spot_img
Home Blog Page 1313

ବିବାହ ବନ୍ଧନରେ ବାନ୍ଧିହେଲେ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ

ନନ୍ଦିଘୋଷ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହେଲେ ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ  । ରାଜସ୍ଥାନ ଜୟପୁରରେ ଆଇଟି ପ୍ରଫେସନାଲ ଭେଙ୍କେଟେଶ ସାଇଙ୍କ ହାତ ଧରିଲେ ଖେଳାଳି ପି.ଭି ସିନ୍ଧୁ । ଦୁହେଁ ରାଜସ୍ଥାନର ଉଦୟପୁରରେ ବିବାହ କରିଛନ୍ତି । ପିଭି ସିନ୍ଧୁଙ୍କ ସ୍ବାମୀ ଭେଙ୍କେଟେଶ  ସାଇ ଜଣ ବିଜନେସ ମ୍ୟାନ୍ । ଦୁହିଁଙ୍କର ବିବାହ ହିନ୍ଦୁ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି । ଖେଳାଳିଙ୍କର ବିବାହରେ ବହୁ ନେତା ଏବଂ ମନ୍ତ୍ରୀ ଯୋଗଦେଇ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଛନ୍ତି ।

ପି.ଭି ସିନ୍ଧୁଙ୍କ ବିବାହରେ ନିକଟ ସମ୍ପର୍କୀୟଙ୍କ ସମେତ କିଛି ବଡ ବଡ ହସ୍ତୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସୀମିତ ଲୋକଙ୍କ ଭିତରେ ଦୁହିଁଙ୍କର ବିବାହ ହୋଇଥିଲା । ମଙ୍ଗଳବାର ଦିନ ନବଦମ୍ପତ୍ତିଙ୍କର ରିସେପସନ ରଖାଯାଇଛି । ପିଭି ସିନ୍ଧୁ ନିଜ ବିବାହରେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ । ନବଦମ୍ପତ୍ତି ଦୁହେଁ ମିଶି ତାଙ୍କ ଘରକୁ ଯାଇ ନିମନ୍ତ୍ରଣ ପତ୍ର ଦେଇଥିଲେ ।

ବିବାହ ପାଇଁ ପି.ଭି ସିନ୍ଧୁ ଏକ ଖାସ୍ ଶାଢୀ ପିନ୍ଧିଥିଲେ । ସେ ଗୋଲ୍ଡେନ କ୍ରୀମ ରଙ୍ଗର ଏକ ଶାଢୀ ପିନ୍ଧିଥିଲେ । ବିବାହ ଯୋଡାରେ ପି.ଭି ସିନ୍ଧୁ ଖୁବ ସୁନ୍ଦର ଦେଖାଯାଉଥିଲେ । ବିବାହ ପରେ ନବଦମ୍ପତ୍ତିଙ୍କ ପାିଁ ଶୁଭେଚ୍ଛାର ସୁଅ ଛୁଟୁଛି ।

ପପକର୍ଣ୍ଣ ଉପରେ ଜିଏସଟି, ଟ୍ରେଣ୍ଡ୍ କରୁଛି ‘ଅବ୍ ହମକୋ ଚାହିଏ ଇଜ୍ଜତ୍’

ନନ୍ଦିଘୋଷ ବ୍ୟୁରୋ: ପପ୍‌କର୍ଣ୍ଣର ଲୋକପ୍ରିୟତା ଖୁବ ଅଧିକ । ଘରେ ଘରେ ପପ୍‌କଣ୍ଣ ଖାଇବା ବି ସଉକ ପାଲଟିଲାଣି । ପପ୍‌କର୍ଣ୍ଣର ଚାହିଦା ବଢ଼ୁଥିବା ବେଳେ ଏହାକୁ ନେଇ ଆସିଥିବା ଖବର ଏବେ ପପକର୍ଣ୍ଣ ଲଭରଙ୍କୁ ଚିନ୍ତାରେ ପକାଇଦେଇଛି ।  ରାଜସ୍ଥାନ ଜୈସଲମେରରେ ଅନୁଷ୍ଠିତ ୫୫ତମ ଜିଏସଟି ପରିଷଦ ବୈଠକରେ ବହୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କିନ୍ତୁ ସବୁଠୁ ଚର୍ଚ୍ଚାରେ ଅଛି ପପକର୍ଣ୍ଣ ଉପରେ ଲାଗିଥିବା ଟିକସ ଉପରେ । ପପକର୍ଣ୍ଣ ଉପରେ ଟିକସ ସମ୍ବନ୍ଧୀୟ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଯାହାକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା ଚାଲିଛି । ୟୁଜରର୍ସ ମାନେ ସୋସିଆଲ ମିଡିଆରେ ମିମ୍ସର ବର୍ଷା କରିଥିବା ବେଳେ ସରକାରଙ୍କୁ ଏନେଇ ସମାଲୋଚନା କରିଛନ୍ତି ।

ପପକର୍ଣ୍ଣ ଉପରେ ୩ଟି GST ସ୍ଲାବ :

ବୈଠକରେ ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ସ୍ଲାବରେ ପପକର୍ଣ୍ଣକୁ ଅନ୍ତର୍ଭୁକ୍ତ କରାଯାଇଛି। ଫଳରେ ବର୍ତ୍ତମାନ ଏହାକୁ କିଣିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ପପକର୍ଣ୍ଣ ଉପରେ ଗୋଟିଏ ନୁହେଁ ବରଂ ତିନି ପ୍ରକାରର ଜିଏସଟି ହାର ଲାଗୁ କରାଯିବ । ଯଦି ପପକର୍ଣ୍ଣଟି ଲୁଣ ଏବଂ ମସଲାର ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ପ୍ୟାକେଜରେ ୫ ପ୍ରତିଶତ ହାରରେ ଜିଏସ୍ଟି ଲାଗୁ ହେବ।  ଅନ୍ୟପଟେ ଯଦି ଲୁଣ ଏବଂ ମସଲା ସହିତ ସମାନ ପପକର୍ଣ୍ଣ ପ୍ୟାକେଜ୍ ଏବଂ ଲେବଲ୍ ସହ ବିକ୍ରି ହୁଏ ତେବେ ଏଥିରେ ଟିକସ ହାର ୫% ପରିବର୍ତ୍ତେ ୧୨% ଲାଗୁ ହେବ। ସେହିପରି ଚିନିରୁ ପ୍ରସ୍ତୁତ ପପକର୍ଣ୍ଣ ଉପରେ ୧୮ ପ୍ରତିଶତ ହାରରେ ଜିଏସଟି ଲାଗୁ ହେବ। ତେବେ ପପକର୍ଣ୍ଣ ଉପରେ ଏହି ଟିକସ ଲାଗୁ ନେଇ ଜିଏସଟି ପରିଷଦ ସ୍ପଷ୍ଟ କରିଛି।

ପପକର୍ଣ୍ଣ ଖାଇବା ପୁର୍ବରୁ ସାବଧାନ୍ :

ଜିଏସ୍ଟି ପରିଷଦର ଏହି ଘୋଷଣା ପରେ ସୋସିଆଲ ମିଡିଆରେ ମିମ୍ସ ଭାଇରାଲ ହେବାରେ ଲାଗିଛି। ମିମ୍ସ ମାଧ୍ୟମରେ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି। ଲୋକମାନେ ମିମ୍ସ ମାଧ୍ୟମରେ ନିଜର ରାଗ ଏବଂ ଆଶ୍ଚର୍ଯ୍ୟ ଜଣାଉଛନ୍ତି । ଜଣେ ୟୁଜର ଲେଖିଛନ୍ତି କି ‘ଏବେ ପପକର୍ଣ୍ଣ ଖାଇବା ପୂର୍ବରୁ ଟ୍ୟାକ୍ସ ସ୍ଲାବ ପଢିବାକୁ ପଡିବ’ । ତାଙ୍କୁ ସମର୍ଥନ କରି ଆଉ ଜଣେ ୟୁଜର ଲେଖିଛନ୍ତି ‘୧୮% ଜିଏସଟି ମାନେ କେରେମଲାଇଜ୍ ପପକର୍ଣ୍ଣ ଏବେ ସବୁଠୁ ଦାମିକିଆ’ ।

ଏବେ ଆମକୁ ଦରକାର ଫୁଲ ଇଜ୍ଜତ :

ଅନ୍ୟ ଏକ ୟୁଜର ଲେଖିଛନ୍ତି ‘ପପକର୍ଣ୍ଣ ଦାମ ଶୁଣି ମୁଭି ଟିକେଟ ମଧ୍ୟ ଶସ୍ତା ଲାଗିଲାଣି ’। ଅନ୍ୟ ଏକ ୟୁଜର ଲେଖିଛନ୍ତି GST ପରିଷଦ ବୈଠକ ପରେ ‘ଏବେ ପପକର୍ଣ୍ଣ ବଦଳରେ ଗୋଲ୍ଡକର୍ଣ୍ଣ ଲେଖାଯିବ’ । ଏବେ ଥିଏଟରରେ ପପକର୍ଣ୍ଣ ଖାଇବା ମହଙ୍ଗା ପଡିବ । ଅନ୍ୟ ଜଣେ ୟୁଜର ମିର୍ଜାପୁର ସିଜନ ୧ର ଗୁଡୁ ପଣ୍ଡିତର ଡାଏଲଗ ମନେପକାଇ ଲେଖିଛନ୍ତି ‘ଏବେ ଆମକୁ ଫୁଲ ଇଜ୍ଜତ ଦରକାର’ । ଏବେ ଏହି ଡାଏଲଗ ପପକର୍ଣ୍ଣ ପାଇଁ ବ୍ୟବହାର ହେବ । ତେବେ ୟୁଜରସ୍ ମାନେ ଅର୍ଥମନ୍ତ୍ରୀଙ୍କୁ ଟ୍ୟାଗ କରି ବିଭିନ୍ନ ମିମ୍ସ ସେୟାର କରୁଛନ୍ତି ।

 

 

 

 

 

ସଚିନଙ୍କ ପିଲାର ମା’ ହେବେ ସୀମା ! ନୂଆବର୍ଷ ପୂର୍ବରୁ ଦେଲେ ଖୁସି ଖବର …

ନନ୍ଦିଘୋଷ ବ୍ୟୁରୋ: ପ୍ରେମ ପାଇଁ ସୀମା ପାର କରିଥିବା ସୀମା ଏବେ ମା’ ହେବାକୁ ଯାଉଛନ୍ତି । ସୀମା ହାଇଦର ଏବଂ ସଚିନ ମୀଣାଙ୍କ ଘରେ କୁଆଁ କୁଆଁ ଶବ୍ଦ ଶୁଭିବ । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସୀମା ଗର୍ଭବତୀ ଥିବା ସୂଚନା ଦେଇଛନ୍ତି । ସୀମାଙ୍କ ଠାରୁ ବାପା ହେବାର ଖବର ଶୁଣିବା ପରେ ବର୍ତ୍ତମାନ ଆକାଶରେ ଉଡୁଛନ୍ତି ସଚିନ୍ ମୀଣା ।

ଏକ ଭିଡିଓ କରି ସୀମା ପ୍ରେଗନେନ୍ସି କିଟ ଦେଖାଇ ଗର୍ଭବତୀ ଥିବା କହିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ପୁର୍ବରୁ ପାକିସ୍ତାନରେ ସୀମାଙ୍କର ୪ଟି ସନ୍ତାନ ଥିବା ବେଳେ ଭାରତରେ ଏହା ପାଞ୍ଚଟି ସନ୍ତାନ ହେବ । ତାଙ୍କର ସମସ୍ତ ସନ୍ତାନ ସହିତ ସେ ଭାରତକୁ ପଳାଇ ଆସିଥିଲେ । ସେ କହିଛନ୍ତି ଯେ, ସେ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି ଏବଂ ସଚିନ ବାପା ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି, ସଚିନକୁ ସୀମା ପ୍ରେଗ୍ନେନ୍ସି କିଟ ଦେଖାଇ ସେ ଗର୍ଭବତୀ ଥିବା କହୁଛନ୍ତି କିନ୍ତୁ ପ୍ରଥମେ ସଚିନ ଏହାକୁ ବିଶ୍ବାସ କରୁନାହାନ୍ତି । କିନ୍ତୁ ପରେ ସେ ଖୁସୀରେ ପାଗଳ ହେଇଯାଉଛନ୍ତି । ଏହାପରେ ଖୁସୀରେ ସଚିନ୍ ସୀମାକୁ ଆଲିଙ୍ଗନ କରୁଛନ୍ତି । ପ୍ରେମ ପକ୍ଷୀଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ସେମାନଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଛି ।

ସୀମା ହାଇଦର ଓ ସଚିନଙ୍କ ପ୍ରେମ କାହାଣୀ ପୁରା ଭିନ୍ନ । ସୀମା ତାଙ୍କ ପ୍ରେମକୁ ପାଇବା ପାଇଁ ପାକିସ୍ତାନରୁ ଭାରତ ଆସିଥିଲେ । ସେ ନେପାଳ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ । ବର୍ତ୍ତମାନ ତାଙ୍କ ସ୍ୱାମୀ ସଚିନ ସୀମାଙ୍କ ସହ ଗ୍ରେଟର ନୋଏଡାରେ ରହୁଛନ୍ତି ।

ଆସନ୍ତାକାଲି ଦେଶର ସବୁ ଜିଲ୍ଲାରେ ରାଲି କରିବ କଂଗ୍ରେସ

ଭୁବନେଶ୍ୱର: ଆମ୍ବେଦକରଙ୍କୁ ଅପମାନ ପ୍ରସଙ୍ଗ । ଏନେଇ ଆସନ୍ତାକାଲି ଦେଶସାରା ସବୁ ଜିଲ୍ଲାରେ ରାଲି କରିବ କଂଗ୍ରେସ । ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ଜିଲ୍ଲା ସ୍ତରରେ ବିକ୍ଷୋଭ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ କଂଗ୍ରେସ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଇସ୍ତଫା ନଦେବା ପର୍ଯ୍ୟନ୍ତ କଂଗ୍ରେସ ପ୍ରତିବାଦ କରିବ । ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କଲା କଂଗ୍ରେସ ।

କଂଗ୍ରେସ କହିଛି, ବିଜେପି ସମ୍ବିଧାନ ବିରୋଧୀ । ଆମ୍ବେଦକରଙ୍କୁ ଅସମ୍ମାନ ଗ୍ରହଣୀୟ ନୁହେଁ । ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର ଗୃହ ମନ୍ତ୍ରୀ ନିଜ ବୟାନ ନେଇ କ୍ଷମା ମାଗିଲେନି । ଇସ୍ତଫା ଦେବାକୁ ରାଜି କିନ୍ତୁ ଭୁଲ ମାଗିବେନି କହି ଜିଦରେ ଅଟଳ । ତେଣୁ ଆମ୍ବେଦକରଙ୍କୁ ଅପମାନ ବିରୁଦ୍ଧରେ ଆସନ୍ତାକାଲି ଦେଶର ସବୁ ଜିଲ୍ଲାରେ ରାଲି କରିବ କଂଗ୍ରେସ ।  ଆମ୍ବେଦକର ସବୁ ଆଦିବାସୀଙ୍କ ପାଇଁ ଭଗବାନ । ଆମ୍ବେଦକରଙ୍କ ଅପମାନ କରିଛନ୍ତି ବିଜେପି ନେତା । ପ୍ରଧାନମନ୍ତ୍ରୀ ବି ଏ ସଂପର୍କରେ ଚୁପ । ତେଣୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଇସ୍ତଫା ନଦେବା ପର୍ଯ୍ୟନ୍ତ କଂଗ୍ରେସ ପ୍ରତିବାଦ କରିବ । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛି କଂଗ୍ରେସ । ୨୪ ନଭେମ୍ବର ସମ୍ବିଧାନ ଦିବସ ପାଳନ ପରେ ଲୋକସଭା ଏବଂ ରାଜ୍ୟସଭାରେ ସମ୍ବିଧାନ ଉପରେ ଚର୍ଚ୍ଚା ପାଇଁ ଦାବି କରିଥିଲା କଂଗ୍ରେସ । ଚର୍ଚ୍ଚା ବେଳେ ପ୍ରିୟଙ୍କା ଗାନ୍ଧୀ ସମ୍ବିଧାନ ବାବଦରେ ଅନେକ କଥା ଉଲ୍ଲେଖ କରିଥିଲେ । କିନ୍ତୁ ବିଜେପି ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କୁ ଟାର୍ଗେଟ କଲା । ଯାହା କି ଦୁଃଖ ଦାୟକ ।

ସେହିପରି ଜାତି ଜନଗଣନା ପାଇଁ କଂଗ୍ରେସ ବାରମ୍ବାର ଦାବି କରି ଆସିଛି । କଂଗ୍ରେସ ସାଂସଦ ମାନଙ୍କୁ ବିଜେପି ସାଂସଦ ମାନେ ସଂସଦ ଭିତରକୁ ପ୍ରବେଶ କରିବାକୁ ଦେଲେ ନାହିଁ । ଏ ନେଇ ମକର ଦ୍ବାରରେ ଧସ୍ତାଧସ୍ତି କାଣ୍ଡ ଘଟିଗଲା । ରାହୁଲ ଗାନ୍ଧୀ କାହାକୁ ଧକ୍କା ମାରିନାହାନ୍ତି । ରାହୁଲଙ୍କ ବିରୋଧରେ ମାମଲା ହୋଇଛି । କିନ୍ତୁ ରାହୁଲ ଗାନ୍ଧୀ ମାମଲାକୁ ଭୟ କରନ୍ତି ନାହିଁ । ବିଜେପି ଦଳ ଦଳିତ, ଜନଜାତି, ପଛୁଆ ବର୍ଗ ବିରୋଧୀ ବୋଲି କହିଛି କଂଗ୍ରେସ ।

ନକଲି ଡାକ୍ତରର ଭୁଲ ଚିକିତ୍ସା ଯୋଗୁଁ ଚାଲିଗଲା ଜୀବନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଅଭାବନୀୟ ଘଟଣା । ନକଲି ଡାକ୍ତରର ଭୁଲ ଚିକିତ୍ସା ଯୋଗୁଁ ଜଣଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ଲାଠୋର ଥାନା ଅଞ୍ଚଳର ଶ୍ରୀମତ କଟା । ସମ୍ପୃକ୍ତ ନକଲି ଡାକ୍ତର ତୁରକେଲା ଥାନା ବଡଡ଼କଲା ଗାଁରେ ଅସ୍ଥାୟୀ କ୍ଲିନିକ କରି ରୋଗୀଙ୍କ ଚିକିତ୍ସା କରୁଥିଲେ । ତୁରେକେଲା ପୋଲିସ ସଂପୃକ୍ତ ନକଲି ଡାକ୍ତର ଟିଟୁ ବିଶ୍ୱାସକୁ ଗିରଫ କରି ଅଧିକ ତଦନ୍ତ କରୁଛି । କ୍ଲିନିକରୁ ବିଭିନ୍ନ ପ୍ରକାରର ଔଷଧ ଓ ସାଲାଇନ ଜବତ କରାଯାଇଛି ।

 

ସନି ଲିଓନିଙ୍କ ନାମରେ ମାସ ମାସ ଧରି ନେଉଥିଲେ ୧୦୦୦ ଟଙ୍କାର ଭତ୍ତା !

ରାୟପୁର: ଛତିଶଗଡ ସରକାରଙ୍କ ମହତାରି ବନ୍ଦନ ଯୋଜନାରେ ଭତ୍ତା ନେଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି । ପ୍ରତି ମାସ ଏକ ହଜାର ଲେଖାଏଁ ଭତ୍ତା ନିଅନ୍ତି ସନ୍ନି  । ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ସନ୍ନି କାହିଁକି ମାସକୁ ହଜାରେ ଟଙ୍କା ଭତ୍ତା ନେଉଛନ୍ତି ? ଏମିତି ଏକ ଘଟଣା ଛତିଶଗଡର ବସ୍ତରରୁ ଲୋକଲୋଚନକୁ ଆସିଛି  ।

ଏଭଳି ଅନିୟମିତତା ଘଟଣା ସାମନାକୁ ଆସିବା ପରେ ମହିଳା ଓ ଶିଶୁ ବିକାଶ ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଅଧିକାରୀ । ଏହା ସହ ବ୍ୟାଙ୍କ ଆକାଉଣ୍ଟ ସିଜ୍‌ କରି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  । ମହତାରୀ ବନ୍ଦନ ଯୋଜନାରେ ସନ୍ନି ଲିଓନିଙ୍କୁ ଏକ ହଜାର ଟଙ୍କା ଭତ୍ତା ମିଳିବା ନେଇ ପ୍ରଥମେ ଅଭିଯୋଗ ହୋଇଥିଲା  । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଥିଲା ଯେ ଏହି ଆବେଦନ ତାଲୁର ଗାଁର ଅଙ୍ଗନୱାଡି କର୍ମକର୍ତ୍ତା ବେଦମତି ଯୋଶୀଙ୍କ ଆଇଡିରୁ ରେଜିଷ୍ଟ୍ରର ହୋଇଥିଲା  । ତଦନ୍ତରୁ ଜଣାପଡିଥିଲା ଯେ ବୀରେନ୍ଦ୍ର ଯୋଶୀ ନାମକ ବ୍ୟକ୍ତି ଜାଲିଆତି କରି ମିଳୁଥିବା ଭତ୍ତା ଟଙ୍କାକୁ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ନେଉଥିଲେ  ।

ବୀରେନ୍ଦ୍ର ଯୋଶୀଙ୍କ ବିରୋଧରେ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି  । ମହତାରୀ ବନ୍ଦନ ଯୋଜନା ୨୦୨୪ରେ ଛତିଶଗଡ ସରକାର ଆରମ୍ଭ କରିଥିଲେ  । ଆର୍ଥିକ ରୂପେ ଦୁର୍ବଳ ବିବାହିତ ମହିଳାଙ୍କୁ ପ୍ରତି ମାସରେ ଏହି ଯୋଜନା ମୁତାବକ ଏକ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥାଏ । ଛତିଶଗଡ ନିବାସୀ ୨୧ ବର୍ଷରୁ ଅଧିକ ବୟସ୍କ ଗରିବ ସୀମା ରେଖା ତଳେ ଥିବା ମହିଳାଙ୍କୁ ଏହି ଭତ୍ତା ପ୍ରଦାନ କରାଯାଇଥାଏ  ।

ବଡ଼ଦିନ ଓ ନୂଆବର୍ଷକୁ ନେଇ ପୁରୀ ପୋଲିସର ପ୍ରସ୍ତୁତି

ପୁରୀ: ବଡ଼ଦିନ ଓ ନୂଆବର୍ଷକୁ ନେଇ ପୁରୀ ପୋଲିସର ପ୍ରସ୍ତୁତି। ପୁରୀରେ ନୂଆବର୍ଷରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମ ହେବାର ଆଶଙ୍କା ରହିଛି। ଭିଡକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଏସପି ବିନୀତ ଅଗ୍ରୱାଲ୍। ବିଶେଷକରି ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକ ମାନେ କିଭଳି ସୁରକ୍ଷିତ ସମୁଦ୍ର ସ୍ନାନ କରିବେ ସେନେଇ ପର୍ଯ୍ୟାପ୍ତ ପରିମାଣର ଲାଇଫଗାର୍ଡ ମୁତୟନ କରାଯିବ ବୋଲି ଏସପି କହିଛନ୍ତି।

ସେହିପରି ଆସନ୍ତା ୩୧ ତାରିଖରେ ଜିରୋ ନାଇଟ୍ ସେଲିବ୍ରେସନ ବେଳେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବା ସହ ହୋଟେଲ୍ ଆସୋସିଏସନ ସହ ଆଲୋଚନା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି।

ଅନ୍ୟପଟେ ନୂଆବର୍ଷରେ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବ ବୋଲି ଏସପି ଭିନୀତ ଅଗ୍ରୱାଲ କହିଛନ୍ତି।

ଟ୍ରମ୍ପ୍ ନା ମସ୍କ, ଆମେରିକାରେ ଅସଲ କ୍ଷମତା କାହା ହାତରେ ?

ନନ୍ଦିଘୋଷ ବ୍ୟୁରୋ: ଏବେ ସାରା ବିଶ୍ବରେ ଚହଳ ପକେଇଛି ଟ୍ରମ୍ପ ଏବଂ ମସ୍କଙ୍କ ଦୋସ୍ତି । ଯେଉଁଠି ଦେଖିବ ସେଇଠି ଟ୍ରମ୍ପ ଏବଂ ମସ୍କଙ୍କ ବନ୍ଧୁତାର ଚର୍ଚ୍ଚା । ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ଏବଂ ବିଶ୍ବର ନମ୍ବର ଓ୍ବାନ ଧନୀ ଏଲନ ମସ୍କ ଯଦି ଏକାଠି ହେବେ ତାହେଲେ ଚର୍ଚ୍ଚା ହେବାତ ସ୍ବାଭାବିକ କଥା । ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏଲନ ମସ୍କଙ୍କର ଉତ୍ତମ ସମ୍ପର୍କକୁ ନେଇ ନିରନ୍ତର ଆଲୋଚନା ଚାଲିଛି । ତେବେ ଏହାରି ଭିତରେ ଏକ ବଡ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ରାଷ୍ଟ୍ରର ଅସଲ କ୍ଷମତା କାହା ହାତରେ ରହିବ ? କିଏ ସମ୍ଭାଳିବ ଆମେରିକା ଶାସନର ଡୋରୀ ?

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏଲନ ମସ୍କଙ୍କର ଉତ୍ତମ ସମ୍ପର୍କକୁ ନେଇ ନିରନ୍ତର ଆଲୋଚନା ଚାଲିଥିବା ବେଳେ ନିକଟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଏମିତି ଏକ ପ୍ରଶ୍ନ ବିଷୟରେ ପଚରାଯାଇଥିଲା। ଏଲନ ମସ୍କ ରାଷ୍ଟ୍ରପତି ହେବା ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ସେ ଏହାର ଉତ୍ତର ନାଁ ରେ ଦେଇ ସ୍ପଷ୍ଟ କରିଛନ୍ତି ଯେ, ମସ୍କ କେବେ ହେଲେ ବି ଆମେିକାର ରାଷ୍ଟ୍ରପତି ହୋଇପାରିବେ ନାହିଁ । ଟ୍ରମ୍ପଙ୍କ ପ୍ରଶାସନରେ ଏଲୋନ ମସ୍କ ଭୁମିକା ପ୍ରମୁଖ ପ୍ରଭାବ ପକାଇଥାଏ । କିନ୍ତୁ ମସ୍କ ରାଷ୍ଟ୍ରପତି ହେଇପାରିବେ ନାହିଁ  ।

ଆରିଜୋନାର ଫିନିକ୍ସରେ ଏକ ରିପବ୍ଲିକାନ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ ମସ୍କ ରାଷ୍ଟ୍ରପତି ହେବେ ନାହିଁ, ଏହା ମୁଁ ଆପଣଙ୍କୁ ସ୍ପଷ୍ଟ କରୁଛି । ଟ୍ରମ୍ପ ତାଙ୍କ ଭାଷଣରେ କହିଛନ୍ତି ଯେ ଏଲୋନ ମସ୍କ ଏହି ଦେଶରେ ଜନ୍ମ ହୋଇନାହାଁନ୍ତି, ସେ ଦକ୍ଷିଣ ଆଫ୍ରିକାରେ ଜନ୍ମ ହୋଇଛନ୍ତି। ଆମେରିକାର ସମ୍ବିଧାନର ନିୟମ ଅନୁଯାୟୀ ରାଷ୍ଟ୍ରପତି ଜଣେ ଜନ୍ମିତ ଆମେରିକୀୟ ନାଗରିକ ହେବା ଆବଶ୍ୟକ। ସେଥିପାଇଁ ସେ କେବେ ହେଲେ ମଧ୍ୟ ଆମେରିକାର ରାଷ୍ଟ୍ରପତି ହେଇପାରିବେ ନାହିଁ ।

ଟ୍ରମ୍ପ ଏବଂ ମସ୍କଙ୍କ ବନ୍ଧୁତାକୁ ନେଇ ଡେମୋକ୍ରେଟିକ ପାର୍ଟି ସମାଲୋଚନା କରିଥିବା ବେଳେ, ସେ କହିଥିଲା ଯେ,  ଆମେରିକାର ଶାସନରେ ମସ୍କଙ୍କ ଭୂମିକା ଟ୍ରମ୍ପଙ୍କ ଠାରୁ ମଧ୍ୟ ଅଧିକ । ତେବେ ଏହାର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି ମୋତେ ସ୍ମାର୍ଟ ଲୋକ ପସନ୍ଦ । ମସ୍କ ବହୁତ ଭଲ କାମ କରିଛନ୍ତି । ତାଙ୍କ ଭଳି ଭରସାଯୋଗ୍ୟ ଏବଂ ସ୍ମାର୍ଟ ଲୋକ ଦରକାର । ଏବଂ ଲୋକଙ୍କୁ ଭ୍ରମିତ କରିବା ପାଇଁ ଡେମୋକ୍ରେଟିକ ପାର୍ଟିର ଏହା ଏକ ଯୋଜନା ଅଟେ । ପ୍ରକୃତରେ ସେ ଜନତାଙ୍କୁ ଉସକାଇବାକୁ ଚାହୁଁଥିଲେ କି ମସ୍କ ନୂଆ ସରକାରରେ ସର୍ବେସର୍ବା ହେବେ ବୋଲି ।

ମସ୍କଙ୍କୁ ନୂଆ ଦାୟିତ୍ବ

ସେପଟେ ମସ୍କ ସ୍ପଷ୍ଟ କରିଛନ୍ତି ଯେ, ପ୍ରଥମରୁ ହିଁ ତାଙ୍କ ସମର୍ଥନ ଟମ୍ପଙ୍କ ପ୍ରତି ଥିଲା । ଟ୍ରମ୍ପଙ୍କ କାର୍ଯ୍ୟାକାଳରେ ସେ ଆମେରିକାକୁ ପୁଣିଥରେ ବିକାଶର ପଥରେ ଅଗ୍ରସର କରେଇବେ । ଫୋର୍ବ୍ସ ମାଗାଜିନ ଅନୁଯାୟୀ ଏଲନ ମସ୍କ ଦକ୍ଷିଣ ଆଫ୍ରିକାରେ ଜନ୍ମ । ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି । ୨୦୨୪ରାଷ୍ଟ୍ରପତି ନିର୍ବାଚନରେ ସେ ଟ୍ରମ୍ପଙ୍କ ବଡ ସମର୍ଥକ ଥିଲେ । ସେ ସାର୍ବଜନୀନ ସ୍ତରରେ ଖୋଲାଖୋଲି ଭାବରେ ଟ୍ରମ୍ପଙ୍କ ପାଇଁ ପ୍ରଚାର କରିଥିଲେ । ମସ୍କଙ୍କ ପାଇଁ ନୂଆ ବିଭାଗ ସୃଷ୍ଟି କରିଛନ୍ତି ଟ୍ରମ୍ପ। ଏଲନ ମସ୍କ ହେବେ ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି-DOGEର ମୁଖ୍ୟ । ମାନେ ଆମେରିକାର କାର୍ଯ୍ୟଦକ୍ଷତା ବିକାଶ ବିଭାଗର ମୁଖ୍ୟ ହେବେ ମସ୍କ। ଏଲନ୍ ମସ୍କଙ୍କ ସହ ରିପବ୍ଲିକାନ୍ ସିନେଟର୍ ବିବେକ ରାମାସ୍ବାମୀ ମଧ୍ୟ ମିଳିତ ଭାବେ DOGE ପରିଚାଳନା କରିବେ। ଟ୍ରମ୍ପଙ୍କ କହିବା କଥା ଏହି ଦୁଇ ଆମେରିକୀୟ ହିଁ ବହୁ ଗୁରୁ ଦାୟିତ୍ବ ବହନ କରିବେ। ପ୍ରଶାସନରେ ସ୍ବଚ୍ଛତା, ଅତ୍ୟଧିକ ନିୟନ୍ତ୍ରଣ ହଟାଇବା, ଅଯଥା ଖର୍ଚ୍ଚ ରୋକିବା ଏବଂ ବିଭିନ୍ନ ସଂଘୀୟ ସଂସ୍ଥାର ପୁନର୍ଗଠନ କଥା ବୁଝିବେ ମସ୍କ ଏବଂ ବିବେକ ରାମାସ୍ବାମୀ ।

DOGE କଣ ?

ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ DOGE କଣ ? ଏବଂ ଟ୍ରମ୍ପଙ୍କ ସରକାରରେ ଏହି ନୂଆ ବିଭାଗଟି କେଉଁଠୁ ଆସିଲା ? ପ୍ରକୃତରେ ଡୋଜେକଏନ୍ ଏକ ପପୁଲାର କ୍ରିପ୍ଟୋକରେନ୍ସି ଅଟେ । ଏବଂ ଏହା  ୨୦୧୩ରେ ତିଆରି କରାଯାଇଥିଲା । Dogecoin କୁ Billy Markus ଏବଂ Jackson Palmer ୨୦୧୩ରେ ଲଞ୍ଚ କରିଥିଲେ । ଏଥିରେ SHIBA Inu dogର ଫଟୋ ଲାଗିଥିଲା । ଏହି Bitcoin ଅଲଗା କ୍ରିପ୍ଟୋକରେନ୍ସିର ମଜାକ ଉଡାଇବା ପାଇଁ Dogecoinକୁ ସୃଷ୍ଟି କରାଯାଇଥିଲା । କିନ୍ତୁ ୨୦୨୧ରେ କ୍ରିପ୍ଟୋକରେନ୍ସି ଚର୍ଚ୍ଚାରେ ଆସିଥିଲା । ଏହା ଚର୍ଚ୍ଚାକୁ ଆସିବାର କାରଣ ହିଁ ମସ୍କ ଥିଲେ । ମସ୍କ ଏହ କରେନ୍ସି ବାବଦରେ ଟ୍ବିଟ କରିବା ପରେ ଲୋକଲୋଚନକୁ ଆସିଥିଲା । ଡୋଜେକାଏନକୁ ଲୋକମାନେ Doge କହୁଥିଲେ ।

 

ରୁବେନଙ୍କୁ ବିଜେଡିର ଉତ୍ତର,‘ବିରୋଧିଙ୍କ ଗୁଲିଖଟିକୁ ନେଇ ଲେଖିଛନ୍ତି ଗପ’

ଭୁବନେଶ୍ୱର: ରୁବେନ ବାନାର୍ଜୀଙ୍କ ବହିକୁ ନେଇ ପ୍ରତିକ୍ରିୟା ରଖିଲା ବିଜେଡି । ୨୦୨୪ ନିର୍ବାଚନ କାଳରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ପାଇଁ ଉଦ୍ୟମ ହୋଇଥିଲା ବୋଲି ରୁବେନ ତାଙ୍କ ନୂଆ ବହି ‘Naveen Patnaik-The Authoritative’ରେ ଲେଖିଥିଲେ । ଏହାର ଉତ୍ତର ରଖିଛି ବିଜେଡି । ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ ରୁବେନଙ୍କ ବହି କେବଳ ତାଙ୍କ କଳ୍ପନା ଓ କଳ୍ପନାପ୍ରସୂତ ଉପନ୍ୟାସ ବୋଲି କହିଛନ୍ତି ।
ସୋମବାର ଦିନ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ଅରୁଣ ସାହୁ କହିଛନ୍ତି ଯେ, ରୁବେନ ଗତ ଅନେକ ବର୍ଷ ଧରି ନବୀନ ପଟ୍ଟନାୟକଙ୍କୁ ଭେଟି ନାହାନ୍ତି । କି କେବେ ନବୀନଙ୍କ ସହିତ କଥା ହୋଇ ନାହାନ୍ତି । କଥା ନହୋଇ, ନଭେଟି ରୁବେନ କେବଳ ନିଜ କଳ୍ପନା ଆଧାରରେ ଗୋଟିଏ ଉପନ୍ୟାସ ଲେଖିଛନ୍ତି । ନବୀନ ବିରୋଧୀଙ୍କ ଦ୍ୱାରା ସେ ପ୍ରଭାବିତ ହୋଇ ଏହି ପୁସ୍ତକ ଲେଖିଛନ୍ତି । ବିଜେଡି ରୁବେନଙ୍କ ବହିକୁ ପ୍ରତ୍ୟାଖାନ କରୁଛି । ଓଡ଼ିଶାର ଲୋକ ବି ଏହି ବହିକୁ ପ୍ରତ୍ୟାଖାନ କରିବେ ବୋଲି ସେ କହିଛନ୍ତି ।
ରୁବେନ ଏହି ବହି ଲେଖି କୌଣସି ପ୍ରଶଂସାମୁଳକ କାର୍ଯ୍ୟ କରିନାହାନ୍ତି । ବଂର ସେ ଏକ ନିନ୍ଦନୀୟ କାର୍ଯ୍ୟ କରିଛନ୍ତି । ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ ନକରି କିମ୍ବା କଥା ନହୋଇ ତାଙ୍କ ବିରୋଧୀଙ୍କ ମତକୁ ନେଇ ସେ କେବଳ ବହି ଲେଖିଛନ୍ତି । ନିର୍ବାଚନ ବେଳେ ମଧ୍ୟ ରୁବେନ ଜଣେ ସାମ୍ବାଦିକ ଭଳି ନୁହେଁ ବିରୋଧୀ ଦଳ ନେତାଙ୍କ ଭଳି ବ୍ୟବହାର କରୁଥିଲେ । ଜଣଙ୍କ ସମ୍ପର୍କରେ ଲେଖିବା ବେଳେ ସୌଜନ୍ୟମୁଳକ ଭାବେ ତାଙ୍କ ସାକ୍ଷାତ ନେବାର ଥିଲା । କିନ୍ତୁ ସେ ସେମିତି କିଛି ନକରି କେବଳ ନିଜ ମତାମତ ବହିରେ ରଖିଛନ୍ତି । ଚା’ଖଟି, ଗୁଲିଖଟି କଥାକୁ ନେଇ ବହି ଲେଖିଛନ୍ତି ବୋଲି ଅରୁଣ ସାହୁ କହିଛନ୍ତି । ଏହା ସହିତ ସେ ରୁବେନ ବାନାର୍ଜୀଙ୍କୁ ଓଡ଼ିଶାବାସୀଙ୍କୁ ଏହି ବହି ପାଇଁ କ୍ଷମା ମାଗିବା ପାଇଁ କହିଛନ୍ତି ।
ରୁବେନଙ୍କୁ ସମାଲୋଚନା କରିବାକୁ ଯାଇ ଅରୁଣ କହିଛନ୍ତି ଯେ, ରୁବେନଙ୍କର ସତସାହସ ଥିଲେ ସେ ବିଜେପିର ୪ଶହ ପାର୍ ସ୍ଲୋଗାନ ଉପରେ ବହି ଲେଖନ୍ତୁ । ରୁବେନ ବିଜେପି ବିରୋଧରେ ପଦଟିଏ ଲେଖି ପାରିବେନାହିଁ  । ତେଣୁ ତାଙ୍କ ବହିକୁ କେହି ଗ୍ରହଣ କରିବେନାହିଁ । ରୁବେନଙ୍କୁ ଅଣ୍ଡିରି ପୁଅ ଉଦ୍ଧବ ବୋଲି କହିଛନ୍ତି ଅରୁଣ ସାହୁ ।

ଟ୍ରମ୍ପଙ୍କ ଟିମରେ ଆଉ ଜଣେ ଭାରତୀୟ ବଂଶୋଭବ, AI ଦାୟିତ୍ଵ ଗ୍ରହଣ କରିବେ ଶ୍ରୀରାମ କୃଷ୍ଣନ

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟିମରେ ଆଉ ଜଣେ ଭାରତୀୟ ବଂଶୋଭବ। ହ୍ଵାଇଟ ହାଉସରେ ଏଆଇ ଦାୟିତ୍ଵ ଗ୍ରହଣ କରିବେ ଭାରତୀୟ ବଂଶୋଭବ ଶ୍ରୀରାମ କୃଷ୍ଣନ। ଏନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଘୋଷଣା କରିଛନ୍ତି। ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଉଦ୍ୟୋଗୀ ତଥା ଲେଖକ ଶ୍ରୀରାମ କୃଷ୍ଣଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ବନ୍ଧରେ ବଡ଼ ଦାୟିତ୍ଵ ଦିଆଯାଉଛି। ଏହା ବ୍ୟତୀତ ସେ ଆମେରିକାର ନେତୃତ୍ୱରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଶ୍ରୀରାମ କୃଷ୍ଣ ଏଆଇରେ ବରିଷ୍ଠ ହ୍ଵାଇଟ ହାଉସର ନୀତି ପରାମର୍ଶଦାତା ଭାବରେ କାର୍ଯ୍ୟ କରିବେ।

ୱିଣ୍ଡୋଜ୍ ଆଜୁରର ପ୍ରତିଷ୍ଠାତା ସଦସ୍ୟ ଭାବରେ ମାଇକ୍ରୋସଫ୍ଟରେ ଶ୍ରୀରାମ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଶ୍ରୀରାମ କୃଷ୍ଣନନ୍ ମାଇକ୍ରୋସଫ୍ଟ, ଟ୍ୱିଟର, ୟାହୁ, ଫେସବୁକ୍ ଏବଂ ସ୍ନାପ୍ ଭଳି ଅନେକ ବଡ଼ ବଡ଼ କମ୍ପାନୀରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିସାରିଛନ୍ତି । ନୀତି ଗଠନ ଏବଂ କାର୍ଯ୍ୟକାରୀ କରିବାରେ AI ମଧ୍ୟ ସାହାଯ୍ୟ କରିବ ।