spot_img
Home Blog Page 1361

ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା । ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ଭୂତି ଭକ୍ତି ବିଭୂତି ପ୍ରବନ୍ଧ ପୁସ୍ତକ ପାଇଁ ମିଳିବ ପୁରସ୍କାର । ସେ ଏପର୍ଯ୍ୟନ୍ତ ୧୨୦ ଖଣ୍ଡ ବହି ଲେଖିଛନ୍ତି । ଓଡିଆ କ୍ଷୁଦ୍ରଗଳ୍ପର ସ୍ୱରୂପ ଓ ଇତିହାସ ସମ୍ପର୍କରେ ବ୍ୟାପକ ଅଧ୍ୟୟନ ତାଙ୍କୁ ବିଶେଷ ମର୍ଯ୍ୟାଦାର ଅଧିକାରୀ କରିପାରିଛି । ଏ କ୍ଷେତ୍ରରେ ତାଙ୍କର କୃତିତ୍ୱ ଅନନ୍ୟ ।

ରବିଚନ୍ଦ୍ରନ ଅଶ୍ୱିନଙ୍କ ୧୪ ବର୍ଷର କାହାଣୀ….

ନନ୍ଦିଘୋଷ ବ୍ୟୁରୋ: ଆନ୍ତର୍ଜାତୀୟ କ୍ରିକେଟରୁ ରବିଚନ୍ଦ୍ରନ ଅଶ୍ବିନଙ୍କ ଅବସର ସାରା ଦେଶର କ୍ରିକେଟ ପ୍ରେମୀଙ୍କ ମନରେ ଚହଳ ସୃଷ୍ଠି କରିଛି ।  ଅଶ୍ବିନ ଅବସର ନେବା ସହିତ ଏକ ଯୁଗର ଅବସାନ ହୋଇଛି ।  ଗୋଟେ ଦୁଇ ବର୍ଷ ନୁହଁ  ୧୪ ବର୍ଷ କ୍ରିକେଟ ନା ସହିତ ଜଡ଼ିତ ଥିଲା ଅଶ୍ବିନୀଙ୍କ ନାଁ ।  ୧୪ ବର୍ଷ ଇଣ୍ଟରନାସନାଲ କ୍ରିକେଟ ସହ ଜଡ଼ିତ ରହିବା  ଏକ ଛୋଟ କଥା ନୁହଁ । ଆସନ୍ତୁ ଜାଣିବା ଅଶ୍ବିନଙ୍କର କଛି ଜଣା ଅଜଣା କଥା ।

ଟିମ୍ ଇଣ୍ଡିଆରେ କିଛି ଏପରି ଥିଲା ଅଶ୍ବିନଙ୍କ ୧୪ ବର୍ଷ

 ଅଶ୍ବିନ ସେହି ଖେଳାଳି ଙ୍କ ଭିତରେ ସାମିଲ ଥିଲେ ଯିଏକି ଇଣ୍ଟରନାସନାଲ  କ୍ରିକେଟ ରେ ଲଗାତାର ଦେଢ ଦଶନ୍ଧି ଅତିକ୍ରମ କରିବା ସହିତ ଦଳର ସବୁଠାରୁ ବଡ଼ ମ୍ୟାଚ ରେ ବିଜୟ ହାସଲ କରିଥିଲେ ।  ନିଜ ଜୀବନର ଅନ୍ୟ କିଛି ଦିଗ ବିଷୟରେ ବର୍ଣ୍ଣନା କରି କହିଛନ୍ତି ଯେ ଏକଦା ତାଙ୍କର ଏକ ଟେନିସ ବଲ ମ୍ୟାଚ ସମୟରେ ତାଙ୍କୁ କିଛି ଯୁବକ କିଡ଼ନାପ କରିନେଇଥିଲେ ।  ମ୍ୟାଚ ଦିନ ୪ ରୁ ୫ ଜଣ ବାଳକ ତାଙ୍କ ସହ କଥା ହେବାକୁ ଆସି ଅଶ୍ବିନ ଙ୍କୁ ଅପହରଣ କରିନେଇଥିଲେ ।  ସେମାନଙ୍କର କେବଳ ଗୋଟିଏ ଟାର୍ଗେଟ ଥିଲା କି କିପରି ସେ ଏହି ମ୍ୟାଚ କୁ ଖେଳିନପାରନ୍ତି ।

କଥାରେ ଅଛି ବିନା ଗୁରୁରେ ଶିଷ୍ୟ ର କିଛି ଅସ୍ଥିତ୍ବ ନାହିଁ । ସଫଳତାର ପାହାଚ ଜଣେ ଗୁରୁ ହିଁ ହାତ ଧରି ଚଲାଇଥାନ୍ତି । ଅଶ୍ବିନଙ୍କ ଜୀବନ ପରିବତ୍ତର୍ନ ରେ ମଧ୍ୟ ତାଙ୍କ ଗୁରୁଙ୍କ ଭୂମିକା ବେଶ୍ ଗୁରୁତ୍ବ ପୂର୍ଣ୍ଣ ଥିଲା ।  ଜଣେ ମଧ୍ଧମ ଧରଣ ର କ୍ରିକେଟ ଖେଳାଳିରୁ କିପରି ଅଫ ସ୍ପିନର ହୋଇଥିଲେ ସେହି ସଫଳତାର ଶ୍ରେୟ   ସେ ତାଙ୍କ  ପିଲାଦିନ ର ପ୍ରଶିକ୍ଷକ ସି. କେ ବିଜୟକୁମାରଙ୍କୁ ଦେଇଛନ୍ତି । ଏକାଦଶ ରେ ପଢୁଥିବା ସମୟରେ ଯେତେବେଳେ ଅଶ୍ବିନ ଫିଲ୍ଡ ରେ ଅଭ୍ୟାସ କରୁଥିଲେ ସତେବେଳେ ତାଙ୍କର ବୋଲିଂ ଭଲ ନଥିଲା । ଏବଂ ସେ ତାଙ୍କ କୋଚ ଙ୍କୁ ପଚାରିଥିଲେ ମୁଁ ଅଫସ୍ପିନ କରିପାରିବି ନା ନାହିଁ । ଅଶ୍ବିନ ଙ୍କ ଆାଖିରେ ଥିବା ଆଶା କୁ ଦେଖି ତାଙ୍କ କୋଚ ସାହାସ ଦେଇଥିଲେ ଯାହା ଫଳରେ ଆଜି ସେ ଏହି ସଫଳତା ପାଇପାରିଛନ୍ତି ।  

ଯେପରି କ୍ରିକେଟର ଧୋନିଙ୍କୁ ଫୁଟବଲ ଗୋଲକିପରରୁ କ୍ରିକେଟ ଓ୍ବିକେଟ ପର୍ଯ୍ୟନ୍ତ ପରିବର୍ତ୍ତନ ର ଦିଗ ତାଙ୍କ ପ୍ରଶିକ୍ଷକ ଦେଇଥିଲେ । ସେହିଭଳି ଅଶ୍ବିନ ତାଙ୍କ ସ୍କୁଲ ପ୍ରଶିକ୍ଷକଙ୍କ ପରାମର୍ଶରେ ଅଫ୍ ସ୍ପିନର ହୋଇ କ୍ରିକେଟରେ ଆକାଶ କୁ ସ୍ପର୍ଶ କରିଥିଲେ । ୧୪ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରେର ସେ ୧୦୬ ଟି ଟେଷ୍ଟରେ ୫୩୭ ଓ୍ବିକେଟ ନେଇ ଭାରତ ର ଦ୍ବତୀୟ ସଫଳ ଟେଷ୍ଟ ବୋଲର ଭାବରେ ଉଭା ହାଇଥିଲେ । ତାଙ୍କ କ୍ୟାରିୟର ରେ ଇଂଲଣ୍ଡ ବିପକ୍ଷରେ ସେ ଅଧିକ ଓ୍ବିକେଟ ନେଇଛନ୍ତି ।  କେବଳ ବୋଲିଂ ନୁହଁ ବ୍ୟାଟିଂ ରେ ମଧ୍ୟ ଅଶ୍ବିନଙ୍କ ନାଁ ରେ ଅନେକ ରକର୍ଡ଼ ରହିଛି ।  ତେବେ ଆାଜି ସନ୍ୟାସ ନେବା ବେଳେ ସେ ଖୁବ ଭାବପ୍ରବଣ ହାଇଯାଇଥିଲେ ।

 

 

 

ରେଲୱେରେ ଚାକିରି କରାଇଦେବାକୁ କହି ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ

କଟକ: ରେଳବାଇ ଚାକିରି କରିଦେବାକୁ କହି ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ। ଘଟଣାରେ ବିଡାନାସୀ ଥାନା ପୋଲିସ ଡାନିଏଲ ରାଜ୍ ନାମକ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣାରେ ଆଉ ତିନି ଜଣ ଫେରାର ଥିବା ଜଣାପଡିଛି। ଏହି ରାକେଟ ମୁଖ୍ୟତଃ ରେଳବାଇରେ ଷ୍ଟେସନ୍ ମାଷ୍ଟର, ଟିଟି, ସେକ୍ସନ ଅଫିସର ଚାକିରି କରାଇଦେବା ନାରେ ଠକିଥିବା ଜଣାପଡିଛି।

ଅନ୍ୟପଟେ ଠକାମିର ଶିକାର ହୋଇଥିବା ପ୍ରାୟ ୪୦ ଯୁବକ ଏବେ ବିଭିନ୍ନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସବୁଠାର ଆଶ୍ଚର୍ଯ୍ୟ କଥା ହେଉଛି ପୁରା ଅବିକଳ ନକଲି ନିଯୁକ୍ତି ପତ୍ର ଦେଇ ଯୁବକ ମାନଙ୍କୁ ଠକିଥିବା ଦେଖିବାକୁ ମିଳିଛି। ସେହିଭଳି ପ୍ରିୟଙ୍କା ପ୍ରିୟଦର୍ଶିନୀ ତ୍ରିପାଠୀ ନିଜକୁ ଜଣେ IAS ଅଫିସର ବୋଲି କହିବା ସହ ପଞ୍ଚାୟତିରାଜ ବିଭାଗରେ ଚାକିରୀ କରିଥିବା କହୁଥିବା ବେଳେ କଟକ ବିଡାନାସୀ ଦମ୍ପତି ମଧ୍ୟ ମଧ୍ୟ ଏହି ଘଟଣାରେ ସଂପୃକ୍ତ ଥିବା ଜଣାପଡିଛି।

କାର ଡିଲରସିପ କରାଇଦେବାକୁ କହି ୪୦ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ

କଟକ: କାର ଡିଲରସିପ କରାଇଦେବାକୁ କହି ଜଣେ ବ୍ୟବସାୟୀଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ସିଡିଏ ସେକ୍ଟର ୯ ଅଞ୍ଚଳର ଜଣେ ବ୍ୟବସାୟୀ କିଆ କମ୍ପାନୀର କାର ଡିଲରସିପ୍ ସମ୍ବଲପୁରରେ କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ‘କିଆ ର ଯୋଗାଯୋଗ ନମ୍ବର ଗୁଗୁଲରେ ଖୋଜିଥିଲେ। ଗୁଗୁଲରେ ନମ୍ବର ମିଳିବା ପରେ କମ୍ପାନି ସହିତ ଯୋଗାଯୋଗ କରିଥିଲେ। ଫୋନ୍ ଉଠାଇଥିବା ବ୍ୟକ୍ତି ନିଜକୁ ‘କିଆ ର ଅଧିକାରୀ ଭାବେ ପରିଚୟ ଦେଇଥିଲେ । ଡିଲରସିପ୍ ଖୋଲିବା ପାଇଁ ସିକ୍ୟୁରିଟି ଟଙ୍କା ବାବଦରେ ଦୁଇଟି ପର୍ଯ୍ୟାୟରେ ୪୦ ଲକ୍ଷ ଟଙ୍କା ଜମା କରିବାକୁ ସେ କହିଥିଲା। ଫଳରେ ବ୍ୟବସାୟୀ ଜଣକ ନଭେମ୍ବର ୨୯ ରେ ୨୫ ଲକ୍ଷ ଓ ଡିସେମ୍ବର ୧୦ ତାରିଖରେ ୧୫ ଲକ୍ଷ ଟଙ୍କା ଦୁଇଟି ଆକାଉଣ୍ଟରେ ଜମା କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଡିସେମ୍ୱର ୧୬ ତାରିଖରେ ଠକମାନେ ଆହୁରି ୧୭ ଲକ୍ଷ ଟଙ୍କା ମାଗିବା ସହିତ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ଜମା କରିବାକୁ କହିଥିଲେ । ଏଥିରେ ବ୍ୟବସାୟୀଙ୍କର ସନ୍ଦେହ ହେବାରୁ ସେ ଉକ୍ତ ଆକାଉଣ୍ଟ ଯାଞ୍ଚ କରିଥିଲେ। ଆକାଉଣ୍ଟଟି ଜଣେ ବ୍ୟକ୍ତିଙ୍କ ନାଁରେ ଥିବା ଜଣାପଡ଼ିଥିଲା। ଏହାପରେ ବ୍ୟବସ୍ୟାୟୀ ଜଣକ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇବା ପରେ ସାଇବର ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୋବାଇଲ ନମ୍ବରଟି ଗୁଜୁରାଟର ବୋଲି ଜଣାପଡିଛି ।

ରାଜ୍ୟରେ ଦରବୃଦ୍ଧିକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଦରବୃଦ୍ଧିକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ସାମ୍ୱାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିଲା ବିଜେଡି । ବିଜେଡି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟି ଆବାହକ ସଞ୍ଜୟ ଦାସ ବର୍ମା କହିଛନ୍ତି, ପ୍ରତି ବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୨୬ରେ ବିଜେଡି ପ୍ରତିଷ୍ଠା ଦିବସ ସବୁ ନିର୍ବାଚନ ମଣ୍ଡଳୀରେ ପାଳନ କରିବ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସ୍ୱାଭିମାନର ରକ୍ଷା କରାଯିବ। ଆସନ୍ତା ଜାନୁଆରୀ ୬ରେ ଦରଦାମ ବୃଦ୍ଧି ବିରୋଧରେ ଦଳ ଆନ୍ଦୋଳନକୁ ଓହ୍ଲାଇବ । ଦର ଦାମ ନିୟନ୍ତ୍ରଣ ନ ହେଲେ ସାରା ରାଜ୍ୟରେ ଆନ୍ଦୋଳନ ହେବ। ଲୋକସେବା ଭବନ ଆଗରେ ବିକ୍ଷୋଭ ହେବ। ସରକାର ଗଠନର ୬ ମାସରେ ଦରଦାମ ବଢ଼ି ଆକାଶଛୁଆଁ ହୋଇଛି । ୫୦ ହଜାର ସୁଭଦ୍ରା ଟଙ୍କା, ୩ଶହ ୟୁନିଟ ମାଗଣା ବିଜୁଳି, ୩୧ଶହ ଟଙ୍କା MSP, ଭତ୍ତା ବୃଦ୍ଧି  ପ୍ରତିଶୃତିରେ ବିଫଳ ନୂଆ ସରକାର । ନିତ୍ୟ ବ୍ୟବହାର ଜିନିଷ, ଡିଜେଲ ପେଟ୍ରୋଲ ଓ ଗ୍ୟାସ ଦର ବୃଦ୍ଧି ଯୋଗୁଁ ଲୋକ ତ୍ରାହି ତ୍ରାହି ଡାକୁଛନ୍ତି । ସୁଭଦ୍ରାର ଏସଓପି ୯ ଥର ବଦଳିଲାଣି । ଆଳୁ ୬୦, ଡାଲି ୧୫୦ ଟଙ୍କା । ଏହା ପ୍ରଶାସନିକ ଓ ସରକାରୀ ବିଫଳତା ବୋଲି କହି ବର୍ଷିଛନ୍ତି ସଂଜୟ ।

ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଯୁବ ବିଜେଡି ସଭାପତି ବ୍ଯୋମକେଶ ରାୟ । ସେ କହିଛନ୍ତି, ଅଚ୍ଛେ ଦିନ ଆଣିବା କଥା କହି ସରକାରକୁ ଆସିଥିଲା ବିଜେପି । ହେଲେ ଏହା କେବଳ କଥାରେ ରହି ଯାଇଛି । ମୁଦ୍ରାସ୍ଫୀତି ସାରା ଦେଶରେ ବଢ଼ି ଚାଲିଛି । ଦେଶର ଷ୍ଟାଟିଷ୍ଟିକ୍ସ ରିପୋର୍ଟ ଅନୁସାରେ, ଓଡ଼ିଶାରେ ମୁଦ୍ରାସ୍ଫୀତି ୭.୩ ପ୍ରତିଶତ ରହିଛି । ଗାଁରେ ଏହା ୮ ପ୍ରତିଶତ ଟପିଲାଣି । ପଡୋଶୀ ରାଜ୍ୟରେ ମୁଦ୍ରାସ୍ଫୀତି ଓଡ଼ିଶାଠାରୁ କମ ରହିଛି । ହେଲେ ହଠାତ ଏହି ଛଅ ମାସରେ କଣ ହେଲା ଯେ ଏହା ଏତେ ବଢିଗଲା ବୋଲି ପ୍ରଶ୍ନ କରିଛନ୍ତି ବ୍ଯୋମକେଶ । ଦର ବୃଦ୍ଧିରେ ଏବେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିଛି । ଏହା ଚିନ୍ତାଜନକ କଥା। ହେଲେ ସରକାର ବେଫିକର ହୋଇ ବସିଛନ୍ତି । ବିଜେଡିରେ ଛାମୁଆ ସଂଗଠନ ଏହା ବିରୋଧରେ ଆନ୍ଦୋଳନ କରି ସରକାରଙ୍କ ନିଦ ଭାଙ୍ଗିବ । ସାରା ରାଜ୍ୟରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବ୍ଯୋମକେଶ ।

ସ୍ୱାମୀ ଆୟରେ ଗୃହିଣୀ ଘର ଚଳାଏ । ହେଲେ ଅହେତୁକ ଦର ବୃଦ୍ଧି ଯୋଗୁଁ ହାଣ୍ଡିଶାଳରେ ଚଡକ ପଡିଛି । ଡବଲ ଇଂଜିନ ସରକାର ବିକାଶ ନାରା ଦେଇ ସରକାର ଗଢିବାକୁ ସମର୍ଥ ହୋଇଥିଲେ । ହେଲେ ଅର୍ଥନୀତି ପରିଚାଳନାରେ ବିଫଳ ହୋଇଛନ୍ତି ବିଜେପି ସରକାର । ଏପରି କହି ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।

୨୦୧୪ରୁ ଏନଡିଏ ଆସିବାପରଠାରୁ ଦେଶରେ ଦର ବୃଦ୍ଧି ହୋଇ ଚାଲିଛି । ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ଭୀଷଣ କ୍ଷତି ସହୁଛନ୍ତି । ବିନା କଟନି ଛଟନିରେ ଧାନ କିଣିବା ସହ ୩୧ଶହ ଟଙ୍କା MSP ପ୍ରତିଶୃତି ଦେଇଥିଲେ ପ୍ରଧାନମନ୍ତ୍ରୀ । ଏପର୍ଯ୍ୟନ୍ତ ଟୋକନ ଆସିନି । ରାଜ୍ୟ ସ୍ୱାର୍ଥ ପାଇଁ ବିଜେଡି ଆନ୍ଦୋଳନ ଜାରି ବୋଲି କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ ।

ଡିସେମ୍ୱର ୨୬ରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୬ ତାରିିଖରେ ବିଜେଡି ତାର ୨୮ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଦଳର ସମନ୍ଵୟ କମିଟିର ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର କହିଛନ୍ତି, ବିଜେଡି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶକ୍ତିଶାଳୀ ଆଞ୍ଚଳିକ ଦଳ ହୋଇଛି । ପ୍ରତି ବର୍ଷ ଭଳି ଏଥର ବି ଡିସେମ୍ବର ୨୬ ରେ ସବୁ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ ହେବ। ବିକାଶର ଅନ୍ୟ ନାଁ  ହେଲା ବିଜେଡି। ଏହା ଲୋକଙ୍କୁ ପୁଣି ଜଣାଇବୁ ବୋଲି କହିଛନ୍ତି ଦେବୀ ମିଶ୍ର ।

ଆହୁରି ମଧ୍ୟ କହିଛନ୍ତି, ଜାନୁଆରୀ ୬ରେ ଦରଦାମ ବୃଦ୍ଧି ବିରୋଧରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ । ବିଜେପି ନିଜର ପ୍ରତିଶୃତି ପାଳନ ନ କରିବା, ଦରଦାମ ବୃଦ୍ଧି କଥାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବୁ। ଆସନ୍ତା ଜାନୁଆରୀ ୬ ତାରିଖରେ ଭୁବନେଶ୍ଵରରେ ବିରାଟ ଆନ୍ଦୋଳନ କରାଯିବ। ଦରଦାମରେ ଲୋକେ ଯେମିତି ଅତିଷ୍ଠ ହେଲେଣି, ତାକୁ ନେଇ ସଚେତନ କରାଯିବ ବୋଲି କହିଛନ୍ତି ଦେବୀ ମିଶ୍ର।

ଓସ୍କାର ରେସ୍ ରୁ ବାଦ୍ ପଡ଼ିଲା ଫିଲ୍ମ ‘ଲାପତା ଲେଡ଼ିଜ୍ ‘

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ସିନେ ପ୍ରେମୀଙ୍କୁ  ଲାଗିଛି ଶକ୍ତ ଝଟକା  ।  ଓସ୍କାର  ରେସରୁ ବାଦ୍ ପଡ଼ିଲା  ଲାପତା ଲେଡିଜ୍‌’ ।  କିରଣ ରାଓଙ୍କ  ନିର୍ଦ୍ଦେଶିତ  ଏହି ଫିଲ୍ମଟିକୁ ଭାରତରେ  ଖୁବ୍ ପସନ୍ଦ କରାଯାଇଥିଲା । ଏକ ଛୋଟ  ବଜେଟରେ କରାଯାଇଥିବା ଏହି  ଚଳଚ୍ଚିତ୍ରଟି  ବକ୍ସ ଅଫିସରେ  ବହୁତ ଭଲ ପ୍ରଦର୍ଶନ କରି ରୋଜଗାର ମଧ୍ୟ କରିଥିଲା ।  ତେବେ ଏହି ଫିଲ୍ମଟି  ୯୭ତମ ଏକାଡ଼େମୀ ପୁରସ୍କାରରେ  ଭାରତର ପ୍ରତିନିଧିତ୍ବ  କରିବାକୁ ମନୋନୀତ ହୋଇଥିଲା । ମାତ୍ର ଏବେ  ଫିଲ୍ମଟିକୁ  ଓସ୍କାର ରେସରୁ  ବାହାର କରିଦିଆାଯାଇଛି ।

 ଭଲ ସଫଳତା ହାସଲ କରିଥିଲେ ମଧ୍ୟ  ଫିଲ୍ମଟି  ସେହି ବର୍ଗ ରେ  ମନୋନୀତ  ୧୫ ଟି ଚଳଚ୍ଚିତ୍ର ମଧ୍ଧରେ ନିଜ ସ୍ଥାନ ପାଇପାରିନାହିଁ ।  ଭାରତର ଭରସା ଭାଙ୍ଗିଯାଇଛି । Academy of Motion Picture Arts and Sciences ପକ୍ଷରୁ ପରବର୍ତ୍ତୀ ରାଉଣ୍ଡ ପାଇଁ ୧୫ ଫିଲ୍ମର ନାମ ଘୋଷଣା କରାଯାଇଥିଲା।  ଯେଉଁଥିରେ ଲାପତା ଲେଡିଜ୍‌’ ର ନାଁ ନାହିଁ ।

‘ମୋଟୁ’ କୁ ନେଲା କିଏ ? ଥାନାରେ ଏତଲା

ବୌଦ୍ଧ: କଲୋନୀରୁ କୁକୁର ଚୋରି କରି ନେଲେ ଦୁର୍ବୃତ୍ତ । ସିସିଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ। କୁକୁର ‘ମୋଟୁ’କୁ ନପାଇ ଚିନ୍ତାରେ କଲୋନୀ ବାସୀ। ତେବେ ଏନେଇ ଥାନାରେ ଏତଲା ଦେଲେ ଲୋକେ। ‘ମୋଟୁ’କୁ ନ ପାଇ ଶେଷରେ କଲୋନୀର ଏକ ଘର କାନ୍ଥରେ ଲାଗିଛି ନୋଟିସ । ଏହି ନୋଟିସରେ ଲେଖାଯାଇଛି, ‘ଏତଦ ଦ୍ଵାରା ସମସ୍ତଙ୍କୁ ଜଣାଇ ଦିଆଯାଉଛି ଯେ, ଏଠାରେ ଥିବା କୁକୁର ଛୁଆମାନଙ୍କୁ କେହି ନିଅନ୍ତୁ ନାହିଁ । CCTV ଦ୍ଵାରା ଆପଣ କଏଦ ଅଛନ୍ତି । ଯିଏ ନେବେ ତାଙ୍କୁ ୨ ହଜାର ଟଙ୍କା ଜୋରିମନା ସହିତ ପ୍ରଚୁର ମାଡ ଦିଆଯିବ’ । ଦ୍ରଷ୍ଟାବ୍ୟ ସାହି ବାସିନ୍ଦା । ଏଭଳି ଘଟଣା ଘଟିଛି ବୌଦ୍ଧ ଥାନା ପୋଡାପୋଡା କଲୋନୀରେ ।

ସୂଚନା ଅନୁଯାୟୀ, ପୋଡାପୋଡ଼ା କଲୋନୀର ଗେହ୍ଲା ପୋଷା କୁକୁର ଥିଲା ମୋଟୁ। ଗତକାଲି ରାତିରେ ୫ଜଣ ଦୃର୍ବୁକ୍ତ ‘ମୋଟୁ’କୁ ଟେକି ନେଇ ପଳେଇଥିଲେ । ସହର ସାରା ଖୋଜାଖୋଜି କରିବା ପରେ ଏବେ ଥାନାରେ ଅଭିଯୋଗ କରିଛନ୍ତି କଲୋନୀ ବାସୀ। ଅନ୍ୟପଟେ ଖୁବଶୀଘ୍ର ମୋଟୁକୁ ଖୋଜିବା ପାଇଁ ଚେଷ୍ଟା କରୁଛୁ ବୋଲି ଥାନା ଅଧିକାରୀ କହିଛନ୍ତି ।

ସୂଚନା ମୁତାବକ, ବୌଦ୍ଧ ସହରର ପୋଡାପୋଡା କଲୋନୀ ବାସୀ ସମସ୍ତେ ମିଶି ୨ବର୍ଷ ତଳେ ଏକ କୁକୁର ପାଳିଥିଲେ । ଏହା ଏକ ମିକ୍ସ ବ୍ରିଡ଼ ପୋଷା କୁକୁର ଥିଲା । ଯାହାର ନାମ ଅତି ଶ୍ରଦ୍ଧାରେ ଦେଇଥିଲେ ଛକି । ଗତ ୨ମାସ ତଳେ ଛକି ୪ଶିଶୁର ଜନନୀ ହୋଇଥିଲା । ପ୍ରତିଦିନ କଲୋନୀର ପିଲାମାନେ ଛକି ଓ ତାର ୪ ଶିଶୁ ମୋଟୁ, ଡନ, ଚାପସି ଓ ଲାବରା ସହ ଖେଳିଥାନ୍ତି । ଆଉ ବଡଲୋକ ମାନେ ମଧ୍ୟ ଛକି ଓ ତାର ଶିଶୁଙ୍କ ବହୁ ଯତ୍ନ ନିଅନ୍ତି । କରଣ ସେ ହେଉଛି କଲୋନୀର ସୁରକ୍ଷାକବଚ । ରାତିରେ ହେଉ ଅବା ଦିନ ରେ ଯଦି କେହି ଅଜଣା ଲୋକ କଲୋନୀକୁ ପ୍ରବେଶ କରେ ତ ଛକି କଲୋନୀ ସାରା ଲୋକଙ୍କୁ ସତର୍କ କରିଥାଏ ।

ଗତକାଲି ରାତିରେ ଛକି ବାହାରକୁ ଯାଇଥିବା ସମୟରେ ହଠାତ କିଛି ଦୃର୍ବୁତ୍ତ ଆସି ମୋଟୁକୁ ଟେକି ନେଇ ଯାଇଥିଲେ । ମୋଟୁକୁ ନେଲା ବେଳେ ପଛେ ପଛେ ଡ଼ନ ଗୋଡେଇଥିଲା କିନ୍ତୁ ପାରି ନଥିଲା। ମା ଛକି ଛୁଆକୁ ଖୋଜି ବୁଲୁଛି । ଯାହାକୁ ନେଇ କଲୋନୀ ସାରା ଲୋକ ଚିନ୍ତାରେ ପଡିଯାଇଥିବା ବେଳେ ଆଉ ୩ଟି ଛୁଆକୁ ସୁରକ୍ଷା ପାଇଁ ଘର ଆଗରେ ନୋଟିସ ମାରିଛନ୍ତି ।

ବିଶ୍ବର ସବୁଠାରୁ ଧନୀ ଭିକାରୀ, ସମ୍ପତ୍ତି ଶୁଣିଲେ ହୋଇଯିବେ ଚକିତ…

ନନ୍ଦିଘୋଷ ବ୍ୟୁରୋ: କଥାରେ ଅଛି ପରିଶ୍ରମ ହିଁ ସଫଳତାର ଚାବିକାଠି । ମନରେ କିଛି କରିଦେଖାଇବାର ଇଚ୍ଚା ଥିଲେ ଜଣେ ନିଜ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚିପାରିବାରେ ସମର୍ଥ ହୋଇପାରିବ । ନିଜ ପରିଶ୍ରମ ଦ୍ବାରା ଏଭଳି କିଛି ଉଦାହରଣ ସୃଷ୍ଟି କରିପାରିଛନ୍ତି ଜଣେ ସାଧାରଣ ଭିକାରି । ଏଭଳି ଜଣେ ଭିକାରି ଯିଏକି ହେଉଛନ୍ତି ୭ କୋଟି ଟଙ୍କା ସମ୍ପତ୍ତି  ସହିତ ୧ କୋଟିର ଏକ ଫ୍ଲାଟ ର ମାଲିକ । କଥାଟି ଆଶ୍ଚର୍ଯ୍ୟ  ଲାଗୁଥିଲେ ବି ସତ । କେବଳ ଭିକ ମାଗି ମାସକୁ  ରୋଜଗାର କରୁଛନ୍ତି ୭୫ ହଜାର ଟଙ୍କା ।  ଜରଷ  ସାଧାରଣ ଭିକାରିର ରୋଜଗାର ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ମୁମ୍ବାଇ ର ଭାରତ ଜୈନ ନାମକ ଜଣେ  ବ୍ୟକ୍ତି କୁ ଦୁନିଆାର ସବୁଠାରୁ ଧନୀ ଭିକାରି କୁହାଯାଉଛି ।  କାରଣ କେବଳ ଭିକ ମାଗି ହିଁ ସେ ଆାଜି କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି । ପରିବାର ଲୋକଙ୍କ ବିପକ୍ଷରେ ଯାଇ, ଏତେ ସଫଳତା ପାଇବା ପରେ ବି  ଆାଜି ମଧ୍ୟ ସେ ଭିକ ମାଗିବାକୁ ଛାଡ଼ି ପାରିନାହିଁନ୍ତି ।  ଭାରତ ଜୈନ  କହିଛନ୍ତି ତାଙ୍କୁ ଭିକ ମାଗିବା ବହୁତ ପସନ୍ଦ ଏବଂ ସେ ତାକୁ ଛାଡ଼ିବାକୁ ଚାହାଁନ୍ତି ନାହିଁ । ଏହା ସହିତ ତାଙ୍କୁ ଅନ୍ୟ ମାନଙ୍କୁ ଦାନ କରିବାକୁ ମଧ୍ୟ ଭଲ ଲାଗେ ।

୧୨ ଘଣ୍ଟା ପରିଶ୍ରମ ରେ ମାସକର ରୋଜଗାର ୭୫୦୦୦ ଟଙ୍କା

ନିଜ ସଫଳତା ବିଷୟରେ ବୟାନ କରି ସେ କହିଛନ୍ତି ଯେ ବିନା ବିଶ୍ରାମ ରେ  ୧୨ ଘଣ୍ଟା ପର୍ଯ୍ୟନ୍ତ ସବୁଦିନ ଭିକ ମାଗୁଥିଲେ ।  ଏପରି କରି ସେ ପ୍ରତିଦିନ ଦିନକୁ ୨୫୦୦ ଟଙ୍କା କମାନ୍ତି । ଏହି କାମ ସେ ଦିର୍ଘ ୪୦ ବର୍ଷ ଧରି କରି ଆାସୁଛନ୍ତି । ୪୦ ବର୍ଷ ଭିକ ମାଗିବା ହିଁ ତାଙ୍କର ରୋଜଗାର କରିବାର ମୁଖ୍ୟ ମାଧ୍ୟମ ରହିଆାସିଛି  ।  ଏପରି କରି ସେ ପ୍ରତି ମାସରେ ପାଖାପାଖି ୭୫୦୦୦ ଟଙ୍କା ରୋଜଗାର କରନ୍ତି ।  ଏହା ସହିତ ତାଙ୍କର ମୁମ୍ବାଇରେ ଦୁଇଟି ଫ୍ଲାଟ୍ ଏବଂ ଦୁଇଟି ଦୋକାନ ମଧ୍ୟ ଅଛି । ସେହି ଦୋକାନରୁ ତାଙ୍କର ପ୍ରତିମାସରେ ୩୦୦୦୦ ଟଙ୍କାର ଆୟ ହୋଇଯାଏ ।

ପରିବାର ଲୋକଙ୍କ ବିପକ୍ଷରେ ଯାଇ  କିପରି ହାସଲ କଲେ ସଫଳତା

ଭାରତ ଜୈନଙ୍କ ପରିବାରରେ ତାଙ୍କ ପତ୍ନି , ଦୁଇଟି ପିଲା , ତାଙ୍କ ଭାଇ ଏବଂ ବାପା ରୁହନ୍ତି ।  ତାଙ୍କର ଦୁଇ ପିଲା ଏକ ପ୍ରତିଷ୍ଠିତ କନେଭଟ ସ୍କୁଲ ରେ ପାଠପଢା ସାରି ଏବେ ଭାରତଙ୍କ ଦୋକାନ ସମ୍ଭାଳୁଛନ୍ତି ।  କିନ୍ତୁ ଆାରମ୍ଭ ରୁ ତାଙ୍କ ପରିବାର ଲୋକ ଭିକ ମାଗିବାକୁ ବାରମ୍ବାର ମନା କରୁଥିଲେ । କିନ୍ତୁ ତାଙ୍କୁ ଏହି କାମରୁ ଖୁସି ମିଳୁଥିଲା  ।ସେଥିପାଇଁ ଘର ଲୋକଙ୍କ କଥା ନମାନି ସେ ଏହି ଦିଗକୁ ଆପଣେଇ ନେଇଥିଲେ । ଆଉ ବର୍ତ୍ତମାନ ଭାରତ ଙ୍କ ନାଁ ଏବେ ଚର୍ଚ୍ଚା ର ବିଷୟ ପାଲିଟିଯାଇଛି ।  କେବଳ ଭିକ ମାଗି କିପରି ଜଣେ ଏତେ ସଫଳତା ହାସଲ କରିସାରିଛନ୍ତି ଏକଥା ଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

 

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ରବିଚନ୍ଦ୍ରନ ଅଶ୍ୱିିନ

ନନ୍ଦିଘୋଷ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ଵିନ। ସବୁ ଫର୍ମାଟରୁ ସେ ଅବସର ନେଇଛନ୍ତି । ଏବେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଚାଲିଥିବା ବେଳେ ବ୍ରିସବେନ ଟେଷ୍ଟ ପରେ ପରେ ସେ ଅବସର ଘୋଷଣା କରିଛନ୍ତି। ଏପରିକି ସେ ଚତୁର୍ଥ ଟେଷ୍ଟ ମଧ୍ୟ ଖେଳିବେ ନାହିଁ ।

ଟେଷ୍ଟ ମ୍ୟାଚ ପରେ ରୋହିତ ଶର୍ମାଙ୍କ ସହିତ କରିଥିବା ପ୍ରେସମିଟରେ ଘୋଷଣା କରିଛନ୍ତି ଅଶ୍ଵିନ। ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବା ପୁର୍ବରୁ ଅଶ୍ବୀନ ଡ୍ରେସିଙ୍ଗ ରୁମରେ ବିରାଟ କୋହଲିଙ୍କ ସହ ବସିଥିବାର ନଜର ଆସିଥିଲେ । ଯେଉଁ ସମୟରେ ବିରାଟ କୋହଲି ତାଙ୍କୁ ଆଲିଙ୍ଗନ ମଧ୍ୟ କରିଥିବାର ଦେଖା ଯାଇଥିଲା । ଏହି ସମୟରେ ଅଶ୍ୱିନ ଭାବୁକ ଥିବାର ନଜର ଆସିଛନ୍ତି ।

ସୂଚନାଯୋଗ୍ୟ, ପ୍ରାୟ ୧୩ ବର୍ଷ ଧରି ସେ ଭାରତୀୟ କ୍ରିକେଟର ଅନ୍ୟତମ ପ୍ରମୁଖ ସଦସ୍ୟ ଥିଲେ। ୩୮ ବର୍ଷ ବୟସର ଏହି ସ୍ପିନର ଭାରତୀୟ ଦଳ ପାଇଁ ଅନେକ ରେକର୍ଡ ବନାଇଛନ୍ତି । ଗୁରୁତ୍ବପୁର୍ଣ୍ଣ ମ୍ୟାଚ ମାନଙ୍କରେ ଭାରତୀୟ ଦଳ ପାଇଁ ଅଶ୍ବୀନ ସଙ୍କଟମୋଚକ ସାବ୍ୟସ୍ତ ହୋଇଥାନ୍ତି । ଟେଷ୍ଟ ମ୍ୟାଚରେ ତାଙ୍କ ବୋଲିଂର ଯାଦୁ ଆଜି ମଧ୍ୟ ଖାସ ହୋଇ ରହିଛି । ଟେଷ୍ଟ କ୍ରିକେଟରେ ଭାରତ ତରଫରୁ ସେ ଦ୍ଵିତୀୟ ସର୍ବାଧିକ ୱିକେଟ ନେଇଛନ୍ତି। ଉଭୟ ଦେଶ ଓ ବିଦେଶରେ ଟିମ୍ ଇଣ୍ଡିଆର ଅନେକ ସ୍ମରଣୀୟ ବିଜୟର ସେ ଅନ୍ୟତମ ବିନ୍ଧାଣୀ ଥିଲେ। କ୍ରିକେଟରେ ତାଙ୍କୁ ଇଣ୍ଟିଲିଜେଣ୍ଟ ବୋଲର ଭାବେ ବିବେଚନା କରାଯାଏ। ୧୦୬ଟି ଟେଷ୍ଟ ଖେଳି ଆର୍ ଅଶ୍ଵିନ ୫୩୭ଟି ୱିକେଟ ନେଇଛନ୍ତି। ୩୭ ଥର ସେ ୫ ୱିକେଟ ବା ତାଠାରୁ ଅଧିକ ୱିକେଟ ନେଇଛନ୍ତି। ଟେଷ୍ଟରେ ସେ ୩ ହଜାର ୫୦୩ ରନ କରିଛନ୍ତି । ସେଥିରେ ରହିଛି ୬ଟି ସେଞ୍ଚୁରୀ ଓ ୧୪ଟି ଅର୍ଦ୍ଧ ଶତକ । ୱାନ ଡେ’ରେ ୧୧୬ଟି ମ୍ୟାଚ ଖେଳି ୧୫୬ଟି ୱିକେଟ ନେଇଛନ୍ତି।

ଅଶ୍ବୀନ ତାଙ୍କ କ୍ୟାରିଅରରେ ଇଂଲଣ୍ଡ ବିପକ୍ଷରେ ସବୁଠୁ ଅଧିକ ୱିକେଟ ନେଇଛନ୍ତି । ଇଂଲଣ୍ଡ ବିପକ୍ଷରେ ତିନୋଟି ଫର୍ମାଟରେ ୫୩ ଟି ମ୍ୟାଚରେ ୧୫୦ଟି ୱିକେଟ ତାଙ୍କ ନାମରେ ଦର୍ଜ ରହିଛି । ଦ୍ବିତୀୟ ସ୍ଥାନରେ ଅଷ୍ଟ୍ରେଲିଆ କଙ୍ଗାରୁ ଦଳ ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଅଶ୍ବୀନ ୫୦ଟି ମ୍ୟାଚ ଖେଳି ୧୪୬ଟି ୱିକେଟ ପ୍ରାପ୍ତ କରିଛନ୍ତି । କେବଳ ବୋଲିଂ ନୁହଁ ବ୍ୟାଟିଂରେ ମଧ୍ୟ ଅଶ୍ବୀନଙ୍କ ନାଁରେ ଅନେକ ରେକର୍ଡ ରହିଛି । ଏକ ଦିବସୀୟ ମ୍ୟାଚରେ ୭୦୭ ରନ ରହିଛି ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ସାମିଲ ରହିଛି ।

ସେହିପରି ୬୫ଟି ଟି-ଟ୍ଵେଣ୍ଟି ଖେଳି ୭୨ଟି ୱିକେଟ ନେଇଛନ୍ତି ଅଶ୍ଵିନ। ୨୦୧୧ରେ ଦିଲ୍ଲୀରେ ୱେଷ୍ଟଇଣ୍ଡିଜ ବିରୋଧରେ ସେ ଡେବ୍ୟୁ କରିଥିଲେ। ଆଜି ଅବସର ନେବା ସହିତ ଏକ ଯୁଗର ଅବସାନ ହୋଇଛି।

ଅଶ୍ବୀନ ସନ୍ୟାସ ନେବା ସମୟରେ ଖୁବ ଭାବୁକ ହୋଇଥିଲେ । ଅଶ୍ବୀନଙ୍କ ନେଟୱାର୍ଥ ପାଖାପାଖି ୧୦୦ କୋଟି ରହିଛି । ତାଙ୍କ ପାଖରେ ଆଲୀଶାନ ବଙ୍ଗଳା ସହିତ ଅଡି ଓ ରୋଲ୍ସ ରୟଲ୍ସ ପରିକା ଅନେକ ଦାମୀ ଗାଡି ରହିଛି । ସନ୍ୟାସ ନେବାପରେ ଭାରତୀୟ କ୍ରିକେଟ ପ୍ରତି ଅଶ୍ବୀନଙ୍କ ଅବଦାନ ମନେ ପକାଇ ଭାରତୀୟ କ୍ରିକେଟ ବୋର୍ଡ ଏକ ପୋଷ୍ଟ ସେୟାର କରି ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛି ।