spot_img
Home Blog Page 1520

କିଏ ଏହି ରୀତା କୌଶିକ୍ ? ଯାହାଙ୍କ ବିଷୟରେ ଭିଡିଓରେ କହିଛନ୍ତି ଅତୁଲ

ନନ୍ଦିଘୋଷ ବ୍ୟୁରୋ: ବାଙ୍ଗାଲୋରର ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଜୀବନ ହାରିବା ପୂର୍ବରୁ ଅନେକ ଖୁଲାସା କରିଛନ୍ତି । ସେ ଏକ ଭିଡିଓ ୯୦ ମିନିଟର ବନେଇଛନ୍ତି ଏବଂ ୨୪ ପେଜର ଏକ ଲେଖା ମଧ୍ୟ ରଖିଛନ୍ତି । ଭିଡିଓରେ ସ୍ତ୍ରୀ, ଶ୍ବଶୁର ଘର ଲୋକଙ୍କ ସହ ଜଜଙ୍କୁ ମଧ୍ୟ ଦାୟୀ କରିଛନ୍ତି । ଜୋନପୁର ଫ୍ୟାମିଲ କୋର୍ଟର ଜଜ ରୀତା କୌଶିକଙ୍କ ସମ୍ପର୍କରେ ମଧ୍ୟ ଅନେକ କଥା କହିଛନ୍ତି ଅତୁଲ । ଜଜ ମ୍ୟାଡାମ ୫୦ ଟଙ୍କାରୁ ଆରମ୍ଭ କରି ହଜାର ହଜାର ଟଙ୍କା କେବଳ ତାରିଖ ବଦଳାଇବା ପାଇଁ ଲାଞ୍ଚ ନେଇଥାନ୍ତି । ତାଙ୍କ ପାଇଁ ବୟସ୍କ ଏବଂ ଗରିବ ଶ୍ରେଣୀର ଲୋକ ମଧ୍ୟ ବାଦ ପଡ଼ିନାହାନ୍ତି । ଏପରି ଭିଡିଓରେ କହିଛନ୍ତି ଅତୁଲ । ଜଜ ତାଙ୍କୁ ୩ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ମଧ୍ୟ କହିଛନ୍ତି ।

୨୧ ମାର୍ଚ୍ଚ ୨୦୨୪ରେ ରୀତା ଅତୁଲଙ୍କୁ ତାଙ୍କ କ୍ୟାବିନକୁ ଡାକିଥିଲେ । ଆଉ ମାମଲାର ଦଫାରଫା କରିବା ଲାଗି କଥା ହୋଇଥିଲେ । ଅତୁଲ କହିଥିଲେ କି, ମୋ ପରିବାର ବିରୋଧରେ ସେମାନେ ବିଭିନ୍ନ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି । ମୋ ପିଲାଙ୍କୁ ଦେଖିବାକୁ ମଧ୍ୟ ଦେଉନାହାନ୍ତି । ମାସିକ ଭରଣ ପୋଷଣ ବାବଦକୁ ମଧ୍ୟ ଏତେ ଟଙ୍କା ନେଉଛନ୍ତି । ପ୍ରଥମେ ସେମାନେ ୧ କୋଟି ଟଙ୍କା ମାଗୁଥିଲେ ଆଉ ଏବେ ୩ କୋଟି ଟଙ୍କା ମାଗୁଛନ୍ତି । ମୁଁ ଏତେ ଟଙ୍କା କେଉଁଠୁ ଆଣିବି । ଏତେ ପରେ ବି ମ୍ୟାଡାମ ଶୁଣିନଥିଲେ । ଏବଂ ୩ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।

ତେବେ ରୀତାଙ୍କ କଥା ଯଦି କହିବା ତାହେଲେ ସେ ୧୯୬୮  ମାର୍ଚ୍ଚ ୨୦ରେ ଉତ୍ତରପ୍ରଦେଶର ମୁଜାଫରନଗରରେ ଜନ୍ମ ଗ୍ରହଣ କରିଛନ୍ତି । ୧୯୯୯ରେ ପ୍ରଥମେ ସାହାରନପୁରରେ ଜୁଡିସିଆଲ ମାଜିଷ୍ଟ୍ରେଟ୍ ଭାବେ କାମ ଆରମ୍ଭ କରିଥିଲେ । ଏହାପରେ ୨୦୦୦-୨୦୦୨ ପର୍ଯ୍ୟନ୍ତ ମଥୁରାରେ ସିଭିଲ ଜଜ ଭାବେ ପୋଷ୍ଟିଂ ହୋଇଥିଲେ । 2018 ରେ, ସେ ପ୍ରଥମ ଥର ପାଇଁ ଅଯୋଧ୍ୟାରେ ଫ୍ୟାମିଲ୍ କୋର୍ଟର ପ୍ରଧାନ ବିଚାରପତି ହୋଇଥିଲେ ଏବଂ 2022 ପର୍ଯ୍ୟନ୍ତ ଅଯୋଧ୍ୟାରେ ପୋଷ୍ଟ ରହିଥିଲେ। ତାଙ୍କୁ ଅଯୋଧ୍ୟାରୁ ଜୋନପୁରକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେବେଠାରୁ ସେ ଏଠାରେ ଫ୍ୟାମିଲ୍ କୋର୍ଟରେ ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରୁଛନ୍ତି।

ଦୁଷ୍କର୍ମ କରି ଜେଲ ଯାଇଥିଲା, ଏବେ ପିଡ଼ିତାଙ୍କୁ ମାରି ଫିଙ୍ଗିଦେଲା

ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡ଼ା ଅଞ୍ଚଳରୁ ଯୁବତୀ ନିଖୋଜ ଘଟଣା । ନିଖୋଜ ଯୁବତୀଙ୍କୁ ହତ୍ୟା କରି ପାନପୋଷ ନିକଟ ବ୍ରାହ୍ମଣୀ ନଦୀରେ ପକାଇଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ମୃତଦେହକୁ ଉଦ୍ଧାର କରିବା ପାଇଁ ପୋଲିସ, ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ୍ ପକ୍ଷରୁ ଉଦ୍ୟମ ଜାରି ରହିଛି । ଯୁବତୀଙ୍କୁ ହତ୍ୟା କରି ବ୍ରାହ୍ମଣୀ ନଦୀରେ ପକାଇ ଦେଇଥିଵା ଅଭିଯୁକ୍ତ ଯୁବକ ଵୟାନ ଦେବା ପରେ ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନାବାଳିକା ଥିବା ସମୟରେ ଅଭିଯୁକ୍ତ ଜଣଙ୍କ ଦୁଷ୍କର୍ମ କରି ଜେଲ ଯାଇଥିଲା । ଜେଲରୁ ବାହାରିବା ପରେ ଯୁବତୀଙ୍କୁ ହତ୍ୟା କରି ବ୍ରାହ୍ମଣୀ ନଦୀରେ ପକାଇ ଦେଇଥିଵା ଅଭିଯୋଗ ହୋଇଛି । ଝାରସୁଗୁଡ଼ା ପୋଲିସ ଓ ରାଉରକେଲା ପୋଲିସ ପକ୍ଷରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିବା ସହ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଅତୁଲଙ୍କୁ ନ୍ୟାୟ ଦାବିରେ ଲିଙ୍କଡ୍ ଇନରେ ଝଡ଼,ନିକିତାଙ୍କୁ ଚାକିରିରୁ ହଟାଇବା ପାଇଁ ଆସେଂଚର ଉପରେ ସୋସିଆଲ ମିଡିଆ ଚାପ

ନନ୍ଦିଘୋଷ ବ୍ୟୁରୋ: ବାଙ୍ଗାଲୋରରେ ଇଞ୍ଜିନିୟର ଭାବେ କାମ କରୁଥିବା ଅତୁଲ ସୁବାଷଙ୍କୁ ନ୍ୟାୟ ପାଇଁ ଏବେ ସୋସିଆ ମିଡିଆରେ ଚର୍ଚ୍ଚା । ଏକ୍ସ ସହ ଏବେ ଲିଙ୍କଡ୍ ଇନରେ ଝଡ଼ ଦେଖିବାକୁ ମିଳିଛି । ଅତୁଲଙ୍କ ପତ୍ନୀ ନିକିତାଙ୍କୁ ଚାକିରୀରୁ ହଟାଇବାକୁ ଦାବି କରାଯାଇଛି । କେବଳ ଏତିକି ନୁହେଁ ସେ କରିଥିବା ଭିଡିଓରେ ଯେଉଁମାନଙ୍କ ନାମ ନିଆଯାଇଛି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି ହୋଇଛି । ତେବେ କହି ରଖୁଛୁ କି ଅତୁଲ ଜୀବନ ହାରିବା ପୂର୍ବରୁ ଏକ ୯୦ ମିନିଟର ଭିଡିଓ କରିବା ସହ ୨୪ ପୃଷ୍ଠାର ନୋଟ ଲେଖିଛନ୍ତି । ଯାହାକି ଏବେ ସୋସିଆଲ ମିହିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଜଣାଇଛନ୍ତି କି, କୋର୍ଟରେ ଜଜ ଏବଂ ସ୍ତ୍ରୀଙ୍କ ସହ ଶ୍ବଶୁରଘର ଲୋକେ ତାଙ୍କ କିଭଳି ଭାବେ ହଇରାଣ କରୁଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୨୦୧୯ରେ ସେ ନିକିତାଙ୍କୁ ବିବାହ କରିଥିବାବେଳେ ୨ ବର୍ଷ ପରେ ସେମାନେ ଅଲଗା ହୋଇଥିଲେ । ମିଛରେ କୋର୍ଟରେ ଯୌତୁକ ନିର୍ଯାତନା ମାମଲା ଦେଇଥିଲେ ନିକିତା । ମାସିକ ୪୦ ହଜାର ଟଙ୍କା ନେଉଥିଲେ ନିକିତା । ନିକିତା ଏକ କମ୍ପାନୀରେ କାମ କରୁଛନ୍ତି । ଭଲ ରୋଜଗାର ମଧ୍ୟ ପାଉଛନ୍ତି । କିନ୍ତୁ ସେ କାହିଁକି ମାସିକ ଏତେ ଟଙ୍କା ଲେଖାଏଁ ନେଉଥିଲେ ବୋଲି ସୋସିଆଲ ମିଡିଆରେ ୟୁଜର୍ସମାନେ ପ୍ରଶ୍ନ ଉଠାଇଛନ୍ତି । କେବଳ ଏତିକି ନୁହେଁ ମାନସିକଭାବେ ତାଙ୍କୁ ଟଙ୍କା ଦେବାକୁ ବାରମ୍ବାର ଚାପ ମଧ୍ୟ ପକାଉଥିଲେ । ୩ କୋଟି ନେଇ ମାମଲାର ଦଫାରଫା କରିବାକୁ ମଧ୍ୟ କହିଥିଲେ ପତ୍ନୀ । ଏଭଳି ବ୍ୟବହାର କରୁଥିବା ମହିଳାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତେ ଦାବି କରିବା ସହ ବିଭିନ୍ନ ପୋଷ୍ଟମାନ କରୁଛନ୍ତି ।

EMI ଦେବାଠୁ ଆଗ ହେଉଛି ସ୍ତ୍ରୀ- ଛୁଆଙ୍କ ଖର୍ଚ୍ଚ

ନନ୍ଦିଘୋଷ ବ୍ୟୁରୋ: ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଯାହାକି ଲୋନ ଦେଉଥିବା ସଂସ୍ଥାମାନଙ୍କ ଚିନ୍ତା ବଢ଼ିଯାଇପାରେ । କାରଣ ସେମାନେ ଲୋନ ଆଦାୟ କରିବାରେ ଅସୁବିଧା ଉପୁଜିପାରେ । କାରଣ ସର୍ବୋଚ୍ଚ ନ୍ୟାୟାଳୟ ଏକ ରାୟରେ କହିଛନ୍ତି କି, ପିଲା ଏବଂ ଅଲଗା ହୋଇଥିବା ପତ୍ନୀଙ୍କ ମାସିକ ଭତ୍ତା ଦେବା ତାଙ୍କର ପ୍ରାଥମିକତା । ଏହି ଖର୍ଚ୍ଚ ପରେ ସେ ଅନ୍ୟ କାମରେ ଟଙ୍କା ଖର୍ଚ୍ଚ କରିପାରିବେ । ସେ ଲୋନ ନେଇଥିଲେ ସୁଦ୍ଧା ପ୍ରଥମେ ସ୍ତ୍ରୀ ଏବଂ ଛୁଆଙ୍କ ଖର୍ଚ୍ଚ ଦେବେ ଏବଂ ପରେ ଲୋନ ଟଙ୍କା ଦେବେ ।

ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ଜଳ ଭୂୟାନ ଏକ ମାମଲାରେ ଏଭଳି ଶୁଣାଣି କରିଛନ୍ତି । ଜଣେ ସ୍ବାମୀ କୋର୍ଟରେ ଅଭିଯୋଗ କରିଥିଲେ କି, ତାଙ୍କର ଏକ ଫ୍ୟାକ୍ଟ୍ରି ଥାଇ ସୁଦ୍ଧା ସେ ଅଲଗା ହୋଇଥିବା ସ୍ତ୍ରୀଙ୍କ ମାସିକ ଖର୍ଚ୍ଚ ସାଙ୍ଗକୁ ଲୋନ ଦେବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫ୍ୟାକ୍ଟ୍ରି କ୍ଷତିରେ ଚାଲିଥିବାବେଳେ ମୁଣ୍ଡ ଉପରେ ରହିଛି ଋଣ ବୋଝ । ତେବେ ଏହି ମାମଲାରେ କୋର୍ଟ କହିଛନ୍ତି କି, ପ୍ରଥମେ ସ୍ତ୍ରୀଙ୍କ ମାସିକ ଖର୍ଚ୍ଚ ପ୍ରଥମେ ଦେବାକୁ ପଡ଼ିବ । ଋଣ କଥା ପଛରେ ବିଚାର କରାଯିବ ବୋଲି କୁହାଯାଇଛି ।

ଶ୍ରମିକଙ୍କୁ ପିଟି ପିଟି ମାରିଦେଲେ

ନନ୍ଦିଘୋଷ ବ୍ୟୁରୋ: କଟକ ବାରଙ୍ଗ ତ୍ରିଶୁଳିଆ ନିକଟରେ ଶ୍ରମିକଙ୍କୁ  ପିଟିପିଟି ହତ୍ଯା।  ୨୦ରୁ ୨୫ ଜଣ ସଂଘବଦ୍ଧ ଆକ୍ରମଣ କରି  ନିର୍ମମ ହତ୍ୟା କରିଛନ୍ତି। ମୃତ ଶ୍ରମିକ ହେଉଛନ୍ତି ତୋଫାନ ସାମଲ । ଏକ ବିଲଡର ସଂସ୍ଥା ପାଖରେ  ଓଲଡିଂ କାରିଗର ଭାବେ କାମ କରୁଥିଲେ। ଗତକାଲି ଇଡବ୍ଲୁ ଏସ ବସ୍ତିର 20 ରୁ 25 ଲୋକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ମୃତକଙ୍କ ପୁଅ ପ୍ରତିବାଦ କରିଥିଲେ ବି ଖାତିର କରିନଥିଲେ ଆକ୍ରମଣକାରୀ । ଇଟା ପଥରରେ ତୋଫାନଙ୍କୁ ଛେଚି ପକାଇଥିଲେ। ପରେ ସଂକଟାପନ୍ନ ଅବସ୍ଥାରେ ପରିବାର ଲୋକେ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଏସସିବି ଆଣିଥିଲେ।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏ ନେଇ ବାରଙ୍ଗ ଥାନାରେ ମାମଲା ରୁଜୁ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

କଂଗ୍ରେସକୁ ଆମ୍ ଆଦମୀ ପାର୍ଟିର ବଡ଼ ଝଟକା, ଦିଲ୍ଲୀରେ ଏକାକି ନିର୍ବାଚନ ଲଢ଼ିବ ଆପ୍

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସକୁ ଆମ୍ ଆଦମୀ ପାର୍ଟିର ବଡ଼ ଝଟକା । ଦିଲ୍ଲୀରେ ଆପ୍ ଏକା ଲଢ଼ିବ ନିର୍ବାଚନ । ଦିଲ୍ଲୀ ମେଣ୍ଟ ଉପରେ କେଜ୍ରିୱାଲଙ୍କ ବୟାନ ପରେ ରାଜନାତିକ ହଟଚମଟ ଦେଖାଦେଇଛି । ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି କୌଣସି ଦଳ ସହ ମେଣ୍ଟ କରିବ ନାହିଁ। ଏଭଳି ପରିସ୍ଥିତିରେ ରାଜନୈତିକ ଅସ୍ଥିରତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ଦିଲ୍ଲୀର ପୂର୍ବତନ ସିଏମ ଅରବିନ୍ଦ କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ ଏକା ନିର୍ବାଚନ ଲଢ଼ିବ । ଆମ୍ ଆଦମୀ ପାର୍ଟି ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି । ଆପ୍ ଏହାର ପ୍ରାର୍ଥୀଙ୍କ ଦୁଇଟି ତାଲିକା ମଧ୍ୟ ପ୍ରକାଶ କରିଛି ।  କଂଗ୍ରେସ ସହିତ ମେଣ୍ଟକୁ ଖଣ୍ଡନ କରିଛି ଆପ୍ । ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି କଂଗ୍ରେସ ସହିତ ମେଣ୍ଟର କୌଣସି ସମ୍ଭାବନା ନାହିଁ । ସେପଟେ ଆପ୍ ସାଂସଦ ରାଘବ ଚଡ୍ଡା କହିଛନ୍ତି କଂଗ୍ରେସ ସହିତ ମେଣ୍ଟ ଖବର ମିଥ୍ୟା । ଆମେ ନିର୍ବାଚନ ଏକା ଲଢ଼ିବୁ ଏବଂ ଜିତିବୁ । ସେପଟେ କେଜରିୱାଲ କହିଛନ୍ତି ଚତୁର୍ଥ ଥର ପାଇଁ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଦିଲ୍ଲୀରେ ସରକାର ଗଠନ କରିବାକୁ ଯାଉଛି ।

ଭିଡିଓ କରି ଜୀବନ ହାରିଲେ, ପତ୍ନୀ ଏବଂ ଜଜଙ୍କ ନାଁରେ ଆଣିଲେ ସାଙ୍ଘାତିକ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ମନ ପସନ୍ଦର ତାରିଖ ପାଇଁ ୫୦ ଟଙ୍କାରୁ ଆରମ୍ଭ କରି ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ନେଉଛନ୍ତି ଜଜ । ଓକିଲ ମଧ୍ୟ ଏଥିରେ ସମ୍ପୃକ୍ତ ରହିଥାନ୍ତି । ସ୍ତ୍ରୀଙ୍କ ମିଛ ଅଭିଯୋଗ ସାଙ୍ଗକୁ କୋର୍ଟରେ ନିର୍ଯାତନାର ଶିକାର । ଶେଷରେ ଭିଡିଓ ସୁଟିଂ କରି ହାରିଦେଲେ ଜୀବନ । କିନ୍ତୁ ଆତ୍ମହତ୍ୟା କରିବା ପୂର୍ବରୁ କିଭଳି ଭାବେ ତାଙ୍କୁ ନିର୍ଯାତନା ଦିଆାଇଛି ଓକିଲ ଏବଂ ତାଙ୍କ ସ୍ତ୍ରୀ କିଭଳି ମିଛ କେସରେ ଫସାଇଛନ୍ତି ଏହାକୁ ଭିଡିଓ ମାଧ୍ୟମରେ କହିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାଙ୍ଗାଲୋରରେ କାମ କରୁଥିବା ଜୋନପୁରର ଇଞ୍ଜିନିୟର ଅତୁଲ ସୁବାଷଙ୍କ ଆତ୍ମହତ୍ୟା ଗଣମାଧ୍ୟମରେ ହେଡ ଲାଇନ ପାଲଟିଛି । ସେ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓରେ କହିଛନ୍ତି କି, କୋର୍ଟରେ କିଭଳି ଭାବେ ଶୋଷଣର ଶିକାର ହୋଇଛନ୍ତି ।

ସେ ଭିଡିଓରେ କହିଛନ୍ତି କି, ଜୋନପୁର ଫ୍ୟାମିଲ୍ କୋର୍ଟର ଜଜ ରିତା କିଭଳିଭାବେ ୫୦ ଟଙ୍କା ମଧ୍ୟ ଲାଞ୍ଚ ନିଅନ୍ତି । ମ୍ୟାଡାମଙ୍କ ପାଖରେ ବସିଥିବା ପେସକାର ମାଧବ ପ୍ରତି କଥାରେ ଲାଞ୍ଚ ମାଗିଥାନ୍ତି । ସେ ବୟସ୍କ ହୁଅନ୍ତୁ କି ଗରୀବ କାହାକୁ ମଧ୍ୟ ଏମାନେ ଛାଡ଼ନ୍ତି ନାହିଁ । ସମସ୍ତଙ୍କୁ ଲାଞ୍ଚ ମାଗିଥାନ୍ତି । ମୋତେ ମଧ୍ୟ ମ୍ୟାଡାମ ନିଜେ ୫ ଲକ୍ଷ ଟଙ୍କା ମାଗିଛନ୍ତି । ସ୍ତ୍ରୀ ମୋ ନାଁରେ ମିଛ ଯୌତୁକ ନିର୍ଯାତନା ମାମଲା ଲଗାଇଥିବାବେଳେ ଜଜ ଧମକ ଦେଇଥିଲେ କି, ୩ କୋଟି ଟଙ୍କାର ଭରଣ ପୋଷଣ ଦେବାକୁ । ଏହାର ସେଟେଲମେଣ୍ଟ ଏବଂ ପରିମାଣ କମ କରିବା ପାଇଁ ଲାଞ୍ଚ ମାଗିଥିଲେ । ଆଉ ମୁଁ ଯେତେବେଳେ ଆତ୍ମହତ୍ୟା କରିବି ବୋଲି କହିଥିଲି ସେ ଏହାର ମଜାକ ଉଡ଼ାଇଥିଲେ । ଆଉ ହସିଥିଲେ । ଏଭଳି ଭାବେ ସ୍ତ୍ରୀ ଏବଂ ଶଶ୍ବର ଘର ଲୋକେ ମଧ୍ୟ ବାରମ୍ବାର ହଇରାଣ କରୁଥିବା ଭିଡିଓରେ ଜଣାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

 

ବୋରଓ୍ବେଲରୁ ଉଦ୍ଧାର ହୋଇପାରୁନି ୫ ବର୍ଷର ଶିଶୁ, ବଢ଼ିବାରେ ଲାଗିଛି ଜଳସ୍ତର

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନରୁ ପୁଣି ଆସିଛି ଏକ ବୋରଓ୍ବେଲ ଟ୍ରାଜେଡି । ୧୪୭ ଫୁଟ୍ ଗଭୀର ବୋରଓ୍ବେଲରେ ଫସିଛି ୫ ବର୍ଷର ଶିଶୁ । ସୋମବାର ଅପରାହ୍ନରୁ ଫସି ରହିଥିବା ଶିଶୁକୁ ଉଦ୍ଧାର ପାଇଁ ଜାରି ରହିଛି ଅପରେସନ । ଜେସିବି ସାଙ୍ଗକୁ ମେସିନ ଲଗାଇ ଯୁଦ୍ଧକାଳିନ ଭିତ୍ତିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଶେଷ ଖବର ସୁଦ୍ଧା ଜଣା ଯାଇଛି କି, ବୋରଓ୍ବେଲରେ ଏବେ ଜଳସ୍ତର ବଢ଼ି ଯାଇଛି । ଯାହାଦ୍ବାରା ଶିଶୁକୁ ଉଦ୍ଧାର କିପରି କରାଯିବ ତାକୁ ନେଇ ଚିନ୍ତା ଦେଖାଯାଇଛି । ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମଙ୍ଗଳବାର ମନ୍ତ୍ରୀ କିରୋରିଲାଲ ମିନା ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ମଙ୍ଗଳବାର ରାତି ସୁଦ୍ଧା ୬ଟି ପ୍ରୟାସ କରାଯାଇଛି । କିନ୍ତୁ ଏଯାବତ ସଫଳ ହୋଇନାହିଁ । ସେପଟେ ରାତି ୩ଟାରେ ପାଇଲିଂ ମେସିନରେ ଖୋଳାଖୋଳି ଆରମ୍ଭ ହୋଇଛି । ବୋରଓ୍ବେଲ ନିକଟରେ ପହଞ୍ଚିଥିବାବେଳେ ଏବେ କିଭଳି ଭାବେ ଉଦ୍ଧାର କରାଯିବ ? ତାହାକୁ ନେଇ ଚିନ୍ତା ବଢ଼ିଛି । ତଥାପି ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି ।

ବିନୋଦ କାମ୍ବଲୀଙ୍କ କାର ଦୁର୍ଘଟଣାର କାହାଣୀ

ନନ୍ଦିଘୋଷ ବ୍ୟୁରୋ: ଟିମ ପୂର୍ବତନ କ୍ରିକେଟର ତଥା ସଚିନଙ୍କ ବାଲ୍ୟବନ୍ଧୁ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ରହିଛି । ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ୧୯୮୩ ମସିହାର ବିଶ୍ବକପ ଦଳ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । ତେବେ ଖରାପ ଅଭ୍ୟାସ ପାଇଁ ଆଜି ଏଭଳି ଅସୁସ୍ଥ ହୋଇଛନ୍ତି କାମ୍ବଲି । ଯାହାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ମଧ୍ୟ କିଛି ୟୁଜର୍ସ ଟ୍ରୋଲ କରୁଛନ୍ତି । ଦିନେ କାର ଦୁର୍ଘଟଣାର ଶିକାର ହୋଇଥିଲେ ବିନୋଦ କାମ୍ବଲି । ଆଉ ଏହି ଘଟଣା ପାଇଁ ମଧ୍ୟ ତାଙ୍କୁ ଗିରଫ କରାଯାଇଥିଲା । କାମ୍ବଲି ରହୁଥିବା ତାଙ୍କ ସୋସାଇଟରେ ଛିଡ଼ା ହୋଇ ଏକ କାରକୁ ପାର୍କିଂବେଳେ ବାଡ଼େଇ ଦେଇଥିଲେ । ଯାହାକୁ ନେଇ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ତାଙ୍କୁ ପୋଲିସ ମଧ୍ୟ ଗିରଫ କରିଥିଲେ । ଆଉ ପରେ ସେ ବେଲରେ ଆସିଥିଲେ ।

ମହିଳାଙ୍କୁ କଚାଡ଼ି ମାରିଦେଲା ଦନ୍ତା

ନନ୍ଦିଘୋଷ ବ୍ୟୁରୋ: କଚାଡି ମାରିଲା ଦନ୍ତା। ଅନୁଗୁଳ ଛେଣ୍ଡିପଦା ବନାଞ୍ଚଳ ବାଘୁବୋଲ ଗାଁରେ ଘଟିଛି ଏ ଅଘଟଣ । ବିଲକୁ ଧାନ ଆଣିବାକୁ ଯାଉଥିବା ବେଳେ ଶୁଣ୍ଢରେ କଚାଡି ମାରିଲା ହାତୀ । ମୃତକ ଜଣଙ୍କ ହେଲେ ବାଗଡିଆ ଥାନା ବାଘୁଆବୋଲ ଗ୍ରାମର ମନ୍ଦୋଦରୀ ସାହୁ। ସୂଚନା ମୁତାବକ ପାଟକୁମୁଣ୍ଡା ପଞ୍ଚାୟତ ବାଘୁଆବୋଲ ଗାଁର ମନ୍ଦୋଦରୀ ସାହୁ ଆଜି ସକାଳୁ ଘର ନିକଟରେ ଥିବା ବିଲକୁ ଧାନ ଅମଳ ପାଇଁ ଯାଉଥିଲେ। ତେବେ ସେଠାରେ ଥିବା ୨୨ଟିକିଆ ହାତୀପଲଙ୍କ ହାବୁଡ଼ରେ ପଡିଯାଇଥିଲେ  । ଏକ ଦନ୍ତା ହାତୀ ମନ୍ଦୋଦରୀଙ୍କୁ ଶୁଣ୍ଢରେ କଚାଡି ପାଦରେ ଦଳି  ଦେଇଥିଲା। ଫଳରେ ଘଟଣାସ୍ଥଳରେ ମନ୍ଦୋଦରୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଦାୟୀ କରିବା ସହିତ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛିl ସେଠାରେ ବନ ବିଭାଗ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।