ନନ୍ଦିଘୋଷ ବ୍ୟୁରୋ: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କ ପୁଅ ୟୋଷିତାଙ୍କୁ ଗିରଫ କରିଛି ପୋଲିସ । ସମ୍ପତ୍ତି ଦୁର୍ନିତୀ ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି । ୟୋଷିତା ହେଉଛନ୍ତି ଜଣେ ପୂର୍ବତନ ସେନା ଅଧିକାରୀ । ତେବେ ତାଙ୍କୁ ବେଲିଆଟାରୁ ଗିରଫ କରାଯାଇଛି । ୨୦୧୫ରୁ ତାଙ୍କ ପିତା ରାଷ୍ଟ୍ରପତି ଥିବା ସମୟରେ ସମ୍ପତ୍ତି କ୍ରୟରେ ଦୁର୍ନିତୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ତେବେ ସେ କୋର୍ଟରେ ସୁରକ୍ଷା ନେଇ ଏକ ପିଟିସନ ଦାଖଲ କରିଛନ୍ତି । ପୂର୍ବରୁ ତାଙ୍କ ସୁରକ୍ଷାକୁ ହ୍ରାସ କରାଯାଇଥିବା ଏବେ ପୁଣି ବଢ଼ାଇବାକୁ ଆବେଦନ କରିଛନ୍ତି । ୟୋଷିତା ଜଣେ ଲେଫ୍ଟନାଣ୍ଟ କମାଣ୍ଡ ହେବା ସହ ରଗବି ଦଳର ସଦସ୍ୟ ମଧ୍ୟ ରହିଥିଲେ । ସେ ରାଜପକ୍ଷେଙ୍କ ଦ୍ବିତୀୟ ସନ୍ତାନ । ତାଙ୍କର ଆଉ ଦୁଇ ଭାଇ ମଧ୍ୟ ରହିଛନ୍ତି । ସେ ରଗବି ଦଳର ଅଧିନାୟକ ମଧ୍ୟ ରହିଛନ୍ତି ।
ନାଁ ନନେଇ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଓ ରୁବେନ ବାନାର୍ଜୀଙ୍କୁ ଟାର୍ଗେଟ କଲେ ମନ୍ମଥ
ନନ୍ଦିଘୋଷ ବ୍ୟୁରୋ: ନାଁ ନନେଇ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଓ ରୁବେନ ବାନାର୍ଜୀଙ୍କୁ ଟାର୍ଗେଟ କଲେ ବିଜେଡି ନେତା ମନ୍ମଥ ରାଉତରାୟ । ପ୍ରତିଷ୍ଠିତ ବ୍ୟକ୍ତିମାନେ ବହୁତ କିଛି ମତାମତ ଦିଅନ୍ତି । ନିର୍ବାଚନ ପରେ ନବୀନ ବିରୋଧୀ ଦଳର ନେତା ହେବାପରେ କିଛି ଲୋକ ନିଜର ଓଜନ ବଢାଇବା ପାଇଁ ମତ ଦେଉଛନ୍ତି । ଅନେକ ଲୋକ ଲୋଭରେ ଅନେକ ମତ ଦେଉଛନ୍ତି । ନାଁ ନନେଇ ପୂର୍ବତନ ଆଇପିଏସ ଅଧିକାରୀ ପ୍ରକାଶ ମିଶ୍ରଙ୍କୁ ମନ୍ମଥ ଟାର୍ଗେଟ କରି କହିଛନ୍ତି, ସେ ବହୁ ଦିନ ଧରି ୟୁନିଫର୍ମ ପିନ୍ଧି ରହିଲେ । ନବୀନଙ୍କ ଅଧୀନରେ କାମ କରୁଥିଲେ । ନବୀନ ତାଙ୍କ ବସ୍ ଥିଲେ। ବସ୍ ପ୍ରତି ତାଙ୍କର ସମ୍ମାନ ରହିଲା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ସହ କାମକଲେ ସିନା ତାଙ୍କୁ ସମ୍ମାନ ଦେଲେ ନାହିଁ। ମନ ଇଛା ବହି ଲେଖୁଛନ୍ତି। ଯେଉଁମାନେ ଥରେ ନିର୍ବାଚନ ଜିତି ନାହାନ୍ତି । ନିଜେ କେବେବି କାହାର ସେବା କରି ନାହାନ୍ତି। ପଦବୀକୁ ବ୍ୟବହାର କରି ଟିକେଟ ହାତେଇ ଥିଲେ ଆଉ ନିର୍ବାଚନ ହାରିଥିଲେ ମଧ୍ୟ। ତାଙ୍କ ଉପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ବୋଲି କହିଛନ୍ତି ମନ୍ମଥ । ସେହିପରି ନବୀନଙ୍କ ନାମରେ ଗପିବା ପାଇଁ ଆଉ ଜଣେ ବରିଷ୍ଠ ସାମ୍ବାଦିକ ଆସିଛନ୍ତି । ତାଙ୍କର ଓଡ଼ିଶାରେ କାମ କଣ ? ଓଡ଼ିଶା ମାଟିରେ କାମ କଣ ? କଣ ଓଡ଼ିଶା ପାଇଁ କରିଛନ୍ତି ? କେଉଁ ନିର୍ବାଚନରେ ଠିଆ ହେଇଛନ୍ତି ? କେଉ ନିର୍ବାଚନମଣ୍ଡଳିର ନେତୃତ୍ୱ ନେଇଛନ୍ତି l କେବେ ନେତା ହୋଇଛନ୍ତି ? ଯାହା ଇଛା କହୁଛ ଓ ବହି ଲେଖୁଛ ବୋଲି ରୁବେନଙ୍କୁ ଘେରିଛନ୍ତି ମନ୍ମଥ ।
ବିଧାନସଭା ନିର୍ବାଚନ ଲଢ଼ିଥିବା BSP ନେତାଙ୍କୁ କାର ଭିତରେ ଗୁଳିକରି ହତ୍ୟା
ହରିୟାଣାରୁ ଆସିଛି ଏକ ବଡ଼ ଖବର । ଅମ୍ବାଲାର ନାରାୟଣଗଡ଼ରେ କିଛି ଅଜ୍ଞାତ ଦୁର୍ବୃତ୍ତ ଜଣେ ବହୁଜନ ସମାଜ ପାର୍ଟି (ବିଏସପି) ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହି ଆକ୍ରମଣରେ ବିଏସପି ନେତାଙ୍କ ଦୁଇଜଜଣ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି । ପୋଲିସ ଆକ୍ରମଣକାରୀଙ୍କ ସନ୍ଧାନ ଜାରି ରଖିଛି । ଅଞ୍ଚଳର ସିସିଟିଭି କ୍ୟାମେରାଗୁଡ଼ିକର ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଉଛି । ଏ ଘଟଣା ବାବଦରେ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି । ବିଏସପି ନେତାଜଣଙ୍କ ବିଧାନସଭା ନିର୍ବାଚନ ଲଢ଼ିଥିଲେ । ଏହି ନେତାଙ୍କ ନାମ ହେଉଛି ହରବିଲାସ ସିଂହ ରାଜଜୁମାଜ୍ରା । ହରବିଲାସଙ୍କୁ ଦୁର୍ବୃତ୍ତମାନେ କାର ଭିତରେ ଗୁଳି କରିଥିବା ଜଣାପଡ଼ିଛି । ଏହି କାଣ୍ଡ ଘଟାଇବା ପରେ ଆକ୍ରମଣକାରୀମାନେ PGIMER, ଚଣ୍ଡିଗଡ଼ ଅଭିମୂଖେ ଫେରାର ହୋଇଯାଇଥିଲେ ।

