spot_img
Home Blog Page 1811

ଫସଲରେ ପାଣି ମଡ଼ାଇବାକୁ ଯାଇ ବିଦ୍ୟୁତ ଆଘାତରେ ଦମ୍ପତିଙ୍କ ମୃତ୍ୟୁ

ବାରଙ୍ଗ : ବିଦ୍ୟୁତ ଆଘାତରେ ଚାଲିଗଲା ଦୁଇ ନିରୀହ ଜୀବନ। ଫସଲରେ ପାଣି ମଡ଼ାଇବାକୁ ଯାଇ ବିଦ୍ୟୁତ ଆଘାତରେ ଦମ୍ପତିଙ୍କ ମୃତ୍ୟୁ। ଏଭଳି ଦୃଦୟ ବିଦାରକ ଘଟଣା ଘଟିଛି ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ଗାଁରେ । ବୁଧବାର ଅପରାହ୍ନ ପ୍ରାୟ ୫ଟାରେ ମଧୁବନ ଗାଁର ରାଜକିଶୋର ଖଟୁଆ ଏବଂ ତାଙ୍କ ସ୍ତ୍ରୀ ସଯୁକ୍ତା ଖଟୁଆ ଘର ପଖରେ ଥିବା ଚାଷ ଜମିକୁ ପାଣି ମଡ଼ାଇବାକୁ ଯାଇଥିଲେ। ପାଣି ମଡ଼ାଉଥିବା ସମୟରେ ଉଭୟ ଦମ୍ପତି କୌଣସି କାରଣବଶତଃ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଚାଷ ଜମିରୁ ଫେରିବା ବିଳମ୍ବ ଯୋଗୁ ପରିବାର ପକ୍ଲୋଷରୁ ଖୋଜାଖୋଜି କରାଯାଇଥିଲା । ଉଭୟେ ଚାଷ ଜମିରେ ପଡ଼ିଥିବା ଦେଖି ତୁରନ୍ତ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ନିଆଯାଇଥିଲା ।

ଡାକ୍ତର ସେଠାରେ ଉଭୟ ଦମ୍ପତିଙ୍କୁ ମୃତ ଘୋଷଣା କରିଥିଲେ। କିଛିଦିନ ପୂର୍ବରୁ  ରାଜକିଶୋର ଖଟୁଆଙ୍କ ଝିଅ ତୃପ୍ତିମୟୀ ଖଟୁଆ ଓଡ଼ିଶା ପ୍ରଶାସନିକ ସେବାରେ ୧୮୩ ନଂ ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ବାରଙ୍ଗ ଅଞ୍ଚଳ ପାଇଁ ଗୌରବ ଆଣିଦେଇଥିଲେ। ପରିବାରରେ ଖୁସିର ମାହୋଲ ରହିଥିଲା । ହେଲେ ଗତକାଲିର ଅଘଟଣ ପରିବାରକୁ  ଶୋକରେ ବୁଡ଼ାଇ ଦେଇଛି ।

 

ଘଷିପୁରା ନିର୍ବାଚନମଣ୍ଡଳିରେ ଗୋଷ୍ଠୀ ସଂଘର୍ଷ

କେନ୍ଦୁଝର :  ନିର୍ବାଚନ ରାଜନୀତିକୁ ନେଇ ମହାଭାରତ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଜଣେ ଯୁବକ ଆହତ । ଘଷିପୁରା ନିର୍ବାଚନମଣ୍ଡଳିର ପଣ୍ଡୁଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆହତ  ଯୁବକ ପଣ୍ଡୁଆ ଗାଁ ର ବସନ୍ତ ଚକ୍ରଙ୍କୁ ସାଇଁକୁଳ ଡାକ୍ତରଖାନାରେ ଭତ୍ତି କରାଯାଇଛି । ଉଭୟ ପକ୍ଷଙ୍କ ମଧ୍ଯରେ ପ୍ରଥମେ ନିର୍ବାଚନକୁ ନେଇ ବଚଷା ଓ ପରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ।  ପ୍ରତିପକ୍ଷ ଯୁବକଙ୍କ ଆକ୍ରମଣରେ  ବସନ୍ତ ଆହତ ହୋଇଥିଲେ।  ଘଣାପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା । ଘଟଣା ସ୍ଥଳରେ ଚନ୍ଦ୍ରପୁର ପୋଲିସ ପହଁଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା ।

ଆଗାମୀ ୧୦ ବର୍ଷ ଯୁବ ପିଢ଼ିଙ୍କ ପାଇଁ ନବୀନ ଆଣିବେ ସୁବର୍ଣ୍ଣ ଯୁଗ

ଭୁବନେଶ୍ୱର : ଯୁବ ପୀଢ଼ିଙ୍କ ପାଇଁ ନବୀନ ଆଣିବେ ସୁବର୍ଣ୍ଣ ଯୁଗ l ଆଗାମୀ ୧୦ ବର୍ଷ ଯୁବ ପିଢ଼ିଙ୍କ ପାଇଁ ୫ଟି ଗ୍ୟାରେଣ୍ଟି ଆଣିଛନ୍ତି l ରାଜ୍ୟର ଯୁବ ପିଢ଼ିଙ୍କ ପାଇଁ ଆଗାମୀ ପ୍ଲାନ୍ ବାବଦରେ ସୂଚନା ଦେଇଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ବିଜେପି ନିର୍ବାଚନ ଇସ୍ତାହାରରେ ଖୋଜିଲେ ବି ଯୁବପିଢିଙ୍କ ପାଇଁ କିଛି ନାହିଁ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବପିଢିଙ୍କ ଦ୍ଵାରା ବିକଶିତ ଓଡିଶା ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି l କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା  ୧ ଲକ୍ଷ କୋଟିର ଯୁବ ବଜେଟ ଆଣିବ। ଯୁବକଙ୍କ ପାଇଁ ୧୦ ବର୍ଷରେ ଖର୍ଚ୍ଚ ହେବ ଏହି ଅର୍ଥ। ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିରୁ ୧ ହଜାର କୋଟି ଟଙ୍କା ଛାତ୍ର ଛାତ୍ରୀଙ୍କ ମତାମତ ଆଧାରରେ ଖର୍ଚ୍ଚ ହେବ। ଦେଶର ପ୍ରଥମ ରାଜ୍ୟ ଭାବେ ଏଭଳି ଯୋଜନା କରିଛି ଓଡ଼ିଶା। ରାଜ୍ୟର ଯୁବକଙ୍କୁ ବିଶ୍ବସ୍ତରୀୟ ସୁବିଧା ଦେବାକୁ ପ୍ଲାନ୍ କରାଯାଇଛି। ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ରୋଜଗାର ବୃଦ୍ଧି ପାଇଁ ଯୋଜନା ରହିଛି। ଯୁବ  ପିଢ଼ିଙ୍କ ଜରିଆରେ ନୂଆ ଓଡିଶା ଗଠନ ପାଇଁ ଲକ୍ଷ ରଖିଛନ୍ତି ସରକାର ।

ବହୁ ପୂର୍ବରୁ ଏହି ଯୋଜନା ଆରମ୍ଭ ହୋଇଛି । ସେହି କ୍ରମରେ ସ୍କୁଲ ରୂପାନ୍ତରଣ, କଲେଜ ରୂପାନ୍ତରଣ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ୮ ହଜାର ସ୍କୁଲ ରୂପାନ୍ତରଣ ହୋଇଛି। ୧ ହଜାର କଲେଜ ବି ରୂପାନ୍ତରଣ ହୋଇଛି। ଆଗକୁ ବି କଲେଜ ରୂପାନ୍ତରଣ ଜାରି ରହିବ। ଘରୋଇ ସ୍କୁଲ ଅପେକ୍ଷା ସରକାରୀ ସ୍କୁଲ ରେ ଅଧିକ ସୁବିଧା ମିଳିବ। ଦକ୍ଷତା ବିକାଶରେ ଓଡ଼ିଶା ଏକ ନମ୍ବର ହୋଇଛି। ମୁଖ୍ୟମନ୍ତ୍ରୀ ଯୁବ ପିଢ଼ିଙ୍କ ସହିତ ରହିଛନ୍ତି। ଯୁବ ପିଢ଼ି ମୁଖ୍ୟମନ୍ତ୍ରୀଙ୍କୁ ଆଶିର୍ବାଦ କରିବାକୁ ଅପିଲ କରିଛନ୍ତି ଭିକେ ପାଣ୍ଡିଆନ। 2024 ରୁ 2034 ଯାଏ 10 ବର୍ଷ ଭିତରେ ଓଡିଶା ସବୁ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି l

 

ବଙ୍ଗୋପସାଗରରେ ଘନୀଭୂତ ହେଲା ଲଘୁଚାପ

ଭୁବନେଶ୍ୱର : ବଙ୍ଗୋପସାଗରରେ ଘନୀଭୂତ ହେଲା ଲଘୁଚାପ। ସାମାନ୍ୟ ଉତ୍ତରପୂର୍ବ ଦିଗରେ ଗତିକରି ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଳଘୁଚାପ । ତେବେ କାଲି ସକାଳ ସୁଦ୍ଧା ଅବାପାତରେ ପରିଣତ ହେବା ସମ୍ଭାବନା ରହିଛି l ଉତ୍ତର ଓଡିଶା- ପଶ୍ଚିମବଙ୍ଗର କଣ୍ଟାଇ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ଅନୁମାନ କରାଯାଉଛି । ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ସାମାନ୍ୟ ବର୍ଷା ସମ୍ଭାବନା ରହିଛି। ୨୪ ତାରିଖ ଅପରାହ୍ନରୁ ପାଗରେ ପରିବର୍ତ୍ତନ ଆସିବ। ୨୪ ରାତିରୁ ୨୬ ଅପରାହ୍ନ ଯାଏଁ ଉପକୂଳ ଓଡ଼ିଶାର ଅନେକ ଅଞ୍ଚଳରେ ବର୍ଷା ବିସ୍ତାରିତ ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ତଥା ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିପାରେ। ଉପକୂଳରେ କୋହୋଲା ପାଗ ସହ ସମୁଦ୍ର ଅଶାନ୍ତ ରହିବ। ଏହି ସମୟରେ  ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ସହ କିଛି କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ଆକଳନ କରାଯାଇଛି।

ରଇସିଙ୍କ ମୃତ୍ୟୁକୁ ନେଇ ପ୍ରତିଶୋଧର ‘ଟ୍ରେଲର’ ଦେଖାଇଲା ଇରାନ

ନନ୍ଦିଘୋଷ ବ୍ୟୁରୋ : ଇବ୍ରାହିମ ରଇସିଙ୍କୁ ଏପର୍ଯ୍ୟନ୍ତ କବର ଦିଆଯାଇ ନାହିଁ। ଏହି ସମୟରେ ତାଙ୍କ ମୃତ୍ୟୁର ପ୍ରତିଶୋଧ ଆରମ୍ଭ ହୋଇଛି। ହୁତି ଇରାନର କ୍ଷେପଣାସ୍ତ୍ର ମାଧ୍ୟମରେ ବିଡେନଙ୍କ ଫ୍ଲାଇଙ୍ଗ ସ୍କ୍ୱାଡକୁ ଶିକାର କରିଛି। ରାଜଧାନୀ ତେହେରାନରେ ଏକ ପ୍ରକ୍ସି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଇରାନ ସମର୍ଥିତ ଅନେକ ସଂଗଠନର ମୁଖ୍ୟ ତଥା ବଡ ବଡ ନେତାମାନେ ଅଂଶଗ୍ରହଣ କରିଥିଲେ। ଏହି କ୍ରମରେ ଗତକାଲି ରାତିରେ ୟେମେନରେ ଆମେରିକାର ରେପର୍ ଡ୍ରୋନ୍ ପୋଡି ଯାଇଥିଲା। ଯଦି ହୁତିମାନେ ଇରାନର କ୍ଷେପଣାସ୍ତ୍ର ସହିତ ବାଇଡେନଙ୍କ ଫ୍ଲାଇଙ୍ଗ ସ୍କ୍ୱାଡକୁ ଶିକାର କରିଥିଲେ, ତେବେ ଏହି ଆକ୍ରମଣରୁ ବୁଝିବାକୁ ପଡ଼ିବ କି ରଇସିଙ୍କ ମୃତ୍ୟୁର ପ୍ରତିଶୋଧ ଆରମ୍ଭ ହୋଇଛି ? ରେପର୍ ଡ୍ରୋନ୍ ହେଉଛି ଆମେରିକାର ଏକ ସ୍ୱତନ୍ତ୍ର ଏବଂ ଆଧୁନିକ ଡ୍ରୋନ୍ | ଯୁଦ୍ଧଠାରୁ ଆରମ୍ଭ କରି ଗୁପ୍ତଚର ପର୍ଯ୍ୟନ୍ତ ଆମେରିକୀୟ ସେନା ଏହାକୁ ବ୍ୟବହାର କରିଆସୁଛି।

ରେପର୍ ଡ୍ରୋନ କଣ ?

ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ଏହି ଆମେରିକୀୟ ଡ୍ରୋନର ବିଶେଷତା, ଶକ୍ତି ଏବଂ ସାମର୍ଥ୍ୟ କ’ଣ, ଯାହା ଦ୍ୱାରା ଏହା ବିଶ୍ୱର ସବୁଠାରୁ ମାରାତ୍ମକ ବିସ୍ଫୋରଣ ହୋଇନଥିବା ଅର୍ଡାନ୍ ଭାବରେ ପରିଗଣିତ ହୁଏ ? ରେପର ଡ୍ରୋନର ବଡ ବୈଶିଷ୍ଟ୍ୟ ହେଉଛି ଗୁପ୍ତଚର ବ୍ୟତୀତ ଏହା ଆମେରିକୀୟ ଆକାଶ ମାର୍ଗରେ ଆକ୍ରମଣ ଏବଂ ରକ୍ଷା କରିବାର କ୍ଷମତା ରଖିଛି | MQ-9 ରେପର୍ ଡ୍ରୋନ୍ ଘଣ୍ଟା ପ୍ରତି ୩୬୮ କିଲୋମିଟର ବେଗରେ ଆକାଶରେ ଉଡିଥାଏ |

ଅନ୍ୟପଟେ ଖାମେନେ ହାମାସ ମୁଖ୍ୟଙ୍କୁ ଭେଟିଛନ୍ତି । ରଇସିଙ୍କ ମୃତ୍ୟୁ ପରେ ବିଶ୍ୱାସ କରାଯାଏ ଯେ ଇରାନର ପ୍ରକ୍ସି ଅନିୟମିତ ହୋଇଯିବେ । ବୋଧହୁଏ ହୁତି ଓ ଇସଲାମିକ ମଧ୍ୟରେ ଆକ୍ରମଣରୁ ଏହା ଆରମ୍ଭ ହୋଇଛି । କିନ୍ତୁ ସେପଟେ, ଦାବି ହେଉଛି ଯେ ରଇସିଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଯାଇ ଇରାନରେ, ଇସ୍ରାଏଲର ବିନାଶ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ଏବଂ ଏହି ବ୍ଲୁ ପ୍ରିଣ୍ଟକୁ ସିଲ୍ କରିବା ପାଇଁ ବିଭିନ୍ନ ପ୍ରକ୍ସି ସଂଗଠନର ମୁଖ୍ୟମାନେ ତେହେରାନରେ ପହଞ୍ଚିଛନ୍ତି। ହମାସର ମୁଖ୍ୟ ଇସମାଇଲ ହାନିଆ ଏପରିକି ଇରାନର ସର୍ବୋଚ୍ଚ ନେତା ଖାମେନେଙ୍କୁ ଭେଟିଥିଲେ। ଦାବି ହେଉଛି ଯେ ଦୁଇ ନେତାଙ୍କ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଆଲୋଚନା ହୋଇଥିଲା। କେବଳ ଏତିକି ନୁହେଁ, ଏହା ମଧ୍ୟ ଦାବି କରାଯାଉଛି ଯେ ତେହେରାନରେ କାଟାଏବ ହିଜବୁଲ ନେତା କାଇସ ଅଲ-ଖଜଲି ମଧ୍ୟ ଉପସ୍ଥିତ ଥିଲେ।

ତାଇୱାନକୁ ଅସ୍ତ୍ର ବିକ୍ରି କରିବାରୁ ଆମେରିକୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଚୀନ୍

ନନ୍ଦିଘୋଷ ବ୍ୟୁରୋ : ତାଇୱାନକୁ ଅସ୍ତ୍ର ବିକ୍ରି କରୁଥିବା ଆମେରିକୀୟ କମ୍ପାନୀଗୁଡିକ ଉପରେ ଚୀନ୍ ପ୍ରତିବନ୍ଧକ ଲଗାଇଛି ଚିନ୍ । ଚୀନ୍ ଏଥିରେ ରାଗିଯାଇ ପ୍ରତିରକ୍ଷା ସମ୍ବନ୍ଧୀୟ ୧୨ଟି ଆମେରିକୀୟ କମ୍ପାନୀ ଏବଂ ୧୦ଜଣ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ଋଷ ସହ ଜଡିତ ଚୀନ୍ କମ୍ପାନୀଗୁଡିକ ଉପରେ ପୂର୍ବରୁ ଆମେରିକାର ପ୍ରତିବନ୍ଧକ କାରଣରୁ ଚୀନ୍ କ୍ରୋଧିତ ଥିଲା । ବର୍ତ୍ତମାନ ତାଇୱାନକୁ ଅସ୍ତ୍ର ବିକ୍ରି ପ୍ରସଙ୍ଗରେ ଏକ ତୀବ୍ର ପ୍ରତିକ୍ରିୟା ଦେଇଛୀ ଚିନ୍ । ଯେଉଁ କମ୍ପାନୀଗୁଡିକ ଚୀନ୍ ଦ୍ୱାରା ନିଷିଦ୍ଧ ହୋଇଛି ସେଗୁଡ଼ିକ ମଧ୍ୟରେ ରହିଛି ଲକର୍ଡି ମାର୍ଟିନ, ରାଇଥନ୍, ଜେନେରାଲ୍ ଡାଇନାମିକ୍ସ ଏବଂ ଅନ୍ୟାନ୍ୟ କମ୍ପାନୀର ୟୁନିଟ୍ ଅନ୍ତର୍ଭୁକ୍ତ | ଏହା ସହିତ ନର୍ଥ୍ରୋପ ଗ୍ରୁପମ୍ୟାନ କର୍ପୋରେସନ ଏବଂ ଜେନେରାଲ ଡାଇନାମିକ୍ସର ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ବାରଣ କରାଯାଇଛି। ଚୀନ୍ ସ୍ୱୟଂ ଶାସିତ ଦ୍ୱୀପ (ତାଇୱାନ) କୁ ଏହାର ଅଞ୍ଚଳ ବୋଲି ଦାବି କରେ | ଆମେରିକା ତାଇୱାନକୁ ଏକ ଦେଶ ଭାବରେ ସ୍ୱୀକୃତି ଦେଇନଥିଲେ ମଧ୍ୟ ଏହି ଦ୍ୱୀପକୁ ଆମେରିକାର ଅସ୍ତ୍ର ବିକ୍ରୟକୁ ବହୁ ଦିନରୁ ବିରୋଧ କରିଆସୁଛି ଚୀନ୍ । ୱାଶିଂଟନର ଏକ ସଂଘୀୟ ନିୟମ ଅନୁଯାୟୀ କୌଣସି ଦ୍ୱୀପକୁ ସରକାର ରକ୍ଷା କରିବାର ବ୍ୟବସ୍ଥା ଅଛି କି ନାହିଁ ତାହା ସ୍ପଷ୍ଟ କରିବାକୁ ବାଧ୍ୟ ।

ଚୀନ୍ ଏହି ଆମେରିକୀୟ କମ୍ପାନୀଗୁଡିକୁ ନିଷିଦ୍ଧ କରିଛି

ଚୀନ୍ ବୋଇଙ୍ଗ ପ୍ରତିରକ୍ଷା, ସ୍ପେସ୍ ସିକ୍ୟୁରିଟି ଏବଂ ଆମେରିକାର ଅନ୍ୟ ଦୁଇଟି ପ୍ରତିରକ୍ଷା କମ୍ପାନୀ ଉପରେ ତାଇୱାନକୁ ଅସ୍ତ୍ରଶସ୍ତ୍ର ବିକ୍ରି ଏବଂ ୱିସ୍କୋସିନ୍ର ପୂର୍ବତନ ରିପବ୍ଲିକାନ୍ ପ୍ରତିନିଧୀ ମାଇକ୍ ଗାଲାଗେର୍ଙ୍କ ଉପରେ ପ୍ରତିବନ୍ଧକ ଘୋଷଣା କରିଛି। ଚୀନ୍‌ର ବୈଦେଶିକ ବିରୋଧୀ ପ୍ରତିବନ୍ଧକ ଆଇନ ଅନୁଯାୟୀ ଲାଗୁ ହୋଇଥିବା ଏହି ପ୍ରତିବନ୍ଧକ ଚୀନ୍ ଭିତରେ ବ୍ୟବସାୟ କରୁଥିବା ସମସ୍ତ ସମ୍ପତ୍ତିକୁ ଫ୍ରିଜ୍ କରିବ ଏବଂ ହଂକଂ ଓ ମାକାଉର ସମସ୍ତ ବ୍ୟକ୍ତି ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ଭିସା ପ୍ରତ୍ୟାଖ୍ୟାନ କରିବ। ଚାଇନିଜ୍ କମ୍ପାନୀଗୁଡିକ ସହିତ ବ୍ୟବସାୟ ଏବଂ ବ୍ୟକ୍ତିବିଶେଷଙ୍କୁ ମଧ୍ୟ କୌଣସି ବ୍ୟବସାୟ କରିବାକୁ ବାରଣ କରାଯିବ।

ଜୁଲାଇ ୪ରେ ବ୍ରିଟେନର ସାଧାରଣ ନିର୍ବାଚନ, ଘୋଷଣା କଲେ ଋଷି ସୁନକ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ଜୁଲାଇ ୪ରେ ବ୍ରିଟେନ ସାଧାରଣ ନିର୍ବାଚନ। ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ। ପ୍ରମୁଖ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ରିଷି ସୁନକ। ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ଋଷି ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଲାଗି ସେ ସାଧାରଣ ନିର୍ବାଚନର ସମ୍ମୁଖୀନ ହେବେ। ୨୦୨୨ରେ ଦେଶରେ ମୁଦ୍ରାସ୍ଫୀତି ହାର ୧୧ ପ୍ରତିଶତ ଥିବାବେଳେ ଏହାକୁ ଅଧା କରିବା ଲାଗି ଯେଉଁ ପ୍ରତିଶୃତି ସେ ଦେଇଥିଲେ ତାହା ପୂରଣ କରିବାରେ ସୁନକ ସଫଳ ହୋଇଛନ୍ତି। କୋଭିଡ ପରେ ଦେଶର ଅର୍ଥନୀତିକୁ ସଜାଡ଼ିବା, ଶିକ୍ଷାକ୍ଷେତ୍ର ଓ ସ୍ବାସ୍ଥ୍ୟ କ୍ଷେତ୍ରକୁ ସଜାଡିବା ଆଦି ସଫଳତାକୁ ସୁନକ ପାଥେୟ କରିଛନ୍ତି।

ସରିଲା ମହାପ୍ରଭୁଙ୍କ ରଥର ଗୁଜ ଅନୁକୂଳ

ପୁରୀ : ଚଳଚଞ୍ଚଳ ହୋଇଛି ରଥଖଳା । ନିର୍ମାଣ ଚାଲିଛି ମହାପ୍ରଭୁଙ୍କ ରଥ । ଗତକାଲି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ରଥ ନିର୍ମାଣ ପରମ୍ପରାର କୋଣଗୁଜ ଅନୁକୂଳ ହୋଇଥିଲା l ଶ୍ରୀଜିଉମାନଙ୍କର ଯାତଭୋଗ ସରିବା ପରେ ତୁଳସୀ ମାଳ ଓ ଫଳକ ଅନାବରଣ କରି ରୂପକାର ସେବକମାନେ ଗୁଜ ଅନୁକୂଳ କରିଛନ୍ତି l ରୂପକାର ସେବକମାନେ ଧଉରା ଓ ଅସନ କାଠରେ ଗୁଜ ନିର୍ମାଣର ଶୁଭାରମ୍ଭ କରିଛନ୍ତି l ଭୋଇ ସେବକମାନେ ୧୨ ଫୁଟିଆ କାଠ ଆଣି ରଥ ଖଳାରେ ରଖିବା ପରେ ବିଶ୍ୱକର୍ମା ମହାରଣା ମାନେ ବାର୍ଷିରେ ଚୌପଟ କରି ରୂପକାର ସେବକଙ୍କୁ ଯୋଗାଇଥିଲେ l ଗୁଜ ଜଳଯନ୍ତ୍ର ଓ ଗୁଡୁକା ଆଦି ତିଆରି ହେବା ପରେ ରୂପକାରମାନେ ଗୁଜରେ ନୃସିଂହଙ୍କ ମୂର୍ତ୍ତି ନିର୍ମାଣ ଆରମ୍ଭ କରିଛନ୍ତି l ବିଧିବଦ୍ଧ ଭାବେ ରୂପକାର ସେବକମାନେ ରଥ ଖଳାରେ ଯୋଗଦାନ କରି କାର୍ଯ୍ୟ ଆରମ୍ବ କରିଛନ୍ତି l

ରୂପକାର ସେବକମାନେ କୋଣ ଗୁଜରେ ନର ବିରାଳ, ସିଂହ ବିରାଳ, ହସ୍ତୀ ବିରାଳ ଖୋଦେଇ କରିବେ । ରୂପକାର ସେବକମାନେ ଅକ୍ଷୟ ତୃତୀୟାରେ ଶାଢି ବାନ୍ଧିଥାନ୍ତି  । ତିନି ରଥର କୋଣ ଗୁଜ, ପଟ୍ଟ ଗୁଜ,ଖମ୍ବି, ନାଟଗୋଡ,ତାରି ପରିଚ୍ଛା, ସିଂହାସନ, ପ୍ରଭା ଓ ମୁହାଁଟରେ ଖୋଦେଇ କରନ୍ତି । ରଥରେ ଘୋଡା ଯୋଚିବା ଓ ଖୋଲିବା ମଧ୍ଯ  କରିଥାନ୍ତି ।

ଅଭାବୀ ପରିବାର ପାଇଁ ଦେବଦୂତ ସାଜିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର : ଅଭାବୀ ପରିବାର ପାଖରେ ଦେବଦୂତ ସାଜିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଖବର ଶୁଣିବା ମାତ୍ରେ ତୁରନ୍ତ ସମାଧାନ କଲେ । କୁଆଁ କୁଆଁ ରାହା ଧରି ଦୁନିଆକୁ ଆସିଲା । ମାଆ କୋଳର ସ୍ପର୍ଶ ପାଇବା ପୂର୍ବରୁ ଏତେ ୟନ୍ତ୍ରଣା ପାଇବ ଭାବି ନଥିଲା । ମାଆର ପଣତ ନସିବ ହେଲାନି । ହସ୍ପିଟାଲ ବିଛଣାରେ ୯ ଦିନ ଧରି ପଡିରହିଲା । ସନ୍ତାନର କଷ୍ଟକୁ ଦେଖି ଭାଙ୍ଗିପଡିଥିଲା ପରିବାର । ନିଜ ଭାଗ୍ୟକୁ ନିନ୍ଦି, ଆଖିରୁ ଲୁହ ଗଡାଇ ଦିନ କାଟୁଥିଲେ ବାପା ମାଆ । ହେଲେ ଅଭାବୀ ପରିବାର ପାଖରେ ଦେବଦୂତ ଭଳି ଉଭାହେଲେ ବିଜେଡିର ବରିଷ୍ଠ ନେତା ତଥା ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏବେ ନିର୍ବାଚନର ବ୍ୟସ୍ତ ବହୁଳ ସିଡ୍ଯୁଲ ମଧ୍ଯରେ ବି ନିଷ୍ପାପ ଶିଶୁର ଦାୟିତ୍ବ ନେଲେ । ଶୀଘ୍ର ଚିକିତ୍ସା କରାଇବାକୁ ବ୍ୟବସ୍ଥା କରାଇଲେ  । ଏ କାହାଣୀ ଏକ ଗରିବ ପରିବାରର ।  ଗର୍ଭ ଯନ୍ତ୍ରଣା ହେବାରୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବେଗୁନିଆ ଅଞ୍ଚଳର ଭାରତୀ ନାୟକ । ଶିଶୁଟି ଜନ୍ମ ଦେବା ପରେ ବିଭିନ୍ନ ସମସ୍ୟା ଥିବା ଜାଣିବାକୁ ପାଇଥିଲେ । ସେଠାରୁ ସଙ୍ଗେ ସଙ୍ଗେ ଉଭୟ ମାଆ ଓ ଶିଶୁକୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ମଧ୍ୟ ନିରାଶ ଖବର ଶୁଣିବାକୁ ପଡିଥିଲା । ଶିଶୁଟିର ହୃଦୟରେ ସମସ୍ୟା ଥିବାରୁ ବଡ଼ ହସ୍ପିଟାଲକୁ ନେବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ଖଟିଖିଆ ପରିବାର ପାଇଁ ଏହା ସମ୍ଭବ ହୋଇପାରିନଥିଲା ।

ଶେଷରେ ନିରୁପାୟ ହୋଇ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବଦେନ କରିଥିଲେ ଅସହାୟ ବାପା, ମାଆ । ଏ ଖବର ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଶିଶୁଟିର ଚିକିତ୍ସା ପାଇଁ ଆଗେଇ ଆସିଥିଲେ କାର୍ତ୍ତିକ ପାଣ୍ଡିଆନ । ପରିବାର ସହ ଆଲୋଚନା କରିଥିଲେ ଏହା ପରେ ଡାକ୍ତରଙ୍କ ସହ କଥାବାର୍ତ୍ତା କରିଥିଲେ । ପରେ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପୁଅର ଜୀବନ ବଞ୍ଚିଯିବା ଆଶରେ ଏବେ ମାଆ, ବାପାଙ୍କ ମୁହଁରେ ଫୁଟିଛି ହସ । ହୃଦୟରୁ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ଜଣାଇଛନ୍ତି ଧନ୍ୟବାଦ । ମଣିଷ ପଣିଆର ସବୁଠୁ ବଡ ଉଦାହରଣ ଏହି ଘଟଣା । ଜଣେ ଅଭାବୀ ମଣିଷର ସହାୟତା କରି କୋଟି କୋଟି ଜନତାଙ୍କ ହୃଦୟ ଜିତିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଏହି ଗୋଟିଏ ଘଟଣା ନୁହଁ ପୂର୍ବରୁ ମଧ୍ୟ ଅନେକ ଗରିବ ପରିବାରକୁ ସହାୟତା କରି ସେ ସାଉଁଟିଛନ୍ତି ପ୍ରଶଂସା ।

ହରିଆଣା ଗୁରୁଗ୍ରାମରେ ହାଇଭୋଲଟେଜ ଲଢେଇ

ନନ୍ଦିଘୋଷ ବ୍ୟୁରୋ : ହରିଆଣା ଗୁରୁଗ୍ରାମରେ ଏଥରେ ଦେଖିବାକୁ ମିଳିବ ହାଇଭୋଲଟେଜ ଲଢେଇ । ସେଠାରୁ ଭାଗ୍ଯ ପରୀକ୍ଷା କରୁଛନ୍ତି ଅଭିନେତା ରାଜ ବବର । ସେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ । ୨୦୦୯ରୁ ବର୍ତ୍ତମାନ ଯାଏ ସାଂସଦ ଅଛନ୍ତି ରାଓ ଇନ୍ଦ୍ରଜିତ ସିଂ । ସେ ୨୦୨୧ରୁ ବିଭିନ୍ନ ବିଭାଗର ମନ୍ତ୍ରୀ ହୋଇଆସିଛନ୍ତି । ତାଙ୍କୁ ଟକ୍କର ଦେବା ଅଭିନେତା ରାଜ ବବର ଲାଗି ସହଜ ହୋଇ ନପାରେ । ଜନତା ଦଳ, ସମାଜବାଦୀ ପାର୍ଟି ପରେ କଂଗ୍ରେସରେ ଯୋଗ ଦେଇଥିଲେ ରାଜ । ୨୦୦୪ରେ ଆଗ୍ରାରୁ ସମାଜବାଦୀ ପାର୍ଟିର ଲୋକସଭା ସାଂସଦ ଥିଲେ ରାଜ ବବର । ପରେ ସେ କଂଗ୍ରେସରୁ ୨୦୦୯ରେ ଡିମ୍ପଲ ଯାଦବଙ୍କୁ ପରାସ୍ତ କରି ଫିଜୋଜାବାଦରୁ ବିଜୟୀ ହୋଇଥିଲେ । ସେ ଉତ୍ତରପ୍ରଦେଶ ପିସିସି ସଭାପତି ଥିଲେ ଏବଂ ରାଜ୍ଯସଭା ସାଂସଦ ବି ଥିଲେ ।

ସେପଟେ ହରିଆଣା ସିର୍ସାରୁ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ହେଭିଓ୍ବେଟ କୁମାରୀ ଶୈଳଜା । ସେ ଥରେ ରାଜ୍ଯସଭା ସାଂସଦ ଥିଲେ ଏବଂ କେନ୍ଦ୍ର ପର୍ଯ୍ୟଟନ, ସାମାଜିକ ନ୍ଯାୟ ବିଭାଗ ମନ୍ତ୍ରୀ ଥିଲେ । ଶୈଳଜାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ବିଜେପିର ଅଶୋକ ତନଓ୍ବର । ସେ ସିର୍ସା ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହୋଇ ଦୁଇ ଥର ହାରିଥିଲେ । ୨୦୦୯ରେ ସେ କଂଗ୍ରେସରୁ ବିଜୟୀ ହୋଇଥିଲେ । ତେଣେ ଉତ୍ତରପ୍ରଦେଶ ଫରିଦାବାଦରୁ ଭାଗ୍ଯ ପରୀକ୍ଷା କରୁଛନ୍ତି କେନ୍ଦ୍ର ଭାରୀ ଶିଳ୍ପ ଓ ଶକ୍ତିମନ୍ତ୍ରୀ କ୍ରିଷନ ପାଲ ଗୁର୍ଜର । ସେ ୨୦୧୪ରେ ବି ଏହି ଆସନରୁ ବିଜୟୀ ହୋଇଥିଲେ । ଗୁର୍ଜରଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି କଂଗ୍ରେସର ମହେନ୍ଦର ପ୍ରତାପ ସିଂ ।