spot_img

Latest Posts

୨୮ ମାସ ପରେ ବି ଅଧାଗଢ଼ା ମନ୍ତ୍ରିମଣ୍ଡଳ, ହେବ କି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ?

ନନ୍ଦିଘୋଷ ବ୍ୟୁରୋ: ବିଜେପି ଓଡିଶାରେ ସରକାର ଗଠନ କରିବାର ୨୮ ମାସ ପରେ ବି ଅଧାଗଢା ସରକାରରେ ଚାଲିଛି ଶାସନ । ରାଜ୍ୟ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅଧିକାଂଶ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗଥିବାରୁ ଭାରାକାନ୍ତ ହୋଇଛନ୍ତି ମନ୍ତ୍ରୀମାନେ । କେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ ତାକୁ ନେଇ ପାଓ୍ବାର କରିଡ଼ରରେ ମଝିରେ ମଝିରେ ଚର୍ଚ୍ଚା ଜୋରଧରୁଛି । ଆଉ ଏ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରିବା । ତେବେ ଏନେଇ ମୁହଁ ଖୋଲିନାହାନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ, ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ, ଜଳ ସମ୍ପଦ, ଯୋଜନା ଓ ସମନ୍ବୟ ସହ ଆବଣ୍ଟିତ ନହୋଇଥିବା ଅନ୍ୟ ବିଭାଗ ରହିଛି । ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପାଖରେ ଆଇନ, ଅବକାରୀ, ପୂର୍ତ୍ତ ବିଭାଗ, ମନ୍ତ୍ରୀ ମୁକେଶ ମହାଲିଙ୍ଗ ପାଖରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ ବିଭାଗ ରହିଛି । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପାଖରେ କ୍ରୀଡ଼ା ଓ ଯୁବ ବ୍ୟାପାର, ଉଚ୍ଚଶିକ୍ଷା , ଓଡିଆ ଭାଷା ଓ ସଂସ୍କୃତି ବିଭାଗ ରହିଛି । ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମନ୍ତ୍ରିମଣ୍ଡଳରେ ୧୬ ଜଣ ମନ୍ତ୍ରୀ ଅଛନ୍ତି । ନିୟମ ଅନୁସାରେ ୨୨ ଜଣ ମନ୍ତ୍ରୀ ରହିପାରିବେ । ଏବେ ବି ୬ଟି ମନ୍ତ୍ରୀପଦ ଖାଲି ରହିଛି । ରାଜନୈତିକ ସମୀକ୍ଷକଙ୍କ କହିଛନ୍ତି ବହୁମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବାରୁ ସରକାର ସ୍ଥାଣୁ ପାଲଟିଯାଇଛି । ଗଣଶିକ୍ଷା ମନ୍ତ୍ରୀ, ଯୋଗାଣ ମନ୍ତ୍ରୀଙ୍କ ସହ କିଛି ମନ୍ତ୍ରୀ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ।

Latest Posts

Don't Miss