spot_img
Home Blog Page 1543

ହରିୟାଣାରେ କିଏ ହେବେ ମୁଖ୍ଯମନ୍ତ୍ରୀ? ନାଏବ ସିଂ ସାଇନି ନାଁ ଆଉ କିଏ ?

ନନ୍ଦିଘୋଷ ବ୍ୟୁରୋ: ହରିୟାଣାରେ କିଏ ହେବେ ମୁଖ୍ଯମନ୍ତ୍ରୀ? ବର୍ତ୍ତମାନର ମୁଖ୍ଯମନ୍ତ୍ରୀ ନାଏବ ସିଂ ସାଇନି ନା ଅନ୍ଯ କିଏ ତାହାକୁ ନେଇ ଜାରି ରହିଛି କଳ୍ପନାଜଳ୍ପନା। ଏହା ସହ ଅନ୍ଯ ୨ ଜଣଙ୍କୁ ଉପମୁଖ୍ଯମନ୍ତ୍ରୀ କରାଯିବା ନେଇ ଚର୍ଚ୍ଚା ଚାଲିଛି। ଦେଶର ବିଭିନ୍ନ ରାଜ୍ଯରେ ଜଣେ ମୁଖ୍ଯମନ୍ତ୍ରୀ ଓ ୨ ଉପମୁଖ୍ଯମନ୍ତ୍ରୀ ସଂସ୍କୃତି ବ୍ଯାପୁଥିବାବେଳେ ହରିୟାଣାରେ ବି ଏହି ପ୍ରକ୍ରିୟା ହୋଇପାରେ ବୋଲି କୁହାଯାଉଛି। ଗତକାଲି ସାଇନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଜେ. ପି. ନଡ୍ଡାଙ୍କ ସମେତ ବହୁ ନେତାଙ୍କୁ ସାକ୍ଷାତ କରିଥିଲେ। ବିହାରରେ ବର୍ତ୍ତମାନ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ଉପମୁଖ୍ଯମନ୍ତ୍ରୀ ଅଛନ୍ତି।

ଛତିଶଗଡ଼ରେ ଅରୁଣ ସାଓ ଓ ବିଜୟ ଶର୍ମା, ମଧ୍ଯପ୍ରଦେଶରେ ଜଗଦୀଶ ଦେବତା ଓ ରାଜେନ୍ଦ୍ର ଶୁକ୍ଳା, ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡଣବିସ ଓ ଅଜିତ ପାୱାର, ରାଜସ୍ଥାନରେ ଦିୟା କୁମାରୀ ଓ ପ୍ରେମଚାନ୍ଦ ବାରିୱା, ଉତ୍ତରପ୍ରଦେଶରେ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ, ଓଡ଼ିଶାରେ କେ.ଭି. ସିଂଦେଓ ଓ ପ୍ରଭାତୀ ପରିଡ଼ା ଉପମୁଖ୍ଯମନ୍ତ୍ରୀ ହୋଇଛନ୍ତି। ଆନ୍ଧ୍ରପ୍ରଦେଶରେ ପୱନ କଲ୍ଯାଣଙ୍କୁ କରାଯାଇଛି ଉପମୁଖ୍ଯମନ୍ତ୍ରୀ।

ଗତ ୨୦୨୪ ଫେବ୍ରୁଆରୀ ୧୨ରେ ଉପମୁଖ୍ଯମନ୍ତ୍ରୀ ନିଯୁକ୍ତି ମାମଲା ନେଇ ଆଗତ ହୋଇଥିବା ଏକ ଜନସ୍ବାର୍ଥ ମାମଲାକୁ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ। ଧାରା ୧୪ ଅନୁସାରେ ଏନେଇ କୌଣସି ଆଇନଗତ ବାଧା ନାହିଁ ବୋଲି କୋର୍ଟ କହିଥିଲେ। ଗତ ୨୦୧୯ରେ ଆନ୍ଧ୍ରପ୍ରଦେଶର ତତକାଳୀନ ମୁଖ୍ଯମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏକାଥରକେ ୫ ଜଣ ଉପମୁଖ୍ଯମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଥିଲେ। ଅତୀତରେ କର୍ଣ୍ଣାଟକର ବିଜେପି  ସରକାର ୩ ଜଣଙ୍କୁ ଉମୁଖ୍ଯମନ୍ତ୍ରୀ କରିଥିଲେ।

ଜେଜେଙ୍କଠାରୁ ଆରମ୍ଭ କରି ପୁତୁରା, ଜାଣନ୍ତୁ ରତନ ଟାଟାଙ୍କ ପରିବାର ସମ୍ପର୍କରେ କିଛି ଅଜଣା କଥା

ନନ୍ଦିଘୋଷ ବ୍ୟୁରୋ: ଆଉ ନାହାନ୍ତି ରତନ ଟାଟା । ଭାରତୀୟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗ ପରେ ତାଙ୍କ ସମ୍ପର୍କରେ ସବୁକିଛି ଜାଣିବା ପାଇଁ ଅନେକଙ୍କ ମନରେ ପ୍ରଶ୍ନ ଉଠିଛି । ରତନ ଟାଟା ବିବାହ କରି ନଥିବାବେଳେ ତାଙ୍କ ପରିବାରରେ କେଉଁମାନେ ରହିଛନ୍ତି ଏବଂ ତାଙ୍କ ସମ୍ପତ୍ତି ସବୁ କାହାକୁ ମିଳିବ ତାକୁ ନେଇ ସଭିଙ୍କ ମନରେ ଏକ ଦ୍ବନ୍ଦ ରହିଛି । ତେବେ ଆସନ୍ତୁ ଜାଣିବା ରତନ ଟାଟାଙ୍କ ପରିବାରରେ ରହିଛନ୍ତି କିଏ ?

ରତନ ଟାଟାଙ୍କ ବାପାଙ୍କ ନାମ ହେଉଛି ନାଭାଲ ଟାଟା । ଏବଂ ନାଭାଲ ଟାଟାଙ୍କୁ ପୌଷ୍ୟପୂତ୍ର ଭାବେ ଗ୍ରହଣ କରିଥିଲେ ରତନଜୀ ଦାଦା ଟାଟା । କିନ୍ତୁ ନାଭାଲ ଟାଟା ଦୁଇ ଜଣଙ୍କୁ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କ ଦୁଇ ପୁଅ ରହିଥିଲେ । ଜଣେ ହେଉଛନ୍ତି ରତନ ଟାଟା ଏବଂ ଅନ୍ୟ ଜଣେ ହେଲେ ଜିମ୍ମି ଟାଟା । ନାଭାଲଙ୍କ ଦ୍ବିତୀୟ ପତ୍ନୀଙ୍କ ଜଣେ ପୁଅ ଥିଲେ । ତାଙ୍କ ନାମ ହେଲା ନୋଏଲ ଟାଟା । ରତନ ଟାଟା ବିବାହ କରିନଥିବାବେଳେ ନୋଏଲ ଟାଟା ହେଉଛନ୍ତି ତାଙ୍କ ସାବତ ଭାଇ । ନୋଏଲ ଟାଟାଙ୍କ ତିନି ପୁଅ ରହିଛନ୍ତି । ସେମାନେ ରତନ ଟାଟାଙ୍କ ବିଭିନ୍ନ କମ୍ପାନୀର ଦାୟିତ୍ବ ଏବେ ବୁଝୁଛନ୍ତି । ସେମାନେ ଏବେ ରତନ ଟାଟା ପରବର୍ତ୍ତୀ ଉତ୍ତରାଧିକାରୀ ହେବେ ବୋଲି କୁହାଯାଉଛି ।

ଜୋରସୋରରେ ଚାଲିଛି ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ନନ୍ଦିଘୋଷ ବ୍ୟୁରୋ: ଜୋରସୋରରେ ଚାଲିଛି ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ। ଆବାହକ ଅତନୁ ସବ୍ୟସାଚୀ କହିଛନ୍ତି, ସଂପୂର୍ଣ୍ଣ ରିପୋର୍ଟ ଆସିନଥିଲେ ମଧ୍ୟ ପ୍ରଥମ ଦିନ ୨୫ ହଜାରରୁ ଅଧିକ ଲୋକ ବିଜେଡିର ସଦସ୍ୟତା ଗ୍ରହଣ କରିଛନ୍ତି। ପୂଜା ପରେ ଜିଲ୍ଲା ସ୍ତରରେ ଏହାକୁ ଆହୁରି ବ୍ୟାପକ କରାଯିବ। ମିସଡ କଲ ନୁହେଁ, ଘରକୁ ଘର ଯାଇ ବିଜେଡି ସଭ୍ୟ କରିବ। ଉଭୟ ମନୁଆଲି ଓ ଡିଜିଟାଲି ସଭ୍ୟ ସଂଗ୍ରହ ହେଉଥିବାରୁ ପ୍ରତି ଜିଲ୍ଲା, ନିର୍ବାଚନ ମଣ୍ଡଳୀ ଜିଲ୍ଲା ପରିଷଦ ଜୋନରେ କର୍ମଶାଳା ଅନୁଷ୍ଠିତ ହେବ। ଏହା ଜରିଆରେ ଦେଖାଯିବ କେତେ ଯୁବ ଓ ଛାତ୍ର ଯୋଡ଼ି ହେଉଛନ୍ତି ବିଜେଡିରେ । ସ୍ଥାନୀୟ ନେତୃତ୍ୱ ଓ  ସଭ୍ୟ ସଂଗ୍ରହ କମିଟିର ୨୨ ଜଣ ସଦସ୍ୟ ଏହାର ତଦାରଖ କରିବେ। ଗତକାଲି ଶଙ୍ଖ ଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଥିଲେ।

ଟ୍ୟାଙ୍କର ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ପାଟକୁରା ଡେରାବିଶ ଅଳବାଙ୍କ ଛକ ପାରାଦ୍ୱୀପ – ଚଣ୍ଡିଖୋଲ ଏନଏଚରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ୟାଙ୍କର ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ। ସକାଳୁ ଚାନ୍ଦବାଲିକୁ ଫେରୁଥିବା ବେଳେ ପେଟ୍ରୋଲ ଟ୍ୟାଙ୍କର ପଛ ପଟୁ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ଫଳରେ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଟ୍ୟାଙ୍କରଟି ଏତେ ଦୃତ ଗତିରେ ଆସୁଥିଲା ଯେ ବାଇକକୁ ଅଧ କିଲୋ ମିଟର ଯାଏ ଘୋଷାଡ଼ି ନେଇଥିଲା। ମୃତକ ୨ ଜଣ ସଢ଼ୁ ହୋଇଥିବା ସୂଚନା।

ତାଙ୍କ ନାମ ଅଜୟ ଦାଶ ଓ ଭବାନୀ ଶଙ୍କର ମହାପାତ୍ର। ଦୁହେଁ କାଲି ମାହାଙ୍ଗା ଅଞ୍ଚଳରୁ ଶଶୁର ଘରୁ ଭୋଜି ଖାଇ ସକାଳୁ ଘରକୁ ଫେରୁଥିଲେ।ଘଟଣାସ୍ଥଳରେ ଚାପା ଉତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ରୋକ କରିଛନ୍ତି। ଫଳରେ ଗାଡ଼ି ଚଳାଚଳ ବାଧା ପ୍ରାପ୍ତ ହୋଇଛି।

ପେଣ୍ଡାଲ ତିଆରି କରି ପଶ୍ଚିମବଙ୍ଗ ଫେରୁଥିଲେ କାରିଗର, ଘଟିଲା ସଡ଼କ ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: ପେଣ୍ଡାଲ ତିଆରି କରି‌ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା। ବାଲେଶ୍ଵର ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ବାଇପାସ ନିକଟରେ ପଛ ପଟୁ ବଲେରକୁ ଧକ୍କା ଦେଇଥିଲା ଡମ୍ପର ।  ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଡିଭାଇଡ଼ର ଗାଡି ଭିତରେ ପଶିଯାଇଥିଲା । ଘଟଣାରେ ୫ ଜଣ ଗୁରୁତର ହେଇଥିଲେ। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ଯାନ , ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱର ହସ୍ପିଟାଲ ଆଣିଥିଲେ ପରେ ଗୁରୁତର ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନନ୍ତାର କରାଯାଇଛି।

ପଶ୍ଚିମବଙ୍ଗ ଅଞ୍ଚଳର କାରିଗରମାନେ ପୂଜା ପେଣ୍ଡାଲ ପାଇଁ ଦୁଇ ମାସ ଧରି ଭୁବନେଶ୍ୱର ବରୁମୁଣ୍ଡାରେ କାମ କରୁଥିଲେ। ପୂଜା ମଣ୍ଡପ କାମ ସାରିବା ପରେ କାଲି ବାହାରି ଥିଲେ ବଲେରୋ ଯୋଗେ ଘରକୁ।

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ନନ୍ଦିଘୋଷ ବ୍ୟୁରୋ: ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର। ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓ ବନ୍ୟଜନ୍ତୁଙ୍କ ଆକର୍ଷଣ ସହିତ ଖୋଲା ଜିପରେ ଵସି ଶିମିଳିପାଳ ଅଭୟାରଣ୍ୟକୁ ଉପଭୋଗ କରିପାରିବେ ପର୍ଯ୍ୟଟକ। ଶିମିଳିପାଳରେ ପର୍ଯ୍ୟଟକମାନଙ୍କ ଭିଡ ଦେଖିବାକୁ ମିଳିଛ। ଶିମିଳିପାଳ ଅଭୟାରଣ୍ୟ କର୍ତୃପକ୍ଷଙ୍କ ପକ୍ଷରୁ ପିଠାଵଟା ଓ ଯଶିପୁର ଠାରେ ପର୍ଯ୍ୟଟକମାନଙ୍କୁ  ସ୍ୱାଗତ କରାଯାଇଛି। ଚଳିତ ବର୍ଷ ଠାରୁ ସଫାରୀ ଗାଡ଼ିରେ ବସି ଶିମିଳିପାଳ ଅଭୟାରଣ୍ୟକୁ ଉପଭୋଗ କରିବେ ପର୍ଯ୍ୟଟକ।

ମହାମାୟାଙ୍କ ପୂଜା ପାଇଁ ଉତ୍ସବ ମୁଖର ଗାଁଠୁ ସହର

ନନ୍ଦିଘୋଷ ବ୍ୟୁରୋ: ମହାମାୟାଙ୍କ ପୂଜା ପାଇଁ ଉତ୍ସବ ମୁଖର ଗାଁ ଠୁ ସହର । ସବୁଠି ଖୁସିର ମାହୋଲ । ଧରା ପୃଷ୍ଠରେ ସୁଶୋଭିତ ମଣ୍ଡପ ଓ ସୁସଜିତ ତୋରଣରେ ପୂଜା ପାଉଛନ୍ତି ମାଆ । କମ୍ବୋଡିଆ ସ୍ଥିତ ପ୍ରସିଦ୍ଧ ବିଷ୍ଣୁ ମନ୍ଦିର ଛାପ ଷ୍ଟେସନ ବଜାର ପୂଜା ମଣ୍ଡପରେ ଦେଖିବାକୁ ମିଳିଛି ଭକ୍ତଙ୍କ ଭିଡ଼ । 18ଶହ ଶତାବ୍ଦୀ ରେ ତିଆରି ହୋଇଥିବା ବିଷ୍ଣୁ ମନ୍ଦିର ଝଲକ ସହିତ କମ୍ବୋଡିଆ ସହର ବି ଏଥର ତୋରଣରେ ସ୍ଥାନ ପାଇଛି। ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ତୋରଣରେ ପ୍ରଦର୍ଶିତ ହେଉଥିବା ବେଳେ,  ବୃକ୍ଷ ଲତା ଘଞ୍ଚଜଙ୍ଗଲ ଭିତରେ ଦର୍ଶକ ମାନେ ପ୍ରବେଶ କରି ମାଙ୍କର ଦିବ୍ୟ ଦର୍ଶନ କରିବେ। ଦୁଇକୁଇଣ୍ଟାଲ 7କେଜି ରୂପା ଓ 1କିଲେ ସୁନା ଆଭୁଷଣରେ ମାଙ୍କ ପାଇଁ ପ୍ରସ୍ତୁତ ହୋଇଛି ସୁସଜିତ୍ ମେଢ଼  । ଯାହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିବ ବୋଲି ଆଶାବାଦୀ ଅଛନ୍ତି କମିଟି।

ରତନ ଟାଟାଙ୍କ ବିୟୋଗ : ମହାରାଷ୍ଟ୍ରରେ ଘୋଷଣା ହେଲା ଦିନିକିଆ ଶୋକଦିବସ

ନନ୍ଦିଘୋଷ ବ୍ୟୁରୋ: ଶିଳ୍ପ ଜଗତର ଅମୂଲ୍ଯ ତାରକା ରତନ ଟାଟାଙ୍କ ବିୟୋଗରେ ସ୍ତବ୍ଧ ସାରା ଦେଶବାସୀ। ରାଜନୀତିଜ୍ଞଙ୍କଠାରୁ ଆରମ୍ଭ କରି ଶିଳ୍ପପତି, ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି କୋଟିପତି- ସମସ୍ତେ ଭାସିଛନ୍ତି ଶୋକରେ। ରତନଙ୍କ ବିୟୋଗରେ ମହାରାଷ୍ଟ୍ରରେ ଘୋଷଣା ହୋଇଛି ଦିନିକିଆ ଶୋକଦିବସ। ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ହୋଇଛି ଅର୍ଦ୍ଧନମିତ। ମୁମ୍ବାଇ ନରିମାନ ପଏଣ୍ଟସ୍ଥିତ ନ୍ଯାସନାଲ ସେଣ୍ଟର ଫର ପରଫର୍ମିଂ ଆର୍ଟସ ବା ଏନସିପିଏରେ ରଖାଯାଇଛି ମରଶରୀର। ସେଠାରେ ତାଙ୍କର ଶେଷ ଦର୍ଶନ କରୁଛନ୍ତି ଜନତା। ଓରଲିରେ ତାଙ୍କର ଶେଷକୃତ୍ଯ ସମ୍ପନ୍ନ ହେବ। ଜଣେ କିମ୍ବଦନ୍ତୀ ଶିଳ୍ପପତିଙ୍କୁ ହରାଇ ତାଙ୍କର ସହକର୍ମୀ ହୋଇଛନ୍ତି ଶୋକାଭିଭୂତ। କେବଳ ପରିବାର ନୁହେଁ, ସବୁବର୍ଗରେ ଲୋକେ ଆସି ରତନଙ୍କୁ କରୁଛନ୍ତି ଶେଷ ଦର୍ଶନ।

ରତନଙ୍କ ପିତାଙ୍କର ଟାଟା ପରିବାର ସହ ନଥିଲା ରକ୍ତ ସମ୍ପର୍କ, କିନ୍ତୁ..

ନନ୍ଦିଘୋଷ ବ୍ୟୁରୋ: ରତନ ଟାଟା । ଏହି ନାମ ହଁ ଯଥେଷ୍ଟ । ସାରା ବିଶ୍ବରେ ସମସ୍ତେ ଚିହ୍ନନ୍ତି ଭାରତର ଏହି ପ୍ରତିଷ୍ଠିତ ଉଦ୍ୟୋଗପତିଙ୍କୁ । ତାଙ୍କ ଦେହାନ୍ତରେ ସମସ୍ତେ ଶୋକ ପ୍ରକାଶ କରିଛନ୍ତି । ତେବେ ଏହି ବିଶିଷ୍ଠ ଶିଳ୍ପପତିଙ୍କ ପିତାଙ୍କର ଟାଟା ପରିବାର ସହ ନଥିଲା ରକ୍ତ ସମ୍ପର୍କ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି, ତାହେଲେ ଟାଟା କମ୍ପାନୀର କିଭଳିଭାବେ ମାଲିକ ବନିଲେ ରତନ ଟାଟା । କଥାରେ ଅଛି କି, ଭାଗ୍ୟ ଏବଂ କଠିନ ପରିଶ୍ରମ କରୁଥିବା ଲୋକ ଜୀବନରେ ସବୁବେଳେ ସଫଳ ହୋଇଥାନ୍ତି । ବାସ୍ତବରେ ଏହା ରତନ ଟାଟାଙ୍କ ପିତା ନାଭାଲଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।

ନାଭାଲଙ୍କ ଜୀବନ କାହାଣୀ ଅନେକଙ୍କ ପାଇଁ ବେଶ ପ୍ରେରଣାଦାୟକ ନିଶ୍ଚିତ । ୧୯୦୪ ଅଗଷ୍ଟ ୩୦ ତାରିଖରେ ତତ୍କାଳୀନ ବମ୍ବେ ତଥା ଏବେର ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ନାଭାଲଙ୍କ ପିତା ଅହମ୍ମଦାବାଦରେ ଏକ ମିଲରେ କାମ କରୁଥିଲେ । ତେବେ ୧୯୦୮ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା । ସେତେବେଳେ ନାଭାଲଙ୍କୁ ମାତ୍ର ୪ ବର୍ଷ ବୟସ ହୋଇଥିଲା । ମା’ ତାଙ୍କୁ ନେଇ ଗୁଜୁରାଟକୁ ଚାଲିଯାଇଥିଲେ । ସେଠାରେ କିଛି ରୋଜଗାର କରି ନାଭାଲଙ୍କୁ ପଢ଼ାଇବାକୁ ଚାହିଁଥିଲେ । କିନ୍ତୁ ପରିସ୍ଥିତି ଏମିତି କିଛି ହୋଇଥିଲା କି, ତାଙ୍କୁ ଅନାଥ ଆଶ୍ରମକୁ ପଠାଯାଇଥିଲା । ଆଉ ଏଠାରେ ହିଁ ତାଙ୍କ ଭାଗ୍ୟରେ ଆସିଥିଲା ପରିବର୍ତ୍ତନ । ଏଠାରେ ତାଙ୍କର ନବାଜବାଇ ଟାଟାଙ୍କ ସହ ଦେଖାହୁଏ । ଯିଏକି ସାର ରତନଜୀ ଟାଟାଙ୍କ ପତ୍ନୀ ଥିଲେ । ନବାଜବାଇ ନାଭାଲଙ୍କୁ ଏତେ ଭଲ ପାଇ ଯାଇଥିଲେ କି, ସେ ତାଙ୍କୁ ପୁତ୍ର ଭାବେ ଗ୍ରହଣ କରିଥିଲେ । ଏହାପରେ ନାଭାଲଙ୍କ ଭାଗ୍ୟରେ ସୂର୍ଯ୍ୟ ଉଦୟ ହୋଇଥିଲା । ସେତେବେଳେ ତାଙ୍କୁ ୧୩ ବର୍ଷ ହୋଇଥିଲା । ଏହାପରେ ସେ ଭଲ ପାଠ ପଢ଼ିବାର ସୁଯୋଗ ପାଇଥିଲେ । ବମ୍ବେ ବିଶ୍ବବିଦ୍ୟାଳୟରେ ଅର୍ଥନୀତିରେ ସ୍ନତକୋତ୍ତର ହାସଲ କରିବା ପରେ ଲଣ୍ଡରେ ଆକାଉଣ୍ଟିଂ ପାଠ ପଢ଼ିଥିଲେ । ଏହାପରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

ନାଭାଲ ୧୯୩୦ ରେ ଟାଟା ସନ୍ସରେ ଯୋଗ ଦେଇଥିଲେ, ଯେଉଁଠାରେ ସେ କ୍ଲର୍କ-କମ-ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। କଠିନ ପରିଶ୍ରମ ଏବଂ ଦକ୍ଷତା ହେତୁ ତାଙ୍କର ଶୀଘ୍ର ପଦୋନ୍ନତି ପାଇଲେ | ୧୯୩୩ ମସିହାରେ ତାଙ୍କୁ ବିମାନ ବିଭାଗର ସଚିବ କରାଯାଇଥିଲା ଏବଂ ଏହା ପରେ ସେ ଟାଟା ମିଲ୍ସ ଏବଂ ଅନ୍ୟାନ୍ୟ ୟୁନିଟରେ କାର୍ଯ୍ୟ କରିଥିଲେ। ୧୯୪୧ ମସିହାରେ, ସେ ଟାଟା ସନ୍ସର ନିର୍ଦ୍ଦେଶକ ହୋଇଥିଲେ । ୧୯୬୧ ମସିହାରେ ସେ ଟାଟା ପାୱାର (ତତ୍କାଳୀନ ଟାଟା ଇଲେକ୍ଟ୍ରିକ୍ କମ୍ପାନୀ) ର ଚେୟାରମ୍ୟାନ୍ ଭାବରେ ଉଠିଥିଲେ। ୧୯୬୨ ମସିହାରେ ସେ ଟାଟା ସନ୍ସଙ୍କ ଡେପୁଟି ଚେୟାରମ୍ୟାନ୍ ଭାବରେ ମଧ୍ୟ ପାଇଥିଲେ।

ବ୍ୟବସାୟ ବ୍ୟତୀତ ନାଭାଲ ଟାଟା ସାମାଜିକ ସେବାରେ ମଧ୍ୟ ଉଲ୍ଲେଖନୀୟ ଅବଦାନ ରଖିଥିଲେ। ସେ ସାର୍ ରତନ ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ହୋଇଥିଲେ ଏବଂ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ଏହି ଭୂମିକା ଗ୍ରହଣ କରିଥିଲେ | ସେ ଭାରତୀୟ କର୍କଟ ସମାଜର ଚେୟାରମ୍ୟାନ୍ ଭାବରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ। କ୍ରୀଡା ପ୍ରତି ନାଭାଲଙ୍କର ମଧ୍ୟ ଗଭୀର ଆଗ୍ରହ ଥିଲା, ସେ ଭାରତୀୟ ହକି ଫେଡେରେଶନର ସଭାପତି ଥିଲେ ଏବଂ ଆନ୍ତର୍ଜାତୀୟ ହକି ଫେଡେରେଶନର ଉପାଧ୍ୟକ୍ଷ ମଧ୍ୟ ହୋଇଥିଲେ।

ଯଦି ଆମେ ନାଭାଲ ବ୍ୟକ୍ତିଗତ ଜୀବନ କଥା କହିବା ତାହେଲେ ଏହା ମଧ୍ୟ ବେଶ ରୋଚକ ଥିଲା । ସେ ୨ ଜଣଙ୍କୁ ବିବାହ କରିଥିଲେ । ପ୍ରଥମ ବିବାହ ସୁନିଙ୍କ ସହ ହୋଇଥିବାବେଳେ ତାଙ୍କର ୨ ପୁଅ ଥିଲେ । ରତନ ଟାଟା ଏବଂ ଜିମି ଟାଟା । କିଛିବର୍ଷ ପରେ ତାଙ୍କ ଛାଡ଼ପତ୍ର ହୋଇଥିଲା । ପରେ ସ୍ବିଜରଲାଣ୍ଡର  ସିମୋନ ଡୁନୋୟରଙ୍କୁ ବିବାହ କରିଥିଲେ, ଯାହାଙ୍କ ସହ ତାଙ୍କର ଅନ୍ୟ ଏକ ପୁତ୍ର ଥିଲେ, ଯାହାର ନାମ ନିଓଲ ଟାଟା |

 

 

କେତେ ଟଙ୍କାର ମାଲିକ ରତନ ଟାଟା ? ପଢ଼ନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନନ୍ଦିଘୋଷ ବ୍ୟୁରୋ: ରତନ ଟାଟାଙ୍କ ପରଲୋକ ସମଗ୍ର ବିଶ୍ବରେ ଶୋକର ଛାୟା ଖେଳାଇ ଦେଇଛି । ତେବେ ଭାରତର ଏହି ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ ପରେ ଏବେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରିଛି କି, ବାସ୍ତବରେ କେତେ ଟଙ୍କାର ମାଲିକ ଅଟନ୍ତି ରତନ ଟାଟା ? ତାଙ୍କର ପରଲୋକ ପରେ କିଏ ସମ୍ଭାଳିବ କମ୍ପାନୀ । ତେବେ ଯଦି ଆମେ କହିବା ତାହେଲେ ସମସ୍ତେ ଜାଣିଛନ୍ତି କି, ରତନଙ୍କ କୌଣସି ସନ୍ତାନ ନାହାନ୍ତି । ଏଣୁ କୋଟି କୋଟି ଟଙ୍କାର ମାଲିକ ରତନ ଟାଟାଙ୍କ ସବୁ ସମ୍ପତ୍ତି କିଏ ପାଇବ ।

ଟାଟା କମ୍ପାନୀ ଅଧିନରେ ୨୯ କମ୍ପାନୀ ଆସୁଛି । ଆଉ ଯଦି ଏହାର ମାର୍କେଟ ଭ୍ୟାଲୁ ଦେଖିବା ତାହେଲେ ଅଗଷ୍ଟ ୨୦ ୨୦୨୪ ସୁଦ୍ଧା ୪୦୩ ଆରବ ଡଲାର ଅଟେ । ରତନ ଟାଟା ନିଜ ପଛରେ ୩୮୦୦ କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି। ଟାଟା କମ୍ପାନୀ ଆୟର ୬୬ ପ୍ରତିଶତ ଲୋକଙ୍କ ପାଇଁ ଖର୍ଚ୍ଚ କରିଥାନ୍ତି । ଅଧିକ ଡୋନେସନ ଏବଂ ଟ୍ରଷ୍ଟ ମାଧ୍ୟମରେ କମ୍ପାନୀ ପକ୍ଷରୁ ଖର୍ଚ୍ଚ କରାଯାଉଥିବାବେଳେ ଲୋକେ ଏଥିପାଇଁ ରତନ ଟାଟାଙ୍କୁ ବେଶି ଭଲ ପାଆନ୍ତି ।

ବର୍ତ୍ତମାନ ସମ୍ଭାବ୍ୟ ଉତ୍ତରାଧିକାରୀଙ୍କ ମଧ୍ୟରେ ରତନ ଟାଟାଙ୍କ ସାବତ ଭାଇ ନୋଏଲ୍ ଟାଟା ଶୀର୍ଷରେ ଅଛନ୍ତି। ନୋଏଲ୍ ଟାଟା, ରତନ ଟାଟାଙ୍କ ବାପା ନାଭାଲ ଟାଟାଙ୍କ ଦ୍ୱିତୀୟ ପତ୍ନୀ ସିମୋନଙ୍କ ପୁଅ। ପରିବାରର ଏକ ଅଂଶ ହୋଇଥିବା ଯୋଗୁ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ନୋଏଲ୍ ଟାଟାଙ୍କ ନାମ ଆଗରେ ରହିଛି। ନୋଏଲ୍ ଟାଟାଙ୍କର ତିନୋଟି ସନ୍ତାନ ଅଛନ୍ତି। ଏମାନେ ହେଉଛନ୍ତି ମାୟା ଟାଟା, ନେଭିଲ୍ ଟାଟା ଏବଂ ଲିଆ ଟାଟା। ରତନ ଟାଟାଙ୍କ ସମ୍ପତ୍ତିର ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଏମାନେ ମଧ୍ୟ ସାମିଲ ଅଛନ୍ତି।

ନୋଏଲ୍ ଟାଟାଙ୍କ ପୁଅମାନେ ବର୍ତ୍ତମାନ ଟାଟା ଗ୍ରୁପର ବିଭିନ୍ନ ଦାୟିତ୍ୱର ପରିଚାଳନା କରୁଛନ୍ତି। ୩୪ ବର୍ଷୀୟ ମାୟା ଟାଟା ଟାଟା ଅପର୍ଚ୍ୟୁନିଟି ଏବଂ ଟାଟା ଡିଜିଟାଲରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଟାଟା ନ୍ୟୁ ଆପ୍ ଲଞ୍ଚରେ ମଧ୍ୟ ତାଙ୍କର ଢ଼େର ଅବଦାନ ଥିଲା। ସେହିପରି ୩୨ ବର୍ଷୀୟ ନେଭିଲ ଟାଟା ଟ୍ରେଣ୍ଟ୍ ଲିମିଟେଡ ପ୍ରମୁଖ ହାଇପର୍ ମାର୍କେଟ୍ ଚେନ୍ ଷ୍ଟାର୍ ବଜାରକୁ ଲିଡ୍‌ କରୁଛନ୍ତି। ଏଥି ସହିତ ୩୯ ବର୍ଷୀୟା ଲିଆ ଟାଟା ଟାଟା ଗ୍ରୁପର ହସ୍ପିଟାଲିଟି ସେକ୍ଟରକୁ ଦେଖୁଛନ୍ତି। ସେ ତାଜ ହୋଟେଲ ରିସର୍ଟ ଏବଂ ପ୍ୟାଲେସର ପରିଚାଳନା କରୁଛନ୍ତି। ସେ ଇଣ୍ଡିଆନ ହୋଟେଲ କମ୍ପାନୀର ତଦାରଖ ମଧ୍ୟ କରୁଛନ୍ତି।