ନନ୍ଦିଘୋଷ ବ୍ୟୁରୋ: ଦେବଗଡ଼ ବନ ବିଭାଗକୁ ସଫଳତା । ବାଘ ଛାଲ ଡିଲ ବେଳେ ମାଡି ବସିଲା ବନ ବିଭାଗର ସ୍ୱତନ୍ତ୍ର ଟିମ । ବାରକୋଟ ଫରେଷ୍ଟ ରେଞ୍ଜ ଠିଆନାଳ ସେକ୍ସନ ଗୋଳାବନ୍ଧ ଗାଁ ନିକଟ ରାଜସ୍ଥାନୀ ଢ଼ାବାରେ ଚାଲିଥିଲା ଡିଲ୍ । ଗୋଟିଏ ବାଘ ଛାଲ, ଦୁଇଟି ବାଇକ ଓ ୫ଟି ମୋବାଇଲ ସମେତ ୭ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ରାଜସ୍ଥାନ ଯୋଧପୁର ଲାମ୍ବା ଗ୍ରାମର ଅଶୋକ ବିଷ୍ଣୋଇ, ରାଜସ୍ଥାନ କପର୍ଦା ଥାନାଞ୍ଚଳର ଅଜୟପାଲ ବିଷ୍ଣୋଇ, ବାରକୋଟ ଥାନା ଅନ୍ତର୍ଗତ ରାଜମୁଣ୍ଡା ଗ୍ରାମର ମାନସିଂ ବାରି, ବାରକୋଟ ଥାନାଞ୍ଚଳର ଝରବାହାଲର ରମେଶ ଚନ୍ଦ୍ର ନାଏକ, ଗୁରୁସଙ୍ଗ ଗ୍ରାମର ରାଜେନ୍ଦ୍ର ରଣ, ଠିଆନାଳ ଗ୍ରାମର କର୍ମୁ ନାଏକ ଓ ଅନଗୁଳ ଜିଲ୍ଲା ସାନବାଗଦରି ଗ୍ରାମର ବୀରବର ନାହାକ । ବନ୍ୟଜନ୍ତୁ ଅଙ୍ଗ ତସ୍କରୀ ମାମଲାରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।.
ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଣିଆପଲ୍ଲୀ ମୁଖ୍ୟରେ ସଡ଼କ ଦୁର୍ଘଟଣା । ରାସ୍ତାରେ ଯାଉଥିବାବେଳେ ଧକ୍କା ଦେଲା ବାଇକ । ଘଟଣାସ୍ଥଳରେ ଜଣେ ବ୍ଯକ୍ତିଙ୍କ ମୃତ୍ଯୁ । ମୃତକ ହେଲେ ଗୁଡିଆପଲ୍ଲୀର ମହେଶ୍ୱର ବେହେରା । ବାଇକ ଚାଳକ ସୋଡ଼କ ଅଞ୍ଚଳର ଶଙ୍କର ନାୟକ ଗୁରୁତର l ମହେଶ୍ୱର ବେହେରା ରାସ୍ତାରେ ଯାଉଥିବାବେଳେ ବୁଢ଼ାଆମ୍ବ ପଟୁ ଶଙ୍କର ବାଇକରେ ଆସି ଧକ୍କା ଦେଇଥିଲେ । ମୃତକ ଶଙ୍କରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଛି l ପୋଲିସ ବାଇକ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି l
ଗୁଡ଼ିର ମାଞ୍ଜା ସୂତା ଲାଗି ଯୁବକ ଗୁରୁତର
ଭଦ୍ରକ: ଗୁଡ଼ି ମାଞ୍ଜା ସୂତା ଲାଗି ଯୁବକ ଗୁରୁତର । ଯୁବକଙ୍କ ଆଖି ପତା ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ନିଜ କାର୍ଯ୍ୟ ସାରି ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଭଦ୍ରକ ଷ୍ଟେସନ ସମ୍ମୁଖରେ ଘଟିଛି ଅଘଟଣ । ଯୁବକଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲୋ। ଆହତ ଯୁବକ ଜଣଙ୍କ ହେଉଛନ୍ତି ବାଲେଶ୍ବର ଗେଲଟୁଆ ପଞ୍ଚାୟତ ବଗମରା ଗ୍ରାମର ମୁକ୍ତିକାନ୍ତ ପାଢ଼ୀ । ମୁଣ୍ଡରେ ହେଲମେଟ ଥିବା ସତ୍ତ୍ବେ ହେଲମେଟର କାଚ ଖୋଲାଥିବାରୁ ମାଞ୍ଜା ସୂତା ଭିତରେ ପଶି ଗଭୀର ଆଘାତ ଲାଗିଛି।
ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ମାଞ୍ଜା ସୂତାରେ ଗୁଡ଼ି ଉଡାଇ ମଜା ଉଠାଉଥିବା ବ୍ୟକ୍ତିଙ୍କ ବିରୋଦ୍ଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

