ପିନରଙ୍କ ବିପକ୍ଷରେ ସେ ସଂଘର୍ଷ କରୁଥିବାବେଳେ ସାମସନ ଧୁମ ଧୁଲାଇ କରନ୍ତି । ଏପରିକି ପନ୍ଥ ମଧ୍ୟ ସ୍ପିନରଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କରନ୍ତି ।

୫ – ରାହୁଲ ୨୦୨୧ ଏବଂ ୨୦୨୨ ଟି-୨୦ ବିଶ୍ବକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ଷ୍ଟ୍ରାଇକ ରେଟ୍ ସାଙ୍ଗକୁ ଧିମା ବ୍ୟାଟିଂ ମଧ୍ୟ କରିଛନ୍ତି । ଏହାସହ ପାକିସ୍ତାନ ଏବଂ ଇଂଲଣ୍ଡ ବିପକ୍ଷରେ ରାହୁଲ ବିଫଳ ହୋଇଥିଲେ ।

 

ଚଳିତ ବର୍ଷ ପ୍ରଥମଥର ପାଇଁ ୪୬ ଡିଗ୍ରୀ ଛୁଇଁଛି ତାପମାତ୍ରା

ଭୁବନେଶ୍ବର: ଆକାଶରୁ ବର୍ଷୁଛି ନିଆଁ। ବାଲେଶ୍ବରରେ ସର୍ବକାଳୀନ ତାତି ରେକର୍ଡ କରାଯାଇଛି । ଚଳିତ ସିଜିନରେ ପ୍ରଥମ ଥର ୪୬ ଡିଗ୍ରୀ ଛୁଇଁଛି ତାପମାତ୍ରା। ୪୬ ଡିଗ୍ରୀ ସହ ବାଲେଶ୍ବର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଦିନ ୨.୩୦ ସୁଦ୍ଧା ବାଲେଶ୍ବରରେ ଏହି ତାପାମାତ୍ରା ରେକର୍ଡ କରାଯାଇଛି। ଆଜି ବାଲେଶ୍ୱର ରେକର୍ଡ ହୋଇଥିବା ୪୬ଡ଼ିଗ୍ରୀ ହେଉଛି ଏପ୍ରେଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ।  ଏହା ପୂର୍ବରୁ ୨୦ ଅପ୍ରେଲ ୨୦୧୦  ରେ  ୪୫ ଡ଼ିଗ୍ରୀ   ରେକର୍ଡ ହୋଇଥିଲା।  ରାଜଧାନୀ ଭୁବନେଶ୍ବରରେ ୪୫.୪ ଡ଼ିଗ୍ରୀ  ତାପମାତ୍ରା ରେକର୍ଡ କରାଯାଇଛି।

ଧର୍ମଶାଳାରେ ବିଜେଡିର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅଣ୍ଡେଇଗୋଡା ଧର୍ମଶାଳାରେ ବିଜେଡିର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ରସୁଲପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅରୁଣ କୁମାର ରାଉତ, ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଓ ବିଜେଡ଼ି ରାଜ୍ୟ ସମ୍ପାଦକ ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅର୍ନ୍ତଭୁକ୍ତ ରସୁଲପୁର ବ୍ଲକର ୯ଟି ପଞ୍ଚାୟତର ୮ ହଜାରରୁ ଉର୍ଦ୍ଧ୍ଵ ବିଜେଡ଼ି ନେତା, କର୍ମୀ ଓ ଜନପ୍ରତିନିଧି ଏହି ସମ୍ମିଳନୀରେ ଉପସ୍ଥିତ ରହିଥିଲେ। ପ୍ରତିଟି ବ୍ଲକସ୍ତରୀୟ କିପରୀଭାବେ ଦଳକୁ ମଜଭୁତ କରିବେ ସେନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନଙ୍କୁ ଅତିଥିମାନେ ମନ୍ତ୍ରଣା ଦେଇଥିଲେ। ନିର୍ବାଚନରେ ଯୋଡାଶଙ୍ଖକୁ ଭୋଟଦେବାକୁ ଉପସ୍ଥିତ କର୍ମୀମାନଙ୍କୁ ଅନୁରୋଧ କରିଥିଲେ।

ଟି-୨୦ ବିଶ୍ବକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଦଳକୁ ଫେରିଲେ ଋଷଭ ପନ୍ଥ

ନନ୍ଦିଘୋଷ ବ୍ୟୁରୋ: ଟି-ଟ୍ଵେଣ୍ଟି ବିଶ୍ଵକପ ପାଇଁ ଭାରତୀୟ ଦଳ ଘୋଷଣା। ୧୫ ଜଣିଆ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ। ରୋହିତ ଶର୍ମା ଅଧିନାୟକ, ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ଅଛନ୍ତି। ଅନ୍ୟ ଖେଳାଳି ହେଲେ ଯଶସ୍ଵୀ ଜୟସ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ସଂଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ୟୁଜବେନ୍ଦ୍ର ଚହଲ। ଏହି ୧୫ ଜଣ ଖେଳାଳିଙ୍କୁ ବାଦ ଦେଇ ଅନ୍ୟ ୪ ରିଜର୍ଭ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଶୁବମନ ଗିଲ, ରିଙ୍କୁ ସିଂ,
ଖଲିଲ ଅହମ୍ମଦ ଓ ଆବେଶ ଖାନ।…ଭାରତୀୟ ଦଳରେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ବିରାଟ କୋହଲି, ଯଶସ୍ଵୀ ଜୟସ୍ଵାଲ ରହିଛନ୍ତି। ଦଳରେ ୪ ସ୍ପେଶାଲିଷ୍ଟ ସ୍ପିନର ଦୁଇଜଣ ରିଷ୍ଟ ସ୍ପିନର ଏବଂ ଟୁ-ଫିଙ୍ଗର ସ୍ପିନର ରହିଛନ୍ତି। ଦଳରେ ୩ ପେସ ବୋଲର ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କୁ ମିଳିଛି ସ୍ଥାନ। ହାର୍ଡ ହିଟର ରିଙ୍କୁ ସିଂହ ୧୫ ଜଣିଆ ଦଳରେ ସ୍ଥାନ ପାଇନାହାନ୍ତି। ସେ ରିଜର୍ଭ ପ୍ଲେୟାର ଭାବେ ରହିଛନ୍ତି। ସେପଟେ ଶିବମ ଦୁବେଙ୍କୁ ଦଳରେ ସ୍ଥାନ ମିଳିଛି।

ଟି-୨୦ ବିଶ୍ବକପ ପାଇଁ ଘେଷଣା ହେଲା ଇଂଲଣ୍ଡ ଟିମ୍ , ଦୀର୍ଘଦିନ ପରେ ଦଳକୁ ଫେରିଲେ ଜୋଫ୍ରା ଆଚର

ନନ୍ଦିଘୋଷ ବ୍ୟୁରୋ: ସାଉଥ ଆଫ୍ରିକା ପରେ ଟି-୨୦ ବିଶ୍ବକପ ପାଇଁ ଟିମ ଘୋଷଣା କରିଛି ଇଂଲଣ୍ଡ । ଜୋସ୍ ବଟଲରଙ୍କ ଅଧିନାୟକତ୍ବରେ ବିଶ୍ବକପ ଖେଳିବ ଇଂଲଣ୍ଡ । ତେବେ ଦୀର୍ଘଦିନ ପରେ ଦଳରେ ସ୍ଥାନ ପାଇଛନ୍ତି ଜୋଫ୍ରା ଆଚର । ସେ ୧୩ ମାସ ପରେ ଦଳକୁ ଫେରିଛନ୍ତି । ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ଏବେ ଦମଦାର ଫର୍ମରେ ରହିଛନ୍ତି । ଆଇପିଏଲ ଚାଲିଥିବାବେଳେ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଫିଲିପ୍ ସଲ୍ଟ, ଜନି ବେୟାରଷ୍ଟ୍ର, ବଟଲର ଏବଂ ଓ୍ବିଲ୍ ଜ୍ୟାକଙ୍କ ଭଳି ଖେଳାଳି ରହିଛନ୍ତି । ସେପଟେ ବୋଲିଂରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ।

ଟି-୨୦ ବିଶ୍ବକପ ପାଇଁ ଟିମ ଘୋଷଣା କଲା ଦକ୍ଷିଣ ଆଫ୍ରିକା

ନନ୍ଦିଘୋଷ ବ୍ୟୁରୋ: ଜୁନ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ । ଟିମ ଇଣ୍ଡିଆ ଏଯାବତ ଦଳ ଘୋଷଣା କରିନଥିବାବେଳେ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରିଛି । ୧୫ ଜଣିଆ ଘୋଷଣା ହୋଇଥିବା ଟିମରୁ  ୧୦ ଜଣ ଖେଳାଳି ଏବେ ଆଇପିଏଲ ଖେଳୁଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଦିନିକିଆ ବିଶ୍ବକପରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ହୋଇଥିବା ଟିମ୍ବା ବାଭୁମା ଟି-୨୦ ବିଶ୍ବକପ ଦଳରେ ସ୍ଥାନ ପାଇନାହାନ୍ତି । ଇଡେନ ମାକ୍ରମଙ୍କ ଅଧିନାୟକତ୍ବରେ ଦଳ ବିଶ୍ବକପ ଖେଳିବାକୁ ଯାଉଛି । ଅଭିଜ୍ଞ ଏବଂ ଯୁବ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି । ଏବେ ୧୦ ଜଣ ଖେଳାଳି ଆଇପିଏଲ ଖେଳୁଥିବାବେଳେ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

କାନାଡା ପ୍ରତିନିଧିଙ୍କୁ ଭାରତର ସମନ, ସାଧାରଣ ସଭାରେ ଶୁଭିଲା ଖାଲିସ୍ତାନ ସ୍ଲୋଗାନ

ଅଟାୱା: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୁଙ୍କ ସଭାରେ ଶୁଭିଲା ଖାଲିସ୍ତାନ ସ୍ଲୋଗାନ । ଏହାକୁ ନେଇ ତୀବ୍ର ବିରୋଧ କରିଛି ଭାରତ । କାନାଡାର ଡେପୁଟି ହାଇକମିଶନରଙ୍କୁ ସମନ ଜାରି କରିଛି ଭାରତ । ଏହି ଘଟଣା ଭାରତ-କାନାଡା ସମ୍ପର୍କରେ ପ୍ରଭାବ ପକାଇବ ବୋଲି କହିଛି ଭାରତ । ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି କାନାଡାରେ ଘଟିଥିବା ଏହି ଘଟଣା ବିଚ୍ଛିନ୍ନତାବାଦ, ଆତଙ୍କବାଦ ଓ ହିଂସାକୁ ପ୍ରୋତ୍ସାହିତ କରିବ ।

ଖଲାସା ଦିବସ ପାଳନ ଅବସରରେ ଜଷ୍ଟିନ ଭାଷଣ ଦେବା ଲାଗି ଷ୍ଟେଜକୁ ଯିବା ମାତ୍ରେ ଖାଲିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଶୁଭିଥିଲା । ଶିଖ ଆତଙ୍କବାଦୀ ନେତା ହରଦୀପ ସିଂ ନିଜାର ହତ୍ଯା ଘଟଣାରେ ଭାରତର ସମ୍ପୃକ୍ତି ରହିଛି ବୋଲି ଗତବର୍ଷ ଜଷ୍ଟିନ କହିଥିବାରୁ ଦୁଇ ଦେଶ ମଧ୍ଯରେ କୂଟନୈତିକ ସମ୍ପର୍କ ବାଧାପ୍ରାପ୍ତ ହୋଇଥିଲା ।

ଏହାକୁ ନେଇ କାନାଡାରେ ନିଜ ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ଭାରତ ହ୍ରାସ କରିଥିବାବେଳେ ଭାରତରୁ ୪୧ ଜଣ କୂଟନୀତିଜ୍ଞ ଓ ସେମାନଙ୍କ ପରିବାରକୁ ହଟାଇ ନେଇଥିଲା ବ୍ରିଟେନ । ସେପଟେ ନ୍ୟୁୟର୍କ ଷ୍ଟେଟ ଅଫିସକୁ ନିର୍ବାଚିତ ପ୍ରଥମ ପଞ୍ଜାବୀ-ଆମେରିକୀୟ ପ୍ରତିନିଧି ଜେନିଫର ରାଜକୁମାରଙ୍କୁ ନେଇ ଚର୍ଚ୍ଚା । ନ୍ୟୁୟର୍କରେ ଆୟୋଜିତ ଶିଖ୍ ଦିବସ ପରେଡରେ ସେ ଉଦବୋଧନ ଦେବା ସହ ସେ ଶିଖ ସମ୍ପ୍ରଦାୟକୁ ପ୍ରଶଂସା କରିଥିଲେ । ତେବେ ତାଙ୍କ ସଭାରେ ଖାଲିସ୍ତାନୀ ପତାକା ସ୍ଥାନ ପାଇବାକୁ ନେଇ ଭାରତ ପକ୍ଷରୁ ପ୍ରକାଶ କରାଯାଇଛି ଉଦବେଗ ।

ନ୍ୟୁୟର୍କରେ ଆୟୋଜତି ଶିଖ୍ ଦିବସ ପରେଡ ବା ଖଲାସା ଦିବସ ବା ବୈଶାଖୀ ଉତ୍ସବକୁ ନେଇ ଏବେ ଚର୍ଚ୍ଚା । ଏହି ଉତ୍ସବକୁ ନେଇ ସେ ଯେଉଁ ଫଟୋ ସେୟାର କରିଥିଲେ ସେଥିରେ ଖଲିସ୍ତାନ ପତାକା ଥିବା ଦେଖିବାକୁ ମିଳିଥିଲା । ଏହି ଫଟୋ ସମ୍ପର୍କରେ କେତେକ ବ୍ଯକ୍ତି ମତ ଦେଇଛନ୍ତି- ଖଲିସ୍ତାନୀଙ୍କ ଆତଙ୍କରାଜ କାରଣରୁ ଏୟାଇ ଇଣ୍ଡିଆ ଫ୍ଲାଇଟ 182 ବିସ୍ଫୋରଣ ଘଟଣାରେ ପ୍ରାଣ ହରାଇଥିଲେ ୩୨୯ ଯାତ୍ରୀ । ଏୟାର ଇଣ୍ଡିଆ ବିମାନ କନିଷ୍କକୁ ୧୯୮୫ ଜୁନ୍ ୨୩ରେ ଆତଙ୍କୀମାନେ ଉଡାଇଦେଇଥିଲେ ।

ନିର୍ବାଚନ ପାଇଁ ମହିଳାଙ୍କୁ ବିଜେପିର ଅସମ୍ମାନ ଗ୍ରହଣୀୟ ନୁହେଁ, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ମହିଳାଙ୍କୁ ବିଜେପି ଦୁର୍ବ୍ୟବହାର ପ୍ରଦର୍ଶନ କରୁଛି। ମହିଳାଙ୍କ ନାଁରେ ମିଛ ଅଭିଯୋଗ ସହ ସେମାନଙ୍କ ଚରିତ୍ର ସଂହାର କରୁଛି ବିଜେପି । ମହିଳାମାନଙ୍କୁ ଆଗକୁ ନେବା ପାଇଁ ମିଶନ ଶକ୍ତି କାମ କରୁଛି। ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ସମାଜ ପାଇଁ କାମ କରୁଛନ୍ତି। ନିର୍ବାଚନ ଆସିବ, ଯିବ । ହେଲେ ନିର୍ବାଚନ ପାଇଁ ମହିଳାଙ୍କୁ ବିଜେପି ଲଗାତାର ଅସମ୍ମାନ କରିବା ଗ୍ରହଣୀୟ ନୁହେଁ ବୋଲି ବିଜେଡି କହିଛି ।

ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ଏନେଇ ଅଭିଯୋଗ କରିଛି। ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପିର ମହିଳାବିରୋଧୀ ଆଭିମୁଖ୍ୟ ନେଇ ଅଭିଯୋଗ କରି କାର୍ଯ୍ଯାନୁଷ୍ଠାନ ଦାବି କରିଛନ୍ତି । ବିଜେଡି ପ୍ରତିନିଧି ଦଳରେ ସାଂସଦ ସୁଲତା ଦେଓ, ମୁଖପାତ୍ର ପ୍ରିୟବ୍ରତ ମାଝୀ, ମହୀକ୍ଷିତା ମିଶ୍ର ଓ ଅନ୍ୟମାନେ ସାମିଲ ଥିଲେ ।