spot_img
Home Blog Page 1432

କେନ୍ଦୁଢ଼ିପ ଗାଁରେ ଛେଳି ମଡ଼କ; ୧୦ ଦିନରେ ମଲେଣି ୧୦୦ରୁ ଅଧିକ ଛେଳି

ଢେଙ୍କାନାଳ: ଗାଁରେ ଚାଲିଛି ଛେଳିମଡ଼କ । ଗୋଟିଏ ପରେ ଗୋଟିଏ ଛେଳିଙ୍କ ମୃତ୍ୟୁ ହୋଇଚାଲିଛି । ଦୀର୍ଘ ୧୦ ଦିନ ହେବ ଅଜଣା ରୋଗରେ ୧୦୦ରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ ଛେଳି ପାଳନ ଲୋକଙ୍କର ମୁଖ୍ୟ ରୋଜଗାରର ମାଧ୍ଯମ ହୋଇଥିବା ବେଳେ ଛେଳି ମଡ଼କ ଯୋଗୁଁ ଲୋକଙ୍କ ଘରେ ଚୁଲି ଜଳୁନାହିଁ । ଗାଁରେ ଦୁଃଖରେ ଭାଙ୍ଗି ପଡିଛନ୍ତି ଗ୍ରାମବାସୀ । ଛେଳି ମଡ଼କ ଯୋଗୁଁ ଗାଁରେ ଅଜଣା ଭୟର ବାତାବରଣ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର କେନ୍ଦୁଢ଼ିପ ଗାଁର ହରିଜନ ସାହିରେ ୧୦ ଦିନ ହେବ ୧୦୦ରୁ ଅଧିକ ଛେଳି ମଲେଣି l ଛେଳି ବିକ୍ରିକରି ଯାହା ରୋଜଗାର କରନ୍ତି ସେଥିରେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି । ରୋଜଗାରର ମାଧ୍ୟମ ବନ୍ଦ ହୋଇଯାଉଥିବା ଦେଖି ଦୁଃଖରେ ଛେଳି ଚାଷୀ।

ଆଜିକୁ ଦୀର୍ଘ ବର୍ଷ ଧରି କେନ୍ଦୁଢ଼ିପ ହରିଜନ ସାହିର ପ୍ରାୟ ୧୦ରୁ ଅଧିକ ପରିବାର ଋଣ କରି ଛେଳି ପାଳନ କରିଆସୁଛନ୍ତି l ତେବେ ଛେଳି ମଡ଼କ ଯୋଗୁଁ କିପରି ଋଣ ପରିଶୋଧ କରିବେ ସେଇ ଚିନ୍ତାରେ ଗ୍ରାମବାସୀ l ଗତ ଦଶଦିନ ଧରି ଛେଳିଙ୍କଠାରେ ହଟାତ ଜର ଆସିବା ସହ ଝାଡ଼ା ହେବା ଇତ୍ୟାଦି ଲକ୍ଷଣ ଦେଖାଯାଇ ଗୋଟିଏ ପରେ ଗୋଟିଏ ଛେଳିଙ୍କ ମୃତ୍ୟୁ ହେଉଛି । ଜିରାଳ ପ୍ରାଣୀ ଚିକିତ୍ସିକ ଗାଁରେ ସ୍ଥିତି ସମୀକ୍ଷା କରିବା ସହ ଆବଶ୍ୟକୀୟ ଔଷଧ ପ୍ରଦାନ କରିଥିଲେ l ଏହାପରେ ଆଉ ସେହି ଗାଁକୁ ପଶୁ ଚିକିତ୍ସକ କିମ୍ଵା କୌଣସି ଅଧିକାରୀଙ୍କ ପାଦ ପଡ଼ିନାହିଁ। ଘଟଣାକୁ ହାଲକା ଭାବେ ନେଇ ଗୁହାଳର ଅସ୍ୱାସ୍ଥ୍ୟକର ପରିବେଶ ଓ ଅତ୍ୟଧିକ ଥଣ୍ଡା ଯୋଗୁଁ ନିମୋନିଆ ରୋଗ ଛେଳି ମୃତ୍ୟୁର ମୁଖ୍ୟ କାରଣ କହିଛନ୍ତି ପ୍ରାଣୀ ଚିକିତ୍ସକ ଅମରେନ୍ଦ୍ର ପଟ୍ଟନାୟକ ।

ଏନେଇ ତୁରନ୍ତ ବିଭାଗୀୟ ଅଧିକାରୀ ଘଟଣାକୁ ଗୁରୁତ୍ୱର ସହିତ ନେଇ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଯୋଗାଇଦେଲେ ଛେଳି ମଡ଼କକୁ ରୋକାଯାଇ ପାରିବ ବୋଲି ଗ୍ରାମବାସୀ କହିଛନ୍ତି ।

 

ଆମ୍ବ ଟାକୁଆ ଟ୍ରାଜେଡି, କଟକ SCB ରୁ ପୁର୍ନଜନ୍ମ ପାଇ ସୁସ୍ଥ ହୋଇ ଘରକୁ ଫେରିଲେ ଟୁନି ମାଝୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା। କଟକ ଏସସିବି ମେଡିକାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ଗୁରୁତର ଟୁନି ମାଝୀ। ଗତ ନଭେମ୍ବର ୩ରେ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି ହୋଇଥିଲେ ଟୁନି। ଏସସିବି ମେଡିସିନ ବିଭାଗର ବରିଷ୍ଠ ଡାକ୍ତର ଜୟନ୍ତ ପଣ୍ଡା ଓ ହେପାଟୋଲୋଜି ବିଭାଗ ଡାକ୍ତର ସୁଶାନ୍ତ କୁମାର ଜେନାଙ୍କ ନେତୃତ୍ୱରେ ଗଠିତ ସ୍ଵତନ୍ତ୍ର ଡାକ୍ତରୀ ଟିମ ଟୁନି ମାଝୀଙ୍କ ଚିକିତ୍ସା କରୁଥିଲେ । ଅତି ଗୁରୁତର ହୋଇଥିବାରୁ ଟୁନିଙ୍କୁ ଆଇସିୟୁରେ ଭର୍ତ୍ତିି କରାଯାଇଥିଲା। ଏପରି ଟୁନିଙ୍କର ୧୦ ଥର ଡାଏଲିସିସ ମଧ୍ୟ କରାଯାଇଛି। ସୁସ୍ଥ ହେବା ପରେ ତାଙ୍କୁ ଏସସିବିରୁ ଡିସଚାର୍ଜ କରାଯାଇଛି ବୋଲି କହିଛନ୍ତି ଏସସିବି ଭେଷଜ ବିଭାଗ ବରିଷ୍ଠ ଚିକିତ୍ସକ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା।

ପୂର୍ବରୁ ଆମ୍ବ ଟାକୁଆ ଜାଉ ଖାଇ ଜିତା ମାଝୀ, ରୁନି ମାଝୀ ଓ ରନିତା ପାଟ୍ଟମାଝୀଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଟୁନି ମାଝୀ ସୁସ୍ଥ ହୋଇ ଘରକୁ ଫେରିବା ପରେ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଟୁନୀ ଓ ତାଙ୍କ ଭାଇ ।

 

ବାହାଘରରେ ଡିଜେ ବଜାଉଥିଲେ ହୋଇଯାନ୍ତୁ ସାବଧାନ !

କଟକ: ବାହାଘରରେ ଡିଜେ ବଜାଉଥିଲେ ହୋଇଯାନ୍ତୁ ସାବଧାନ। ନହେଲେ ପ୍ରସେସନ ଅଧାରୁ ବର ଓ ବରଯାତ୍ରୀଙ୍କୁ ଶିଶୁପାଳ ହେବାକୁ ପଡିପାରେ। ଫିକା ପଡିପାରେ ଯାକ ଯମକ ବାହାଘର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ପୁରୀ ବାଇପାସ ରୋଡ଼ ନିକଟରେ। ବାହାଘରରେ ଅଧିକ ଶବ୍ଦ କରୁଥିବା ଡିଜେକୁ ସିଜ୍ କରିଛି କଟକ ପୋଲିସ । ସୂଚନା ଅନୁଯାୟୀ, ଡିଜେ ଗାଡିଟି ଅଧିକ ଶବ୍ଦ କରୁଥିବା ଯୋଗୁଁ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ହେବା ମାତ୍ରେ ଡିଜେ ଗାଡିକୁ ସିଜ କରିବା ସହ ଥାନାକୁ ଟାଣି ଟାଣି ଆଣିଛି ପୋଲିସ । ଥାନା ଅଧିକାରୀ ତୃପ୍ତି ରଞ୍ଜନ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଗାଡିକୁ ସିଜ କରାଯାଇଛି ।

ପୂର୍ବରୁ ଦୁର୍ଗାପୂଜା ଭଷାଣି ସମୟରୁ ସହରରେ ଡିଜେ ବ୍ୟାନ ହୋଇଥିଲା । ୬୦ ଡେଶିବଲରୁ ଅଧିକ ଶବ୍ଦ କରୁଥିବା ଡିଜ କୁ ଅନୁମତି ମିଳୁନଥିଲା। ଆଗାମୀ ଦିନରେ ଏଭଳି କାର୍ଯ୍ୟାନୁଷ୍ଠାନ ବଳବତ୍ତର ରହିବ ବୋଲି କହିଛନ୍ତି ଥାନାଧିକାରୀ ।

ଶ୍ରୀଲିଙ୍ଗରାଜ ମନ୍ଦିରରେ ଯୁବକଙ୍କ ସିଗାରେଟ ଟାଣିବା ଫଟୋ ଭାଇରାଲ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଯୁବକଙ୍କ ସିଗାରେଟ ଟାଣିବା ଫଟୋ ଭାଇରାଲ। ସୋସିଆଲ ମିଡିଆରେ ଫଟୋଟି ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଗତ ସୋମବାର ଦିନ ଦେବୀ ପ୍ରସାଦ ଦାସ ନାମକ ଜଣେ ଯୁବକ ନିଜ ଇନଷ୍ଟାଗ୍ରାମ ଆଇଡିରେ ଏକ ସିଗାରେଟ୍ ଟାଣୁଥିବାର ଫଟୋ ପୋଷ୍ଟ କରିଥିଲେ। ଫଟୋରେ ଦେଖିବାକୁ ମିଳିଛି ଯେ ଯୁବକ ଜଣକ ଶ୍ରୀଲିଙ୍ଗରାଜ ମନ୍ଦିରର ରୋଷଘର ନିକଟରେ ଠିଆ ହୋଇ ସିଗାରେଟ ଟାଣୁଛନ୍ତି । ଫଟୋଟି ଦେଖି ମନ୍ଦିରର ସେବାୟତ ମାନେ ଯୁବକ ଜଣକ ଆଖପାଖ ଅଞ୍ଚଳର ବୋଲି ଅନୁମାନ କରିଛନ୍ତି । ସଂପୃକ୍ତ ଯୁବକଙ୍କୁ ଧରିବାକୁ ସେବାୟତମାନେ ନଜର ରଖିଛନ୍ତି।

ସେପଟେ ଘଟଣା ସମ୍ପର୍କରେ ତନାଘନା କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏଡିଏମ।ଯୁବକ ଜଣକ କିଏ, କାହିଁକି ଏଭଳି ଫଟୋ ଉଠାଇଛନ୍ତି ତଦନ୍ତ କରାଯିବ। ପୋଲିସ ସହ ଆଲୋଚନା କରି କଣ ସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ସେନେଇ ଆଲୋଚନା ଚାଲିଛି ବୋଲି କହିଛନ୍ତି ଖୋର୍ଦ୍ଧା ଏଡିଏମ।

ପୂର୍ତ୍ତ ବିଭାଗର ନୋଟିଫିକେସନକୁ ଚିରି ଡ୍ରେନରେ ଫିଙ୍ଗିଲେ ଇଞ୍ଜିନିୟର

ଭୁବନେଶ୍ୱର: ଅବସର ପରେ ପୁନଃନିଯୁକ୍ତ ନେଇ ପୂର୍ତ୍ତ ବିଭାଗର ନୋଟିଫିକେସନକୁ ଚିରି ଡ୍ରେନରେ ଫିଙ୍ଗିଲେ ଇଞ୍ଜିନିୟର । ପୂର୍ତ୍ତ ବିଭାଗ ନୁହେଁ ଧୂର୍ତ୍ତ ବିଭାଗ କହି ନିର୍ମାଣ ସୌଧ ଆଗରେ ଧାରଣାରେ ବସିଲେ ଇଞ୍ଜିନିୟର । ରାଜ୍ୟ ସରକାର ନୂଆ ଇଂଜିନିୟର ଛାତ୍ର ଛାତ୍ରୀଙ୍କୁ ଚାକିରି ନ ଦେଇ ଅବସରପ୍ରାପ୍ତ ଇଂଜିନିୟର କର୍ମଚାରୀଙ୍କୁ ପୁଣି ଥରେ ନିଯୁକ୍ତି ଦେବା ପାଇଁ ନୋଟିଫିକେସନ ବାହାର କରିଛନ୍ତି। ଯେଉଁଥିରେ ୨୩୫ ଓ ୬୩୧ ପୋଷ୍ଟ ରହିଛି । ଏପରି ପୁନଃନିଯୁକ୍ତ ପ୍ରକ୍ରିୟାକୁ ବିରୋଧ କରି ପ୍ରତିବାଦ କରିଛି ଗ୍ରାଜୁଏଟ ଇଞ୍ଜିନିୟରିଂ ଛାତ୍ର କଲ୍ଯାଣ ସଂଘ। ଅବସରପ୍ରାପ୍ତ ଇଂଜିନିୟର କର୍ମଚାରୀଙ୍କୁ ପୁନଃ ନିଯୁକ୍ତରେ ଯୁବପିଢି ଆକ୍ରାନ୍ତ ହୋଇଛନ୍ତି । ଏବେ ରାଜ୍ୟରେ ହଜାର ହଜାର ବେକାର ଇଂଜିନିୟର ଘରେ ବସିଛନ୍ତି । ସେମାନଙ୍କୁ କାହିଁକି ନିଯୁକ୍ତି ନଦେଇ ଅବସରପ୍ରାପ୍ତ ଇଂଜିନିୟରଙ୍କୁ ନିଯୁକ୍ତି ଦେଉଛନ୍ତି। ଏହି ପ୍ରକ୍ରିୟା ଦ୍ୱାରା ଶିକ୍ଷିତ ଓ ମେଧାବୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଉଛନ୍ତି ରାଜ୍ୟ ସରକାର । ସରକାର ଏଥରୁ କ୍ଷାନ୍ତ ରୁହନ୍ତୁ। ନୋଟି ଫିକେସନକୁ ବାତିଲ କରନ୍ତୁ। ବିଜେପି ସରକାର ଅବସର ପରେ ପୁନଃନିଯୁକ୍ତିକୁ ପ୍ରୋତ୍ସାହନ ଦେଉଛନ୍ତି ଓ ନିଜେ କହିଥିବା କଥାର ଓଲଟା କାର୍ଯ୍ୟ କରୁଛନ୍ତି । ବେକାରୀ ସମସ୍ୟା ସରକାର ନିଜେ ବଢାଇବା ସହ ତେଲିଆ ମୁଣ୍ଡରେ କିପରି ତେଲ ମାରୁଛନ୍ତି ରାଜ୍ୟ ସରକାର ବୋଲି ପ୍ରଶ୍ନ କରିଛି ସଂଘ । ନୋଟିଫିକେସନ ରଦ୍ଦ ନ କଲେ ବିଧାନସଭା ଘେରାଉ ପାଇଁ ସଂଘ ଚେତାବନୀ ଦେଇଛି।

ଲାଞ୍ଚ ନେବାବେଳେ ବେଗୁନିଆପଡ଼ା ବ୍ଲକ ସିଡିପିଓଙ୍କୁ ଧରିଲା ଭିଜିଲାନ୍ସ

ପୁରୁଷୋତ୍ତମପୁର : ଭିଜିଲାନ୍ସ ଜାଲରେ ସିଡିପିଓ। ଗଂଜାମ ବେଗୁନିଆପଡ଼ା ବ୍ଲକ ସିଡିପିଓଙ୍କୁ ଧରିଛି ଭିଜିଲାନ୍ସ । ୧୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ସିଡିପିଓ। ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କୁ ଧରିଲା ବ୍ରହ୍ମପୁର ଭିଜିଲାନ୍ସ । ସିଡିପିଓଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ସିଡିପିଓଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସର ଗୋଟିଏ ଟିମ ଓ ବେଗୁନିଆପଡ଼ା ଥାନାରେ ଏକ ଟିମ ଉପସ୍ଥିତ ରହି ଛାନଭିନ ଚଳାଇଛନ୍ତି ।

ମୁଲତବୀ ପ୍ରସ୍ତାବ ଆଲୋଚନାବେଳେ ଉଠିଲା ଆମ୍ବ ଟାକୁଆ ମୃତ୍ୟୁ ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ବିଜେଡି ବିଧାୟକ

ଭୁବନେଶ୍ବର : ମୁଲତବୀ ପ୍ରସ୍ତାବ ଆଲୋଚନାବେଳେ ଆମ୍ବ ଟାକୁଆ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ବିଜେପି କଥା କହେ କାମ କରେନି । ଓଡିଶାକୁ ନିଅଣ୍ଟିଆ ରାଜ୍ୟରୁ ବଳକା ରାଜ୍ୟରେ ପରିଣତ କରିଥିଲେ ନବୀନ ପଟ୍ଟନାୟକ । ବିଜେପି ସରକାର ଆସିବା ପରେ ଏହାକୁ ଠିକସେ ଚଳାଇ ପାରିଲା ନାହିଁ କହି ସମାଲୋଚନା କରିଛନ୍ତି ରଣେନ୍ଦ୍ର । ନବୀନ ଆସିବା ପୁର୍ବରୁ ଓଡ଼ିଶାର ଦାରିଦ୍ର୍ୟ ହାର ୬୩ ପ୍ରତିଶତ ଥିଲା । ଏହାକୁ ବହୁ ମାତ୍ରାରେ ହ୍ରାସ କରିବାରେ ସଫଳ ହୋଇଥିଲେ ପୂର୍ବ ସରକାର । ଓଡିଶାର ରୋଲ୍ ମଡେଲ ସାଜିଥିଲା ଖାଦ୍ୟ ସୁରକ୍ଷା ଆଇନ । ନବୀନ ଏକ ସୁନ୍ଦର ଢାଞ୍ଚା ବିଜେପି ସରକାରଙ୍କୁ ଦେଇକି ଯାଇଥିଲେ । ୫ମାସ ଭିତରେ ତାହାକୁ ବିଗାଡିଦେଇଛି ବିଜେପି । ମାଙ୍କଡ ହାତରେ ଯେପରି ଶାଳଗ୍ରାମ, ବିଜେପି ହାତରେ ସେପରି ସରକାର । ୨୦୧୮ରେ ବିଜେପି କହୁଥିଲା ଆମ୍ବ ଟାକୁଆ ଅଖାଦ୍ୟ l ଏବେ କହୁଛନ୍ତି ଏହା ଖାଦ୍ୟ । ମାଣ୍ଡିପକାରେ ୩ଜଣ ଆଦିବାସୀଙ୍କ ମୃତ୍ୟୁ ପାଇଁ ଯୋଗାଣ ମନ୍ତ୍ରୀ ଦାୟୀ  । ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ରଣେନ୍ଦ୍ର । ସେହିପରି ବିଜେଡି ସଦସ୍ଯ ବ୍ଯୋମକେଶ ରାୟ ମଧ୍ଯ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । କହିଛନ୍ତି, ମୁଖ୍ୟମନ୍ତ୍ରୀ ନଭେମ୍ୱର ୫ ତାରିଖରେ ସମୀକ୍ଷା କରି ନିର୍ଦ୍ଦେଶ ଦେଲେ ୩ ମାସ ଚାଉଳ ଦେବାକୁ । ଯୋଗଣ ମନ୍ତ୍ରୀଙ୍କୁ ଏହା ଶକ୍ତ ଚାପୁଡ଼ା  । କାରଣ ଯୋଗଣ ମନ୍ତ୍ରୀ ପୁର୍ବରୁ ବାରମ୍ୱାର କହୁଥିଲେ ଚାଉଳ ଦିଆଯାଇଛି ବୋଲି  । ତେଣୁ ଯୋଗାଣ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ  ।  ସେପଟେ ଆମ୍ବ ଟାକୁଆ ପ୍ରସଙ୍ଗରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ରାଜନ ଏକ୍କା । ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଯାଇ ପାରୁଛନ୍ତି, ହେଲେ ମାଣ୍ଡିପଙ୍କା ଯାଇପାରୁ ନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ଖାଦ୍ଯ ଅଭାବରୁ ଅଖାଦ୍ଯ ଖାଇ ଆଦିବାସୀଙ୍କ ମୃତ୍ଯୁ ହୋଇଛି । ୩୫ କେଜି ଚାଉଳ ଦିଆଯାଉ । ଆମ୍ବ ଟାକୁଆ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ  । ପେଶା ଆଇନକୁ ଜଲଦି ଲାଗୁ କରାଯାଉ l ମନ୍ତ୍ରୀଙ୍କ ଉତ୍ତର ସନ୍ତୋଷ ଜନକ ନୁହେଁ ବୋଲି କହିଛନ୍ତି ରାଜନ । ଏହି ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ କଂଗ୍ରେସ ଆଦିବାସୀ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କ ଜବାବ ଦେଇଛନ୍ତି । ଆମ୍ବ ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ନୁହେଁ । କିନ୍ତୁ ଦଳୀୟ ଭିତ୍ତିରେ ନେଇ ଉପ ମୁଖ୍ୟମନ୍ତ୍ରୀ ଏହାକୁ ପାରମ୍ପାରିକ ଖାଦ୍ୟ ବୋଲି କହିଛନ୍ତି ବୋଲି କହିଛନ୍ତି ପ୍ରଫୁଲ୍ଲ । ସେପଟେ ଏହା ଉପରେ ବିବୃତି ରଖିଛନ୍ତି ଖାଦ୍ଯ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କନ୍ଧମାଳ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଜାଉ ଖାଇ ଯେଉଁ ତିନି ଜଣଙ୍କ ମୃତ୍ଯୁ ହୋଇଛି ତାହା ଅନାହାର ମୃତ୍ୟୁ ନୁହଁ ବୋଲି କହି ପୁଣି ବିତଣ୍ଡା ଯୁକ୍ତି ବାଢିଛନ୍ତି ମନ୍ତ୍ରୀ ।

ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା : ପୋଲିସ ପାଖରେ ପହଂଚିଛି ନାବାଳିକାର ଜନ୍ମ ପ୍ରମାଣ ପତ୍ର

କଟକ : କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା। ନାବାଳିକାର ଜନ୍ମ ପ୍ରମାଣ ପତ୍ର ପୋଲିସ ପାଖରେ ପହଂଚିଛି। ଏଥିରୁ ସେ ନାବାଳିକା ଓ ତାଙ୍କର ବୟସ ୧୭ ବର୍ଷ ବୋଲି ଜଣାପଡିଛି। ସେହିପରି ନାବାଳିକାର ବାପା ମା ସେମାନଙ୍କର ପରିଚୟ ପତ୍ର ମଧ୍ଯ କଟକ ପୋଲିସ ନିକଟକୁ ପଠାଇଛନ୍ତି। ଅନ୍ଯ ପକ୍ଷରେ ଅଭିଯୁକ୍ତମାନେ ଟଙ୍କା କାରବାର ପାଇଁ ନାବାଳିକାଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରୁଥିଲେ ବୋଲି ପୋଲିସ ସ୍ପଷ୍ଟ କରିଛି। ଏଭଳି କାରବାର ପାଇଁ ସେମାନେ ନାବାଳିକାଙ୍କୁ କିଛି ଅର୍ଥ ଦେଉଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ ତିନି ଜଣ କମିଶନ ନେଇ ଦଲାଲ୍ କାମ କରୁଥିଲେ। ଏବେ ବି ଏହି ଘଟଣାରେ ସଂପୃକ୍ତ କିଛି ଦଲାଲ୍ ଫେରାର୍ ଅଛନ୍ତି। ଏମାନଙ୍କୁ ପୋଲିସ ଧରିବା ପାଇଁ ଅପରେସନ ଜାରି ରଖିଛି ବୋଲି କଟକ ଡିସିପି କହିଛନ୍ତି।

ଜିମ୍ ଯାଉଥିଲେ ଖଣ୍ଡଗିରିର କୁନି କଳକୀ ବାବା ! ଫଟୋ ହେଉଛି ଭାଇରାଲ

ଭୁବନେଶ୍ବର : ଖଣ୍ଡଗିରି ଶ୍ରୀବୈକୁଣ୍ଠ ଧାମ ଆଶ୍ରମର ଖୋଲୁଛି ଗୁମର । ଜିମ୍ ଯାଉଥିଲେ ଖଣ୍ଡଗିରିର କୁନି କଳକୀ ବାବା। ଆଶ୍ରମଟି ସରକାରୀ ଜମିରେ ଠିଆ ହୋଇଥିବା ଜିଏ ବିଭାଗ ସ୍ପଷ୍ଟ କରିବା ପରେ ଆଜି ବାବାଙ୍କ ଜିମ୍ ଯାଉଥିବା ଫଟୋ ସାମ୍ନାକୁ ଆସିଛି । ସୁନ୍ଦର ଦିଶିବା ପାଇଁ କୁନି ବାବା ଯାଉଥିଲେ ଜିମ। ଆଶ୍ରମ ଭିତରେ ବି ଜିମ୍ ଉପକରଣ ରଖି ବନାଉଥିଲେ ବଡି। ସୋସିଆଲ ମିଡ଼ିଆରେ ବଡିର ଫଟୋକୁ ଉଠାଇ କରୁଥିଲେ ଅପଲୋଡ। ଏମିତି କିଛି ଫଟୋ ଏବେ ଆସିଚି ସାମ୍ନାକୁ। ବୈକୁଣ୍ଠ ଆଶ୍ରମରେ କୁନି କଳକୀ ବାବାଙ୍କ ଜିମ୍ ଫଟୋ ଏବେ ହେଉଛି ଜୋର୍ ସୋରରେ ଭାଇରାଲ।

ପୁର୍ବରୁ ବାବାଙ୍କର ପୂଜାର୍ଚ୍ଚନାର ଭିଡିଓ ସାମ୍ନାକୁ ଆସିଛି । ଆଶ୍ରମରେ ଫୁଲ ବିଛାଇ କିଭଳି ବାବାଙ୍କୁ ମହିଳାମାନେ ପୂଜା କରୁଥିଲେ ତାହା ଦେଖିବାକୁ ମିଳିଛି । ଏହାସହ ମହିଳାମାନେ ପାଣି ଢାଳି ବାବାଙ୍କୁ ଗାଧେଇ ଦେଉଥିବାର ଭିଡିଓ ଭାଇରାଲ ହୋଇଛି । ବାବା ନିଜେ ଜଣେ ଯୁବତୀ ସହ ସେଲ୍ଫି ନେଇଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି । ବାବାଙ୍କ ସାନ୍ନିଧ୍ୟ ଲାଭ କରିବାକୁ ହେଲେ କିଭଳି ପୂଜାର୍ଚ୍ଚନା କରିବାକୁ ହେବ ତାହାର ତାଲିକା ମଧ୍ୟ ଏକ ଡାଏରୀ ମଧ୍ୟ ସାମ୍ନାକୁ ଆସିଥିଲା ।

ସମ୍ବିଧାନ ମୁଖବନ୍ଧରୁ ଦୁଇ ଶବ୍ଦ ବାଦ ପ୍ରସଙ୍ଗ : ସରକାରଙ୍କୁ ନବୀନଙ୍କ ସମାଲୋଚନା

ଭୁବେନଶ୍ବର : ସମ୍ବିଧାନ ଦିବସ ଅବସରରେ ବିଧାନସଭାରେ ସମ୍ବିଧାନ ମୁଖବନ୍ଧରୁ ରାଜ୍ୟ ସରକାର ଦୁଇ ଶବ୍ଦ ଧର୍ମ ନିରପେକ୍ଷ  ଓ ସମାଜବାଦ ଶବ୍ଦକୁ ବାଦ ଦିଆଯିବା ପ୍ରସଙ୍ଗ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ସରକାର ଏଭଳି କରି ଗୁରୁତର ତ୍ରୁଟି କରିଛନ୍ତି। ଏହା ଅକ୍ଷମଣୀୟ ଭୁଲ। ଏହି ଦୁଇ ଶବ୍ଦ ସମ୍ବିଧାନରେ ରହିବା ଆବଶ୍ୟକ। ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଏଭଳି ତ୍ରୁଟିରୁ ସରକାର ଦୂରରେ ରହିବା ଆବଶ୍ୟକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।