spot_img
Home Blog Page 1294

ସଂସ୍କୃତି ଓ ପରମ୍ପରା ଆଗରେ ହାରିଲା ପ୍ରଶାସନିକ ସଚେତନତା, ରକ୍ତରେ ଭିଜିଲା ଶୁଲିଆ ପୀଠ

ବଲାଙ୍ଗୀର: ଆଦିବାସୀ ସଂସ୍କୃତି ଓ ପରମ୍ପରା ଆଗରେ ପୁଣି ହାର୍ ମାନିଲା ପ୍ରଶାସନର ସଚେତନତା । ପଶୁପକ୍ଷୀଙ୍କ ରକ୍ତରେ ଭିଜିଲା ଶୁଲିଆ ପୀଠ । ମାନସିକ ପୂରଣ ପାଇଁ ପଡିଲା ହଜାର ହଜାର ସଂଖ୍ୟାରେ ବଳି । ବିଧି ରକ୍ଷା କଲେ ଶ୍ରଦ୍ଧାଳୁ, ଦର୍ଶକ ସାଜି ଛିଡା ହୋଇ ରହିଲା ପୋଲିସ ପ୍ରଶାସନ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କୁଲତାପଡା ପଞ୍ଚାୟତର ଖଇରଗୁରା ଓ କୁମରିଆ ଶୁଳିଆ ପୀଠରେ ପାଳିତ ହୋଇଛି ପ୍ରସିଦ୍ଧ ଶୁଲିଆ ଯାତ୍ରା ।

ଶୁଲିଆ ପୀଠରେ ମାନସିକ ପୂରଣ ପାଇଁ ପଡ଼ିଲା ହଜାର ହଜାର ସଂଖ୍ଯାରେ ପଶୁ ପକ୍ଷୀଙ୍କ ବଳି । କନ୍ଧ ଆଦିବାସୀ ସମ୍ପ୍ରଦାୟର ଇଷ୍ଟ ଦେବତା ଶୁଲିଆ । ଆଦିବାସୀଙ୍କ ଅଗାଢ ବିଶ୍ବାସ ରହିଛି ଶୁଲିଆ ବୁଢା ନିକଟରେ ମୁଣ୍ଡିଆ ମାରି ଯାହା ମାନସିକ କଲେ ପୂର୍ଣ୍ଣ ହୋଇଥାଏ । ତେଣୁ ମାନସିକ ପୂରଣ ପରେ ଭୋଗ ଭାବରେ ଶୁଲିଆ ପୀଠରେ ବଳି ଚଢାଯାଇଥାଏ । ବିଶ୍ବାସ ଓ ଭକ୍ତି ନେଇ ଖାଲି ବଲାଙ୍ଗୀର ଜିଲ୍ଲା ନୁହେଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏଠାକୁ ଧାଇଁ ଆସିଥାନ୍ତି ଆଦିବାସୀ ସମ୍ପ୍ରସାଦାୟର ହଜାର ହଜାର ଲୋକ  ।କିଏ ପୋଢ ତ କିଏ ମେଣ୍ଡା, ବୋଦା, କୁକୁଡା, ପାରା ବଳି ଚଢାଇଥାନ୍ତି ।

ପ୍ରତିବର୍ଷ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ଶୁଲିଆ ଯାତ୍ରା ପାଳନ ହୋଇଥାଏ । ଏଥିପାଇଁ ଶୁଲିଆ ପୀଠର ବଡଖଳା ଓ ସାନଖଳାଠାରେ ସକାଳୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ସକାଳୁ ପାରମ୍ପରିକ ଭାବେ ପୂଜକ ଓ ବରୁଆ ଶୋଭାଯାତ୍ରାରେ ବାହାରି ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ପ୍ରଥମେ ଧଳା କୁକୁଡା ବଳି ଦେବା ପରେ ପାଟ ବୋଦା ବଳି ପଡିଥିଲା । ପରେ ମାନସିକଧାରୀମାନେ ଆଣିଥିବା ପଶୁ ପକ୍ଷୀ ବଳି ପଡିଥିଲା । ସୁରକ୍ଷା ଦୃଷ୍ଟିରୁ ଦୁଇଜଣ ମାଜିଷ୍ଟ୍ରେଟ, ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା ।

ଋଣ କିସ୍ତି ମାଗିବାରୁ ଫାଇନାନ୍ସ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା

କେନ୍ଦୁଝର: ଋଣ କିସ୍ତି ଆଦାୟ କରିବାକୁ ଯାଇଥିବା ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଗାଡି ଚଢ଼ାଇ ହତ୍ୟା । ଏମିତି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ବଂଶପାଳରୁ । ବାଇକ୍ ଋଣ ଆଦାୟ କରିବାକୁ ଯାଇଥିବା ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ବୋଲେରୋ ଚଢ଼ାଇ କରାଯାଇଛି ହତ୍ୟା । ବଂଶପାଳ ବ୍ଲକ ନୟାକୋଟ ଥାନା ଲୁହାକଳା ରଙ୍ଗମାଟିଆ ସାହିର ରାମସିଂ ମୁଣ୍ଡା ଏହି ଜଘନ୍ୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ସଦର ଥାନା ବନେଇକଳାର ବାସିନ୍ଦା ବୁବୁ ମହାନ୍ତ ।

ଅଭିଯୋଗ ଅନୁସାରେ, ରାମସିଂ ଫାଇନାନ୍ସରେ ବାଇକ୍ କିଣିଥିଲେ । ଏହା ବାବଦକୁ  ୪ଟି ଋଣ କିସ୍ତି ଖିଲାପ ଥିଲା । ଗତକାଲି ଫାଇନାନ୍ସର କମ୍ପାନୀ କର୍ମଚାରୀ ବୁବୁ ମହାନ୍ତ ଏବଂ ମନୋଜ କୁମାର ମହାନ୍ତ ଟଙ୍କା ଆଦାୟ କରିବା ପାଇଁ ରାମସିଂ ମୁଣ୍ଡାଙ୍କ ଘରକୁ ଯାଇଥିଲେ । ଟଙ୍କା ଆଦାୟକୁ ନେଇ ସେଠାରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପାଖରେ ଟଙ୍କା ନାହିଁ, ବାଟରେ ଟଙ୍କା ଉଠାଇ ଦେବେ ବୋଲି ରାମସିଂ କହିଥିଲେ ।

ଏହାପରେ ଫାଇନାନ୍ସ କମ୍ପାନୀର ଦୁଇ କର୍ମଚାରୀ ବାଇକ୍ ଧରି ଆଗେ ଆଗେ ଆସୁଥିବା ବେଳେ ରାମସିଂ ବୋଲେରୋରେ ପଛରେ ଆଓୁଥିଲେ । ଗାଁଠାରୁ କିଛି ଦୂର ଯିବା ପରେ ଜଙ୍ଗଲିଆ ରାସ୍ତାରେ ରାମସିଂ ତାଙ୍କ ବୋଲେରୋକୁ ବାଇକ ସହ ଧକ୍କା ଦେଇଥିଲେ । ଫଳରେ ବୁବୁ ମହାନ୍ତ ବାଇକରୁ ଛିଟିକି ପଡ଼ି ଯାଇଥିଲେ । ଏହା ପରେ ରାମସିଂ, ବୁବୁଙ୍କ ଉପରେ ବୋଲେରୋ ଚଢ଼ାଇ ତାଙ୍କୁ ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ଫେବୃଆରୀ ୫ରେ ମତଦାନ

ନନ୍ଦିଘୋଷ ବ୍ୟୁରୋ: ବାଜିଲା ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ । ମଙ୍ଗଳବାର ନିର୍ବାଚନ କମିଶନ ପ୍ରେସମିଟ କରିଥିବାବେଳେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି କହିଛନ୍ତି ନିର୍ବାଚନ କମିଶନ ।

ଜାନୁଆରୀ ୧୦ରେ ପ୍ରକାଶ ପାଇବ ବିଜ୍ଞପ୍ତି

ଜାନୁଆରୀ ୧୭ରେ ନାମାଙ୍କନର ଶେଷ ତାରିଖ

ଜାନୁଆରୀ ୧୮ରେ ନାମାଙ୍କନପତ୍ର ଯାଞ୍ଚ

ଜାନୁଆରୀ ୨୦ରେ ନାମାଙ୍କନପତ୍ର ପ୍ରତ୍ୟାହାର

ଫେବୃଆରୀ ୫ରେ ମତଦାନ

ଫେବୃଆରୀ ୮ରେ ଗଣତି

ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ ବାଛିବା ଚୟନକର୍ତ୍ତାଙ୍କ ପାଇଁ ହୋଇପାରେ ମୁଣ୍ଡବିନ୍ଧା!

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଫେବୃଆରୀ ୧୯ରୁ ଖେଳାଯିବ ଆଇସିସି ଚାମ୍ପିୟନ୍ସ ଟ୍ରଫି । ହାଇବ୍ରିଡ୍ ମଡେଲରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ବାଛିବା ଚୟନକର୍ତ୍ତାଙ୍କ ମୁଣ୍ଡବିନ୍ଧାର କାରଣ ହୋଇପାରେ । ଏବେ ଦଳର ସିନିୟର ଖେଳାଳିଙ୍କ ପ୍ରଦର୍ଶନ ରହିଛି ଦଳ କିଭଳି ବଛାଯିବ ତାହା ଚିନ୍ତାର ବିଷୟ । ଏମିତି ଏକ ସମୟରେ ସିନିୟରଙ୍କୁ ବାଦ ଦିଆଯିବ ନାଁ ଦଳରେ ସ୍ଥାନ ମିଳିବ ତାହା ଚର୍ଚ୍ଚାର ବିଷୟ । କୁହାଯାଉଛି କି, ବିରାଟ ଏବଂ ରୋହିତଙ୍କ ସ୍ଥାନ ଦଳରେ ପକ୍କା ।

ରୋହିତଙ୍କ ସହ ଗିଲ ଓପନିଂ କରିବେ ଏବଂ ବିରାଟ ଫାଷ୍ଟ ଡାଉନରେ ଖେଳିବେ । ଚତୁର୍ଥ ସ୍ଥାନରେ ପନ୍ଥ ଖେଳିବେ । ଏହା ଏକପ୍ରକାରର ନିଶ୍ଚିତ ବୋଲି କୁହାଯାଇଛି । ସେପଟେ ପଞ୍ଚମ ସ୍ଥାନରେ କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟାର ବିକଳ୍ପ ହୋଇପାରନ୍ତି । ଶ୍ରେୟସ ଏବେ ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରୁଛନ୍ତି । ଏଣୁ ତାଙ୍କୁ ଦଳରେ ସ୍ଥାନ ଦେଇପାରନ୍ତି । ଅନ୍ୟପଟେ ଷଷ୍ଠ ସ୍ଥାନରୁ ଅଲରାଉଣ୍ଡ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ବିକଳ୍ପ ହେବେ । ବୋଲରଙ୍କ ମଧ୍ୟରେ ସାମି, ବୁମରା ପ୍ରଥମ ବିକଳ୍ପ ହେବ । ପ୍ଲେଇଙ୍ଗ ୧୧କୁ ନେଇ ଏମିତି କୁହାଯାଉଥିବାବେଳେ ଦଳର ପ୍ରଦର୍ଶନ କଣ ହେବ ତାହା ମୁଖ୍ୟ ବିଷୟ ।

ଓଡ଼ିଶା ଶାସନ ବ୍ୟବସ୍ଥା ଭୁଶୁଡି ପଡ଼ିଛି : ପ୍ରସନ୍ନ ଆଚାର୍ଯ୍ୟ

ଓଡ଼ିଶା ଶାସନ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଟାର୍ଗେଟ କରିଛନ୍ତି । ଓଡ଼ିଶା ଶାସନ ବ୍ୟବସ୍ଥା ଭୁଶୁଡି ପଡ଼ିଛି । କାଲି ଓଡ଼ିଶାର ଜନଶକ୍ତି ଓ ଜନମତର ଶକ୍ତି ପ୍ରଦର୍ଶନ ଥିଲା  । ସରକାରଙ୍କ ମିଥ୍ୟା ପ୍ରତିଶୃତିର କ୍ରୋଧ କାଲି ସମାବେଶରେ ଦେଖିବାକୁ ମିଳିଥିଲା  । ୭ମାସ ଭିତରେ ଲୋକେ ଏ ଶାସନରେ ଅତିଷ୍ଠ ହୋଇଗଲେଣି । ସବୁ କ୍ଷେତ୍ରରେ ଅବ୍ୟବସ୍ଥା, ଦରଦାମ୍ ନିୟନ୍ତ୍ରଣ ବାହାରେ, ଚାଷୀ ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି । ଏକଥା ପ୍ରମାଣିତ କରିଛି ଓଡ଼ିଶାରେ ଶାସନ ବ୍ୟବସ୍ଥା ଭୁଶୁଡି ପଡ଼ିଛି । ହଜାର ହଜାର ସଂଖ୍ୟକ ଲୋକ ଏଥିରେ ସାମିଲ ହୋଇଥିଲେ । ସରକାର ଦିଗହରା ହୋଇଯାଇଛନ୍ତି । କଥାରେ କାର୍ଯ୍ୟରେ କେଉଁଥିରେ ମଧ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ନାହିଁ  । ଯାହାପାଇଁ ଓଡ଼ିଶାବାସୀମାନେ ଭୋଗୁଛନ୍ତି  । ଲୋକଙ୍କ ଭିତରେ କ୍ରୋଧ ସହ ପ୍ରଶ୍ଚାତାପ ରହିଛି  । କାଲିର ସମାବେଶ ନବୀନ ଲୋକପ୍ରିୟତାର ପରିଚୟ ଦେଇଛି  ।

ଦଳରେ ଯୋଗ ଦେଲେନି ବୋଲି ଯୋଗ୍ୟଙ୍କୁ କରିଦେଲେ ଅଯୋଗ୍ୟ ହିତାଧିକାରୀ

ନନ୍ଦିଘୋଷ ବ୍ୟୁରୋ: ବିଜେପି ଦଳରେ ଯୋଗ ନ ଦେଲେ ଯୋଗ୍ୟ ହିତାଧିକାରୀଙ୍କୁ ଅଯୋଗ୍ୟ କରି ଦିଆଯାଉଛି । ଲିଷ୍ଟରେ ନାମ ଥିଲେ ବି ପ୍ରଧାନମନ୍ତ୍ରୀ ଆବାସ କାଟି ଦେଉଛନ୍ତି ସରପଞ୍ଚଙ୍କ ପ୍ରତିନିଧି । ଏମିତି କିଛି ଅଭିଯୋଗ ଆସିଛି ଚାନ୍ଦବାଲି ବ୍ଳକର ଉତୁକୁଡା ପଞ୍ଚାୟତରୁ । ସୂଚନା ମୁତାବକ ଉକ୍ତ ପଞ୍ଚାୟତ ଚକିଆ ସାହିର ରଞ୍ଜନ ବେହେରା ଜଣେ ଖଟିଖିଆ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ । ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ବହୁବାର ଆବେଦନ କରିଥିଲେ ରଞ୍ଜନ । ମାତ୍ର ରାଜନୈତିକ ଉଦ୍ଦେଶ୍ଯ ରଖି ହିତାଧିକାରୀଙ୍କ ତାଲିକାରୁ ରଞ୍ଜନଙ୍କ ନାମକୁ ବାଦ ଦିଆଯିବା ସହ କିଛି ଅଯୋଗ୍ୟ ଲୋକଙ୍କୁ ଯୋଗ୍ୟ କରାଯାଇଥିବା ଅଭିଯୋଗ କରିଛନ୍ତି ରଞ୍ଜନ । ପ୍ରଥମେ ଏ ବିଷୟରେ ଚାନ୍ଦବାଲି ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା ।

ପରେ ପଞ୍ଚାୟତର ସମସ୍ତ ହିତାଧିକାରୀଙ୍କ ତାଲିକା ସ୍ଥଗିତ ରଖି ପୁନଃଯାଞ୍ଚ କରିବା ପାଇଁ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ ରଞ୍ଜନ । ବିଡିଓ ଉଚ୍ଚ ନ୍ଯାୟାଳୟଙ୍କ ନୋଟିସ ପାଇବା ପରେ ଅଟକିଲା ସମସ୍ତ ହିତାଧିକାରୀଙ୍କ ଘର କାର୍ଯ୍ଯ । ଏଥିରେ ଉତକ୍ଷିପ୍ତ ହୋଇ ଗତକାଲି ସରପଞ୍ଚଙ୍କ ପ୍ରତିନିଧିଙ୍କ ସମେତ ବିଜେପିର ଶତାଧିକ କର୍ମୀ ରଞ୍ଜନଙ୍କ ଘର ନିକଟରେ ପହଞ୍ଚି କଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଷ୍ଟେ କରିଛୁ ବୋଲି ପ୍ରଶ୍ନ କରିବା ସହ ଗାଳି ଗୁଲଜ କରିଥିଲେ । ଏଥିରେ ଭୟଭୀତ ହୋଇ ରଞ୍ଜନ ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିଲେ । ଚାନ୍ଦବାଲି ଥାନା ଅଧିକାରୀ ଘଟଣାସ୍ଥଳକୁ ପୋଲିସ ପଠାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ମଧ୍ୟ ଏବେବି ଭୟଭୀତ ଅବସ୍ଥାରେ ରଞ୍ଜନଙ୍କ ପରିବାର । ରଞ୍ଜନଙ୍କୁ ପୋଲିସ ସୁରକ୍ଷା ସହ ଘର ଖଣ୍ଡେ ଯୋଗାଇ ଦେବାକୁ ଦାବି କରିଛନ୍ତି ରଞ୍ଜନଙ୍କ ମାଆ । ଅନ୍ୟପଟେ ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଏ ବିଷୟରେ ପଚାରିବାରୁ ତାଙ୍କ ପରିବାର ଆଗରୁ ଆବାସ ପାଇଥିବାରୁ ସେ ଯୋଜନାରୁ ବାଦ ପଡିଛନ୍ତି ବୋଲି କହି ସଫେଇ ଦେଇଛନ୍ତି ।

ତିନି ଦିନ ଧରି ମୃତ ସ୍ଵାମୀ ଆଗରେ ବସିଥିଲେ ସ୍ତ୍ରୀ, ଏବେ ଉଦ୍ଧାର ହେଲା ଶବ

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲ୍ଲା ସ୍ଥିତ ବାରାସାତ ଅଞ୍ଚଳ ଟାକି ରୋଡ୍ ସ୍ଥିତ ପଞ୍ଚତନ୍ତ୍ର ହାଉସିଂ ବିଲ୍ଡିଂ କମ୍ପ୍ଲେକ୍ସରୁ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ସୂଚନା ପାଇଁ ଫ୍ଲାଟ କବାଟ ଭାଙ୍ଗି ମୃତଦେହ ଉଦ୍ଧାର କଲା ପୋଲିସ । ଗତକାଲି ରାତିରେ  ଏକ ଫ୍ଲାଟରୁ ଦୁର୍ଗନ୍ଧ ବାହାରିବା ପରେ ପୋଲିସକୁ ଖବର ଦେଇଥିଲେ ପଡ଼ୋଶୀ । ପୋଲିସ ପହଞ୍ଚି ଫ୍ଲାଟ୍ କବାଟକୁ ଭାଙ୍ଗି ଘର ଭିତରେ ପଶିଥିଲା । ବିଛଣାରେ ମୃତଦେହ ପଡ଼ିଥିବା ବେଳେ ବିଛଣା ତଳେ ମହିଳା ଜଣଙ୍କ ତାଙ୍କୁ ଜଗି ବସିଥିଲେ । ତେବେ ତିନି ଦିନ ଧରି ମହିଳା ଜଣଙ୍କ ସ୍ଵାମୀଙ୍କ ମୃତଦେହକୁ ଜଗି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ପୋଲିସ ମୃତଦେହକୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତଦେହକୁ ଜଗିରହିଥିବା ମହିଳାଙ୍କୁ ବୃଦ୍ଧାଶ୍ରମକୁ ପଠାଇ ତଦନ୍ତ ଜାରି ରଖିଛି । ମୃତ ବୟସ୍କ ବ୍ୟକ୍ତିଙ୍କ ନାମ ସୁନିଲ ଚକ୍ରବର୍ତ୍ତୀ । ମୃତ ସୁନିଲ ଚକ୍ରବର୍ତ୍ତୀ ଓ ତାଙ୍କ ସ୍ତ୍ରୀ ଦୁଇଜଣ ମାନସିକ ରୋଗରେ ପୀଡ଼ିତ ଥିବା ପଡ଼ୋଶୀ କହିଛନ୍ତି । ଗତ କିଛି ବର୍ଷ ପୂର୍ବେ ତାଙ୍କର ଏକ ମାତ୍ର ପୁଅର ମୃତ୍ୟୁ ହୋଇଥିଲା । ଉଭୟ ସ୍ଵାମୀ ସ୍ତ୍ରୀ ମାନସିକ ରୋଗରେ ପୀଡ଼ିତ ଥିଲେ ।

420 ବଣ୍ଟି ବବଲିଙ୍କ ଘରେ ଆୟକର ରେଡ, ୧୨ଟି ସ୍ଥାନରେ ଚଢ଼ାଉ

ନନ୍ଦିଘୋଷ ବ୍ୟୁରୋ: 420 ବଣ୍ଟି ବବଲିଙ୍କ ଘରେ ଆୟକର ରେଡ। ୧୨ ଟି ସ୍ଥାନରେ ଏକକାଳୀନ ଆଇଟି ରେଡ୍ ହୋଇଛି। ଘର, ଅଫିସ ସମେତ ଆକାଉଣ୍ଟ କାରବାରର ଖୋଳତାଡ଼ ଚାଲିଛି। ନଗଦ ଦାମୀ ଗାଡ଼ି କିଣିଥିବା ହଁସିକାଙ୍କ ଆକାଉଣ୍ଟରୁ ମିଳିଛି ପ୍ରମାଣ। ଜନ୍ମଦିନରେ ବିନା ଲୋନରେ ପୋର୍ଷେ କାର କିଣିବାକୁ ନେଇ ବିବାଦରେ ପଡ଼ିଥିଲେ ଏହି ଦୁଇ ଅଭିଯୁକ୍ତ ଅନିଲ ମହାନ୍ତି ଓ ହଂସିକା ଅଭିଲିପ୍ସା।

କଳାହାଣ୍ଡିରୁ ଆସିଥିବା ଯୁବତୀ ଜଣଙ୍କ କିଭଳି କୋଟି କୋଟି ଟଙ୍କାର ମାଲିକାଣି ହେଲେ। ଅନିଲଙ୍କୁ କୋଟିପତି କିପରି ବନାଇଲେ ସେ ନେଇ ଚାଲିଛି ଖୋଳତାଡ଼। ଗତମାସ ୨୬ ତାରିଖରେ ଦୁହିଁଙ୍କ ବିରୋଧରେ ଇନଫୋସିଟି ଥାନାରେ ମାମଲା ହୋଇଥିଲା। ପ୍ରଭାବଶାଳୀ ଲୋକଙ୍କ ସହ ଅନ୍ୟ ଫଟୋକୁ ନେଇ ଏଡିଟ କରି ବ୍ଲାକମେଲ କରୁଥିଲେ। ଏ ସମସ୍ତ ଘଟଣାର ତଦନ୍ତ କରୁଛି ସ୍ପେଶାଲ କ୍ରାଇମ ୟୁନିଟ।

 

କିଏ ଏହି ବ୍ୟକ୍ତି ? ଯାହାଙ୍କ ସହ ଭାଇରାଲ ହେଉଛି ଆଲିଆଙ୍କ ଉଭଣୀଙ୍କ ଫଟୋ

ନନ୍ଦିଘୋଷ ବ୍ୟୁରୋ: ନିକଟରେ ସରିଛି ନୂଆବର୍ଷ । ବଲିଉଡର ଷ୍ଟାର କପୁଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପରିବାର ସହ ନୂଆବର୍ଷ ପାଳନ କରିଛନ୍ତି । ଥାଇଲାଣ୍ଡରେ ପୂଆବର୍ଷ ପାଳନ କରିଥିବାବେଳେ ଏହି ଅବସରରେ ଆଲିଆଙ୍କ ଭଉଣୀ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ସମୁଦ୍ର କୂଳରେ ଆଲିଆଙ୍କ ଭଉଣୀ ସାହିନ ବସିଥିବାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଏହି ମିଷ୍ଟ୍ରି ପୁରୁଷ ଜଣକ କିଏ ବୋଲି ସୋସିଆଲ ମିଡିଆରେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ କରୁଛନ୍ତି । ତେବେ ସାହିନ ପୋଷ୍ଟ କରିଥିବା ଫଟୋରେ ଉଭୟଙ୍କ ମୁହଁ ଜଣାପଡ଼ୁନାହିଁ । ଏକ ଲମ୍ବା କ୍ୟାପସନ ଲେଖି ପୋଷ୍ଟ କରିଛନ୍ତି ।

କୁହାଯାଉଛି କି ସାହିନ ଆୟାନ ମୁଖାର୍ଜୀଙ୍କୁ ଡେଟ୍ କରୁଛନ୍ତି । କାରଣ ୟୁଜର୍ସମାନେ କମେଣ୍ଟରେ ଏଭଳି କିଛି ଲେଖିଛନ୍ତି । ଲେଖିଛନ୍ତି କି, ଆପଣ ଉଭୟଙ୍କ ଫଟୋ ଦେଖି ବହୁତ ଖୁସି ଲାଗିଲା । ଆପଣ କେବେଠୁ ଡେଟ୍ କରୁଛନ୍ତି । ଆପଣଙ୍କ ଯୋଡ଼ି ବହୁତ ଭଲ । ଏଭଳି ଅନେକ କମେଣ୍ଟମାନ କରିଛନ୍ତି ୟୁଜର୍ସ । ଯଦି ଆର୍ଯ୍ୟନଙ୍କ କଥା କହିବା ତାହେଲେ ସେ ରଣବୀରଙ୍କ ଜଣେ ଭଲ ବନ୍ଧୁ । ରଣବୀରଙ୍କ ସହ ତିନୋଟି ଫିଲ୍ମ କରିଛନ୍ତି ।

 

 

ନେପାଳରେ ବଡ଼ଧରଣର ଭୂକମ୍ପ, ୫୩ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ନେପାଳରେ ବଡ଼ଧରଣର ଭୂକମ୍ପ। ନେପାଳ ସୀମାନ୍ତ ତିବ୍ବତ ଅଂଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୫୩ ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୬୨ ଜଣ ଆହତ ହୋଇଛନ୍ତି। ନେପାଳ ସୀମାନ୍ତ ତିବ୍ବତ ଅଂଚଳର ସିଜାଙ୍ଗ ଅଂଚଳରେ ଏହି ଭୟଙ୍କର ଭୂକମ୍ପ ଆସିଛି। ଭୂକମ୍ପର ତୀବ୍ରତା ରହିଛି ୭.୧। ତିବ୍ବତ ଅଂଚଳର ସିଗାସ୍ତେ ବିପୁଳ କ୍ଷତି ଘଟିଥିବା ଚୀନ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। ୩୦ ମିନିଟ ମଧ୍ୟରେ ପ୍ରାୟ ୬ ଧର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ନେପାଳ ସମେତ ଦିଲ୍ଲୀ, ବିହାର, ସିକ୍କିମ, ଉତ୍ତର ଭାରତ ସମେତ ଭୂଟାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ତେବେ ଦେଶରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ଆଜି ସକାଳ ପ୍ରାୟ ୬ଟା ୩୫ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୟରେ ଘରୁ ବାହାରକୁ ଚାଲିଆସିଥିଲେ ଲୋକେ।