spot_img
Home Blog Page 1376

ରାସ୍ତା ନିର୍ମାଣରେ ଅନିୟମିତତା, ଲାଗିନାହିଁ ବ୍ୟୟ ଅଟକଳ ଫଳକ

ନନ୍ଦିଘୋଷ ବ୍ୟୁରୋ: ଗମନାଗମନ ସୁବିଧା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ ହେଉଛି । ହେଲେ କିଛି ଅସାଧୁ ଅଧିକାରୀ ଓ ମୁନାଫାଖୋର ଠିକାଦାରଙ୍କ ପାଇଁ ଯୋଜନା ବାଟବଣା ହେଉଛି । ଏହିପରି ଭାବେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା କଟକ ଜିଲ୍ଲା ନେମାଳ ତିଳକଣାଠାରୁ ତରିତୋ ପର୍ଯ୍ୟନ୍ତ ୧୦ କିଲୋମିଟର ରାସ୍ତା ନିର୍ମାଣ କାମ ନିମ୍ନମାନର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । କାର୍ଯ୍ୟର ସଠିକ ତଦାରଖ ହେଉନଥିବା ବେଳେ ରାସ୍ତାର ସ୍ଥାୟୀତ୍ଵ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରାସ୍ତା ନିର୍ମାଣରେ ଅନୀୟମିତତା । ରାସ୍ତା ନିର୍ମାଣ ପାଇଁ ଲାଗିନାହିଁ ବ୍ୟୟ ଅଟକଳ ଫଳକ। ଗୋଡ଼ି ଉପରେ ନାମକୁ ମାତ୍ର ଡଷ୍ଟ ଛିଞ୍ଚି ତରବରିଆ ଭାବେ ଚାଲିଛି ରାସ୍ତା କାମ । ଖାଲ ସ୍ଥାନରୁ ଜମିଥିବା ପାଣି ଡ୍ରେନ ନକରି ଢ଼ଲେଇ ପକାଯାଉଛି । କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ କଟକ ଜିଲ୍ଲା ନେମାଳ ତିଳକଣାଠାରୁ ତରିତୋ ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ଲମ୍ଵ ରାସ୍ତା ନିର୍ମାଣ ହେଉଛି l ଏହି ରାସ୍ତା ଅଚ୍ୟୁତାନନ୍ଦ ପୀଠକୁ ସଂଯୋଗ କରୁଥିବାରୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଯାତାୟତ କରିଥାନ୍ତି । ଏହାସହିତ ମନ୍ତ୍ରୀ ବିଧାୟକଙ୍କଠାରୁ ଆରମ୍ଭ କରି ସରକାରୀ ଅଧିକାରୀ, ସାଧାରଣ ଜନତା ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯାତାୟତ କରିଥାନ୍ତି । ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ରାସ୍ତାର ସ୍ଥାୟୀତ୍ଵ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଯୋଗ କଲେ ମଧ୍ୟ କେହି ଶୁଣିନଥିବା କହିଛନ୍ତି ଗ୍ରାମବାସୀ ।

ଗମନାଗମନ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ବାସ୍ତବ କାର୍ଯ୍ୟ ଦିଗହରା ହେଉଛି l ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତାରାରେ କାର୍ଯ୍ୟ ନିମ୍ନ ମାନର ହେଉଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ l ଦୀର୍ଘ ବର୍ଷ ଧରି ଏହି ରାସ୍ତାଟି ଦୟନୀୟ ହୋଇପଡ଼ିଥିଲା । ବାରମ୍ବାର ଦାବି ପରେ ପୂର୍ବ ସରକାର ନୂତନ ରାସ୍ତା ପାଇଁ ଟଙ୍କା ମଞ୍ଜୁର କରିଥିଲେ । ପ୍ରାୟ ୨୨ କୋଟି ଟଙ୍କା ବ୍ୟୟ ଅଟକଳରେ ରାସ୍ତା କାମ ଆରମ୍ଭ ହୋଇଛି । ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ କାର୍ଯ୍ୟ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ନିମ୍ନମାନର କାମ ପାଇଁ ରାସ୍ତାର ସ୍ତାୟୀତ୍ଵ ନେଇ ଉଠିଛି ପ୍ରଶ୍ନ । ତଦନ୍ତ କରି ସଠିକ ଢଙ୍ଗରେ କାର୍ଯ୍ୟ କରିବାକୁ ଦାବି ହୋଇଛି । ଏ ବାବଦରେ ଆମେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସନ୍ତୋଷ ଜନକ ଉତ୍ତର ମିଳିପାରିନାହିଁ ।

ଟିମ ଇଣ୍ଡିଆର ଖେଳାଳିଙ୍କ ସହ ଏଡିଲେଡରେ ଏମିତି ବ୍ୟବହାର କଲେ ଦର୍ଶକ, ବିସିସିଆଇ କହିଲା..

ନନ୍ଦିଘୋଷ ବ୍ୟୁରୋ: ବର୍ଡର ଗାଭାସ୍କର ଟ୍ରଫି ଖେଳିବା ପାଇଁ ଭାରତ ଏବେ ଅଷ୍ଟ୍ରେଲିଆରେ ରହିଛି । ପ୍ରଥମ ଟେଷ୍ଟରେ ଭାରତ ବିଜୟ ହୋଇଥିବାବେଳେ ଦ୍ବିତୀୟ ଟେଷ୍ଟ ଏଡିଲେଡରେ ଆସନ୍ତା ୬ ତାରିଖରୁ ଖେଳାଯିବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ଭାରତୀୟ ଖେଳାଳିଙ୍କ ସହ ଖରାପ ବ୍ୟବହାର କରାଯାଇଥିବା କୁହାଯାଇଛି । ଭାରତ ଯେତେବେଳେ ଅଭ୍ୟାସ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲା ସେତେବେଳେ ୩ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ରହିଥିଲେ । ଏଠାରେ କିଛି ଦର୍ଶକ ରୋହିତ ଏବଂ ପନ୍ତଙ୍କ ଭଳି ଖେଳାଳିଙ୍କ ଶରୀରକୁ ନେଇ କମେଣ୍ଟ କରିଥିଲେ । ସେପଟେ କୋହଲି ଏବଂ ଗିଲ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି । ଗିଲ ଏବଂ କୋହଲି ପ୍ରଂଶସକମାନେ ଘେରି ରହିଥିଲେ । ଏବଂ କିଛି ଦର୍ଶକ ଫେସବୁକରେ ଲାଇଭ କରିଥିଲେ । ଆଉ ହାଏ କରିବା ପାଇଁ ବାଧ୍ୟ କରିଥିଲେ । ଯାହାକୁ ନେଇ ବିସିସିଆଇ ପକ୍ଷରୁ ଅଭ୍ୟାସ ବେଳେ ଦର୍ଶକଙ୍କ ଏଣ୍ଟ୍ରି ଉପରେ ପ୍ରତିବନ୍ଧକ ଲଗାଇଥିବା କୁହାଯାଇଛି । ଅନ୍ୟପଟେ ଅଷ୍ଟ୍ରେଲିଆ ଦଳର ଅଭ୍ୟାସ ବେଳେ ମାତ୍ର ୭୦ଜଣ ଦର୍ଶକ ଥିବା କୁହାଯାଇଛି ।

ବାପା ମା’ଙ୍କ ସହ ଝିଅକୁ ମାରିଦେଲେ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ପୁଣି ମର୍ଡର। ନବସରାଇରେ ଦମ୍ପତି ଓ ତାଙ୍କ କନ୍ଯାକୁ କରାଯାଇଛି ହତ୍ଯା। ତେବେ ମର୍ଣ୍ଣିଂୱାକରେ ଯାଇଥିବାରୁ ପୁଅ ବର୍ତ୍ତିଯାଇଛି। ମୃତକ ହେଲେ ୫୩ ବର୍ଷ ବୟସ୍କ ରାଜେଶ, ପତ୍ନୀ କୋମଲ ଓ ୨୩ ବର୍ଷ ବୟସ୍କା ଝିଅ କବିତା। ଏହି ଘଟଣାକୁ ନେଇ ବଢିଛି ରାଜନୀତି। ମର୍ଣ୍ଣିଂୱାକରୁ ଫେରିବା ପରେ ଘରେ ୩ ଜଣଙ୍କୁ ହତ୍ଯା କରାଯାଇଥିବା ନେଇ ଦେଖିଥିଲା ପୁଅ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ମୁଖ୍ଯମନ୍ତ୍ରୀ ଆତିଶୀ ଓ ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ। ଦିଲ୍ଲୀରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ଏହାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ବିଫଳ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ପୂର୍ବତନ ଫେମିନା ମିସ୍ ଇଣ୍ଡିଆଙ୍କୁ ଡିଜିଟାଲ ଆରେଷ୍ଟ କରି ଠକିନେଲେ ୯୯ ହଜାର

ନନ୍ଦିଘୋଷ ବ୍ୟୁରୋ: ସାଇବର ଠକଙ୍କ ଶିକାର ହେଲେ ପୂର୍ବତନ ଫେମିନା ମିସ୍ ଇଣ୍ଡିଆ ଶିବାଙ୍କିତା ଦିକ୍ଷିତ । ଡିଜିଟାଲ ଆରେଷ୍ଟ କରି ଠକିନେଲେ ୯୯ ହଜାର । ସାଇବର ଠକ ଜଣକ ନିଜକୁ ସିବିଆଇ ଅଧିକାରୀ କହି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସାଇବର ଠକ ଜଣକ ବଡ଼ ଚାଲାକର ସହ ନେଇଥିବା ସେ ସାଇବର ସେଲରେ ଅଭିଯୋଗ କରିଛନ୍ତି । ସେ ଜଣାଇଛନ୍ତି କି, ମଙ୍ଗଳବାର ତାଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା । ସାଇବର ଠକ ଜଣକ ତାଙ୍କୁ ଡରାଇ କହିଥିଲା କି, ମୁଁ ହେଉଛି ସିବିଆଇ ଅଧିକାରୀ । ତୁମ ଆଧାର ନମ୍ବରରେ ଦିଲ୍ଲୀରେ ଏକ ସିମ କାର୍ଡ ରହିଛି । ଯେଉଁ ନମ୍ବର ଆଧାରରେ ଏକ ଆକାଉଣ୍ଟ ଖୋଲାଯାଇଛି । ଆଉ ଏହି ଆକାଉଣ୍ଟକୁ ମନି ଲଣ୍ଡରିଂ, ମାନବ ଚାଲାଣ ଏବଂ ଶିଶୁ ଅପହରଣ କରାଯାଉଥିବାର ଟଙ୍କା ଟ୍ରନ୍ସଫର ହେଉଛି । ତାଙ୍କ ସହ ଦୀର୍ଘ ସମୟ ଧରି ଭିଡିଓ କଲରେ ମଧ୍ୟ ବାର୍ତ୍ତାଳାପ କରିଥିଲେ । ଆଉ ଏହାପରେ ସେ ଶିବାଙ୍କିତା ଡରି ଯିବା ସହ ସେ କହିଥିବା ମୁତାବକ ଟଙ୍କା ମଧ୍ୟ ଦେଇଥିଲେ । ସେ ଅନଲାଇନରେ ୯୯ ହଜାର ଟଙ୍କା ପଠାଇଥିଲେ । ସେପଟେ କବାଟ ବାହାରେ ତାଙ୍କ ବାପା ଯେତେ ଡାକିଥିଲେ ମଧ୍ୟ ସେ ଶୁଣିନଥିଲେ । ପରେ ବାପା ଜାଣିଥିଲେ କି, ଝିଅ ସାଇବର ଠକଙ୍କ ଶିକାର ହୋଇଛନ୍ତି । ପରେ ବାପା ଝିଅ ଯାଇ ସାଇବର ସେଲରେ ଅଭିଯୋଗ କରିଛନ୍ତି ।

ପୁଣି ଗର୍ଜିଲା ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍, ଅଣ୍ଡର-୧୯ ଏସିଆ କପରେ…

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ମେଗା ଅକ୍ସନ ପରେ ସୋସିଆଲ ମିଡିଆରେ ବେଶ ଟ୍ରେଣ୍ଡ କରୁଛନ୍ତି ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । କେବଳ ସୋସିଆଲ ମିଡିଆ କାହିଁକି ଏବେ ସେ ସବୁଠି ଚର୍ଚ୍ଚାର ବିଷୟ ହୋଇଛନ୍ତି  । ମାତ୍ର ୧୩ ବର୍ଷ ବୟସରେ ସେ କୋଟିପତି ଖେଳାଳି ହୋଇଛନ୍ତି । ଆଇପିଏଲ ୨୦୨୫ ପାଇଁ ରାଜସ୍ଥାନ ରୟାଲ୍ସ ତାଙ୍କ ନିଜ ଦଳରେ ସାମିଲ କରିଛି । ୧.୧୦ କୋଟି ଟଙ୍କାରେ ଦଳ ତାଙ୍କୁ ସାମିଲ କରିଛି । କମ ବୟସ୍କ ଖେଳାଳିଭାବେ ସେ ଆଇପିଏଲ ଖେଳିବାକୁ ଯାଉଥିବାବେଳେ ଅଧିକ ଦାମରେ ମଧ୍ୟ କିଣା ହୋଇଛନ୍ତି । ଏତେ ଟଙ୍କାରେ ରାଜସ୍ଥାନ ତାଙ୍କୁ କାହିଁକି କିଣିଛି ତାହାର ଉତ୍ତର ଦେଉଛନ୍ତି ବୈଭବ । ଏବେ ଅଣ୍ଡର-୧୯ ଏସିଆ କପ ଚାଲିଥିବାବେଳେ ସେ ଦମଦାର ପ୍ରଦର୍ଶନ କରୁଛନ୍ତି । ୟୁଏଇ ବିପକ୍ଷ ମ୍ୟାଚରେ ସେ ଧୂଆଁଧାର ଅର୍ଦ୍ଧଶତକ ହାସଲ କରିଛନ୍ତି । ବୁଧବାର ଖେଳାଯାଇଥିବା ମ୍ୟାଚରେ ସେ ୪୬ ବଲରୁ ୭୬ ରନ କରିବାରେ ସକ୍ଷମ ହୋଇଛନ୍ତି । ଭାରତ ଆଗରେ ୧୩୮ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଦଳ ୧୬.୧ ବଲରେ ବିଜୟ ହାସଲ କରିଛି ।

ଗୋଟିଏ କାରରେ ରାଜଭବନରେ ପହଂଚି ସରକାର ଗଠନ ଦାବି ରଖିଲେ ସିନ୍ଦେ,ଫଡନାବିସ ଓ ପାୱାର ତ୍ରିମୂର୍ତ୍ତି

ନନ୍ଦିଘୋଷ ବ୍ୟୁରୋ: ସରିଲା ସସପେନ୍ସ । ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ହେଲା ଦାବି । ବୁଧବାର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବା ପରେ ଏବେ ସରକାର ଗଠନ ପାଇଁ ଦାବି ରଖିଛନ୍ତି ତ୍ରିମୂର୍ତ୍ତି । ମହାରାଷ୍ଟ୍ର ରାଜନୀତିର ତିନି ପ୍ରମୁଖ ଚେହେରା ଫଡନାସିବ,ସିନ୍ଦେ ଏବଂ ପାଓ୍ବାର । ଏହି ତିନି ନେତା ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ପାଖରେ ପହଞ୍ଚି ଦାବି ଜଣାଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍‌ର୍‌ର କଥା ହେଉଛି କି, ଏମାନେ ତିନିଜଣ ଗୋଟିଏ କାରରେ ଆସି ରାଜଭବନରେ ପହଞ୍ଚିଛନ୍ତି । ରାଜ୍ୟପାଳଙ୍କୁ ଦାବି ଜଣାଇଥିବା ବେଳର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଫଡନାସିଭ ଏଥର ମୁଖ୍ୟମନ୍ତ୍ରୀ ହେବାକୁ ଥିବାବେଳେ ମନ୍ତ୍ରୀ ମଣ୍ଡଳରେ କେଉଁମାନଙ୍କୁ ସ୍ଥାନ ମିଳିବ ତାହା ବେଶ ଚର୍ଚ୍ଚାର ବିଷୟ ରହିଛି । କାରଣ ମହାରାଷ୍ଟ୍ରରେ ମେଣ୍ଟ ସରକାର ହୋଇଥିବାବେଳେ କେଉଁ ଦଳରୁ କେତେ ଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଆସନ୍ତାକାଲି ଫଡନାସିବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପାଇଁ ଯାଉଥିବା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ସେପଟେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ଫଡନାସିବଙ୍କ ନାମରେ ମୋହର ବାଜିଛି । ଏହାସହ ସେ ତୃତୀୟଥର ଲାଗି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ।

କେନ୍ଦ୍ରର ଚାଷୀମାରଣ ନୀତିକୁ ସାଂସଦଙ୍କ ଜୋରଦାର ବିରୋଧ

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରର ଚାଷୀମାରଣ ନୀତିକୁ ସାଂସଦଙ୍କ ଜୋରଦାର ବିରୋଧ। ଏହାକୁ ନେଇ ରାଜ୍ଯସଭା ହୁଲସ୍ତୁଲ। ବିରୋଧୀ ସାଂସଦମାନେ ଗୃହ କରିଛନ୍ତି ବର୍ଜନ। ଚାଷୀଙ୍କ ଲାଗି ଏମଏସପି କ୍ଷେତ୍ରରେ ସରକାର କୁମ୍ଭୀର କାନ୍ଦଣା କରୁଥିବାରୁ ଏହାକୁ ନେଇ ଟାର୍ଗେଟ କରିଛନ୍ତି ବିରୋଧୀ। ସେପଟେ ଆଦାନୀ ପ୍ରସଙ୍ଗରେ ବି ସଂସଦ ବାହାରେ ବିରୋଧୀ ସାଂସଦ କରିଛନ୍ତି ନାରାବାଜି। କିଛି ଦିନ ଧରି ଉତ୍ତରପ୍ରଦେଶ ସମ୍ଭଲରେ ଚାଲିଥିବା ମସଜିଦ ପ୍ରସଙ୍ଗକୁ ନେଇ ହିଂସା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି ବିରୋଧୀ।

ବିଲରେ ନୌସେନା ହେଲିକପ୍ଟରର ଜରୁରୀ ଅବତରଣ

ବାରିପଦା : ନୌସେନା ହେଲିକପ୍ଟରର ଜରୁରୀ ଅବତରଣ। ବିଲ ଭିତରେ ଜରୁରୀ ଅବତରଣ କଲା ନୌବାହିନୀ ହେଲିକପ୍ଟର। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଅମରଦା ଠାରେ ଅବତରଣ କରିଛି ଏହି ହେଲିକପ୍ଟର। ଚାଷ କାମରେ ନିୟୋଜିତ ଲୋକେ ହେଲିକପ୍ଟରର ଜରୁରୀ ଅବଦରଣ ଦେଖି ଭୟଭୀତ ହୋଇପଡିଥିଲେ। ସେପଟେ ହେଲିକପ୍ଟର ଅବତରଣ ପରେ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିଡ଼ ଲାଗିଛି।  ହେଲିକପ୍ଟରରୁ ଦୁଇ ଜଣ କର୍ମଚାରୀ ବାହାରକୁ ଆସି ଯାନ୍ତ୍ରିକ ତ୍ରୁଟି ସୁଧାରିଥିଲେ। କିଛି ସମୟ ପରେ ପୁଣି ସୁରକ୍ଷିତ ଭାବେ ପୁଣି ଉଡାଣ ଭରିଛି ନୌସେନା ହେଲିକପ୍ଟର।

ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଲେ ଜଗଦୀପ ଧନଖଡ

ନୂଆଦିଲ୍ଲୀ : ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଉପରାଷ୍ଟ୍ରପତି ତଥା ରାଜ୍ଯସଭା ଅଧ୍ଯକ୍ଷ ଜଗଦୀପ ଧନଖଡଙ୍କ ଭର୍ତ୍ସନା । କାହିଁକି ଚାଷୀଙ୍କ ଦାବି ପୂରଣ କରାଯାଉନାହିଁ ଏବଂ କାହିଁକି ଚାଷୀଙ୍କ ସହ ଆଲୋଚନା କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଧନଖଡ । ଚାଷୀମାନେ ସମସ୍ୟା ଘେରରେ ରହିଛନ୍ତି । ଚାଷୀଙ୍କ ସମସ୍ଯା ପ୍ରତି ଦୃଷ୍ଟି ନଦେଲେ ନୀତି ନିର୍ଦ୍ଧାରଣ ପ୍ରଭାବିତ ହେବ । ସେମାନଙ୍କ କଥା ଅଗ୍ରାଧିକାର ଭିତ୍ତିରେ ବୁଝିବା ଲାଗି କେନ୍ଦ୍ର  ସରକାରଙ୍କୁ ସେ ଦେଇଛନ୍ତି ନିର୍ଦ୍ଦେଶ । ମୁମ୍ବାଇରେ ଆୟୋଜିତ ଏକ ସଭାରେ ଯୋଗଦେଇ ଧନଖଡ ଏହା କହିଥିଲେ । ସେହି ଏକାମଞ୍ଚରେ ଅଧିଷ୍ଠିତ ଥିଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ । ଏପରିକି ଚାଷୀଙ୍କ ସମସ୍ଯାର ସମାଧାନ ଲାଗି କିଛି ଲିଖିତ ପ୍ରତିଶ୍ରୁତି ଦିଆଯାଇଛି କି, ଯଦି ଦିଆଯାଇଛି ତେବେ ଏହାର କାର୍ଯ୍ୟକାରିତା ସମ୍ପର୍କରେ କିଛି ସୂଚନା ରହିଛି କି ବୋଲି ଚୌହ୍ବାନଙ୍କୁ ପ୍ରଶ୍ନ କରିଥିଲେ ଧନଖଡ । ଚାଷୀ ସମସ୍ଯା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । କୃଷକଙ୍କ ଧୈର୍ଯ୍ୟ ପରୀକ୍ଷା ଲାଗି ହେଉଥିବା ଚେଷ୍ଟାକୁ ବି ସେ ସମାଲୋଚନା କରିଥିଲେ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭାରତ ଏକୀକରଣ ନୀତିକୁ ଉପସ୍ଥାପନ କରି ଧନଖଡ କହିଥିଲେ- କୃଷକଙ୍କ ସମସ୍ଯା ପ୍ରତି ପ୍ରଥମେ ଅଗ୍ରାଧିକାର ଦିଆଯାଉ । ଭାରତର ଖ୍ଯାତି ସର୍ବଦା ଉଚ୍ଚରେ ରହିଛି । ତେବେ ଚାଷୀମାନେ କାହିଁକି ଦୁଃସ୍ଥିତି ମଧ୍ଯରେ ଗତି କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ଚୀଷୀଙ୍କ ପ୍ରତି କର୍ତ୍ତବ୍ଯରେ ଅବହେଳା ପ୍ରଦର୍ଶନ କଲେ ଏଥିଲାଗି ଅନେକ ମୂଲ୍ଯ ଦେବାକୁ ପଡିବ ବୋଲି ସେ ଚେତାଇଦେଇଛନ୍ତି । ମୁମ୍ବାଇରେ ଆୟୋଜିତ କେନ୍ଦ୍ରୀୟ କପା ପ୍ରଯୁକ୍ତି ସଂକ୍ରାନ୍ତ ଗବେଷଣା ପ୍ରତିଷ୍ଠାନ ବା ସିଆଇଆରସିଓଟର ଶତବାର୍ଷିକୀ ଉତ୍ସବର ଯୋଗ ଦେଇ ଏହା କହିଛନ୍ତି ଧନଖଡ । ଏମଏସପି ଓ ଅନ୍ଯାନ୍ଯ ପ୍ରସଙ୍ଗ ନେଇ ଗତ ଫେବୃଆରୀରୁ ଚାଷୀମାନେ ଆନ୍ଦୋଳନ କରୁଥିବାବେଳେ ଗତ ଆସନ୍ତା ୬ରେ ସେମାନେ ଦିଲ୍ଲୀ ଅଭିଯାନ ଲାଗି ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।

ଜାଣନ୍ତୁ ସୁଖବୀର ବାଦଲଙ୍କ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀର ସମ୍ପୂର୍ଣ୍ଣ ଇତିହାସ

ଚଣ୍ଡିଗଡ : ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ଗୁଳିମାଡ ହୋଇଛି । ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ଦ୍ୱାର ନିକଟରେ ତାଙ୍କ ଉପରକୁ ଗୁଳିମାଡ କରାଯାଇଛି । କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଯୋଗୁଁ ଏକ ବଡ ଦୁର୍ଘଟଣା ବର୍ତ୍ତି ଯାଇଥିଲା । ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ସୁଖବୀର ସେବା କରୁଥିବା ବେଳେ ଜଣେ ବୃଦ୍ଧ ସେଠାରେ ପହଞ୍ଚିଥିଲେ । ପକେଟରୁ ବନ୍ଧୁକ ବାହାର କରିବା ସମୟରେ ସେଠାରେ ସୁରକ୍ଷାରେ ନିୟୋଜିତ ଥିବା ଜଣେ ବ୍ୟକ୍ତି ଦେଖି ଆକ୍ରମଣକାରୀଙ୍କୁ ଅଟକାଇଥିଲେ । ଏହି ସମୟରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ମଧ୍ୟ ଅଟକାଇଥିଲେ । ଫଳରେ ବୁଲେଟ ଯାଇ କାନ୍ଥରେ ବାଜିଥିଲା । ଲୋକମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଆକ୍ରମଣକାରୀଙ୍କୁ ଗିରଫ କରିଥିଲା । ସୂଚନା ଅନୁଯାୟୀ ଆକ୍ରମଣକରୀ ଗୋଟିଏ ଦିନ ପୂର୍ବରୁ ସେଠାରେ ରହି ସୁଯୋଗକୁ ଅପେକ୍ଷା କରିଥିଲା । ଆଉ ଆଜି ଆକ୍ରମଣ କଲା ।

ଘଟଣାକୁ ନେଇ ଅମୃତସର ପୋଲିସ କମିଶନର କହିଛନ୍ତି, ଅପରାଧିକ ରେକର୍ଡ ଥିବା ନାରାୟଣ ସିଂ ଚୌରାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ବାଦଲଙ୍କ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଥିଲା । ସୁଖବୀର ସିଂ ବାଦଲ ସକାଳ ୯ଟାରୁ ୧୦ ମଧ୍ୟରେ ସେବା କରିବା ପାଇଁ ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଥିଲେ ।  ବର୍ତ୍ତମାନରେ ସୁରକ୍ଷିତ ଅଛନ୍ତି । ଘଟଣାର ନାୟିକ ତଦନ୍ତ ଦାବି କରିଛି ଶିରୋମଣୀ ଅକାଳୀ ଦଳ ।

ଆକ୍ରମଣକାରୀ କିଏ ?

ଆକ୍ରମଣକାରୀ ବାବର ଖାଲସା ଇଣ୍ଟରନ୍ୟାସନାଲର ପୂର୍ବତନ ସଦସ୍ୟ ବୋଲି ଜଣାପଡିଛି । ୧୯୮୪ରୁ ପାକିସ୍ତାନ ଯାଇଥିଲା ଓ ପାକିସ୍ତାନରୁ ପଞ୍ଜାବକୁ ଅସ୍ତ୍ରଶସ୍ତ୍ର  ଏବଂ ବିସ୍ଫାରକ ସାମଗ୍ରୀ ଚୋରା ଚାଲାଣ କରୁଥିଲା । ଆକ୍ରମଣକାରୀ ଗରିଲା ଯୁଦ୍ଧ ଉପରେ ଏକ ପୁସ୍ତକ ଲେଖିଥିବା ଜଣାପଡିଛି । ସେ ବୁଡାଲ ଜେଲ ଭାଙ୍ଗିବା ମାମଲାର ଜଣେ ଅଭିଯୁକ୍ତ । ପଞ୍ଜାବ ଜେଲରେ ମଧ୍ୟ ସଜା କାଟିଛି ।ଶିରୋମଣୀ ଅକାଳୀ ଦଳର କହିବାନୁସାରେ, ନାରାୟଣ ସିଂ ଚୌରାର ଭାଇ ନରେନ୍ଦ୍ର ସିଂ ଚୌରା ବାବା ନାନକରେ ଥିବା ଚୌରା ବଜାର କମିଟିର ଅଧ୍ୟକ୍ଷ । ସେ କଂଗ୍ରେସ ସାଂସଦ ସୁଖଜିନ୍ଦର ରଘଓ୍ବାଙ୍କ ନିକଟତର ।

ସୁଖବୀର ସିଂ ବାଦଲ କେଉଁ ଦଣ୍ଡ ଭୋଗୁଛନ୍ତି ?

ସୁଖବିନ୍ଦର ସିଂହ ଓ ବିକ୍ରମ ସିଂହଙ୍କୁ ଶିଖ ଧର୍ମର ସର୍ବୋଚ୍ଚ ସଂଗଠନ ଅକାଲ୍ ତଖକ୍ତ ଦଣ୍ଡ ଦେଇଥିଲେ। ସେମାନେ ସରକାରରେ ଥିବା ବେଳେ ଧର୍ମଦ୍ରୋହୀ କାମ କରିଥିବାର ଅଭିଯୋଗ ହୋଇଥିଲା। ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ୍ ୨୦୧୫ରେ ଗୁରୁଗ୍ରନ୍ଥ ସାହିବକୁ ଅପମାନ ଦେଇଥିବା ବେଳେ ସୁଖବିନ୍ଦର ସିଂହ ତାଙ୍କୁ ସମର୍ଥନ କରିଥିବାର ଅଭିଯୋଗ ହୋଇଥିଲା।ଏହାର ଦଣ୍ଡ ସ୍ଵରୂପ ସେବାଦାର ଭାବେ ବିଭିନ୍ନ ଗୁରୁଦ୍ଵାରା ଓ ଲଙ୍ଗରରେ କାମ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେଥିପାଇଁ ସେବା କରୁଛନ୍ତି ସୁଖବିନ୍ଦର ସିଂହ ଓ ବିକ୍ରମ ସିଂହ।