spot_img
Home Blog Page 1867

ଓଡିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ ଦାସ

ଭୁବନେଶ୍ବର: ଓଡିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ ଦାସ । ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳ ଛାଡିଥିବା କାରଣ ଦର୍ଶାଇ କଂଗ୍ରେସ ଅଧ୍ୟକ୍ଷଙ୍କୁ ଚିଠି ଲେଖି ପଦ ଛାଡିଲେ ଭକ୍ତ । AICC ସଭାପତିଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି।

ମାର୍ଚ୍ଚ ୨୨ରେ ପ୍ରଚାର କମିଟି ଅଧ୍ଯକ୍ଷ ଦାୟିତ୍ଵ ନେଇଥିଲେ। ରାଜ୍ଯରେ ଆଶାନୁରୂପ ସଫଳତା ପାଇନାହିଁ କଂଗ୍ରେସ। ଦଳର ଖରାପ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରିଛନ୍ତି ଭକ୍ତ ଦାସ।

କାନାଡାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ଯା, କାରଣ ଖୋଜୁଛି ପୋଲିସ

ଅଟାୱା: କାନାଡାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ଯା। ୨୮ ବର୍ଷୀୟ ଯୁବକ ଯୁବରାଜ ଗୋୟଲଙ୍କୁ ଗୁଳିକରି ହତ୍ଯା କରାଯାଇଥିବା ଜଣାପଡିଛି। ୨୦୧୯ରେ ଯୁବରାଜ ଗୋୟଲ ପଞ୍ଜାବରୁ ଷ୍ଟୁଡେଣ୍ଟ ଭିସାରେ କାନାଡା ଚାଲି ଯାଇଥିଲେ। ନିକଟରେ ଯୁବରାଜ ଗୋୟଲଙ୍କୁ କାନାଡା ନାଗରିକ ଭାବେ ମାନ୍ଯତା ମିଳିଥିଲା।

ଯୁବରାଜ ସେଲ୍ସ ଏକଜିକ୍ଯୁଟିଭ ଭାବେ କାମ କରୁଥିଲେ। ଯୁବରାଜଙ୍କ ବାପା ରାଜେଶ ଗୋୟଲ ପଞ୍ଜାବ ଲୁଧିଆନା ବାସିନ୍ଦା। ଲୁଧିଆନାରେ ରାଜେଶ ଗୋୟଲଙ୍କ କାଠ ବ୍ୟବସାୟ ଅଛି। ମୃତ ଯୁବରାଜର କୌଣସି ଅପରାଧିକ ରେକର୍ଡ ନାହିଁ। ତେବେ କାହିଁକି ଯୁବରାଜଙ୍କୁ ହତ୍ଯା କରାଯାଇଛି ଏହାର ତନାଘନା ଚାଲିଛି। ଜୁନ ୭ ତାରିଖରେ ଘଟିଥିଲା ଏ ହତ୍ଯାକାଣ୍ଡ। ମାମଲାରେ ୪ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ। ହତ୍ଯା ପଛର କାରଣ ଖୋଜୁଛି ପୋଲିସ।

ଯୁବରାଜଙ୍କ ଟାର୍ଗେଟ କିଲିଂ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ କାହିଁକି ହତ୍ଯା କରିଛନ୍ତି ଏ ନେଇ ଖୋଳତାଡ଼ କରୁଛି ପୋଲିସ।

ବିଳମ୍ବରେ ଓଡିଶା ଆସିବ ମୌସୁମୀ, ଦିନ ତାପମାତ୍ରା ୩ ଡିଗ୍ରୀ ଯାଏଁ ବଢିବ

ଭୁବନେଶ୍ବର: ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ସ୍ଥିତି ଅନୁକୂଳ ନାହିଁ। ଆଗାମୀ ୩,୪ ଦିନ ପର୍ଯ୍ୟନ୍ତ ଅଗ୍ରସର ହୋଇ ନପାରେ ମୌସୁମୀ ବାୟୁ । ମୌସୁମୀ ସକ୍ରିୟ ହୋଇପାରୁନଥିବାରୁ ବର୍ତ୍ତମାନ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପବନ ପ୍ରବେଶ କରୁଛି । ଯାହାର ପ୍ରଭାବରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଅନୁଭବ ହେଉଛି।

ଆଗାମୀ ୫ ଦିନ ଯାଏଁ ଉତ୍ତର, ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସହ ପ୍ରବଳ ଗୁଳୁଗୁଳି ଅନୁଭୁତ ହେବ । ଦିନ ତାପମାତ୍ରା ୨ରୁ୩ ଡିଗ୍ରୀ ବଢିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର।

ଟି-ଟ୍ବେଣ୍ଟି ବିଶ୍ବକପ୍: ଏହି ଖେଳାଳି କେବେ ବି ଦେଇନାହାଁନ୍ତି ୫୦ରୁ ଅଧିକ ରନ୍

ନ୍ୟୁୟର୍କ: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜର ଖରାପ ପିଚ୍ ଯୋଗୁଁ ଭାରତ ଟି – ଟ୍ବେଣ୍ଟି ବିଶ୍ବକପ ୨୦୨୪ରେ ଆଶା କରିଥିବା ସଫଳତା ହାସଲ କରିପାରୁନାହିଁ । ଟୁର୍ଣ୍ଣାମେଣ୍ଟରେ ଏହି ପିଚ୍ ବ୍ୟାଟସମ୍ୟାନଙ୍କ ପାଇଁ ସବୁଠୁ କଷ୍ଟସାଧ୍ୟ ପ୍ରମାଣିତ ହେଉଛି । ଏହି ପିଚ୍ କୁ ବୋଲରଙ୍କୁ ସୁହାଉଥିବା ପିଚ୍ ବୋଲି ମଧ୍ୟ କୁହାଯାଇପାରିବ ନାହିଁ । କାରଣ ଅସମାନ ବାଉନ୍ସ ଏବଂ ଡବଲ୍ ପେସ୍ କାରଣରୁ ରନ୍ କରିବା କଷ୍ଟକର ହୋଇପଡୁଛି । ଆହୁରି ମଧ୍ୟ ନିୟ୍ୟୁର୍କର ଓ୍ବିକେଟରେ ଅଧିକାଶଂ ବ୍ୟାଟସମ୍ୟାନ୍ ଆହତ ହେଉଛନ୍ତି । ରନ୍ କରିବା ପାଇଁ ବ୍ୟାଟସମ୍ୟାନ୍ ଏପରି ସଂଘର୍ଷ କରୁଛନ୍ତି ଯେ ଆଜି ଯାଏଁ ହୋଇଥିବା ୨୦ଟା ମ୍ୟାଚ୍ ମଧ୍ୟରୁ ଅଷ୍ଟ୍ରେଲିଆ ହିଁ ୨୦୦ରୁ ଅଧିକା ସ୍କୋର୍ କରିପାରିଛି । ସବୁବେଳେ ପ୍ରତିଦ୍ବନ୍ଦୀ ରହିଆସିଥିବା ଭାରତ ଏବଂ ପାକିସ୍ତାନର ଦମଦାର ମ୍ୟାଚରେ ଖରାପ ଓ୍ବିକେଟ୍ ଯୋଗୁଁ କମ୍ ସ୍କୋର୍ ହୋଇଥିଲା । ଏହି ମ୍ୟାଚରେ ପୁରା ମଜା ଆସିନଥିଲା ସତ କିନ୍ତୁ ଭାରତ ଯେମିତି ୧୧୯ ରନ୍ ର ସ୍କୋରକୁ ବଞ୍ଚେଇଥିଲା ତାହା ଭାରତୀୟ କ୍ରୀଡା ପ୍ରେମୀଙ୍କୁ ବହୁତ ଖୁସି ଦେଇଥିଲା ।

ମ୍ୟାଚର ହିରୋ ଯଶପ୍ରୀତ ବୁମରାହ-

ଅବଶ୍ୟ ବ୍ୟାଟିଙ୍ଗ୍ ପାଇଁ କଷ୍ଟସାଧ୍ୟ ଓ୍ବିକେଟ ହୋଇଥିଲେ ମଧ୍ୟ ଋିଷଭ୍ ପନ୍ତ ୩୧ଟି ବଲ୍ ରେ ୬ ଏବଂ ୪ ରନ୍ କରି ୪୨ ସ୍କୋର୍ କରିଥିଲେ ସତ କିନ୍ତୁ ଭାରତ ଜିତିବାର ହିରୋ , ହେଉଛନ୍ତି ଯଶପ୍ରୀତ୍ ବୁମରାହ । ପାକିସ୍ତାନ ୮୦ ରନ୍ କରି ଟାର୍ଗେଟ୍ ହାସଲ କରିବା ଦିଗରେ ଆଗଉଥିବା ବେଳେ ଯଶପ୍ରୀତ ୧୪ ଓଭରରେ ୪ ଓ୍ବିକେଟ୍ ନେଇ ସଙ୍କଟମୋଚନ ରିଜଓ୍ବାନକୁ କ୍ଲିନ୍ ବୋଲ୍ଡ କରିଦେଇଥିଲେ । ଫଳରେ ସେ ଭାରତୀୟ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଭାରତ ଜିତିବାର ଆଶା ଜଗାଇଥିଲେ । ୪ଟି ଓ୍ବିକେଟ୍ ଯିବା ପରେ ଏବଂ ସହଜରେ ସ୍କୋର କରିପାରୁନଥିବାରୁ ପାକିସ୍ତାନ ବ୍ୟାଟସମ୍ୟାନ୍ ଚାପରେ ଆସିଯାଇଥିଲେ । ଫଳରେ ସ୍କୋର୍ କରିବା ଲକ୍ଷ୍ୟରେ ଅଧିକ ଓ୍ବିକେଟ୍ ହରାଇ ବସିଲେ । ଶେଷରେ ପାକିସ୍ତାନକୁ ଜିତିବା ୧୮ ରନ୍ ଦରକାର ଥିବା ବେଳେ ଭାରତୀୟ ବାମହାତୀ ବୋଲର୍ ଅର୍ଶଦୀପ ସିଂହ ପାକିସ୍ତାନର ୧୧ ରନ୍ ରେ ଓ୍ବିକେଟ୍ ନେଇ ବୁମରାହଙ୍କର ଚମତ୍କାର ବୋଲିଂର ସହିତ ରହିଥିଲେ ।

ସବୁବେଳେ ଓ୍ବିକେଟ୍ ନେବା ପାଇଁ ଏବଂ ଦ୍ରୃତଗାମୀ ବୋଲର୍ ହିସାବରେ ଜଣା ଯଶପ୍ରୀତ ବୁମରାହ ନିଜର ୬୪ଟି ଟି- ଟ୍ବେଣ୍ଟି କ୍ୟାରିୟରରେ କେବେ ବି ୫୦ରୁ ଅଧିକ ରନ୍ କରିନାହାଁନ୍ତି । ଅଗଷ୍ଟ ୨୦୨୨ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ହାଇଦ୍ରାବାଦରେ ଖେଳାଯାଇଥିବା ବେଳେ ଯଶପ୍ରୀତ ୪ ଓଭରରେ ବିନା ଓ୍ବିକେଟରେ ୫୦ ରନ୍ କରିଥିଲେ । ହାରାହାରି ୧୮.୭୯ ରେ ୬୪ ଟି ଟି-ଟ୍ବେଣ୍ଟିରେ ୭୯ ୱିକେଟ୍ ଏବଂ ୬.୪୪ର ଅର୍ଥନୀତି ହେଉଛି ବୁମରାହ ଭାରତର ଦ୍ରୁତ ବୋଲିଂ ସୁପରଷ୍ଟାର ହେବାର ପ୍ରମାଣ ।

ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ବର: ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦେଶବାସୀଙ୍କ ସମସ୍ତ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ସଫଳ ହେବା ନେଇ ମୋଦୀ ଓ ତାଙ୍କ ପୂରା ଟିମକୁ ଶୁଭକାମନା ଜଣାଇଛନ୍ତି ନବୀନ। ଏଥିସହ ଦେଶର ଉନ୍ନତି କାମନା କରିଛନ୍ତି ନବୀନ ।

ସେହିପରି ଓଡ଼ିଶାରୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇଥିବା ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ । ଦେଶବାସୀ ଓ ଓଡ଼ିଶାବାସୀଙ୍କ ପାଇଁ କାମ କରିବାକୁ କହିଛନ୍ତି ନବୀନ ।

ଦାୟିତ୍ଵ ନେବା ପରେ ପିଏମ ମୋଦିଙ୍କ ପ୍ରଥମ ଦସ୍ତଖତ, ଉପକୃତ ହେବେ ୯ କୋଟିରୁ ଅଧିକ ଚାଷୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେବାପରେ ପିଏମ ମୋଦିଙ୍କ ପ୍ରଥମ ଦସ୍ତଖତ। ପିଏମ କିଶାନ ନିଧିର ୧୭ତମ କିସ୍ତି ଜାରି କରିବାକୁ ଫାଇଲରେ କଲେ ଦସ୍ତଖତ। ଏହାଦ୍ଵାରା ଉପକୃତ ହେବେ ୯ କୋଟିରୁ ଅଧିକ ଚାଷୀ। ପିଏମ କିଶାନ ନିଧିର ୧୭ତମ କିସ୍ତି ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ୯.୩ କୋଟିରୁ ଅଧିକ ଚାଷୀଙ୍କୁ ପ୍ରାୟ ୨୦ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତୃତୀୟ ପାଳି ସରକାରରେ ଦାୟିତ୍ଵ ଗ୍ରହଣ ପରେ ଏହି ପ୍ରଥମ ନିର୍ଦ୍ଦେଶ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଗତକାଲି ନରେନ୍ଦ୍ର ମୋଦି ଲଗାତାର ତୃତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ରାଷ୍ଟ୍ରପତି ଭବନରେ ଭବ୍ୟ ଶପଥଗ୍ରହଣ ସମାରୋହର ଆୟୋଜନ ହୋଇଥିଲା। ହଜାର ହଜାର ସଂଖ୍ଯାରେ ଆମନ୍ତ୍ରିତ ଅତିଥିଙ୍କ ଗହଣରେ ତୃତୀୟଥର ଲାଗି ପ୍ରଧାନମନ୍ତ୍ରୀଭାବେ ଶପଥଗ୍ରହଣ କରିଥିଲେ ମୋଦି। ମୋଦିଙ୍କ ସହ ମନ୍ତ୍ରୀମଣ୍ଡଳର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମୋଟ ୭୨ ଜଣ ମନ୍ତ୍ରୀ ଶପଥ ପାଠ କରିଥିଲେ।

ଜାତୀୟ ଗଣମାଧ୍ୟମରେ ଗିରିଶ ମୁର୍ମୁଙ୍କୁ ନେଇ ଚର୍ଚ୍ଚା, ହୋଇପାରନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗିରିଶ ମୁର୍ମୁ ହୋଇପାରନ୍ତି ଓଡ଼ିଶାର ପରବର୍ତ୍ତୀ ମୁଖ୍ଯମନ୍ତ୍ରୀ। ଗିରିଶ ମୁର୍ମୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ନେଇ ଜାତୀୟ ଗଣମାଧ୍ଯମରେ ଚର୍ଚ୍ଚା ହେଉଛି। ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଗିରିଶ ମୁର୍ମୁ।

ଓଡିଶାରେ ଦୁଇଟି ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି  । ପ୍ରଥମେ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟଟି ଗିରିଶ ମୁର୍ମୁ  । କିନ୍ତୁ ମୋଦି କ୍ୟାବିନେଟରେ ଧର୍ମେନ୍ଦ୍ର ଶପଥ ନେବା ପରେ ଏବେ ଗିରିଶଙ୍କ ନାଁ ଫାଇନାଲ ବୋଲି ଚର୍ଚ୍ଚା ହେଉଛି  । ବିଜେପି ପକ୍ଷରୁ ଏନେଇ କୌଣସି ଅଧିକାରିକ ସୂଚନା ମିଳିନାହିଁ  । ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ନାଁରେ ଫାଇନାଲ ମୋହର ମାରିବେ ଦଳର ସୁପ୍ରିମୋ  ।

ଗିରିଶ ମୁର୍ମୁ ଭାରତର ଏଜି ଅଛନ୍ତି  । ଗତ ଅଗଷ୍ଟ ୮, ୨୦୨୦ରୁ ତାଙ୍କୁ ଏହି ଦାୟିତ୍ବ ମିଳିଛି  । ଏହା ପୂର୍ବରୁ ଜମ୍ମୁ କାଶ୍ମୀରର ଏଲଜି ରହିଛନ୍ତି ଗିରିଶ ମୁର୍ମୁ  । ଭାରତ ସରକାରଙ୍କ ବିଭିନ୍ନ ପଦ ପଦବୀରେ ସେ ଦାୟିତ୍ବ ତୁଲାଇଛନ୍ତି  । ଅର୍ଥ ବିଭାଗ ସଚିବ, ବିତ୍ତୀୟ ସେବା ବିଭାଗ ଓ ରାଜସ୍ବ ବିଭାଗରେ ସ୍ବତନ୍ତ୍ର ଓ ଅତିରିକ୍ତ ସଚିବ ଦାୟିତ୍ବ ତୁଲାଇଛନ୍ତି  । କେନ୍ଦ୍ରରେ ନିଜ କାର୍ଯ୍ୟକାଳ ପୂର୍ବରୁ ମୁର୍ମୁ ଗୁଜୁରାଟ ସରକାରରେ ବି ଅନେକ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିଛନ୍ତି  । ମୁର୍ମୁଙ୍କ ପାଖରେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଅଭିଜ୍ଞତା ରହିଆସିଛି  ।

ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକତ୍ତୋର ହାସଲ କରିଛନ୍ତି ମୁର୍ମୁ  । ବର୍ମିଂଧମ ବିଶ୍ବବିଦ୍ୟାଳୟରୁ ଏମବିଏ ଡିଗ୍ରୀ ମଧ୍ୟ ସେ ହାସଲ କରିଛନ୍ତି  । ଗୁଜୁରାଟ କ୍ୟାଡରର ୧୯୮୫ ବ୍ୟାଚର ସେ ଆଇଏଏସ ଅଧିକାରୀ ଅଟନ୍ତି  । ୧୯୫୯ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମିତ ଗିରିଶ ମୁର୍ମୁ ସ୍ମିତା ମୁର୍ମୁଙ୍କୁ ବିବାହ କରିଛନ୍ତି  ।

ସାମନାକୁ ଆସିଲା ସୋନାକ୍ଷୀ ଇକବାଲଙ୍କ ବିବାହ ତାରିଖ

ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ସୋନାକ୍ଷୀ ସିହ୍ନା ଓ ଜାହିର ଇକବାଲ  । ଦୀର୍ଘ ଦିନରୁ ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ ଚଳିତ ମାସରେ ବିବାହ କରିବେ  । ସୋନାକ୍ଷୀଙ୍କ ବାପା ଶତ୍ରୁଘ୍ନ ସିହ୍ନା ଶେଷରେ ବିବାହ ପାଇଁ ସହମତି ପ୍ରକାଶ କରିଛନ୍ତି  ।

ଜୁନ ୨୩ରେ ଦୁଇ ପରିବାରଙ୍କ ଉପସ୍ଥିତିରେ ଉଭୟ ବିବାହ କରିବେ  । ବଲିଉଡରେ ଚାଲିଥିବା ଡେଷ୍ଟିନେସନ ବିବାହକୁ ଛାଡି ଦୁହେଁ ମୁମ୍ବାଇରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି  । ପରିବାର ସହ କିଛି ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ ଆୟୋଜନ ହେବ  ।  ବିବାହ ପରେ ଦମ୍ପତି ମୁମ୍ବାଇରେ ନିଜ ସମ୍ପର୍କୀୟଙ୍କ ପାଇଁ ରିସେପସନ ପାର୍ଟିର ଆୟୋଜନ କରିବେ  ।

ହେଲେ ସୋନାକ୍ଷୀ, ଜାହିର କି ତାଙ୍କ ପରିବାର ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ  । ଗତ ୪ ରୁ ୫ ବର୍ଷ ଧରି ଉଭୟ ଡେଟ୍‌ କରୁଥିଲେ  । ଦୁହିଁଙ୍କୁ ଏକାଠି ବଲିଉଡ ପାର୍ଟିରେ ଦେଖିବାକୁ ମିଳୁଥିବାବେଳେ ନିଜ ରିଲେସନସିପ୍‌ ବିଷୟରେ ମିଡିଆ ସାମନାରେ କେବେ ମୁହଁ ଖୋଲି ନଥିଲେ  । ବରଂ ଉଭୟ ପରସ୍ପରକୁ ଭଲ ବନ୍ଧୁ ବୋଲି ଦର୍ଶାଉଥିଲେ  । ସେପଟେ ଉଭୟଙ୍କ ବିବାହକୁ ନେଇ ଶତ୍ରୁଘ୍ନ ରାଜି ନଥିବା ଖବର ସାମନାକୁ ଆସିଥିଲା  ।

ସଲମାନଙ୍କ ଖାନଙ୍କ ନୋଟବୁକ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ଜାହିର  । ସେପଟେ ଦବଙ୍ଗ ଜରିଆରେ ସୋନାଙ୍କୁ ଲଞ୍ଚ୍‌ କରିଥିଲେ ସଲମାନ  । କୁହାଯାଉଛି ଜାହିର ଓ ସୋନାକ୍ଷୀଙ୍କୁ ମିଶାଇବାରେ ସଲମାନଙ୍କ ଯୋଗଦାନ ରହିଛି  ।

 

କେଉଁଥିପାଇଁ ଆଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା’କୁ ମିଳିଲା ୧୦୦ କୋଟିର ଆଡଭାନ୍ସ

ନନ୍ଦିଘୋଷ ବ୍ୟୁରୋ: ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନଙ୍କ ପୁଷ୍ପା ଫିଲ୍ମ ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ଚଳଚ୍ଚିତ୍ରର ପ୍ରଥମ ଭାଗ ବଡ଼ ରୋଜଗାର ସହ ସମଗ୍ର ବିଶ୍ୱରେ ଦକ୍ଷିଣ ଭାରତୀୟ ଫିଲ୍ମକୁ  ସାମନାକୁ ଆଣିଥିଲା । ସେବେଠାରୁ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଥିଲେ। ଏହି ଫିଲ୍ମ ୨ ମାସ ମଧ୍ୟରେ ମୁକ୍ତିଲାଭ କରିବ  । କିନ୍ତୁ ରିଲିଜର ଦୁଇ ମାସ ପୂର୍ବରୁ  ପୁଷ୍ପା ୨ ଫିଲ୍ମକୁ ୧୦୦ କୋଟି ଟଙ୍କା ମିଳିଛି ।

ନିର୍ମାତାଙ୍କ କହିବା କଥା ପୁଷ୍ପା ୨ ଫିଲ୍ମର ରାଇର୍ଟସ ବିକ୍ରି ହେବା ଆରମ୍ଭ ହୋଇ ଯାଇଛି ଏବଂ ଏହାକୁ ହାସଲ କରିବା ପାଇଁ ବିତରକମାନଙ୍କ ମଧ୍ୟରେ ପ୍ରତିଯୋଗିତା ରହିଛି। ପୁଷ୍ପା ୨ ଚଳଚ୍ଚିତ୍ର ନିଜାମ ଅଞ୍ଚଳର ନାଟ୍ୟ ଅଧିକାର ପାଇଁ ବିତରକ ୧୦୦ କୋଟି ଟଙ୍କା ଆଗୁଆ ଦେଇଛନ୍ତି। ସେହି ଅଞ୍ଚଳର ସମସ୍ତ ପାଞ୍ଚଟି ଭାଷା ପାଇଁ ଏହି ଅଧିକାରଗୁଡିକ ନିଆଯଇଛି  । ଦକ୍ଷିଣର ବଡ ସୁପରଷ୍ଟାର ଆଲୁ ଅର୍ଜୁନଙ୍କୁ ନେଇ ଏବେ କ୍ରେଜ୍‌ ବଢିବାରେ ଲାଗିଛି  । ଯଦି କେବଳ ଗୋଟିଏ ଅଞ୍ଚଳ ପାଇଁ ଏତେ ଟଙ୍କା ମିଳିଛି ତେବେ ଭାବନ୍ତୁ ଫିଲ୍ମର ମୋଟ ନାଟ୍ୟ ଅଧିକାର କେତେ ମୂଲ୍ୟରେ ବିକ୍ରି ହେବ  ।

 ଫିଲ୍ମର ପ୍ରଥମ ଭାଗ ସାରା ବିଶ୍ୱରେ ୩୭୦ କୋଟି ଟଙ୍କା ରୋଜଗାର କରିଥିଲା । ଏହି ଚଳଚ୍ଚିତ୍ରରେ ଅଲୁ ଅର୍ଜୁନଙ୍କ ବିପକ୍ଷରେ ରଶ୍ମିକା ମନ୍ଦନା ନଜର ଆସିଥିଲେ। ଫିଲ୍ମର ଗୀତଗୁଡିକ ମଧ୍ୟ ବେଶ ପସନ୍ଦ କରିଥିଲେ ଦର୍ଶକ । ଏହାର ପ୍ରଥମ ଭାଗର ନାମ ଥିଲା ପୁଷ୍ପା ଦି ରାଇଜ୍ ଯେଉଁଥିରେ ପୁଷ୍ପା କିପରି ତାଙ୍କ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ତାହା ଦର୍ଶାଯାଇଥିଲା  । ବର୍ତ୍ତମାନ ଫିଲ୍ମର ଦ୍ୱିତୀୟ ଭାଗର ନାମ ପୁଷ୍ପା ଦି ନିୟମ ରଖାଯାଇଛି। ଏହି ଚଳଚ୍ଚିତ୍ରରେ ପୁଷ୍ପା କିପରି ତାଙ୍କ ସାମ୍ରାଜ୍ୟକୁ ବିସ୍ତାର କରି ଶାସନ କରିବେ ତାହା ଦର୍ଶାଯିବ  । ଏହି ଫିଲ୍ମ ୧୫ ଅଗଷ୍ଟ ୨୦୨୪ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ। ଏଥିରେ ଫୱାଦ୍ ଫସିଲ୍ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ  ।

 

ମୋଦିଙ୍କ ଏହି ମନ୍ତ୍ରୀଙ୍କ ପାଖରେ ଅଛି ପାଖାପାଖି ୬ ହଜାର କୋଟିର ସମ୍ପତ୍ତି

ନୂଆଦିଲ୍ଲୀ: ମୋଦି ସରକାର ୩.୦ରେ ଅନେକ ନୂଆ ଓ ଯୁବ ସାଂସଦଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଛି  । ଖାସ କରି ସହଯୋଗୀ ଦଳ ତେଲୁଗୁ ଦେଶମ ପାର୍ଟି (ଟିଡିପି)ରୁ ଅନେକ ସାଂସଦଙ୍କୁ ମିଳିଛି ମନ୍ତ୍ରୀ ପଦ  । ଟିଡିପିର ୩୬ ବର୍ଷୀୟ ରାମମୋହନ ନାଇଡୁଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମିଳିବା ସମସ୍ତଙ୍କୁ ଆକର୍ଷିତ କରିଛି  । କାରଣ ନରେନ୍ଦ୍ର ମୋଦି କ୍ୟାବିନେଟରେ ସବୁଠାରୁ ଧନୀ ମନ୍ତ୍ରୀ ଅଟନ୍ତି ରାମମୋହନ ନାଇଡୁ  ।

ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମରୁ ଲୋକସଭା ସାଂସଦ ଅଛନ୍ତି ରାମମୋହନ  । ଟିଡି୍ପିର ମହାସଚିବ ସହ ବରିଷ୍ଠ ନେତା ୟେରେନ ନାଇଡୁଙ୍କ ପୁଅ  । ସେହିପରି ମୋଦିଙ୍କ କ୍ୟାବିନେଟରେ ଆଉ ଜଣେ ରାଷ୍ଟ୍ର ମନ୍ତ୍ରୀ ହେଉଛନ୍ତି ଚନ୍ଦ୍ରଶେଖର ପେମ୍ମାସାନୀ  । ଗୁଣ୍ଟୁର ଲୋକସଭା ଆସନରୁ ନିର୍ବାଚନ ଜିତିଥିବା ଚନ୍ଦ୍ରଶେଖରଙ୍କ ଏହା ପ୍ରଥମ ନିର୍ବାଚନ  । ଆମେରିକାରୁ ପାଠ ପଢିଥିବା ଚନ୍ଦ୍ରଶେଖରଙ୍କ ସର୍ବମୋଟ ସମ୍ପତ୍ତି ମୂଲ୍ୟ ୫ ହଜାର ୭୦୦ କୋଟି ଟଙ୍କା  ।

ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀମଣ୍ଡଳରେ ୩୭ ବର୍ଷୀୟ ରକ୍ଷା ନିଖିଲ ଖଡସେ ସବୁଠାରୁ କମ ବୟସ୍କ ମନ୍ତ୍ରୀ ଭାବେ ସ୍ଥାନ ପାଇଥିବାବେଳେ ୭୯ ବର୍ଷୀୟ ଜିତନ ରାମ ମାଞ୍ଝି ସବୁଠାରୁ ବୟସ୍କ ମନ୍ତ୍ରୀ ଅଟନ୍ତି  । ଅନ୍ୟ ଯୁବ ମନ୍ତ୍ରୀଙ୍କ ମଧ୍ୟରେ ଚିରାଗ ପାସୱାନ ଓ  ଜୟନ୍ତ ଚୌଧୁରୀ ସାମିଲ ଅଛନ୍ତି  ।