spot_img
Home Blog Page 1214

ଆଜିଠୁ ବଦଳିବ ଏହି ସବୁ ନିୟମ !

ନୂଆଦିଲ୍ଲୀ: ଆଜିଠୁ ଦେଶରେ ଅନେକ ପରିବର୍ତ୍ତନ । ଆଜିଠୁ ଅର୍ଥାତ୍ ଫେବୃଆରୀ ୧ ବଦଳିବ ନିୟମ। ଆଜି ୨୦୨୫-୨୬ କେନ୍ଦ୍ର ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ବଜେଟ୍ ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ ଆଜିଠୁ ବଦଳିବ ୫ ଟି ନିୟମ । ଯାହାର ପ୍ରଭାବ ଲୋକଙ୍କର ଦୈନନ୍ଦିନ ଜୀବନ ଉପରେ ପଡିପାରେ।

LPG ମୂଲ୍ୟରେ ପରିବର୍ତ୍ତନ 

ସାଧାରଣଃ ପ୍ରତ୍ୟେକ ମାସର ୧ ତାରିଖରେ ସରକାର ଏଲପିଜି ମୂଲ୍ୟ ବଦଳାନ୍ତି। ଏହା ଘର ରୋଷେଇଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ କ୍ଷେତ୍ର ପର୍ଯ୍ୟନ୍ତ ସବୁକିଛି ଉପରେ ପ୍ରଭାବ ପକାଇଥାଏ | ଆଜି LPG ର ନୂତନ ମୂଲ୍ୟ ଜାରି କରାଯାଇପାରେ । କିଛି ଦିନ ଧରି ୧୯ କେଜି କମର୍ଶିଆଲ LPG ସିଲିଣ୍ଡରର ମୂଲ୍ୟରେ ଅନେକ ପରିବର୍ତ୍ତନ ହୋଇଛି। ଅନ୍ୟପଟେ ଅନେକ ଦିନ ଧରି ୧୪ କେଜି ସିଲିଣ୍ଡରର ଦାମ ସ୍ଥିର ରହିଛି । ଏଥିପାଇଁ ଫେବୃଆରୀ ୧ରେ LPG ସିଲିଣ୍ଡରର ଦରରେ ପରିବର୍ତ୍ତନ ହେବାର ଆଶଙ୍କା ରହିଛି ।

ବୃଦ୍ଧି ପାଇପାରେ ATF ଇନ୍ଧନ ଦର

ଏୟାର ଟର୍ବାଇନ ଇନ୍ଧନ(ATF)ର ଦରରେ ପରିବର୍ତ୍ତନ ଦେଖାଯାଇପାରେ। ଯଦି ଦର ବୃଦ୍ଧି ପାଏ, ତେବେ ବିମାନ ଯାତ୍ରା ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ ।

ଏଟିଏମ ଉଠାଣ ଫିସରେ ପରିବର୍ତ୍ତନ 

ନୂଆ ନିୟମ ଅନୁସାରେ, ଏଟିଏମରୁ ଫ୍ରି ଟ୍ରାଞ୍ଜାକ୍ସନ ସଂଖ୍ୟାକୁ କମ କରିଦିଆଯାଇଛି । ଏବେ କେବଳ ପ୍ରତି ମାସରେ ୩ ଫ୍ରି ଟ୍ରାଞ୍ଜାକ୍ସନର ଅନୁମତି ରହିବ । ଏହାପରେ ପ୍ରତି ଅତିରିକ୍ତ ଟ୍ରାଞ୍ଜାକ୍ସନରେ ୨୫ ଟଙ୍କା ଶୁଳ୍କ ପଡିବ । ଯାହା ପୂର୍ବରୁ ୨୦ ଟଙ୍କା ଥିଲା । ଅନ୍ୟ ବ୍ୟାଙ୍କ ଏଟିଏମରୁ ଉଠାଣ କଲେ ଏହି ଶୁଳ୍କ ୩୦ ଟଙ୍କା ଦେବାକୁ ହେବ । ଆଉ ଗୋଟିଏ ଦିନରେ ଆପଣ କେବଳ ୫୦ ହଜାର ଟଙ୍କା ଉଠାଇ ପାରିବେ। ଏହି ପରିବର୍ତ୍ତନ ଡିଜିଟାଲ ଟ୍ରାଞ୍ଜାକ୍ସନକୁ ପ୍ରୋତ୍ସାହନ ଦେବାକୁ କରାଯାଇଛି।

ମାରୁମହଙ୍ଗାତି ସୁଜିକ କାର କିଣିବା ପଡିବ 

ବଢୁଥିବା ମୂଲ୍ୟକୁ ଦୃଷ୍ଟିରେ ରଖି ଦେଶର ଅଗ୍ରଣୀ କାର ନିର୍ମାତା ମାରୁତି ସୁଜୁକି ଫେବୃଆରୀ ୧ ରୁ ଏହାର ବିଭିନ୍ନ ମଡେଲର ମୂଲ୍ୟ 32,500 ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛି ଯେଉଁ ମଡେଲଗୁଡିକର ମୂଲ୍ୟ ପରିବର୍ତ୍ତନ ହେବ । ଏଥିମଧ୍ୟରେ ଅଲ୍ଟୋ K10, S-Presso, Celerio, Wagon R, Swift, Dezire, Brezza, Ertiga, Ignis, Baleno, Ciaz, XL6, FrontX, Invicto, Jimny ଏବଂ Grand Vitara ଅନ୍ତର୍ଭୁକ୍ତ ରହିଛି ।

ଡିଜିଟାଲ ବ୍ୟାଙ୍କିଙ୍ଗ ସେବାରେ ବିସ୍ତାର  

ବ୍ୟାଙ୍କିଙ୍ଗ ସେବାକୁ ଅଧିକ ଡିଜିଟାଲ  ଓ ଗ୍ରାହକ କୈନ୍ଦ୍ରିକ କରିବା ପାଇଁ ଅନଲାଇନ ଓ ମୋବାଇଲ ବ୍ୟାଙ୍କିଙ୍ଗରେ ନୂଆ ଫିଚର୍ସ ଯୋଡା ଯାଇଛି । ଗ୍ରାହକ ଏବେ ଅଧିକ ସୁରକ୍ଷିତ ଓ ଦ୍ରୁତ ନେଣଦେଣ କରିପାରିବେ । ଡିଜିଟାଲ ମାଧ୍ୟମରେ ପୈଠ କଲେ ଅତିରିକ୍ତ ଲାଭ ଓ କ୍ୟାସବ୍ୟାକ ଲାଭ ବି ମିଳିପାରିବ ।

୧ ଫେବୃଆରୀ ୨୦୨୫ରୁ ଲାଗୁ ହେଉଥିବା ବ୍ୟାଙ୍କ ନୂଆ ନିୟମ  ବ୍ୟାଙ୍କ ସେବାକୁ ଅଧିକ ପ୍ରଭାବୀ ଓ ଗ୍ରାହକ ଅନୁକୂଳ କରିବା ଦିଗରେ ପାଦ ପକାଇବ। ଖାତାଧାରକଙ୍କୁ ନିଜ ବ୍ୟାଙ୍କର ଅଫଲାଇନ ଅଭ୍ୟାସକୁ ବଦଳାଇବାକୁ ପଡିବ। ଏହା ଡିଜିଟାଲ ବ୍ୟାଙ୍କିଙ୍ଗ ଉପଯୋଗୀତାକୁ ପ୍ରୋତ୍ସାହନ ଓ ନଗଦ ନେଣଦେଣକୁ କମ କରିବା ଦିଗରେ କାମ କରିବ।

 

 

 

and-bank-tutc-

ଏଥରର ବଜେଟକୁ ନେଇ ଦେଶବାସୀଙ୍କର ରହିଛି ଅନେକ ଆଶା

ନୂଆଦିଲ୍ଲୀ: ଏଥରର କେନ୍ଦ୍ରୀୟ ବଜେଟକୁ ନେଇ ଅନେକ ଆଶା କରାଯାଉଛି। ଆୟକର ସୀମା ନେଇ ବଡ଼ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭିତ୍ତିଭୂମି, ମୁଦ୍ରାସ୍ଫୀତି, ଦରବୃଦ୍ଧି ଉପରେ ରହିପାରେ ଫୋକସ। ବିଶ୍ବରେ ଭାରତର ଅର୍ଥନୀତିକୁ ଶକ୍ତିଶାଳୀ କରିବାକୁ ଭିଜନ ପ୍ରସ୍ତୁତ କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଇଭି, ଶିକ୍ଷା, ସ୍ବାସ୍ଥ୍ୟ ଆଦି କ୍ଷେତ୍ରକୁ ମିଳିପାରେ ପ୍ରାଧାନ୍ୟ। କୃଷି ଏବଂ କୃଷକଙ୍କୁ ନେଇ କେନ୍ଦ୍ରୀୟ ବଜେଟରେ ବଡ଼ ଘୋଷଣା କରିପାରନ୍ତି ସରକାର। କିଷାନ ସମ୍ମାନ ନିଧି ପାଣ୍ଠି ବୃଦ୍ଧି କରିପାରନ୍ତି ସରକାର। ଏହାଦ୍ୱାରା ଚାଷୀଙ୍କୁ ସିଧାସଳଖ ପହଞ୍ଚିବ ସହାୟତା ଅର୍ଥ। ଏହାସହ ଚାଷୀଙ୍କୁ କ୍ରେଡିଟ କାର୍ଡ ଉପରେ ମିଳୁଥିବା ଋଣ ପରିମାଣ ମଧ୍ୟ ବୃଦ୍ଧି ହୋଇପାରେ। ୩ ଲକ୍ଷରୁ ବଢି ୫ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ ଚାଷୀଙ୍କୁ ମିଳୁଥିବା ଋଣ ପରିମାଣ।

ସେହିପରି ମହିଳାଙ୍କୁ ସରକାର ଫୋକସ କରିପାରନ୍ତି। ମହିଳା ସଶକ୍ତୀକରଣ ଲାଗି ୩ ଲକ୍ଷ କୋଟି ଅର୍ଥ ଆବଣ୍ଟିତ କରିପାରନ୍ତି। ସମାନ କାମକୁ ସମାନ ବେତନ ନିୟମ ଲାଗୁ କରିପାରନ୍ତି ସରକାର। ସେହିପରି ମଧ୍ୟମ ବର୍ଗୀୟଙ୍କ ଲାଗି କିଛି ଖୁସି ଖବର ମିଳିପାରେ। ଆୟକର ସ୍ଲାବରେ ବୃଦ୍ଧି ହୋଇପାରେ।

ସେହିପରି କ୍ରିପ୍ଟୋ କରେନ୍ସି ଉପରେ ସରକାର କିଛି ନୂଆ ଘୋଷଣା କରିପାରନ୍ତି। କ୍ରିପ୍ଟୋ କରେନ୍ସିକୁ ନେଇ କେନ୍ଦ୍ରୀୟ ବଜେଟରେ ,ସକାରାତ୍ମକ ଏବଂ ପ୍ରଗତିଶୀଳ ପରିବର୍ତ୍ତନ ଆଶା କରାଯାଉଛି। ସେହିପରି ଏମଏସଏମଇକୁ ମଧ୍ୟ ଗୁରୁତ୍ଵ ଦେଇପାରନ୍ତି ସରକାର। ଇଜ ଅଫ ଡୁଇଁକୁ ନେଇ କିଛି ନୂଆ ଘୋଷଣା ଆସିପାରେ। ପର୍ଯ୍ୟଟନ, ପ୍ରତିରକ୍ଷା କ୍ଷେତ୍ରର ବଜେଟ ପରିମାଣ ବୃଦ୍ଧି ପାଇପାରେ ।

ଆଜି ସଂସଦରେ ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକ ବଜେଟ

ନୂଆଦିଲ୍ଲୀ: ଆଜି କେନ୍ଦ୍ରୀୟ ବଜେଟ୍। ସଂସଦରେ ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ବଜେଟ୍। ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ ବ୍ୟୟ ପରିମାଣ ପାଖାପାଖି ୫୦ ଲକ୍ଷ କୋଟି ଟଙ୍କା ଟପିବା ଆଶା କରାଯାଉଛି। ଲଗାତାର ଅଷ୍ଟମ ଥର ଲାଗି ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସକାଳ ୧୧ଟା ସମୟରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ। ମୋଦି ସରକାର ୩ ପଏଣ୍ଟ ଜିରୋର ଆଜି ଉପସ୍ଥାପନ ହେବ ପ୍ରଥମ କେନ୍ଦ୍ରୀୟ ପୂର୍ଣ୍ଣାଙ୍ଗ ବଜେଟ୍।

ଆଜି ସକାଳ ସାଢେ ୮ଟାରେ ନିଜ ବାସଭବନରୁ ନର୍ଥ ବ୍ଲକ ଅଭିମୁଖେ ବାହାରିବେ ଅର୍ଥମନ୍ତ୍ରୀ ନିର୍ମଳା। ଏହାପରେ ବଜେଟ ଟିମ ସହ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବଜେଟ୍ କପି ଦେବା ପରେ ରାଷ୍ଟ୍ରପତି ବଜେଟକୁ ଅନୁମୋଦନ କରିବେ। ଏହାପରେ ମନ୍ତ୍ରାଳୟକୁ ଫେରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସକାଳ ୯ଟାରେ ନର୍ଥ ବ୍ଲକ ଗେଟ ନମ୍ବର ୨ରେ ଫୋଟ ସୁଟ ହେବ। ଏହାପରେ ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ ବୈଠକ ବସିବ। ସକାଳ ୧୦ଟା ୧୫ ମିନିଟରୁ ୧୦ଟା ୪୦ ପର୍ଯ୍ୟନ୍ତ ସଂସଦ ପରିସରରେ ଚାଲିବ ଏହି ବୈଠକ। ବୈଠକରେ ବଜେଟକୁ କ୍ୟାବିନେଟ ମଂଜୁରୀ ମିଳିବ। ସେଠାରୁ ଅର୍ଥମନ୍ତ୍ରୀ ଲୋକସଭାରେ ପହଞ୍ଚି ଗୃହରେ ବଜେଟ ଉପସ୍ଥାପନ କରିବେ। ଏହି ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ ଯାଏ ଚାଲିବ।

ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ୧୦ ମାର୍ଚ୍ଚରୁ ୪ ଏପ୍ରିଲ ଯାଏ ଚାଲିବ । ଫେବୃଆରୀ ୩ରୁ ୫ ଯାଏ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅଧ ଘଣ୍ଟା ଲାଗି ଏକ ସ୍ବତନ୍ତ୍ର ସିଟିଂ ବସିବ। ଆସନ୍ତା ଫେବୃଆରୀ ୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ଉତ୍ତର ରଖିବେ। ଚଳିତ ଅଧିବେଶନରେ ମୋଟ ୨୭ଟି ସିଟିଂ ଧାର୍ଯ୍ୟ କରାଯାଇଛି ।

ବିଜେପି ବିଧାୟକ ଆକାଶ ଦାସ ନାୟକଙ୍କ ବିଲ ପାସ ବୟାନକୁ ନେଇ ତେଜିଲା ବିବାଦ

ଭୁବନେଶ୍ବର : କୋରେଇ ବିଜେପି ବିଧାୟକ ଆକାଶ ଦାସ ନାୟକଙ୍କ ବିଲ ପାସ ବୟାନକୁ ନେଇ ତେଜିଲା ବିବାଦ । ବହୁ ଜନକଲ୍ୟାଣ ଯୋଜନାର ବିଲକୁ ବିଜେପି ସରକାର ଅଟକାଇଦେଇଛନ୍ତି । ବିକାଶମୂଳକ କାମ ପରେ ବିଲ୍ ପାସ ନହେବା ଦୁଃଖ ଦାୟକ । ଜାଣିଶୁଣି ବିଜେପି ବିଲ୍ ପାସ୍ କରୁନି ବୋଲି ବିଜେଡି ଅଭିଯୋଗ କରିଛି । ସରକାରଙ୍କ ଏପରି ଆକ୍ରୋଶମୂଳକ ଆଭିମୁଖ୍ୟକୁ ଲୋକେ ବିରୋଧ କରିବେ l ବିଜେଡି ବିଧାନସଭାରେ ଏ ପ୍ରସଂଗ ଉଠାଇବ ବୋଲି କହିଛନ୍ତି ଦଳୀୟ ବିଧାୟକ ମନୋହର ରନ୍ଧାରୀ l ସେହିପରି କଂଗ୍ରେସ ମଧ୍ଯ ସମାନ ଅଭିଯୋଗ କରିଛି । ଆକ୍ରୋଶମୂଳକ ଭାବେ ବିଲ ପାସ କରାଯାଉ ନାହିଁ ବୋଲି କହିଛି କଂଗ୍ରେସ । ପୂର୍ବ ସରକାରରେ ହୋଇଥିବା ଅନେକ ବିକାଶମୂଳକ କାମର ବିଲ ପାସ କରାଯାଉନାହିଁ l ରାଜନୈତିକ ଆକ୍ରୋଶ ରଖି କାମ ପରେ ବି ବିଲ ପାସ ହେଉନାହିଁ l ସାରା ଓଡ଼ିଶାରେ ସରକାର ପରିବର୍ତ୍ତନ ହେବା ପରେ ବିକାଶ କାମ ଠପ ହୋଇପଡିଛି l କାମ ହେବା ପରେ ବିଲ୍ ପଡ଼ିକି ରହୁଛି l ଦଳୀୟ ଭିତ୍ତିରେ କାମ କରୁଛି ବିଜେପି l ବାରମ୍ୱାର ବିରୋଧୀ ଦଳ ଭାବେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଉଛି । ଆଗକୁ ମଧ୍ୟ ଦଳ ଉଠାଇବ l ଦଳୀୟ ଭିତ୍ତିରେ କାମ କରୁଛନ୍ତି ବିଜେପି l ବିକାଶମୂଳକ କାମରେ ରାଜନୀତି ନହେବା ଦରକାର ବୋଲି କହିଛନ୍ତି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ।

୪ର୍ଥ ଟି-୨୦ରେ ଧରାଶାୟୀ ହେଲା ଇଂଲଣ୍ଡ, ସିରିଜ କବଜା କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ :  ପୁଣେରେ ଚାଲିଥିବା ଭାରତ-ଇଂଲଣ୍ଡ ୪ର୍ଥ ଟି-୨୦ରେ ଇଂଲଣ୍ଡକୁ ୧୫ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହା ସହିତ ଭାରତ ଏହି ୫ ମ୍ୟାଚ ବିଶିଷ୍ଟ ସିରିଜକୁ କବଜା କରିନେଇଛି । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ଭାରତ ବ୍ୟାଟିଂ କରି ୧୮୨ ରନ ଟାର୍ଗେଟ୍ ଦେଇଥିଲା । ଏହାର ଜବାବରେ ଇଂଲଣ୍ଡ ୧୯ ଓଭର ୪ ବଲରେ ୧୬୬ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ରବି ବିଷ୍ଣୋଇ ଓ ହର୍ଷିତ ରାଣା ୩ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ବରୁଣ ଚକ୍ରବର୍ତ୍ତି ୨ଟି ଓ୍ବିକେଟ ନେଇଥିଲେ । ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପରବର୍ତ୍ତି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୦ ବଲରେ ୫୩ ରନ କରିଥିଲେ । ସେହିପରି ଶିବମ ଦୁବେ ମଧ୍ୟ ୩୪ ବଲରେ ୫୩ ରନ କରିଥିଲେ । ରିଙ୍କୁ ସିଂ ୩୦ ରନ ଓ ଅଭିଷେକ ଶର୍ମା ୨୯ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୮୧ ରନ କରିଥିଲା ।

ଦିଲ୍ଲୀ ବିଧାନସଭା ନିର୍ବାଚନ, ମୈଦାନରେ ତିନି ଦଳର ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ। ଜୋର ଧରିଛି ନିର୍ବାଚନୀ ପ୍ରଚାର। ମୈଦାନରେ ତିନି ଦଳର ପ୍ରାର୍ଥୀଙ୍କ ଚାଲିଛି ମାରାଥନ ପ୍ରଚାର। ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଜୋରଦାର ପ୍ରଚାର। ପୁରା ଦିଲ୍ଲୀରେ ଡୋର ଟୁ ଡୋର ପ୍ରଚାର କରୁଛନ୍ତି ଆପ ନେତା। ଆତିଶୀ, ମନୀଷ ସିସୋଦିଆ, ସଂଜୟ ସିଂହ ଓ କେଜରିୱାଲଙ୍କ ସହ ମାରାଥନ ପ୍ରଚାର କରିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ଏଥର ଦିଲ୍ଲୀ ନିର୍ବାଚନ ହାତେଇବାକୁ ଲକ୍ଷ୍ୟ ରଖିଛି। ସନ୍ଦୀପ ଦିକ୍ଷୀତଙ୍କ ନେୃତୃତ୍ଵରେ ଦିଲ୍ଲୀରେ ଚାଲିଛି କଂଗ୍ରେସର ପ୍ରଚାର। ସେହିପରି ବିଜେପି ପକ୍ଷରୁ ମଧ୍ୟ ଚାଲିଛି ଜୋରଦାର କ୍ୟାମ୍ପେନ।ସରକାରଙ୍କ ଭୁଲ ନୀତିକୁ ନେଇ   ଲୋକଙ୍କ ନିକଟକୁ ଯାଇ ଭୋଟ ମାଗୁଛନ୍ତି ବିଜେପି ପ୍ରାର୍ଥୀ ଓ ନେତା।

୯ ବିଜେଡି ନେତାଙ୍କୁ ମିଳିଲା ବଡ ଦାୟିତ୍ବ

ଭୁବନେଶ୍ବର : ସାଙ୍ଗଠନିକ ନିର୍ବାଚନ ପାଇଁ ୯ ଜଣ  ବିଜେଡି ନେତାଙ୍କୁ ମିଳିଲା ବଡ ଦାୟିତ୍ବ । ୯ ଜଣ ନେତାଙ୍କୁ ମିଳିଛି ୨୭ ନିର୍ବାଚନ ମଣ୍ଡଳୀର ଦାୟିତ୍ବ । ନିରଞ୍ଜାନ ପୂଜାରୀଙ୍କୁ ଝାରସୁଗୁଡା ଓ ବ୍ରଜରାଜନଗର ଦାୟିତ୍ବ ମିଳିଛି । ଅତନୁ ସବ୍ୟସାଚୀ ନାୟକ ଓ ବିଜୟ କୁମାର ନାୟକଙ୍କୁ ୫ଟି ନିର୍ବାଚନ ମଣ୍ଡଳୀ ଦାୟିତ୍ବ । ଉଭୟଙ୍କୁ ମିଳିଥିବା ୫ଟି ନିର୍ବାଚନ ମଣ୍ଡଳୀ ହେଲା  ତେଲକୋଇ, ପାଟଣା, ଚମ୍ବୁଆ, ପରାଦୀପ ଓ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ । ପ୍ରତାପ ଜେନାଙ୍କୁ କଟକ ବରବାଟୀ, କଟକ ସଦର ଓ ନିଆଳି ନିର୍ବାଚନ ମଣ୍ଡଳୀ ଦାୟିତ୍ବ ମିଳିଛି । ଅରୁଣ ସାହୁଙ୍କୁ ନିମାପଡା, ପିପିଲି ଓ ଖୋର୍ଦ୍ଧା ଦାୟିତ୍ବ ମିଳିଥିବା ବେଳେ ସଞ୍ଜୟ କୁମାର ଦାସବର୍ମାଙ୍କୁ ସାନଖେମୁଣ୍ଡି, ଗୋପାଳପୁର, ଛତ୍ରପୁର ଓ ବ୍ରହ୍ମପୁର ଦାୟିତ୍ବ ମିଳିଛି । ପ୍ରଣବ ପ୍ରକାଶ ଦାସଙ୍କୁ ବଡଚଣା, ରାଇରଙ୍ଗପୁର, ବଡସାହି, ଉଦଳା ଓ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଦାୟିତ୍ବ ମିଳିଥିବା ବେଳେ ପ୍ରୀତିରଞ୍ଜନ ଘଡାଇଙ୍କୁ ବଣେଇ, ବିରମିତ୍ରପୁର ଦାୟିତ୍ବ, ଦେବେଶ ଆଚାର୍ଯ୍ୟଙ୍କୁ ଭଟଲି ନିର୍ବାଚନ ମଣ୍ଡଳୀ ଦାୟିତ୍ବ ଓ ଭୃଗୁ ବକ୍ସିପାତ୍ରଙ୍କୁ ଲକ୍ଷ୍ମୀପୁର ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଦାୟିତ୍ବ ମିଳିଛି ।

ମମତା କୁଲକର୍ଣ୍ଣୀଙ୍କୁ ଝଟକା, ମାତା ହେବାର ୭ ଦିନ ପରେ କାଢି ନିଆଗଲା ଉପାଧି

ନୂଆଦିଲ୍ଲୀ : ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣୀଙ୍କୁ ଝଟକା। କିନ୍ନର ଆଖଡାରୁ  କୁଲକର୍ଣ୍ଣୀ ଓ ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ବହିଷ୍କାର କରିଛନ୍ତି ପ୍ରତିଷ୍ଠାତା ଋଷି ଅଜୟ ଦାସ। ମାତା ହେବାର ୭ ଦିନ ପରେ ମମତାଙ୍କଠୁ କାଢି ନିଆଗଲା ଉପାଧି । ଅତୀତର କେତେକ ବିବାଦୀୟ ଘଟଣାକୁ କେନ୍ଦ୍ର କରି ତାଙ୍କୁ ଆଖଡ଼ାରୁ ବହିଷ୍କାର କରାଯାଇଛି। ପ୍ରତିଷ୍ଠାତା ଅଜୟ ଦାସଙ୍କ ବିନା ସ୍ବୀକୃତି କ୍ରମେ ଲକ୍ଷ୍ମୀନାରାୟଣ ତ୍ରିପାଠୀ କୁଲକର୍ଣ୍ଣୀଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଥିଲା। ଏକ ବିବୃତିରେ ଅଜୟ ଦାସ କହିଛନ୍ତି- ଆଚାର୍ଯ୍ୟ ମହାମଣ୍ଡେଳଶ୍ବରଙ୍କୁ ସଂଗଠନରୁ ଅବ୍ଯାହତି ଦିଆଯାଇଛି। ସେ ତାଙ୍କ ଦାୟିତ୍ବକୁ ସଠିକ୍ ତୁଲାଇ ନଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଗତ ୨୦୧୯ରେ ଜୁନା ଆଖଡାରେ ଯୋଗଦେଇଥିଲେ ଲକ୍ଷ୍ମୀନାରାୟଣ। ଅଜୟ କହିଛନ୍ତି- ଅପରାଧିକ ରେକର୍ଡ ଥିବା ମମତା କୁଲକର୍ଣ୍ଣୀଙ୍କୁ ଆଖଡାରେ ସାମିଲ କରି କିନ୍ନର ଆଖଡାର ନୈତିକ ମୂଲ୍ଯବୋଧ କ୍ଷୁଣ୍ଣ କରିଛନ୍ତି ଲକ୍ଷ୍ମୀନାରାୟଣ। କୁଲକର୍ଣ୍ଣୀଙ୍କୁ ବହିଷ୍କାର ପଛରେ ରହିଛି ୫ କାରଣ। ମମତାଙ୍କୁ ସିଧାସଳଖ ମହାମଣ୍ଡଳେଶ୍ବର ଉପାଧି ଦିଆଯାଇଥିଲା। ପ୍ରଥମେ ସେ ସନ୍ନ୍ଯାସିନୀ ହେବା ଉଚିତ୍ ଥିଲା। ମାତ୍ର ତାହା ଘଟି ନଥିଲା। ସେ ଫିଲ୍ମ ଜଗତରେ ଅନେକ ଗୁଡିଏ ବୋଲ୍ଡ ସିନରେ ଅଭିନୟ କରିଥିଲେ।ସେ ଅଣ୍ଡରୱାଲ୍ଡ ଜଗତ ସହ ଜଡିତ ଥିବା ଅଭିଯୋଗ ହୋଇଥିଲା। ସେ ଦୁବାଇରେ ଜଣେ ଡ୍ରଗ୍ସ ମାଫିଆଙ୍କୁ ବିବାହ କରିଥିବା ଜଣାପଡିଥିଲା। ଏହା ସହ ଆଖଡ଼ାର ନିୟମ ଅନୁସାରେ ମହାମଣ୍ଡଳେଶ୍ବରଙ୍କୁ ମୁଣ୍ଡନ ହେବାର ଥିଲା। ବେକରେ ବୈଜୟନ୍ତୀ ମାଳା ନପିନ୍ଧି ରୁଦ୍ରାକ୍ଷ ମାଳ ପିନ୍ଧିବା ଉଚିତ୍ ଥିଲା। ମମତା କୁଲକର୍ଣ୍ଣି ହିନ୍ଦୀ ସିନେମାରେ ଅନେକ ସୁପରଷ୍ଟାରଙ୍କ ସହ କାମ କରିଛନ୍ତି, ଯେପରିକି ‘ଛୁପା ରୁସ୍ତମ’, ‘ସେନ୍ସର’, ‘ଜାନେ-ଜିଗର’, ‘ଚାଇନା ଗେଟ୍’, ‘କିଲା’, ‘କ୍ରାନ୍ତିକାରୀ’, ‘ଜୀବନ ଯୁଦ୍ଧ’, ‘ନସୀବ’, ‘ ସେ ଯେଉଁ ଚଳଚ୍ଚିତ୍ରଗୁଡ଼ିକରେ ମୁଖ୍ୟ ଭୂମିକାରେ କାମ କରିଥିଲେ, ସେଥିରେ ବେକାବୁ’, ‘ବାଜି’, ‘କରଣ ଅର୍ଜୁନ’, ‘ତିରଙ୍ଗା’ ଅନ୍ତର୍ଭୁକ୍ତ।

କଥା ଦେଇ ଜନତାଙ୍କୁ ଭଣ୍ଡାଇଲେ ସରକାର, ପ୍ରତିଶୃତି ଦେଇ ପାଳନ କରିନଥିବା ଅଭିଯୋଗ

ଭୁବନେଶ୍ବର : ସରକାରକୁ ଆସିଲେ ଓବିସିଙ୍କୁ ନ୍ୟାୟ ଦେବା କଥା କହିଥିଲେ। ଏହାକୁ ପ୍ରଚାର ପ୍ରସାର କରି ଭୋଟ ନେବା ସହ ସରକାରକୁ ବି ଆସିଲେ। କିନ୍ତୁ ଅନ୍ୟ ପ୍ରସଙ୍ଗ ଭଳି ନିଯୁକ୍ତି କ୍ଷେତ୍ରରେ ଓବିସି ସଂରକ୍ଷଣ ପ୍ରସଙ୍ଗରେ ଓଡିଶାବାସୀଙ୍କୁ ପ୍ରତାରିତ କଲେ। ରାଜ୍ୟର ବିଜେପି ନେତୃତ୍ଵାଧୀନ ସରକାର ବିରୋଧରେ ଏଭଳି ଅଭିଯୋଗ ଆଣିଛି ଓବିସି ଫୋରମ।ରାଜ୍ୟ ଜନସଂଖ୍ୟାର ୫୨%ରୁ ଅଧିକ ପଛୁଆ ବର୍ଗର ଥିବାବେଳେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ଓଡ଼ିଶାରେ ସରକାରକୁ ଆସିଲେ ଏହା ଲାଗୁ କରାଯିବ ବୋଲି ପ୍ରତିଶୃତି ଦେଇଥିଲା ବିଜେପି।କିନ୍ତୁ ଏବେ ସରକାରକୁ ଆସିବା ପରେ ଖାଲିଥିବା ୬୫ ହଜାର ସରକାରୀ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ ଓବିସିଙ୍କ ପାଇଁ ୨୭%ର ବ୍ୟବସ୍ଥା ରଖାଯାଇ ନାହିଁ।ପୂର୍ବରୁ ବାର୍ଦ୍ଧକ୍ୟ ଭତ୍ତା, ମାଗଣା ବିଜୁଳି ତଥା ଅନେକ ପ୍ରତିଶୃତିର ଭଳି ଏହା ମଧ୍ୟ ଓବିସି ବର୍ଗ ପ୍ରତି ଏକ ବଡ଼ ଧୋକା ବୋଲି ଅଭିଯୋଗ ହୋଇଛି।ରାଜ୍ୟର ପଛୁଆ ବର୍ଗଙ୍କୁ ସେମାନଙ୍କ ହକରୁ ବଞ୍ଚିତ କଲେ ରାଜ୍ୟବ୍ୟାପୀ  ଆନ୍ଦୋଳନର ଚେତାବନୀ ଦେଇଛି ଓବିସି ଫୋରମ ।

ବିରୋଧୀ ଦଳ ଗୁଡିକ ମଧ୍ୟ ବିଜେପିର ଆଭିମୁଖ୍ୟକୁ ତୀଵ୍ର ନିନ୍ଦା କରିଛନ୍ତି। ବିଜେପି ଯାହା କୁହେ ତାର ବିପରୀତ କାର୍ଯ୍ୟ କରେ। ଯାହାକି ସରକାର ଆସିବା ପରେ ପ୍ରତିଫଳିତ ହେଉଛି। କେବଳ ମିଛ କହି ସବୁ ବର୍ଗର ଲୋକଙ୍କୁ ପ୍ରତାରିତ କରାଯାଉଥିବା ବେଳେ ଏବେ ଓବିସି ବର୍ଗ ଏହାର ଶିକାର ହୋଇଛନ୍ତି।ଏପରିକି ଜାତିଭିତ୍ତିକ ଜଣଗଣନାରୁ ମଧ୍ୟ ବିଜେପି ଏଡାଇ ଯାଉଛି। ସରକାରଙ୍କ ଏଭଳି ଜନମାରଣ ନୀତି ପ୍ରତିବାଦରେ ରାଜ୍ୟରେ ବିଶାଳ ଜନଆନ୍ଦୋଳନର ଚେତାବନୀ ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ ୧୧.୨୫ ଓବିସି ସଂରକ୍ଷଣ କାର୍ଯ୍ୟକାରୀ ହେଉଛି। କିନ୍ତୁ ପ୍ରତିଶ୍ରୁତି ମୁତାବକ ୨୭ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ ନହେଲେ ୧୦ ହଜାର ଓବିସି ବର୍ଗର ଛାତ୍ରଛାତ୍ରୀ ସରକାରୀ ଚାକିରୀ ପାଇବାରୁ ବଞ୍ଚିତ ହେବେ।

ନୂଆ ରୂପ ନେଉଛି ବିଜେଡ଼ି ସଂଗଠନ, ଜିଲ୍ଲାସ୍ତରରୁ ନିଯୁକ୍ତ ହେଲେଣି ନିର୍ବାଚନୀ ଅଧିକାରୀ

ଭୁବନେଶ୍ବର : ନୂଆ ରୂପ ନେଉଛି ବିଜେଡ଼ି ସଂଗଠନ। ଜିଲ୍ଲାସ୍ତରରୁ ନିଯୁକ୍ତ ହେଲେଣି ନିର୍ବାଚନୀ ଅଧିକାରୀ । ୪ଟି ପର୍ଯ୍ୟାୟରେ ନିର୍ବାଚନ ପ୍ରକ୍ରିୟା । ଓ୍ବାର୍ଡସ୍ତରରୁ ରାଜ୍ୟ କାର୍ଯ୍ୟକାରିଣୀ ଯାଏ ନବକଳେବର। ଅଢେଇରୁ ୩ ମାସ ଭିତରେ  ସରିବ ବିଜେଡ଼ିର ସାଂଗଠନିକ ନିର୍ବାଚନ ପର୍ବ । ଓ୍ବାର୍ଡସ୍ତରରୁ ରାଜ୍ୟ କାର୍ଯ୍ୟକାରିଣୀ ଯାଏ ନୂଆରୂପ ନେବ ସଂଗଠନ। ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆଉପାଦେ ଆଗେଇଛି ଦଳ । ଜିଲ୍ଲାସ୍ତରରେ ନିର୍ବାଚନୀ ଅଧିକାରୀ ନିଯୁକ୍ତିକୁ ତ୍ବରାନ୍ବିତ କରିଛନ୍ତି ଦଳ। ତୃଣମୂଳସ୍ତରରୁ ସଂଗଠନ ଅଧିକ ଶକ୍ତିଶାଳୀ କରିବା ସହ ନିର୍ଦ୍ଦାରିତ ସମୟରେ ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ ବୋଲି ବରିଷ୍ଠ ବିଜେଡ଼ି ବିଧାୟକ ତଥା ନିର୍ବାଚନୀ ଅଧିକାରୀ ପ୍ରତାପ ଦେବ କହିଛନ୍ତି। ଓ୍ବାର୍ଡ, ପଂଚାୟତ, ବ୍ଲକ, ପୌର ପରେ ଜିଲ୍ଲା,  ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରାଯିବ। ପ୍ରତ୍ୟେକ ନିର୍ବାଚନୀମଣ୍ଡଳିରୁ ଜଣେ ଲେଖାଏ ରାଜ୍ୟ ପରିଷଦକୁ ନିର୍ବାଚିତ ହେବେ। ରାଜ୍ୟ ପରିଷଦର ସଦସ୍ୟ ରାଜ୍ୟ କାର୍ଯ୍ୟକାରିଣୀକୁ ନିର୍ବାଚିତ କରିବେ। ରାଜ୍ୟ କାର୍ଯ୍ୟକାରିଣୀର ମୋଟ  ୮୦ ନିର୍ବାଚିତ ସଦସ୍ୟ ସଭାପତି ଚୟନ କରିବେ। ସଭାପତି ଚୟନ ପରେ ବିଭିନ୍ନ ପଦ ପଦବୀ ନାଁ ଘୋଷଣା କରାଯିବ। ଏସବୁ ପ୍ରକ୍ରିୟା ପାଇଁ ଅଢେଇରୁ  ୩ମାସ ସମୟ ଲାଗିବ ବୋଲି ବିଜେଡି ନିର୍ବାଚନୀ ଅଧିକାରୀ ବିଧାୟକ ପ୍ରତାପ ଦେବ କହିଛନ୍ତି ।

ଶାସନ କ୍ଷମତାରୁ ଗଲା ପରେ ବି ବିଜେଡ଼ି ତୃଣମୂଳସ୍ତରରେ ଅଧିକ ଶକ୍ତିଶାଳୀ ଭାବେ ଉଭା ହୋଇଛି । ୨୦୨୪ ନିର୍ବାଚନରେ ବିଜେଡ଼ି ସର୍ବାଧିକ ଭୋଟ ପାଇଁ ବିରୋଧୀ ଦଳ ଭୂମିକା ନିଭାଉଛି । ଦଳର ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାରୁ ନେତାମାନେ ନୂଆ ଟିମ ସହ ନୂଆ ଜୋଶରେ ସଂଗଠନକୁ ଆଗେଇ ନେବାକୁ ପ୍ରସ୍ତୁତ ହେଉଛନ୍ତି । ବିଜେଡ଼ି ବିଧାୟକ ମନୋହର ରନ୍ଧାରୀ କହିଛନ୍ତି ଯେ ପୂନର୍ବାର ନବୀନ ପଟ୍ଟନାୟକ ଦଳର ସଭାପତି ନିର୍ବାଚିତ ହେବେ । ନବୀନଙ୍କ ଲୋକପ୍ରିୟତା  ଦିନକୁ ଦିନ ତୃଣମୂଳସ୍ତରୁ ବିଜେଡିକୁ ଅଧିକ ଶକ୍ତିଶାଳୀ କରୁଛି । ବିଜେଡ଼ି ସଂଗଠନକୁ ନୂଆରୂପ ଦେବାରେ ଲାଗିଛନ୍ତି  ସୁପ୍ରିମୋ ନବୀନ ପଟ୍ଟନାୟକ । ସାଂଗଠନିକ ନିର୍ବାଚନ ପରେ ଦଳର ସବୁ ଛାମୁଆ ସଂଗଠନକୁ  ମଧ୍ୟ ନୂଆରୂପ ଦେଇ ଦଳ ଓଡ଼ିଶାର ହକ ପାଇଁ ଲଢେଇ ଜାରି ରଖିବ ବୋଲି ଦଳୀୟ ନେତା କହିଛନ୍ତି । ତେବେ ନବୀନଙ୍କ ନୂଆ ଟିମର ରୂପରେଖକୁ ନେଇ ସସପେନ୍ସ ଜାରି ରହିଛି