spot_img
Home Blog Page 1352

ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ମୁହଁହାତ ବାନ୍ଧି ଲୁଟିନେଲେ ୪ ଲକ୍ଷ ଟଙ୍କାର ସାମଗ୍ରୀ

ପାଟକୁରା: ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଲୁଟେରା। ପାଟକୁରା ଗରଦପୁର ବ୍ଲକ ବେଡାରୀ ନୂଆପଡା TPCODLରେ ବଡ଼ଧରଣର ଡକାୟତି। ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରି ଇଲେକ୍ଟ୍ରି ଅଫିସରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଡ୍ୟୁଟିରେ ଥିବା ୩ ଜଣ କର୍ମଚାରୀଙ୍କ ମୁହଁ ଓ ହାତ ବାନ୍ଧି ପ୍ରାୟ ୪ ଲକ୍ଷ ଟଙ୍କାର ବିଦ୍ୟୁତ୍ ସାମଗ୍ରୀ ଲୁଟି ନେଇଛନ୍ତି।

୧୦ରୁ ୧୨ ମୁଖାପିନ୍ଧା ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ଅଫିସ କାଚ ଭାଙ୍ଗି ଭିତରକୁ ପଶିଥିଲେ। ରାତି ଡ୍ୟୁଟିରେ ଥିବା ତିନି ଜଣ କର୍ମଚାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ମୁହଁରେ ଗାମୁଛା ବାନ୍ଧି ଦେଇଥିଲେ। ସେମାନଙ୍କ ମୋବାଇଲ ଛଡ଼ାଇ ନେବା ସହ ବେକରେ ଭୁଜାଲି ଲଗାଇ ଲୁଟପାଟ କରିଥିଲେ।

ପ୍ରାୟ ୪ ଲକ୍ଷ ଟଙ୍କାର ବିଦ୍ୟୁତ ସାମଗ୍ରୀ ଲୁଟିନେଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ 8 ଲକ୍ଷ ଟଙ୍କାର ବିଦ୍ୟୁତ୍ ତାର ଲୁଟି ନେଇଥିଲେ ଦୁର୍ବୃତ୍ତ । ବାରମ୍ବାର ବେଡ଼ାରି ନୂଆପଡ଼ା ବିଦ୍ୟୁତ୍ ସେକ୍ସନ ଅଫିସରୁ ଚୋରି ହେବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାମଲାକୁ ପାଟକୁରା ପୋଲିସ ଗୁରୁତ୍ବ ସହ ନେଇ ତଦନ୍ତ ଆରମ୍ଭ କରିଛି।

ଆଜି ଠାରୁ ତିନି ଦିନ ଶ୍ରୀମନ୍ଦିରରେ ଦେବଦୀପାବଳି

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପୀ ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି ଅନୁଷ୍ଠିତ ହେବ । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ପ୍ରଦାନ କରାଯିବ  । ସାଧାରଣ ହିନ୍ଦୁମାନେ ଯେପରି କାର୍ତ୍ତିକ ଅମାବାସ୍ୟା ତିଥି, ଦୀପାବଳି ଦିନ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରି ଦୀପଦାନ କରିଥାନ୍ତି।

ଠିକ ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି । ଏହି ତିନି ଦିନ ଶ୍ରୀଜଗନ୍ନାଥ ଶ୍ରାଦ୍ଧବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଶ୍ରାଦ୍ଧବେଶରେ ଭୂଷିତ ହୋଇ ବାମନ ରୂପରେ ସତ୍ୟଯୁଗର ଅଦିତି ଓ କଶ୍ୟପ, ଶ୍ରୀରାମ ରୂପରେ ତ୍ରେତୟା ଯୁଗର କୌଶଲ୍ୟା ଓ ଦଶରଥ ଓ ଦ୍ୱାପର ଯୁଗର ଶ୍ରୀକୃଷ୍ଣ ରୂପରେ ଦେବକୀ ଓ ବସୁଦେବ ତଥା ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି ।

ଅଟୋ ଉପରେ ମାଡିଗଲା ପରେ ପଥଚାରୀଙ୍କୁ ପିଟିଲା ଟ୍ରକ, ୪ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ସିରିଜ୍ ଦୁର୍ଘଟଣା। କମ୍ରାଗତ ଦୁଇଟି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୩ ଗୁରୁତର ଅଛନ୍ତି। ସୂଚନା ଅନୁସାରେ, ଆଜି ସକାଳୁ ଏକ ଟ୍ରକ ତିରିଂ ଥାନା ବାଗଡେଗା ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଅଟୋର ଡ୍ରାଇଭର ସମେତ ଅଟୋରେ ବସିଥିବା ସ୍ୱାମୀ ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଜଣେ ଆହତଙ୍କୁ ତିରିଂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସେହି ଟ୍ରକଟି ଦ୍ରୁତ ଗତିରେ ଆସି ବଡଡାଳିମା ନିକଟରେ ପ୍ରାତଃ ଭ୍ରମଣରେ ଥିବା ଜଣେ ବ୍ୟକ୍ତିଙ୍କ ଉପରେ ମାଡିଯାଇଥିଲା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ତିରିଂ ପୋଲିସ ଘଟଣାର ତଦନ୍ତ କରୁଛି।

ଓଡ଼ିଆ ସାମ୍ବାଦିକଙ୍କୁ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେସେଜ୍‌

ଭୁବନେଶ୍ବର: ପୁଣି ଶିଖସ୍ ଫର ଜଷ୍ଟିସ ନେତା ତଥା ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁର ଧମକ। ଏକ ଅଡିଓ ବାର୍ତ୍ତାରେ ସେ କହିଛି- ୧ ଡିସେମ୍ବର ଅର୍ଥାତ ଆସନ୍ତାକାଲି ଡି-ଡେ। ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଉଡାଣ ନଭରିବାକୁ ଚେତାବନୀ ଦେଇଛି ପନ୍ନୁ‌। ଖଲିସ୍ତାନୀ ଓ କାଶ୍ମୀରୀମାନେ ଡିଜିପି ଆତଙ୍କୀ ସମ୍ମିଳନୀକୁ ଟାର୍ଗେଟ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ସମ୍ମିଳନୀକୁ ଟାର୍ଗେଟ କରାଯାଇଛି।

ଖଲିସ୍ତାନ ପତାକା ଉଡାଇଲେ ୨୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି କହିଛି ପନ୍ନୁ। ସେହିପରି ଜଣେ ଓଡ଼ିଆ ସାମ୍ବାଦିକଙ୍କ ପାଖକୁ ମଧ୍ୟ ଧମକ ପୂର୍ଣ୍ଣ ମେଲ୍ ଆସିଛି। ଖଲିସ୍ତାନୀ ଆତଙ୍କବାଦୀ ପନୁନ୍ ନାଁରେ ଆସିଛି ମେଲ୍‌। ଗତ ୨୮ ତାରିଖରେ ମଧ୍ୟ ଏଭଳି ଆଉ ଏକ ଭିଡିଓ ମଧ୍ଯ ଭାଇରାଲ ହୋଇଥିଲା।

ସେପଟେ ପୋଲିସ କମିଶନର ଏସ.ଦେବଦତ୍ତ ସିଂ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କଡାକଡି କରାଯାଇଛି । ଏଭଳି ଧମକପୂର୍ଣ୍ଣ ଅଡିଓ ବାର୍ତ୍ତା ଆସିବା ପରେ ତୀକ୍ଷ୍ଣ ନଜର ରଖିଛି ପୋଲିସ। କମିଶନରେଟ ପୋଲିସ ଏ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏ ନେଇ ସ୍ୱତନ୍ତ୍ର ସର୍ଭେଲାନ୍ସ ଟିମ ମଧ୍ୟ ଗଠନ କରାଯାଇଛି ।

ବାଂଲାଦେଶୀଙ୍କ ଚିକିତ୍ସା ନ କରିବାକୁ କୋଲକତା ହସ୍ପିଟାଲର ଘୋଷଣା

କୋଲକାତା: କୋଲକାତାର ଉତ୍ତରରେ ମାଣିକତଲା ସ୍ଥିତ ଜେଏନ ରେ’ ହସ୍ପିଟାଲରେ ବାଂଲାଦେଶୀଙ୍କୁ ଚିକିତ୍ସା ମନା  । ବାଂଲାଦେଶ ନାଗରରିକଙ୍କ ଚିକିତ୍ସା ନ କରିବା ପାଇଁ ନିଷ୍ପତ୍ତି ନେଇଛି ହସ୍ପିଟାଲ  । ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ହସ୍ପିଟାଲ ଏଭଳି ନିଷ୍ପତ୍ତି ନେଇଛି  । ସେହିପରି ଭାରତର ଜାତୀୟ ପତାକାକୁ ବାଂଲାଦେଶରେ ଅସମ୍ମାନ କରାଯାଇଥିବା ଯୋଗୁଁ ହସ୍ପିଟାଲ ଏଭଳି ନିଷ୍ପତ୍ତି ନେଇଥିବା କହିଛି ।

ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆମେ ବାଂଲାଦେଶୀ ରୋଗୀଙ୍କୁ ଚିକିତ୍ସା କରିବୁନି ବୋଲି ହସ୍ପିଟାଲ ଏକ ପ୍ରେସ ରିଲିଜ ଜାରି କରିଛି  । ‘‘ତ୍ରିରଙ୍ଗାର ଅପମାନକୁ ଦେଖି ବାଂଲାଦେଶ ଏଭଳି ନିଷ୍ପତ୍ତି ନେଇଛି  । ହସ୍ପିଟାଲ କହିଛି ଭାରତ ବାଂଲାଦେଶର ସ୍ବାଧୀନତା ପାଇଁ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଛି  । କିନ୍ତୁ ଏହା ସତ୍ତ୍ବେ ବି ଆଜି ଆମେ ଭାରତ ବିରୋଧୀ ଭାବନା ଦେକିବାକୁ ପାଉଛୁ  । ଆମେ ଆଶା କରୁଛୁ ଯେ ଅନ୍ୟ ହସ୍ପିଟାଲ ବି ଆମର ସମର୍ଥନ କରିବେ ଓ ଏଭଳି ପଦକ୍ଷେପ ନେବେ ’’ ।

ହସ୍ପିଟାଲର ଏଭଳି ନିଷ୍ପତ୍ତିକୁ ଗୁରୁତର ସହ ନିଆଯାଇଛି  । କାରଣ ହସ୍ପିଟାଲ ସ୍ବାସ୍ଥ୍ୟସେବାକୁ ରାଜନୈତିକ ଓ ସାଂସ୍କୃତିକ ପ୍ରସଙ୍ଗ ସହ ଯୋଡିଛି  । ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ  । ଦେଖିବାକୁ ବାକି ରହିଲା କଲିକତାର ଅନ୍ୟ ହସ୍ପିଟାଲ ଏହି ନିଷ୍ପତ୍ତିକୁ ଅନୁସରଣ କରୁଛନ୍ତି ନା ନାହିଁ  । ଭବିଷ୍ୟତରେ ହସ୍ପିଟାଲର ଏଭଲି ନିଷ୍ପତ୍ତି କଣ ପ୍ରଭାବ ପକାଇବ ଦେଖିବାକୁ ବାକି ରହିଲା ।

ଧାନମଣ୍ଡିରେ ବେକରେ ଗାମୁଛା ପକେଇ ଲାଇନରେ ଛିଡ଼ା ହେଲେ ଜିଲ୍ଲାପାଳ

ରାୟପୁର: ଚାଷୀ ସାଜି ଧାନକିଣା କେନ୍ଦ୍ରରେ ପହଞ୍ଚିଲେ ଜିଲ୍ଲାପାଳ  । ଛତିଶଗଡ ସରଗୁଜା ଜିଲ୍ଲାର ଜିଲ୍ଲାପାଳ ବିଳାସ ଭୋସକର ଧାନକିଣା କେନ୍ଦ୍ରରେ ପହଞ୍ଚି ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଥିବା ଦେକିବାକୁ ମିଳିଛି  । ତାଙ୍କ ସହ ଉପଜିଲ୍ଲାପାଳ ବି ଧାନକିଣା କେନ୍ଦ୍ରରେ ପହଞ୍ଚିଥିଲେ  । ପେଟଲା ଧାନ ଉପାର୍ଜନ କେନ୍ଦ୍ରରେ ଜିଲ୍ଲାପାଳ ଚାଷୀ ବେଶରେ ପହଞ୍ଚି ପ୍ରଥମେ ଟୋକେନ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଧାନକିଣା ପ୍ରକ୍ରିୟା ଓ ବ୍ୟବସ୍ଥା ବିଷୟରେ ଚାଷୀମାନଙ୍କୁ ପଚାରି ବୁଝିଥିଲେ  । କର୍ମଚାରୀଙ୍କ ବ୍ୟବହାର ବିଷୟରେ ମଧ୍ୟ ପଚାରିଥିଲେ ।

ମୁଣ୍ଡରେ ଗାମୁଛା ବାନ୍ଧି ସେ ଧାନକିଣା କେନ୍ଦ୍ରରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ସେଠାରେ କେହି ଜାଣିପାରି ନଥିଲେ  ।  ଯେତେବେଳେ ଜିଲ୍ଲାପାଳଙ୍କ ଅସଲ ପରିଚୟ ଜାଣିବାକୁ ପାଇଥିଲେ ଚାଷୀମାନେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ପାଖାପାଖି ଏକ ଘଣ୍ଚା ପର୍ଯ୍ୟନ୍ତ ଧାନକିଣା କେନ୍ଦ୍ରରେ ବୁଲାବୁଲି କରିବା ସହ ଚାଷୀଙ୍କ ସମସ୍ୟା ଶୁଣିଥିଲେ  । ଚାଷୀ ମାନେ ଯେପରି ହଇରାଣ ନହେବେ ସମିତି ପ୍ରବନ୍ଧକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ  ।

ଏହାପରେ ଜିଲ୍ଲାପାଳ ସୀତାପୁର ବ୍ୟାଙ୍କରେ ପହଞ୍ଚିଥିଲେ  । ଯେଉଁଠାରେ ଧାନ ବିକ୍ରି ପରେ ପଇସା ଉଠାଇବା ପାଇଁ ଚାଷୀ ମାନେ ଲାଇନ ଲଗାଇଥିଲେ  । ଏହାପରେ ଜଣେ ଚାଷୀଙ୍କ ଖାତାରୁ ପଇସା ଉଠାଇବା ସହ ତାକୁ ଗଣିଥିଲେ  । ନୂଆ ପାସବୁକ୍‌ ପାଇଁ ଫର୍ମ ନେବା ସହ ବ୍ୟାଙ୍କ ବ୍ୟବସ୍ଥାର ନୀରିକ୍ଷଣ କରିଥିଲେ ଜିଲ୍ଲାପାଳ  ।

 

ନାଇଜେରିଆରେ ଡଙ୍ଗା ବୁଡି ୨୭ ମୃତ, ୧୦୦ରୁ ଅଧିକ ନିଖୋଜ

ଅବୁଜା: ଉତ୍ତର ନାଇଜେରିଆର ନାଇଜର ନଦୀ କୂଳରେ ବଜାରକୁ ଖାଦ୍ୟ ପରିବହନ କରୁଥିବା ଏକ ଡଙ୍ଗା ବୁଡ଼ିଯିବା ଫଳରେ ଅତି କମରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ୧୦୦ ରୁ ଅଧିକ ନିଖୋଜ ଥିବାବେଳେ ଅଧିକାଂଶ ମହିଳା ନିଖୋଜ ଅଛନ୍ତି। ନାଇଜର ରାଜ୍ୟ ଜରୁରୀକାଳୀନ ପରିଚାଳନା ମୁଖପାତ୍ର କହିଛନ୍ତି ଯେ ଡଙ୍ଗାଟି ବୁଡ଼ିଯିବା ପରେ କୋଗି ରାଜ୍ୟରୁ ପଡୋଶୀ ନାଇଜର ରାଜ୍ୟକୁ ଯାଉଥିବା ଡଙ୍ଗାରେ ପ୍ରାୟ ୨୦୦ ଯାତ୍ରୀ ଥିଲେ।

କୋଗି ରାଜ୍ୟ ଜରୁରୀକାଳୀନ ସେବା ମୁଖପାତ୍ର ସାନ୍ଦ୍ରା ମୋଶାଙ୍କ ଅନୁଯାୟୀ, ଉଦ୍ଧାରକାରୀ ଦଳ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ନଦୀରୁ ୨୭ଟି ମୃତଦେହ ବାହାର କରିବାରେ ସଫଳ ହୋଇଥିବାବେଳେ ସ୍ଥାନୀୟ ଡାଇଭରମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

 

ସେ କହିଛନ୍ତି ଯେ ଘଟଣାର ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ କୌଣସି ଜୀବନ୍ତ ବ୍ୟକ୍ତି ମିଳିନଥିଲେ। ଡଙ୍ଗାଟି ଭାରସାମ୍ୟ ହରାଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ନାଇଜେରିଆର କିଛି ଅଞ୍ଚଳରେ ରାସ୍ତା ନଥିବାରୁ ଲୋକେ ଡଙ୍ଗା ଉପରେ ନିର୍ଭରଶୀଳ  । ଏଥିପାଇଁ ଅଧିକାଂଶ ସମୟରେ ଡଙ୍ଗା ଉପରେ ଭିଡ ଦେଖିବାକୁ ମିଳିଥାଏ  । ଆଫ୍ରିକାର ସବୁଠାରୁ ଜନବହୁଳ ଦେଶ ନାଇଜେରିଆରେ ଏଭଳି ସାଂଘାତିକ ଘଟଣା ଏକ ଚିନ୍ତାର କାରଣ ପାଲଟିଛି । କାରଣ ଜଳ ପରିବହନ ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ନିୟମାବଳୀ କାର୍ଯ୍ୟକାରୀ କରିବାକୁ ସରକାର ଏବେବି ସଂଘର୍ଷ କରୁଛନ୍ତି।

 

ନାଇଜେରିଆରେ ଅଧିକାଂଶ ଦୁର୍ଘଟଣା ଅତ୍ୟଧିକ ଗହଳି ଏବଂ ଡଙ୍ଗାର ରକ୍ଷଣାବେକ୍ଷଣ ଅଭାବରୁ ହୋଇଥାଏ । ସେହିପରି  ସୁରକ୍ଷା ବ୍ୟବସ୍ଥାକୁ ଅବମାନନା କରି ଅଧିକ ଯାତ୍ରୀ ନେବା ମଧ୍ୟ ଏଥିପାଇଁ ଦାୟୀ ରହିଥାନ୍ତି  ।

 

ବାଂଲାଦେଶରେ ପୁଣି ହିନ୍ଦୁଙ୍କ ବିରୋଧରେ ହଲ୍ଲାବୋଲ, ୩ ମନ୍ଦିରରେ ଭଙ୍ଗାରୁଜା

ଢାକା: ବାଂଲାଦେଶର ଚଟୋଗ୍ରାମରେ ତିନୋଟି ହିନ୍ଦୁ ମନ୍ଦିରକୁ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ପୂର୍ବତନ ISKCON ସଦସ୍ୟଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ପରେ ଚାଟୋଗ୍ରାମରେ ବିରୋଧ ଜାରି ରହିଛି। ବନ୍ଦର ସହରର ହରିଶ ଚନ୍ଦ୍ର ମୁନ୍ସେଫ୍ ଲେନରେ ଦିନ ଦ୍ବିପ୍ରହରରେ ଶାନ୍ତାନେଶ୍ବରୀ ମାତୃ ମନ୍ଦିର, ଶନି ମନ୍ଦିର ଓ ଶାନ୍ତନେଶ୍ବରୀ କାଲିବାଡି ମନ୍ଦିରରେ ଏହି ଆକ୍ରମଣ କରାଯାଇଛି  ।

ସ୍ଲୋଗାନ ଦେଉଥିବା ଶହ ଶହ ଲୋକ ଏହି ମନ୍ଦିରରେ ଇଟା ଓ ପଥର ଫିଙ୍ଗିଥିଲେ । ଯେଉଁଥିପାଇଁ ଶନି ମନ୍ଦିରର କବାଟ ଏବଂ ଅନ୍ୟ ଦୁଇଟି ମନ୍ଦିରର କବାଟ ନଷ୍ଟ ହୋଇଯାଇଥିଲା। ପୋଲିସ କହିଛି  ଯେ ଆକ୍ରମଣକାରୀମାନେ ମନ୍ଦିରକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମନ୍ଦିର ଗୁଡ଼ିକରେ ବହୁତ କମ୍ କ୍ଷତି ହୋଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସଂସଦକୁ କହିଛନ୍ତି ଯେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ହିଂସା ଘଟଣାରେ ଭାରତ ଗୁରୁତର ଦୃଷ୍ଟି ଦେଇଛି ଏବଂ ସଂଖ୍ୟାଲଘୁ ସମେତ ସମସ୍ତ ନାଗରିକଙ୍କ ଜୀବନ ତଥା ସ୍ୱାଧୀନତା ରକ୍ଷା କରିବା ବାଂଲାଦେଶର ମୂଳ ଦାୟିତ୍ବ ଅଟେ।

ଅଗଷ୍ଟରେ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର କ୍ଷମତାକୁ ଆସିଛି  । କିନ୍ତୁ ଏହା ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଛି। ଭାରତ କହିଛି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟ ସମେତ ବାଂଲାଦେଶର ସମସ୍ତ ନାଗରିକଙ୍କ ଜୀବନ ତଥା ସ୍ୱାଧୀନତା ରକ୍ଷା କରିବା ବାଂଲାଦେଶ ସରକାରଙ୍କ ପ୍ରାଥମିକ ଦାୟିତ୍ବ ଅଟେ। ସେ କହିଛନ୍ତି ଯେ ଢାକାରେ ଥିବା ଭାରତୀୟ ଉଚ୍ଚ ଆୟୋଗ ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ସହ ଜଡିତ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

 

ଆଜି ପୁଡୁଚେରୀରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ଫେଙ୍ଗଲ

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟା ଫେଙ୍ଗଲରେ ପରିଣତ ହୋଇଛି l ଆଜି ତାମିଲନାଡୁ ନିକଟ ପୁଡୁଚେରୀରେ ଲ୍ୟାଣ୍ଡଫଲ୍ କରିପାରେ ‘ଫେଙ୍ଗଲ’। ସମୁଦ୍ର ମଧ୍ୟରେ ବାତ୍ୟା ‘ଫେଙ୍ଗଲର ଗତି ତୀବ୍ର ହେବାରେ ଲାଗିଛି । ତାମିଲନାଡୁ ଜିଲ୍ଲା ଏବଂ ପୁଡୁଚେରୀ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।

ବାତ୍ୟା ପ୍ରଭାବରେ ତାମିଲନାଡୁ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ପବନ ବୋହୁଛି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ଟିମ୍ ଆଲର୍ଟରେ ରହିଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି । ବାତ୍ୟା ‘ଫେଙ୍ଗଲର ପ୍ରଥମେ ତାମିଲନାଡୁ ଏବଂ ପୁଡୁଚେରୀ ଆଡକୁ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିବ । ବାତ୍ୟା ‘ଫେଙ୍ଗଲ’ ପ୍ରଭାବ ଓଡ଼ିଶା ଉପରେ ବିଶେଷ ଭାବରେ ପଡ଼ିବ ନାହିଁ । ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ବିକ୍ଷିପ୍ତ ଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଡିସେମ୍ବର ୧ରୁ ୨ ତାରିଖ ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି ।

ଭାରସାମ୍ୟ ହରାଇ କଲଭଟ ତଳକୁ ଖସିପଡିଲା କାର, ୨ ମୃତ

ନୟାଗଡ଼: ଖଣ୍ଡପଡା ବ୍ଲକ ଅଧୀନ ଖଳିସାହି -କୋଷ୍କା ରାସ୍ତାର ପଞ୍ଚବଟି ଗୋଶାଳା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ କଲଭଟ ତଳକୁ ଖସିପଡିଲା କାର । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

୨ ମୃତକ ହେଲେ ବୋଲଗଡ଼ ଥାନା ଅଧୀନ ଘୋରାଡ଼ିଆ ଗାଁର ଅବସରପ୍ରାପ୍ତ CRPF ଯବାନ ପଦ୍ମଚରଣ ବେହେରା ଏବଂ ତାଙ୍କ ସମ୍ପର୍କୀୟ ମଞ୍ଜୁଲତା ମହାରଣା । ଗୁରୁତର ମିଲିନା ମହାରଣାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ଵୁଲାନ୍ସ ଯୋଗେ ଖଣ୍ଡାପଡା ଗୋଷ୍ଠୀ ସ୍ଵାସ୍ଥ୍ୟରେ ଭର୍ତ୍ତି କରିଛନ୍ତି । ଘଟଣାରେ ଖଣ୍ଡପଡା ପୋଲିସର ତଦନ୍ତ ଜାରି ।