ଭୁବନେଶ୍ୱର : ବିଜେଡିର ସଭ୍ଯ ସଂଗ୍ରହ ଅଭିଯାନ ବହୁତ ଭଲ ଚାଲିଛି । ନିଜ ଆଡୁ ବହୁତ ଲୋକ ବିଜେଡିରେ ସାମିଲ ହେଉଛନ୍ତି । ସେମାନଙ୍କୁ ଦଳ ସ୍ୱାଗତ କରୁଛି । ଯୁବ ଓ ଛାତ୍ର ମାନେ ବିଜେଡିର ଭବିଷ୍ୟତ । ସୋସିଆଲ ମିଡିଆରେ ସକ୍ରିୟ ରହି ବିରୋଧୀଙ୍କ ଅପପ୍ରଚାରର କଡା ଜବାବ ଦିଅନ୍ତୁ । ଛାତ୍ର ବିଜେଡିର ଦୁଇ ଦିନିଆ ଡିଜିଟାଲ କର୍ମଶାଳାକୁ ଉଦଘାଟନ କରି ଏପିର ଆହ୍ବାନ ଦେଇଛନ୍ତି ସଭାପତି ନବୀନ ପଟ୍ଟନାୟକ । ସେ କହିଛନ୍ତି, ଅକ୍ଟୋବରରୁ ଆରମ୍ଭ ହୋଇଥିବା ମେମ୍ବରସିପ ଡ୍ରାଇଭ ଭଲ ଚାଲିଛି । ସଭ୍ୟ ସଂଗ୍ରହ ଗୋଟେ ରାଜନୈତିକ ଦଳର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ବିଜେଡି ସରକାର ବହୁତ ଭଲ କାମ କରିଛି । ଆମ ଯୋଜନା ଅନ୍ୟ ମାନଙ୍କ ପାଇଁ ମଡେଲ ସାଜିଛି । କେନ୍ଦ୍ର ସରକାର ଏହାକୁ ଅନୁକରଣ କରିଛନ୍ତି । ଭୋଟ ରାଜନୀତି ଦଳର ଲକ୍ଷ୍ୟ ନୁହେଁ । ବିଜେଡି ସରକାରର ବହୁତ ଯୋଜନା ବିଜେପି ସରକାର ବନ୍ଦ କରି ଦେଇଛନ୍ତି । ବିକାଶ ଓ କଲ୍ୟାଣ ଦଳର ଫୋକସ । ବିଜେଡି ଓଡ଼ିଶାର ଏକ ନମ୍ବର ଦଳ । ଗତ ନିର୍ବାଚନରେ ଦଳ ଅଧିକ ଭୋଟ ପାଇଛି । ଭୋଟ ପ୍ରତିଶତ ବି ବଢିଛି । ବିଜେଡି ଓଡ଼ିଶାବାସୀଙ୍କ ହୃଦୟରେ ଅଛି । ଓଡ଼ିଆ ସ୍ୱାଭିମାନର ସୁରକ୍ଷା କରିବା ପାଇଁ ସମସ୍ତେ କାମ ଜାରି ରଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ ।
ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ
ଭୁବନେଶ୍ୱର : ମେଡିକାଲ କୋଚିଂ ସେଣ୍ଟର ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ। ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଭୁବନେଶ୍ବର ପଟିଆ ସ୍ଥିତ ଏକ ହଷ୍ଟେଲରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ଛାତ୍ରୀଙ୍କ ନାଁ କଲ୍ୟାଣୀ ସାହୁ। ଘର କଟକ ଜିଲ୍ଲା ସାଲେପୁର। ଯୁକ୍ତ ୨ ବିଜ୍ଞାନ ରେ ପଢିବା ସହ ମେଡିକାଲ ପାଇଁ କୋଚିଂ ନେଉଥିଲେ ଛାତ୍ରୀ ଜଣକ। ତେବେ ମୃତ୍ୟୁର କାରଣ ଏଯାଏଁ ଜଣାପଡ଼ିନାହିଁ।
ଘଟଣାସ୍ଥଳରେ ଛାନଭିନ ଚଳାଇଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସେପଟେ ସମ୍ପୃକ୍ତ କୋଚିଂ ସେଣ୍ଟର ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ପରିବାର ଲୋକେ। ମାତ୍ରାଧିକ ଚାପ ପାଇଁ ଝିଅ ଡିପ୍ରେସନରେ ଥିବା ଅଭିଯୋଗ ଆଣିଛନ୍ତି। ଏନେଇ ପୋଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଦାବି କିଛନ୍ତି ପରିବାର।
ଆମେରିକାରେ କିଏ କାହାକୁ ଦେଇଛି ଭୋଟ୍ ?
ନନ୍ଦିଘୋଷ ବ୍ୟୁରୋ : ପୁଣି ଆମେରିକାରେ କ୍ଷମତାକୁ ଫେରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭୋଟ୍ ଗଣନାରେ ୨୯୫ ଭୋଟ୍ ପାଇଥିବା ବେଳେ କମଳା ହାରିସ୍ ୨୨୬ଟି ଭୋଟ ହାସଲ କରିଥିଲେ । ରାଷ୍ଟ୍ରପତି ନିର୍ବାଚନାରେ ବଡ଼ ଭୂମିକା ତୁଲାଉଥିବା ସ୍ୱିଙ୍ଗ୍ ରାଜ୍ୟଗୁଡିକରେ ମଧ୍ୟ ଟ୍ରମ୍ପଙ୍କୁ କ୍ଲିନ୍ ସ୍ୱିପ୍ ମିଳିଛି । ବହୁ ବିବାଦରେ ଫସିଥିବା ଟ୍ରମ୍ପଙ୍କ ଉପରେ ପୁଣି ଥରେ ଭରସା କରିଛନ୍ତି ଦେଶବାସୀ ।
କାହାକୁ କେତେ ଭୋଟ
କମଳା ହାରିସଙ୍କୁ ୪୩ ପ୍ରତିଶତ ଶ୍ୱେତାଙ୍ଗ ଲୋକ ମାନେ ଭୋଟ ଦେଇଥିବା ବେଳେ ଟ୍ରମ୍ପଙ୍କୁ ଭୋଟ ଦେଇଥିବା ଶ୍ୱେତାଙ୍ଗଙ୍କ ସଂଖ୍ୟା ୫୫ । ସେହିପରି ୮୬ ପ୍ରତିଶତ ଅଶ୍ୱେତ ଲୋକ କମଳା ହାରିସଙ୍କୁ ଭୋଟ ଦେଇଥିବା ବେଳେ ୧୨ ପ୍ରତିଶତ ଅଶ୍ୱେତ ଲୋକ ଟ୍ରମ୍ପଙ୍କୁ ନିଜ ଭୋଟ ଦେଇଛନ୍ତି । ଅନ୍ୟପଟେ ୫୬ ପ୍ରତିଶତ ଏସୀୟ ଲୋକ ଟ୍ରମ୍ପଙ୍କୁ ଏବଂ ୩୮ ପ୍ରତିଶତ କମଳାଙ୍କୁ ଭୋଟ ଦେଇଛନ୍ତି । ସେହିପରି ୫୩ ପ୍ରତିଶତ ଲାଟିନ୍ ଭୋଟର ହାରିସଙ୍କ ସପକ୍ଷରେ ମତଦାନ ଦେଇଥିବା ବେଳେ ଟ୍ରମ୍ପଙ୍କୁ ୪୫ ପ୍ରତିଶତ ଭୋଟ ଦେଇଥିଲେ । ୪୩ ପ୍ରତିଶତ ଅନ୍ୟାନ୍ୟ ଲୋକଙ୍କ ଭୋଟ ହାରିସଙ୍କୁ ଏବଂ ୫୩ ପ୍ରତିଶତ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି ।
ଯୁବପୀଢୀଙ୍କ ପ୍ରଥମ ପସନ୍ଦ ଥିଲେ ହାରିସ
ସୂଚନା ମୁତାବକ, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ୧୮ରୁ ୨୯ ବର୍ଷୀୟ ଭୋଟରଙ୍କ ପସନ୍ଦ କମଳା ହାରିସ ବୋଲି ଜଣାପଡିଛି । ୫୫ ପ୍ରତିଶତ ଯୁବଗୋଷ୍ଠୀ ହାରିସଙ୍କୁ ଭୋଟ କରିଥିବା ବେଳେ ୪୨ ପ୍ରତିଶତ ଭୋଟ ଟ୍ରମ୍ପଙ୍କୁ ମିଳିଛି । ସେହିପରି ୩୦ରୁ ୪୪ ବର୍ଷୀୟ ଭୋଟର ୫୧ ପ୍ରତିଶତ ଭୋଟ କମଳାଙ୍କୁ ଏବଂ ୪୬ ପ୍ରତିଶତ ଭୋଟ୍ ଟ୍ରମ୍ପଙ୍କୁ ଦେଇଛନ୍ତି । କେବଳ ୪୫ରୁ ୬୪ ଏବଂ ୬୫ରୁ ଅଧିକ ବର୍ଷୀୟ ଭୋଟର ହିଁ କମଳାଙ୍କ ତୁଳନାରେ ଟ୍ରମ୍ପଙ୍କୁ ଅଧିକ ଭୋଟ ଦେଇଛନ୍ତି ।
ଅନ୍ୟପକ୍ଷେ , କମଳା ହାରିସଙ୍କୁ ସବୁଠୁ ଅଧିକ ୫୪ ପ୍ରତିଶତ ମହିଳା ଭୋଟର ଭୋଟ ଦେଇଛନ୍ତି । ଯାହା ତୁଳନାରେ ୪୪ ପ୍ରତିଶତ ପୁରଷ ଭୋଟର ବି କମଳାଙ୍କୁ ଚୟନ କରିଥିଲେ । ସେହିପରି ଟ୍ରମ୍ପଙ୍କୁ ୫୪ ପ୍ରତିଶତ ପୁରୁଷ ବାଛିଥିବା ବେଳେ ୪୪ ପ୍ରତିଶତ ମହିଳା ଭୋଟ ଦେଇଛନ୍ତି ।
ଯଦି ଶିକ୍ଷା ଅନୁଯାୟୀ ଭୋଟଙ୍କ ତାଲିକା ଦେଖାଯାଏ ତେବେ, କଲେଜ ଡିଗ୍ରୀ ନଥିବା ଲେକଙ୍କ ମଧ୍ୟରେ ହାରିସଙ୍କୁ ୫୭ ପ୍ରତିଶତ ଏବଂ ଟ୍ରମ୍ପଙ୍କୁ ୪୪ ପ୍ରତିଶତ ଲୋକ ଭୋଟ ଦେଇଛନ୍ତି ।

