ଚମ୍ପୁଆ : ଚମ୍ପୁଆ ନିକଟସ୍ଥ ଝାଡ଼ଖଣ୍ଡ ଜଗନ୍ନାଥ ପୁର ଥାନା ଅନ୍ତର୍ଗତ ସିଆଲଯୋଡାରେ ଗଛରେ ପିଟି ହେଲା ବାଇକ୍। ଜଣେ ମୃତ ଜଣେ ଗୁରୁତର। ମୃତକ ଚମ୍ପୁଆ ଧଳାଡିହର ପ୍ରଶାନ୍ତ ଗିରି। ଆହତ ଚମ୍ପୁଆ ଏଲଆଇସି କୋଲୋନୀର ରଜତ ରଜକ । ଦୁହେଁ ଗତକାଲି ନିକଟସ୍ଥ ରାମତୀର୍ଥ ଶିବମନ୍ଦିର କୁ ଜାଗର ଜାଳିବାକୁ ଯାଇ ରାତିରେ ଆଉ ଫେରିନଥିଲେ। ଆଜି ସକାଳୁ ସିଆଲଯୋଡା ନିକଟରେ ରାସ୍ତା କଡ଼ରେ ପଡିଥିବା ସିଆଲଯୋଡାର ମର୍ଣିଙ୍ଗ ଓ୍ବାକରେ ଯାଇଥିବା କିଛି ବ୍ୟକ୍ତି ଦେଖି ଖବର ଦେବା ପରେ ତାଙ୍କୁ ଚମ୍ପୁଆ ଡାକ୍ତର ଖାନା ଅଣାଯାଇଛି। ଏଠାରେ ପ୍ରଶାନ୍ତ କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର। ଗୁରୁତର ଅବସ୍ଥାରେ ରଜତକୁ କେନ୍ଦୁଝର ଜିଲ୍ଲା ଡାକ୍ତର ଖାନା ସ୍ଥାନାନ୍ତର କରାଯାଇଛି।
ନିଆଁରେ ପୋଡ଼ି ପାଉଁଶ ହୋଇଗଲା ୫୦୦ ଦୋକାନ…
ନନ୍ଦିଘୋଷ ବ୍ୟୁରୋ ; ବିହାରର କଟିହାର ଜିଲ୍ଲାରେ ଅଗ୍ନିକାଣ୍ଡ । ଏନଏଚ-୩୧ ପାର୍ଶ୍ୱରେ ଥିବା କୁର୍ସେଲା ବଜାର ଅଞ୍ଚଳରେ ଲାଗିଲା ନିଆଁ । ଫଳାରେ ୫୦୦ରୁ ଅଧିକ ଦୋକାନକୁ ପୋଡି ପାଉଁଶ ହୋଇଗଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ହଠାତ୍ ନିଆଁ ଲାଗିଯାଇଥିଲା ଏବଂ ପ୍ରବଳ ପବନ ହେତୁ ଏହା ବଜାରରେ ବ୍ୟାପିଯାଇଥିଲା। ଅଗ୍ନିକାଣ୍ଡର ସଠିକ୍ କାରଣ ବର୍ତ୍ତମାନ ସ୍ପଷ୍ଟ ନୁହେଁ, କିନ୍ତୁ ସର୍ଟ ସର୍କିଟ୍ କିମ୍ବା ଦୋକାନରୁ ବାହାରିଥିବା ସ୍ପାର୍କ ନିଆଁ ବ୍ୟାପିବା ପଛରେ ସହାୟକ ହୋଇଥିବା ସନ୍ଦେହ କରାଯାଉଛି।
ସୂଚନା ମିଳିବା ମାତ୍ରେ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଦୋକାନୀଙ୍କ ଲକ୍ଷ ଲକ୍ଷ ଟଙ୍କାର ଜିନିଷପତ୍ର ନଷ୍ଟ ହୋଇଯାଇଛି। ପ୍ରଶାସନ ଘଟଣାସ୍ଥଳରେ ଡେରା ପକାଇ କ୍ଷୟକ୍ଷତି ଆକଳନ କରୁଛି।
ହଠାତ୍ ଅଗ୍ନିକାଣ୍ଡ ଯୋଗୁଁ କୁର୍ସେଲା ହାଟରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୋକାନୀ ଏବଂ ଗ୍ରାହକମାନେ ଭୟଙ୍କର ନିଆଁରୁ ରକ୍ଷା ପାଇପାରିଥିଲେ, କିନ୍ତୁ ସେମାନଙ୍କ ଜିନିଷପତ୍ର ରକ୍ଷା ହୋଇପାରିନଥିଲା। ଘଟଣା ପରେ ଘଟଣାସ୍ଥଳରେ ଭିଡ଼ ଜମିଥିଲା। ଉଦ୍ଧାରକାରୀ ଦଳ ବର୍ତ୍ତମାନ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ କୌଣସି ଆହତଙ୍କ ରିପୋର୍ଟ ନାହିଁ।
ତଥାପି, ପ୍ରାୟ ୭ କୋଟିର ସାମଗ୍ରୀ ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି। ବଜାରରେ ଅଗ୍ନିକାଣ୍ଡ ଯୋଗୁଁ ଦୋକାନୀମାନେ ସ୍ପଷ୍ଟ ଭାବରେ ବ୍ୟଥିତ, କାରଣ ସେମାନଙ୍କର ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ପଶ୍ଚିମବଙ୍ଗରେ ECI କାର୍ଯ୍ୟାନୁଷ୍ଠାନ, ୭ ଜଣ ଅଧିକାରୀ ନିଲମ୍ବିତ…
ନନ୍ଦିଘୋଷ ବ୍ୟୁରୋ ; ପଶ୍ଚିମବଙ୍ଗରେ ଅଧିକାରୀଙ୍କ ସ୍ୱେଚ୍ଛାଚାରିତା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି ଭାରତୀୟ ନିର୍ବାଚନ କମିଶନ। ସାତ ଜଣ ଅଧିକାରୀଙ୍କୁ କମିଶନ ନିଲମ୍ବନ କରିଛନ୍ତି। SIR ସମୟରେ ଏହି ଅଧିକାରୀ କରିଥଇବା ଜଣାପଡିଛି । ଏହାକୁ ନେଇ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ଆହୁରି ଅନେକ ଅଧିକାରୀ ମଧ୍ୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି ବୋଲି ବିଶ୍ୱାସ କରାଯାଉଛି। ପଶ୍ଚିମବଙ୍ଗରେ ନିର୍ବାଚନ ମାତ୍ର କିଛି ସପ୍ତାହ ମଧ୍ୟରେ ଘୋଷଣା ହେବାକୁ ଯାଉଛି। ଏଥିପାଇଁ ନିର୍ବାଚନ କମିଶନ ପ୍ରସ୍ତୁତି ଜୋରଦାର କରିଛି। ଏହି ସମୟରେ, ନିର୍ବାଚନ କମିଶନ ବଙ୍ଗଳାରେ ସାତ ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ମଧ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ନିର୍ବାଚନ କମିଶନଙ୍କ ଅନୁଯାୟୀ, ପଶ୍ଚିମବଙ୍ଗର ସାତ ଜଣ ଅଧିକାରୀ ସେମାନଙ୍କ କ୍ଷମତାର ଅପବ୍ୟବହାର କରିଛନ୍ତି। ସେମାନେ ନିର୍ବାଚନ କମିଶନ ଆଇନ, ୧୯୫୦ର ଧାରା ୧୩ସିସି ଉଲ୍ଲଂଘନ କରିଛନ୍ତି ଏବଂ SIR ସମୟରେ ଅବହେଳା କରିଛନ୍ତି। ଏହା ବ୍ୟତୀତ, ସେମାନେ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ସେମାନଙ୍କର ଆଇନଗତ କ୍ଷମତାର ଅପବ୍ୟବହାର କରି ସେମାନଙ୍କର କର୍ତ୍ତବ୍ୟ ସଠିକ୍ ଭାବରେ ପାଳନ କରିବାରେ ବିଫଳ ହୋଇଛନ୍ତି। କମିଶନଙ୍କ ଅନୁଯାୟୀ, ତଦନ୍ତରେ ଅଭିଯୋଗ ସତ୍ୟ ବୋଲି ଜଣାପଡ଼ିବା ପରେ ସମସ୍ତ ସାତ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।
ନିର୍ବାଚନ କମିଶନ ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ମଧ୍ୟ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ତାଙ୍କୁ ବିଳମ୍ବ ନକରି ନିଲମ୍ବିତ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ କୁହାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସେମାନଙ୍କ ସମ୍ପୃକ୍ତ କ୍ୟାଡର ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯିବା ଉଚିତ ଏବଂ ନିର୍ବାଚନ କମିଶନଙ୍କୁ ଯଥାଶୀଘ୍ର ଏ ବିଷୟରେ ଜଣାଇବା ପାଇଁ କୁହାଯାଇଛି ।
ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ଜାମିନ ଅଗ୍ରାହ୍ୟ ପ୍ରସଙ୍ଗ : ଆଜି ମାମଲାର ପୁଣି ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ
ନନ୍ଦିଘୋଷ ବ୍ୟୁରୋ : ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ଜାମିନ ଅଗ୍ରାହ୍ୟ ପ୍ରସଙ୍ଗ। ଆଜି ମାମଲାର ପୁଣି ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ। ଚେକ ବାଉନ୍ସ ମାମଲାରେ ଗତ ୧୨ରେ ଜାମିନ ଆବେଦନ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ। ଚେକ ଦେଇଥିବା ସତ୍ତ୍ବେ ନିଜ ପ୍ରତିଶ୍ରୁତି ପୂରଣ କରି ନଥିବାରୁ କୋର୍ଟ ହୋଇଥିଲେ କ୍ଷୁବ୍ଧ। ୨୦୧୦ରେ ସେ ମୁରଲି ପ୍ରୋଜେକ୍ଟସ କମ୍ପାନୀରୁ ୫ କୋଟି ଟଙ୍କା ଲୋନ ଆଣି ଶୁଝି ନଥିଲେ। ପରେ ତାହା ୯ କୋଟି ଟଙ୍କା ହୋଇଥିଲା। ଗତ ୫ ତାରିଖରେ- ଆତ୍ମସମର୍ପଣ ପରେ ତିହାର ଜେଲ ଯାଇଥିଲେ ରାଜପାଲ। ସେହିଦିନଠାରୁ ତିହାର ଜେଲରେ ଅଛନ୍ତି ରାଜପାଲ। ତେବେ ତାଙ୍କୁ ସହାୟତା କରିବା ଲାଗି ବଲିଉଡ ଜଗତ ଆଗେଇ ଆସିଛି।
ଅଡୁଆରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ ଖଣ୍ଡପୀଠ
ନନ୍ଦିଘୋଷ ବ୍ୟୁରୋ : ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ରାଇଫଲରେ ସାଙ୍କେତିକ ଫାୟାରିଂ କରିବାର ଭିଡିଓ ଭାଇରାଲ ପ୍ରସଙ୍ଗ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ବିରୋଧରେ ଆଗତ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜ୍ୟୋତିମାଲ୍ଯା ବାଗଚିଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ମାମଲାର କରିବେ ଶୁଣାଣି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ବାମ ଦଳ ପକ୍ଷରୁ ଆଗତ ପିଟିସନକୁ ଗତ ୧୦ ତାରିଖରେ ଗ୍ରହଣ କରିଥିଲେ ଅଦାଲତ। ବାମଦଳ ପକ୍ଷରୁ ମାମଲା ଲଢୁଛନ୍ତି ଆଇନଜୀବୀ ନିଜାମ ପାଶା। ଏହି ଭିଡିଓରେ ଖପୁରୀର ଟୋପି ପିନ୍ଧିଥିବା ଓ ଦାଢି ରଖିଥିବା ବ୍ୟକ୍ତିଙ୍କୁ ହିମନ୍ତ ସାଙ୍କେତିକ ଭାବେ ଗୁଳି କରିବା ଦେଖାଯାଇଥିଲାଏ। ଏହାକୁ ବିଜେପି ପକ୍ଷରୁ ପ୍ରସାରିତ କରାଯାଇଥିଲା। ଦେଶବ୍ୟାପୀ ଏହାର ବିରୋଧ କରାଯିବା ପରେ ଏହି ପୋଷ୍ଟକୁ ବିଜେପି ହଟାଇଥିଲା। ଏନେଇ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ ଗଠନ କରିବାକୁ ଦାବି କରିଥିଲେ ବାମ ଦଳ। ୧୮ ସେକଣ୍ଡର ଏହି ଭିଡିଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜେନେରେଟେଡ ଥିଲା। ବିଶେଷ କରି ଏକ ନିର୍ଦ୍ଦିଷ୍ଟ ଧର୍ମକୁ ସେ ଟାର୍ଗେଟ କରିଥିଲେ। ଆଗକୁ ବିଧାନସଭା ନିର୍ବାଚନ ଆସୁଥିବାବେଳେ ହିମନ୍ତଙ୍କ ଏହି ଭିଡିଓକୁ ନେଇ ବର୍ଷିଥିଲେ ବିରୋଧୀ। ଏହି ଭିଡିଓ ଲେଖାଯାଇଥିଲା- ଆଉ ଦୟା ନାହିଁ। ବିଦେଶୀମୁକ୍ତ ଆସାମ ଇତ୍ୟାଦି।…
କାରିବିୟାନ ଅଞ୍ଚଳରୁ ଆସୁଥିବା ଏକ ତୈଳ ଟ୍ୟାଙ୍କରକୁ ନିଜ କବଜାକୁ ନେଲା ଆମେରିକା
ନନ୍ଦିଘୋଷ ବ୍ୟୁରୋ : ଭାରତ ମହାସାଗରରେ ପୁଣି ଆମେରିକାର ଦାଦାଗିରି। କାରିବିୟାନ ଅଞ୍ଚଳରୁ ଆସୁଥିବା ଏକ ତୈଳ ଟ୍ୟାଙ୍କରକୁ ନିଜ କବଜାକୁ ନେଇଛି ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିବା ଅଭିଯୋଗରେ ଏହାକୁ ଜବତ କରାଯାଇଛି। ଦେଶର ସୁରକ୍ଷା ଲାଗି ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛି ଡିପାର୍ଟମେଣ୍ଟ ଅଫ ୱାର। ବେଆଇନ ଭାବେ ଭାରତ ମହାସାଗରରେ ପ୍ରବେଶ କରୁଥିବା ତୈଳ ଟ୍ୟାଙ୍କରଗୁଡିକୁ ଜବତ କରାଯିବ ବୋଲି ଗତ ଡିସେମ୍ବରରେ ଧମକ ଦେଇଥିଲେ ଟ୍ରମ୍ପ। ଭେନେଜୁଏଲାର ତତକାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଉପରେ ଚାପ ସୃଷ୍ଟି କରିବା ଲାଗି ଏହି ନିର୍ଦ୍ଦେଶ ଦେଇଥିଲେ ଟ୍ରମ୍ପ। ତୈଳ ଟ୍ୟାଙ୍କରଟି ପାନାମାର ଭେରୋନିକା-୩ ହୋଇଥିବା ଜଣାଯାଇଛି। ଭାରତ ମହାସାଗରର ମଧ୍ୟଭାଗରେ ତଥା ଇଣ୍ଡୋନେସିଆରେ ଦକ୍ଷିଣ ଦିଗରେ ଟ୍ୟାଙ୍କରଟି ଯଉଥିବାବେଳେ ତାହାକୁ ଜବତ କରାଯାଇଥିଲା। ଗତ ସପ୍ତାହରେ ବି ଆଉ ଏକ ତୈଳ ଟ୍ୟାଙ୍କରକୁ ଜବତ କରିଥିଲା ଆମେରିକା।
ବଜେଟ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ
ଭୁବନେଶ୍ବର : ବଜେଟ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ। ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାପାଇଁ ବାଚସ୍ପତି ଉଭୟ ଶାସକ ଏବଂ ବିରୋଧୀ ଦଳଙ୍କ ସହଯୋଗ ଲୋଡ଼ିବେ । ଦିନ ୧୧.୩୦ ମିନଟ ରେ ବିଧାନସଭା ପରିସରରେ ଅନୁଷ୍ଠିତ ହେବ ବୈଠକ। ବିଧାନସଭାର କାର୍ଯ୍ୟସୂଚୀ ଉପରେ ବୈଠକରେ ଆଲୋଚନା କରାଯିବ। ଫେବୃୟାରୀ ୧୭ ରୁ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ତାରିଖ ଯାଏଁ ଚାଲିବ ବଜେଟ ଅଧିବେଶନ। ବଜେଟ ଅଧିବେଶନରେ ମୋଟ ୨୮ ଟି କର୍ଯ୍ୟଦିବସ ରହିଛି। ରାଜ୍ୟପାଳଙ୍କ ଅଭିଭାଷଣ ରୁ ଗୃହକାର୍ଯ୍ୟ ଆରମ୍ଭ ହେବ। ଆସନ୍ତା ୨୦ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅନ୍ୟପଟେ ଆଜି ଉଭୟ ବିରୋଧୀ ବିଜେଡି ଏବଂ କଂଗ୍ରେସର ବି ବସିବ ବିଧାୟକ ଦଳ ବୈଠକ। ସରକାର୍ ଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବେ ବିରୋଧୀ।
ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତର ବିଜୟ, ପାକିସ୍ତାନକୁ ୬୧ ରନରେ ହରାଇଲା ଭାରତ
ନନ୍ଦିଘୋଷ ବ୍ୟୁରୋ : ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତର ବିଜୟ । ପାକିସ୍ତାନକୁ ୬୧ ରନରେ ହରାଇଲା ଭାରତ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଆଗରେ ୧୭୬ ରନର ଟାର୍ଗେଟ ଦେଇଥିଲା ଟିମ୍ ଇଣ୍ଡିଆ । ଜବାବରେ ପାକିସ୍ତାନ ୧୧୪ ରନରେ ଅଲଆଉଟ୍ । ପ୍ରଥମରୁ ପାକିସ୍ତାନକୁ ଝଟକା ଦେଇଥିଲା ଭାରତ । ପ୍ରଥମ ଓଭରରେ ସେହେଓ୍ବାଜ ଫରାନ ଆଉଟ୍ । ଖାତା ଖୋଲି ପାରିନଥିଲେ ସେହେଓ୍ବାଜ । ହାର୍ଦ୍ଦିକ ପାଣ୍ଡିଆଙ୍କ ବଲରେ ରିଙ୍କୁ ସିଂ ଧରିଥିଲେଲେ ସେହେଓ୍ବାଜଙ୍କ କ୍ୟାଚ । ଦ୍ବିତୀୟ ଓଭରରେବୁମରାଙ୍କ ବଲରେ ଏଲବିଡବଲୁ ହୋଇଥିଲେ ସାଇମ ଆୟୁବ । ପରେ କ୍ୟାପଟେନ୍ ସଲମନ ଆଘା ବୁମରାଙ୍କ ବଲରେ କ୍ୟାଚଆଉଟ୍ ପେଭିଲିୟନ ଫେରିଥିଲେ । ହାର୍ଦ୍ଦିକ ପାଣ୍ଡିଆ ଧରିଥିଲେ କ୍ୟାଚ୍ । ଦଳ ପକ୍ଷରୁ ଉସମାନ ଖାନ ସର୍ବାଧିକ ୪୪ ରନ କରିବାରେ ସକ୍ଷମ ହୋଇଥିଲେ । ଭାରତ ପକ୍ଷରୁ ବରୁଣ, ବୁମରା, ଅକ୍ଷର ଓ ହାର୍ଦ୍ଦିକଙ୍କୁ ଦୁଇଟି ଲେଖାଏଁ ଓ୍ବିକେଟ୍ ମିଳିଥିଲା । ଇସାନ କିଷାନଙ୍କ ଦମଦାର ୪୦ ବଲରେ ୭୭ ରନର ଧୂଆଁଧାର ଇନିଂସ ଖେଳିଥିଲୋ । ଏହି ବିଜୟ ସହ ସୁପର 8କୁ କ୍ବାଲିଫାଏ କଲା ଟିମ ଇଣ୍ଡିଆ । ପ୍ରଥମେ ବ୍ଯାଟି କରି ୨୦ ଓଭରରେ ୭ ୱିକେଟ ହରାଇ ଭାରତ କରିଥିଲା ୧୭୫ ରନ । ଟସ ଜିତି ପାକିସ୍ତାନ ପ୍ରଥମେ ଫିଲ୍ଡିଂ କରିଥିଲା । ଭାରତକୁ ପ୍ରାରମ୍ଭିକ ଝଟକା ଦେଇଥିଲେ ଅଭିଷେକ ଶର୍ମା । ଖାତା ନଖୋଲି ପ୍ରଥମ ଓଭରରେ ହିଁ ସଲମାନ ଆଘାଙ୍କ ବଲରେ କଟକ ଆଉଟ ହୋଇଯାଇଥିଲେ ଅଭିଷେକ । ତେବେ ଧୂଆଁଧାର ବ୍ୟାଟିଂ କରିଥିଲେ ଇଶାନ କିଷାନ । ଇଶାନ କିଷାନ ୪୦ ବଲ ଖେଳି ୭୭ ରନ ସଂଗ୍ରହ କରିଥିଲେ । ଇଶାନଙ୍କ ୭୭ ରନରେ ରହିଛି ୩ଟି ଛକା ଓ ୧୦ ଚୌକା । ଇଶାନ କିଷାନଙ୍କୁ ବେଶ ଦୃଢ ସାଥ ଦେଇଥିଲେ ତୀଳକ ବର୍ମା । ତୀଳକ ବର୍ମା ୨୪ ବଲରେ ୨୫ ରନ କରିଥିଲେ । ସେ ଗୋଟିଏ ଛକା ଓ ଦୁଇଟି ଚୌକା ସହାୟତାରେ କରିଥିଲେ ୨୫ ରନ । କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ ୨୯ ବଲରେ ୩୨ ରନ କରି ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ସେ ୩ଟି ଚୌକା ମାରିଥିଲେ । କୌଣସି ରନ ନକରି ପ୍ରଥମ ବଲରେ ହିଁ ପାଭିଲିୟନକୁ ଫେରିଯାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଶୁଭମ ଦୁବେ ଆର୍ଷଣୀୟ ସଟ୍ ଖେଳିଥିଲେ । ଶୁଭମ ଦୁବେ ୧୭ ବଲରେ ୨୭ ରନ କରି ରନ ଆଉଟ୍ ହୋଇଥିଲେ । ସେ ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ରିଙ୍କୁ ସିଂ ଗୋଟିଏ ଛକା ଓ ଗୋଟିଏ ଚୌକା ସହାୟତରା ୪ ଟି ବଲରେ ୧୧ ରନ କରିଥିଲେ । ଶେଷରେ ଅକ୍ଷର ପଟେଲେ ଗୋଟିଏ ବଲ ଖେଳି ଆଉଟ ହୋଇଥିଲେ । ପାକିସ୍ତାନ ପକ୍ଷରୁ ସର୍ବାଧିକ ୱିକେଟ ନେଇଥିଲେ ସାମ ଆୟୁବ । ୪ ଓଭରରେ ୨୫ ରନ ଦେଇ ୩ଟି ୱିକେଟ୍ ନେଇଥିଲେ । ବହୁଚର୍ଚ୍ଚିତ ସ୍ପିନ ବୋଲର ଉସମାନ ତାରିକଙ୍କୁ ମିଳିଥିଲା ଗୋଟିଏ ୱିକେଟ୍ । ସଲମାନ ଆଘା ଓ ସାହିନ ଆଫ୍ରିଦିଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।
ପୁରୀ ଶ୍ରୀମନ୍ଦିର ନିକଟରେ ବଡଧରଣର ଅଗ୍ନିକାଣ୍ଡ
ପୁରୀ : ଗତକାଲି ବିଳମ୍ବିତ ରାତିରେ ପୁରୀ ଶ୍ରୀମନ୍ଦିର ନିକଟରେ ବଡଧରଣର ଅଗ୍ନିକାଣ୍ଡ ଘଟଣା ଘଟିଯାଇଛି । ଶ୍ରୀଦାଣ୍ଡର ଏକ ଇଲେକ୍ଟ୍ରି ଟ୍ରାନସଫରମରରେ ନିଆଁ ଲାଗିବାରୁ ଅଗ୍ନିକାଣ୍ଡ ଘଟିଛି । ଦୁଇଟି ଦମକଳ ଗାଡି ଆସି ନିଆଁକୁ ଆୟତ କରିଥିଲେ । ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଟ୍ରାନସଫରମରରେ ନିଆଁ ଲାଗି ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା । ଘଟଣାରେ ଟ୍ରାନ୍ସଫରମରଟି ଜଳି ପୋଡି ନଷ୍ଟ ହୋଇଥିବା ବେଳେ ସୌଭାଗ୍ୟ ବଶତଃ ନିଆଁ ବ୍ୟାପିବା ପୂର୍ବରୁ ଆୟତ କରାଯାଇଥିଲା । ତେବେ ସଟସର୍କିଟ ଯୋଗୁଁ ଟ୍ରାନସଫରମରରେ ନିଆଁ ଲାଗିଛି ନା ଅନ୍ୟ କିଛି କାରଣ ହେତୁ ଅଗ୍ନିକାଣ୍ଡ ଘଟିଛି ସେନେଇ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ଅଧାରେ ଅଟକିଛି ଭିକ୍ଷୁକ ମୁକ୍ତ କଟକ ଅଭିଯାନ, ଫେଲ ମାରିଛି CMCର ଥଇଥାନ ନୀତି
ଅଧାରେ ଅଟକିଛି ଭିକ୍ଷୁକ ମୁକ୍ତ କଟକ ଅଭିଯାନ, ଫେଲ ମାରିଛି CMCର ଥଇଥାନ ନୀତି
ନନ୍ଦିଘୋଷ ବ୍ୟୁରୋ: କଟକରେ ଦିନକୁ ଦିନ ବୃଦ୍ଧି ପାଉଛି ଭିକ୍ଷୁକ ସଂଖ୍ୟା । ସମସ୍ତ ଧାର୍ମିକ ସ୍ଥଳ ଓ ସର୍ବସାଧାରଣ ସ୍ଥାନରୁ ଭିକ୍ଷୁକଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖିଥିଲା କଟକ ମହାନଗର ନିଗମ । କିନ୍ତୁ ଦୁଇ ବର୍ଷ ହେଲା ଭିକ୍ଷୁକ ଚିହ୍ନଟ ପ୍ରକ୍ରିୟା ବନ୍ଦ ଥିବାରୁ ଏହି ଲକ୍ଷ୍ୟ ପୂରଣ ହୋଇପାରୁନି । ଯାହାକୁ ନେଇ ସାଧାରଣରେ ପ୍ରକାଶ ପାଇଛି ଅସନ୍ତୋଷ ।
ଅଧାରେ ଅଟକିଛି ଭିକ୍ଷୁକ ମୁକ୍ତ କଟକ ଅଭିଯାନ । ଫେଲ ମାରିଛି ସିଏମସିର ଭିକ୍ଷୁକ ଥଇଥାନ ନୀତି । ବହୁ ଉଦ୍ୟମ ପରେ ବି ସଫଳ ହେଉନି ପ୍ରୟାସ । କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ଗୋଷ୍ଠୀଙ୍କ ଅସହଯୋଗ ମୁଖ୍ୟ କାରଣ । କଟକ ସହରକୁ ଭିକ୍ଷୁକ ମୁକ୍ତ କରିବା ନିମନ୍ତେ ସିଏମସି ପକ୍ଷରୁ ଆରମ୍ଭ ହୋଇଥିଲା ଯୋଜନା । ସବୁ ଧାର୍ମିକ ତଥା ସର୍ବସାଧାରଣ ସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି ମୁଖ୍ୟ ସ୍ରୋତରେ ସାମିଲ କରାଯିବାକୁ ଲକ୍ଷ୍ୟ ରହିଥିଲା । ଏଥିପାଇଁ ବିଭିନ୍ନ ବେସରକାରୀ ସଂସ୍ଥାଙ୍କୁ ଦାୟିତ୍ଵ ମଧ୍ଯ ଦିଆଯାଇଥିଲା । କିନ୍ତୁ ଗତ ଦୁଇବର୍ଷ ଧରି ସହରରେ ଭିକ୍ଷୁକ ଚିହ୍ନଟ ପ୍ରକ୍ରିୟା ବନ୍ଦ ରହିଛି । ଫଳରେ ବିଭିନ୍ନ ମନ୍ଦିର ଓ ସର୍ବସାଧାରଣ ସ୍ଥାନରେ ଭିକ୍ଷୁକ ସଂଖ୍ୟା ବୃଦ୍ଧି ପାଉଥିବା ସହରବାସୀ ଅଭିଯୋଗ କରିଛନ୍ତି ।
କଟକ ମହାନଗର ନିଗମ ପକ୍ଷରୁ ଭିକ୍ଷୁକଙ୍କ ପାଇଁ ସହରରେ ତିଆରି ହୋଇଛି ୩ଟି ପୁନର୍ବାସ କେନ୍ଦ୍ର । ଜଗତପୁରଠାରେ ମହିଳା ଏବଂ ଶିଶୁମାନଙ୍କ ପାଇଁ କେନ୍ଦ୍ର ଥିବାବେଳେ ୪୨ ମୌଜାର ବେଣ୍ଟକାର ଓ କଟକ ସଦର ଭାଣପୁରଠାରେ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଆନନ୍ଦାଳୟ ବନ୍ଦାଳୟ ଖୋଲା ଯାଇଛି । ପୂର୍ବରୁ ପ୍ରତି ଦୁଇ ସପ୍ତାହରେ ୩ ଥର ଭିକ୍ଷୁକଙ୍କୁ ଚିହ୍ନଟ କରାଯାଇ ଆନନ୍ଦାଳୟକୁ ଅଣାଯାଇ ସେମାନଙ୍କୁ ଖାଦ୍ୟ ପାନୀୟ ଓ ରହଣି ଖର୍ଚ୍ଚ ଯୋଗାଇ ଦେଉଥିଲେ ସରକାର । କିନ୍ତୁ କାର୍ଯ୍ଯାନୁଷ୍ଠାନ ଓ ଦାୟିତ୍ବରେ ଥିବା ଗୋଷ୍ଠୀର ଆନ୍ତରିକତା ଅଭାବରୁ ଏହା କାର୍ଯ୍ଯକ୍ଷମ ହୋଇ ପାରୁ ନଥିବା କହିଛନ୍ତି ମେୟର ।

