spot_img
Home Blog Page 1380

କୁକୁରକୁ ନ୍ୟାୟ ଦେବା ପାଇଁ  ୪ ବର୍ଷ କୋର୍ଟରେ ଲଢିଲେ ମହିଳା ଓକିଲ

ନୂଆଦିଲ୍ଲୀ : ପଶୁ ମାଡ଼ ଖାଇ ମଧ୍ୟ ବିଶ୍ୱସ୍ତ ହୋଇଥାଏ, କିନ୍ତୁ ମଣିଷ ପ୍ରେମ ପାଇବା ପରେ ମଧ୍ୟ ଧୋକା ଦେଇଥାଏ । ଏହି କଥାର ଯଥାର୍ଥ ଏକ ସତ୍ୟଘଟଣାରୁ ଦେଖିବାକୁ ମିଳିଛି । ନିକଟରେ ଦିଲ୍ଲୀର ରିଦମ୍ ଶୀଲ ଶ୍ରୀବାସ୍ତବ  ନାମକ ଜଣେ ଓକିଲ ଦୀର୍ଘ ୪ ବର୍ଷ ଧରି କୋର୍ଟରେ ଲଢି କୋକୋ ନାମକ ଏକ କୁକୁରକୁ ନ୍ୟାୟ ଦେଇଛନ୍ତି । ରିଦମ୍ ଏହି କେଶ୍ ବିଷୟରେ କହିଛନ୍ତି ଯେ, ୨୦୨୦ ଫେବୃୟାରୀରେ ପାହାଡ଼ଗଞ୍ଜର ଜଣେ ବାସିନ୍ଦା ଏକ ମାମଲା ଦାୟର କରିଥିଲେ । ତାଙ୍କ ଅଭିଯୋଗ ଥିଲା କି ସେ ଜଣେ ୭୦ ବର୍ଷୀୟ ଷ୍ଟ୍ରିଟ୍ ଫୁଡ ବିକ୍ରେତା  ତାଙ୍କ କୁକୁର ଉପରେ ଏସିଡ୍ ପକାଇଛନ୍ତି, ଯାହା କୁକୁରଟିର ଆଖି, ମୁହଁ ତଥା ଶରୀରର ଅନ୍ୟ ଅଂଶ ଗୁଡିକୁ ନଷ୍ଟ କରିଦେଇଛି । ଏହା ଛଡା ସେ କୁକୁରକୁ ମାଡ଼ ମାରିବା ଏବଂ ତଡିବା ପାଇଁ ଅନେକ ଥର  ଚେଷ୍ଟା କରିଛନ୍ତି ।

ଆଡଭୋକେଟ୍ ରିଦମଙ୍କ ମତରେ ଏହା ପ୍ରଥମ ମାମଲା ଯେଉଁଥିରେ ପଶୁମାନଙ୍କ ପ୍ରତି ନିର୍ଦ୍ଦୟତା ପାଇଁ ଦଣ୍ଡ ଦିଆଯାଇଛି । ସେ ଆହୁରି କହିଛନ୍ତି ଯେ, ସେ ଦୀର୍ଘ ୪ ବର୍ଷ ଧରି କୌଣସି ଟଙ୍କା ନନେଇ ଏହି ମାମଲା ପାଇଁ କୋର୍ଟରେ ଲଢିଛନ୍ତି ଏବଂ ଏହି ମାମଲାରେ କୌଣସି ପ୍ରକାର ହେଳା ନକରି କୁକୁରକୁ ନ୍ୟାୟ ଦେବାକୁ ସେ ଯଥା ସମ୍ଭବ ଚେଷ୍ଟା କରିବେ ବୋଲି ସେ ନିଷ୍ପତ୍ତି ନେଇଥିଲେ । ପରିଶେଷରେ କୁକୁର କୋକୋକୁ ମିଳିଲା ନ୍ୟାୟ । ଦୋଷୀକୁ ଏକ ବର୍ଷ ଜେଲଦଣ୍ଡ ସହ ୧୦ହଜାର ୫୦୦ଟଙ୍କା ଜୋରିମାନାର ଶୁଣାଇଲେ କୋର୍ଟ । ସୂଚନା ଅନୁଯାୟୀ, ଏହା ପ୍ରଥମ ମାମଲା ଯେଉଁଥିରେ ପଶୁଙ୍କ ଉପରେ କ୍ରୁରତା ପାଇଁ କେହି ଦଣ୍ଡ ପାଇଛନ୍ତି । ଏହି ମାମଲାରେ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ୧୮୬୦ର ଧାରା ୪୨୯ ଏବଂ ୧୯୬୦ର ପଶୁ କ୍ରୁରତା ଅଧିନିୟମର ଧାରା ୧୧(୧) ଅନୁଯାୟୀ  ଏହି ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

ରିଦମଙ୍କ କହିଛନ୍ତି ଯେ, କୋକୋ ସହ ସେ ଏବେ ବି ଦେଖା ହେବା ପାଇଁ ଯାଆନ୍ତି ଏବଂ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି । କିନ୍ତୁ ସେ ଏବେ କୌଣସି ବି ମଣିଷଙ୍କ ପାଖକୁ ଆସିବାକୁ ସେ ଭୟ କରୁଛି, ଯେପରି ମଣିଷଙ୍କ ଉପରେ ତାର ଆଉ ଭରସା  ନାହିଁ ।  ପ୍ରଥମେ ସେ ଭଲ ଭାବେ ଶୁଘିଂ ଚିହ୍ନିବା ପରେ ହିଁ ତାଙ୍କ ପାଖକୁ ଯାଉଛି ।

ନେଟୱର୍କ ପାଇଁ ଫିରିଙ୍ଗିଆ ଠାରୁ ଗୋଛlପଡ଼l ମୁଖ୍ୟ ରାସ୍ତା ଅବରୋଧ

ଫୁଲବାଣୀ : କନ୍ଧମାଳ ଫିରିଙ୍ଗିଆ ବ୍ଲକ କାଶିନିପଦର ଅଞ୍ଚଳରେ ନେଟୱର୍କ ନାହିଁ । ସବୁ ସରକାରୀ ଓ ଅନଲାଇନ କାମ ଠପ୍ । ଡିଜିଟାଲ ସେବା ବିପର୍ଯ୍ୟସ୍ତ। ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ହେଡକ୍ୱାଟର୍ସରେ ଜିଓ ନେଟୱର୍କ ରହିଥିବା ବେଳେ କାଶିନିପଦରରେ ନାହିଁ । ଏଥିପାଇଁ ପଞ୍ଚାୟତ ବାସୀ ବହୁ  ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଏବଂ ଜନପ୍ରତିନିଧି ଧ୍ୟାନ ଦେଉନଥିବାର ଅଭିଯୋଗ ହୋଇଛି । ତେଣୁ ଲୋକେ ତାତିଛନ୍ତି। ଆଜି ସେମାନେ ରାସ୍ତାରୋକ କରିଛନ୍ତି। ପଞ୍ଚାୟତ କାମ, ବ୍ୟାଙ୍କ କାମ, ବିଭିନ୍ନ ଅନଲାଇନ କାମ ହୋଇପାରିନି । ଲୋକେ ବହୁ ସମସ୍ୟା  ଭୋଗୁଛନ୍ତି । ସେପଟେ ଵିକାସିନି ପଦର ଗ୍ରାମରେ ଥିବା BSNL ନେଟୱର୍କ ର ବିଦ୍ୟୁତ୍ ବିଲ୍ ପଇଠ କରାଯାଇନଥିବାରୁ ଅଚଳାବସ୍ଥା । ଆଜି ଉତ୍ତ୍ଯକ୍ତ ଲୋକେ ଫିରିଙ୍ଗିଆ ଠାରୁ ଗୋଛlପଡ଼l କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି  ।  ଯାହାଫଳରେ ଯାତାୟାତ ଠପ ହୋଇ ପଡ଼ିଛି ।

ଆମେରିକାରୁ ଆସିଲା ଆଦାନୀ ଲାଞ୍ଚ କାରବାର ଖବର, ସେୟାର ବଜାରରେ ହଇଚଇ

ନନ୍ଦିଘୋଷ ବ୍ୟରୋ : ଗୁରୁବାର ପୁଣି ଥରେ ସେୟାର ବଜାରରେ ପତନ ଦେଖିବାକୁ ମିଳିଛି  । ସେନସେକ୍ସ- ନିଫ୍ଟି ପୁଣି ଥରେ ତଳକୁ ଖସିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ଇଣ୍ଡେକ୍ସ ସେନସେକ୍ସ ଲାଲ ଖୋଲିଥିଲା । କିଛି ମିନଟ ମଧ୍ୟରେ ୪୦ ପଏଣ୍ଟ ହ୍ରାସ ହୋଇ ୭୭,୧୧୦ ସ୍ତରରେ ପହଞ୍ଚିଲା । ଏହା ସହିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ଲିଫ୍ଟି ମଧ୍ୟ ୧୨୪ ପଏଣ୍ଟ ହ୍ରାସ ହୋଇ ୨୩,୩୮୩ ସ୍ତରକୁ ଖସି ଆସିଛି  । ବଜାରରେ କାରବାର ବୃଦ୍ଧି ସହିତ ଏହି ହ୍ରାସ ଦୃତ ଗତିରେ ବଢିବାରେ ଲାଗିଛି । ସେନସେକ୍ସ ୬୦୦ ପଏଣ୍ଟକୁ ହ୍ରାସ ପାଇଛି । ଏହି ସମୟରେ ଭାରତୀୟ ବିଲିୟନେୟାର ଗୌତମ ଆଦାନୀଙ୍କ ସେୟାରରେ ଏକ ବଡ ହ୍ରାସ ଘଟିଛି ।  ଆମେରିକାର ଏକ ଖବର ପରେ ଆାଦାନୀଙ୍କ ସେୟାରରେ ଏହି ହ୍ରାସ ଘଟିଛି । ଯେଉଁଥିରେ ଆଦାନୀଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆସିଛି ।

ଗୁରୁବାର ସେୟାର ବଜାରରେ ଏକ ବଡ ପତନ ଦେଖିବାକୁ ମିଳିଛି  । ବିଏସଇ ସେନସେକ୍ସ ୭୭,୧୧୦ ସ୍ତରରେ ୪୦୦ରୁ ଅଧିକ ପଏଣ୍ଟ ହ୍ରାସ ପାଇ କାରବାର କରୁଥିବା ବେଳେ ୨୩.୩୩୦ ସ୍ତରକୁ ଖସି ଆସିଛି । ମଙ୍ଗଳବାର ଦିନ ଷ୍ଟକ ମାର୍କେଟ ସବୁଜ ହୋଇଥିଲା । ସେନସେକ୍ସ ୧୦୦୦ ପଏଣ୍ଟରୁ ଅଧିକ ହୋଇଥିଲା । କିନ୍ତୁ ଶେଷ କାରବାର ସମୟରେ ଏହି ପ୍ରରମ୍ଭିକ ବୃଦ୍ଧିରେ ହଠାତ୍ ପତନ ଘଟିଥିଲା । ୨୩୯.୩୮ ପଏଣ୍ଟ ବୃଦ୍ଧି ସହିତ ସେନସେକ୍ସ ୭୭୫୭୮.୩୮ ସ୍ତରରେ ବନ୍ଦ ହୋଇଥିଲା । ସେନସେକ୍ସ ଉଚ୍ଚ ସ୍ତରରୁ ୮୫୦ ପଏଣ୍ଟ ତଳକୁ ଖସିଥିଲା । ନିଫ୍ଟି ୨୩,୫୧୮.୫୦ ସ୍ତରରେ ରହିଲା । ସକଳରେ ୯.୪୦ ମିନଟରେ ଏହାର ପତନ ଆହୁରି ହୋଇଥିଲା । ବିଏସଇ ସେନସେକ୍ସ ୬୪୧.୬୧ କିମ୍ବା ୦.୮୩ ପ୍ରତିଶତ ହ୍ରାସ ସହିତ ୭୬୯୩୫.୭୭ ସ୍ତରରେ କାରବାର କରୁଥିବାର ଦେଖାଗଲା । ଗୁରୁବାର ଷ୍ଟକ ମାର୍ଗେଟ ସହିତ ହୋଇଥିବା ବିଶୃଙ୍ଖଳାରେ ଭାରତୀୟ ବିଲିୟନେୟାର ଗୌତମ ଆଦାନୀଙ୍କ ସେୟାରରେ ଅଧିକ ହ୍ରାସ ପାଇଛି । କିଛି ଷ୍ଟକ ୨୦ ପ୍ରତିଶତ ସ୍ତରକୁ ଖସି ଆସିଛି ।

ଗୌତମ ଆାଦୀଙ୍କ ସେୟାରରେ ହ୍ରାସ ହୋଇଥିବା କଥା ଆମେରିକାରୁ ଆସିଥିବା ଏକ ଖବରରୁ ଜଣାପଡିଛି ।  ଯେଉଁଥିରେ ଆଦାନୀ କମ୍ପାନୀ ବିରୁଦ୍ଧରେ ଚୁକ୍ତିନାମା ପାଇବା ପାଇଁ ମିଛ କହିବା ଓ ଲାଞ୍ଚ ଦେବା ଭଳି ଗୁରୁତର ଅଭିଯୋଗ ଆସିଛି । ଖବର ଅନୁଯାୟୀ, ଗୌତମ ଆଦାନୀ ୨୬୫ ନିୟୁତ ଡଲାର( ପ୍ରାୟ ୨୨୩୬ କୋଟି ଟଙ୍କା) ଲାଞ୍ଚ ଦେଇଥିବା ଓ ତାଙ୍କ କମ୍ପାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ପାଇଁ ଆମେରିକାରେ ସୌର ଶକ୍ତି ପ୍ରକଳ୍ପ ପାଇଁ ଚୁକ୍ତିନାମା ପାଇବାକୁ ଲୁଚାଇଥିବା ଅଭିଯୋଗ ହୋଇଥିଲା ।

ବର୍ତ୍ତମାନ ଆଦାନୀ ଗ୍ରୀନର ବିବୃତ୍ତି ମଧ୍ୟ ଏହି ପ୍ରସଙ୍ଗରେ ଆସିଛି । ଏଥିରେ କୁହାଯାଇଛି ଯେ, ଆମେରିକାର ନ୍ୟାୟ ବିଭାଗ ଏବଂ ଏସଇସି ଆମ ବୋର୍ଡ ସଦସ୍ୟ ଗୌତମ ଆଦାନୀ ଓ ସାଗର ଆଦାନୀଙ୍କ ବିରୋଧରେ ନ୍ୟୁୟର୍କ ପୂର୍ବ ଜିଳ୍ଲାରେ ଆମେରିକା ଡିଷ୍ଟ୍ରିଟ୍ କୋର୍ଟରେ ଅଭିଯୋଗ କରିଛନ୍ତି । ସଦସ୍ୟ ଭିଟେନ ଜେନ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆମର ସହାୟକ କମ୍ପାନୀଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରସ୍ତାବିତ ୟୁଏସଡି ନାମିତ ବର୍ଡ ଅଫର ସହିତ ଅଗ୍ରଗତି ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ଲୁମବର୍ଗ ଅନୁଯାୟୀ ଆମେରିକାର ଅଭିଯୋଗ ପରେ କମ୍ପାନୀଗୁଡିକ ୬୦୦ ମିଲିୟନ ଡଲାରର ବଣ୍ଡ ବାତିଲ କରିଛନ୍ତି । ଷ୍ଟକ ବଜାର ହ୍ରାସ ଫଳରେ ଖାଲି ଆଶନୀ ଗ୍ରୁପ ନୂହେଁ, ବହୁ ବଡ ବଡ କମ୍ପାନୀଙ୍କ ସେୟାର ମଧ୍ୟ ହ୍ରାସ ହୋଇଛି ।

ଉତ୍ପନ୍ନା ଏକାଦଶୀ ସଂଧ୍ୟାରେ ଏମିତି କଲେ ଋଣରୁ ହୋଇଯିବେ ମୁକ୍ତ

ନନ୍ଦିଘୋଷ ବ୍ୟୁରୋ : ଉତ୍ପନ୍ନା ଏକାଦଶୀ ହିନ୍ଦୁ ଧର୍ମରେ ଗୋଟିଏ ଏକାଦଶୀ । ମାର୍ଗଶୀର ମାସ କୃଷ୍ଣପକ୍ଷ ଏକାଦଶୀକୁ ଉତ୍ପନ୍ନା ଏକାଦଶୀ ଭାବେ ପାଳନ କରାଯାଏ  । ଏହି ଏକାଦଶୀର ମହତ୍ତ୍ବ ରହିଛି କାରଣ ଭଗବାନ ବିଷ୍ଣୁଙ୍କ ଉପାସନା ଏହି ଏକାଦଶୀର ଉତ୍ପତ୍ତି ସହିତ ଜଡିତ । ଶାସ୍ତ୍ରରେ ଏହାକୁ ପ୍ରଥମ ଏକାଦଶୀ ଭାବରେ ଗଣାଯାଏ  । ଚଳିତ ବର୍ଷ ୨୬ ନଭେମ୍ବର ମାସରେ ଉତ୍ପନ୍ନ ଏକାଦଶୀର ବ୍ରତ ପାଳନ କରାଯିବ । ଏହି ଏକାଦଶୀ ଦିନ ବିଶେଷ ପଦକ୍ଷଷପ ଗ୍ରହଣ କରିବା ଆର୍ଥିକ କ୍ଷେତ୍ରରେ ଲାଗ ଦାୟକ ଅଟେ । ଜ୍ୟାତିଷଙ୍କ କହିବାନୁଯାୟୀ, ଏହି ଦିନ କିଛି ନିଆରା ଉପୟ କଲେ ଅର୍ଥିକ ସ୍ଥିତି ଭଲ ରହିବ । ଚଳିତ ବର୍ଷ ଉତ୍ପନ୍ନ ଏକାଦଶୀ ୨୬ ନଭେମ୍ବର ରାତି ୧ ଘଣ୍ଟା ୧ ମିନଟ ଠାରୁ ୨୭ ନଭେମ୍ବର ରାତି ୩ ଘଣ୍ଟା  ୪୭ ମିନଟ ପର୍ଯ୍ୟାନ୍ତ ହେବ । ତେଣୁ ୨୬ ନଭେମ୍ବର ଦିନ ହିଁ ଉତ୍ପନ୍ନା ଏକାଦଶୀ ବ୍ରତ ପାଳନ କରାଯିବ ।

ଆର୍ଥିକ ସଙ୍କଟ ବା ଋଣରୁ ମୁକ୍ତି

ଉତ୍ପନ୍ନା ଏକାଦଶୀ ଦିନ ସଂଧ୍ୟା ସମୟରେ ପୂଜା ସ୍ଥାନରେ ଲାଲ ରଙ୍ଗର ଆସନ ଉପରେ ବସି ଏକ ମାଳା ଧରି ଓଁ ଭଗବତେ ବାସୁଦେବାୟ ନମଃ ମନ୍ତ୍ର ଜପ କରନ୍ତୁ । ଭଗବାନ ବିଷ୍ଣୁଙ୍କୁ ପ୍ରସାଦ ଭାବରେ ହାଲଓ୍ବା ଅର୍ପଣ କରିବା ସହ ଦୀପ ଜାଳନ୍ତୁ ।

ରୋଗରୁ ମୁକ୍ତି ହେବାର ଉପାୟ

ଏହି ଦିନ ସଂଧ୍ୟାରେ ପିପଳୀ ଗଛରେ କଞ୍ଚା କ୍ଷୀର ସହିତ ଜଳ ମିଶାଇ ଡାଳନ୍ତୁ । ଏମିତି କ୍ରମାଗତ ଭାବରେ ୨୧ ଦିନ କରନ୍ତୁ । ପିପଳୀ ଗଛ ମୂଳରୁ ଓଦା ମାଟି ନେଇ କପାଳ ଓ ନାଭିରେ ଲଗାନ୍ତୁ । ଏହି ଦିନ ଭଗବାନ ବିଷ୍ଣୁଙ୍କୁ ଉପାସନା କରିବା ପାଇଁ ଶୁଭ ଦିନ ।

ଶିଘ୍ର ବିବାହ କରିବା ପାଇଁ ଉପାୟ

ଉତ୍ପନ୍ନା ଏକାଦଶୀ ଦିନ ଲାଲ କିମ୍ବା ହଳଦିଆ ରଭ୍ଗର ପୋଷାକ ଧାରଣ କରନ୍ତୁ । ଶାଳଗ୍ରାମକୁ ସ୍ନାନ କରିବା ପରେ ଚନ୍ଦନ ଲଗାଇ ହଳଦିଆ ଆସନରେ ବସାନ୍ତୁ । ତୁଳସୀ ଅର୍ପଣ କରନ୍ତୁ । ଆଉ ତୁମ ବିବାହ ଶିଘ୍ର ହୋଇଯାଉ ବୋଲି ପ୍ରାର୍ଥନା କରନ୍ତୁ ।

ଏକାଦଶୀ ଦିନ ବିଷ୍ଣୁଙ୍କ ଏହି ମନ୍ତ୍ର ଜପ କରନ୍ତୁ

  • ଓଁ ନାରାୟଣାୟ ବିଦ୍ମହେ, ବାସୁଦେବାୟ ଧୀମହି, ତନ୍ନୋ ବିଷ୍ଣୁ ପ୍ରଚୋଦୟାତ୍
  • ଓଁ ବିଷ୍ଣବେ ନମଃ
  • ଓଁ ନମୋ ଭଗବତେ ବସୁଦେବାୟ ନମଃ
  • ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ, ହେ ନାଥ ନାରାୟଣ ବାସୁଦେବ

ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକଙ୍କୁ ନିର୍ମମ ହତ୍ୟା

ଆସିକା : ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ବନ୍ଧାଗୁଡା ହାଇସ୍କୁଲ ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀକୁ ନିର୍ମମ ହତ୍ୟା। ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଛି। ଗତକାଲି ସନ୍ଧ୍ୟାରେ ବାଇକରେ ଅନନ୍ତ ସହ ୨ ଜଣ ଯାଉଥିବା ସମୟରେ ଏକ ବୋଲେରୋ ତାଙ୍କ ପିଛା କରିଥିଲା। ହଠାତ ଅନନ୍ତଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କୁ ଘୋଷlରି ଘୋଷାରି ନେଇ ସଙ୍ଘବଦ୍ଧ ଭାବେ ତାଙ୍କ ମୁଣ୍ଡ ଓ ଦେହକୁ ଶକ୍ତ ଆଘାତ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ  ଅନନ୍ତର ମୃତ୍ୟୁ ଘଟିଛି । ଅନ୍ୟ ୨ ଜଣ ଏସବୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଅନନ୍ତ ସହ ଥିବା ୨ ଜଣଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ଖୋଳତାଡ଼ କରୁଛି ପୋଲିସ। ଅନନ୍ତ ନାଁରେ ଗଂଜାମ ଜିଲ୍ଲାର ବିଭିନ୍ନ ଥାନାରେ ପ୍ରାୟ ୨୫ଟି ଅପରାଧିକ ମାମଲା ରହିଛି।

ବାଙ୍କୀ ଟି ସେତୁ ଉପରେ ପୋଲିସ ଗୋରୁ ମାଫିଆ ମୁହାଁମୁହିଁ

ବାଙ୍କୀ : ଗୋ ଚାଲାଣ ବେଳେ ବାଙ୍କୀ ଟି ସେତୁ ଉପରେ ପୋଲିସ ଗୋରୁ ମାଫିଆ ମୁହାଁମୁହିଁ।  ପରେ ପୋଲିସ ପକ୍ଷରୁ ଗୁଳିଚାଳନା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ବେଗୁନିଆରୁ ତିଗିରିଆକୁ ଗୋରୁ ଚାଲାଣ ହେଉଥିଲା। ଏକ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଅଟକାଇଥିଲା ବୈଦେଶ୍ଵର ପୋଲିସ। ଗାଡ଼ି ଅଟକାଇବାରୁ ପୋଲିସ ଉପରକୁ ଅତର୍କିତ ବୋମାମାଡ଼ କରି ଗୋରୁ ମାଫିଆ ଖସି ପଳାଇବାକୁ ଚେଷ୍ଟା କରୁଥିଲେ। ଫଳରେ  ପୋଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ଗୋରୁ ଗାଡ଼ି ସହ ୨୬ଟି ଗୋରୁ ଉଦ୍ଧାର କରାଯାଇଛି। କିଛି ଅଫୁଟା ବୋମା ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

ମାଲକାନଗିରିରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ମାଲକାନଗିରି  : ମାଲକାନଗିରି ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ। ମାଓବାଦୀଙ୍କ ଗୁଳିରେ ଜଣେ ଡିଭିଏଫ ଜବାନ ଆହତ ହୋଇଛନ୍ତି । ଏମଭି-୭୯  ଥାନା ଜିନେଲଗୁଡା ଗାଁ ନିକଟସ୍ଥ ଜଙ୍ଗଲରେ ଗୁଳି ବିନିମୟ। ଛତିଶଗଡରୁ କିଛି ମାଓବାଦୀ ଆସି ଲୁଚି ରହିଥିବା ନେଇ ସୂଚନା ମିଳିଥିଲା । ଏହା ପରେ ଏସଓଜି ଓ ଡିଭିଏଫ ବାହିନୀ ତରଫରୁ ସେଠାରେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ଭୋର ସମୟରେ ଯବାନ ମାନେ ନକ୍ସଲ ଶିବିର ପାଖରେ ପହଞ୍ଚିବା ବେଳେ ନକ୍ସଲ  ଗୁଳି ଚାଳନା କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ଯବାନ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ନିଆଯାଉଛି ।

ମହାକାଶକୁ କଦଳୀ ପଠାଇଲେ ଏଲନ୍ ମସ୍କ !

ନନ୍ଦିଘୋଷ ବ୍ୟୁରୋ :  ଆମେରିକାର ଶିଳ୍ପପତି ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ଏହାର ଷଷ୍ଠ ଷ୍ଟାରସିପ୍ ପରୀକ୍ଷା କରିଛି  । ଏହି ସମୟରେ, କମ୍ପାନୀ ଏକ ଅଦୃଶ୍ୟ ପରୀକ୍ଷଣ କରିଥିଲା, ଯାହା ଜାଣିବା ପରେ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି ।  ସ୍ପେସ୍ ଏକ୍ସ ଷ୍ଟାରସିପରେ ମହାକାଶଚାରୀ ଭାବରେ କଦଳୀ ପଠାଇଛି  । ସ୍ପେସଏକ୍ସ କାର୍ଗୋରେ କଦଳୀକୁ ସୁରକ୍ଷିତ ଭାବରେ ପଠାଯାଇଥିଲା  । ନଭେମ୍ବର ୨୦, ବୁଧବାର ଦିନ ସ୍ପେସ୍ ଏକ୍ସ ଆମେରିକାର ଦକ୍ଷିଣ ଟେକ୍ସାସର ଷ୍ଟାରବେସରୁ ବିମାନ ଉଡ଼ାଣ ଆରମ୍ଭ କରିଛି । ଷ୍ଟାରସିପ୍ ଏକ ପୁନଃ ବ୍ୟବହାର ଯୋଗ୍ୟ ରକେଟ୍ ଭାବରେ ବିବେଚନା କରାଯାଏ, ଯାହା ବହୁତ ଭାରୀ  ।

ମହାକାଶକୁ କଦଳୀ ପଠାଇବା ଯୋଜନା ପଛର ବଡ କାରଣ ସାମ୍ନାକୁ ଆସିଛି । ଆଗାମୀ ସମୟରେ ଶୂନ ମାଧ୍ୟାକର୍ଷଣ ସୂଚକକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ପୁରୁଣା ପରମ୍ପରାରୁ ମୁକ୍ତି ପାଇବା ପାଇଁ ଏହି ଅନନ୍ୟ ପରୀକ୍ଷଣ କରାଯାଇଛି  । ଯେତେବେଳେ କୌଣସି ବିମାନ ମହାକାଶକୁ ପଠାଯାଏ, ଯାନଟି ମାଇକ୍ରୋ ମାଧ୍ୟାକର୍ଷଣରେ ପ୍ରବେଶ କରିବ ଜାଣିବା ପାଇଁ ଛୋଟ ଛୋଟ ଜିନିଷ ଅନ୍ତର୍ଭୂକ୍ତ କରାଯାଏ ।

ଏହି ପଦ୍ଧତିଟି ଅତି ସରଳ ଏବଂ ପ୍ରଭାବଶାଳୀ ଭାବରେ ବିବେଚନା କରାଯାଏ  । ବୈଜ୍ଞାନିକମାନେ ଏହା ପୂର୍ବରୁ ମଧ୍ୟ ଏପରି ପରୀକ୍ଷଣ କରିଆସୁଛନ୍ତି । କିନ୍ତୁ ଏଲୋନ୍ ମସ୍କର କମ୍ପାନୀର ଏହି ପରୀକ୍ଷଣକୁ କେବଳ ପରମ୍ପରା କୁହାଯାଇପାରିବ ନାହିଁ  । ଆମେରିକାର ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ କୁ ପ୍ରଦର୍ଶନ କରିବାକୁ ସ୍ପେସଏକ୍ସ ଏହି ପେଲୋଡ୍(କଦଳୀ) ବ୍ୟବହାର କରିଛି ବୋଲି ବିଶ୍ୱାସ କରାଯାଏ  । କଦଳୀକୁ ମହାକାଶକୁ ପଠାଇ ମସ୍କର କମ୍ପାନୀ ଏହାର ଭବିଷ୍ୟତରେ ରାସ୍ତାକୁ ସହଜ କରିବାକୁ ଚାହୁଁଛି  । FAX ସହିତ ଏହାର ଭବିଷ୍ୟତ ବୁଝାମଣାକୁ ଶୃଙ୍ଖଳିତ କରିବା ପାଇଁ ସ୍ପେସଏକ୍ସ ଏହି ପରୀକ୍ଷଣର ଉଦ୍ଦେଶ୍ୟ ଉପରେ ବିଚାର କରୁଛି  । ଭବିଷ୍ୟତରେ ସ୍ପେସ୍ ପ୍ରୋଜେକ୍ଟଗୁଡିକ ବିଳମ୍ବର ସମ୍ମୁଖୀନ ନହେବା ପାଇଁ ଏହା କରାଯାଉଛି  । ଷ୍ଟାରସିପର ଭବିଷ୍ୟତ ମିଶନରେ ମଧ୍ୟ ଏହିପରି ପରୀକ୍ଷଣ ଦେଖିବାକୁ ମିଳେ  । କଦଳୀ ମଧ୍ୟ କାର୍ଗୋ ପରୀକ୍ଷା ଆରମ୍ଭ କରିବାକୁ ସ୍ପେସ୍ ଏକ୍ସର ପ୍ରସ୍ତୁତିର ପ୍ରତୀକ ପାଲଟିଛି । ସ୍ପେସ୍ ଏକ୍ସ ଆସନ୍ତା ବର୍ଷ ସୁଦ୍ଧା ମହାକାଶକୁ ମାଲ ପରିବହନ କରିବାକୁ ଯୋଜନା କରିଛି ।ଏହାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକରେ କାମ ଜାରି ରହିଛି  ।

୯୦ ଟଙ୍କାରେ ଘର ଉପଲବ୍ଧ ! ଅସନ୍ତୁଷ୍ଟ ଲୋକଙ୍କ ପାଇଁ ନିଆରା ଅଫର

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ବିଜୟକୁ ନେଇ ଅନେକ ଲୋକ  ଖୁସି ନୁହଁନ୍ତି । ଏଥିପାଇଁ ଅନେକ ବଡ ଲୋକ ଦେଶ ଛାଡିବା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ଟ୍ରମ୍ପଙ୍କ ବିଜୟ ପରେ ଲୋକମାନେ କହିଛନ୍ତି ଯେ ଟ୍ରମ୍ପ କ୍ଷମତାକୁ ଆସିବା ପରେ ସେମାନେ ଦେଶରେ ସେମାନଙ୍କର ଭବିଷ୍ୟତ ଦେଖନ୍ତି ନାହିଁ । ଏହିପରି ଲୋକଙ୍କ ପାଇଁ ଶସ୍ତା ଘର ଇଟାଲୀ ଦ୍ୱୀପରେ ଉପଲବ୍ଧ |

ଆମେରିକାରେ ଟ୍ରମ୍ପଙ୍କ ବିଜୟ ପରେ କିଛି ଲୋକ ଆମେରିକା ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଏଲନ୍ ମସ୍କଙ୍କ ଝିଅ ଜେନା ମଧ୍ୟ ଅଛନ୍ତି, ଯିଏ କହିଛନ୍ତି ଯେ ସେ ଆଉ ଆମେରିକାରେ ରହିବାକୁ ଚାହାଁନ୍ତି ନାହିଁ । ଏଭଳି ଲୋକଙ୍କ ପାଇଁ ଇଟାଲୀର ସାର୍ଡିନିଆ ଦ୍ୱୀପକୁ ସ୍ଥିର କରିବା ଲାଗି ପ୍ରୟାସ ଜୋରଦାର ହୋଇଛି । ଇଟାଲୀର ଗ୍ରାମାଞ୍ଚଳରେ ଅର୍ଥନୈତିକ ଅବନତି ଏବଂ ଜନସଂଖ୍ୟା ହ୍ରାସ ଭଳି ସମସ୍ୟା ମଧ୍ୟରେ ଆମେରିକୀୟ ନାଗରିକମାନଙ୍କୁ ଏଠାରେ କମ୍ ମୂଲ୍ୟରେ ଘର ଦିଆଯାଉଛି । ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏଠାରେ କେବଳ ଗୋଟିଏ ୟୁରୋ (୮୯.୩୧ ଟଙ୍କା)ରେ ବିକ୍ରୟ କରିବାକୁ ପ୍ରସ୍ତାବ ଦିଆଯାଉଛି  । ଅଫରରେ ଥିବା ଘରଗୁଡିକ ତିନି ସ୍ତରରେ ଦିଆଯାଉଛି । ଯାତ୍ରୀମାନଙ୍କୁ ମାଗଣାରେ ଅସ୍ଥାୟୀ ଘର ଦିଆଯାଉଥିବାବେଳେ ଏକ ୟୁରୋରେ ଭଙ୍ଗା ଘର ଦିଆଯାଉଛି । ଏହା ବ୍ୟତୀତ, ଆପଣ ୧,୦୦,୦୦୦ ୟୁରୋ (୮୯୧୪୪୧୦.୦୦ ଟଙ୍କା) ମୂଲ୍ୟରେ ଏକ ପ୍ରସ୍ତୁତ ଘର କିଣି ପାରିବେ  ।

ଆମେରିକୀୟ ବିଦେଶୀମାନଙ୍କ ପାଇଁ ଏକ ୱେବସାଇଟ୍ ଉନ୍ମୋଚିତ ହୋଇଛି  । ଯେଉଁମାନେ ଆମେରିକା ଛାଡିବାକୁ ଚାହୁଁଛନ୍ତି ସେମାନଙ୍କୁ ଶସ୍ତା ଘର ଦିଆଯାଉଛି  । ଲୋକମାନେ ଶୀଘ୍ର ଏହି ସମ୍ପତ୍ତି କିଣିବେ ବୋଲି ସାର୍ଡିନିଆ କର୍ତ୍ତୃପକ୍ଷ ଆଶା କରୁଛନ୍ତି  ।  ଆଶା କରାଯାଉଛି କି,  ଆମେରିକାର ଲୋକମାନେ ଦ୍ୱୀପକୁ ପୁନର୍ଜୀବିତ କରିବାରେ ସାହାଯ୍ୟ କରିବେ ।  ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକାର ଲୋକଙ୍କ ବ୍ୟତୀତ ଅନ୍ୟ ଦେଶର ଲୋକଙ୍କୁ ମଧ୍ୟ ଏଠାରେ ସ୍ୱାଗତ କରାଯିବ । ଏହି ଦ୍ୱୀପରେ କେବଳ ୧୧୫୦ ବାସିନ୍ଦା ଅଛନ୍ତି | ଅର୍ଥନନୈତିକ ଅବସ୍ଥା ଖରାପ ହେତୁ ଲୋକମାନେ ଦ୍ୱୀପ ଛାଡିଛନ୍ତି।

ଜେଲରେ ହେବ ଓପନ ଜିମ୍, ୧.୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି ସରକାର

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଜେଲରେ ବନ୍ଦୀମାନଙ୍କ ପାଇଁ ଓପନ ଜିମ୍ ତିଆରି କରାଯିବ । ୟୁପି କ୍ୟାବିନେଟରେ ଏଥିପାଇଁ ୧.୯ କୋଟି ଟଙ୍କା ବଜେଟ୍ ଅନୁମୋଦନ କରାଯାଇଛି। ବୁଧବାର ୟୁପିର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ରାଜ୍ୟର ସମସ୍ତ ୭୫ ଜେଲ ଏବଂ ସବ-ଜେଲରେ ତଥା ଲକ୍ଷ୍ନୌର ଡକ୍ଟର ସାମୁର୍ନାନନ୍ଦ ଜେଲ ତାଲିମ କେନ୍ଦ୍ରରେ ଓପନ ଜିମ୍ ସ୍ଥାପନ କରିବାର ଯୋଜନା ରହିଛି ।

ଏଥିରେ ପ୍ରାୟ ଏକ ଲକ୍ଷ କଏଦୀ ଉପକୃତ ହେବେ । ଏହାପୂର୍ବରୁ ନଭେମ୍ବର ୧୩ ରେ ଏକ କାର୍ଯ୍ୟକ୍ରମରେ ଜେଲ ମନ୍ତ୍ରୀ ଦାରା ସିଂ ଚୌହାନ ବନ୍ଦୀମାନଙ୍କ କଲ୍ୟାଣରେ ଉନ୍ନତି ଆଣିବା ପାଇଁ  ଗୁରୁତ୍ୱାରୋପ କରିଥିଲେ । ଚୌହାନ କହିଛନ୍ତି ଯେ, ବନ୍ଦୀମାନଙ୍କ ଶାରୀରିକ ତଥା ମାନସିକ ସ୍ବାସ୍ଥ୍ୟର ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ଜେଲ ଅଧିକାରୀ କହିଛନ୍ତି ଯେ, ଏହା ବନ୍ଦୀମାନଙ୍କ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହେବ । ଯଦି ତାଙ୍କ ସ୍ୱାସ୍ଥ୍ୟ ଭଲ ତେବେ ସେ ଜେଲରୁ ବାହାରିବା ପରେ ଭଲ ଜୀବନ ଆରମ୍ଭ କରିବାକୁ ସକ୍ଷମ ହେବେ ।

ୟୁପି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଓପନ ଜିମ୍ ପାଇଁ ପ୍ରସ୍ତାବ ସେପ୍ଟେମ୍ବର ୪ ରେ କ୍ୟାବିନେଟରେ ଉପସ୍ଥାପିତ ହୋଇଥିଲା ଏବଂ ଏହାକୁ ନଭେମ୍ବର ୧୯ରେ ଅନୁମୋଦନ କରାଯାଇଥିଲା ।  ୟୁପି ଜେଲ୍ ପ୍ରଶାସନ ଏବଂ ସଂଶୋଧନ ସେବା ମହାନିର୍ଦ୍ଦେଶକ ପି.ଭି ରାମାଶସ୍ତ୍ରୀଙ୍କୁ ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ଚଳିତ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ସମସ୍ତ ସ୍ଥାନରେ ଜିମ୍ ଉପକରଣ ସ୍ଥାପନ କରିବା ପାଇଁ ଦାୟିତ୍ବ ଦିଆଯାଇଛି ।