spot_img
Home Blog Page 1246

ନୂଆବର୍ଷରେ ମଦ୍ୟପାନ ମାମଲାରେ ଟପ୍ ରେ ରହିଛି ଏହି ରାଜ୍ୟ

ନନ୍ଦିଘୋଷ ବ୍ୟୁରୋ: ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଅନ୍ଦାଜରେ ଉତ୍ସବ ମନାଉଛନ୍ତି । କିଏ ନୂଆବର୍ଷରେ ଭଗବାନଙ୍କ ପୂଜାର୍ଚ୍ଚନା କରୁଛି ତ ଆଉ କିଏ ଗରିବ ଲୋକକୁ ଦାନ-ପୂଣ୍ୟ କରୁଥିବା ଦେଖାଯାଇଥିଲା । ତେବେ ୨୦୨୫ର ଆଗମନର ଖୁସି ମନାଇବାକୁ ଯାଇ ଦେଶ-ବିଦେଶରେ ହଜାର ହଜାର କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।  ନୂଆବର୍ଷ ଅବସରରେ ଭାରତୀୟମାନେ କୋଟି କୋଟି ଟଙ୍କାର ମଦ ସେବନ କରିଥିବା ଜଣାପଡ଼ିଛି । ଦେଶର ବିଭିନ୍ନ ରାଜ୍ୟମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶ ଟପରେ ରହିଛି । ଏହି ରାଜ୍ୟରେ ସର୍ବାଧିକ ୬୦୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି । ସେହିପରି ଦିଲ୍ଲୀ-ଏନସିଆାରରେ ୪୦୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି । ମଦ୍ୟପାନରେ ଏହି ରାଜ୍ୟ ତୃତୀୟ ସ୍ଥାନରେ ରହିଛି । ଏଥର ନୂଆବର୍ଷରେ ମଦ୍ୟପାନ ମାମଲାରେ ଭାରତୀୟମାନେ ଏକ ନୂଆ ରେକର୍ଡ କରିଛନ୍ତି ।

ସେହିପରି କର୍ଣ୍ଣାଟକରେ ଲୋକମାନେ ନୂଆବର୍ଷରେ ୩୦୮ କୋଟି ଟଙ୍କାର ମଦ ସେବନ କରିଛନ୍ତି । ତେଲେଙ୍ଗାନା ମଧ୍ୟ ଏହି କ୍ଷେତ୍ରରେ ପଛରେ ପଡ଼ିନାହିଁ । ନୂଆବର୍ଷରେ ଏହି ରାଜ୍ୟବାସୀ ୪୦୨ କୋଟି ଟଙ୍କାର ମଦ ସେବନ କରିବା ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି । କେରଳରେ ୧୦୮ କୋଟି ଟଙ୍କାର ମଦ ବିକ୍ରି ହୋଇଛି । କେବଳ ନୋଏଡ଼ାରେ ଦୁଇ ଦିନରେ ୧୬ କୋଟିର ମଦ ବିକ୍ରି ହୋଇଥିଲା । ଅନଲାଇନ ଆପ୍ସରେ ଆଳୁ ଭୂଜିଆ, ଚିପ୍ସ ଓ ଆଇସ କ୍ୟୁବ ସର୍ବାଧିକ ମାତ୍ରାରେ ବିକ୍ରି ହୋଇଥିଲା । ଚଳିତ ବର୍ଷ ନୂଆବର୍ଷରେ ପାଖାପାଖି ୧୫ ହଜାର କୋଟି ଟଙ୍କାର ମଦ ବିକ୍ରି ହୋଇଛି । ଡେରାଡୁନ ଓ ନୈନିତାଲ ପର୍ଯ୍ୟଟନ ସ୍ଥଳରେ ସର୍ବାଧିକ ମଦ ବିକ୍ରି ହୋଇଛି । ଉତ୍ତରାଖଣ୍ଡରେ ଗୋଟିଏ ଦିନରେ ମଦ ବିକ୍ରି ପାଇଁ ମୋଟ ୬୦୦ ଥର ଲାଇସେନ୍ସ ଜାରି କରାଯାଇଥିଲା, ସେଥିମଧ୍ୟରୁ ୩୭ ହଜାରରୁ ଅଧିକ ଇଂରାଜୀ ମଦ ପେଟି ବିକ୍ରି ହୋଇଥିଲା ।

ଆମେରିକା ନ୍ୟୁ ଅର୍ଲିନ୍ସରେ ଆଖିବୁଜା ଗୁଳିମାଡ଼ ଘଟଣାରେ ମୃତ୍ୟୁ ସଂଖ୍ଯା ୧୫କୁ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: ନୂଆବର୍ଷକୁ ନେଇ ସମଗ୍ର ବିଶ୍ବରେ ଉତ୍ସବର ମାହୋଲ ଥିବାବେଳେ ଆମେରିକାର ନ୍ୟୁ ଅର୍ଲିନ୍ସ ସହରରେ ଘଟିଛି ଅଘଟଣ। ନୂଆବର୍ଷ ପାଳନ ବେଳେ ଦ୍ରୁତ ଗତିରେ ମାଡିଆସିଥିଲା ଏକ ଟ୍ରକ। କେହି କିଛି ବୁଝିବା ଆଗରୁ ଲୋକଙ୍କ ଉପରେ ଟ୍ରକଟି ମାଡ଼ି ଯାଇଥିଲା। ତା’ପରେ ଗାଡ଼ିରୁ ଓହ୍ଲାଇ ଜଣେ ଆତତାୟୀ ଆଖିବୁଜା ଗୁଳିମାଡ଼ କରିଥିଲା। ଏଥିରେ ୧୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆକ୍ରମଣକାରୀକୁ ଗୁଳି କରି ମାରିଦେଇଛି। ତେବେ କାହିଁକି ଏଭଳି କାଣ୍ଡ ଘଟାଇଲା ତାହା ସ୍ପଷ୍ଟ ହୋଇପାରିନାହିଁ। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରୁଛି। ISIS ଆତଙ୍କୀ ଲିଙ୍କର ଗନ୍ଧ ବାରିଲା ତଦନ୍ତକାରୀ ସଂସ୍ଥା ଏଫବିଆଇ। ନାଗରିକଙ୍କ ସୁରକ୍ଷା ପ୍ରତି ଗୁରୁତ୍ଵାରୋପ କଲେ ରାଷ୍ଟ୍ରପତି ବାଇଡେନ।

ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ଜନିତ ସମସ୍ୟା କାରଣରୁ ସିଡନୀ ଟେଷ୍ଟରୁ ବାଦ୍ ପଡ଼ିଲେ ଆକାଶ ଦୀପ

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଟିମ୍ ଇଣ୍ଡିଆ ୨-୧ରେ ପଛୁଆ ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଆଉ ଏକ ବଡ଼ ଚିନ୍ତାଜନକ ଖବର । ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଅନ୍ତିମ ତଥା ପଞ୍ଚମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି ଭାରତୀୟ ଖେଳାଳି ଆକାଶ ଦୀପ । ଆକାଶ ଦୀପ ସିଡନୀ ଟେଷ୍ଟରେ ଖେଳିବେନି ବୋଲି ଟିମ୍ ଇଣ୍ଡିଆର ହେଡ୍ କୋଚ ଗୌତମ ଗମ୍ଭୀର ସୂଚନା ଦେଇଛନ୍ତି । ପିଠି ସମସ୍ୟା କାରଣରୁ ଆକାଶ ଦୀପ ପ୍ଲେଇଂ-୧୧ରୁ ବାଦ୍ ପଡ଼ିଥିବା କୋଚ ଗମ୍ଭୀର ସୂଚନା ଦେଇଛନ୍ତି । ଆକାଶଦୀପ ବାଦ୍ ପଡ଼ିବା ପରେ ଏବେ ସିଡନୀ ଟେଷ୍ଟ ପାଇଁ ଦଳରେ କାହାକୁ ସାମିଲ କରାଯିବ, ତାହା ଏକ ବଡ଼ ପ୍ରଶ୍ନ । ଏପରି ସ୍ଥିତିରେ ହର୍ଷିତ ରାଣା ଓ ପ୍ରସିଦ୍ଧ କୃଷ୍ଣାଙ୍କ ମଧ୍ୟରୁ ଜଣଙ୍କୁ ସାମିଲ କରାଯାଇପାରେ । । ହର୍ଷିତ ପୂର୍ବରୁ ଦୁଇଟି ଟେଷ୍ଟ ଖେଳି ସାରିଥିବାରୁ ସେ ସ୍ଥାନ ପାଇବାର ଅଧିକ ସମ୍ଭାବନା ରହିଛି ।

ଆକାଶଦୀପ ବ୍ରିସେବନ ଓ ମେଲବର୍ଣ୍ଣ ଦୁଇ ଟେଷ୍ଟରେ ୫ଟି ଓ୍ବିକେଟ ଅକ୍ତିଆର କରିଥିଲେ । ତାଙ୍କର ବୋଲିଂରେ ଅନେକ କ୍ୟାଚ ହାତଛଡ଼ା ହୋଇଥିବାରୁ ସେ ଅଧିକ ଓ୍ବିକେଟ ନେବାରୁ ବଞ୍ଚିତ ହୋଇଥିଲେ । ଚଳିତ ସିରିଜରେ ଭ୍ରମଣକାରୀ ଦଳ ଭାରତ ନିଜର ଶୋଚନୀୟ ପ୍ରଦର୍ଶନକୁ ନେଇ ଚିନ୍ତିତ ରହିଥିବା ବେଳେ ଏବେ ଆକାଶ ଦୀପ ବାଦ୍ ପଡ଼ିବା ପରେ ଦଳ ପାଇଁ ଆହୁରି ମୁସ୍କିଲ ବଢ଼ିଯାଇଛି । ଅନ୍ୟପକ୍ଷରେ ରୋହିତ ଶର୍ମା ଓ ଋଷଭ ପନ୍ତଙ୍କ ଖେଳିବା ନେଇ ମଧ୍ୟ ଅନିଶ୍ଚିତତା ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ମଧ୍ୟମ କ୍ରମରେ ପନ୍ତ ଓ ରୋହିତଙ୍କ ସ୍ଥାନରେ ଧ୍ରୁବ ଜୁରେଲ ଓ ସରଫରାଜ ଖାନଙ୍କୁ ସୁଯୋଗ ମିଳିପାରେ । ସୂଚନାଯୋଗ୍ୟ ଯେ, ଚଳିତ ଟେଷ୍ଟ ସିରିଜରେ ଅନ୍ତିମ ମ୍ୟାଚରେ ଜିତି ଭାରତ ସ୍ଥିତି ବରାବର କରିବାକୁ ପ୍ରୟାସ କରିବ । ବର୍ଡର-ଗାଭାସ୍କର ଟ୍ରଫିର ପ୍ରଦର୍ଶନ ଭାରତର ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ (WTC) ପଏଣ୍ଟସ୍ ଟେବୁଲକୁ ପ୍ରଭାବିତ କରିବ ।

ସମ୍ବଲପୁରର ମୋତୀଝରଣ ଅଞ୍ଚଳରେ ଜବରଦଖଲ ପାଇଁ ୧୬୩ ଧାରା ଲାଗୁ

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ସହରରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି । ସମ୍ବଲପୁରର ମୋତୀଝରଣ ଏରିଆରେ ଜବରଦଖଲ ପାଇଁ ୧୬୩ ଧାରା ଲାଗୁ ହୋଇଛି । ମୋତିଝରଣ ଇରିଆରୁ ୨୦୦ମିଟର ପର୍ଯ୍ୟନ୍ତ ୧୬୩ଧାରା ଲାଗୁ ହୋଇଛି । କୌଣସି ଅପ୍ରିତିକର ଘଟଣା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଆଜିଠୁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା, ଜାନୁଆରୀ ୧୨ ତାରିଖ ଯାଏଁ ଚାଲିବ

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା । ଏହା ଜାନୁଆରୀ ୧୨ ତାରିଖ ଯାଏଁ ଚାଲିବ। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଦୂରନିରନ୍ତର ବିଭାଗରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍ ଓ ପ୍ରୋଜେକ୍ଟ ପରୀକ୍ଷା ଦେବେ। ବିଜ୍ଞାନ ବିଭାଗରେ ସର୍ବାଧିକ ୧ଲକ୍ଷ ୨୫ ହଜାର ଏବଂ କଳା ବିଭାଗରେ ପ୍ରାୟ ୧ ଲକ୍ଷ ପରୀକ୍ଷାର୍ଥୀ ରହିଛନ୍ତି। ଜାନୁଆରୀ ୧୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷାର ୬୦ ମାର୍କ, ୫୦ ମାର୍କ ଓ ୩୦ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ ବିଷୟ ଲାଗି ୩ ଘଣ୍ଟା ଏବଂ ୧୫ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଦୁଇ ଘଣ୍ଟା ଅବଧି ରହିଛି । ବିଜ୍ଞାନ ବିଭାଗର ୧୨ଟି, କଳା ବିଭାଗର ୮, ବାଣିଜ୍ୟ ବିଭାଗର ଦୁଇ, ଧନ୍ଦାମୂଳକ ବିଭାଗର ୧୦ରୁ ଅଧିକ ବିଷୟରେ ପ୍ରୋଜେକ୍ଟ ପରୀକ୍ଷା ହେବ। ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ରରେ ପହଞ୍ଚିବା ଆବଶ୍ୟକ।

ପରୀକ୍ଷାରେ କୌଣସି ପ୍ରକାର ସମସ୍ୟା ଉପୁଜିଲେ, ତୁରନ୍ତ ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବାକୁ କୁହାଯାଇଛି। ପ୍ରାକ୍ଟିକାଲ୍ ପରୀକ୍ଷାରେ ସ୍ଵଚ୍ଛତା ଆଣିବା ଦିଗରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ ପଦକ୍ଷେପ ନେଇଛି। ପରୀକ୍ଷା ସରିବା କ୍ଷଣି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ ୨ କଲେଜ କର୍ତ୍ତୃପକ୍ଷ ଜାନୁଆରୀ ୧୦ରୁ ୨୫ ତାରିଖ ମଧ୍ୟରେ ଇଣ୍ଟରନାଲ ଆସେସ୍‌ମେଣ୍ଟ ଓ ପ୍ରାକ୍ଟିକାଲ ପରୀକ୍ଷାର ମାର୍କ ସାମ୍‌ସ ପୋର୍ଟାଲରେ ଦାଖଲ କରିବେ । ପ୍ରାକ୍ଟିକାଲ୍ ପରୀକ୍ଷାର ଉତ୍ତରଖାତା ଓ ମାର୍କ ଫଏଲ୍‌ରେ ଏକ୍ସଟରନାଲ୍ ପରୀକ୍ଷକଙ୍କ ଦସ୍ତଖତ ରହିବା ବାଧ୍ୟତାମୂଳକ । ନ ହେଲେ ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳ ସ୍ଥଗିତ ରଖାଯିବ ଏବଂ ଏଥିପାଇଁ କେନ୍ଦ୍ର ସୁପରିନଟେଣ୍ଡେଣ୍ଟ ଦାୟୀ ରହିବେ। ଜାନୁଆରୀ ୨୭ରୁ ଫୋବୃଆରୀ ୪ ମଧ୍ୟରେ ଜିଲ୍ଲା ଅନୁଯାୟୀ କଲେଜଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ମାର୍କର ହାର୍ଡକପି ପରିଷଦ ନିକଟରେ ଦାଖଲ କରିବେ । ଧାର୍ଯ୍ୟ ସମୟ ପରେ ଆସିଥିବା ପ୍ରାକ୍ଟିକାଲ ରେକର୍ଡ ଗୁଡ଼ିକୁ ଗ୍ରହଣ କରାଯିବନାହିଁ। ସମସ୍ତ କେନ୍ଦ୍ରରେ ପରୀକ୍ଷା ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପହଞ୍ଚିସାରିଛି।

୧୨୭୬ଟି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ସମେତ ୪୭୫ଟି ସେଲ୍ଫ ଫାଇନାନସିଂ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ପୂର୍ବରୁ ସମସ୍ତ କେନ୍ଦ୍ରରେ ସିସିଟିଭିକୁ ସୁନିଶ୍ଚିତ କରାଯାଇଛି। ପରୀକ୍ଷା ସମେତ ମୂଲ୍ୟାୟନ, ମାର୍କ ଫଏଲ୍‌ରେ ମାର୍କ ଚଢ଼ାଇବା, ଉତ୍ତରଖାତା ସଂଗ୍ରହ, ପରୀକ୍ଷକଙ୍କ ରିପୋର୍ଟ, ଉତ୍ତରଖାତା ପ୍ୟାକେଟ୍ ସିଲ୍ ପରି ବିଭିନ୍ନ କାର୍ଯ୍ୟକ୍ରମ ସିସିଟିଭି ନଜରରେ ହେବ । ସେଲ୍ଫ ଫାଇନାଲିଂ ବିଦ୍ୟାଳୟଗୁଡ଼ିକ ସିସିଟିଭି ଫୁଟେଜ୍‌ର ସିଡି ଡିଭିଡି ପରୀକ୍ଷା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ । ପ୍ରାକ୍ଟିକାଲ ପରୀକ୍ଷା ହେବାକୁ ଥିବା ଗୋଟିଏ ଗୃପ୍‌ରେ ସର୍ବାଧିକ ୨୪ ଜଣ ପରୀକ୍ଷାର୍ଥୀ ରହିପାରିବେ । ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା ଓ ଫାଷ୍ଟ୍ ଏଡ୍ ଉପଲବ୍ଧ ହେବାର ଆବଶ୍ୟକତାକୁ ପୂରଣ କରାଯାଇଛି। ପ୍ରାକ୍ଟିକାଲ ହେବାକୁ ଥିବା ଲାବରେଟୋରିରେ ଭେଣ୍ଟିଲେଟେଡ୍ ସୁବିଧା, ପର୍ଯ୍ୟାପ୍ତ ଆଲୋକୀକରଣ, ସେଲ୍ଫ ଫାଇନାନ୍ସ୍ ବିଦ୍ୟାଳୟରେ ସିସିଟିଭି କାର୍ଯ୍ୟକାରୀ ହେବ। ବାଧ୍ୟତାମୂଳକ ଓ ଅଗ୍ନିକାଣ୍ଡ ଭଳି ସମସ୍ୟାର ମୁକାବିଲା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। କୌଣସି କେନ୍ଦ୍ରରୁ ଅନିୟମିତତା ଅଭିଯୋଗ ଆସିଲେ, ପରିଷଦର ଅଧିକାରୀମାନେ ଗସ୍ତ କରିବେ।

ମୃତ ଚାଷୀଙ୍କ ପରିବାରକୁ ଏକ ଲକ୍ଷ ଟଙ୍କାର ସହାୟହା ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ସାରଣା ଗାଁର ମୃତ ଚାଷୀ କୃତିବାସ ସ୍ୱାଇଁଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ଭେଟିବା ପରେ ଏକ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ନବୀନ । ବାଲିକୁଦା ଏରସମା ବିଧାୟକ ମୃତକଙ୍କ ପରିବାରକୁ ଭେଟି ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।  ଲଗାଣ ବର୍ଷା ଓ ଲଘୁଚାପଜନିତ ବର୍ଷାରେ ସୁନାର ଫସଲ ନଷ୍ଟ ହେବା ପରେ ଚାଷୀ କୃତିବାସ ଋଣ ଶୁଝିବା ଚିନ୍ତାରେ ବେକରେ ରଶି ଲଗାଇ ସୋମବାର ରାତିରେ ଆତ୍ମହତ୍ୟା କରିଥିଲେ । ଏହି ଖବର ଶୁଣି ଦୁଃଖ ପ୍ରକାଶ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ବାଲିକୁଦା ବ୍ଲକ ଅଞ୍ଚଳ ଗସ୍ତ ସମୟରେ ମୃତ ଚାଷୀଙ୍କ ଘରକୁ ଯାଇ ପରିବାରକୁ ସମବେଦନା ଜଣାଇଥିଲେ।

କାହିଁକି ଏମିତି କହିଲେ ଗମ୍ଭୀର, ଟିମ ଇଣ୍ଡିଆରେ ଠିକଠାକ ଚାଲିନି କି ?

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆ ବର୍ଡର ଗାଭାସ୍କର ଟ୍ରଫି ଖେଳିବା ପାଇଁ ଏବେ ଅଷ୍ଟ୍ରେଲିଆ ଗସ୍ତରେ ରହିଛି । ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଥିବାବେଳେ ୨-୧ରେ ପଛୁଆ ରହିଛି ଭାରତ । ତେବେ ଦଳର ପ୍ରଦର୍ଶନ ଉପରେ ପ୍ରଭାବ ପକାଇଛି କନ୍ଦଳ । ଏଭଳି ଚର୍ଚ୍ଚାକୁ ନେଇ କିଛିଦିନ ଗଣମାଧ୍ୟମରେ ମଧ୍ୟ କିଛି ଖବର ଦେଖିବାକୁ ମିଳିଥିଲା । ତେବେ ଏହାରି ଭିତରେ ଗଣମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ କୋଚ ଗୌତମ ଗମ୍ଭୀର ।

ଗମ୍ଭୀର କହିଛନ୍ତି କି, ଡ୍ରେସିଂ ରୁମରେ ହେଉଥିବା ବିବାଦ ଡ୍ରେସିଂରୁମରେ ରହୁ । କୋଚ ଏବଂ ଖେଳାଳିଙ୍କ ମଧ୍ୟରେ ହେଉଥିବା ବିବାଦ ସେହି ଡ୍ରେସିଂରୁମରେ ରହିବା ଉଚିତ ବୋଲି କହିଛନ୍ତି ଗମ୍ଭୀର । ଏହାସହ ସେ କହିଛନ୍ତି କି, ଏବେ ସବୁକିଛି ଠିକ ଅଛି । ଆସନ୍ତାକାଲି ଆମେ ମଇଦାନକୁ ଓହ୍ଲାଉଛୁ ଦଳ ଅଷ୍ଟ୍ରେଲିଆକୁ ଟକ୍କର ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି । ସେପଟେ ପ୍ରେସମିଟରେ ଗମ୍ଭୀରଙ୍କ ରୋହିତଙ୍କ ସମ୍ପର୍କରେ ପଚରା ଯାଇଥିଲା । ସିଡନୀ ଟେଷ୍ଟର ପ୍ଲେଇଙ୍ଗ-୧୧ରେ ରୋହିତ ରହିବେ ତ ? ଏହାର ଉତ୍ତରରେ ଗମ୍ଭୀର କହିଥିଲଷ କି, ପିଚ ଏବଂ ଟସ ସମୟରେ ଆମେ ପ୍ଲେଇଙ୍ଗ ୧୧ ଘୋଷଣା କରିବୁ । ପିଠିରେ ଯନ୍ତ୍ରଣା କାରଣରୁ ଆକାଶ ଦୀପ ସିଡନୀ ଟେଷ୍ଟରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ହର୍ଷିତି ରାଣା କିମ୍ବା ପ୍ରସିଦ୍ଧ କିଷ୍ଣା ଦଳରେ ସ୍ଥାନ ପାଇବେ ।

ଇସ୍ରାଏଲର ଏୟାରଷ୍ଟ୍ରାଇକରେ ୨୮ ପାଲେଷ୍ଟିନୀୟଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଗାଜା ଉପରେ ଇସ୍ରାଏଲର ଜୋରଦାର ହମଲା। ଇସ୍ରାଏଲର ଏୟାରଷ୍ଟ୍ରାଇକରେ ୨୮ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି। ଶରଣାର୍ଥୀ କ୍ଯାମ୍ପ ଉପରେ ହମଲାରେ ଯାଇଛି ୨୮ ପାଲେଷ୍ଟିନୀୟଙ୍କ ଜୀବନ। ଜବାଲିଆ ଓ ବୁରେଜ ଶରଣାର୍ଥୀ କ୍ୟାମ୍ପ ଉପରେ ହୋଇଥିଲା ହମଲା। ଖାନ ୟୁନିସ ସହର ଉପରେ ମଧ୍ୟ ହମଲା ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଜଣାପଡିଛି। ହମାସ ଆତଙ୍କୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିବା କହିଛି ଆଇଡିଏଫ। ଦୀର୍ଘ ୧୫ ମାସରୁ ଅଧିକ ସମୟ ହେଲାଣି ଦୁଇ ଦେଶ ମଧ୍ୟରେ ଲାଗି ରହିଛି ଯୁଦ୍ଧ। ତେବେ ଇସ୍ରାଏଲ ସେନା କେବଳ ହମାସ ଆତଙ୍କୀଙ୍କୁ ଟାର୍ଗେଟ କରିଥିବା କହିଛି।

ଗାଜାର ଜବାଲିଆରେ ହୋଇଥିବା ଆକ୍ରମଣରେ ୭ ଜଣଙ୍କ ମୃତ୍ଯୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା  ଓ ୪ ଜଣ ଶିଶୁ ରହିଛନ୍ତି। ବୁରେଜ ଅଂଚଳରୁ ଇସ୍ରାଏଲ ଉପରେ ରକେଟ ହମଲା ହୋଇଥିଲା। ଏହାର ଜବାବ ଦେବାକୁ ଯାଇ ଏହି ଆକ୍ରମଣ ହୋଇଥିବା କହିଛି ଆଇଡିଏଫ୍।  ଇସ୍ରାଏଲ-ଗାଜା ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୪୫ ହଜାରରୁ ଅଧିକ ପାଲେଷ୍ଟିନୀୟଙ୍କ ଯୁଦ୍ଧରେ ମୃତ୍ଯୁ ଘଟିଛି। ଏମାନଙ୍କ ମଧ୍ୟରୁ ଅଧାରୁ ଅଧିକ ମହିଳା ଓ ଶିଶୁ। ପ୍ରବଳ ଥଣ୍ଡାରୁ ତମ୍ବୁରେ ରହୁଥିବା ଶରଣାର୍ଥୀ ଅତି ଦୟନୀୟ ଅବସ୍ଥାରେ ରହୁଥିବା କହିଛନ୍ତି ଗାଜାର ସ୍ଵାସ୍ଥ୍ୟ ମନ୍ତ୍ରାଳୟ

 

ବାଣୀ ବିହାର ଛକ ନିକଟ ରାସ୍ତା କଡ଼ରେ ଥିବା ଘର ଭାଙ୍ଗିଦେଲେ…

ନନ୍ଦିଘୋଷ ବ୍ୟୁରୋ: ଘର ଭାଙ୍ଗିଲେ ସରକାର। ବିଏମସି ଟିମ୍ କଲା ଉଚ୍ଛେଦ। ବାଣୀ ବିହାର ଛକ ନିକଟ ରାସ୍ତା କଡ଼ରେ ଥିବା ଘର ଭାଙ୍ଗିଦେଲେ ସରକାର। ରାସ୍ତା ପାର୍ଶ୍ବରୁ  ଜବରଦଖଲ ଉଚ୍ଛେଦ ବେଳେ ଅସନ୍ତୋଷ ଦେଖିବାକୁ ମିଳିଛି। ପ୍ରଥମେ ଥଇଥାନ ନକରି କାହିଁକି ଉଚ୍ଛେଦ ପାଇଁ ବାଧ୍ୟ କରାଗଲା ବୋଲି ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା। ପିଲାଛୁଆଙ୍କୁ ନେଇକି କୁଆଡେ ଯିବୁ ବୋଲି କହିଛନ୍ତି ବସ୍ତି ବାସିନ୍ଦା।   ପ୍ରବାସୀ ଭାରତୀୟ ଦିବସ ପଇଁ ସହରକୁ ସୁନ୍ଦର କରାଯାଉଛି। ସେଥିପାଇଁ ବଳି ପଡୁଛନ୍ତି ବସ୍ତି ବାସିନ୍ଦା

ଆଜି ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣଦାସଙ୍କ ଜାମିନ ଶୁଣାଣି

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ଗିରଫ ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣଦାସଙ୍କ ଆଜି ଜାମିନ ଶୁଣାଣି। ଚଟଗାଓଁ ମେଟ୍ରୋପଲିଟାନ କୋର୍ଟରେ ଆଜି ଜାମିନର ହେବ ଶୁଣାଣି। ବାଂଲାଦେଶ ଅଦାଲତରୁ ନ୍ୟାୟ ପାଇହବାକୁ ଆଶା ରଖିଛନ୍ତି ଇସକନ କର୍ତ୍ତୃପକ୍ଷ। ତେବେ ଜାମନ ଶୁଣାଣି ପୂର୍ବରୁ ଚିନ୍ମୟ କୃଷ୍ଣଦାସଙ୍କ ଓକିଲ ରବୀନ୍ଦ୍ର ଗୋଷ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିଯୋଗୁ ସେ କୋର୍ଟରେ ହାଜର ହେବା ସମ୍ଭାବନା କମ ରହିଛି। ଇସକନ କୋଲକାତା ଅନୁଷ୍ଠାନର ମୁଖପାତ୍ର ରାଧାରମଣ ଦାଶ ବାଂଲାଦେଶ କୋର୍ଟରୁ ନ୍ୟାୟ ପାଇବେ ବୋଲି ଆଶା କରିଛନ୍ତି। ଗତ ୨୭ ନଭେମ୍ବରରେ ବାଂଲାଦେଶ ପୋଲିସ ଇସକନ ସନ୍ଥ ଚିନ୍ମୟ କୃଷ୍ଣଦାସଙ୍କୁ ଗିରଫ କରିଥିଲା। ଏହାର ପରଦିନ ଚଟଗାଓଁ କୋର୍ଟରେ ମାମଲାର ଶୁଣାଣି ନେଇ ଅଦାଲତ ପରିସରରେ ଜୋରଦାର ହଙ୍ଗାମା ହୋଇଥିଲା। ଏହି ସମୟରେ ସୈଫୁଲ ଇସଲାମ ଅଲିଫ ନାମକ ଜଣେ ଆଇନଜୀବୀଙ୍କ ମୃତ୍ଯୁ ଘଟିଥିଲା। ଏହା ପୂର୍ବରୁ ଚିନ୍ମୟ କୃଷ୍ଣଦାସଙ୍କ ଓକିଲଙ୍କୁ କୋର୍ଟରେ ହାଜର ହେବାକୁ ଦିଆଯାଇନଥିଲା।