spot_img
Home Blog Page 1354

ବୋରଓ୍ବେଲରୁ ଉଦ୍ଧାର ହୋଇପାରୁନି ୫ ବର୍ଷର ଶିଶୁ, ବଢ଼ିବାରେ ଲାଗିଛି ଜଳସ୍ତର

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନରୁ ପୁଣି ଆସିଛି ଏକ ବୋରଓ୍ବେଲ ଟ୍ରାଜେଡି । ୧୪୭ ଫୁଟ୍ ଗଭୀର ବୋରଓ୍ବେଲରେ ଫସିଛି ୫ ବର୍ଷର ଶିଶୁ । ସୋମବାର ଅପରାହ୍ନରୁ ଫସି ରହିଥିବା ଶିଶୁକୁ ଉଦ୍ଧାର ପାଇଁ ଜାରି ରହିଛି ଅପରେସନ । ଜେସିବି ସାଙ୍ଗକୁ ମେସିନ ଲଗାଇ ଯୁଦ୍ଧକାଳିନ ଭିତ୍ତିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଶେଷ ଖବର ସୁଦ୍ଧା ଜଣା ଯାଇଛି କି, ବୋରଓ୍ବେଲରେ ଏବେ ଜଳସ୍ତର ବଢ଼ି ଯାଇଛି । ଯାହାଦ୍ବାରା ଶିଶୁକୁ ଉଦ୍ଧାର କିପରି କରାଯିବ ତାକୁ ନେଇ ଚିନ୍ତା ଦେଖାଯାଇଛି । ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମଙ୍ଗଳବାର ମନ୍ତ୍ରୀ କିରୋରିଲାଲ ମିନା ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ମଙ୍ଗଳବାର ରାତି ସୁଦ୍ଧା ୬ଟି ପ୍ରୟାସ କରାଯାଇଛି । କିନ୍ତୁ ଏଯାବତ ସଫଳ ହୋଇନାହିଁ । ସେପଟେ ରାତି ୩ଟାରେ ପାଇଲିଂ ମେସିନରେ ଖୋଳାଖୋଳି ଆରମ୍ଭ ହୋଇଛି । ବୋରଓ୍ବେଲ ନିକଟରେ ପହଞ୍ଚିଥିବାବେଳେ ଏବେ କିଭଳି ଭାବେ ଉଦ୍ଧାର କରାଯିବ ? ତାହାକୁ ନେଇ ଚିନ୍ତା ବଢ଼ିଛି । ତଥାପି ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି ।

ବିନୋଦ କାମ୍ବଲୀଙ୍କ କାର ଦୁର୍ଘଟଣାର କାହାଣୀ

ନନ୍ଦିଘୋଷ ବ୍ୟୁରୋ: ଟିମ ପୂର୍ବତନ କ୍ରିକେଟର ତଥା ସଚିନଙ୍କ ବାଲ୍ୟବନ୍ଧୁ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ରହିଛି । ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ୧୯୮୩ ମସିହାର ବିଶ୍ବକପ ଦଳ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । ତେବେ ଖରାପ ଅଭ୍ୟାସ ପାଇଁ ଆଜି ଏଭଳି ଅସୁସ୍ଥ ହୋଇଛନ୍ତି କାମ୍ବଲି । ଯାହାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ମଧ୍ୟ କିଛି ୟୁଜର୍ସ ଟ୍ରୋଲ କରୁଛନ୍ତି । ଦିନେ କାର ଦୁର୍ଘଟଣାର ଶିକାର ହୋଇଥିଲେ ବିନୋଦ କାମ୍ବଲି । ଆଉ ଏହି ଘଟଣା ପାଇଁ ମଧ୍ୟ ତାଙ୍କୁ ଗିରଫ କରାଯାଇଥିଲା । କାମ୍ବଲି ରହୁଥିବା ତାଙ୍କ ସୋସାଇଟରେ ଛିଡ଼ା ହୋଇ ଏକ କାରକୁ ପାର୍କିଂବେଳେ ବାଡ଼େଇ ଦେଇଥିଲେ । ଯାହାକୁ ନେଇ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ତାଙ୍କୁ ପୋଲିସ ମଧ୍ୟ ଗିରଫ କରିଥିଲେ । ଆଉ ପରେ ସେ ବେଲରେ ଆସିଥିଲେ ।

ମହିଳାଙ୍କୁ କଚାଡ଼ି ମାରିଦେଲା ଦନ୍ତା

ନନ୍ଦିଘୋଷ ବ୍ୟୁରୋ: କଚାଡି ମାରିଲା ଦନ୍ତା। ଅନୁଗୁଳ ଛେଣ୍ଡିପଦା ବନାଞ୍ଚଳ ବାଘୁବୋଲ ଗାଁରେ ଘଟିଛି ଏ ଅଘଟଣ । ବିଲକୁ ଧାନ ଆଣିବାକୁ ଯାଉଥିବା ବେଳେ ଶୁଣ୍ଢରେ କଚାଡି ମାରିଲା ହାତୀ । ମୃତକ ଜଣଙ୍କ ହେଲେ ବାଗଡିଆ ଥାନା ବାଘୁଆବୋଲ ଗ୍ରାମର ମନ୍ଦୋଦରୀ ସାହୁ। ସୂଚନା ମୁତାବକ ପାଟକୁମୁଣ୍ଡା ପଞ୍ଚାୟତ ବାଘୁଆବୋଲ ଗାଁର ମନ୍ଦୋଦରୀ ସାହୁ ଆଜି ସକାଳୁ ଘର ନିକଟରେ ଥିବା ବିଲକୁ ଧାନ ଅମଳ ପାଇଁ ଯାଉଥିଲେ। ତେବେ ସେଠାରେ ଥିବା ୨୨ଟିକିଆ ହାତୀପଲଙ୍କ ହାବୁଡ଼ରେ ପଡିଯାଇଥିଲେ  । ଏକ ଦନ୍ତା ହାତୀ ମନ୍ଦୋଦରୀଙ୍କୁ ଶୁଣ୍ଢରେ କଚାଡି ପାଦରେ ଦଳି  ଦେଇଥିଲା। ଫଳରେ ଘଟଣାସ୍ଥଳରେ ମନ୍ଦୋଦରୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଦାୟୀ କରିବା ସହିତ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛିl ସେଠାରେ ବନ ବିଭାଗ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।

ବଣାଇ ସହରରେ ପଶିଲା ଗୋଠଛଡ଼ା ଦନ୍ତା

ନନ୍ଦିଘୋଷ ବ୍ୟୁରୋ: ବଣାଇ ସହରରେ ଗୋଠଛଡା ଦନ୍ତାର ଉତ୍ପାତ। ଗତ କିଛିଦିନ ହେଲା ବଣାଇଁ ବନାଞ୍ଚଳରେ ବୁଲିବା ସହ ବ୍ୟାପକ ଫସଲ ନଷ୍ଟ କରିଛି । ବଣାଇଁ ସହରରେ ପଶି ଆତଙ୍କ ଖେଳାଇଛି ଗୋଠଛଡା ଦନ୍ତା । ବଣାଇଁ ମୁସଲିମ ବସ୍ତି ଦେଇ ମୁଖ୍ୟ ରାସ୍ତାରେ ବୁଲୁଥିବାବେଳେ ହାତୀକୁ ଦେଖି  ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ହାତୀଟିକୁ ନର୍ସରୀ ଆଡକୁ ଘଉଡାଇବାରେ ସକ୍ଷମ ହୋଇଛି। ବାରମ୍ବାର ଏଭଳି ଘଟଣା ଘଟି ଚାଲିଥିବା ବେଳେ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନଥିବା ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ରାଜଧାନୀରେ ହତ୍ୟାକାଣ୍ଡ ! ପଡ଼ି ରହିଛି ମୃତଦେହ

ନନ୍ରାଦିଘୋଷ ବ୍ୟୁରୋ: ରାଜଧାନୀରେ ହତ୍ୟାକାଣ୍ଡ । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ବୀରବନ୍ଧ ଗାଁ ଦାଣ୍ଡରେ ପଡିଛି ମୃତଦେହ । ମୃତକ ଜଣକ ହେଲେ ସେହି ଗାଁର ବାଉରୀବନ୍ଧୁ ବେହେରା। ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି। ଖବର ପାଇଁ ଘଟଣାସ୍ଥଳରେ ଏୟାରଫିଲଡ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ।

ଶଂଭୁ ସୀମାନ୍ତରେ ଆଜି ଚାଷୀଙ୍କ ପ୍ରାର୍ଥନା ଦିବସ

ନନ୍ଦିଘୋଷ ବ୍ୟୁରୋ: ଶମ୍ଭୁ ବର୍ଡରରେ ଆଜି ଚାଷୀମାନେ ପାଳନ କରିବେ ପ୍ରାର୍ଥନା ଦିବସ। କୃଷକ ନେତା ଶରୱନ ସିଂହ ପନ୍ଧେର ଏହି ସୂଚନା ଦେଇଛନ୍ତି। ଏହା ସହିତ ସେ କହିଛନ୍ତି,  ଆମର ଆନ୍ଦୋଳନର ଏକ ଅଂଶ ବିଶେଷ ଭାବେ ଆଜି ଆମେ ପ୍ରାର୍ଥନା ଦିବସ ପାଳନ କରିବୁ। ଚାଷୀ ଆନ୍ଦୋଳନର ସଫଳତା ପାଇଁ ସାରା ଦେଶବାସୀ ପ୍ରାର୍ଥନା କରନ୍ତୁ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ପନ୍ଧେର ଆହୁରି କହିଛନ୍ତି, ଆସନ୍ତା ୧୪ ତାରିଖରେ ୧୦୧ ଚାଷୀ ଦିଲ୍ଲୀ ଅଭିମୁଖେ ଦିଲ୍ଲୀ ଚଲୋ ଅଭିଯାନରେ ବାହାରିବେ। ଶମ୍ଭୁ ବର୍ଡରରୁ ଏହି ଯାତ୍ରା ଆରମ୍ଭ ହେବ। ବହୁ ଦିନ ହେଲା ହରିୟାଣା ଓ ପଂଜାବର ଚାଷୀମାନେ ଶମ୍ଭୁ ବର୍ଡରରେ ଧାରଣା ଦେଇଛନ୍ତି। ଏମଏସପି ପାଇଁ ଆଇନଗତ ଗ୍ଯାରେଣ୍ଟି ସହିତ ୧୦ ଦଫା ଦାବିରେ ସେମାନେ ଚଳାଇଛନ୍ତି ଆନ୍ଦୋଳନ। କିଛି ଦିନ ତଳେ ଦିଲ୍ଲୀ ଚଲୋ ଯାତ୍ରା ହେବାର ଥିଲା। କିନ୍ତୁ ତାକୁ ୧୪ ତାରିଖ ଯାଏ ସ୍ଥଗିତ ରଖାଯାଇଛି। ହରିୟାଣା ପୋଲିସ ସେମାନଙ୍କ ଉପରେ ଲୁହ ବୁହା ଗ୍ୟାସ୍ ଓ ରବର୍ ବୁଲେଟ ପ୍ରୟୋଗ କରିବାକୁ ଅନେକ ଆନ୍ଦୋଳନକାରୀ ଆହତ ହୋଇଥିଲେ। ଏହାକୁ ନେଇ ଦେଖା ଦେଇଥିଲା ଉତ୍ତେଜନା। ତେଣୁ ଦିଲ୍ଲୀ ଚଲୋ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା। ଗତ ସୋମବାର ପ୍ରଧାନମନ୍ତ୍ରୀ ମୋଦି ହରିୟାଣା ଗସ୍ତରେ ଯାଇଥିଲେ। କିନ୍ତୁ ଚାଷୀ ଆନ୍ଦୋଳନ ସଂପର୍କରେ କିଛି କହିନଥିଲେ। ତେଣୁ କେନ୍ଦ୍ର ସରକାକୁ କଡ଼ା ସମାଲୋଚନା କରିଛନ୍ତି ପାନ୍ଧେର। ଚାଷୀଙ୍କ ପାଇଁ କେହି କିଛି କରୁନଥିବାର ସେ କ୍ଷୋଭର ସହିତ କହିଛନ୍ତି ।

ଗଛକୁ ପିଟିଲା ବାଲି ବୋଝେଇ ଟ୍ରକ

ନନ୍ଦିଘୋଷ ବ୍ୟୁରୋ: କଟକ ବାଙ୍କୀରେ ବାଲି ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ। ରାତି ପ୍ରାୟ ୨ଟି ସମୟରେ ବାଲି ବୋଝେଇ ଏକ ହାଇୱା ଏକ ଗଛକୁ ଧକ୍କା ଦେଇଥିଲା।ପାଥପୁର ପଟୁ କଟକ ଯାଉଥିବା ବେଳେ କଇଁମୁଣ୍ଡି ଫାଣ୍ଡି ନିକଟସ୍ଥ ଚାରିଘରିଆଠାରେ ଗଚ୍ଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ହାଇୱାର ଡ୍ରାଇଭର ଗାଡି ଭିତରେ ଚାପି ହୋଇ ରହିଥିଲେ। ବାଙ୍କୀ, ଆଠଗଡ଼, ବାରଙ୍ଗରୁ ଯାଇଥିବା ଅଗ୍ନିଶମବାହିନୀ ଟିମ ପହଞ୍ଚି ତିନି ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କରିଥିଲେ। ଦୁର୍ଘଟଣାଗ୍ରସ୍ତ ଟ୍ରକକୁ କାଟି ଡ୍ରାଇଭରଙ୍କୁ ଗାଡ଼ିରୁ ଉଦ୍ଧାର କରିଛନ୍ତି।ଡ୍ରାଇଭର କିନ୍ତୁ ଜୀବିତ ଥିଲେ। ଉଦ୍ଧାର ପରେ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଉଦ୍ଧାରକାର୍ଯ୍ଯ ସମୟରେ କଟକ ବାଙ୍କୀ ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।.

ଜାଣନ୍ତୁ ୬ ଦିନରେ କେତେ ରୋଜଗାର କଲାଣି ’ପୁଷ୍ପା-୨’

ନନ୍ଦିଘୋଷ ବ୍ୟୁରୋ: ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ଫିଲ୍ମର ରେକର୍ଡ ଭାଙ୍ଗିବାରେ ଲାଗିଛି ଫିଲ୍ମ ’ପୁଷ୍ପା-୨’ । ଆଲ୍ଲୁ ଅର୍ଜୁନଙ୍କ ଅଭିନୀତ ଏହି ଫିଲ୍ମ କେବଳ ଦର୍ଶକଙ୍କ ମହଲରେ ଆଦୃତ ନୁହେଁ ବରଂ ଭଲ ରୋଜଗାର ମଧ୍ୟ କରୁଛନ୍ତି । ରିଲିଜ ହେବାର ୬ଦିନ ହୋଇଥିବାବେଳେ ଭଲ ରୋଜଗାର କରୁଛି । ବିଶ୍ବବ୍ୟାପି କଲେକ୍ସନ ଏବେ ୬ ଦିନରେ ୯୫୦ କୋଟି ପାର କରି ସାରିଥିବା ସୂଚନା ରହିଛି । ତେବେ ଖୁବଶୀଘ୍ର ଏହା ଏକ ହଜାର କୋଟି ଟଙ୍କା ଆୟ କରିବାକୁ ଯାଉଛି । ଯାହାକି ରୋକର୍ଡ ବ୍ୟବସାୟ ହେବ । ତେବେ ଷଷ୍ଠ ଦିନରେ କେବଳ ଭାରତରେ ୫୨.୫୦ କୋଟି ଟଙ୍କାର ବ୍ୟବସାୟ କରିଛି ଏହି ଫିଲ୍ମ । ଯେଉଁଥିରେ ତେଲୁଗୁ ଭାଷାରେ ୧୧ କୋଟି, ହିନ୍ଦୀରେ ୩୮ କୋଟି, ତାମିଲରେ ୨.୬୦ କୋଟି ଏବଂ ମାଲାୟାଲମ-କନ୍ନଡରେ 0.4 ଏବଂ 0.5 କୋଟି ଟଙ୍କା ବ୍ୟବସାୟ କରାଯାଇଛି। ଯଦି ଏହି ସଂଗ୍ରହକୁ ପଞ୍ଚମ ଦିନ ସହିତ ତୁଳନା କରାଯାଏ, ତେବେ ଆୟ 18.70 ପ୍ରତିଶତ ହ୍ରାସ ପାଇଛି | କିନ୍ତୁ ଏଥିରେ ନିର୍ମାତାମାନଙ୍କ ପାଇଁ ମଧ୍ୟ ଏକ ଖୁସି ଖବର ଅଛି | ବାସ୍ତବରେ ଅଧିକାଂଶ ଅର୍ଥ ହିନ୍ଦୀରେ ଆୟ ହୋଇଛି |

ଆଜି ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ବ ନେବେ ସଞ୍ଜୟ ମାଲହୋତ୍ରା

ନନ୍ଦିଘୋଷ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ୨୬ତମ ଗଭର୍ଣ୍ଣର ଭାବେ ଆଜି ଦାୟିତ୍ବ ନେବେ ସଞ୍ଜୟ ମାଲହୋତ୍ରା । ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଠାରୁ ଦାୟିତ୍ବ ଗ୍ରହଣ କରିବେ ସଞ୍ଜୟ । ଗତ ୯ ତାରିଖରେ ଏହି ଗୁରୁତ୍ବପୂର୍ଣ୍ଣ ପଦବୀ ଲାଗି ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରାଙ୍କ ନାଁ ଘୋଷଣା କରାଯାଇଥିଲା । କ୍ଯାବିନେଟର ନିଯୁକ୍ତି ସଂକ୍ରାନ୍ତ କମିଟି ସଞ୍ଜୟଙ୍କ ନାଁ ଘୋଷଣା କରିଥିଲେ । ସେ ଆସନ୍ତା ୩ ବର୍ଷ ଲାଗି ଦାୟିତ୍ବରେ ରହିବେ । ତାଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଥିଲେ କମିଟିର ସଚିବ ମନୀଷ ସକ୍ସେନା । ସଞ୍ଜୟ ହେଉଛନ୍ତି ୧୯୯୦ ବ୍ୟାଚର ରାଜସ୍ଥାନ କ୍ଯାଡର ଆଇଏଏସ । ସେ ଆଇଆଇଟି କାନପୁରରେ ଶିକ୍ଷାଲାଭ କରିଥିଲେ । ପୂର୍ବରୁ ସେ ରାଜସ୍ବ ସଚିବ ଓ ଅର୍ଥ ସେବା ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ । ୨୦୨୨ଅକ୍ଟୋବର ୯ରେ ତାଙ୍କୁ ରାଜସ୍ବ ବିଭାଗରେ ଅଫିସର ଅନ ସ୍ପେସାଲ ଡ୍ଯୁଟି ଦାୟିତ୍ବ ଦିଆଯାଇଥିଲା । ୨୦୨୨ ଡିସେମ୍ବର  ୧ରେ ସେ ରାଜସ୍ବ ସଚିବ ଭାବେ କାର୍ଯ୍ୟାରମ୍ଭ କରିଥିଲେ । ଆସନ୍ତା ୨୦୨୮ ଫେବୃଆରୀ ୨୯ରେ ସେ ଅବସର ନେବେ । ସେ ଆରଇସି ଲିମିଟେଜର ଅଧ୍ଯକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଗତ ୧୨ ଡିସେମ୍ବର ୨୦୧୮ରେ ୨୫ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଇଥିଲେ ଶକ୍ତିକାନ୍ତ । ଆରବିଆଇ ଇତିହାସରେ ସେ ସର୍ବାଧିକ୬ ବର୍ଷ ଗଭର୍ଣ୍ଣର ଦାୟିତ୍ବରେ ଥିଲେ ।

ଖୋଲା ଆକାଶ ତଳେ କଟିଲା ମିଶନ ଶକ୍ତି ମାଆଙ୍କ ରାତି

ନନ୍ଦିଘୋଷ ବ୍ୟୁରୋ: ରାଜରାସ୍ତାରେ ଶୋଇଲେ ଶତାଧିକ ମହିଳା । ଶୀତ କାକରରେ ଖୋଲା ଆକାଶ ତଳେ ବିତିଲା ରାତି। ୬ କମ୍ୟୁନିଟି ସପୋର୍ଟ ଷ୍ଟାଫର ଶହ ଶହ କର୍ମୀଙ୍କ ରାତି ଏମିତି ଖୋଲା ଆକାଶ ତଳେ କଟିଛି। ୯ ମାସ ଧରି ଦରମା ମିଳିନଥିବା ବେଳେ ସେମାନେ ୨ ଦିନ ହେଲାଣି ଆନ୍ଦୋଳନ କରୁଛନ୍ତି। କିନ୍ତୁ ନିଘୋଡ଼ ନିଦରେ ଶୋଇଛନ୍ତି ରାଜ୍ୟ ସରକାର। ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ବି କରି ନାହାନ୍ତି। ସରକାର ନ ଶୁଣିବା ଯାଏଁ ଏଠି ପଡି ରହିବେ ପଛେ, ହେଲେ ଆଦୌ ହଟିବେ ନାହିଁ ବୋଲି ସେମାନେ ଖୋଲାଖୋଲି  ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ପୂର୍ବ ସରକାରରେ ଦୁଇ ଘଣ୍ଟା ଭିତରେ ମାମାନଙ୍କର ସମାଧାନ ହେଉଥିଲା । ହେଲେ ନୂଆ ସରକାର ସେମାନଙ୍କୁ ଆଣି ରାଜରାସ୍ତାରେ ଛିଡ଼ା କରିଛନ୍ତି ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।