spot_img
Home Blog Page 1333

ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ବନ୍ଦ କରିବାକୁ ବିଏମସିର ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ: ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ବନ୍ଦ କରିବାକୁ ବିଏମସିର ନିର୍ଦ୍ଦେଶ। ଅଶ୍ଲୀଳ ନୃତ୍ୟ ବନ୍ଦ ପାଇଁ ଯାତ୍ରା ପାର୍ଟି ମାଲିକଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ଏନେଇ ବିଏମସି କମିଶନର ସୂଚନା ଦେଇଛନ୍ତି । ଖଣ୍ଡଗିରିର ମର୍ଯ୍ୟାଦା ହାନି ନ କରିବାକୁ ପାର୍ଟି ମାଲିକଙ୍କୁ କୁହାଯାଇଛି । ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ । ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଖଣ୍ଡଗିରିରେ ମାଘସପ୍ତମୀ ମେଳା । ମେଳା ପୂର୍ବରୁ ଆଜି ଖଣ୍ଡଗିରିରେ ବିଏମସି କମିଶନର ସମୀକ୍ଷା କରିଛନ୍ତି । ସ୍ୱଚ୍ଛ ପରିମଳ ବ୍ୟବସ୍ଥା ଉପରେ ବିଏମସି ଫୋକସ କରିଛି । ସ୍ଥାୟୀ ଆଲୋକୀକରଣ, ପାନୀୟଜଳ ଓ ମୋବାଇଲ ଟଏଲେଟକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପାଞ୍ଚକୁଣ୍ଡର ଖୁବ ଶୀଘ୍ର ହେବ ପୁନର ଉଦ୍ଧାର । ୧୦୦ ମିଟର ବ୍ୟବଧାନରେ ନିୟୋଜିତ ହେବେ ଜଣେ ଲେଖାଏଁ ସ୍ୱାସ୍ୟ କର୍ମୀ । ପରିବେଷ ସଫା ସୁତାର ରହିବ, ସେଥି ପ୍ରତି ଯତ୍ନବାନ ହେବାକୁ ଜନସାଧାରଣଙ୍କୁ ବିଏମସି କମିଶନର ରଜେଶ ପ୍ରଭାକର ପାଟିଲ ଅନୁରୋଧ କରିଛନ୍ତି ।

ଇସ୍ରୋର ୧୦୦ତମ ସାଟେଲାଇଟ ମିଶନରେ ବାଧା

ନନ୍ଦିଘୋଷ ବ୍ୟୁରୋ: ଇସ୍ରୋର ୧୦୦ତମ ସାଟେଲାଇଟ ମିଶନରେ ବାଧା। ନାଭିଗେସନ୍ ସାଟେଲାଇଟ୍‌ରେ ଗତକାଲି ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ୧୦୦ତମ ରକେଟ୍ ମିଶନରେ ବାଧା ଉପୁଜିଛି। ISRO ପକ୍ଷରୁ ଏହାର ୱେବସାଇଟରେ ମିଶନରେ ତ୍ରୁଟି ନେଇ ସୂଚନା ପ୍ରଦାନ କରିଛି। କକ୍ଷପଥପରେ ସାଟେଲାଇଟକୁ ଅବସ୍ଥାନ ଲାଗି ଥ୍ରଷ୍ଟକୁ ଜ୍ଵଳନ ଲାଗି ଅକ୍ସିଡାଇଜରକୁ ପ୍ରବେଶ କରିବା ପାଇଁ ଇସ୍ରୋର ୧୦୦ତମ ସାଟେଲାଇଟ ମିଶନରେ ବାଧା।

ନାଭିଗେସନ୍ ସାଟେଲାଇଟ୍‌ରେ ଗତକାଲି ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ୧୦୦ତମ ରକେଟ୍ ମିଶନରେ ବାଧା ଉପୁଜିଛି। ISRO ପକ୍ଷରୁ ଏହାର ୱେବସାଇଟରେ ମିଶନରେ ତ୍ରୁଟି ନେଇ ସୂଚନା ପ୍ରଦାନ କରିଛି। କକ୍ଷପଥପରେ ସାଟେଲାଇଟକୁ ଅବସ୍ଥାନ ଲାଗି ଥ୍ରଷ୍ଟକୁ ଜ୍ଵଳନ ଲାଗି ଅକ୍ସିଡାଇଜରକୁ ପ୍ରବେଶ କରିବା ପାଇଁ ଭାଲବ୍ ଖୋଲି ନଥିଲା। ଫଳରେ ଉପଗ୍ରହକୁ ନିର୍ଦ୍ଦିଷ୍ଟ କକ୍ଷପଥ ସ୍ଲଟ୍‌ରେ ସ୍ଥାପନ କରିବା ଦିଗରେ କକ୍ଷପଥ ବୃଦ୍ଧି କାର୍ଯ୍ୟ କରାଯାଇପାରି ନାହିଁ। ୟୁ ଆର ରାଓ ସାଟେଲାଇଟ୍ କେନ୍ଦ୍ର ଦ୍ୱାରା ନିର୍ମିତ ଉପଗ୍ରହ NVS-୦୨ କୁ ଭାରତ ଉପରେ ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କରାଯିବାର ଥିଲା। ଉପଗ୍ରହରେ ଥିବା ତରଳ ଇଞ୍ଜିନ୍ ଠିକ୍ ଭାବରେ କାର୍ଯ୍ୟ ନକରିବାରୁ ଏହାକୁ ନିର୍ଦ୍ଦିଷ୍ଟ କକ୍ଷପଥକୁ ପଠାଇବା ପ୍ରୟାସ ବିଳମ୍ବ ହେଉଛି। ଆବଶ୍ୟକ ସ୍ଥଳେ ଏହା ସମ୍ପୂର୍ଣ୍ଣ ଭାବେ ଫେଲ୍ ମଧ୍ୟ ହୋଇଯାଇପାରେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ଗତ ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ GSLV-F15କୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ଏହି ମିଶନ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନଙ୍କ ଦାୟିତ୍ଵ ଗ୍ରହଣ ପରେ ପ୍ରଥମ ମିସନ। ଚଳିତ ବର୍ଷ ISROର ଏହା ପ୍ରଥମ ସାଟେଲାଇଟ ଉତକ୍ଷେପଣ। ଭାଲବ୍ ଖୋଲି ନଥିଲା। ଫଳରେ ଉପଗ୍ରହକୁ ନିର୍ଦ୍ଦିଷ୍ଟ କକ୍ଷପଥ ସ୍ଲଟ୍‌ରେ ସ୍ଥାପନ କରିବା ଦିଗରେ କକ୍ଷପଥ ବୃଦ୍ଧି କାର୍ଯ୍ୟ କରାଯାଇପାରି ନାହିଁ। ୟୁ ଆର ରାଓ ସାଟେଲାଇଟ୍ କେନ୍ଦ୍ର ଦ୍ୱାରା ନିର୍ମିତ ଉପଗ୍ରହ NVS-୦୨ କୁ ଭାରତ ଉପରେ ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କରାଯିବାର ଥିଲା। ଉପଗ୍ରହରେ ଥିବା ତରଳ ଇଞ୍ଜିନ୍ ଠିକ୍ ଭାବରେ କାର୍ଯ୍ୟ ନକରିବାରୁ ଏହାକୁ ନିର୍ଦ୍ଦିଷ୍ଟ କକ୍ଷପଥକୁ ପଠାଇବା ପ୍ରୟାସ ବିଳମ୍ବ ହେଉଛି। ଆବଶ୍ୟକ ସ୍ଥଳେ ଏହା ସମ୍ପୂର୍ଣ୍ଣ ଭାବେ ଫେଲ୍ ମଧ୍ୟ ହୋଇଯାଇପାରେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଗତ ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ GSLV-F15କୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ଏହି ମିଶନ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନଙ୍କ ଦାୟିତ୍ଵ ଗ୍ରହଣ ପରେ ପ୍ରଥମ ମିସନ। ଚଳିତ ବର୍ଷ ISROର ଏହା ପ୍ରଥମ ସାଟେଲାଇଟ ଉତକ୍ଷେପଣ।

ସେୟାର ବଜାର ପାଇଁ ଭିଲେନ୍ ସାଜିଲା ଆମେରିକା, କେଇ ମିନିଟରେ ଡୁବିଲା ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ସେୟାର ମାର୍କେଟରେ ଲାଗିଛି ନିଆଁ । ମାତ୍ର କିଛି ସମୟ ମଧ୍ୟରେ ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି । ସଦ୍ୟତମ ସୂଚନା ଅନୁସାରେ ସୋମବାର ସେୟାର ବଜାରରେ ବଡ଼ ଧରଣ ହ୍ରାସ ଘଟିଛି । ସୋମବାର ସକାଳୁ ଡାଇନରୁ ଆରମ୍ଭ ହୋଇଛି । ଉଭୟ ନିଫ୍ଟି ଏବଂ ସେନ୍ସେକ୍ସରେ ହ୍ରାସ ଘଟିଛି । ତେବେ ଏହାର ମୁଖ୍ୟ କାରଣ ଟ୍ରମ୍ପ ବୋଲି କୁହାଯାଉଛି । ଆମେରିକାର ରାଷ୍ଟ୍ରପତିଙ୍କ ଘୋଷଣା ପରେ ଏଭଳି ଘଟିଥିବା କୁହାଯାଉଛି । ଚୀନ, କାନାଡ଼ା ଏବଂ ମେକ୍ସିକୋ ଉପରେ ଆମେରିକାର ଟ୍ୟାକ୍ସ ବୃଦ୍ଧି ପରେ ସେୟାର ମାର୍କେଟରେ ବଡ଼ ଧରଣର ହଇଚଇ ସୃଷ୍ଟି ହୋଇଛି । ସେନ୍ସେକ୍ସ ୭୦୦ ଅଙ୍କ ହ୍ରାସ ହୋଇ ୭୬, ୮୨୭.୯୫ରେ ପହଞ୍ଚି ଥିବାବେଳେ ନିଫ୍ଟି ୨୦୭.୯୦ ଅଙ୍କର ହ୍ରାସ୍ ହୋଇ ୨୩,୨୭୪.୨୫ ଅଙ୍କରେ ପହଞ୍ଚିଛି । ତେବେ ସୋମବାର ସେୟାର ବଜାର ଖୋଲୁ ଖୋଲୁ ମାର୍କେଟ ଦ୍ରୁତ ଗତିରେ ହ୍ରାସ ହେବା ଆରମ୍ଭ ହୋଇଥିଲା । ସେୟାର ମାର୍କେଟର ପ୍ରମୁଖ ସୂଚକାଙ୍କ ମଧ୍ୟ ଏବେ ହ୍ରାସ ଘଟିଛି । ଏପରିକି ପ୍ରମୁଖ କମ୍ପାନୀମାନଙ୍କର ସେୟାରରେ ମଧ୍ୟ ହ୍ରାସ ଘଟିଛି ।

ତେବେ ସେୟାର ମାର୍କେଟରେ ବଡ଼ ଧରଣର କ୍ଷତି ସହିଛନ୍ତି ନିବେଶକ । ବିଏସଇ ତାଲିକାଭୁକ୍ତ କମ୍ପାନୀ ଗୁଡ଼ିକର ଗତ ବାଣିଜ୍ୟ ଅଧିବେଶନରେ ୪୨୪ ଲକ୍ଷ କୋଟିରୁ ୪୧୯ କୋଟ ଲକ୍ଷକୁ ହ୍ରାସ ପାଇଛି । ଏହି କାରଣରୁ ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ତେବେ ବଜେଟ ଘୋଷଣା ହେବା ପରେ ଆଶା ରହିଥିଲା କି ସେୟାର ମାର୍କେଟରେ ନିବେଶକମାନେ ଭଲ ଲାଭ ପାଇବେ । ମାତ୍ର ଆମେରିକାର ଟ୍ୟାକ୍ସ ବୃଦ୍ଧି ଘୋଷଣା ପରେ ସବୁକିଛି ଗଡ଼ବଡ଼ ହୋଇଯାଇଛି ।

ସମର୍ଥ ମାମଲା : ଦୁଇ ଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ

ନନ୍ଦିଘୋଷ ବ୍ୟୁରୋ: ବହୁ ଚର୍ଚ୍ଚିତ ସମର୍ଥ କେନ୍ଦ୍ରରେ ନିର୍ଯାତନା ମାମଲାରେ ଦୁଇ ଦିନିଆ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତକୁ ଆଣିବ ସମ୍ବଲପୁର ପୋଲିସ। ମୁଖ୍ୟ ଅଭିଯୁକ୍ତ ହରିଶ୍ଚନ୍ଦ୍ର ଦାସକୁ ୨ ଦିନିଆ ରିମାଣ୍ଡରେ ଆଣି ପଚରା ଉଚରା କରିବ ପୋଲିସ୍।ଏହାସହ ହୋଇଥିବା ଦୁଷ୍କର୍ମ ଅଭିଯୋଗରେ ଡାକ୍ତରୀ ପରୀକ୍ଷା କରାଯିବ।ତେବେ ସବୁଠାରୁ ବଡ଼କଥା ହେଲା ଏହି ଅନୁଷ୍ଠାନରେ କେମିତି ୬ଜଣଙ୍କର ମୃତ୍ୟୁ ହେଲା ତାହାର ମଧ୍ୟ ମାରାଥନ୍ ଜେରା କରିବ ସମ୍ବଲପୁର ପୋଲିସ୍। ସେପଟେ ଏହି ଘଟଣାକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ ।

କୁହୁଡ଼ି ପାଇଁ ଦିଶିଲାନି ବାଟ, କଣ୍ଟେନରକୁ ପଛପଟୁ ଧକ୍କା ଦେଲା କଣ୍ଟେନର

ନନ୍ଦିଘୋଷ ବ୍ୟୁରୋ: ଘନ କୁହୁଡ଼ି ପାଇଁ କଣ୍ଟେନରକୁ ପଛପଟୁ ଧକ୍କା ଦେଲା କଣ୍ଟେନର । କ୍ୟାବିନରେ ଚାପିହୋଇ ରହିଥିବା ଡ୍ରାଇଭରକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ୨ ଘଣ୍ଟାର ପରିଶ୍ରମ ପରେ ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରାଯାଇ ଜଳେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ଵର ଜାତୀୟ ରାଜପଥର ବାଲେଶ୍ୱରରୁ ଖଡକପୁର ରାସ୍ତା ମରାମତି ହେଉଥିବାରୁ ଆମ୍ବଳିଅଠା ବାଇପାସ୍ ନିକଟରେ ଡାଇଭର୍ଜନ ରହିଛି। ବାଲେଶ୍ୱର ପଟୁ ଖଡଗପୁର ଅଭିମୁଖେ ଯାଉଥିବା ପାର୍ଶଲ୍ ବୋଝେଇ କଣ୍ଟେନର ସେଠାରେ ସ୍ଲୋ ହୋଇଥିଲା । ଏହି ସମୟରେ ଘନ କୁହୁଡ଼ି ଯୋଗୁଁ କଣ୍ଟେନରଟି ଆଉ ଏକ କଣ୍ଟେନରକୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଳେଶ୍ୱର ପହଞ୍ଚି ଅଧିକ ତଦନ୍ତ କରୁଛି।

’ଲଗାନ’ ଫିଲ୍ମ ଦେଖି ଏମିତି ହୋଇଥିଲେ ସଚିନ୍, ରବି ଶାସ୍ତ୍ରୀ କହିଲେ..

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ମିଷ୍ଟର ପରଫେକ୍ଟ ଅମିର ଖାନଙ୍କ ଅନେକ ହିଟ୍ ଫିଲ୍ମ ମଧ୍ୟରେ ’ଲଗାନ’ ଅନ୍ୟତମ । ଏହି ଫିଲ୍ମଟି ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତ ହୋଇଥିଲା । କ୍ରିକେଟ ଉପରେ ଆଧାରିତ ଏହି ଫିଲ୍ମଟି ବେଶ ହିଟ୍ ହେବା ସହ ଦର୍ଶକଙ୍କ ମନ ଜିଣିଥିଲା । ରବିବାର ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ ସମୟରେ ଖେଳ ଦେଖିବାକୁ ଉପସ୍ଥିତ ଥିଲେ ଅମିର ଖାନ୍ । ଯେଉଁ ସମୟରେ ତାଙ୍କର ’ଲଗାନ’ ଫିଲ୍ମର ଏକ ଘଟଣା ସମ୍ପର୍କରେ ଜଣା ପଡ଼ିଛି । ତେବେ ଏହି ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ହୋଇଥିଲା । ସଚିନ ତେନ୍ଦୁଲକର ଏବଂ ରବି ଶାସ୍ତ୍ରୀ ସ୍ବତନ୍ତ୍ର ଭାବେ ଏହି ଫିଲ୍ମ ଦେଖିଥିଲେ । ଫିଲ୍ମର ଏକ ସିନରେ ବୋଲର ଓ୍ବିକେଟ ନେବା ବେଳର ଦୃଶ୍ୟ ସମୟରେ ରବିଶାସ୍ତ୍ରୀ ଏବଂ ସଚିନ ସିଟରେ ଛିଡ଼ା ହୋଇ ପଡ଼ିଥିଲେ । ତେବେ ଏହି ସମୟରେ ଅମିର ଖାନ ସ୍କ୍ରିନ୍ ଦେଖିବା ବଦଳରେ ସେମାନଙ୍କୁ ଦେଖିଥିଲେ ଏବଂ ଭାବ ବିହ୍ବଳ ହୋଇଥିଲେ । ଯାହାକୁ ଗତକାଲି ମ୍ୟାଚ ସରିବା ପରେ ସାମ୍ବାଦିକଙ୍କ ସହ ନିଜର ଅନୁଭୂତିକୁ ପ୍ରକାଶ କରିଛନ୍ତି ଅମୀର ଖାନ । ତେବେ ଲଗାନ ଫିଲ୍ମ ୨୦୦୧ ମସିହାରେ ରିଲିଜ ହୋଇଥିଲା ।

 

ରାଜ୍ୟରେ ଉପରମୁହାଁ ପାରଦ, ଶୀତଦିନେ ପ୍ରବଳ ଖରା

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଉପରମୁହାଁ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩୫ ଡିଗ୍ରୀ ପାର କଲା ଦିନର ତାତି । ସର୍ବାଧିକ ତାପମାତ୍ରା ଛୁଇଁପାରେ ୩୮ଡିଗ୍ରୀ । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମେଘମୁକ୍ତ ଆକାଶ ସହ ଖରାପାଇଁ ତାତି ବୃଦ୍ଧି ପାଉଛି। ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ତାତି ବୃଦ୍ଧି ପାଇଁ ୟେଲୋ ମାର୍କ ଦିଆଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି ତାତି ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବିଶେଷ କରି ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର,କଳାହାଣ୍ଡି, ଗଜପତି, ନୂଆପଡା, ଅନୁଗୁଳରେ ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇବ। ତାପମାତ୍ରା ବୃଦ୍ଧି ସହ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡି ଦେଖିବାକୁ ମିଳିବ। ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ନେଇ ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଏବଂ ନୟାଗଡରେ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି। ସେହିଭଳି ୪ ତାରିଖରେ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଅନୁଗୁଳ, ଢେଙ୍କାନାଳ ଏବଂ ନୟାଗଡ ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ତଳକୁ ଖସିବା ସମ୍ଭାବନା ରହିଛି। କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି। ଏଥିପାଇଁ ଘାଟିରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର

ଆଜି ୮ ଘଣ୍ଟିଆ ବିନିକା ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ଆଜି ୮ ଘଣ୍ଟିଆ ବିନିକା ବନ୍ଦ । ଆଜି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା କଲେଜ ଛକରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଆନ୍ଦୋଳନକାରୀ । ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ପାଇଁ ବିନିକା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ଆଠ ଘଣ୍ଟିଆ ବିନିକା ବନ୍ଦ ପାଳନ କରାଯାଇଛି ।  ଜରୁରୀ କାଳୀନ ସେବା ଗୁଡ଼ିକୁ ଛାଡ଼ି ଯାନବାହାନ, ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ବର୍ଷବର୍ଷ ଧରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ପାପକ୍ଷୟ ଛକରୁ ଡଭଲା ଛକ ପର୍ଯ୍ୟନ୍ତ ମୁଖ୍ୟରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତାପାଇଁ ନିତିଦିନ ଛୋଟବଡ଼ ଦୁର୍ଘଟଣା ଘଟିବା ସହିତ ଖାଲଢିପ ଓ ଧୂଳିମୟ ରାସ୍ତାରେ ଯାତାୟାତ କରି ଲୋକେ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଅଭିଶେକ ଶର୍ମାଙ୍କ ବ୍ୟାଟିଂ ଦେଖି ଏମିତି କହିଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ

ନନ୍ଦିଘୋଷ ବ୍ୟୁରୋ: ରବିବାର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଅନ୍ତିମ ଟି-୨୦ରେ ଭାରତ ଦମଦାର ବିଜୟ ହାସଲ କରିଛି । ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚରେ ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ଅଭିଶେକ ଶର୍ମାଙ୍କ ଶତକକୁ ନେଇ ଏବେ ଚାରିଆଡ଼େ ପ୍ରଂଶସା ।  ଏପରକି ଅଭିଶେକଙ୍କ ଖେଳକୁ ନେଇ ପ୍ରଂଶସା କରିଛନ୍ତି ପୂର୍ବତନ ଅଧିନାୟକ । ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ୍ କହିଛନ୍ତି କି, ସେ ଗୋଟିଏ ମ୍ୟାଚରେ ପୁରା କ୍ୟାରିୟର ପାଇଁ ଛକା ମାରି ଦେଇଛନ୍ତି । ମାତ୍ର ୨ ଘଣ୍ଟାରେ ସେ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଛନ୍ତି ।

ତେବେ କହି ରଖୁଛୁ କି, ଶେଷ ଟି-୨୦ରେ ଅଭିଶେକ ଶର୍ମା ୫୪ ବଲରୁ ୧୩୫ ରନର ପାଳି ଖେଳିଛନ୍ତି । ଯେଉଁଥିରେ ଭାରତ ୧୫୦ ରନରେ ବିଜୟୀ ହୋଇଛି । ତେବେ ଏହି ମ୍ୟାଚରେ ଅଭିଶେକ ଶର୍ମା ୧୩ଟି ଛକା ମାରିଛନ୍ତି । ସେପଟେ ଯଦି ଆମା କୁକଙ୍କ କଥା କହିବା ତାହେଲେ ସେ ନିଜର ଆନ୍ତର୍ଜାତୀୟ ଟି-୨୦ରେ ଗୋଟିଏ ବି ଛକା ମାରି ନାହାନ୍ତି । ଯେଉଁ କାରଣରୁ ସେ ଅଭିଶେକଙ୍କୁ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ବୋଲି କହିଛନ୍ତି । ସେପଟେ ସେ ନିଜର କ୍ୟାରିୟରରେ ୧୬୧ଟି ଟେଷ୍ଟରେ ମାତ୍ର ୧୧ଟି ଛକା ମାରିଛନ୍ତି । ସେହିପରି ୯୨ଟି ଦିନିକିଆରେ ୧୦ଟି ଛକା ମାରିଛନ୍ତି ।

ଦିଲ୍ଲୀ ବିଧାନସଭା ନିର୍ବାଚନ : ଆଜି ସରୁଛି ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ। ଆଜି ସରୁଛି ପ୍ରଚାର। ହାତରେ ପ୍ରଚାର ଲାଗି ୧୨ ଘଣ୍ଟାରୁ କମ ସମୟ ଥିବାରୁ ଗୋଟିଏ ମୁହୂର୍ତ୍ତ ବି ଛାଡିବାକୁ ଚାହୁଁନାହାନ୍ତି ପ୍ରାର୍ଥୀ।  ଜୋରସୋରରେ ପ୍ରଚାର ଚଳାଇଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ। ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲଙ୍କ ପକ୍ଷରୁ ଜୋରସୋରରେ ପ୍ରଚାର କରାଯାଉଛି।ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ। ସେହିପରି ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର ଚାଲିଛି।  ବିଜେପି ପକ୍ଷରୁ ପ୍ରଚାରରେ ସାମିଲ ହୋଇଛନ୍ତି ଏକାଧିକ କେନ୍ଦ୍ରମନ୍ତ୍ରୀ। କଂଗ୍ରେସ ପକ୍ଷରୁ ସନ୍ଦୀପ ଦିକ୍ଷୀତ ମଧ୍ୟ ଜୋରସୋର ପ୍ରଚାର କରିଛନ୍ତି। ମଇଦାନରେ ପ୍ରଚାରର ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ। ହାତରେ ମାତ୍ର ଆଜି ଗୋଟିଏ ଦିନ। ଏଥର ହାଟ୍ରିକ ଲକ୍ଷ୍ୟରେ ରହିଛି ଆପ। ସେପଟେ  କୌଣସି ପ୍ରକାରେ କ୍ଷମତାକୁ ଆସିବା ଲାଗି ବିଜେପି ଓ କଂଗ୍ରେସ ଚଳାଇଛନ୍ତି କସରତ। ଘରକୁ ଘର ଯାଇ ଭୋଟରଙ୍କୁ କରୁଛନ୍ତି ଆକର୍ଷିତ। ଦିଲ୍ଲୀ ନିର୍ବାଚନରେ ଆସନ୍ତା ୫ ତାରିଖରେ ହେବ ଭୋଟଗ୍ରହଣ। ଫେବୃଆରୀ ୮ରେ ହେବ ଭୋଟ ଗଣତି।