spot_img
Home Blog Page 1362

ଗାବା ମୈଦାନରେ ବର୍ଷା ଯୋଗୁଁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଡ୍ର’

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ଟି ମ୍ୟାଚ ବିଶିଷ୍ଠ ଟେଷ୍ଟ ଶୃଙ୍ଖଳା ଖୁବ ରୋମାଞ୍ଚକର ସାବ୍ୟସ୍ତ ହୋଇଛି । ପ୍ରଥମ ଦୁଇଟି ମ୍ୟାଚରେ ସ୍କୋର ସମାନ ରହିଥିଲା ଅର୍ଥାତ ମ୍ୟାଚ ଫଳକ ୧-୧ରେ ରହିଥିଲା ତେଣୁ ଉଭୟ ଦଳର ନଜର ଥିଲା ତୃତୀୟ ଟେଷ୍ଟ ମ୍ୟାଚ ଉପରେ । ବ୍ରିସବେନର ଗାବା ମୈଦାନରେ ଖେଳାଯାଇଥିବା ଏହି ତୃତୀୟ ଟେଷ୍ଟ ମୁକାବିଲା ବର୍ଷା କାରଣରୁ ଡ୍ର ରହିଛି । ମ୍ୟାଚର ପଞ୍ଚମ ଦିନରେ ବର୍ଷା କାରଣ ପାଇଁ ମ୍ୟାଚ ଅମ୍ପାୟାର ମ୍ୟାଚକୁ ଡ୍ର ବୋଲି ଘୋଷଣା କରିଛନ୍ତି । ପଞ୍ଚମ ଦିନ ଭାରତ ସମ୍ମୁଖରେ ବିଜୟ ଲକ୍ଷ ୨୭୫ ରନ ରହିଥିଲା । ଦ୍ବିତୀୟ ଇନିଂସରେ ଭାରତର ସ୍କୋର ୮ ରନ ଥିବାବେଳେ ବର୍ଷା ବାଧକ ସାଜିଥିଲା ଓ ମ୍ୟାଚକୁ ଅଟକାଇ ଦିଆଯାଇଥିଲା।

କହିରଖୁ ଯେ, ବର୍ତ୍ତମାନ ସିରିଜର ସ୍କୋର ବରାବର ରହିଛି ଅର୍ଥାତ ୧-୧ରେ ରହିଛି । ତୃତୀୟ ଟେଷ୍ଟ ମ୍ୟାଚରେ ଅଧୀନାୟକ ରୋହିର ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା କଙ୍ଗାରୁ ଦଳ ପକ୍ଷରୁ ଷ୍ଟିଭ ସ୍ମିଥ ଓ ଟ୍ରାଭିସ ହେଡ ଶତକୀୟ ପାରି ଖେଳିଥିଲେ । ଷ୍ଟିଭ ସ୍ମିଥ ୧୦୧ ରନ କରିଥିବେ ବେଳେ ଟ୍ରାଭିସ୍ ହେଡଙ୍କ ବ୍ୟାଟରୁ ୧୫୨ ଗୁରୁତ୍ବପୁର୍ଣ୍ଣ ରନ ଆସିଥିଲା । ପ୍ରଥମ ଇନିଂସରେ କଙ୍ଗାରୁ ଦଳ ସ୍କୋର ୪୪୫ ରହିଥିଲା ଯାହା ଉତ୍ତରରେ ଭାରତ ୨୬୦ ରନରେ ଅଲଆଉଟ ହୋଇଥିଲା । ଭାରତୀୟ ଦଳ ପକ୍ଷରୁ ସର୍ବାଧିକ ସ୍କୋର କେଏଲ ରାହୁଲଙ୍କ ବ୍ୟାଟରୁ ଆସିଥିଲା ଓ ରବିନ୍ଦ୍ର ଜାଡେଜାଙ୍କ ଗୁରୁତ୍ବପୁର୍ଣ୍ଣ ୭୭ ରନ ଭାରତକୁ ଏକ ସମ୍ମାନଜନକ ସ୍କୋରରେ ଆଣି ପହଞ୍ଚାଇଥିଲା। ଜଶପ୍ରୀତ ବୁମରାହ ଓ ଆକାଶଦୀପ ଉଭୟେ ଶେଷରେ କମାଲ ବ୍ୟାଟିଂ କରି ଭାରତକୁ ଫଲୋ ଅନରୁ ବଞ୍ଚାଇଥିଲେ ।

ଦ୍ବିତୀୟ ଇନିଂସରେ ୮୯ ରନରେ ୭ଟି ୱିକେଟ ହରାଇ ଅଷ୍ଟ୍ରଲିଆ ଡିକଦ୍ଲାର କରିଥିଲା ଓ ଭାରତୀୟ ଦଳ ଆଗରେ ୨୭୫ ରନର ଲକ୍ଷ ରଖିଥିଲା ।  କିନ୍ତୁ ବର୍ଷା ପାଇଁ ମ୍ୟାଚ ଫଳ ଡ୍ର ରହିଥିଲା । ଗାବା ଟେଷ୍ଟ ମ୍ୟାଚରେ ଭାରତୀୟ ଦ୍ରୁତଗାମୀ ବୋଲର ଜଶପ୍ରୀତ ବୁମରାହ ପୁଣିଥରେ କମାଲ କରି ଦେଖାଇଥିଲେ ଓ ୯ଟି ୱିକେଟ ହାତେଇଥିଲେ । ଏହାପରେ ଆଉ ଦୁଇଟି ଟେଷ୍ଟ ମୁକାବିଲା ଖେଳାଯିବାର ରହିଛି ଯାହା ଏହି ସିରିଜର ଫଳକୁ ନିର୍ଦ୍ଧାରଣ କରିବ । ଯାହା ଉପରେ ରହିଛି ଉଭୟ ଦଳର କଡା ନଜର ।

ଭିକାରି ରପ୍ତାନୀକୁ ନେଇ ଅଡୁଆରେ ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ଭିକାରି ରପ୍ତାନୀକୁ ନେଇ ଅଡୁଆରେ ପାକିସ୍ତାନ। ବିଭିନ୍ନ ଦେଶକୁ ନିଜ ଦେଶର ଭିକାରିମାନଙ୍କୁ ପଠାଇଦେବା ଲାଗି ପାକିସ୍ତାନ ନେଇ ଆସୁଥିବା ପଦକ୍ଷେପକୁ ବିଭିନ୍ନ ରାଷ୍ଟ୍ରରୁ ବିରୋଧ। ବିଶେଷ କରି ସାଉଦିଆରବ ସମେତ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡିକୁ ଭିକାରିମାନଙ୍କୁ ପାକିସ୍ତାନ ରପ୍ତାନୀ କରିଥାଏ। ତେବେ ବିଭିନ୍ନ ରାଷ୍ଟ୍ରର ବିରୋଧ କ୍ରମେ ପାକିସ୍ତାନ ୪ହଜାର ୩ ଶହ ଭିକାରିଙ୍କ ଚାଲାଣ ଉପରେ ରୋକ ଲଗାଇଛି। ସେମାନଙ୍କୁ ଏକ୍ସିଟ କଣ୍ଟ୍ରୋଲ ଲିଷ୍ଟ ବା ଇସିଏଲରେ ସ୍ଥାନୀତ କରିଛି।

ସାଉଦିଆରବ ସରକାର ଭିକାରିଙ୍କୁ ନେଇ ଚେତାବନୀ ଦେବା ପରେ ଏହି ତାଲିକା ଜାରି କରିଛି ପାକିସ୍ତାନ। ଉମରା ଓ ହଜ୍ ପାସର ଅପବ୍ୟବହାର କରି ଭିକାରିମାନେ ସାଉଦିଆରବ ଚାଲିଯାଉଥିବା ସୂଚନା ମିଳିଛି। ସେମାନେ ମକ୍କା, ମଦିନା ଓ ଜିଡାରେ ଭିକ୍ଷାବୃତ୍ତି ଅବଲମ୍ବନ କରିବା ଦେଖାଯାଉଛି। ଭିକାରି ଚାଲାଣ ବନ୍ଦ ହେବ ବୋଲି ସାଉଦିଆରବ ଗୃହବିଭାଗ ଉପମନ୍ତ୍ରୀ ନାସେର ବିନ୍ ଅବୁଲ୍ଲାଜିଜଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପାକିସ୍ତାନ ଗୃହମନ୍ତ୍ରୀ ମହସିନ ରାଜା ନକଭି। ମକ୍କାରେ ଗିରଫ ହେଉଥିବା ପକେଟମାରଙ୍କ ମଧ୍ୟରୁ ୯୦ ପ୍ରତିଶତ ପାକିସ୍ତାନୀ ବୋଲି ଜଣାଯାଇଛି।

ବିଜେପିର ବରିଷ୍ଠ ନେତା ଭାରତରତ୍ନ ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସୁଛି ସୁଧାର

ନନ୍ଦିଘୋଷ ବ୍ୟୁରୋ: ଦେଶର ପୂର୍ବତନ ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଭାରତରତ୍ନ ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସୁଛି ସୁଧାରଖୁବ୍ ଶୀଘ୍ର ତାଙ୍କୁ ଆଇସିୟୁରୁ ପ୍ରାଇଭେଟ୍ୱାର୍ଡକୁ ସିଫ୍ଟ କରାଯିବା ନେଇ ସୂଚନା ରହିଛି ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡିସେମ୍ୱର ୧୨ରେ ତାଙ୍କୁ ନୂଆ ଦିଲ୍ଲୀ ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତାଙ୍କ ସ୍ବାସ୍ଥବସ୍ଥା ବିଗିଡିବାର କାରଣ ସ୍ପଷ୍ଟ ହୋଇନଥିବାବେଳେ ହସ୍ପିଟାଲ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ତାଙ୍କ ସ୍ବାସ୍ଥ୍ୟ ବିବରଣୀ ଜାରି କରାଯାଇଥିଲା ।

ସୂଚନାମୁତାବକ , ୯୭ ବର୍ଷିୟ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଇନ୍ଦ୍ରପ୍ରସ୍ଥ ଅପୋଲୋ ହସ୍ପିଟାଲର ଆଇସିୟୁ ୱାର୍ଡରେ . ଭିନୀତ ସୂରୀଙ୍କ ଦାୟିତ୍ୱରେ ଚିକିତ୍ସିତ ହେଉଛନ୍ତି ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧିରେ ଧିରେ ସୁଧାର ଆସୁଥିବା ଜଣାପଡୁଛି ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ଆସନ୍ତା ଦିନ ଭିତରେ ଆଇସିୟୁରୁ ପ୍ରାଇଭେଟ ୱାର୍ଡକୁ ସ୍ଥାନାନ୍ତରିତ କରାଯିବାର ସମ୍ଭାବନା ରହିଛି

ଦୁର୍ଘଟଣାରେ ବାପାର ମୃତ୍ୟୁ, ପୁଅ ଗୁରୁତର

ଭଦ୍ରକ: ଭଦ୍ରକ ଆରଡି ୧୬ ନମ୍ବର ଜାତୀୟ ରାଜପଥ ନୂଆ ବସଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ ଧକ୍କାରେ ବାପାର ମୃତ୍ୟୁ ହୋଇଥିବାବେଳେ ପୁଅ ଗୁରୁତର। ମୃତକ ହେଲେ ଯାଜପୁର ଜିଲ୍ଲା ଅହିଆସ ଅଂଚଳର ଧନେଶ୍ୱର ବେହେରା। ପୁଅ ଚନ୍ଦ୍ରଶେଖର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି।

ସୂଚନା ଅନୁଯାୟୀ, ବାପ ପୁଅ ବାଇକରେ ଭଦ୍ରକ ଚରମ୍ପାରୁ ଡ୍ରିଲିଙ୍ଗ ମେସିନ କିଣି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ରଙ୍ଗ ରୁଟରେ ଆସି ପ୍ରଥମେ ଡିଭାଇଡରକୁ ଧକ୍କା ଦେଇ ଥିଲେ। ଫଳରେ ପଛରେ ବସିଥିବା ଧନେଶ୍ବର ରାସ୍ତା ଉପରେ ପଡି ଯାଇଥିଲେ। ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଗୋଟିଏ ଟ୍ରକ ତାଙ୍କ ଉପରେ ଚଢି ଯାଇଥିଲା। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇ ଯାଇଛି। ଭଦ୍ରକ ଟାଉନ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗ: ମୃତ କ୍ଷୀରୋଦ ଚନ୍ଦ୍ର ମଲ୍ଲିକଙ୍କ ଘରେ ରେଡ୍

ନନ୍ଦିଘୋଷ ବ୍ୟୁରୋ: ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ୍। ମୃତ କ୍ଷୀରୋଦ ଚନ୍ଦ୍ର ମଲ୍ଲିକଙ୍କ ସମ୍ବଲପୁର ସ୍ଥିତ ୩ଟି ସ୍ଥାନରେ ଏକକାଳୀନ ରେଡ଼୍ ହୋଇଛି। ଦିଲ୍ଲୀରେ ବି ରେଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭାରତ ଇଣ୍ଟିଗ୍ରେଟେଡ ସୋସିଆଲ ୱେଲଫେୟାର ଏଜେନ୍ସି ବିରୋଧରେ ରହିଛି ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗ।

ସୂଚନା ଅନୁଯାୟୀ, ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କରୁ ଋଣ ନେଇଥିଲେ କ୍ଷୀରୋଦ । ଆନ୍ଧ୍ର ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ବ୍ୟାଙ୍କ ଅଫ ଇଣ୍ଡିଆ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, କର୍ପୋରେସନ ବ୍ୟାଙ୍କ, ଦେନା ବ୍ୟାଙ୍କ, ଫେଡେରାଲ ବ୍ୟାଙ୍କ, ଆଇସିଆସିଆଇ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, କର୍ଣ୍ଣାଟକ ବ୍ୟାଙ୍କ, କରୁର ବ୍ଯାସ ବ୍ୟାଙ୍କ, ଲକ୍ଷ୍ମୀ ବିଳାସ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆଦି ୨୮ଟି ବ୍ୟାଙ୍କ ଓ ସଂସ୍ଥା ଠାରୁ କ୍ଷୀରୋଦ ଋଣ ନେଇଥିବା ସୂଚନା ମିଳିଛି।

ଘରେ ଶୋଇଥିବା ବେଳେ ଲାଗିଲା ନିଆଁ, ୬ ମୃତ

ନନ୍ଦିଘୋଷ ବ୍ୟୁରୋ: ଘରେ ଶୋଇଥିବା ବେଳେ ଲାଗିଲା ନିଆଁ, ୬ ମୃତ। ଏଭଳି ଘଟଣା ଘଟିଛି ଜମ୍ମୁ କଶ୍ମୀରର କଠୁଆ ଜିଲ୍ଲାରେ ।

ସୂଚନା ଅନୁଯାଇ, କଠୁଆ ଜିଲ୍ଲାର ଶିବାନଗରରେ ଗତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଭଡ଼ାରେ ରହୁଥିବା ଜଣଙ୍କ ଘରେ ନିଆଁ ଲାଗିଥିଲା। ପରିବାରର ପ୍ରାୟ ୧୦ ସଦସ୍ୟ ଶୋଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା । ବିଳମ୍ବିତ ରାତିରେ ହଠାତ୍‌ ନିଆଁ ଲାଗିବାରୁ ସେମାନେ ଉଠି ପଡ଼ିଥିଲେ। ମାତ୍ର ଚାରିଆଡ଼େ ଧୂଆଁମୟ ହୋଇ ଯାଇଥିବାରୁ ଅଣନିଶ୍ୱାସୀ ହୋଇ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ  ୪ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ସଧ୍ୟରେ ମହିଳା, ଶିଶୁ ରହିଛନ୍ତି । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଅଁ ଲିଭାଇଥିଲେ। ଏହାପରେ ସେମାନେ ଭିତରେ ପଶି ଅଚେତ ହୋଇ ପଡ଼ିଥିବା ୪ ଜଣଙ୍କୁ ଉଦ୍ଧାର କରି ତୁରନ୍ତ କାଠୁଆରେ ଥିବା ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

 

 

ନଦୀରେ ଡଙ୍ଗା ବୁଡି ୨୫ ମୃତ, ୧୨ ଯାତ୍ରୀ  ନିଖୋଜ

ନନ୍ଦିଘୋଷ ବ୍ୟୁରୋ: ନଦୀରେ ଡଙ୍ଗା ବୁଡି ୨୫ ମୃତ, ୧୨ ଯାତ୍ରୀ  ନିଖୋଜ । ଏଭଲି ଦୁଃଖଦ ଘଟଣା ଘଟିଛି ଆଫ୍ରିକାର କଙ୍ଗୋରେ । ଡଙ୍ଗାଟି ଅଧିକ ଯାତ୍ରୀ ନେଇ ଯାଉଥିବା ବେଳେ ଡଙ୍ଗାଟି ମଝି ନଦୀରେ ଓଲଟି ପଡିଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି  ଆଶଙ୍କା କରାଯାଉଛି

ସୂଚନା ମୁତାବକ, ମଧ୍ୟ କଙ୍ଗୋର ଫିମି ନଦୀ କୂଳରେ ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଛି। ଏଥିରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଓ ମହିଳା ଅଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ବର୍ତ୍ତମାନ ୧୨ ଜଣ ଏବେବି ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦା ଏହି ସୂଚନା ଦେଇଛନ୍ତି।

ପୁଅର ଜନ୍ମଦିନରେ ଚାଲିଗଲା ବାପାର ଜୀବନ

କନ୍ଧମାଳ: ପୁଅର ଜନ୍ମଦିନରେ ଚାଲିଗଲା ବାପାର ଜୀବନ। ଭୋଜି ସାମଗ୍ରୀ ଧରି ଆସୁଥିବାବେଳେ ଭାରସାମ୍ୟ ହରାଇ ଛାଞ୍ଚଚେଡ଼ି ଗଣ୍ଡିସ ପୋଲ ତଳକୁ ଖସିପଡ଼ିଲା ବାଇକ। ପୋଲୋ ତଳକୁ ଖସି ନଦୀରେ ବୁଡି ବାପାର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଜି.ଉଦୟଗିରି ସାରଙ୍ଗଡ ଥାନା ଅନ୍ତର୍ଗତ ରାଇକିଆ ଅଞ୍ଚଳରେ। ମୃତକ ହେଉଛନ୍ତି ପବିତ୍ର ଡିଗାଲ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ପୁଅର ଜନ୍ମଦିନ ପାଇଁ ଭୋଜିର ଆୟୋଜନ ହୋଇଥିଲା। ଭୋଜି ସାମଗ୍ରୀ ଆଣିବା ପାଇଁ ପବିତ୍ର ତାଙ୍କ ଦୁଇ ସାଥିଙ୍କୁ ନେଇ ବାଇକ ଯୋଗେ ରାଇକିଆ ବଜାର ଆସିଥିଲେ। ଫେରିବା ସମୟରେ ଗାଡିର ଭାରସାମ୍ୟ ହରାଇ ପୋଲକୁ ତଳକୁ ଖିପଡିଥିଲେ ପବିତ୍ର। ନଦୀରେ ଅଧିକ ପାଣି ଥିବା ଯୋଗୁଁ ବାଇକ ସହ ତିନି ଜଣ ପାଣିରେ ବୁଡି ଯାଇଥିଲେ। ଘଟଣାସ୍ଥଳରେ ପବିତ୍ର ଦିଗଲଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ରାଇକିଆ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଭଳି ଘଟଣାକୁ ନେଇ ପରିବାରରେ ଏବଂ ରାଇକିଆ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

ଆଜି ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

ପୁରୀ: ଆଜି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ରହିଥିବାରୁ ବନ୍ଦ ରହିବ ମରାମତି କାର୍ଯ୍ୟ । ଆସନ୍ତାକାଲିଠାରୁ ପୁଣିଥରେ ଆରମ୍ଭ ହେବ ମରାମତି କାର୍ଯ୍ୟ । ପ୍ରାଥମିକ ଭାବରେ ଚୂନ ପ୍ଲାଷ୍ଟରକୁ ହଟାଯିବ।ପରେ ଫାଟ ଥିବା ପଥର ଗୁଡ଼ିକ ପ୍ରତିସ୍ଥାପନ ବା ରିପ୍ଲେସ କରାଯିବ। ନୀଳଗିରିରୁ ଆସୁଥିବା ଉନ୍ନତ ମାନର ପଥରରେ କରାଯିବ ମରାମତି କାର୍ଯ୍ୟ।ଗତକାଲି ରତ୍ନଭଣ୍ଡାର ମରାମତିର ପ୍ରଥମ ଦିନରେ ଶେଷ ହେଲା ଭିତର ଭଣ୍ଡାରରେ ଭାରା ବନ୍ଧା କାର୍ଯ୍ୟ । ମରାମତି କାର୍ଯ୍ୟ କରିବା ପାଇଁ ପ୍ରାୟ ୨୦ ଫୁଟ୍ ଉଚ୍ଚର ଲୁହାର ଭାରା ବନ୍ଧା ଯାଇଛି। ଭିତର ଭଣ୍ଡାରରେ ବନ୍ଧା ଯାଇଛି ଏହି ଭାରା ।ଭାରା ବ୍ୟବହାର କରି କାନ୍ଥ ଛାତ ଓ ବିଭିନ୍ନ ସ୍ଥାନରେ ଥିବା କ୍ରାକ୍ସ୍ ବା ଫାଟ ମରାମତି କାମ କରିବେ ଏଏସଆଇ ଦ୍ଵାରା ନିଯୁକ୍ତ କୁଶଳୀ କାରିଗର ।

ଉତ୍ତରପ୍ରଦେଶ ସମ୍ଭଲରେ ଆଜି ASI ସର୍ଭେ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ସମ୍ଭଲରେ ଆଜି ମନ୍ଦିର ସର୍ଭେ କରିବ ଏଏସଆଇ। ମନ୍ଦିର ସହ ଏହାର ପାଖରେ ଥିବା ଏକ କୂପର ସର୍ଭେ କରିବ ASIର ଟିମ। ସର୍ବେକ୍ଷଣ ଟିମରେ ଖନନ ଏବଂ ଉତ୍ତୋଳକ ସଦସ୍ୟ ସାମିଲ ହୋଇଛନ୍ତି। ସହକାରୀ ପ୍ରତ୍ନତତ୍ତ୍ଵ ଅଧିକାରୀଙ୍କ ସହ ଜଣେ ସର୍ଭେୟରଙ୍କ ନେତୃତ୍ଵରେ ଏହି ସର୍ବେକ୍ଷଣ କରାଯିବ। ଏଏସଆଇ ଟିମ ପ୍ରଥମେ ସମ୍ଭଲ ଜିଲ୍ଲାପାଳଙ୍କ ଅଫିସରେ ଯିବାପରେ ସେଠାରୁ ପୂରାତନ ମନ୍ଦିରସ୍ଥଳକୁ ଯାଇ ସର୍ଭେ କରିବେ। ମନ୍ଦିର ନିକଟରେ ଥିବା ଏକ କୂପର ୨୦ ଫୁଟ ଗଭୀର ଖନନ ପରେ ସେଠାରେ ସର୍ବେକ୍ଷଣ କାମ ବନ୍ଦ ରଖାଯାଇଛି। ମନ୍ଦିର ଭିତରୁ ଅନେକ ପୂରାତନ ଦେବାଦେବୀଙ୍କ ମୂର୍ତ୍ତି ମିଳିଛି।

ଆଜି ଏଏସଆଇର ଟିମ ଅନ୍ୟ କୂଅ ଗୁଡିକର ମଧ୍ୟ ଖନନ କରିବ ବୋଲି ଜଣାପଡିଛି। ସମ୍ଭଲରେ ମହାଦେବ ହନୁମାନ ମନ୍ଦିରରେ ୩ଟି ଦେବାଦେବୀଙ୍କ ମୂର୍ତ୍ତି ଉଦ୍ଧାର ହୋଇଛି। ୧୯୭୮ ପରଠାରୁ ଏହି ମନ୍ଦିର ବନ୍ଦ ରହିଥିଲା। ଡିସେମ୍ବର ୧୪ ତାରିଖରେ ଜବରଦଖଲ ଉଚ୍ଛେଦ କରାଯାଇ ଏହି ମନ୍ଦିରର ଉଦ୍ଧାର କରାଯାଇଥିଲା।