spot_img
Home Blog Page 1501

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, ବାଦ୍ ପଡିଲେ ଷ୍ଟାର ଖେଳାଳି

ନନ୍ଦଘୋଷ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ୪ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ସୁର୍ଯ୍ୟକୁମାର ଯାଦବଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ କରାଯାଇଛି। ଟିମ୍ ଇଣ୍ଡିଆରେ, ଇଣ୍ଡିଆ Aର ଅଂଶ ହୋଇଥିବା ଅଧିକାଂଶ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । ସଞ୍ଜୁ ସାମସନ୍ ଏବଂ ଜିତେଶ ଶର୍ମାଙ୍କୁ ୱିକେଟ୍ କିପର ଭାବରେ ସୁଯୋଗ ଦିଆଯାଇଥିବାବେଳେ ରିଙ୍କୁ ସିଂ, ତିଲକ ଭର୍ମା, ରମଣଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ବିଜୟ କୁମାର ଏବଂ ଯଶ ଦୟାଲଙ୍କୁ ସ୍ଥାନ ଦିଆଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯାଇଛି ।

ଏହା ବ୍ୟତୀତ ନୀତୀଶ କୁମାର ରେଡ୍ଡୀଙ୍କୁ ଦଳରେ ସାକିଲ କରାଯାଇ ନାହିଁ। ସେ ବାଂଲାଦେଶ ବିପକ୍ଷ ଟି -୨୦ ସିରିଜରେ ସାମିଲ ଥିଲେ ।  ସେ ସୀମା-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି । ତାଙ୍କ ବ୍ୟତୀତ ଅନେକ ଯୁବ ଖେଳାଳି ଟି -20 ସିରିଜରେ ସୁଯୋଗ ପାଇଛନ୍ତି।

ଆଫ୍ରିକା ବିପକ୍ଷରେ ୪ ଟି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ନଭେମ୍ବରରେ ଦକ୍ଷିଣ ଆଫ୍ରିକାର ବିଭିନ୍ନ ସ୍ଥାନରେ ଖେଳାଯିବ । ଏହି ସିରିଜ୍ ୮ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ଦ୍ୱିତୀୟ ମ୍ୟାଚ୍ ୧୦ ନଭେମ୍ବରରେ, ତୃତୀୟଟି ୧୩ ନଭେମ୍ବରରେ ଏବଂ ଚତୁର୍ଥ ମ୍ୟାଚ୍ ୧୫ ନଭେମ୍ବରରେ ଖେଳାଯିବ  । ଏହା ପରେ ଟିମ୍ ଇଣ୍ଡିଆ ସୀମା-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଯିବ । ସୀମା-ଗାଭାସ୍କର ଟ୍ରଫି ୨୨ ନଭେମ୍ବରରୁ ଆରମ୍ଭ ହେବ । ଟିମ୍ ଇଣ୍ଡିଆ ଏଠାରେ ୫ ଟି ଟେଷ୍ଟ ମ୍ୟାଚ୍ ଖେଳିବ ।

ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂ, ତିଲକ ଭର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଆକ୍ସର ପଟେଲ, ରମଣଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅକ୍ଷୟଦୀପ ସିଂ, ବିଜୟ କୁମାର, ୟଶ ଦୟାଲ ।

ଦିଲ୍ଲୀ ପ୍ରଦୂଷଣ ଅସମ୍ଭାଳ : କାରଣ ଖୋଜିବ ଡ୍ରୋନ୍

ଦିଲ୍ଲୀ :  ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିଚାଲିଥିବା ବେଳେ ଅଧିକାଂଶ ଦିଲ୍ଲୀ ବାସିନ୍ଦା ଏବେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କଲେଣି । ପାଇଲଟ୍ ପ୍ରୋଜେକ୍ଟ ମାଧ୍ୟମରେ ରାଜଧାନୀର ହଟସ୍ପଟ୍ ଜୋନରେ ପ୍ରଦୂଷଣର କାରଣଗୁଡିକ ଚିହ୍ନଟ କରିବାକୁ ଦିଲ୍ଲୀ ସରକାର ଡ୍ରୋନ୍ ମନିଟରିଂ କରିଛନ୍ତି । ଡ୍ରୋନ୍ ୧୨୦ ମିଟର ଉଚ୍ଚତା ଠାରୁ ୨୦୦ ମିଟର ଉଚ୍ଚତା ମଧ୍ୟରେ ପର୍ଯ୍ୟନ୍ତ ପ୍ରଦୂଷଣର ବିଭିନ୍ନ ସ୍ତର ବିଷୟରେ ପରିବେଶ ବିଭାଗ ଏବଂ ଡିପିସିସିକୁ ସୂଚନା ପ୍ରଦାନ କରିବ  । ଦିଲ୍ଲୀର ୧୩ଟି ହଟସ୍ପଟରେ ପ୍ରଦୂଷଣ ସ୍ତର ସାଧାରଣ ଅପେକ୍ଷା ଅଧିକ  ।

ପ୍ରଦୂଷଣର କାରଣଗୁଡିକ ପ୍ରଭାବଶାଳୀ ଭାବରେ ହ୍ରାସ କରିବା ପାଇଁ ଶୁକ୍ରବାର ଠାରୁ ସର୍ଭେ ଅଫ୍ ଇଣ୍ଡିଆର ଏକ ତାଲିକାଭୁକ୍ତ ଏଜେନ୍ସି ଦ୍ୱାରା ୱାଜିରପୁର ହଟସ୍ପଟରେ ଡ୍ରୋନ୍ ମ୍ୟାପିଂ କରାଯାଇଛି । ଟେକ୍ନୋଲୋଜିର ଆଧୁନିକୀକରଣର ସର୍ବାଧିକ ବ୍ୟବହାର କରି ପ୍ରଦୂଷଣକୁ ହଟାଇବା ଏହାର ଉଦ୍ଦେଶ୍ୟ ହେବ  । ପରିବେଶ ଏବଂ ଡିପିସିସି ଇଞ୍ଜିନିୟରମାନେ ଏହାକୁ ବିଶ୍ଳେଷଣ କରିବେ ଏବଂ ରିପୋର୍ଟ ଉପରେ ଆଧାର କରି  ପଦକ୍ଷେପ ଗ୍ରହଣ କରାଯିବ । ଯଦି ଏହି ପାଇଲଟ୍ ପ୍ରୋଜେକ୍ଟ ସଫଳ ହୁଏ, ତେବେ ଏହା ଅନ୍ୟ ହଟସ୍ପଟ୍ ଗୁଡିକରେ ମଧ୍ୟ କାର୍ଯ୍ୟକାରୀ ହୋଇପାରିବ ।

ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ଶୀତ ଋତୁରେ ପ୍ରଦୂଷଣର ସମସ୍ୟାର ମୁକାବିଲା ପାଇଁ ସରକାର ୨୧ ଟି ଫୋକସ ପଏଣ୍ଟ ଉପରେ ଆଧାରିତ ଓ୍ବିଣ୍ଟର ଆକ୍ସନ ପ୍ଲାନ ଘୋଷଣା କରିଛନ୍ତି । ଡ୍ରୋନ୍ ଟେକ୍ନୋଲୋଜି ବ୍ୟବହାର କରି ହଟସ୍ପଟ୍ ଗୁଡିକରେ ପ୍ରଦୂଷଣ ଉପରେ ନଜର ରଖିବା ଏହାର ଏକ ମୁଖ୍ୟ ଦିଗ  । ସେ କହିଛନ୍ତି ଯେ ଡ୍ରୋନ୍ ମାଧ୍ୟମରେ ପ୍ରଦୂଷଣ ଉପରେ ନଜର ରଖିବା ପାଇଁ ପାଇଲଟ୍ ପ୍ରୋଜେକ୍ଟ ଭାବରେ ପରିବେଶ ବିଭାଗ ଦ୍ୱାରା ପ୍ରଥମ ଥର ପାଇଁ ଏହି ହଟସ୍ପଟ୍ ଗୁଡିକରେ ଡ୍ରୋନ୍ ମ୍ୟାପିଂ ପ୍ରଦର୍ଶନ କରାଯାଇଥିଲା । ସେ କହିଛନ୍ତି ଯେ ଯଦି ଏହି ପାଇଲଟ୍ ପ୍ରୋଜେକ୍ଟ ସଫଳ ହୁଏ ତେବେ ଏହା ଦିଲ୍ଲୀର ଅନ୍ୟ ହଟସ୍ପଟ୍ ପର୍ଯ୍ୟନ୍ତ ବିସ୍ତାର ହେବ।

ଇରାନ ଉପରେ ଇସ୍ରାଏଲ ଆକ୍ରମଣ, ତେହେରାନ ସମେତ ଅନେକ ସହରର ସାମରିକ ବେସ ଉପରେ ବୋମା ବିସ୍ଫୋରଣ

ନନ୍ଦିଘୋଷ ବ୍ୟୁରୋ :  ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ତେହେରାନ ସମେତ ଅନେକ ସହରରେ ଥିବା ଇରାନର ସାମରିକ ବେସ ଉପରେ ବୋମା ପକାଇଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) ନିଜେ ଏହା ନିଶ୍ଚିତ କରିଛନ୍ତି । ଇରାନରେ ସାମରିକ ବେସ୍ ଉପରେ ଷ୍ଟ୍ରାଇକ୍ ଜାରି ରହିଛି ବୋଲି ଆଇଡିଏଫ୍ ଶନିବାର ସକାଳେ ଟୁଇଟ୍ କରିଛି । ୭ ଅକ୍ଟୋବର ୨୦୨୩ ପରଠାରୁ ଇରାନ କ୍ରମାଗତ ଭାବରେ ଇସ୍ରାଏଲ ଉପରେ ଆକ୍ରମଣ କରିଆସୁଛି । ଦୁନିଆର ଅନ୍ୟ ସମସ୍ତ ସାର୍ବଭୌମତ୍ବ ଦେଶ ପରି ଇସ୍ରାଏଲର ମଧ୍ୟ ଶତ୍ରୁକୁ ଜବାବ ଦେବାର ଅଧିକାର ଏବଂ କର୍ତ୍ତବ୍ୟ ଅଛି ।  ଦେଶର ଏବଂ ଏହାର ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଯାହା ଆବଶ୍ୟକ ତାହା କରିବ ଇସ୍ରାଏଲ ।  ଅକ୍ଟୋବର ଆରମ୍ଭରେ ହିଜବୁଲ ନେତା ହାସନ ନାସରାଲ୍ଲା ଏବଂ ଅନ୍ୟମାନଙ୍କ ହତ୍ୟା ପରେ ଇରାନ କ୍ଷେପଣାସ୍ତ୍ରରେ ଇସ୍ରାଏଲ ଉପରେ ବୋମା ପକାଇଥିଲା । ତେଣୁ ଇସ୍ରାଏଲ ଅନେକ ମାସ ଧରି ଇରାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲା ଆଉ ଏବେ ଆକ୍ରମଣ କରିଛି ।

ଇସ୍ରାଏଲ ପ୍ରତିରକ୍ଷା ବାହିନୀର ଅନ୍ତର୍ଜାତୀୟ ବାଚସ୍ପତି ନାଦବ ଶୋଶାନି କହିଛନ୍ତି,  ଅକ୍ଟୋବର ୧ରେ ଇରାନ ଇସ୍ରାଏଲ ଆଡକୁ ୨୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ହିଜବୁଲ ନେତା ହାସନ ନାସରାଲ୍ଲା ଏବଂ ଅନ୍ୟମାନଙ୍କ ହତ୍ୟା ଘଟଣାର ପ୍ରତିକ୍ରିୟା ବୋଲି ଯୁକ୍ତି କରାଯାଇଥିଲା । ଏଠାରୁ ଦୁଇ ଦେଶ ମଧ୍ୟରେ ସର୍ବଶେଷ ବିବାଦ ଆରମ୍ଭ ହୋଇଥିଲା । ହିଜବୁଲ ହେଉଛି ଲେବାନାନର ଏକ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ । ସେହି ଆକ୍ରମଣରେ ଯିରୀହୋ ସହରରେ ଜଣେ ପାଲେଷ୍ଟାଇନର ମୃତ୍ୟୁ ଘଟିଥିଲା । ଏହି ଆକ୍ରମଣର ଜବାବ ଦେବାକୁ ଇସ୍ରାଏଲ ଶପଥ ନେଇଛି । ଏହି ଆକ୍ରମଣର କିଛି ଘଣ୍ଟା ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ଆଜି ରାତିରେ ଇରାନ ଏକ ବଡ ଭୁଲ କରିଛି ଏବଂ ଏହାର ମୂଲ୍ୟ ଦେବାକୁ ପଡିବ ।

ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ପରିଷଦର ମୁଖପାତ୍ର ସଚିନ ସାଭେଟ ଏକ ବିବୃତ୍ତି ଜାରି କରି କହିଛନ୍ତି, ଇରାନ ଉପରେ ହୋଇଥିବା ଆକ୍ରମଣରେ ଆମେରିକା ଇସ୍ରାଏଲର ସହଯୋଗୀ ନୁହେଁ। ଆମେରିକା ଇସ୍ରାଏଲ ସହିତ କୂଟନୈତିକ କାର୍ଯ୍ୟରେ ଭାଗ ନେଇ ଇରାନର ତୈଳ କିମ୍ବା ଆଣବିକ ସ୍ଥାନ ଉପରେ ଆକ୍ରମଣ ନକରିବାକୁ ଅନୁରୋଧ କରିଥିଲା । ଇସ୍ରାଏଲ ଆତ୍ମରକ୍ଷା କ୍ଷେତ୍ରରେ ଇରାନରେ ସାମରିକ ଲକ୍ଷ୍ୟ ଉପରେ ଆକ୍ରମଣ କରୁଛି । ଅକ୍ଟୋବର ୧ରେ ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣର ଜବାବରେ ଇସ୍ରାଏଲ ଏହି ଆକ୍ରମଣ କରିଥିଲା । ରାଷ୍ଟ୍ରପତି ଜୋ ବିଡେନ ବର୍ତ୍ତମାନ ଡେଲାୱେରର ୱିଲମିଙ୍ଗଟନରେ ଅଛନ୍ତି ଏବଂ ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦିଆଯାଇଛି । ବିକାଶ ଉପରେ ତୀକ୍ଷ୍ଣ ନଜର ରଖିବା  ।

ଇସ୍ରାଏଲ୍ ଏବଂ ଇରାନ ଦୀର୍ଘ ଦିନର ଶତ୍ରୁ, ଯାହାକି ଦଶନ୍ଧି ଧରି ଗୃହଯୁଦ୍ଧରେ ଜଡିତ ଥିଲା  । ଗତ କିଛି ବର୍ଷ ହେବ ଇସ୍ରାଏଲ୍ ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନ ବିରୁଦ୍ଧରେ ଏକ ଗୁପ୍ତ ଅଭିଯାନ ଚଳାଇଛି। ଏହା ମଧ୍ୟ ପରୋକ୍ଷରେ ଗାଜାରେ ହାମାସ୍, ଲିବାନୋନରେ ହିଜବୁଲ ଏବଂ ୟେମେନରେ ହାଫିସ୍ ସମେତ ଅନେକ ଆତଙ୍କବାଦୀ ଏବଂ ଇସଲାମବାଦୀ ଗୋଷ୍ଠୀ ବିରୋଧରେ ଲଢେଇ କରିଛି  । ଏହି ଆତଙ୍କବାଦୀ ଗୋଷ୍ଠୀକୁ ଇରାନ ପାଣ୍ଠି ଏବଂ ଅସ୍ତ୍ର ଯୋଗାଉଥିବା ଅଭିଯୋଗ ହୋଇଛି । ପାଲେଷ୍ଟାଇନର ଗାଜାରେ ହାମାସ ଉପରେ ଇସ୍ରାଏଲର ଆକ୍ରମଣ ପରେ ତିନିଜଣ ମିଳିତ ହୋଇ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ । ଏହି ତିନୋଟି ଆତଙ୍କବାଦୀ ଗୋଷ୍ଠୀକୁ ଧ୍ୱଂସ ନକରିବା ପର୍ଯ୍ୟନ୍ତ ଇସ୍ରାଏଲ ଯୁଦ୍ଧ ଜାରି ରଖିବାକୁ ଶପଥ ନେଇଛି, କିନ୍ତୁ ମଧ୍ୟ ପୂର୍ବରେ ଯୁଦ୍ଧ ଜଟିଳ ହେବାରେ ଲାଗିଛି ।

ପଞ୍ଜାବର ଚାଷୀଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ

ଚଣ୍ଡିଗଡ଼ : ଆଜିଠାରୁ ପଞ୍ଜାବର ଚାଷୀଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ। ୪ ଦଫା ଦାବି ନେଇ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତକାଲି ସେମାନେ ରାସ୍ତାରୋକ କରି ସରକାରଙ୍କୁ ଚେତାବନୀ ଦେଇଥିଲେ। ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ସଙ୍ଗରୁର୍‌, ମୋଙ୍ଗା ଜିଲ୍ଲାର ଗୋଟିଏ ଲେଖାଏଁ ସ୍ଥାନ, ପଖୱାରା ଓ ବାଟଲାରେ ଏହି ଆନ୍ଦୋଳନ କରାଯିବ। ଧାନ କିଣାରେ ବିଭ୍ରାଟ, ଧାନ ଉଠାଣରେ ଅବ୍ୟବସ୍ଥା, ଆବଶ୍ୟକ ମୁତାବକ ଡିଏପି ସାର ଯୋଗାଣ ହେଉନଥିବା ଓ ନଡ଼ା ପୋଡ଼ିକୁ ନେଇ ଏହି ଆନ୍ଦୋଳନ କରାଯାଉଛି। ନଡ଼ା ପୋଡ଼ି ଅଭିଯୋଗରେ ଅନେକ ଚାଷୀଙ୍କ ବିରୋଧରେ ମାମଲା କରାଯାଇଛି। ଏହାକୁ ଚାଷୀମାନେ ବିରୋଧ କରୁଛନ୍ତି। କୃଷକଙ୍କ ସମସ୍ୟା ପାଇଁ ସେମାନେ ଉଭୟ କେନ୍ଦ୍ର ସରକାର ଓ ପଂଜାବ ସରକାରଙ୍କୁ ଦାୟୀ କରିଛନ୍ତି। ମିଲ୍ ମାଲିକଙ୍କ ଆନ୍ଦୋଳନ ପାଇଁ ମଣ୍ଡିରୁ ଧାନ ଉଠିପାରୁନି। ସେଥିପାଇଁ ସମସ୍ୟା ଆହୁରି ବଢ଼ିଛି। ସେପଟେ ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ କଥା ହୋଇଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ। ଧାନ ଉଠି ପାରୁନଥିବାରୁ କେନ୍ଦ୍ରକୁ ପଂଜାବର ଆପ୍ ସରକାର ଦାୟୀ କରିଥିବା ବେଳେ ଆପ୍ ସରକାରକୁ ନିନ୍ଦା କରିଛି ବିରୋଧୀ କଂଗ୍ରେସ।

ଅବପାତରେ ପରିଣତ ହୋଇଛି ବାତ୍ୟା, ୪ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ବର : ଅବପାତରେ ପରିଣତ ହୋଇଛି ବାତ୍ୟା। ଏହା ଉତ୍ତର ଓଡ଼ିଶା ଉପକୂଳରେ କେନ୍ଦ୍ରୀଭୂତ ରହିଛି। ଭଦ୍ରକରୁ ୫୦ କିଲୋମିଟର ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରୁଛି। ସେହିପରି କେନ୍ଦୁଝରରୁ ୭୦ କିଲୋମିଟର ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ଏହା ରହିଛି। କ୍ରମେ ପଶ୍ଚିମ ଦିଗକୁ ଗତି କରି ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେବ। ପ୍ରବଳ ବର୍ଷା ନେଇ ବାଲେଶ୍ବର, କେନ୍ଦୁଝର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି।

ପର୍ଯ୍ୟଟକମାନଙ୍କ ପାଇଁ ଆହୁରି ତିନିଦିନି ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ବାତ୍ୟା ଦାନା ପ୍ରଭାବରେ ଶିମିଳିପାଳ ଭିତରେ ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ଶିମିଳିପାଳ ଅଭୟାରଣ୍ୟକୁ ଆଉ ତିନିଦିନ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖାଯାଇଛି। ଏ ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି ଠାରୁ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ଲାଗିରହିଛି। ଗୁରୁବାର ଦିନ ତମାମ ବର୍ଷା ଲାଗିରହିଥିବା ବେଳେ ଆଜି ବର୍ଷାର ପରିମାଣ ବଢ଼ିଛି। ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତରୀଣ କୋର ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ତେଣୁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ହୁ ହୁ ହୋଇ ବଢ଼ିବାର ଲାଗିଛି। ବାରିପଦାର ଅସ୍ତିଆ ଠାରେ ଅପରାହ୍ନ ୪ଟା ସମୟରେ ୨୫.୦୮ମିଟର ରହିଛି। ବର୍ଷାର ପରିମାଣ ଆଜି ରାତିରେ ବଢ଼ିଲେ ବିପଦ ସଂକେତ ୩୦ ମି. ଟପିବ ବୋଲି ଜଣାପଡିଛି।

ତେବେ ଉପର ମୁଣ୍ଡରେ ବାଙ୍ଗିରିପୋଷି ଅଞ୍ଚଳରେ ବନ୍ୟା ଆଶଙ୍କା ନେଇ ନଦୀ କୁଳିଆ ଗ୍ରାମଗୁଡିକୁ ସତର୍କ କରାଯିବା ସହିତ ବନ୍ୟା ପ୍ରଭାବିତ ଅଂଚଳରୁ ଗ୍ରାମବାସୀ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି। ବାଙ୍ଗିରିପୋଷି ବ୍ଲକ ପ୍ରଶାସନ ପକ୍ଷରୁ ୨୮ ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳି ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୩୦୦ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ମୋଟ ୭୭୨ ଟି ଅସ୍ଥାୟୀ ସ୍ଥଳୀ ଓ ୨୪ଟି ବହୁମୁଖୀ ବନ୍ୟା ଆଶ୍ରୟୀ ସ୍ଥଳୀରେ ଏକ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇଛି। ଆଗକୁ ଆବଶ୍ୟକ ହେଲେ ଆହୁରି ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜରୁରୀ କାଳୀନ ସେବା ପାଇଁ ଜିଲ୍ଲା ପ୍ରଶାସନର ୩୦୦୦ ରୁ ଅଧିକ କର୍ମଚାରୀ ନିୟୋଜିତ ରହିଛନ୍ତି। ବାତ୍ୟା ଦାନା ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଥିବାରୁ ସାମ୍ଭାବ୍ୟ ବନ୍ଯା ମୁକାବିଲା ପାଇଁ ବ୍ଲକ, ତହସିଲ ସହିତ ଅନ୍ୟ ଜରୁରୀକାଳୀନ ସେବା ଯୋଗାଉଥିବା କର୍ମଚାରୀଙ୍କ ସଜାଗ ଅଛନ୍ତି ।

ପୁଣି ୨୭ ବିମାନକୁ ମିଳିଲା ବୋମା ଧମକ

ନୂଆଦିଲ୍ଲୀ: ପୁଣି ୨୭ ବିମାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ବିମାନକୁ ବୋମାରେ ଉଡ଼ାଇଦେବାକୁ ଧମକ ଦେଉଥିବା ଘଟଣାଗୁଡ଼ିକ ବନ୍ଦ ହେବାର ନା ନେଉନାହିଁ । ବର୍ତ୍ତମାନ ୨୭ଟି ବିମାନକୁ ବୋମା ଧମକ ଦିଆଯାଇଛି। ବୋମା ଧମକ ମିଳିଥିବା ବିମାନ ମଧ୍ଯରେ ସ୍ପାଇସଜେଟର ୬ଟି ବିମାନ, ଏୟାର ଇଣ୍ଡିଆର ୬ଟି ଏବଂ ଭିସ୍ତାରାର ୭ଟି ବିମାନ ରହିଛି, ଯାହାକୁ ବୋମା ଧମକ ଦିଆଯାଇଛି। ଏହି ଧମକ ପରେ ଅନେକ ବିମାନ ବନ୍ଦରରେ ସୁରକ୍ଷା ବ୍ଯସ୍ଥାକୁ ବଢ଼ାଇ ଦିଆଯାଇଛି ।

ବୋମା ଧମକ ପରେ ଏୟାର ଇଣ୍ଡିଆର ୬ଟି ବିମାନ ଏବଂ ସ୍ପାଇସଜେଟ, ଇଣ୍ଡିଗୋ ଏବଂ ଭିଷ୍ଟାରାର ୭ଟି ବିମାନ ପ୍ରଭାବିତ ହୋଇଛନ୍ତି । ଇଣ୍ଡିଗୋ, ଏୟାର ଇଣ୍ଡିଆ, ଭିଷ୍ଟାରା, ସ୍ପାଇସଜେଟ୍, ଆଲାଇନ୍ସ ଏୟାର ଏବଂ ଆକାଶ ଏୟାର ର ୯୫ ବିମାନ ଉଡ଼ାଣ ହେବାର ଗୋଟିଏ ଦିନ ପରେ ଏହି ଧମକ ଆସିଛି ।

ଲରେନସ୍ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର୍ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଲରେନସ୍ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର୍ ଗିରଫ। ସାରା ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରି ଦିଲ୍ଲୀ ପୋଲିସର ସ୍ପେସାଲ ସେଲ୍ ସେମାନଙ୍କୁ ଗିରଫ କରିଛି। ସନ୍ଦେହ କରାଯାଉଛି ମହାରାଷ୍ଟ୍ରର ଏନସିପି ନେତା ବାବା ସିଦ୍ଦିକି ଓ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ରେ ଏମାନେ ସଂପୃକ୍ତ ଅଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ ଏକାଧିକ ହତ୍ୟା, ବଟି ଆଦାୟ, ଅସ୍ତ୍ରଶସ୍ତ୍ର ଚାଲାଣରେ ସଂପୃକ୍ତ ଥିବାର ଅଭିଯୋଗ ଅଛି। ପଂଜାବ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀର ବିଭିନ୍ନ ସ୍ଥାନରେ ରେଡ୍ କରି ଏମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୬ଟି ସେମି ଅଟୋମେଟିକ ପିସ୍ତଲ ବି ଜବତ କରାଯାଇଛି। ତାସହିତ  ଜିପିଏସ୍ ଟ୍ରାକିଂ ଡିଭାଇସ୍ ମିଳିଛି। ବାବା ସିଦ୍ଦିକି ମର୍ଡର ନେଇ ସେମାନଙ୍କୁ ପଚରା ଉଚରା କରିଛି ଦିଲ୍ଲୀ ପୋଲିସ ।

ସୂଚନା ଅନୁସାରେ ଏମାନଙ୍କ ହିଟ୍ ଲିଷ୍ଟରେ ଅନେକ ହାଇପ୍ରୋଫାଇଲ ଲୋକ ଅଛନ୍ତି। ହରିୟାଣାର ଜଣେ ବଡ଼ ବ୍ୟକ୍ତି ଥିବାର ବି ସୂଚନା ମିଳିଛି। ସେହିପରି ରାଜସ୍ଥାନର ବି ଜଣେ ବଡ଼ ବ୍ୟକ୍ତିକୁ ଟାର୍ଗେଟ କରାଯାଇଥିଲା। ଏଥିପାଇଁ ଲରେନସ ବିଷ୍ଣୋଇର ଘନିଷ୍ଠ ସହଯୋଗୀ ଥିବା ଆରଜୁ ବିଷ୍ଣୋଇ ଅନୁମତି ଦେଇଥିବାର ଜଣାପଡ଼ିଛି।

ବାତ୍ୟା ‘ଦାନା’ର ନ ଥିଲା ଦମ୍ !

ନନ୍ଦିଘୋଷ ବ୍ୟୁରୋ: ଭୟଙ୍କର ନ ଥିଲା ବାତ୍ୟା ଦାନା। ୧୯୯୯ ମହାବାତ୍ୟାଠୁ ଆରମ୍ଭ କରି ୨୫ ବର୍ଷ ଭିତରେ ଓଡ଼ିଶା ଅନେକ ବାତ୍ୟାର ସମ୍ମୁଖୀନ ହୋଇଛି। ୨୦୧୩ରେ ଫାଇଲିନଠାରୁ ଆରମ୍ଭ କରି ହୁଡ୍ ହୁଡ୍, ତିତଲି, ଫନି ପରି ଅନେକ ବାତ୍ୟା ଦେଖିଛି ଓଡ଼ିଶା। ଦେଖିବାକୁ ଗଲେ ଏମାନଙ୍କ ତୁଳନାରେ ସେତେଟା ଭୟଙ୍କର ନ ଥିଲା ଦାନା। ଏହାର ଶକ୍ତି ବା ପବନର ବେଗ ଅଧିକ ନ ଥିବାରୁ ରାଜ୍ୟବାସୀ ଏକ ବଡ଼ ବିପର୍ଯ୍ୟୟରୁ ରକ୍ଷା ପାଇ ଯାଇଛନ୍ତି। ଧନ ଜୀବନ ହାନି ଦୃଷ୍ଟିରୁ ଏକ ପ୍ରକାର ଆଶ୍ଵସ୍ତ ପ୍ରକାଶ ପାଇଛି।

ଗତ ରାତିରେ କେନ୍ଦ୍ରାପଡ଼ାର ହବାଳିଖଟିରେ ଲ୍ୟାଣ୍ଡଫଲ୍ କରିଥିଲା ଦାନା। ରାତି ପ୍ରାୟ ୧୨ରୁ ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ଏହା ଚାଲିଥିଲା। ପବନର ଘଣ୍ଟା ପ୍ରତି ବେଗ ଥିଲା ଶହେରୁ ୧୨୦ କିଲୋମିଟର ରହିବ ବୋଲି କୁହାଯାଇଥିବା ବେଳେ ସ୍ଥଳଭାଗକୁ ଆସିବା ପରେ ଏହା ୭୦ରୁ ୮୦ କିଲୋମିଟରକୁ ଖସି ଆସିଥିଲା। ବାତ୍ୟା ଦୃଷ୍ଟିରୁ ଦେଖିଲେ, ପବନର ଏହି ବେଗ ସେତେଟା ବିପଦପୂର୍ଣ୍ଣ ନୁହେଁ। ସେଥିପାଇଁ କ୍ଷୟକ୍ଷତି ହୋଇନାହିଁ।

ଭିତରକନିକାର ହେନ୍ତାଳ ବଣ ଭିତର ଦେଇ ଦାନା ସ୍ଥଳଭାଗକୁ ଆସିଥିବାରୁ ପବନର ଗତି କମିଯାଇଥିଲା। ଦାନା ଏତେ ଶକ୍ତିଶାଳୀ ନ ଥିଲା, ତେଣୁ ଏହାର ଆଖି ବି ଜଣାପଡ଼ି ନଥିଲା। କାରଣ ଏହା ଏକ ଛୋଟ ବାତ୍ୟା ଥିଲା। ଯାହାକି ସୃଷ୍ଟି ହେବା ପରଠୁ ଜଣାପଡ଼ି ଯାଇଥିଲା। ତା’ଛଡ଼ା ବାରମ୍ବାର ଦିଗ ପରିବର୍ତ୍ତନ କରିଥିଲା ଦାନା। ତେଣୁ ଏହା ଭୟଙ୍କର ହୋଇପାରିନଥିଲା।

୧୯୯୯ ମହାବାତ୍ୟା ଥିଲା ସବୁଠୁ ବଡ଼ ବାତ୍ୟା। ଏଥିରେ ଛାରଖାର ହୋଇ ଯାଇଥିଲା ଅଧା ଓଡ଼ିଶା। ଧ୍ଵସ୍ତବିଧ୍ଵସ୍ତ ହୋଇଥିଲା ଉପକୂଳ ଅଞ୍ଚଳ। ମହାବାତ୍ୟା ବେଳେ ପବନର ଘଣ୍ଟା ପ୍ରତି ବେଗ ଥିଲା ୨୬୦ କିଲୋମିଟରରୁ ଅଧିକ। ବେସରକାରୀ ଭାବେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିବା ବେଳେ ହଜାର ହଜାର ଜୀବଜନ୍ତୁ, ଗୃହପାଳିତ ପଶୁଙ୍କ ଜୀବନ ଯାଇଥିଲ। ନାହିଁ ନ ଥିବା କ୍ଷୟକ୍ଷତି ହୋଇଥିଲା। ଦୋହଲି ଯାଇଥିଲା ଆର୍ଥିକ ମେରୁଦଣ୍ଡ, ଯାହାକୁ ସଳଖ କରିବାକୁ ସେତେବେଳର ବିଜେଡି ସରକାରଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା।

୨୦୧୩ରେ ଆସିଥିଲା ଫାଇଲିନ୍। ଏଥିରେ ପବନର ବେଗ ଥିଲା ଘଣ୍ଟାପ୍ରତି ୨୪୦ କିଲୋମିଟର। କିନ୍ତୁ ରାଜ୍ୟ ସରକାରଙ୍କ ଉଚିତ ମୁକାବିଲା ରଣନୀତି ଯୋଗୁଁ ମାତ୍ର ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ହଜାର ୩ ଶହ କୋଟି ଟଙ୍କାରୁ ଅଧିକ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଥିଲା।

୨୦୧୪ରେ ଆସିଥିଲା ହୁଡ୍ ହୁଡ଼୍। ଏଥିରେ ପବନର ବେଗ ଥିଲା ଘଣ୍ଟା ପ୍ରତି ୧୮୫ କିମି। ସେତେବେଳର ବିଜେଡି ସରକାରଙ୍କ ଉପଯୁକ୍ତ ପରିଚାଳନା ଯୋଗୁଁ ମାତ୍ର ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୫ ହଜାର କୋଟିର କ୍ଷୟକ୍ଷତି ହୋଇଥିଲା।

ବାତ୍ୟା ଡାଏ ଯୋଗୁଁ ସେମିତି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିଲା। ଡାଏ ସମୟରେ ପବନର ବେଗ ଥିଲା ଘଣ୍ଟା ପ୍ରତି ୭୦ କିମି। ଏପରିକି ଏହାକୁ ଏକ ବାତ୍ୟା ବୋଲି ମଧ୍ୟ ଗ୍ରହଣ କରାଯାଇନଥିଲା।

ବାତ୍ୟା ତିତଲି କିନ୍ତୁ ଭୟଙ୍କର ଥିଲା। ପବନର ବେଗ ଥିଲା ଘଣ୍ଟା ପ୍ରତି ୧୧୦ କିମି। ଏହା ନେଇଥିଲା ୭୨ ଜଣଙ୍କ ଜୀବନ। ପ୍ରାୟ ୩ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବାର ଆକଳନ କରାଯାଇଥିଲା।

୨୦୧୯ ମେ ମାସରେ ଆସିଥିଲା ବାତ୍ୟା ଫନି। ପୁରୀରେ ହିଟ୍ କରିଥିବା ଏହି ବାତ୍ୟା ପୁରୀ ଜିଲ୍ଲା ସହିତ ଭୁବନେଶ୍ଵରରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି କରିଥିଲା। ୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ହଜାର ୩୦୦ କୋଟିରୁ ଅଧିକ କ୍ଷୟକ୍ଷତି ହୋଇଥିବାର ଆକଳନ କରାଯାଇଥିଲା ସେତେବେଳେ। ଫନି ବେଳେ ପବନର ବେଗ ଥିଲା ଘଣ୍ଟା ପ୍ରତି ୨୦୫ କିମି। ମହାବାତ୍ୟା ପରଠୁ ଅନ୍ୟ କୌଣସି ବାତ୍ୟାରେ ଭୁବନେଶ୍ଵର ଏତେ ପ୍ରଭାବିତ ହୋଇନଥିଲା, ଯେତିକି କ୍ଷତି କରିଥିଲା ଫନି। ପରେ ଏହି ବର୍ଷ ଆଉ ଏକ ବାତ୍ୟା ଅମ୍ପାନ ଆସିଥିଲା। ଏଥିରେ କାହାରି ମୃତ୍ୟୁ ହୋଇନଥିବା ବେଳେ ପ୍ରାୟ ୨୫୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବାର କରାଯାଇଥିଲା ଆକଳନ। ଅମ୍ପାନ ବେଳେ ପବନର ବେଗ ଥିଲା ଘଣ୍ଟାପ୍ରତି ୧୫୦ କିମି।

୨୦୨୧ର ବାତ୍ୟା ୟାସ୍ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଶହ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିଲା। ଏହି ବର୍ଷ ହୋଇଥିବା ଗୁଲାବ, ଜୱାଦରେ ବେଳେ ସେତେବେଳର ବିଜେଡି ସରକାରର ଉଚିତ ପଦକ୍ଷେପ ଯୋଗୁଁ ବିଶେଷ କ୍ଷୟକ୍ଷତି ହୋଇନଥିଲା। ୨୦୨୨ରେ ଆସିଥିବା ବାତ୍ୟା ଆସାନିରେ ମଧ୍ୟ ପବନର ବେଗ ଥିଲା ୧୨୦ କିମି।

ମହାବାତ୍ୟାକୁ ଛାଡ଼ି ୨୫ ବର୍ଷରେ ଯେତେ ସବୁ ବାତ୍ୟା ଆସିଛି, ସେଗୁଡ଼ିକ ମଧ୍ୟରେ ଦାନାର ପ୍ରଭାବ ସେତେଟା  ଅଧିକ ନୁହେଁ। ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ରହିଥିବାରୁ ଏକ ବଡ଼ ବିପର୍ଯ୍ୟୟରୁ ରକ୍ଷା ପାଇ ଯାଇଛି ରାଜ୍ୟ।

 

କାହିଁକି ଦୁର୍ବଳ ହୋଇଗଲା ଭୀଷଣ ବାତ୍ୟା ଦାନା ? କ’ଣ ରହିଛି ଏହା ପଛର କାରଣ ଜାଣନ୍ତୁ..

ଭୁବନେଶ୍ୱର: କାହିଁକି ଦୁର୍ବଳ ହୋଇଗଲା ଭୀଷଣ ବାତ୍ୟା ଦାନା ? ଦୀର୍ଘ ସମୟ ପର୍ଯ୍ୟନ୍ତ କାହିଁକି ଚାଲିଲା ଲ୍ୟାଣ୍ଡଫଲ ? ୨୪ ଘଣ୍ଟା ପୂର୍ବରୁ ଲ୍ୟାଣ୍ଡଫଲ ଡେଷ୍ଟିନେସନ କାହିଁକି ସ୍ପଷ୍ଟ କରିପାରିଲା ନାହିଁ ଆଇଏମ୍‌ଡି ? ରେଡ ଆଲର୍ଟ ଦେବା ପରେ ବି କାହିଁକି ହେଲାନି ମୂଷଳ ବର୍ଷା? ଆକଳନ ଅନୁସାରେ ବାରମ୍ବାର କାହିଁକି ଦିଗ ବଦଳାଇଲା ବାତ୍ୟା ? ଆଣ୍ଟି ସାଇକ୍ଳୋନ୍ ବାତ୍ୟାର ବାଟ ଓଗାଳିବ ବୋଲି କାହିଁକି ଜାଣି ପାରିଲାନି ଭାରତୀୟ ପାଣିପାଗ ବିଭାଗ ? ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣବାତ୍ୟା ଦାନା ପ୍ରଭାବ ଶୂନ୍ୟ ହେବା ପରେ ଏବେ ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଛି । ବାତ୍ୟାଟି ଘଣ୍ଟାପ୍ରତି ୧୦୦ ରୁ ୧୧୦ କିଲୋମିଟର ବେଗରେ ଉପକୂଳରେ ମାଡ ହେବ ବୋଲି ପୂର୍ବାନୁମାନ କରିଥିଲା ଆଇଏମ୍‌ଡି । ପବନ ସହ ଉତ୍ତର ଉପକୂଳ ଓଡ଼ିଶାରେ ୨୦୦ ରୁ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ ହୋଇଥିଲା। ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଲୋକମାନଙ୍କୁ ରାଜ୍ୟ ସରକାର ମଧ୍ୟ ସତର୍କ କରାଇଥିଲେ। କିନ୍ତୁ ସେମିତି କିଛି ହେଲାନି । ଆଇଏମ୍‌ଡିର କହିବା କଥା ଦୁଇଟି ଆଣ୍ଟିସାଇକ୍ଳୋନ ସିଷ୍ଟମ ପାଇଁ ବାତ୍ୟା ଦୁର୍ବଳ ହେଲା । ଆକଳନ ଅନୁସାରେ ସଠିକ ସ୍ଥାନରେ ଲ୍ୟାଣ୍ଡଫଲ କରିଛି ।

ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ସାଧାରଣତଃ ୫ରୁ୬ ଘଣ୍ଟା ଲାଗିଥାଏ। ହେଲେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୯ଘଣ୍ଟା ଚାଲିଥିଲା । ଗତରାତି ୧୨ଟାରେ ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଏହା ଲ୍ୟାଣ୍ଡଫଲ୍‌ କରିଥିବା ବେଳେ ସକାଳ ୯ଟାରେ ସରିଥିଲା ପ୍ରକ୍ରିୟା।ବାତ୍ୟାର ବାମ ପାର୍ଶ୍ୱରେ ଉତ୍ତର-ଉତ୍ତରପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଶୁଷ୍କ ବାୟୁ ପ୍ରବାହର ପ୍ରଭାବ ଅଧିକ ରହିଥିଲା । ଫଳରେ ବାତ୍ୟାଟି ଅଧିକ ଶକ୍ତିଶାଳୀ ନ ହୋଇ ଦୁର୍ବଳ ହୋଇଗଲା । ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁଇଟି ଆଣ୍ଟି ସାଇକ୍ଳୋନ୍ ମଧ୍ୟ ବାତ୍ୟାଟିକୁ ଅଟକାଇ ଦେଇଥିଲେ । ଫଳରେ ବାତ୍ୟାର ବାହ୍ୟ ବଳୟରେ ପ୍ରଚୁରମାତ୍ରାରେ ବାଦଲ ରହିଥିଲେ ମଧ୍ୟ ତାହା ବର୍ଷା କରାଇବାରେ ସହାୟକ ହେଲେନାହିଁ । ଏପରିକି ବାତ୍ୟା ବାରମ୍ବାର ତାର ଗତିପଥ ପରିବର୍ତ୍ତନ ମଧ୍ଯ କରିଥିଲା ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।