spot_img
Home Blog Page 1500

ରାଜ୍ୟପାଳଙ୍କୁ ଚେତାଇଲା କଂଗ୍ରେସ: ରାଜନୀତିରୁ ଦୂରେଇ ରୁହ, ନହେଲେ ଦେଶବ୍ୟାପୀ ଆନ୍ଦୋଳନ

ଭୁବନେଶ୍ବର: ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କୁ ଚେତାଇ ଦେଇଛି କଂଗ୍ରେସ । ରାଜ୍ୟପାଳ ରାଜନୀତିରୁ ଦୂରେଇ ରହନ୍ତୁ । ଝାଡ଼ଖଣ୍ଡ ରାଜନୀତିରେ ମାତନ୍ତୁ ନାହିଁ । ନ ହେଲେ ସାରା ଦେଶରେ କଂଗ୍ରେସ କରିବ ଆନ୍ଦୋଳନ ।

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି, ରଘୁବର ଦାସ ଝାଡ଼ଖଣ୍ଡ ନିର୍ବାଚନରେ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି l ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରୁଛନ୍ତି l ତେଣୁ ଓଡ଼ିଶାର ରାଜ୍ୟପାଳ ଝାଡ଼ଖଣ୍ଡ ରାଜନୀତିରୁ ଦୂରେଇ ରୁହନ୍ତୁ । ରାଜଭବନରେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ଶର୍ମା ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ l ରାଜଭବନରେ ବସି ନିର୍ବାଚନ ପରିଚାଳନା କଲେ l ଶୁକ୍ରବାର ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବିଜେପି ଷ୍ଟାର କ୍ୟlପେନର ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନା ରହିଛି l ଏହା ରାଜନୀତି ନୁହେଁ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ପୂର୍ବରୁ ରାଜ୍ୟପାଳଙ୍କ ପୁଅ ଓ ତାଙ୍କ ସହଯୋଗୀ ଓଡ଼ିଆ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଲେ l ଓଡ଼ିଶାରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ ଓ ପ୍ରତିବାଦ କରାଯାଇଛି l ରାଷ୍ଟ୍ରପତିଙ୍କୁ ମଧ୍ୟ ସ୍ମାରକପତ୍ର ଦିଆଯାଇଛି l ଯେଉଁ ବିଜେପି ଓଡ଼ିଆ ଅସ୍ମିତା କଥା କହି ଶାସନକୁ ଆସିଲା, ଜଣେ ଓଡିଆ ଅଧିକାରୀ ମାଡ଼ ଖାଇଲେ, ଆଜି ଯାଏଁ ନ୍ୟାୟ ଦେଇପାରିଲାନି । ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି ଜୟଦେବ ଜେନ ।

ଇସ୍କନର ଅଦିନିଆ ରଥଯାତ୍ରା, ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ

ପୁରୀ: ଇସ୍କନରର ପୁଣି ମନମାନି । ଯେତେ ଯାହା କଲେ ବି ସୁଧୁରିବାର ନାଁ ନେଉନାହିଁ । ଜଗନ୍ନାଥଙ୍କ ନାଁରେ ଜଗା ଭକ୍ତଙ୍କ ଭକ୍ତିକୁ କରୁଛି କୁଠାରଘାତ । ଭକ୍ତି ନାଁରେ ଅଦିନିଆ ରଥଯାତ୍ରା କରି ଜଗନ୍ନାଥ ସଂସ୍କୃତିକୁ କରୁଛି କଳୁଷିତ । ଏବେ ଆମେରିକାରେ ଅଦିନିଆ ରଥଯାତ୍ରା କରିବାକୁ ଯାଉଛନ୍ତି ଇସ୍କନ କର୍ତ୍ତୃପକ୍ଷ । ଯାହାକୁ ନେଇ ବିବାଦ ଦେଖାଦେଇଛି ।

ଆସନ୍ତା ନଭେମ୍ବର ୩ ତାରିଖ ରବିବାର ଦିନ ସ୍ନାନଯାତ୍ରା ଓ ପରେ ୯ ତାରିଖରେ ହୋଷ୍ଟନରେ ରଥଯାତ୍ରା କରିବା ନେଇ ପ୍ରସ୍ତୁତି ଚଳାଇଛି ଇସ୍କନ । ଲିଜନ ପାର୍କରେ ଅଦିନିଆ ରଥଯାତ୍ରା କରାଯିବା ନେଇ ପ୍ରସ୍ତୁତି ଚାଲିଛି । ଯାହାକୁ ଶ୍ରୀଜଗନ୍ନାଥ ପ୍ରେମୀ ଓ ସେବାୟତ ତୀବ୍ର ନିନ୍ଦା କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ, ଗଜପତି ଓ ଶଙ୍କରାଚାର୍ଯ୍ୟ ଏହି ଅଦିନିଆ ରଥଯାତ୍ରାରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି ।

ଶାସ୍ତ୍ର ଓ ପୁରାଣ ଅନୁଯାୟୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ହୋଇଥାଏ । କିନ୍ତୁ ଇସ୍କନ ପକ୍ଷରୁ ବିଶ୍ୱବ୍ୟାପୀ ବିଭିନ୍ନ ସମୟରେ ଅଦିନିଆ ରଥଯାତ୍ରା କରାଯାଉଛି । ଯାହାର ତୀବ୍ର ନିନ୍ଦା ଓ ସମାଲୋଚନା ସତ୍ତ୍ବେ ଇସ୍କନ ଏଥିରୁ ଓହରୁ ନାହିଁ ।

ପ୍ରେମିକକୁ ବାନ୍ଧି ପ୍ରେମିକାକୁ ଗଣ ଦୁଷ୍କର୍ମ, ୩ ଅଭିଯୁକ୍ତ ଗିରଫ

ନୟାଗଡ଼: ପ୍ରେମିକକୁ ବାନ୍ଧି ତା’ ଆଗରେ ପ୍ରେମିକାକୁ ଗଣ ଦୁଷ୍କର୍ମ । ଆଉ ଦୁଷ୍କର୍ମ ବେଳର ଭିଡିଓ କଲେ ଉତ୍ତୋଳନ । ପରେ ଭିଡିଓ ଦେଖାଇ ବ୍ଲାକମେଲିଂ କରିବା ସହ ଯୁବତୀଙ୍କୁ ଆସିବାକୁ କଲେ ବାଧ୍ୟ । ଯୁବତୀ ନଆସିବାରୁ ଭିଡିଓ କଲେ ଭାଇରାଲ । ଏମିତି ଅଭିଯୋଗରେ ପୋଲିସ ୩ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଘଟଣା ଘଟିଛି ନୟାଗଡ଼ ଫତେଗଡ଼ ଅଞ୍ଚଳରେ । ଅଭିଯୋଗ ଅନୁସାରେ, ଫତେଗଡ଼ ରାମ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ ଜଣେ ଯୁବକ ଓ ତାଙ୍କ ମହିଳା ବନ୍ଧୁ। ସେମାନେ ଫେରୁଥିବା ବେଳେ ଭାପୁର ରାସ୍ତାର ପିଠାଖାଇ ଜଙ୍ଗଲରେ କିଛି ଯୁବକ ସେମାନଙ୍କୁ ଅଟକାଇଥିଲେ । ପୁରୁଷ ବନ୍ଧୁଙ୍କୁ ବାନ୍ଧି ମାଡ଼ ମାରିବା ସହ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏପରିକି ଭିଡିଓ ରେକର୍ଡିଂ କରିଥିଲେ । ପରେ ଉଭୟଙ୍କୁ ଯିବାକୁ ଦେଇଥିଲେ ।

ପରେ ଭିଡିଓକୁ ନେଇ ବ୍ଲାକ୍ ମେଲ୍ କରି ଟଙ୍କା ମାଗିଥିଲେ । ଯୁବତୀ ଜଣକ ନ ଆସିବାରୁ ଭିଡିଓକୁ ଭାଇରାଲ କରି ଦେଇଥିଲେ । ଥାନାରେ ଯୁବତୀ ଜଣକ ଅଭିଯୋଗ କରିବା ପରେ ପୋଲିସ ତନାଘନା କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି । ଆଜି ସିନ୍ ରିକ୍ରିଏସନ୍ କରାଯିବ ବୋଲି ଜଣାପଡ଼ିଛି ।

ବିଳମ୍ଵିତ ରାତିରେ ଭୟାବହ ଅଗ୍ନିକାଣ୍ଡ, ଶୋଇଥିବା ଅବସ୍ଥାରେ ଜଳିଗଲେ ୪ଜଣ ଯୁବକ

ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମର ସରସ୍ୱତୀ ଏନକ୍ଲେଭରେ ଏକ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।  ନିଆଁ ଲାଗି ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ଗତ ବିଳମ୍ଵିତ ରାତିରେ ଏକ କୋଠରୀରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ନିଆଁ ଲାଗିଯାଇଥିଲା । ମୃତକଙ୍କ ପରିବାର ଅନ୍ୟ ଏକ କୋଠରୀରେ ଶୋଇଥିଲେ । ଅଗ୍ନିକାଣ୍ଡରେ ଶୋଇଥିବା ଅବସ୍ଥାରେ ୪ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ବୟସ ଯଥାକ୍ରମେ ୧୭ ବର୍ଷ, ୨୨ ବର୍ଷ, ୨୪ ବର୍ଷ, ଓ ୨୮ ବର୍ଷ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ସମସ୍ତ ୪ ମୃତକ ବିହାରର ବାସିନ୍ଦା ଥିଲେ ଓ ସେମାନେ ଗୁରୁଗ୍ରାମର ସରସ୍ୱତୀ ଏନକ୍ଲେଭରେ ରହୁଥିଲେ । ସେମାନେ ଜେ ବ୍ଲକ୍ ହାୱା ମହଲ ନିକଟ ଏକ ଭଡା ଘରେ ରହୁଥିଲେ। ଗୁରୁଗ୍ରାମରେ, ବାସାଇ ରୋଡରୁ ଅଗ୍ନିକାଣ୍ଡର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ସେଠାରେ ଥିବା ଏକ ଘରେ ନିଆଁ ଲାଗିଯାଇଥିବାରୁ ଅନେକ ଲୋକେ ଫସି ରହିଯାଇଥିଲେ । ସ୍ଥାନୀୟ ଲୋକେ ପହଞ୍ଚି ସମସ୍ତ ମହିଳା ଓ ଶିଶୁଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଟିମ୍ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛନ୍ତି ।

ଗର୍ଭବତୀ ଯୁବତୀଙ୍କୁ ମାରି ପୋତିଦେଲା ପ୍ରେମିକ !

ଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଅଭାବନୀୟ ଘଟଣା। ଜଣେ ଗର୍ଭବତୀ ଯୁବତୀଙ୍କୁ ହତ୍ଯା କରିବା ପରେ ପ୍ରେମିକ ପୋତି ଦେଇଥିବା ଅଭିଯୋଗ ହୋଇଛି। ବିବାହ କରିବା ଲାଗି ଯୁବତୀ ଜଣକ ଜିଦ୍ କରିବା ପରେ ଉତ୍ତ୍ଯକ୍ତ ହୋଇ ତାଙ୍କୁ ପ୍ରେମିକ ଜଣକ ହତ୍ଯା କରିଥିବା ଅଭିଯୋଗ ହୋଇଛି। ଏହା ସହ ଗର୍ଭସ୍ଥ ଭୂଣକୁ ବି ହତ୍ଯା କରିବା ଲାଗି ପ୍ରେମିକ ଚାପ ପକାଇଥିବା କୁହାଯାଇଛି। ପଶ୍ଚିମଦିଲ୍ଲୀର ନାଙ୍ଗଲୋଇର ୧୯ ବର୍ଷ ବୟସ୍କା ଯୁବତୀ ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିଲେ। ତାଙ୍କର ୬ ହଜାର ଫଲୋୟର୍ସ ଥିଲେ। ସେ ସଲିମ ନାମକ ଜଣେ ଯୁବକଙ୍କ ପ୍ରେମରେ ପଡିଥିଲେ। ପରେ ସେମାନଙ୍କ ମଧ୍ଯରେ ଶାରୀରିକ ସମ୍ପର୍କ ପ୍ରତିଷ୍ଠା ହେବା ସହ ଯୁବତୀଜଣକ ୭ ମାସର ଗର୍ଭବତୀ ଥିଲେ। ଯୁବତୀଜଣକ ବିବାହ ଲାଗି ବାଧ୍ଯ କରିବାରୁ ତାଙ୍କୁ ସଲିମ ହତ୍ଯା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସଲିମକୁ ଦୁଇ ଜଣ ସହଯୋଗ କରିଥିଲେ। ଯୁବତୀଜଣକୁ ହରିୟାଣାର ରୋହତକକୁ ନେଇ ସେଠାରେ ହତ୍ଯା କରି ପୋତି ଦେଇଥିଲେ। ସଲିମ ଓ ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଛି। ଅନ୍ଯ ଜଣେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।

ଆସିଲା କୃଷି ବିଭାଗର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ବର : ବାତ୍ଯା ପରେ ଆସିଲା କୃଷି ବିଭାଗର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ। ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୭୯  ହଜାର ୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। କେନ୍ଦ୍ରାପଡ଼ାରେ ୨୩ ହଜାର ହେକ୍ଟର ଜମି କ୍ଷତି ହୋଇଛି। ସର୍ବାଧିକ କ୍ଷତି ଘଟିଛି ରାଜକନିକା, ଆଳି, ମହlକlଳପଡ଼ାରେ।  ଭଦ୍ରକରେ ୨୪ ହଜାର ୧୧୫ ହେକ୍ଟର ଜମି କ୍ଷତି ହୋଇଛି। ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରି ଭୋଖରି, ଧାମନଗରରେ କ୍ଷତି ହୋଇଛି. ବାଲେଶ୍ୱରରେ ୩୧୪୧ ହେକ୍ଟର ଜମି କ୍ଷତି ହୋଇଛି। ସେହିପରି ମୟୂରଭଞ୍ଜରେ ମୋଟ ୨୩୮୧  ହେକ୍ଟର ଚାଷ ଜମି କ୍ଷୟକ୍ଷତି ହୋଇଛି। ଯାଜପୁରରେ ୨୭୦୯, ଜଗତସିଂହପୁରରେ ୨୪୯୮ ହେକ୍ଟର ଜମି କ୍ଷୟ କ୍ଷତି ହୋଇଛି।

 

ଭୁବନେଶ୍ୱରରେ ବାଘ ଆତଙ୍କ : ଆସିଲା ଜାଲ ଓ କୁକୁଡା

ଭୁବନେଶ୍ୱର : ରାଜଧାନୀରେ ବାଘ ଆତଙ୍କ। ଭୁବନେଶ୍ୱର ବିମାନ ବନ୍ଦର ଡମ୍ପିଂ ୟାର୍ଡ ନିକଟରେ ବାଘ ଦେଖା ଯିବା ପରେ କାବୁ କରିବାକୁ ରଣନୀତି କରୁଛି ବନ ବିଭାଗ। ବାଘକୁ ଧରିବା ପାଇଁ କରିବ ବେଟିଂ। ଆସିସାରିଛି ଜାଲ। କୁକୁଡାର ଲୋଭ ଦେଖାଇ ବାଘକୁ ଧରିବାକୁ ଉଦ୍ୟମ କରୁଛି ବନ ବିଭାଗ। ପାଦ ଚିହ୍ନ ଯେଉଁ ପଟେ ପଡିଛି, ସେହିପଟେ ରେଞ୍ଜର ବୁଲି ଦେଖିଛନ୍ତି। ମହିଳା ଜଣକ ବାଘ ଦେଖିଥିବା ନେଇ ସୂଚନା ଦେଇଥିଲେ। ରେଞ୍ଜରଙ୍କ କହିବା କଥା ପଦ ଚିହ୍ନକୁ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ପଦ ଚିହ୍ନକୁ ଦେଖିଲେ ଏହା ଏକ ଜଙ୍ଗଲୀ ବିରାଡ଼ି ଭଳି ଲାଗୁଛି ବୋଲି କହିଛନ୍ତି ନଗର ବନଖଣ୍ଡ ରେଞ୍ଜର।

ଜିରୋ କାଜୁଆଲିଟି ନେଇ ସରକାର ଶ୍ବେତପତ୍ର ଆଣନ୍ତୁ : ବିଜେଡି

ଭୁବନେଶ୍ବର : ବାତ୍ୟା ‘ଦାନା’ ସମୟରେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମକୁ ନେଇ ବର୍ଷିଛି ବିଜେଡି । ବଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ ବାତ୍ଯା ପରିଚାଳନାରେ ବିଫଳତାକୁ ନେଇ ରାଜ୍ଯ ସରକାର ତାତ୍ସଲ୍ଯ କରିଛନ୍ତି । ସେ କହିଛନ୍ତି, ୧୫ ଦିନରୁ ଅଧିକ ହେଲା ବାତ୍ଯା ସମ୍ପର୍କରେ ସୂଚନା ମିଳିଥିଲା । ରାଜ୍ଯ ସରକାର ବିପର୍ଯ୍ୟୟରୁ ସୁଯୋଗ ଖୋଜୁଥିଲେ । ରାଜ୍ଯ ସରକାର ଲୋକହସାର ପାତ୍ର ହୋଇଛନ୍ତି । ସାଇକ୍ଲୋନ ଦାନାକୁ ନେଇ ସରକାର କାହାଣୀ ରଚୁଥିଲେ । ଜିରୋ କାଜୁଆଲିଟି ସ୍ଲୋଗାନର ଭିତ୍ତି ନାହିଁ । ରାଜ୍ଯରେ ୪ ଜଣଙ୍କ ମୃତ୍ଯୁ ଘଟିଛି । ସେମାନଙ୍କ ମଧ୍ୟରୁ ରାଜନଗରରେ ୩ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ମୁଖ୍ଯମନ୍ତ୍ରୀଙ୍କ ନିଜ ଅଞ୍ଚଳରେ ଜଣେ ପ୍ରାଣ ହରାଇଛନ୍ତି । ୧୯୯୯ରେ ରାଜ୍ଯରେ ଥିଲା ମାତ୍ର ୨୩ଟି ବାତ୍ଯା ଆଶ୍ରୟସ୍ଥଳ । ୨୦୨୪ରେ ଏହି ସଂଖ୍ଯା ହୋଇଥିଲା ୯୦୦ । ୪୫୦ଟି ବାତ୍ଯା ଆଶ୍ରୟସ୍ଥଳ ଅତ୍ଯାଧୁନିକ ଥିଲା । ବାତ୍ଯା ନେଇ ରାଜ୍ଯ ସରକାର ଆତଙ୍କ ସୃଷ୍ଟି କରାଇଲେ । ଲ୍ଯାଣ୍ଡଫଲ ବେଳେ ପବନର ଗତି ବହୁତ କମ୍ ଥିଲା । ଏହି ଧରଣର ବାତ୍ଯାରେ ଲୋକଙ୍କୁ ସ୍ଥାନାନ୍ତର ଅନାବଶ୍ଯକ ଥିଲା । ୟାସ୍ ବାତ୍ଯା ବେଳେ ୧୮୫ କିମି ବେଗରେ ପବନ ବହିଥିଲା । ୟାସ ବେଳେ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । କେତେ ଲୋକଙ୍କୁ ବାସ୍ତବରେ ସ୍ଥାନାନ୍ତର କରାଗଲା ତାହା ସରକାର ସ୍ପଷ୍ଟ କରନ୍ତୁ । ବାତ୍ଯା ସମ୍ପର୍କରେ ରାଜ୍ଯ ସରକାର ଶ୍ବେତପତ୍ର ଜାରି କରନ୍ତୁ । କେତେ ଲୋକ ସ୍ଥାନାନ୍ତରିତ ହୋଇଛନ୍ତି? କେଉଁ ଆଶ୍ରୟସ୍ଥଳୀରେ କେତେ ଲୋକ ରହିଛନ୍ତି ? ଜିରୋ କାଜୁଆଲିଟି ନେଇ ମଧ୍ୟ ସରକାର ଶ୍ବେତପତ୍ର ଆଣନ୍ତୁ । ବାରମ୍ବାର ମିଛ କହି ମିଛକୁ ସତରେ ପ୍ରମାଣିତ କରିବାର ଅପଚେଷ୍ଟା ଚଳାଇଛନ୍ତି ।

ଅନ୍ୟପଟେ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ବସ୍ତରୀୟ ରେକର୍ଡ ରହିଛି । ବାତ୍ଯା ପରିଚାଳନାରେ ନବୀନ ସରକାର ଇତିହାସ ରଚିଥିଲେ । ବିଗତ ୨୪ବର୍ଷରେ ନବୀନ ଯାହା କରିଥିଲେ ତାହାକୁ ରାଜ୍ଯବାସୀ ମନେପକାଉଛନ୍ତି ।  ୨୪ ବର୍ଷ ଭିତରେ ଓଡ଼ିଶା ଅନେକ ବିପର୍ଯ୍ୟୟର ଶିକାର ହୋଇଛି । ତତକାଳୀନ ନବୀନ ସରକାର ଜିରୋ କାଜୁଆଲିଟିକୁ ପ୍ରାଥମିକତା ଦେଇଥିଲେ । ରାଜ୍ଯରେ ବିପର୍ଯ୍ୟୟ ପରିଚାଳନାର ବିଶାଳ ଭିତ୍ତିଭୂମି ତିଆରି ହୋଇଥିଲା । ତାହାର ଫଳ ସ୍ବରୂପ ଆଜି ଓଡ଼ିଶା ସଫଳତାର ମୁକାବିଲା କରିପାରୁଛି । ନବୀନ ସରକାରଙ୍କ ମଡେଲକୁ ଜାତିସଂଘ ବି ପ୍ରଶଂସା କରିଥିଲା । ହେଲେ ବର୍ତ୍ତମାନ ମୁଖ୍ଯମନ୍ତ୍ରୀ ମୋହନ ମାଝି ଓଡିଶାବାସୀଙ୍କର କମ୍ ପ୍ରଧାନମନ୍ତ୍ରୀଙ୍କ ସାର୍ଟିପିକେଟ ଲୋଡାକଲେ । ବାତ୍ଯାରେ ମନ୍ତ୍ରୀମାନଙ୍କ ଭାଷଣବାଜି ଚାଲିଥିଲା । ଫଟୋ ରାଜନୀତିରେ ବିଶ୍ବାସ କଲେ ରାଜ୍ଯ ସରକାର । ନବୀନଙ୍କ ସମସ୍କନ୍ଧ ହେବା ଲାଗି ଚାଲିଥିଲା ପ୍ରତିଯୋଗିତା ।

କ୍ଯାଲସିୟମ ୫୦୦ ମିଲିଗ୍ରାମ ଓ ଭିଟାମିନ ଡି-୩ ଖାଉଥିଲେ ସାବଧାନ !

ନନ୍ଦିଘୋଷ ବ୍ୟୁରୋ : କ୍ଯାଲସିୟମ ୫୦୦ ମିଲିଗ୍ରାମ ଓ ଭିଟାମିନ ଡି-୩ ଖାଉଛନ୍ତି କି । ତେବେ ହୁଅନ୍ତୁ ସାବଧାନ ! ଲାଇଫ ମାକ୍ସ କ୍ଯାନସର ଲାବରେଟୋରିଜ ଦ୍ବାରା ପ୍ରସ୍ତୁତ ଏହି ଟାବଲେଟ ଗୁଣବତ୍ତା ପରୀକ୍ଷାରେ ଫେଲ ହୋଇଛି । କେବଳ ଏହି ଦୁଇଟି ଟାବଲେଟ ନୁହେଁ, ୪୯ଟି ଔଷଧ ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଛନ୍ତି ବୋଲି କହିଛି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ବା ସିଡିଏସସିଓ । ସଂଗୃହୀତ ୩ ହଜାରରୁ ଅଧିକ ନମୁନା ଔଷଧର ପରୀକ୍ଷା ପରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଏପରିକି ଜାଲ୍ କମ୍ପାନୀ ଦ୍ବାରା ପ୍ରସ୍ତୁତ ୪ଟି ଔଷଧକୁ ବିପଜ୍ଜନକ ବୋଲି କୁହାଯାଇଛି । ସର୍ବସାଧାରଣ ନିରାପତ୍ତା ଲାଗି ସିଡିଏସସିଓ ପକ୍ଷରୁ ଏହି ଔଷଧଗୁଡ଼ିକର ବ୍ଯାଚ ଓ୍ବାରୀ ପ୍ରତ୍ଯାହାର କାର୍ଯ୍ୟ କରାଯାଇଛି । ସିଡିଏସସିଓ ମୁଖ୍ଯ ରାଜୀବ ସିଂ ରଘୁବଂଶ କହିଛନ୍ତି- ପରୀକ୍ଷା କରାଯାଇଥିବା ଔଷଧଗୁଡ଼ିକର ଏକ ପ୍ରତିଶତ ଔଷଧ ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଛନ୍ତି । ଅନ୍ଯ ଯେଉଁ ଔଷଧ ଗୁଣବତ୍ତା ହରାଇଛନ୍ତି ସେଗୁଡିକ ହେଲା ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସର ମେଟ୍ରୋନିଡାଜୋଲ ଟାବଲେଟ, ରେନବୋ ଲାଇଫ ସାଇନ୍ସର ଡୋମ୍ପେରିଡୋନ ଟାବଲେଟ, ପୁସ୍କର ଫାର୍ମାର ଅକ୍ସିଟୋସିନ ଇଞ୍ଜେକସନ । ସେହିପରି ସୁଇସ ବାୟୋଟେକ ପାରେଣ୍ଟାଲସର ମେଟଫର୍ମିନ, ଲାଇଫ ମାକ୍ସ କ୍ଯାନସର ଲାବରେଟୋରିଜର କ୍ଯାଲସିୟମ ୫୦୦, ଭିଟାମିନ ଡି-୩-୨୫୦ ଆଇୟୁ ଟାବଲେଟ, ଆଲକେମ ଲ୍ଯାବସର ପାନ-୪୦, କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ୍ସର ପାରାସିଟାମଲ ଟାବଲେଟ ଗୁଣବତ୍ତା ରକ୍ଷା କରିବାରେ ବିଫଳ ହୋଇଥିବା ଦର୍ଶାଯାଇଛି । ଗଜ ରୋଲ୍ ନନ ଷ୍ଟରାଇଲ ରୋଲର ବ୍ଯାଣ୍ଡେଜ, ଡାଇକ୍ଲୋଫେନାକ ସୋଡିୟମ ଟାବଲେଟ ବି ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇଛି ।

ପଞ୍ଜାବରେ ଚାଷୀ ଆନ୍ଦୋଳନ, ବିଭିନ୍ନ ସ୍ଥାନରେ ଚକାଜାମ୍

ପଞ୍ଜାବ : ପୁଣି ଚାଷୀଙ୍କ ଯୁଦ୍ଧଂ ଦେହୀ ଡାକରା। ଭାରତୀୟ କିଷାନ ୟୁନିଅନ ପକ୍ଷରୁ ଆରମ୍ଭ ହୋଇଛି ଆନ୍ଦୋଳନ। ପଞ୍ଜାବର ବିଭିନ୍ନ ସ୍ଥାନରେ କରାଯାଇଛି ଆନ୍ଦୋଳନ। ପଞ୍ଜାବର ସାଙ୍ଗରୁର, ମୋଗା, ଫଗୱାରା ଓ ବାଟାଲାରେ ହୋଇଛି ଚକାଜାମ ଆନ୍ଦୋଳନ। ଶହ ଶହ ଚାଷୀ ରାଜପଥ ଅବରୋଧ କରିବା ସହ ନାରାବାଜି କରିଛନ୍ତି। ଚାଷୀଙ୍କ ଦାବି ନ ପୂରଣ ହେଲେ ଆନ୍ଦୋଳନକୁ ଅଧିକ ଜୋରଦାର କରାଯିବ ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିଅନ(କ୍ରାନ୍ତିକାରୀ) ଅଧ୍ଯକ୍ଷ ସୁରଜିତ ସିଂ ଫୁଲ୍।   ଧାନ କିଣାରେ ବିଭ୍ରାଟ, ଧାନ ଉଠାଣରେ ଅବ୍ୟବସ୍ଥା, ଆବଶ୍ୟକ ମୁତାବକ ଡିଏପି ସାର ଯୋଗାଣ ହେଉନଥିବା ଓ ନଡ଼ା ପୋଡ଼ିକୁ ନେଇ ଏହି ଆନ୍ଦୋଳନ କରାଯାଉଛି। ନଡ଼ା ପୋଡ଼ି ଅଭିଯୋଗରେ ଅନେକ ଚାଷୀଙ୍କ ବିରୋଧରେ ମାମଲା କରାଯାଇଛି। ଏହାକୁ ଚାଷୀମାନେ ବିରୋଧ କରୁଛନ୍ତି। କୃଷକଙ୍କ ସମସ୍ୟା ପାଇଁ ସେମାନେ ଉଭୟ କେନ୍ଦ୍ର ସରକାର ଓ ପଂଜାବ ସରକାରଙ୍କୁ ଦାୟୀ କରିଛନ୍ତି। ମିଲ୍ ମାଲିକଙ୍କ ଆନ୍ଦୋଳନ ପାଇଁ ମଣ୍ଡିରୁ ଧାନ ଉଠିପାରୁନି। ସେଥିପାଇଁ ସମସ୍ୟା ଆହୁରି ବଢ଼ିଛି।