spot_img
Home Blog Page 1542

ଆଜି ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ ପୂଜା

ଭୁବନେଶ୍ବର: ସେ ଦୁର୍ଗତି ନାଶିନୀ, ଶକ୍ତି ସ୍ବରୂପିଣୀ । ଆଜି ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ ଓ ପୀଠରେ ନବମୀ । ପୀଠରେ ଧୁମଧାମ୍‌ରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଆକର୍ଷିତ କରୁଛି ସୁଉଚ୍ଚ ତୋରଣ, ମନ ମୋହୁଛି ସାଜସଜ୍ଜା । ମଣ୍ଡପରେ ଲାଗିଛି ଭକ୍ତଙ୍କ ଗହଳି । ଘଣ୍ଟଘଣ୍ଟା ଓ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ଭକ୍ତି ଭାବରେ ମାଆଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଆଜି ପୀଠରେ ମା’ଙ୍କ ମହାନବମୀ ପୂଜା କରାଯାଉଛି ।

ସବୁଠି ପୂଜାର ଉତ୍ସାହ । ଭକ୍ତଙ୍କ ଗହଣରେ ଜଗତଜନନୀ ମା । ଚାଲିଛି ପୂଜାର୍ଚ୍ଚନା.ହୋମଯଜ୍ଞ । ଘଣ୍ଟ, ଶଙ୍ଖ ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ସବୁଠି ଭକ୍ତ ଓ ଭଗବାନଙ୍କ ମିଳନର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳୁଛି । ରାଜଧାନୀ ଭୁବନେଶ୍ୱରରେ ମା’ଙ୍କ ପୂଜା ପାଇଁ ସଜେଇ ହୋଇଛି ତୋରଣ । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ବିଭିନ୍ନ ପୂଜା ମଣ୍ଡପ । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୁରା ପରିବେଶ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି ।

କିଏ ହେବେ ଟାଟାର ବିଶାଳ ସାମ୍ରାଜ୍ଯର ପରବର୍ତ୍ତୀ ଉତ୍ତରାଧିକାରୀ ?

ନନ୍ଦିଘୋଷ ବ୍ୟୁରୋ: କିଏ ହେବେ ଟାଟାର ବିଶାଳ ସାମ୍ରାଜ୍ଯର ପରବର୍ତ୍ତୀ ଉତ୍ତରାଧିକାରୀ। ଏ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ଅଧିକ ଯୋଗ୍ଯ ବିବେଚନା କରାଯାଉଛି । ଏହାସହ ନୋଏଲଙ୍କ ତିନି ସନ୍ତାନଙ୍କ ମଧ୍ଯରୁ ମଧ୍ଯ ଜଣେ କେହି ରତନଙ୍କ ଉତ୍ତରାଧିକାରୀ ହେବେ ବୋଲି ଅନୁମାନ କରାଯାଉଛି । ୬୭ ବର୍ଷୀୟ ନୋଏଲ ଏବେ ଟାଟା ଗ୍ରୁପର ବିଭିନ୍ନ କମ୍ପାନୀରେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳି ଆସୁଛନ୍ତି । ସେ ମଧ୍ଯ ସାର ରତନ ଟାଟା ଓ ସାର ଦୋରାବଜୀ ଟାଟା ଟ୍ରଷ୍ଟର ଟ୍ରଷ୍ଟି ଅଛନ୍ତି । ରତନ ମୃତ୍ଯୁ ପୂର୍ବରୁ କାହାକୁ ଉତ୍ତରାଧିକାରୀ ବାଛି ନଥିବାରୁ ଟାଟା ଟ୍ରଷ୍ଟ ବୋର୍ଡ ଟ୍ରଷ୍ଟିମାନଙ୍କ ମଧ୍ଯରୁ ବୈଠକ କରି ଉତ୍ତରାଧିକାରୀ ବାଛିବ ବୋଲି କୁହାଯାଉଛି । ଯଦି ନୋଏଲଙ୍କୁ ଟାଟା ଟ୍ରଷ୍ଟ ଉତ୍ତରାଧିକାରୀ ଚୟନ କରେ ତେବେ ସେ ହେବେ ସାର ଦୋରବଜୀ ଟାଟା ଟ୍ରଷ୍ଟର ୧୧ତମ ଅଧ୍ଯକ୍ଷ ଏବଂ ସାର ରତନ ଟାଟା ଟ୍ରଷ୍ଟର ଷଷ୍ଠ ଅଧ୍ଯକ୍ଷ । ସାର ଦୋରାବଜୀ ଟାଟା ଟ୍ରଷ୍ଟ ଏବଂ ସାର ରତନ ଟାଟା ଟ୍ରଷ୍ଟ ଟାଟା ।

 

ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦାରେ ସମ୍ପନ୍ନ ହେଲା ରତନ ଟାଟାଙ୍କ ଶେଷକୃତ୍ଯ

ନନ୍ଦିଘୋଷ ବ୍ୟୁରୋ: ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦାରେ ସମ୍ପନ୍ନ ହେଲା ରତନ ଟାଟାଙ୍କ ଶେଷକୃତ୍ଯ। ମୁମ୍ବାଇ ଓର୍ଲିରେ ହଜାର ହଜାର ଶୋକାକୁଳ ଜନତାଙ୍କ ଗହଣରେ ପାର୍ସୀ ରୀତିନୀତି ଅନୁସାରେ ଶେଷକୃତ୍ଯ ସମ୍ପନ୍ନ ହୋଇଛି। ଶେଷକୃତ୍ଯବେଳେ ଉପସ୍ଥିତ ଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବହୁ ରାଜନେତା। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ରତନ ଟାଟାଙ୍କ ଅନ୍ତିମ ସଂସ୍କାର କରିବାକୁ ମହାରାଷ୍ଟ୍ର ସରକାର ଘୋଷଣା କରିଥିଲେ।

ବୁଧବାର ରାତିରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ରତନ ଟାଟା। ବୟସାଧିକ ସମସ୍ୟା ପାଇଁ ଗତ ସୋମବାର ତାଙ୍କୁ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତି ରତନଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ମରଶରୀରକୁ ତାଙ୍କ ବାସଭବନରୁ ସାଉଥ ମୁମ୍ଵାଇର NCPA କୁ ନିଆଯାଇଥିଲା। ସେଠାରେ ସାଧାରଣ ଲୋକେ ମଧ୍ୟ ଦେଶର ଏହି ରତ୍ନଙ୍କୁ ଶେଷ ସମ୍ମାନ ଜଣାଇଥିଲେ।

ଦକ୍ଷିଣ କୋରିଆର ସୁନାମଧନ୍ଯ ଲେଖିକା ହାନ କାଙ୍ଗଙ୍କୁ ସାହିତ୍ଯରେ ନୋବେଲ

ନନ୍ଦିଘୋଷ ବ୍ୟୁରୋ : ଘୋଷଣା ହେଲା ସାହିତ୍ଯରେ ନୋବେଲ। ଦକ୍ଷିଣ କୋରିଆର ସୁନାମଧନ୍ଯ ଲେଖିକା ହାନ କାଙ୍ଗଙ୍କୁ ମିଳିବ ସାହିତ୍ଯରେ ନୋବେଲ। ମାନବ ଜୀବନର ସଂଘର୍ଷ ସମ୍ପର୍କରେ ରଚନା କରି ଏହି ଶ୍ରେଷ୍ଠ ପୁରସ୍କାର ହାସଲ କରିଛନ୍ତି ହାନ। ହାନ କାଙ୍ଗଙ୍କୁ ସାହିତ୍ଯରେ ନୋବେଲ ଲାଗି ଘୋଷଣା କରିଛି ସୁଇଡିସ ଏକାଡେମୀ। ୧୯୭୦ରେ ଦକ୍ଷିଣ କୋରିଆର ଗ୍ବାଙ୍ଗଜୁରେ ଜନ୍ମଗ୍ରହଣ କରିଥିଲେ ହାନ। ତାଙ୍କ ବାପା ଥିଲେ ଜଣେ ପ୍ରସିଦ୍ଧ ଔପନ୍ଯାସିକ। ବାଲ୍ଯକାଳରୁ କବିତା ଲେଖି ସାହତ୍ଯ ଜଗତରେ ସେ ପାଦ ଥାପିଥିଲେ।

RI ଓ ଅମିନ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ: ସରକାରଙ୍କୁ କଟାକ୍ଷ କଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ୱର: ଆରଆଇ ଓ ଅମିନ ପରୀକ୍ଷାରେ ଅନିୟମିତତା ନେଇ ଦିନକୁ ଦିନ ବିବାଦ ତେଜୁଛି। କାଠଯୋଡ଼ି ନଦୀରେ ଆଡମିଟ୍ କାର୍ଡକୁ ଡଙ୍ଗା କରି ଭସାଇଦେଲେ ପରୀକ୍ଷାର୍ଥୀ। ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ଯସଭା ସାଂସଦ ମାନସ ମଙ୍ଗରାଜ। ସୋସିଆଲ ମିଡିଆ ଏକ୍ସରେ ମାନସ ମଙ୍ଗରାଜ କହିଛନ୍ତି, ଏହା କ’ଣ ବିଜେପି ସରକାରର ସ୍ବଚ୍ଛତା, ଦାୟିତ୍ବବୋଧତା ଓ ଉତ୍ତରଦାୟିତ୍ବ ? ରାଜ୍ଯରେ ଆରଆଇ ଓ ଅମିନ ପରୀକ୍ଷାରେ ବ୍ଯାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । କେଉଁଠି ହୋଟେଲରେ ପରୀକ୍ଷା ହୋଇଛି ତ ଆଉ କେଉଁଠି ସାଇବର କାଫେରେ । ସାଇବର କାଫେରେ କମ୍ପ୍ୟୁଟର ହ୍ଯାକ କରାଯାଇ ପରୀକ୍ଷା କରାଯାଇଥିବା ନେଇ ଅଭିଯୋଗ ବି ହୋଇଛି । ଏଣୁ ପୁନଃ ପରୀକ୍ଷା ପାଇଁ ଦାବି କରୁଛନ୍ତି ଆଶାୟୀ ।

ଆରଆଇ ଓ ଅମିନ ପରୀକ୍ଷାରେ ଅନିୟମିତତା ନେଇ ଦିନକୁ ଦିନ ବିବାଦ ତେଜୁଥିବାବେଳେ ଆଜି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଆଶାୟୀ । ପରୀକ୍ଷାକୁ ବାତିଲ ସହ ପୁନଃ ପରୀକ୍ଷା ଦାବିରେ କଟକ କାଠଯୋଡ଼ି ନଦୀରେ ଆଡମିଟ କାର୍ଡକୁ ଡଙ୍ଗା କରି ଭସାଇଦେଇଛନ୍ତି । ଯାହାକୁ ନେଇ ସାରା ରାଜ୍ଯରେ ଅସନ୍ତୋଷ ଦେଖାଦେଇଛି ।

 

ଓଡ଼ିଶା ସହ କେମିତି ରହିଥିଲା ରତନ ଟାଟାଙ୍କ ସମ୍ପର୍କ ?

ନନ୍ଦିଘୋଷ ବ୍ୟୁରୋ: ସବୁଠୁ ବଡ଼ କଥା ହେଲା ରତନ ଟାଟାଙ୍କ ଓଡ଼ିଶା ସହ ସମ୍ପର୍କ ବେଶ୍ ଭଲ ଥିଲା।   ଓଡ଼ିଶାର ଶିଳ୍ପ, ଅର୍ଥନୈତିକ ପ୍ରଗତି, ସମାଜସେବା କ୍ଷେତ୍ରରେ ରତନ ଟାଟାଙ୍କର ଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା । ଓଡ଼ିଶାର ଯାଜପୁରରୁ କଳିଙ୍ଗନଗର ଇସ୍ପାତ କାରଖାନା, ଗୋପାଳପୁର ପ୍ରୋଜେକ୍ଟ ଏବଂ ଗଞ୍ଜାମରେ ହୋଇଥିବା ଜାଗା ମିଶନ ପ୍ରକଳ୍ପ ସହ ରତନ ଟାଟାଙ୍କର ଥିଲା ପ୍ରତ୍ୟକ୍ଷ ସଂପୃକ୍ତି। ଏହିସବୁ ପ୍ରକଳ୍ପ ପାଇଁ ଏକାଧିକ ବାର ଓଡ଼ିଆ ଆସିଛନ୍ତି ରତନ ଟାଟା। ରତନ ଟାଟାଙ୍କ ହୃଦୟର ନିକଟ ଓଡ଼ିଶା ଟାଟା ଷ୍ଟିଲ ପାଇଁ ଏକ ପ୍ରିୟ ବିନିଯୋଗ ସ୍ଥାନ ପାଲଟିଛି। ଏଭଳି ପରିସ୍ଥିତିରେ କମ୍ପାନୀ ଆଗାମୀ ବର୍ଷରେ ଏହି ରାଜ୍ୟରେ ପୁଞ୍ଜି ବିନିଯୋଗର ସମସ୍ତ ରେକର୍ଡ ଭାଙ୍ଗିପାରେ ବୋଲି କୁହାଯାଉଛି। କଳିଙ୍ଗନଗର କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପରେ ଓଡ଼ିଶା କମ୍ପାନୀର ସବୁଠାରୁ ବଡ଼ ନିବେଶ ସ୍ଥାନ ହେବ। ଏହା ପରେ ଏହି କାରଖାନାର କ୍ଷମତା ବାର୍ଷିକ ୩୦ଲକ୍ଷ ଟନ୍ରୁ ୮୦ ଲକ୍ଷ ଟନ୍କୁ ବୃଦ୍ଧି ପାଇବ।

କମ୍ପାନୀ ବିବୃତ୍ତିରେ କହିଛି, କଳିଙ୍ଗନଗର ପ୍ଲାଣ୍ଟ ବିସ୍ତାରର ଦ୍ୱିତୀୟ ପର୍ଯ୍ୟାୟରେ ଏହା ୨୭୦୦୦କୋଟି ଟଙ୍କା ବିନିଯୋଗ କରିଛି ଏବଂ ୟୁନିଟରେ ଏହାର ସମ୍ପ୍ରସାରିତ କ୍ଷମତା କାର୍ଯ୍ୟକ୍ଷମ ହେବାକୁ ଯାଉଛି। କମ୍ପାନୀ ପକ୍ଷରୁ କୁହାଯାଇଛି, କଳିଙ୍ଗନଗରରେ ଚାଲିଥିବା ସମ୍ପ୍ରସାରଣ କାର୍ଯ୍ୟ ୨୦୨୩ସୁଦ୍ଧା ଭାରତରେ ବାର୍ଷିକ ୪୦ନିୟୁତ ଟନ୍ ଲକ୍ଷ୍ୟ ହାସଲ କରିବାକୁ ଟାଟା ଷ୍ଟିଲର ଅଭିଳାଷରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଓଡ଼ିଶାର ଯାଜପୁର ଜିଲାର ଟାଟା ଷ୍ଟିଲର କଳିଙ୍ଗନଗର କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ। ଦେଶର ପୁରାତନ ଇସ୍ପାତ ନିର୍ମାଣ ପାଇଁ ସବୁଠାରୁ ବଡ଼ ପୁଞ୍ଜି ବିନିଯୋଗ ସ୍ଥଳ ହେବ ବୋଲି ବିବୃତ୍ତିରେ କୁହାଯାଇଛି।

ଜବତ ହେଲା ବିକଟାଳ ଶବ୍ଦ କରୁଥିବା ୧୭ ବୁଲେଟ୍

ନନ୍ଦିଘୋଷ ବ୍ୟୁରୋ: ବିକଟାଳ ଶବ୍ଦ କରୁଥିବ ୧୭ ବୁଲେଟ ଜବତ। ୧ ଲକ୍ଷ ୭୭ ହଜାର ଟଙ୍କା ଜୋରିମାନା ସଂଗ୍ରହ। ତାଳଚେର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରି  କର୍କଶ ଶବ୍ଦ କରି ସହରରେ ବୁଲୁଥିବା ୧୭ ବୁଲେଟ ଗାଡି ଉପରେ ଜୋରିମାନା କଲା ପୋଲିସ। କମ୍ପାନୀ ପକ୍ଷରୁ ଲଗାଯାଇଥିବା ସାଇଲେନ୍ସର ବଦଳାଇ କର୍କଶ ଶବ୍ଦ କରୁଥିବା ସାଇଲେନ୍ସର ଲଗାଇ ବୁଲେଟ ଚଳାଉଥିବା ରୋଡ ରୋମିଓଙ୍କୁ  ସାବାଡ କରିଛି ତାଳଚେର ପୋଲିସ। ୧୭ ଟି ବୁଲେଟ ଜବତ କରିବା ସହ ଗାଡିରୁ ଶବ୍ଦ କରୁଥିବା ସାଇଲେନ୍ସର ଖୋଲାଯାଇଛି। ଗାଡ଼ି ମାଲିକମାନଙ୍କ ଠାରୁ ୧ ଲକ୍ଷ ୭୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି।

ରତନ ଟାଟାଙ୍କ ୧୦ ବାଣୀ

ନନ୍ଦିଘୋଷ ବ୍ୟୁରୋ: ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ରତନ ଟାଟାଙ୍କ ଅନେକ ବାଣୀ ରହିଛି । ଯାହାକୁ ଆଜି ମଧ୍ୟ ସମସ୍ତେ ମନେ ପକାଇଥାନ୍ତି । ତେବେ ଆସନ୍ତୁ ନଜର ପକାଇବା ସେ କହିଥିବା ୧୦ ବାଣୀ ଉପରେ…

* କ୍ଷମତା ଓ ସମ୍ପତ୍ତି ମୋର ପ୍ରମୁଖ ଲକ୍ଷ୍ଯ ନୁହେଁ

* ଦ୍ରୁତବେଗରେ ଦୌଡିବାକୁ ହେଲେ ଏକାକୀ ଦୌଡ଼

* ଦୂର ଯାତ୍ରା କରିବାକୁ ହେଲେ ଏକାଠି ଚାଲନ୍ତୁ

* ଲୋକଙ୍କୁ ତୁମ ଉପରେ ପଥର ଫୋପାଡିବାକୁ ଦିଅ, ସେଥିରେ ତୁମେ ସ୍ମାରକୀ ନିର୍ମାଣ କର

* ସଫଳ ବ୍ଯକ୍ତିଙ୍କୁ ମୁଁ ପ୍ରଶଂସା କରେ, ହେଲେ ଅନୈତିକ ସଫଳତାକୁ ଶ୍ରେୟ ଦିଏନି

* ଇସିଜି ପରି ଉତଥାନ ଓ ପତନଧର୍ମୀ ଜୀବନ ଗୁରୁତ୍ବପୂର୍ଣ୍ଣ

* ଲୋକଙ୍କ ମଙ୍ଗଳକାମନା ବ୍ଯତୀତ ବସ୍ତୁଗତ ସାମଗ୍ରୀର ମୂଲ୍ଯ କିଛି ନୁହେଁ

* ନିଜର କର୍ମଚାରୀଙ୍କ ଗୁଣବତ୍ତାକୁ ଗୁରୁତ୍ବ ହେଉଥିବା ଲୋକ ହିଁ ଜଣେ ଭଲ ନେତା

* କର୍ମ-ଜୀବନର ଏକୀକରଣକୁ ବିଶ୍ବାସ କର, ଚାଲେଞ୍ଜର ମୁକାବିଲା ସଫଳତାର ଭିତ୍ତି

* ଦୟା, ଅନୁଗ୍ରହ, ଅନ୍ଯ ଦୁଃଖରେ ସହଭାଗିତାର ଶକ୍ତି ଅସୀମ

 

ପୋଲିସକୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅପରାଧୀକୁ ଏନକାଉଣ୍ଟର

ନନ୍ଦିଘୋଷ ବ୍ୟୁରୋ: ବୁର୍ଲା ପୋଲିସ ଦ୍ବାରା ପେଶାଦାର ଅପରାଧୀକୁ ଏନକାଉଣ୍ଟର । ପୋଲିସକୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅପରାଧୀ କମଲୁ ପ୍ରଧାନକୁ ଏନକାଉଣ୍ଟର କରିଛି ପୋଲିସ । ବୁର୍ଲା ଥାନା ଅଧିକାରୀ ଅନିଲ ପ୍ରଧାନଙ୍କ ଗୁଳିରେ ଅଭିଯୁକ୍ତ କମଲୁ ପ୍ରଧାନ ଆହତ ହୋଇଛି । ତାର ଡାହଣ ଗୋଡରେ ଗୁଳି ବାଜିଛି । ବୁର୍ଲା ପୋଲିସ ତାକୁ ଧରିବାକୁ ଜଙ୍ଗଲକୁ ଯାଇଥିବାବେଳେ ପୋଲିସକୁ ପୁଣି ଆକ୍ରମଣ କରିଥିଲା କମଲୁ । ଫଳରେ ଜଙ୍ଗଲ ଭିତରେ ଏନକାଉଣ୍ଟର କରିଥିଲା ପୋଲିସ । ବୁର୍ଲା ଥାନା ଆ.କଟାପାଲି ଜଙ୍ଗଲରେ ଏନକାଣ୍ଟର କରାଯାଇଛି ।

ଅଭିଯୁକ୍ତର ପାଲଟା ଆକ୍ରମଣରେ ବୁର୍ଲା ପୋଲିସର ଏସଆଇ ଦେବାଶିଷ ଖିଲାରଙ୍କ ହାତ ପାପୁଲିରେ ଗଭୀର ଆଘାତ ଲାଗିଛି । ଉଭୟଙ୍କୁ ବୁର୍ଲା ଭୀମସାର ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ ଏକ ତାରିଖ ଦିନ କମଲୁର ଦାମ୍ପତ୍ଯ କନ୍ଦଳକୁ ସମାଧାନ କରିବାକୁ ଯାଇ ହଣା ଖାଇଥିଲେ କନଷ୍ଟେବଳ ସରୋଜ ଭୋଇ । ଏକ ଘରେ ଲୁଚି ରହଥିବାବେଳେ ସରୋଜ କମଲୁକୁ ଧରିବାକୁ ଗଲାବେଳେ କମଲୁ ଏକ ଧାରୁଆ ଅସ୍ତ୍ରରେ ସରୋଜଙ୍କୁ ଆକ୍ରମଣ କରି ଅତି ନିର୍ମମଭାବେ ପାପୁଲି କାଟିଦେଇଥିଲା । ଯେଉଁଥିରେ ସରୋଜଙ୍କ ଡାହାଣ ହାତର ତିନିଟି ଆଙ୍ଗୁଠି କଟିଯାଇଥିଲା । ତାପରଠାରୁ କମଲୁ ଫେରାର ଥିଲା ।

ଚତୁର୍ଥ ବିବାହ କଲେ କି ସଞ୍ଜୟ ଦତ୍ତ ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତା ସଞ୍ଜୟ ଦତ୍ତ କରିଛନ୍ତି ଚତୁର୍ଥ ବିବାହ । ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସଞ୍ଜୟ ଦତ୍ତ ଧୋତି ପିନ୍ଧିବା ସହ ହୋମଅଗ୍ନି ଚାରିପାଖରେ ସାତଘେରା ନେଉଛନ୍ତି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି । ତେବେ ସେ ତାଙ୍କର ତୃତୀୟ ପତ୍ନୀ ମାନ୍ୟତାଙ୍କୁ ଆଉଥରେ ବିବାହ କରିଛନ୍ତି । ଯାହାର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି ।

କହି ରଖୁଛୁ କି, ସଞ୍ଜୟ ଦତ୍ତ ରିଚା ଶର୍ମାଙ୍କୁ ପ୍ରଥମେ ବିବାହ କରିଥିଲେ । ସେ ୧୯୯୬ ମସିହାରେ ବ୍ରେନ୍ ଟ୍ୟୁମରରେ ପ୍ରାଣ ହରାଇଥିଲେ । ଏହାପରେ ୨ ବର୍ଷ ପରେ ଅର୍ଥାତ ୧୯୯୮ରେ ମଡେଲ ରେହାଙ୍କୁ ବିବାହ କରିଥିଲେ । ମାତ୍ର ଏମାନଙ୍କ ସମ୍ପର୍କ ମଧ୍ୟ ଦୀର୍ଘଦିନ ଚାଲିପାରିନଥିଲା । ୨୦୦୫ ମସିହାରେ ଏମାନଙ୍କ ଡିଭୋର୍ସ ହୋଇଥିଲା । ପରେ ୨୦୦୮ମସିହାରେ ମାନ୍ୟତାଙ୍କୁ ତୃତୀୟ ବିବାହ କରିଥିଲେ । ୬୫ ବର୍ଷ ବୟସରେ ପହଞ୍ଚିଥିବା ସଞ୍ଜୟ ଦତ୍ତ ଏବେ ମାନ୍ୟତାଙ୍କ ସହ ରହିଥିବାବେଳେ ତାଙ୍କର ଯାଆଁଳା ଛୁଆ ରହିଛନ୍ତି ।