spot_img
Home Blog Page 1301

ପଦାରେ ପଡ଼ିଲା ଡେରାବିଶ ଥାନା କର୍ମଚାରୀଙ୍କ ନିର୍ଯାତନା ଓ ପ୍ରମାଣ ନଷ୍ଟ ଉଦ୍ୟମ

କେନ୍ଦ୍ରାପଡ଼ା: ପଦାରେ ପଡ଼ିଲା ଦୁଷ୍କର୍ମ ପୀଡିତାଙ୍କୁ ଡେରାବିଶ ଥାନା କର୍ମଚାରୀଙ୍କ ନିର୍ଯାତନା ଓ ପ୍ରମାଣ ନଷ୍ଟ ଉଦ୍ୟମ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନାର ମହିଳା କନେଷ୍ଟବଳ ଶିଖା ପାତ୍ରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଦୁଇ ଦୁଷ୍କର୍ମ ପୀଡିତା । ଦୁଷ୍କର୍ମକାରୀଙ୍କୁ ସାହାଯ୍ୟ କରିବାକୁ ପୋଲିସ ନିଜେ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଡାକ୍ତରୀ ମାଇନା ଦିନ ଶିଖା ପାତ୍ର ପୀଡିତା ଦୁଇ ଜଣଙ୍କୁ ମେଡିକାଲ ଟେଷ୍ଟ ନକରିବାକୁ ବାଧ୍ୟ କରିବା ସହ ସାଧା କାଗଜରେ ଦସ୍ତଖତ ନେଇ ମିଛ ରିପୋର୍ଟ ତିଆରି କରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣା ପରେ ସେମାନଙ୍କୁ ଡେରାବିଶ ଥାନାକୁ ଫେରାଇ ଆଣିଥିଲେ । କିନ୍ତୁ ଥାନା ପରିସରରେ ପୀଡିତା କାକୁତି ମିନତୀ ହୋଇ ମେଡିକାଲ ଟେଷ୍ଟ କରାଇବାକୁ ପୋଲିସକୁ ନିବେଦନ କରିଥିଲେ । ଘଟଣା ସମୟର ଭିଡିଓ ଭାଇରଲ ହୋଇଥିଲା । ଘଟଣା ପ୍ରଘଟ ହୋଇଯିବା ଭୟରେ ବିଳମ୍ବରେ ଆଉ ଥରେ ପୀଡିତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଥିଲା । କିନ୍ତୁ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯିବା ବେଳେ ସେମାନଙ୍କର ମେଡିକାଲ ଟେଷ୍ଟ ହୋଇନଥିଲା । ଏନେଇ ପୀଡିତା ଜଣକ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ କେନ୍ଦ୍ରାପଡ଼ା ଏସଡିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହାର ତଦନ୍ତ କରାଯିବ ବୋଲି ଏସଡିପିଓ କହିଛନ୍ତି ।

କଇଁଛ ମାରି ମାଂସ ଖାଇବା ଭିଡିଓ ହେଉଛି ଭାଇରାଲ

ଭୁବନେଶ୍ବର: ଓଡ଼ିଆ ଯୁବକଙ୍କ କଇଁଛ ମାରି ଖାଇବା ଭିଡିଓ ହେଉଛି ଭାଇରାଲ । ତୁରନ୍ତ ଯୁବକଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଉଠିଲା ଦାବି । ଅଭିଯୁକ୍ତଙ୍କ ନାଁ ବିବେକ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ବିବେକ ତାଙ୍କ ସୋସିଆଲ ମିଡିଆ ସାଇଟ ୟୁଟ୍ୟୁବ ଓ ଇନଷ୍ଟାଗ୍ରାମରେ ଇଣ୍ଡିଆନ ଫ୍ଲାପ ସେଲ୍ ପ୍ରଜାତିର ଏକ କଇଁଛକୁ ମାରିବା ପରେ ରାନ୍ଧି ଖାଇବା ଭିଡିଓ ଅପଲୋଡ କରିଛନ୍ତି । ଗତ ଡିସେମ୍ବର ୨୭ ତାରିଖରେ ଏହି ଭିଡିଓ ଅପଲୋଡ ହୋଇଛି । ଏଥିରେ ସେ କଇଁଛଟିକୁ ଛୁରୀରେ କାଟି ରୋଷେଇ କରୁଛନ୍ତି । ଏହାପରେ ତାକୁ ଖାଇବା ସହ ଖୁସି ହେଉଥିବା ଦେଖିବାକୁ ମିଳିଛି ।

ଏମିତି ଭିଡିଓ ପରିବେଶବିତ ଓ ପ୍ରାଣୀ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି । ଯୁବକ ଜଣଙ୍କୁ ତୁରନ୍ତ ଗିରଫ କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଚିଠି ଲେଖିଛନ୍ତି ସ୍ନେକ୍ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।

ରାଜଧାନୀର ଶୀତୁଆ ସକାଳରେ ଜମିଲା ପଥୋତ୍ସବ

ଭୁବନେଶ୍ବର: ରାଜଧାନୀକୁ ପୁଣି ଫେରିଲା ପଥୋତ୍ସବ । ଶୀତୁଆ ସକାଳରେ ପଥୋତ୍ସବର ଭଜା ଉଠାଇଲେ ରାଜଧାନୀବାସୀ । ସକାଳୁ ସକାଳୁ ମାଷ୍ଟର କ୍ୟାଣ୍ଟିନ୍ ଛକଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ଦେଖିବାକୁ ମଳିଛି । ଓଡିଶାକୁ ଆସୁଥିବା ପ୍ରବାସୀ ଭାରତୀୟମାନେ ବି ଏଭଳି ପଥୋତ୍ସବର ମଜା ନେଇ ପାରିବେ ।

ମାଷ୍ଟରକ୍ୟାଣ୍ଟିନ୍ ପାଖରୁ ରାମମନ୍ଦିର ପର୍ଯ୍ୟନ୍ତ ରାଜରାସ୍ତାରେ ବିଏମସି ପକ୍ଷରୁ ୨୦ରୁ ଅଧିକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଗାମୀ ଦିନରେ ରାଜଧାନୀର ବିଭିନ୍ନ ପାର୍କରେ ଏଭଳି ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।

ପଥୋତ୍ସବ ଉଦଘାଟନୀ କାର୍ଯ୍ୟକ୍ରମରେ ବିଏମସି ମେୟର ସୁଲୋଚନା ଦାସଙ୍କ ସମେତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏବଂ କୃଷ୍ଣଚନ୍ଦ୍ର ମହାପାତ୍ର, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ, ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ସାମିଲ ହୋଇଥିଲେ ।

କଟକରେ ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ, କିଛି ଶ୍ରମିକ ଚାପି ହୋଇ ରହିଥିବା ସୂଚନା

କଟକ: କଟକରେ ବଡ଼ ଧରଣର ଦୁର୍ଘଟଣା । ଭୁଶୁଡିଲା ନିର୍ବାଣାଧୀନ ପୋଲ । ପୋଲର ଭଗ୍ନାବଶେଷ ତଳେ କିଛି ଶ୍ରମିକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ଅନୁସାରେ କଟକ ମାତୃଭବନ ନିକଟରେ ଏକ ପୋଲ କାମ ଚାଲିଛି । ଆଜି ସକାଳେ ପୋଲଟି ହଠାତ ଭୁଶୁଡ଼ି ପଡିଥିଲା । ଦୁର୍ଘଟଣା ସ୍ଥଳରେ କିଛି ଶ୍ରମିକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ୱାଟକୋ ଡ୍ରେନେଜ ଡିଭିଜନ ଅଧୀନରେ ଏହି ପୋଲ ନିର୍ମାଣ ଚାଲିଥିଲା । ଦୁର୍ଘଟଣାରେ ଦୁଇ ଜଣ କାର୍ଯ୍ୟରତ ଶ୍ରମିକ ସାମାନ୍ୟ ଆହତ ହୋଇଛନ୍ତି । ଠିକା ସଂସ୍ଥା ନାଳନ୍ଦା ଅଧୀନରେ କାର୍ଯ୍ୟ କରୁଥିବା ବିଶ୍ୱାନ ଦୟାଲ କମ୍ପାନୀ କର୍ମଚାରୀଙ୍କ କହିବା ମୁତାବକ ପୋଲ ପାଇଁ ଆବଶ୍ୟକ ଲୁହା ସେଣ୍ଟ୍ରିଂ କରାଯାଇ ଆଜି ପୋଲ ଛାତ ପଡିଥିଲା । ଏଥିପାଇଁ ଡ୍ରେନ ପାଣିକୁ ମାଟି ବନ୍ଧ ଦେଇ ବନ୍ଦ କରାଯାଇଥିଲା । ମାଟି ବନ୍ଧ ଲିକ ହୋଇ ପାଣି ସେଣ୍ଟ୍ରିଂ ତଳକୁ ଆସିଯିବାରୁ ଏହି ଦୁର୍ଘଟଣା ଘଟିଥିଲା । ପୋଲ ଭୁଶୁଡିବା ନେଇ ଇଞ୍ଜିନିୟର ଓ ଶ୍ରମିକ ଜାଣିବା ପରେ ତୁରନ୍ତ ସାଇଡ ଖାଲି କରିଦେଇଥଲେ । ଡ୍ରେନରେ ପଡ଼ିଥିବା ଲୁହା ରଡ କାଟି ବାହାର କରାଯିବା ସହ ଭିତରେ ସଫା କରାଯାଉଛି । ଶୀଘ୍ର ପୋଲ ତିଆରି ପ୍ରକ୍ରିୟା ଆରମ୍ଭ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୮ ତାରିଖରେ କଟକ ବିଡ଼ାନାସୀରେ ସିଏମସି ପକ୍ଷରୁ ଡ୍ରେନ କାମ ଚାଲିଥିବା ବେଳେ କାନ୍ଥ ଭୁଶୁଡ଼ି ଥିଲା । ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆଡତ ହୋଇଥିଲେ ।

କାରକୁ ଧକ୍କା ଦେଲା ହାଇଓ୍ବା, ଦୁଇ ବିଜେପି କର୍ମୀ ମୃତ

ସମ୍ବଲପୁର: ସମ୍ବଲପୁର କଟାପାଲିରେ ମର୍ମନ୍ତୁଦ ଦୁର୍ଘଟଣା । କାରକୁ ଏକ ହାଇଓ୍ବା ଧକ୍କା ଦେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ବୟ ବିଜେପି କର୍ମୀ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ଏକ କାରରେ ବିଜେପି କର୍ମୀ ଆସୁଥିବା ବେଳେ କଟାପାଲିରେ ଦୁର୍ଘଟଣା ଘଟିଛି । କାରକୁ ଏକ ହାଇଓ୍ବା ପିଟିଥିଲା । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ, ସୁରକ୍ଷାକୁ ନେଉ ଉଠିଲା ପ୍ରଶ୍ନ

ପୁରୀ: ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ । ନିଷିଦ୍ଧାଞ୍ଚଳ ହୋଇଥିଲେ ବି ଉଡ଼ିଛି ଡ୍ରୋନ । ଆଜି ଭୋରୁ ମନ୍ଦିର ଉପରେ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଓ ଏହାର ଆଖପାଖ ଅଞ୍ଚଳ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ଥିବା ବେଳେ ଡ୍ରୋନ ଉଡ଼ିବାକୁ ନେଇ ଉଠିଛି ପ୍ରଶ୍ନ । ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଓ ଏହାର ଆଖପାଖ ଶହେ ମିଟର ହେଉଛି ନୋ ଫ୍ଲାଇଂ ଜୋନ । ଏମିତି ସ୍ଥିତିରେ ଡ୍ରୋନ ଉଡ଼ିବା ଓ ସୁରକ୍ଷାକର୍ମୀ ଏବଂ ପୋଲିସ ଏହାର କୌଣସି ସୂଚନା ନପାଇବାକୁ ନେଇ ମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପୂର୍ବରୁ ଏକାଧିକ ଥର ଏଭଳି ଘଟଣା ଯୋଗୁଁ ଡ୍ରୋନ ଉଡାଇଥିବା ବ୍ୟକ୍ତି ବା ସଂସ୍ଥା ଅଡୁଆରେ ପଡିଥିଲେ । ଗତବର୍ଷ ଜଣେ ୟୁଟ୍ୟୁବର ଡ୍ରୋନ୍ ଉଡ଼ାଇ ଭିଡିଓ ଉତ୍ତୋଳନ କରିବାକୁ ନେଇ ହୋଇଥିଲା ତୁମ୍ବି ତୋଫାନ । ୟୁଟ୍ୟୁବରଙ୍କ ବିରୋଧରେ ମାମଲା ହୋଇଥିବା ବେଳେ ଶ୍ରୀମନ୍ଦିର ଓ ଏହାର ୧୦୦ ମିଟର ପରିଧିରେ ନୋ ଫ୍ଲାଇଂ ଜୋନ ବୋଲି ସ୍ପଷ୍ଟ କରାଯାଇଥିଲା । ଏନେଇ ଲୋକଙ୍କୁ ସଚେତନ ମଧ୍ୟ କରାଯାଇଥିଲା । ଖାଲି ଏତିକି ନୁହେଁ, ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗୁଇନ୍ଦା ବିଭାଗ ପକ୍ଷରୁ ଏହି ଅଞ୍ଚଳରେ କୌଣସି ଉଡାଣ ପାଇଁ ମନା କରାଯାଇଥିଲା । ଏବେ ପୁଣି ତ୍ରିସ୍ତରୀୟ ସୁରକ୍ଷାର ନାକ ତଳେ ଘଟିଛି ଏଭଳି ଏକ ଅଘଟଣ । ପୋଲିସର ଢିଲା ପଣିଆ ଓ ଖାମଖିଆଲ ମନୋଭାବ ଯୋଗୁଁ ଏପରି ଘଟିଥିବା ଚର୍ଚ୍ଚା ହେଉଛି ।

ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଆଦିବାସୀ ମେଳା

ଭୁବନେଶ୍ବର: ରାମ ମନ୍ଦିର ପଛ ପ୍ରଦର୍ଶନୀ ପଡ଼ିଆରେ ଆଜି ଠାରୁ ଆରମ୍ଭ ହେବ ଆଦିବାସୀ ମେଳା । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ମେଳା ।  ଆଦିବାସୀ ମେଳାର ବିଶେଷ ଆକର୍ଷଣ ରହିବ ଆଦିବାସୀଙ୍କ ଗାଁ, ହାଟ, କଳା ଓ ସଂସ୍କୃତିର ଷ୍ଟଲ, ଖାଦ୍ୟ କୋର୍ଟ । ଏହାସହ ଲାଇଭ ଡେମୋନଷ୍ଟ୍ରେସନ ଦେଖିବାକୁ ମିଳିବ । ଚଳିତବର୍ଷ ଆଦିବାସୀ ମେଳାରେ ୨୦ଟି ଆଦିବାସୀ କୁଡ଼ିଆ, ଆଦିବାସୀ ସାମଗ୍ରୀ ବିକ୍ରୟ ପାଇଁ ୧୪୭ଟି ଷ୍ଟଲ ରହିବ । ଏଥିସହିତ ଆଦିବାସୀ କଳା ସଂସ୍କୃତିର ଝଲକ ପାଇଁ ୪୦ଟି ଷ୍ଟଲ ରହିବ । ୧୫ ଟି ଷ୍ଟଲରେ ଲାଇଭ ଡେମୋନଷ୍ଟ୍ରେସନ କରାଯିବ ।

ବିର୍ସା ମୁଣ୍ଡାଙକ ଜୀବନୀକୁ ନେଇ ଏକ ସ୍ୱତନ୍ତ୍ର ପାଭିଲିୟନ କରାଯିବା ସହ ସ୍ଵାଧୀନତା ସଂଗ୍ରାମୀ ଗ୍ୟାଲେରୀ ଆଦି କରାଯାଇଛି । ପ୍ରତ୍ୟେକ ସଂଧ୍ୟାରେ ଆଦିବାସୀ ନୃତ୍ୟ ସଙ୍ଗୀତ ପ୍ରଦର୍ଶିତ ହେବ । ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ଆଦିବାସୀ ମେଳାକୁ ଆଗୁଆ କରାଯାଇଛି ।

ଆଶା, ଆଶଙ୍କାରେ ପ୍ରିୟାଙ୍କ ଭାଗ୍ୟ: ୟେମେନରେ ମୃତ୍ୟୁଦଣ୍ଡ ନେଇ ବଢୁଛି ଆଶଙ୍କା

ନୂଆଦିଲ୍ଲୀ: କ’ଣ ହେବ ୟେମେନରେ ମୃତ୍ଯୁଦଣ୍ଡାଦେଶ ପାଇଥିବା କେରଳ ନର୍ସ ନିମିଷା ପ୍ରିୟାଙ୍କ ଭାଗ୍ୟ । ତଲାଲ ଆବଦୋ ମାହଦି ନାମକ ଜଣେ ୟେମେନ ନାଗରିକଙ୍କୁ ହତ୍ଯା ଅଭିଯୋଗରେ ଗିରଫ ହେବା ସହ ତାଙ୍କ ମୃତ୍ଯୁଦଣ୍ଡାଦେଶକୁ ୟେମେନ ରାଷ୍ଟ୍ରପତି ରାସଦ ଆଲିମି ମଞ୍ଜୁର କରିବା ପରେ ଏହାକୁ ନେଇ ବଢିଛି ଆଶଙ୍କା ।

ପ୍ରିୟାଙ୍କ ମୁକ୍ତି ଲାଗି କେବଳ ଭାରତ ନୁହେଁ, ଅନ୍ୟ ଦେଶ ବି ୟେମେନ ନିକଟରେ ଦାବି କରିଛନ୍ତି । ରାଷ୍ଟ୍ରପତିଙ୍କ ମଞ୍ଜୁର ପରେ ଏକ ମାସ ମଧ୍ଯରେ ମୃତ୍ଯୁଦଣ୍ଡ କାର୍ଯ୍ୟକାରୀ ହେବାକୁ ଯାଉଛି । ତଲାଲଙ୍କୁ ହତ୍ଯା କରିଥିବା ଅଭିଯୋଗରେ ୨୦୧୭ରୁ ଜେଲରେ ଅଛନ୍ତି ପ୍ରିୟା । ତାଙ୍କୁ ବଞ୍ଚାଇବା ଲାଗି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜୋରଦାର ଉଦ୍ଯମ ଚାଲିଛି । ପ୍ରିୟାଙ୍କ ମୁକ୍ତି ଲାଗି ୟେମେନ ରାଜଧାନୀ ସାନାକୁ ଯାଇଛନ୍ତି ତାଙ୍କ ମାଆ ୫୭ ବର୍ଷ ବୟସ୍କା ପ୍ରେମ କୁମାରୀ ।

ଗତ ୨୦୧୭ରେ ଏହି ହତ୍ଯା ଅଭିଯୋଗ ଆସିଥିବାବେଳେ ଏକ ନିମ୍ନକୋର୍ଟ ୨୦୨୦ ତାଙ୍କୁ ମୃତ୍ଯୁ ଦଣ୍ଡାଦେଶ ଦେଇଥିଲେ । ଏହା ବିରୋଧରେ ୟେମେନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପରିବାର । ୨୦୨୩ରେ ମୃତ୍ଯୁ ଦଣ୍ଡାଦେଶକୁ କାଏମ ରଖିଥିଲେ ସୁପ୍ରିମକୋର୍ଟ । ଗତ ଡିସେମ୍ବର ୨୦୨୪ରେ ମୃତ୍ୟୁ ଦଣ୍ଡାଦେଶକୁ ମଞ୍ଜୁର କରିଥିଲେ ରାଷ୍ଟ୍ରପତି ।

ୟେମେନର ନିୟମ ଅନୁସାରେ ଯଦି ମୃତ ବ୍ଯକ୍ତିଙ୍କ ପରିବାର ଦୋଷୀଙ୍କୁ କ୍ଷମା ଦିଅନ୍ତି କିମ୍ବା ସେମାନେ ଦାବି କରିଥିବା ଅର୍ଥ କ୍ଷତିପୂରଣ ଆକାରରେ ମିଳେ ତେବେ ଦୋଷୀଙ୍କୁ ମୁକ୍ତ କରାଯାଇପାରେ । ଏହାସହ ଏହି ପ୍ରକ୍ରିୟାକୁ ସେମାନଙ୍କ ଆଦିବାସୀ ନେତା ବି ମଞ୍ଜୁରୀ ଦେବାର ଆବଶ୍ଯକତା ରହିଛି । ଏହି କ୍ଷତିପୂରଣ ଅର୍ଥକୁ କୁହାଯାଇଥାଏ ବ୍ଲଡ ମନି । ପ୍ରିୟାଙ୍କୁ ମୁକ୍ତ କରିବା ଲାଗ ଭାରତୀୟ ଦୂତାବାସ ପକ୍ଷରୁ ଅବଦୁଲ୍ଲା ଅମିର ନାମକ ଜଣେ ଓକିଲଙ୍କୁ ନିଯୁକ୍ତ କରାଯାଇଛି ।

ମୁକ୍ତି ବାବଦରେ ଭାରତ ସରକାର ୪୦ ହଜାର ଡଲାରର ବ୍ଯବସ୍ଥା କରିଛନ୍ତି । ହେଲେ ମାହିଦଙ୍କ ପରିବାର ପ୍ରାୟ ୪ ଲକ୍ଷ ଡଲାର ଦାବି କରୁଥିବା ସୂଚନା ମିଳିଛି । ଏହି ପରିମାଣ ଭାରତୀୟ ମୁଦ୍ରାରେ ହେବ ପ୍ରାୟ ୩ କୋଟି ୩୪ ଲକ୍ଷ ଟଙ୍କା । ସେପଟେ ସେଭ୍ ନିମିସା ପ୍ରିୟା ଇଣ୍ଟରନ୍ଯାସନାଲ ଆକ୍ସନ କାଉନସିଲ ପକ୍ଷରୁ ମଧ୍ଯ ପ୍ରିୟାଙ୍କ ମୁକ୍ତି ଲାଗି ଅଭିଯାନ ଜାରି ରହିଛି । ତେଣେ ପ୍ରିୟାଙ୍କ ମୁକ୍ତି ଲାଗି ଆଗେଇ ଆସିଛି ଇରାନ । ୟେମେନ ରାଜଧାନୀ ସାନା ସମେତ ଅନ୍ଯାନ୍ୟ ଅଞ୍ଚଳକୁ କାବୁ କରି ରଖିଛନ୍ତି ହୌଥି ବିଦ୍ରୋହୀ । ଭାରତ ସହ ସମ୍ପର୍କ ବୃଦ୍ଧି ଲକ୍ଷ୍ଯ ରଖି ପ୍ରିୟାଙ୍କ ମୁକ୍ତି ଲାଗି ଆଗଭର ହୋଇଛି ଇରାନ ।

ଭାରତ-ବାଂଲାଦେଶ ମଧ୍ୟରେ ୧୮୫ ମତ୍ସ୍ୟଜୀବୀ ଅଦଳବଦଳ

ନୂଆଦିଲ୍ଲୀ: ବାଂଲାଦେଶ ହିଂସା ଓ ସେଠାରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନେଇ ଭାରତ ସହ ସମ୍ପର୍କ ବିଗିଡିଛି । ଏହାରି ଭିତିରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ଘଟିଛି । ଆଜି ଦୁଇ ଦେଶ ମଧ୍ଯରେ ୧୮୫ ଜଣ ମତ୍ସ୍ୟଜୀବୀଙ୍କୁ ଅଦଳବଦଳ କରାଯିବ । ଏନେଇ ସୂଚନା ଦେଇଛି ବୈଦେଶିକ ମନ୍ତ୍ରାଳୟ ।

ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ଅତିକ୍ରମ କରିଥିବାରୁ କେତେକ ଭାରତୀୟ ନାଗରିକଙ୍କୁ ବାଂଲାଦେଶ କର୍ତ୍ତୃପକ୍ଷ ଗିରଫ କରିଥିଲେ । ସେହିପରି କେତେକ ବାଂଲାଦେଶୀ ଧୀବରଙ୍କୁ ଭାରତ ଗିରଫ କରିଛି । ଦୁଇ ଦେଶ ମଧ୍ଯରେ ହୋଇଥିବା ବୁଝାମଣା ଅନୁସାରେ ୯୫ ଜଣ ଭାରତୀୟଙ୍କୁ ତଟରକ୍ଷୀ ବାହିନୀ ହାତରେ ଅର୍ପଣ କରିବେ ବାଂଲାଦେଶ କର୍ତ୍ତୃପକ୍ଷ । ସେହିପରି ୯୦ ଜଣ ବାଂଲାଦେଶୀ ଧୀବରଙ୍କୁ ମୁକ୍ତ କରିବ ଭାରତ । ଦୁଇ ଦେଶର ତଟରକ୍ଷୀ ବାହିନୀ ଜରିଆରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

ଏହି ଅଦଳବଦଳ ପ୍ରକ୍ରିୟା ସୁରୁଖୁରୁରେ ହେବ ବୋଲି କହିଥିଲେ ବାଂଲାଦେଶର ଅନ୍ତରୀଣ ସରକାରର ବୈଦେଶିକ ବ୍ୟାପାର ବିଭାଗ ପରାମର୍ଶଦାତା ମହମ୍ମଦ ତୋହିଦ ହୁସେନ । ଗତ ଡିସେମ୍ବରରେ ବାଂଲାଦେଶକୁ ଭାରତର ବୈଦେଶିକ ସଚିବ ବିକ୍ରମ ମିଶରିଙ୍କ ଗସ୍ତ ପରେ ଏହା ହେଉଛି ଦୁଇ ଦେଶ ମଧ୍ଯରେ ଏକ ଉଲ୍ଲେଖନୀୟ ସମ୍ପର୍କର ନିଦର୍ଶନ । ବିଭିନ୍ନ ସମୟରେ ବାଂଲାଦେଶର ୯୦ ଜଣ ନାଗରିକଙ୍କୁ ଗିରଫ କରିଛି ଭାରତ । ସେମାନେ ବର୍ତ୍ତମାନ ବିଭିନ୍ନ ଜେଲରେ ଅଛନ୍ତି ।

ମହନ୍ତଙ୍କ ପାଖକୁ ଫେରିବ ମଠ ପରିଚାଳନା କ୍ଷମତା

ଭୁବନେଶ୍ବର: ମଠ ମହନ୍ତଙ୍କ ପାଖକୁ ଫେରିବ ମଠ ପରିଚାଳନା କ୍ଷମତା । ବିଭିନ୍ନ ମଠ ମହନ୍ତଙ୍କ ସହ ଆଲୋଚନା ପରେ ସରକାର ନିଷ୍ପତ୍ତି ନେବାକୁ ଯାଉଥିବା କହିଛନ୍ତି ଆଇନ ମନ୍ତ୍ରୀ ।

ମଠ ସଂସ୍କୃତି ବଞ୍ଚାଇ ରଖିବା ଓ ସମ୍ମାନ ଦେବା ଓଡ଼ିଆ ଜାତିର ପରମ୍ପରା । ମଠର ଅଧିକାର ଏବଂ ନୀତି ନିୟମ ଯେମିତି ଥିଲା ସେମିତି ରହିବ । ବୈଠକରେ ଏଣ୍ଡାମେଣ୍ଟ କମିଶନ, ଆଇନ ସଚିବ ଉପସ୍ଥିତ ଥିଲେ । ୩୦ ବର୍ଷ ହେବ ମଠ ବିଜେସ୍ଥଳୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନାଁରେ ହୋଇଯାଇଛି । କିନ୍ତୁ ମଠ ପାଇଁ ଏଣ୍ଡାମେଣ୍ଟ ଆକ୍ଟ ଏବଂ ମନ୍ଦିର ପାଇଁ ଅଲଗା ଆକ୍ଟ ଅଛି । ତେଣୁ ଶୀଘ୍ର ମଠ ପରିଚାଳନା ମଠକୁ ଫେରାଇବାକୁ ମହନ୍ତମାନେ ଦାବି କରିଛନ୍ତି ।

ସେପଟେ ଏହାର କଡ଼ା ଜବାବ ରଖିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର । ୭ ମାସ ପରେ ବି ରାଜ୍ଯ ସରକାର ପୁରୁଣା ସରକାରଙ୍କୁ ଦୋଷ ଦେଉଛି । ତେଣୁ ଦୋଷଦର୍ଶୀ ବଦଳରେ ଦୂରଦର୍ଶୀ ହେବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ମଠ ପାଇଁ କ’ଣ ଆଇନ ଆଣୁଛନ୍ତି ଆଗ ଆଣନ୍ତୁ । ମଠ ମନ୍ଦିର ବିକାଶ ସହ ସଂସ୍କୃତି ରକ୍ଷା କରିବାକୁ ବିଜେଡି ସରକାରରେ ବହୁ ପ୍ରୟାସ କରାଯାଇଛି । ୨୪ ବର୍ଷ ଶାସନରେ ସେମାନେ ଆମ ସହ ୯ ବର୍ଷ ଥିଲେ ବୋଲି କଟାକ୍ଷ କରିଛନ୍ତି ଦେବୀ ।