spot_img
Home Blog Page 1316

ରାଉରକେଲାରେ ଅଣାୟତ ଆଇନଶୃଙ୍ଖଳା, ପୋଲିସର ଅପରେସନ ସୁରକ୍ଷାକୁ ଚ୍ୟାଲେଞ୍ଜ

ରାଉରକେଲା : ରାଉରକେଲାରେ ଅଣାୟତ ଆଇନଶୃଙ୍ଖଳା । ଦିନ ଦ୍ବିପ୍ରହରେ ଫୁଟୁଛି ଗୁଳି । ମାରଣାସ୍ତ୍ର ଧରି ରାଜରାସ୍ତାରେ ବୁଲୁଛନ୍ତି ଅପରାଧୀ । ଲୁଟ୍ ଛିନତାଇ, ଗଣ ଦୁଷ୍କର୍ମ, ରହାଜାନୀ, ଗୁଳିମାଡ଼ ଘଟଣା ବଢିବାରେ ଲାଗିଛି । ଅପରାଧ ଦମନ ପାଇଁ ପୋଲିସ ଏସପିଙ୍କ ନେତୃତ୍ବରେ ଚାଲିଛି ଅପରେସନ ସୁରକ୍ଷା । ହେଲେ ପୋଲିସ ଲୋକଙ୍କୁ ସୁରକ୍ଷା ଦେବାରେ ପୁଣି ଫେଲ୍ ମାରିଛି । ସକ୍ଟର ଦୁଇ ନିକଟରେ ଜଣେ ରେଲୱେ କର୍ମଚାରୀଙ୍କୁ ହୋଇଛି ଗୁଳିମାଡ଼ । ୟୁଥ ହଷ୍ଟେଲ ପକ୍ଷରୁ ସେକ୍ଟର ଦୁଇ ଛକ ନିକଟରେ ମାରଥନ ଚାଲିଥିବା ସମୟରେ ସଲିଲ କୁମାର ସାହୁ ରେଜିଷ୍ଟ୍ରେସନ କାଉଣ୍ଟରରେ ବସିଥିଲେ । ଏହି ସମୟରେ ତାଙ୍କ ପିଠିପଟରୁ ହୋଇଥିଲା ଅଚାନକ ଗୁଳିମାଡ଼ । ତୁରନ୍ତ ଚିକିତ୍ସା ପାଇଁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବାରୁ ଅଳ୍ପକେ ବଞ୍ଚିଯାଇଛି ଜୀବନ ।

ଗୁଳିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ି ନଥିବାବେଳେ ସେକ୍ଟର ୩ ଥାନା ପୋଲିସ ଘଟଣାସ୍ଥଳରେ ଛାନବିନ ଜାରି ରଖିଛି । ପୋଲିସ ଗୋଟିଏ ଖୋଖା ଜଵତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁଇଦିନ ତଳେ ଉଦିତ ନଗର ଥାନାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା । ବାରମ୍ବାର ଏପରି ଅପରାଧ ଘଟୁଥିବାରୁ ସହରରେ ପୋଲିସ ପକ୍ଷରୁ କରାଯାଉଛି ଅପରେସନ ସୁରକ୍ଷା । ତେବେ ବାହାରୁ ଚୋରା ବନ୍ଧୁକ ଆଣି ପୋଲିସକୁ ଚ୍ଯାଲେଞ୍ଜ ଦେଉଛନ୍ତି ଅପରାଧୀ । CISF ରେଞ୍ଜ ଫାୟାରିଙ୍ଗ କୋର୍ସ୍ ସମୟରେ ସେହି ଗୁଳି ଆସି ଯୁବକଙ୍କ ଦେହରେ ଵାଜିଥିବା ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି ।

ଉଦ୍ଧାର ହେଲା ଭିତରକନିକାରେ ଫସିଥିବା ପର୍ଯ୍ୟଟକଙ୍କ ବୋଟ

କେନ୍ଦ୍ରାପଡା : ଉଦ୍ଧାର ହେଲା ଭିତରକନିକାରେ ଫସିଥିବା ପର୍ଯ୍ୟଟକଙ୍କ ବୋଟ । ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ସମୟରେ କୁମ୍ଭୀରିଆ ନଦୀ ମଧ୍ୟରେ ଫସିଥିଲା ବୋଟ। ୨ଟି ବୋଟରେ ମୋଟ ୪୦ ଜଣ ଥିବା ସୂଚନା ମିଳିଛି।ବନ ବିଭାଗର ଉଦ୍ୟମରେ ଉଦ୍ଧାର ହେଲା ଫସିଥିବା ବୋଟ। ମା ମଙ୍ଗଳା ଓ ମା ଗୁପ୍ତଚଣ୍ଡୀ ନାମକ ଦୁଇଟି ଘରୋଇ ବୋଟରେ ପର୍ଯ୍ୟଟକ ମାନେ ବୁଲିବାକୁ ଫସି ରହିଥିଲୋ। ବୋଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ନଦୀ ମଝିରେ ଫସି ରହିଥିଲା।

ଲୋକଙ୍କ ପାଇଁ କାଳ ପାଲଟିଛି ତେନ୍ତୁଳି କେନାଲ ; ପାଣିରେ ପଶି ସ୍କୁଲ ଯାଉଛନ୍ତି କୁନି କୁନି ପିଲା

ନୂଆପଡ଼ା : ଲୋକଙ୍କ ପାଇଁ କାଳ ପାଲଟିଛି ତେନ୍ତୁଳି ନାଳ, ନିଦାବିଷ୍ଣୁ ସାଜିଛି ପ୍ରଶାସନ । ଦୀର୍ଘଦିନର ଦାବି ପରେ ନାଳରେ ହୋଇପାରିନାହିଁ ପୋଲ ।  ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଡୁଆଝର ଗାଁର ତେନ୍ତୁଳି ନାଳରେ ପୋଲ ନଥିବାରୁ ଲୋକଙ୍କୁ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି ହେଉଛି । ନାଳ ପାଣିରେ ପସି ଯିବା ଆସିବା କରୁଛନ୍ତି ଲୋକେ । ଦେଖନ୍ତୁ କିପରି କୁନି କୁନି ସ୍କୁଲ ପିଲା ଏହି ନାଳପାଣିରେ ପସି ସ୍କୁଲ ଯାଉଛନ୍ତି । ଶୀତ ଦିନେ ପାଣି କମ ରହୁଥିବା ବେଳେ ବର୍ଷା ଦିନେ ନାଳରେ ପାଣି ଭରିଯାଉ ଥିବାରୁ ନାଳ ପାରିହୋଇ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଏ । ନାଳ ଆରପାରୀରେ ଥିବା ଜମିକୁ ଚାଷ ପାଇଁ ଆସିବା ମଧ୍ୟ ଏକ ପ୍ରକାର କଷ୍ଟକର ହୋଇପଡୁଛି । ଏହା ଆଜିର ନୁହେଁ, ଦୀର୍ଘଦିନରୁ ଏହି ସମସ୍ୟା ଲାଗିରହିଛି । ଯାତାୟତ ପାଇଁ ୨ଟି ପଞ୍ଚାୟତର ୫ଖଣ୍ଡ ଗାଁର ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ରାସ୍ତା ଅବସ୍ଥା ଛାଡ଼ନ୍ତୁ ନାଳ ପାଣିରେ ପଶି ଲୋକଙ୍କୁ ଯାତାୟତ କରିବାକୁ ପଡିଥାଏ । ଦୀର୍ଘ ଦିନ ହେଲା ସମସ୍ୟା ହୋଇ ରହିଛି ଏହି ସମସ୍ୟା ର ସମାଧାନ ଦିଗରେ ପ୍ରଶାସନ ଦୃଷ୍ଟି ଦେଉନଥିବା ଲୋକେ ଅଭିଯୋଗ କରିଛନ୍ତି।

ଡୁଆଝର ପଞ୍ଚାୟତରୁ ଦାବ୍ରି ପଞ୍ଚାୟତକୁ ସଂଯୋଗ କରିଥିବା ଏହି ରାସ୍ତା ନିତି ଦିନିଆ ଯାତାୟତର ଏକମାତ୍ର ମାଧ୍ୟମ । ଖଡିଆଳ ସହରକୁ ବ୍ୟବସାୟ ପାଇଁ ହେଉ ଅବା ଚାଷୀକୁ ଫସଲ ବିକ୍ରି ପାଇଁ ଏହି ନାଳ ପାରି ହୋଇ ଯିବାକୁ ପଡ଼େ । ସ୍ଵାସ୍ଥ୍ୟକେନ୍ଦ୍ରକୁ ଯିବାକୁ ହେଲେ ରୋଗୀଙ୍କୁ ନାଳ ପାରି କରି ନେବାକୁ ପଡ଼ିଥାଏ । ବର୍ଷା ଦିନରେ ଭରା ନାଳକୁ ପାରିହୋଇ ଯିବା ସମ୍ଭବପର ହେଉନଥିବା ବେଳେ ମାସ ମାସ ଧରି ଘରେ ରହି ପାଠପଢିଥାନ୍ତି ଛାତ୍ରଛାତ୍ରୀ । ଜରୁରୀ କାର୍ଯ୍ୟରେ ଲୋକଙ୍କ ପାଇଁ ଏହି ନାଳ ବାଧକ ସାଜିଥାଏ । ସମସ୍ୟାର ସମାଧାନ ପାଇଁ ତେନ୍ତୁଳି ନାଳରେ ଏକ ବ୍ରିଜ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସେପଟେ ଯୁଗ୍ମ ତଦନ୍ତ କରାଯାଇ ରାସ୍ତା ଓ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଗାଁକୁ ସହର ଶହ ଯୋଡ଼ିବା ପାଇଁ ଗମନା ଗମନ ସୁବିଧା ପାଇଁ ରାଜକୋଶରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଡୁଆଝର ଗାଁ ପରି ଅନେକ ଗାଁ ରହିଛି ଯେଉଁଠି ଯାତାୟତ ପାଇଁ ଆଜିବି ସମସ୍ୟା ଭୋଗୁଛନ୍ତି ଲୋକେ ।

ପ୍ରତାପ ଷଡ଼ଙ୍ଗୀଙ୍କୁ ଭଲ ଅଭିନେତା କହିଲେ ତାରା

ଭୁବନେଶ୍ୱର : ସଂସଦ ଗଣ୍ଡଗୋଳ ଘଟଣାକୁ ନେଇ ବାଲେଶ୍ଵରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ କଡ଼ା ସମାଲୋଚନା। ତାରା କହିଛନ୍ତି, ପ୍ରତାପ ଷଡ଼ଙ୍ଗୀ ଜଣେ ଉଚ୍ଚକୋଟୀର ଅଭିନେତା । ପ୍ରଥମେ ପ୍ରତାପ କହିଥିଲେ ରାହୁଲ ଗାନ୍ଧି ଠେଲିଛନ୍ତି। ପରେ ଆଉ ଜଣେ ଠେଲିଥିବା କହିଲେ। ପ୍ରଥମେ ମୁଣ୍ଡରେ ଛୋଟିଆ ମାଡ଼ ହୋଇଥିବାର ଦେଖିବାକୁ ମିଳିଥିଲା । ଛୋଟିଆ ବ୍ୟାଣ୍ଡେଜ ଲାଗିଥିଲା। ପରେ ଆଉ ଟିକେ ବଡ଼ ବ୍ୟାଣ୍ଡେଜ ବାନ୍ଧିଲେ। ରାତିରେ ପୁରା ମୁଣ୍ଡ ସାରା ବ୍ୟାଣ୍ଡେଜ ବାନ୍ଧି ଡ୍ରାମା କଲେ। ଏହି ଡ୍ରାମା ସମସ୍ତେ ଦେଖିଛନ୍ତି। ନାଟକରେ ପ୍ରତାପ ଷଡ଼ଙ୍ଗୀ ପୁରା ପାରଙ୍ଗମ। ଫିଲ୍ମ କଲେ ବେଶ୍ ଭଲ ଅଭିନୟ କରିବେ ବୋଲି କଟାକ୍ଷ କରିଛନ୍ତି ତାରାପ୍ରସାଦ ବାହିନୀପତି ।

ଦିଲ୍ଲୀରେ ମୁଣ୍ଡ ଟେକିଲା ଚାଷୀ ଆନ୍ଦୋଳନ, ୩୬୦ଟି ଗ୍ରାମର ଅନ୍ନଦାତା ଏକାଠି

ନୂଆଦିଲ୍ଲୀ : ବିଭିନ୍ନ ଦାବି ନେଇ ଦିଲ୍ଲୀରେ ଏକାଠି ଅନ୍ନଦାତା। ଦିଲ୍ଲୀର ୩୬୦ଟି ଗ୍ରାମର ଚାଷୀନେତା ଏକାଠି ହୋଇ ପ୍ରସ୍ତୁତ କରିଛନ୍ତି ରଣନୀତି। ଭୂସଂସ୍କାର, କ୍ଷତିପୂରଣ ସମେତ ଚାଷୀଙ୍କ ଅନ୍ୟାନ୍ୟ ଦାବି ନେଇ ଉତ୍ତର-ପଶ୍ଚିମ ଦିଲ୍ଲୀରେ ଚାଷୀ କରିଛନ୍ତି ମହାପଞ୍ଚାୟତ।ଦିଲ୍ଲୀରେ ହେବାକୁ ଆଗାମୀ ବିଧାନସଭା ନିର୍ବାଚନରେ କୌଣସି ଏକ ଦଳକୁ ଭୋଟ ଦେବେ ନା ନିର୍ବାଚନକୁ ବର୍ଜନ କରିବେ ଏ ନେଇ ଏହି ମହାପଞ୍ଚାୟତରେ ନିଷ୍ପତ୍ତି ହେବ।

ବିଭିନ୍ନ ଗାଁର ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି । ଭୂସଂସ୍କାର, ଗୃହ କର ଏବଂ ଜମି ଅଧିଗ୍ରହଣ ପରିବର୍ତ୍ତେ ଉଚିତ କ୍ଷତିପୂରଣ ପ୍ରଦାନ ଭଳି ଅନେକ ପ୍ରସଙ୍ଗର ସମାଧାନ ହୋଇପାରିନାହିଁ । ଚାଷୀଙ୍କ ଏହି ସମସ୍ତ ଦାବି ନେଇ ଆଲୋଚନା ପରେ ମହାପଞ୍ଚାୟତରେ ରଣନୀତି ପ୍ରସ୍ତୁତ ହେବ। ଏହି ରଣନୀତିକୁ ନେଇ ଆଗାମୀ ବିଧାନସଭା ନିର୍ବାଚନରେ ଏହି ରଣନୀତି ଉପରେ କାର୍ଯ୍ୟକାରୀ ହେବ । ଚାଷୀ ସମସ୍ୟା ନେଇ ଆପ ରାଷ୍ଟ୍ରୀୟ ସଂଯୋଜକ ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଭେଟିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରିନାହିଁ । ୨୦୦୦ ମସିହାରୁ ଚାଷୀଙ୍କ ଜମି ଅଧିଗ୍ରହଣ ହୋଇଥିଲେ ମଧ୍ୟ ଏହାର ପ୍ରତିବଦଳରେ ସେମାନଙ୍କୁ ଜମି ପ୍ରଦାନ କରାଯାଇନାହିଁ।

ଆତ୍ମହତ୍ୟା ଉଦ୍ୟମ ପଡିଲା ମହଙ୍ଗା ଏବେ ଦେବେ ୧୦ଲକ୍ଷ

ଆତ୍ମହତ୍ୟାରୁ କରୁଣ ଘଟଣା…ଆତ୍ମହତ୍ୟା କରୁଥିଲେ ଚାଷୀ, ଜୀବନ ବଞ୍ଚାଇଦେଲେ ପୋଲିସ…ଏବେ ଚାଷୀ ଗଣିବେ ମୋଟା ଅଙ୍କର ଟଙ୍କା…ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପୁରା ୧୦ ଲକ୍ଷ ଟଙ୍କା ଗଣିବେ ଚାଷୀ ଜଣକ…ଜୀବନ ବଞ୍ଚାଇବାରେ ଲାଗିଥିବା ପୋଲିସକୁ  ଖର୍ଚ୍ଚ ଦେବାକୁ ପଡ଼ିବ…ଏଥି ପାଇଁ ତାଙ୍କୁ ନୋଟିସ ମଧ୍ୟ ମିଳିଛି…ଏମିତି ଘଟଣା ଘଟିଛି ରାଜସ୍ଥାନର ଝୁଞ୍ଝୁନୁ ଅଞ୍ଚଳରେ…

ରାଜସ୍ଥାନର ଝୁଞ୍ଝୁନୁ ଅଞ୍ଚଳର ଜଣେ ଚାଷୀ ବିଦ୍ୟାଧର ଯାଦବ ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଥିଲା । ହେଲେ, ପ୍ରଶାସନ ତାକୁ ବଞ୍ଚାଇ ଦେଇଛି ଏବଂ ଶାନ୍ତି ଭଙ୍ଗର ଅଭିଯୋଗରେ ଗିରଫ ମଧ୍ୟ କରିଛି । ଏବେ ଚାଷୀ ଜଣଙ୍କୁ ପ୍ରଶାସନ ନୋଟିସ ମଧ୍ୟ ପଠାଇଛି, ଯେଉଁଥିରେ ଉଲ୍ଲେଖ କରା ଯାଇଛି ଯେ ତାକୁ ବଞ୍ଚାଇବାରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଚାଷୀଙ୍କୁ ଏହି ଟଙ୍କା ଦେବାକୁ ପଡିବ ବୋଲି ନୋଟିସରେ କୁହାଯାଇଛି  ।

କାହିଁକି ଆତ୍ମହତ୍ୟା କରିବା ପାଇଁ ଚାହୁଁଥିଲେ ?

ଝୁଞ୍ଝୁନୁରେ ଅଞ୍ଚଳରେ ଏକ ସିମେଣ୍ଟ ଫ୍ୟାକ୍ଟ୍ରି ଅଛି । ସିମେଣ୍ଟ ଫ୍ୟାକ୍ଟ୍ରିର ନିର୍ମାଣ ସମୟରେ ବିଦ୍ୟାଧର ଯାଦବଙ୍କ ଜମି ମଧ୍ୟ ଯାଇଥିଲା। ବିଦ୍ୟାଧରଙ୍କ ଅଭିଯୋଗ ଥିଲା ଯେ ତାଙ୍କୁ ଜମି ଏବଂ ଘରର ଉଚିତ ମୂଲ୍ୟ  ଦିଆଯାଇନି। ସେ ଏହାକୁ ନେଇ ଅନେକ ବାର କମ୍ପାନୀ ସହିତ ଜିଲ୍ଲାର ଅଧିକାରୀଙ୍କୁ ମଧ୍ୟ ଜଣାଇଥିଲେ, କିନ୍ତୁ କିଛି ସୁଫଳ ମିଳିନଥିଲା।

ଜମିର ଉଚିତ ମୂଲ୍ୟ ନମିଳିବାରୁ ବିଦ୍ୟାଧର ଚିନ୍ତିତ ଥିଲେ। ତାଙ୍କ କହିବା ଅନୁସାରେ, ସେ ଅଫିସକୁ ଦୌଡ଼ି ଦୌଡ଼ି ଥକି ଯାଇଥିଲେ, କିନ୍ତୁ କେହି ମଧ୍ୟ ତାଙ୍କ ସମସ୍ୟାକୁ ବୁଝି ନଥିଲେ। ଯାହାଫଳରେ ସେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ|

୧୧ ଡିସେମ୍ବରରେ ସେ ଫ୍ୟାକ୍ଟ୍ରି ବାହାରକୁ ଯାଇଥିଲେ ଏବଂ କହିଥିଲେ ଯେ ଯଦି ମୋ ଜମିର ଉଚିତ୍ ମୂଲ୍ୟ ନମିଳେ ପରିବାର ସହିତ ଏଠାରେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ତା’ପରେ ଘଟଣା ସ୍ଥଳରେ ଥିବା ପୋଲିସ ତାକୁ ଗିରଫ କରିଥିଲା। ହେଲେ, ସେ ଏସ୍‌ଡିଏମ କୋର୍ଟରୁ ବେଲ୍ ମିଳିଥିଲା। ଏହି ଘଟଣାର ଗୋଟିଏ ଦିନ ପରେ ଜମିର ମୂଲ୍ୟ ବାବଦରେ ତାଙ୍କୁ  ତିନି କୋଟି ଟଙ୍କା ମିଳିଥିଲା।

କାହିଁକି ଦେବେ ୧୦ ଲକ୍ଷ ଟଙ୍କା ?

ତେବେ ଏହି ଘଟଣାରେ ୯୯ ଜଣ ପୋଲିସକର୍ମୀଙ୍କୁ ନିୟୋଜିତ କରାଯାଇଥିଲା | ଏଥିରେ ଜଣେ ଏସ୍‌ପି, ଦୁଇ ଡିଏସ୍‌ପି ସହ ଅନ୍ୟାନ୍ୟ ଅଫିସରଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା। କେତେକ ସରକାରୀ ଗାଡିକୁ ମଧ୍ୟ ବ୍ୟବହାର କରାଯାଇଥିଲା। ଏଥିରେ ପ୍ରାୟ 9 ଲକ୍ଷ 99 ହଜାର 577 ଟଙ୍କା ଖର୍ଚ୍ଚ ହୋଇଥିଲା। ଏବେ ନୋଟିସ ପଠାଇ ଚାଷୀଙ୍କୁ ଏହି ଟଙ୍କା ଦେବାକୁ କୁହାଯାଇଛି।

 

 

ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତ-ସେବାୟତ ଧସ୍ତାଧସ୍ତି

ପୁରୀ : ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଅଭାବନୀୟ ଦୃଶ୍ୟ । ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍‌ରେ ଭକ୍ତ-ସେବାୟତ ଧସ୍ତାଧସ୍ତି । ପୋଲିସ ସମ୍ମୁଖରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ରବିବାର ମଧ୍ୟାହ୍ନ ସମୟରେ ଶ୍ରୀମନ୍ଦିର ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିଥିଲା । ଏହି ସମୟରେ ସିଂହଦ୍ୱାର ସମ୍ମୁଖରେ ଘଟିଲା ଅଭାବନୀୟ ଘଟଣା । କୌଣସି କାରଣକୁ ନେଇ ଭକ୍ତ ଏବଂ ସେବାୟତଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ । ଦର୍ଶନ ପାଇଁ ସିଂହଦ୍ଵାର ସମ୍ମୁଖ ବ୍ୟାରିକେଡ଼ରେ ପ୍ରବେଶ ଉଦ୍ୟମ ବେଳେ ଭକ୍ତଙ୍କ ସହ ସେବାୟତଙ୍କ ଠେଲାପେଲା ହୋଇଥିଲା । ପୋଲିସ ଘଟଣାସ୍ଥଳରେ ଥାଇ ମଧ୍ୟ ବିବାଦକୁ ଅଟକାଇ ପାରିନଥିଲେ ।

ଆସିଲା ଚାମ୍ପିଅନ୍ସ ଟ୍ରଫି ସମ୍ଭାବ୍ୟ ଭେନ୍ୟୁ: ଫେବୃଆରୀ ୨୩ରେ ଭାରତ-ପାକିସ୍ତାନ ମହାସମର

ମୁମ୍ବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫିର ସମ୍ଭାବ୍ୟ ଭେନୁ ପ୍ରକାଶ ପାଇଛି । ଆଉ ଏହା କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି । ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବାକୁ ନେଇ ଟଣା ଓଟରା ଭିତରେ ଏହି ଭେନ୍ୟୁ ଆସିଛି । ଆଉ ଭାରତ-ପାକିସ୍ତାନ କେଉଁଦିନ ମୁହାଁମୁହିଁ ହେବେ ଏକ ପ୍ରକାର ସ୍ପଷ୍ଟ ହୋଇଛି । ଆଇସିସି ଚାମ୍ପିଅନ୍ସ ଟ୍ରଫିର ସମ୍ଭାବ୍ୟ ଭେନ୍ୟୁ ହିସାବରେ ଭାରତ ଓ ପାକିସ୍ତାନ ମଧ୍ୟରେ ୨୯୨୫ ଫେବୃଆରୀ ୨୩ ତାରିଖରେ ଖେଳାଯିବ ମ୍ୟାଚ୍ । ଯାହାକୁ ସାରା ବିଶ୍ବର କ୍ରିକେଟ୍ ଫ୍ୟାନ୍ ଅନାଇ ବସିଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତାବର୍ଷ ପାକିସ୍ତାନରେ ଆଇସିସି ଚାମ୍ପିୟାନ ଟ୍ରଫି ଆୟୋଜନ ହେଉଛି । କିନ୍ତୁ ଭାରତ ପାକିସ୍ତାନ ଖେଳିବା ପାଇଁ ଯିବ ନାହିଁ । ତେଣୁ ଭାରତ ତାର ସବୁ ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳିବ । ଯଦି ଭାରତ ସେମି ଫାଇନାଲକୁ କ୍ବାଲିଫାଏ କରେ ତେବେ ଏହି ମ୍ୟାଚ ଆୟୋଜନରୁ ବଞ୍ଚିତ ହେବ । ସେତିକି ନୁହେଁ, ଭାରତ ଯଦି ଫାଇନାଲକୁ ଯାଏ ତେବେ ପାକିସ୍ତାନ ହାତରୁ ଏହି ମ୍ୟାଚ୍ ମଧ୍ୟ ନିରପେକ୍ଷ ସ୍ଥାନକୁ ଚାଲିଯିବ । ଶେଷ ଥର ଭାରତ ଏମ.ଏସ. ଧ୍ବନୀଙ୍କ ନେତୃତ୍ବରେ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା ।

ରେବ ସ୍ପୋର୍ଟର ରିପୋର୍ଟ ଅନୁଯାୟୀ, ଭାରତ ୩ଟଇ ଗ୍ରୁଫ୍ ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚରେ ବାଂଲାଦେଶ ଦ୍ବିତୀୟରେ ପାକିସ୍ତାନ ଓ ତୃତୀୟ ମ୍ୟାଚରେ ନ୍ୟୁଜଲ୍ୟାଣ୍ଡକୁ ଭେଟଇବ ଦଳ । ୨୩ ମାର୍ଚ୍ଚରେ ଭାରତ ଶେଷ ଗ୍ରୁଫ ମ୍ୟାଚ ଖେଳିବ । ସେହିପରି ସେମିଫାଇନାଲ ଦୁଇଟଇ ୪ ଓ ୫ ମାର୍ଚ୍ଚରେ ଖେଳାଯିବାକୁ ଥିବା ବେଳେ ଫାଇନାଲ ୯ ମାର୍ଚ୍ଚରେ ହେବ । ଫାଇନାଲ ମ୍ୟାଚ ପାଇଁ ଗୋଟିଏ ଦିନ ରିଜର୍ଭ ରହିଛି ।

ପାକିସ୍ତାନ ଡିଫେଣ୍ଡିଂ ଚମ୍ପିଅନ ଭାବେ ଟୁର୍ଣ୍ଣାମେଣ୍ଟକୁ ଓହ୍ଲାଇବ । ୨୦୧୭ରେ ବିରାଟ କୋହଲିଙ୍କ ନେତୃତ୍ବଧୀନ ଭାରତୀୟ ଟିମକୁ ପାକିସ୍ତାନ ଏକତରଫା ହରାଇ ଚାମ୍ପିୟନ ହୋଇଥିଲା । ଏହାପରେ ଆଇସିସି ଏହାର ପରବର୍ତ୍ତି ସଂସ୍କରଣକୁ ରଦ୍ଦ କରି ଦେଇଥିଲା । ଯାହା ପୁଣି ଆରମ୍ଭ ହେବାକୁ ଯାଉଛି ।

୨୦୨୫ ଚାମ୍ପିଅନ୍ସ ଟ୍ରଫି ସମ୍ଭାବ୍ୟ ଭେନ୍ୟୁ

୧୯ ଫେବୃଆରୀ – ପାକିସ୍ତାନ ବନାମ ନ୍ୟୁଜଲ୍ୟାଣ୍ଡ

୨୦ ଫେବୃଆରୀ – ଭାରତ ବନାମ ବାଂଲାଦେଶ

୨୧ ଫେବୃଆରୀ – ଆଫଗାନିସ୍ତାନ ବନାମ ସାଉଥ ଆଫ୍ରିକା

୨୨ ଫେବୃଆରୀ – ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ

୨୩ ଫେବୃଆରୀ – ଭାରତ ବନାମ ପାକିସ୍ତାନ

୨ ମାର୍ଚ୍ଚ           – ଭାରତ ବନାମ ନ୍ୟୁଜଲାଣ୍ଡ

୪ ମାର୍ଚ୍ଚ           – ପ୍ରଥମ ସେମିଫାଇନାଲ

୫ ମାର୍ଚ୍ଚ           – ଦ୍ବିତୀୟ ସେମିଫାଇନାଲ

୯ ମାର୍ଚ୍ଚ           – ଫାଇନାଲ

UPSC CSE-2023 ପରୀକ୍ଷା ଫଳ ପ୍ରସଙ୍ଗ, ଶୁଭ୍ରା ରଞ୍ଜନ ଆଇଏଏସ ଷ୍ଟଡି ଉପରେ ୨ ଲକ୍ଷ ଟଙ୍କାର ଜରିମାନା

ନନ୍ଦିଘୋଷ ବ୍ୟୁରୋ: ୟୁପିଏସସି ସିଏସଇ-୨୦୨୩ ପରୀକ୍ଷା ଫଳ ନେଇ ବିଭ୍ରାନ୍ତିକର ତଥ୍ଯ ପ୍ରସାରଣ ପ୍ରସଙ୍ଗ । ଶୁଭ୍ରା ରଞ୍ଜନ ଆଇଏଏସ ଷ୍ଟଡି ଉପରେ ୨ ଲକ୍ଷ ଟଙ୍କାର ଜରିମାନା । କେନ୍ଦ୍ରୀୟ ଉପଭୋକ୍ତ ସୁରକ୍ଷା କର୍ତ୍ତୃପକ୍ଷ ବା ସିସିପିଏ କଲେ ଜରିମାନା । ନିଜର ବିଜ୍ଞାପନରେ ଶୁଭ୍ରା ରଞ୍ଜନ ଆଇଏଏସ ଷ୍ଟଡି ବିଭ୍ରାନ୍ତିକର ତଥ୍ୟ ଦେଇଥିଲା ।

ଅଭିଯୋଗ ଅନୁସାରେ ଶୁଭ୍ରା ରଞ୍ଜନ ଆଇଏଏସ ଷ୍ଟଡି ନିଜ ବିଜ୍ଞାପନରେ  ୟୁପିଏସସି ସିଏସଇ-୨୦୨୩ରେ ଟପ୍ ୧୦୦ରେ ୧୩ ଜଣ, ଟପ ୨୦୦ରେ ୨୮ଜଣ ଓ ଟପ୍ ୩୦୦ରେ ୩୯ ଛାତ୍ରଛାତ୍ରୀ ସ୍ଥାନ ପାଇଥିବା ଦର୍ଶାଇଥିଲା । ଏପରିକି ଶୁଭ୍ରା ରଞ୍ଜନ ଜଣେ ଆଇଏଏସ ଅଫିସର ଥିଲେ ବୋଲି ଏଥିରେ ଦର୍ଶାଇ ଥିଲା । ତାଙ୍କ ନାମକୁ ବ୍ଯବହାର କରି ଶୁଭ୍ରା ରଞ୍ଜନ ଆଇଏଏସ ଓ ଶୁଭ୍ରା ରଞ୍ଜନ ଆଇଏଏସର ଛାତ୍ରଛାତ୍ରୀ ବୋଲି ସଂସ୍ଥା ଦର୍ଶାଇଥିଲା । ତୁରନ୍ତ ଏହି ବିଭ୍ରାନ୍ତିକର ବିଜ୍ଞାପନର ପ୍ରଚାର ବନ୍ଦ କରିବା ଲାଗି ସିସିପିଏ ନିର୍ଦ୍ଦେଶ ଦେଇଥିଲେ ।

ଖାଉଟି ସୁରକ୍ଷା ଆଇନ ୨୦୧୯ରେ ଥିବା ବ୍ଯବସ୍ଥାର ଏହା ଉଲ୍ଲଂଘନ କରୁଛି ବୋଲି ଦର୍ଶାଇଥିଲେ ସିସିପିଏ। ଶୁଭ୍ରା ରଞ୍ଜନ ଆଇଏଏସ ଷ୍ଟଡି ବିରୋଧରେ ଏହି ନିର୍ଦ୍ଦେଶନାମା ଜାରି କରିଛି ମୁଖ୍ୟ କମିଶନର ନିଧି ଖାରେ, କମିଶନର ଅନୁପମ ମିଶ୍ର ନେତୃତ୍ବାଧୀନ ସିସିପିଏ । ଉପଭୋକ୍ତା ତଥା ଆଶାୟୀଙ୍କୁ ଅଧିକ ଆକର୍ଷିତ କରିବା ଲାଗି କୋଚିଂ ପ୍ରତିଷ୍ଠାନ ଓ ଅନଲାଇନ ଏଡିଟେକ ପ୍ରତିଷ୍ଠାନଗୁଡିକୁ ସଫଳ ପରୀକ୍ଷାର୍ଥୀଙ୍କ ଫଟୋ ଓ ନାମକୁ ବ୍ଯବହାର କରିଥାନ୍ତି । ତେବେ ଏହି ପରୀକ୍ଷାର୍ଥୀମାନଙ୍କ କୋର୍ସ, ଫି, କୋର୍ସର ସମୟସୀମା ଆଦି ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥାଏ । ଏହି ପ୍ରତିଷ୍ଠାନ ୫୦ରୁ ଅଧିକ କୋର୍ସରେ କୋଚିଂ ଦେଇଥାଏ । ତେବେ ତଦନ୍ତରୁ ଜଣାଯାଇଛି ସଫଳ ବୋଲି ଦର୍ଶାଯାଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ଯରୁ ଅଧିକାଂଶ ରାଜନୀତି ବିଜ୍ଞାନ ଓ ଇଣ୍ଟନ୍ଯାସନାଲ ରିଲେସନ୍ସର ଛାତ୍ରଛାତ୍ରୀ । ସେମାନେ କ୍ରାସ କୋର୍ସ ନେଇଥିଲେ ଓ ଟେଷ୍ଟ ସିରିଜରେ ସଫଳ ହୋଇଥିଲେ । ଉପଭୋକ୍ତା ସୁରକ୍ଷା ପରିଷଦ ଆଇନ ୨୦୧୯ର ଧାରା ୨(୨୮) ଅନୁସାରେ ସିସିପିଏ ଏହି ପଦକ୍ଷେପ ନେଇଛନ୍ତି ।

ଗତ ନଭେମ୍ବର ୨୨ରେ ୟୁପିଏସସି ସିଏସଇ ୨୦୨୨ ଫଳ ନେଇ ବିଭ୍ରାନ୍ତିକର ତଥ୍ଯ ପ୍ରସାରିତ କରିଥିବାରୁ ବାଜିରାଓ ଆଣ୍ଡ ରେଡ୍ଡୀ ଇନଷ୍ଟିଚ୍ଯୁଟ ଉପରେ ୭ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରିଥିଲେ ସିସିପିଏ ।

ପୂର୍ବତନ ବିଜେଡି ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ତଥା ଦୁଇ ଥରର ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ । ବିଜେଡି ଟିକେଟରୁ ଦୁଇ ଥର ହୋଇଥିଲେ ବିଧାୟକ । ଭୁବନେଶ୍ବର (ମଧ୍ୟ)ରୁ ୨୦୦୯ ଓ ୨୦୧୪ରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।  ୬୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।

ସୂଚନାଯୋଗ୍ୟ, ବିଜୟ ଗେଷ୍ଟ ହାଉସରେ ଥିଲେ । ହଠାତ କିଛି ରେସପନ୍ସ ନକରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେ ସବୁ ବେଳେ ଗରିବ ଲୋକଙ୍କ ସହ ଥିଲେ । ଗରିବଙ୍କ ଲାଗି ସହାୟତାର ହାତ ବଢ଼ାଉଥିଲେ । ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ନେଉଥିଲେ ପ୍ରମୁଖ ଭୂମିକା । ୧୯୮୨ରେ ଥିଲେ ଭୁବନେଶ୍ବର ଛାତ୍ର ଜନତା ଦଳର ସମ୍ପାଦକ । ୧୯୮୮ରୁ ୧୯୯୨ ପର୍ଯ୍ୟନ୍ତ ଥିଲେ ଭୁବନେଶ୍ବର ବିଜେଡି ସଭାପତି । ସେହିପରି ୧୯୯୨ରୁ ୧୯୯୮ ପର୍ଯ୍ୟନ୍ତ ଥିଲେ ବିଜେଡି ରାଜ୍ଯ ସମ୍ପାଦକ । ୧୯୯୮ରୁ ୨୦୦୦ ଥିଲେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ । ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଥିଲେ ଓଡିଶା ଯୁବ ପରିଷଦର ସଭାପତି । ଏହାସହ ବିଧାୟକ ଥିବା ବେଳେ ବିଭିନ୍ନ କମିଟିର ସଦସ୍ଯ ଥିଲେ ।