spot_img
Home Blog Page 1365

ଓଡ଼ିଶାର ୧୯ ଜଣ ପୋଲିସ ଅଧିକାରୀ ପାଇବେ ପଦକ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଲା ତାଲିକା

ନୂଆଦିଲ୍ଲୀ: ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ଜଣ ପୋଲିସ ଅଧିକାରୀ ପାଇବେ ପଦକ। ଓଡ଼ିଶା ପୋଲିସରେ କାର୍ଯ୍ୟରତ ସୁପରିଟେଣ୍ଡଣ୍ଟ ପୋଲିସ ସରୋଜ ସାମଲ ପାଇବେ ରାଷ୍ଟ୍ରପତି ପୁରସ୍କାର। କନଷ୍ଟେବଲ ସତ୍ୟବାଦୀ ମଲ୍ଲିକ ପାଇବେ ରାଷ୍ଟ୍ରପତି ପୁରସ୍କାର। ସାହସିକତା ପାଇଁ ୬ ଜଣଙ୍କୁ ମିଳିବ ଗ୍ୟାଲେଣ୍ଟ୍ରି ଆଓ୍ବାର୍ଡ। ଏସଆଇ ଗିରିଶ ଚନ୍ଦ୍ର ମାଝୀ, ହାବିଲଦାର ପବିତ୍ର କୁମାର ସାହୁ, ଉମେଶ ମୁଣ୍ଡ, ପୀତାମ୍ବର ସତନାମ, କବିଚନ୍ଦ୍ର ରାଉତ, ସୁଶାନ୍ତ କୁମାର ସାହୁଙ୍କୁ ମିଳିବ ପୋଲିସ ସାହସିକତା ପୁରସ୍କାର। କନଷ୍ଟେବଳ ପାରିତୋଷ ମଣ୍ଡଳ, ମହମ୍ମଦ ତୋସିଫ ରବିନା, ଦେବୀ ପ୍ରସାଦ ମହାନ୍ତି ଏସଆଇ ଅବଦୁଲ ଫାୟାଜ, ତ୍ରିଲୋଚନ ବୁଦ୍ଧିଆ, ନରେଶ ଚୌଧୁରୀ, ଏଏସଆଇ ଶରତ ଚନ୍ଦ୍ର ବେହରା, ତେଜବାହାଦୂର ଗୁରୁଜଂଗସ, ହାବିଲଦାର ଅତୁଲ କୁମାର ବିଶ୍ବାଳ, ଜୟନ୍ତୀ ସୁନା, ମନୋଜ କୁମାର ଜେନାଙ୍କୁ ମିଳିବା ପ୍ରସଂଶନୀୟ ସେବା ମେଡାଲ। ସେହିପରି ଅଗ୍ନିଶମ ବାହୀନିରେ ରାଷ୍ଟ୍ରପତି ବିଶିଷ୍ଟ ସେବା ମେଡାଲ ପାଇବେ ଲିଡିଂ ଫାୟାରମ୍ୟାନ୍ ଭ୍ରମରବର ସେଠୀ। ପ୍ରଶଂସନୀୟ ସେବା ପାଇଁ ପ୍ରଶାନ୍ତ କୁମାର ସାହୁ, ବିଶ୍ବରଂଜନ, ଅଭିମନ୍ଯୁ ପ୍ରଧାନ, ନରେନ୍ଦ୍ର କୁମାର ଭଲ୍ଲାଙ୍କୁ ସମ୍ମାନିତ କରାଯିବ। ।

ମଦ୍ୟପ ସ୍ବାମୀମାନଙ୍କ ଅତ୍ୟାଚାର ହେଲା ଅସହ୍ୟ: ପରସ୍ପରଙ୍କୁ ବିବାହ କଲେ ଦୁଇଜଣ ମହିଳା

ଗୋରଖପୁର: ଉତ୍ତରପ୍ରଦେଶରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା । ନିଜର ମଦ୍ୟପ ସ୍ବାମୀମାନଙ୍କର ଅତ୍ୟାଚାରରେ ଅତିଷ୍ଠ ହୋଇ ଦୁଇଜଣ ମହିଳା ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଦୁଇ ମହିଳା ନିଜର ପତିମାନଙ୍କୁ ଛାଡ଼ି ପରସ୍ପରଙ୍କୁ ବିବାହ କରିଛନ୍ତି । ଦୁହେଁ ପ୍ରଥମ ଥର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସାକ୍ଷାତ ହୋଇଥିଲେ । ପରବର୍ତ୍ତୀ ସମୟରେ ଦୁଇ ମହିଳା ପରସ୍ପରଙ୍କୁ ଜାଣିଥିଲେ । ଦୁହିଁଙ୍କର ପରିସ୍ଥିତି ପାଖାପାଖି ସମାନ ରହିଥିବାରୁ ଦୁହେଁ ପରସ୍ପରଙ୍କ ନିକଟତର ହୋଇପାରିଥିଲେ । ଜାନୁଆରୀ ୨୩ ତାରିଖରେ ଏହି ଦୁଇ ମହିଳା ପରସ୍ପରଙ୍କ ଜୀବନ ସାଥୀ ହେବା ନେଇ ନିଷ୍ପତ୍ତି ଗ୍ରହଣ କରିଥିଲେ । ସେମାନଙ୍କର ବିବାହ ଉତ୍ସବରେ ବହୁ ସଂଖ୍ୟକ ଲୋକ ସାମିଲ ହୋଇଥିଲେ । ଏହି ବିବାହ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଖବର ମୁତାବକ, କବିତା ଓ ଗୁଞ୍ଜା ସରଫ ବବଲୁ ଗତ ଗୁରୁବାର ଦିନ ସନ୍ଧ୍ୟା ସମୟରେ ଦେବରିୟାର ଛୋଟ କାଶୀ କୁହାଯାଉଥିବା ଶିବ ମନ୍ଦିରରେ ପରସ୍ପରଙ୍କୁ ବିବାହ କରିଥିଲେ । ଏହି ବିବାହରେ ଗୁଞ୍ଜା ବରର  ଭୂମିକା ନିର୍ବାହ କରିଥିବା ବେଳେ କବିତା ସିନ୍ଦୁର ଲଗାଇଥିଲେ । ଏହାପରେ ଦୁହେଁ ସାତ ଫେରା ନେଇ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଗୁଞ୍ଜା ଓ କବିତା ସାରା ଜୀବନ ପରସ୍ପରର ସହ ରହିବାକୁ ଶପଥ ନେଇଥିଲେ । ଦୁଇଜଣ ଯାକ ନିଜ ନିଜର ବିବାହ ପରେ ମଦ୍ୟପ ସ୍ବାମୀଙ୍କ ନିର୍ଯାତନାର ଶିକାର ହୋଇଥିଲେ । ଘରୋଇ ହିଂସା ଅସହ୍ୟ ହେବାରୁ ସେମାନେ ନିଜ ନିଜର ପତିମାନଙ୍କୁ ଛାଡ଼ି ନୂଆ ଜୀବନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ସ୍ବାମୀମାନଙ୍କ ଠାରୁ ଅଲଗା ହେବା ପରେ ଦୁହେଁ ସୋସିଆଲ ମିଡ଼ିଆରେ ବେଶ ସକ୍ରିୟ ରହୁଥିଲେ । ସମାନେ ଫେସବୁକ ଓ ଇନଷ୍ଟାଗ୍ରାମରେ ଅଧିକ ସମୟ ବିତାଉଥିଲେ । ଏହି ଅବସରେ ଦୁହିଁଙ୍କର ଦେଖା ସାକ୍ଷାତ ହୋଇଥିଲା ।

ନବୀନଙ୍କ ପ୍ରୟାସ ସାରା ଦେଶରେ ଗ୍ରହଣୀୟ: ପ୍ରଥମ ଥର ସାରା ଦେଶରେ ନମ୍ବର ଓ୍ବାନ ହେଲା ଓଡ଼ିଶା

ଭୁବେନଶ୍ବର: ପୁଣି ଦେଶରେ ନମ୍ବର ଓ୍ବାନ ହେଲା ନବୀନ ମଡେଲ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆର୍ଥିକ ସୂଚକାଙ୍କରେ ଓଡ଼ିଶା ହୋଇଛି ଏକ ନମ୍ବର। ଆର୍ଥିକ ସୂଚକାଙ୍କ ୨୦୨୫ ସଂକ୍ରାନ୍ତ ନୀତି ଆୟୋଗ ରିପୋର୍ଟରେ ଓଡ଼ିଶାକୁ ଏକ ନମ୍ବରରେ ରଖାଯାଇଛି। ଆର୍ଥିକ କ୍ଷେତ୍ରରେ ସର୍ବାଧିକ ୬୭.୮ ପଏଣ୍ଟ ସହିତ ଓଡ଼ିଶାର ସ୍ଥାନ ସର୍ବାଗ୍ରେ ରହିଛି। ଋଣ ସୂଚକାଙ୍କରେ ୯୯ ପ୍ରତିଶତ ଓ ଋଣଗତ ସହନଶୀଳତା ୬୪ ପ୍ରତିଶତ ରହିଛି। ଏହାସହ ବ୍ୟୟ ଗୁଣବତ୍ତା ଓ ରାଜସ୍ବ ସମ୍ବଳ ସଂଗ୍ରହ କ୍ଷେତ୍ରରେ ବି ଓଡ଼ିଶା ଉଲ୍ଲେଖନୀୟ ଭାବେ ସଫଳତା ହାସଲ କରିଛି। ଏହି ସମୟ କାଳ ମଧ୍ୟରେ କମ୍ ରାଜସ୍ବ ନିଅଣ୍ଟ, ଋଣ ପରିଚାଳନା, ହାରାହାରି ପୁଞ୍ଜିଗତ ଆକଳନ ଓ ଜିଏସଡିପି ଅନୁପାତ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଉତ୍ତମ ପାରଦର୍ଶିତା ହାସଲ କରିଛି। ନବୀନ ସରକାରର ପଞ୍ଚମ ପାଳି ତଥା 5T କାର୍ଯ୍ୟକାରିତା ପରେ ଏଭଳି ସଫଳତା ମିଳିଛି। ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ପାଇଁ ଓଡ଼ିଶା ପ୍ରଥମ ଥର ପାଇଁ ଏହି ସଫଳତା ହାସଲ କରିବା ସହ ସାରା ଦେଶରେ ନମ୍ବର ଓ୍ବାନ ହୋଇଛି। କେବଳ ଏହି କ୍ଷେତ୍ର ନୁହେଁ, ଅନେକ କ୍ଷେତ୍ରରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁ ଓଡ଼ିଶା କେନ୍ଦ୍ର ସରକାରଙ୍କ ଠାରୁ ପ୍ରଶଂସା ସାଉଣ୍ଟୁଛି। ସଫଳତା ପାଇଁ ଅନେକ ଥର ପୁରସ୍କୃତ ହୋଇଛି ଓଡ଼ିଶା।

ହିନ୍ଦୁ ସେନା ଅଧ୍ୟକ୍ଷଙ୍କ ଗାଡ଼ି ଉପରକୁ ଗୁଳିମାଡ଼: ଆଜମେର ଦରଗାହ ବିବାଦକୁ ନେଇ ଦାୟର କରିଥିଲେ ଯାଚିକା

ଆଜମେରା: ରାଜସ୍ଥାନର ଆଜମେରରେ ଘଟିଛି ଏକ ବଡ଼ ଘଟଣା । ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ ଉପରେ ଆଜି ସକାଳୁ ଫାୟାରିଂ କରାଯାଇଥିବାର ଖବର ସାମ୍ନାକୁ ଆସିଛି । ତେବେ ଗୁଳି ବିଷ୍ଣୁଙ୍କ ଶରୀରରେ ବାଜି ନଥିବାରୁ ତାଙ୍କର ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । ବିଷ୍ଣୁ ଆଜମେରରୁ ଦିଲ୍ଲୀ ଯିବା ସମୟରେ ଏହି ଘଟଣା ଘଟିଥିଲା । ଗୋଗଲ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ବିଷ୍ଣୁଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରାଯାଇଥିବା କୁହାଯାଉଛି । ଏହି ସୂଚନା ପାଇବା ମାତ୍ରେ ଏସପିଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସୂଚନା ମୁତାବକ, ବିଷ୍ଣୁଙ୍କ କାର ଉପର ଫାୟାର ଶଟ୍ ଦେଖିବାକୁ ମିଳିଛି । ପୋଲିସ ଟିମ ଗୁଳିର ଖୋକା ସନ୍ଧାନରେ ରହିବା ସହ ଘଟଣା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରୁଛି । ଆଜମେର ଦରଗାହରେ ଶିବ ମନ୍ଦିର ହେବାର ଦାବିକୁ ନେଇ ମାମଲା ସରଗରମ୍ ହୋଇ ଉଠିଥିବା ବିଷ୍ଣୁ କହିଛନ୍ତି । ଜାନୁଆରୀ ୨୪ରେ ଆଜମେରର ସିଭିଲ କୋର୍ଟରେ ଏହି ବିବାଦର ଶୁଣାଣି ହୋଇଥିଲା । ଏହି ମାମଲାରେ ବିଷ୍ଣୁ ଯାଚିକା ଦାୟର କରିଥିବା ବେଳେ ତାଙ୍କୁ କ୍ରମାଗତ ଧମକ ମିଳୁଥିଲା । ତେଣୁ ବିଷ୍ଣୁ ନିଜ ପରିବାରର ସୁରକ୍ଷା ମାଗିଥିଲେ । ମାମଲାର ଶୁଣାଣି ସମୟରେ କୋର୍ଟ ପରିସର ଭିତର ଓ ବାହାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଦରଗାହରେ ମନ୍ଦିର ହେବା ନେଇ ଗତବର୍ଷ ବିଷ୍ଣୁ ଆଜମେର ଜିଲ୍ଲା କୋର୍ଟରେ ଯାଚିକା ଦାୟର କରିଥିଲେ । ଗତବର୍ଷ ନଭେମ୍ବର ୨୭ରେ ତାଙ୍କର ଯାଚିକାକୁ କୋର୍ଟ ସ୍ବୀକାର କରିଥିଲେ ।

ବଡ଼ମ୍ବା ନରସିଂହପୁରରେ ପୁଣି ଦନ୍ତା ହାତୀର ମୃତ୍ୟୁ

ବଡ଼ମ୍ବା: ନରସିଂହପୁର ପୂର୍ବ ରେଞ୍ଜ ରଙ୍ଗଡାବ ଗ୍ୟାସ ଅଫିସ ନିକଟରେ ଦନ୍ତାର ମୃତଦେହ ଜବତ ହୋଇଛି। ଗ୍ୟାସ ଅଫିସ ନିକଟରେ ଥିବା ଏକ ବଗିଚାରେ ଦନ୍ତାର ସନ୍ଦେହଜନକ ମୃତଦେହ ଠାବ ହୋଇଛି। ଏନେଇ ଏସିଏଫ ମନୋଜ ପାତ୍ର ସୂଚନା ଦେଇଛନ୍ତି। ହାତୀର ବୟସ ଆନୁମାନିକ ୧୦ ରୁ ୧୨ ବର୍ଷ ହେବ।

ଭାରତ-ଇଂଲଣ୍ଡ ଦ୍ବିତୀୟ T-20 ଆଜି: ବିଜୟ ଧାରା ବଜାୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଚେନ୍ନାଇ: ଆଜି ଭାରତ – ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ । କ୍ୟାପଟେନ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ସନ୍ଧ୍ୟା ୭ରେ ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚ ଦେଖିବାକୁ ଏବେ ଠାରୁ ଦାର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲାଣି । ୫ ଟିକିଆ ମ୍ୟାଚ ବିଶିଷ୍ଟ ଏହି ଟି ୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଥିବା ବେଳେ ଚେନ୍ନାଇରେ ବିଜୟ ଧାରା
ମଧ୍ୟ ବଜାୟ ରଖିବାକୁ ଚେଷ୍ଟା କରିବ ଟିମ ଇଣ୍ଡିଆ ।

ସେହିଭଳି ଇଂଲଣ୍ଡ ଟିମ ମଧ୍ୟ ମ୍ୟାଚ ଜିତି ବରାବର ସ୍ଥିତିକୁ ଆସିବାକୁ ଚେଷ୍ଟା କରିବ । ସେପଟେ ବ୍ୟାଟର ଅଭିଶେକ ଶର୍ମା ଆହତ ହେବା କାରଣରୁ ଏହି ମ୍ୟାଚ ଖେଳିବା ନେଇ ଅନିଶ୍ଚିତତା ଦେଖା ଦେଇଛି । ତେଣୁ ଭାରତୀୟ ଦଳରେ କିଛି ପରିବର୍ତ୍ତନ ହେବ ବୋଲି ଆଶଙ୍କା କରାଯାଉଛି । ଭାରତ-ଇଂଲଣ୍ତ ମଧ୍ୟରେ ପ୍ରଥମ ଟି ୨୦ କୋଲକାତାରେ ଖେଳାଯାଇଥିଲା । ଉକ୍ତ ମ୍ୟାଚରେ ଭାରତର ରୋମାଞ୍ଚକର ବିଜୟ ହୋଇଥିଲା । ଭ୍ରମଣକାରୀ ଦଳ ଇଂଲଣ୍ଡକୁ ୭ ଓ୍ବିକେଟରେ ମାତ ଦେଇଥିଲା ଟିମ ଇଣ୍ଡିଆ ।

ନିୟନ୍ତ୍ରଣ ବାହାରେ କଣାସ ହଇଜା: ୪ ଜଣ ପ୍ରାଣ ହରାଇବା ସହ ଦୁଇ ଶହରୁ ଅଧିକ ଆକ୍ରାନ୍ତ ହେଲେଣି

କଣାସ: କଣାସରେ ନିୟନ୍ତ୍ରଣକୁ ଆସୁନି ହଇଜା। ୧୫ ଦିନ ହେଲା କଲବଲ କଲାଣି। ହଇଜାରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ, ଦୁଇ ଶହରୁ ଅଧିକ ଆକ୍ରାନ୍ତ ହେଲେଣି। ଗତକାଲି ବିଭିନ୍ନ ଅଞ୍ଚଳର ୧୬ ଜଣ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗଡିସାଗଦା ଓ ଗୋପିନାଥପୁର ପଞ୍ଚାୟତରୁ ୪ ଜଣ ନୂଆ ଆକ୍ରାନ୍ତ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଜାରି ରହିଥିଲେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ବ୍ଲିଚିଂ ମିଳୁନଥିବା ଲୋକେ ଅଭିଯୋଗ କରିଛନ୍ତି। ହଇଜା କେବେ ନିୟନ୍ତ୍ରଣ ହେବ, ତାକୁ ନେଇ ଚିନ୍ତାରେ ପଡିଛନ୍ତି ସ୍ଥାନୀୟ ବାସିନ୍ଦା। ଗତକାଲି ବିଧାୟକ ଅରୁଣ ସାହୁଙ୍କ ନେତୃତ୍ବରେ ବିଜୁ ଜନତା ଦଳର ଅନୁସନ୍ଧାନକାରୀ ଟିମ୍ ନୂଆଗାଁ ଯାଇ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଥିଲେ। ଗାଁ ଲୋକଙ୍କ ସହ ଆଲୋଚନା କରିବା ସହ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ତଥ୍ୟ ସଂଗ୍ରହ କରିଥିଲେ। ହଇଜା ସ୍ଥିତି ଉଦ୍‌ବେଗଜନକ ଥିବାରୁ ସରକାରଙ୍କ ଉପରେ ବର୍ଷିଥିଲା ବିଜେଡି ଟିମ୍।

ପୁଣି ଦେଶରେ ନମ୍ବର ଓ୍ବାନ ହେଲା ନବୀନ ରୋଲ ମଡେଲ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆର୍ଥିକ ସୂଚକାଙ୍କରେ ଓଡ଼ିଶା ଏକ ନମ୍ବର

ଭୁବନେଶ୍ବର: ପୁଣି ଦେଶରେ ନମ୍ବର ଓ୍ବାନ ହେଲା ନବୀନ ରୋଲ ମଡେଲ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆର୍ଥିକ ସୂଚକାଙ୍କରେ ଓଡ଼ିଶା ହୋଇଛି ଏକ ନମ୍ବର। ଆର୍ଥିକ ସୂଚକାଙ୍କ ୨୦୨୫ ସଂକ୍ରାନ୍ତ ନୀତି ଆୟୋଗ ରିପୋର୍ଟରେ ଓଡ଼ିଶାକୁ ଏକ ନମ୍ବରରେ ରଖାଯାଇଛି। ଆର୍ଥିକ କ୍ଷେତ୍ରରେ ସର୍ବାଧିକ ୬୭.୮ ପଏଣ୍ଟ ସହିତ ଓଡ଼ିଶାର ସ୍ଥାନ ସର୍ବାଗ୍ରେ ରହିଛି। ଋଣ ସୂଚକାଙ୍କରେ ୯୯ ପ୍ରତିଶତ ଓ ଋଣଗତ ସହନଶୀଳତା ୬୪ ପ୍ରତିଶତ ରହିଛି। ଏହାସହ ବ୍ୟୟ ଗୁଣବତ୍ତା ଓ ରାଜସ୍ବ ସମ୍ବଳ ସଂଗ୍ରହ କ୍ଷେତ୍ରରେ ବି ଓଡ଼ିଶା ଉଲ୍ଲେଖନୀୟ ଭାବେ ସଫଳତା ହାସଲ କରିଛି। ଏହି ସମୟ କାଳ ମଧ୍ୟରେ କମ୍ ରାଜସ୍ବ ନିଅଣ୍ଟ, ଋଣ ପରିଚାଳନା, ହାରାହାରି ପୁଞ୍ଜିଗତ ଆକଳନ ଓ ଜିଏସଡିପି ଅନୁପାତ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଉତ୍ତମ ପାରଦର୍ଶିତା ହାସଲ କରିଛି। ନବୀନ ସରକାରର ପଞ୍ଚମ ପାଳି ତଥା 5T କାର୍ଯ୍ୟକାରିତା ପରେ ଏଭଳି ସଫଳତା ମିଳିଛି। ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ପାଇଁ ଓଡ଼ିଶା ପ୍ରଥମ ଥର ପାଇଁ ଏହି ସଫଳତା ହାସଲ କରିବା ସହ ସାରା ଦେଶରେ ନମ୍ବର ଓ୍ବାନ ହୋଇଛି। କେବଳ ଏହି କ୍ଷେତ୍ର ନୁହେଁ, ଅନେକ କ୍ଷେତ୍ରରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁ ଓଡ଼ିଶା କେନ୍ଦ୍ର ସରକାରଙ୍କ ଠାରୁ ପ୍ରଶଂସା ସାଉଣ୍ଟୁଛି। ସଫଳତା ପାଇଁ ଅନେକ ଥର ପୁରସ୍କୃତ ହୋଇଛି ଓଡ଼ିଶା।

ଟ୍ରମ୍ପଙ୍କ କଡ଼ା ନିର୍ଦ୍ଦେଶ ପରେ ପ୍ରବାସୀ ନାଗରିକ ଛାନିଆ

ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡା ନିର୍ଦ୍ଦେଶ ପରେ ହନ୍ତସନ୍ତ ଆମେରିକାରେ ଅବୈଧ ଭାବେ ରହୁଥିବା ପ୍ରବାସୀ। ହାତରେ ହାତକଡ଼଼ି ପକାଇ ବିମାନରେ ନିଜ ନିଜ ଦେଶକୁ ଫେରୁଛନ୍ତି ପ୍ରବାସୀ ନାଗରିକ। ଶପଥ ନେବାପରେ ରାଷ୍ଟ୍ରପତି ଟ୍ରମ୍ପଙ୍କ କଠୋର ନିର୍ଦ୍ଦେଶ ପରେ ପ୍ରବାସୀ ନାଗରିକଙ୍କ ମଧ୍ୟରେ ଛାନିଆ ପଶିଛି। ଦେଶରେ ଅବୈଧ ଭାବେ ରହୁଥିବା ନାଗରିକଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ପରେ ଅନେକ ଦେଶରେ ହଲଚଲ ସୃଷ୍ଟି ହୋଇଛି। ଏହା ମଧ୍ୟରେ ଆମେରିକାର ଏକ ଏୟାରପୋର୍ଟରେ ପ୍ରବେଶ ଅନୁମତି ନମିଳିବାରୁ ଦୁଇ ଭାରତୀୟ ନାଗରିକଙ୍କୁ ଏୟାରପୋର୍ଟରୁ ଭାରତକୁ ଫେରାଇ ଦେଇଛନ୍ତି ସେଠାକାର ପ୍ରଶାସନ। ଆମେରିକାରେ ରହୁଥିବା ଜଣେ ଦମ୍ପତିଙ୍କ ବାପାମାଆଙ୍କୁ ଆମରିକୀୟ ପ୍ରଶାସନ ଏୟାରପୋର୍ଟରୁ ଭାରତକୁ ଫେରାଇ ଦେଇଛନ୍ତି। ଭାରତକୁ ଫେରିବାକୁ ଟିକେଟ ନଥିବାରୁ ସେମାନଙ୍କୁ ବିମାନ ବନ୍ଦରକୁ ହିଁ ଫେରାଇ ଦିଆଯାଇଛି। ଭାରତୀୟ ଦମ୍ପତ୍ତିଙ୍କ ପିତାମାତାଙ୍କ ପାଖରେ ବି-୧ ବି-୨ ଭିସା ଥିଲା। ତେବେ ବର୍ତ୍ତମାନର ସରକାରଙ୍କ ନିୟମ ଅନୁସାରେ ସେମାନଙ୍କ ପାଖରେ ରିଟର୍ଣ୍ଣ ଟିକେଟ ଥିବା ଆବଶ୍ୟକ । ଫେରିବାକୁ ଟିକେଟ ନଥିବାରୁ ଉଭୟଙ୍କୁ ବିମାନବନ୍ଦରକୁ ଫେରାଇ ଦିଆଯାଇଛି।

ଆଉ ୪ ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡିବେ ହମାସ ଆତଙ୍କୀ: ମୁକ୍ତ ହେବାକୁ ଥିବା ୪ ପଣବନ୍ଦୀଙ୍କ ନାଁ ଘୋଷଣା କରିଛି ହମାସ

ଜେରୁଜେଲମ୍: ଇସ୍ରାଏଲ-ହମାସ ଯୁଦ୍ଧ ବିରତି ପ୍ରସଙ୍ଗ। ଆଜି ଆଉ ୪ ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡିବେ ହମାସ ଆତଙ୍କୀ। ମୁକ୍ତ ହେବାକୁ ଥିବା ୪ ପଣବନ୍ଦୀଙ୍କ ନାଁ ଘୋଷଣା କରିଛି ହମାସ। ସେମାନେ ହେଲେ କରିନା ଆରିଏଭ, ଡାନିଏଲା ଗିଲବୋଆ, ନାମା ଲେଭି ଏବଂ ଲିରି ଆଲବାଗ। ଏହି ୪ ମହିଳାଙ୍କୁ ଆଜି ଛାଡିବ ବୋଲି ଘୋଷଣା କରିଛି ଗାଜାରେ ସକ୍ରିୟ ଆତଙ୍କୀ ସଂଗଠନ ହମାସ। ପ୍ରତି ବଦଳରେ ଜଣେ ପଣବନ୍ଦୀଙ୍କ ବଦଳରେ ୫୦ ପାଲେଷ୍ଟିନୀୟ ବନ୍ଦୀଙ୍କୁ ଛାଡିବାକୁ ଦାବି କରିଛି ହମାସ। ସେହି ଅନୁସାରେ ମୋଟ ୨ଶହ ପଣବନ୍ଦୀଙ୍କୁ ଛାଡିବାକୁ ଦାବି କରିଛି ପାଲେଷ୍ଟାଇନ। ହମାସ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରତିର ଆଜି ସପ୍ତମ ଦିନ। ପୂର୍ବରୁ ପ୍ରଥମ ଦିନରେ ୩ ମହିଳା ପଣବନ୍ଦୀଙ୍କୁ ମୁକ୍ତ କରିଥିଲେ ହମାସ ଆତଙ୍କୀ। ଏହା ବଦଳରେ ୯୦ ଜଣ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିଥିଲା ଇସ୍ରାଏଲ। ଇସ୍ରାଏଲ ହମାସ ମଧ୍ୟରେ ୬ ସପ୍ତାହର ଏହି ପ୍ରଥମ ପର୍ଯ୍ୟାୟ ଯୁଦ୍ଧ ବିରତି। ଏହି କ୍ରମରେ ମୋଟ ୩୩ ଇସ୍ରାଏଲ ନାଗରିକଙ୍କୁ ଛାଡିବ ହମାସ। ପ୍ରତି ବଦଳରେ ହଜାରରେ ଅଧିକ ପାଲେଷ୍ଟିନୀୟ ନାଗରିକଙ୍କୁ ଛାଡିବାକୁ ସର୍ତ୍ତ ରଖିଛି ପାଲେଷ୍ଟାଇନ। ଏବେ ହମାସ ନିକଟରେ ମୋଟ ୯୪ ଜଣ ଇସ୍ରାଏଲ ନାଗରିକ ପଣବନ୍ଦୀ ଭାବେ ରହିଥିବା ସୂଚନା ମିଳିଛି।