spot_img
Home Blog Page 1212

ବାପାଙ୍କ କଥା ରଖିଲେ ପୁଅ, ହର୍ଷିତଙ୍କ ବାପା କହିଥିଲେ..

ନନ୍ଦିଘୋଷ ବ୍ୟୁରୋ: ଚତୁର୍ଥ ଟି-୨୦ରେ ଭାରତ ଏକ ରୋମାଞ୍ଚକ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଡେବ୍ୟୁ କରିଥିବା ହର୍ଷିତ ରାଣା ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ । ୪ ଓଭରରେ ୩୩ ରନ ଦେଇ ୪ ଓ୍ବିକେଟ ଅକ୍ତିଆର କରିଛନ୍ତି । ଇଂଲଣ୍ଡର ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଛନ୍ତି । ତେବେ ଚତୁର୍ଥ ଟି-୨୦ରେ ଶିଭମ ଦୁବେଙ୍କ ହେଲମେଣ୍ଟରେ ବଲ ବାଜିବା ପରେ ରାଣା ଖେଳିବାର ସୁଯୋଗ ପାଇଥିଲେ । ଆଉ ଏହି ଡେବ୍ୟୁ ଜରିଆରେ ନିଜର ଦମଦାର ପ୍ରଦର୍ଶନ ଦେଖାଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରି ସାରିଥିଲା ହର୍ଷିତ ରାଣା ଏବେ ଟି-୨୦ ଦଳରେ ଖେଳିବାର ସୁଯୋଗ ପାଇଛନ୍ତି ।

ହର୍ଷିତ ରାଣା ଏହି ମ୍ୟାଚରେ ନିଜ ବାପାଙ୍କ କଥା ରଖିଛନ୍ତି । ଏକଦା ତାଙ୍କ ବାପା କହିଥିଲେ କି, ତୁମେ ଯେବେ ୧୫୦ କିଲୋମିଟର ବେଗରେ ବୋଲିଂ କରିବ ସେବେ ତୁମକୁ ଜଣେ ଖେଳାଳି ଭାବେ ନେବୁ । ୧୨୫ ବେଗରେ ବୋଲିଂ କଲେ କୌଣସି କ୍ଲବରେ ମଧ୍ୟ ସୁଯୋଗ ମିଳିବ ନାହିଁ । ଯେବେ ୧୫୦ ବେଗରେ ବୋଲିଂ କରିବ ଭାରତୀୟ ଦଳରେ ସ୍ଥାନ ମିଳିବ । ଆଉ ସେ ଏହି ମ୍ୟାଚରେ ଏକ ବଲ ୧୫୦ ଉପରେ ବୋଲିଂ କରିବା ସହ ବାପାଙ୍କ କଥା ରଖିଛନ୍ତି ।

 

ଚାଷୀଙ୍କ ପିଛା ଛାଡୁନି ଦୁଃଖ, ନଷ୍ଟ ହୋଇଗଲାଣି ହେକ୍ଟର ହେକ୍ଟର ଜମିରେ ହୋଇଥିବା ଫସଲ

ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କ ପିଛା ଛାଡୁନି ଦୁର୍ଦ୍ଦଶା । କୁହୁଡି ଭାଙ୍ଗି ଦେଇଛି ଚାଷୀଙ୍କ ମେରୁଦଣ୍ଡ । ଗଞ୍ଜାମ ଜିଲ୍ଲା ଆସିକା, ଧରାକୋଟ ଓ ଶେରଗଡ ଅଞ୍ଚଳରେ ହେକ୍ଟର ହେକ୍ଟର ଜମିରେ ହୋଇଥିଲା ମୁଗ, ବିରି ଚାଷ । ହେଲେ କୁହୁଡି କାରଣରୁ ଯଉ ପୋକ ଲାଗି ଯିବାରୁ ପତ୍ର ଗୁଡିକ ନଷ୍ଟ ହୋଇଗଲାଣି । ଉଜୁଡା ଫସଲକୁ ଦେଖି ଏବେ ଚିନ୍ତାରେ ଚାଷୀ ।

ଚାଷୀଙ୍କ ପିଛା ଛାଡୁନି ଦୁଃଖ । କୁହୁଡି ଦୋହଲାଇଦେଲା ଚାଷୀର ମେରୁଦଣ୍ଡ । ନଷ୍ଟ ହୋଇଗଲାଣି ହେକ୍ଟର ହେକ୍ଟର ଜମିରେ ହୋଇଥିବା ଫସଲ । ଗଞ୍ଜାମ ଜିଲ୍ଲାର ଆସିକା, ଧରାକୋଟ ଓ ଶେରଗଡ ଅଞ୍ଚଳରେ ଚାଷୀଙ୍କ ମୁଣ୍ଡ ବିନ୍ଧାର କାଣ ପାଲଟିଛି ଯଉ ପୋକ । ଧାନ ଫସଲ ପରେ ପାଖାପାଖି ତିନି ହଜାର ହେକ୍ଟର ଜମିରେ ବିରି, ମୁଗ ଚାଷ କରିଥିଲେ ଚାଷୀ । ଆଶା କରିଥିଲେ ଭଲ ଫସଲ ଅମଳ ହେବ । ହେଲେ ଠିକ ମୁଗ, ବିରି ଗଛରେ ଫୁଲ ଧରିବା ବେଳକୁ ଯଉ ପୋକ ଲାଗିବାରୁ ପତ୍ର ଗୁଡିକ ନଷ୍ଟ ହୋଇଗଲାଣି । ଯାହାକୁ ଦେଖି ଚାଷୀ ମୁଣ୍ଡର ହାତ ଦେଇ ବସିଛି । କେମିତି ଧାର କରଜ ସୁଝିବେ ଆଉ ପରିବାର ପ୍ରତିପୋଷଣ କରିବାକୁ ତାକୁ ନେଇ ଚିନ୍ତାରେ ଚାଷୀ କୂଳ ।

ପୂର୍ବରୁ ଅଦିନିଆ ବର୍ଷାରେ ଧାନ ଫସଲ ଯାହା ନଷ୍ଟ ହୋଇଥିଲା ଆଜି ପର୍ଯ୍ଯନ୍ତ ସରକାରୀ ସ୍ତରରେ ଚାଷୀଙ୍କୁ କ୍ଷୟକ୍ଷତି ମିଳି ନାହିଁ । ଏବେ ପୁଣି କୁହୁଡି ଯୋଗୁଁ ମୁଗ ବିରି ଫସଲରେ ଯଉ ପୋକ ଲାଗିବା ଯୋଗୁଁ ପତ୍ର ଝଡା ଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଏଥିପ୍ରତି କୃଷି ବିଭାଗ ଦୃଷ୍ଟି ଦେଇ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଚାଷୀ ।

 

ଲାଞ୍ଚ ନେଇ ଧରା ପଡ଼ିଲେ ପୋଲିସ ବାବୁ

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଥାନା ବାବୁ। ମାମଲା ସମାଧାନ ପାଇଁ ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଏସଆଇ ଅଭୟ ନାୟକଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ଏକ ପାରିବାରିକ ବିବାଦ ମାମଲାର ସମାଧାନ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ। କଳିଙ୍ଗନଗର ସ୍ଥିତ ଏକ ଘରୋଇ କାରଖାନା ସମ୍ମୁଖରେ ଡ୍ୟୁଟି କରୁଥିବା ସମୟରେ ଲାଞ୍ଚ ନେବାବେଳେ ଧରାପଡ଼ିଲେ।।ଧରାପଡ଼ିବା ପରେ ଅଭୟଙ୍କୁ ଯାଜପୁର ଟାଉନ ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି।

ଗୁଣିଗାରେଡି ସନ୍ଦେହରେ ପିଉସୀକୁ ତୀର ମାରି ହତ୍ୟା କଲା ପୁତୁରା

ନନ୍ଦିଘୋଷ ବ୍ୟୁରୋ: ଗୁଣିଗାରେଡି ସନ୍ଦେହରେ ପିଉସୀକୁ ତୀର ମାରି ହତ୍ୟା କଲା ପୁତୁରା। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ପିତଳଧୁଆ ଗ୍ରାମ ଝରଣା ସାହିରେ ହତ୍ଯାକାଣ୍ଡ। ମୃତକ ସେହି ଗାଁର ୭୦ ବର୍ଷୀୟ ସୁନ୍ଧୁ ସିଙ୍କୁ। ସୁନ୍ଧୁ ଘରେ ଥିବାବେଳେ ପୁତୁରା ଦାମୋଦର ହଠାତ ଘରେ ପଶି ତାଙ୍କୁ ତୀର ମାରିଥିଲା । ତୀରଟି ସୁନ୍ଧୁଙ୍କ ଛାତିରେ ବାଜିଥିବା ବେଳେ ସେ ସେଠାରେ ଟଳି ପଡ଼ିଥିଲେ  । ଖବର ପାଇ କାମାକ୍ଷାନଗର ଏସଡିପିଓ ଓ କଙ୍କଡାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିବା ସହ ହତ୍ୟାରେ ବ୍ୟବହୃତ ଧନୁ ଓ ତୀରକୁ ଜବତ କରିଛନ୍ତି। ମୃତଦେହ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇଛି ପୋଲିସ।

ତେବେ ପୂର୍ବରୁ ଉଭୟଙ୍କ ମଧ୍ୟରେ କୌଣସି ବଚସା କିମ୍ବା ଗଣ୍ଡଗୋଳ ନଥିଲା। ଗୁଣିଗାରେଡି ନେଇ ଦାମୋଦର ସନ୍ଦେହ କରୁଥିବା ଜଣାପଡିଛି । ସେଥିପାଇଁ ହତ୍ୟା କରିଥିବା ନେଇ ସୁନ୍ଧୁଙ୍କ ଝିଅ କହିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ହତ୍ୟାକାରୀ ପୁତୁରା ଦାମୋଦର ପୂର୍ତ୍ତିକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ପୋଲିସ।

ଧରା ପଡ଼ିଲେ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ

ନନ୍ଦିଘୋଷ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। କଳାହାଣ୍ଡି ଏସ୍ପି ଅଭିଳାଶ ଜୀଙ୍କ ନେତୃତ୍ୱରେ ଧର୍ମଗଡ଼ ଥାନା ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ୮ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡ଼ି ଏବଂ ମାରଣାସ୍ତ୍ର ଆଦି ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ସୂଚନା ମିଳିଛି। ଗତ ୩୦ ତାରିଖରେ ଧର୍ମଗଡ଼ ଠାରେ ଥିବା ଏକ ଦେଶୀ ମଦ ଭାଟିରେ ଏହି ଡକାୟତ ସଂଘଟିତ ହୋଇଥିଲା।  ବିଳମ୍ବିତ ରାତିରେ ପ୍ରାୟ ୮ ଜଣ ଡକାୟତ ମାରଣାସ୍ତ୍ର ଧରି ଡକାୟତି କରିବା ଉଦ୍ଦେଶ୍ୟରେ ଏହି ଭାଟିରେ ପଶିଥିଲେ। ସେଠାରେ ବନ୍ଧୁକ ଏବଂ ମରଣାସ୍ତ୍ର ଦେଖାଇ ଧମକ ଦେଇ ଟଙ୍କା ଲୁଟି ନେଇଥିଲେ। ଏନେଇ ଧର୍ମଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଡକାୟତଙ୍କୁ ଧରିବାକୁ କଳାହାଣ୍ଡି ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରାଯାଇ ଗିରଫ କରାଯାଇଥିଲା।

ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ମମତା କୁଲକର୍ଣ୍ଣି

ନନ୍ଦିଘୋଷ ବ୍ୟୁରୋ: କିନ୍ନର ଆଖଡାରୁ କୁଲକର୍ଣ୍ଣୀ ଓ ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ବହିଷ୍କାର କରିଛନ୍ତି ପ୍ରତିଷ୍ଠାତା ଋଷି ଅଜୟ ଦାସ । ତେବେ ଏହି ବଲିଉଡ ଅଭିନେତ୍ରୀଙ୍କ କିନ୍ନର ଆଖଡ଼ାରେ ମହାମଣ୍ଡଳେଶ୍ବର ହୋଇଥିଲେ । ଏହାପରେ ଲାଗି ରହିଥିଲା ଚର୍ଚ୍ଚା । ବହୁ ସାଧୁ ସନ୍ଥଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଏହାକୁ ନିନ୍ଦା କରିଥିଲେ । ଏବେ ତାଙ୍କୁ ବହିଷ୍କାର କରାଯାଇଥିବାବେଳେ ସୋସିଆଲ ମିଡିଆରେ ୟୁଜର୍ସମାନେ ଟ୍ରୋଲ କରୁଛନ୍ତି । ନିକଟରେ ଆପ କି ଅଦାଲତ ଶୋରେ ଯୋଗ ଦେଇଥିଲେ ମମତା । ଯେଉଁଥିରେ ତାଙ୍କୁ ସାଧୁ ବୋଲି ପ୍ରଶ୍ନ କରାଯାଇଥିବାବେଳେ ସେ ମନ୍ତ୍ର ଉଚାରଣ କରିବା ଆରମ୍ଭ କରିଥିଲେ । ଯାହାର ଭିଡିଓକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି ।

ସେ ଆଖି ବନ୍ଦ କରି ମନ୍ତ୍ର ଉଚାରଣ କରିଥିବାବେଳେ ଏହା ଉପରେ ୟୁଜର୍ସମାନେ ବିଭିନ୍ନ ମଜାଳିଆ ମଜାଳିଆ କମେଣ୍ଟମାନ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି କାଇଁ ପ୍ରଶ୍ନ ସହ ଉତ୍ତର ମେଳ ଖାଉନାହିଁ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି କି, ରାଣା ଜୀ କେବେ ବି କ୍ଷମା କରିବେ ନାହିଁ ।

ଶିକ୍ଷୟିତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ

ନନ୍ଦିଘୋଷ ବ୍ୟୁରୋ: ଶିକ୍ଷୟିତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ। ଘଟଣା ସ୍ଥଳରେ ଶିକ୍ଷୟିତ୍ରୀ ମୃତ ଅଳ୍ପକେ ବର୍ତ୍ତିଲେ ଅନ୍ୟ ଦୁଇ ସମ୍ପର୍କୀୟ । ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତା ରୋକ କରିଛନ୍ତି ଉତ୍ୟକ୍ତ ଲୋକେ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ୧୦ ନମ୍ବର ରାଜ୍ୟ ରାଜପଥର ମହାବୀର ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଶିକ୍ଷୟିତ୍ରୀ ପ୍ରିୟଙ୍କା ବେହେରା ନିଜ କାକା ବୈକୁଣ୍ଠ ବେହେରା ଏବଂ ଭାଣଜୀ ଚନ୍ଦ୍ରିକା ବେହେରା ସହିତ ବାଇକରେ ରାସ୍ତା ପାରି ହେଲା ବେଳକୁ ଏକ ଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ପ୍ରିୟଙ୍କାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କାକା ଓ ଭାଣଜୀ ବାଇକରୁ ଛିଟିକି ପଡ଼ିବା ଫଳରେ ସାମାନ୍ୟ ଆହତ ହୋଇଛନ୍ତି।ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି ।  ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।

ଶବ ନେଇ ଫେରିବା ବାଟରେ ପାଲଟି ଗଲେ ଶବ

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ମଇତାପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ଯୁ । ଗତ ବିଳମ୍ବିତ ରାତିରେ ଭାରଶ୍ୟାମ ହରାଇ ଟ୍ରଲରକୁ ଧକ୍କା ଦେଇଥିଲା ଆମ୍ଵୁଲାନ୍ସ । କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଭୋଗରାଇ ସାରଦାପୁର ଅଞ୍ଚଳର ଦିବାକାର ଜେନାଙ୍କ ମୃତ୍ୟୁ ହୋଇଥିଲା । ନିଜ ବାପାଙ୍କ ମୃତଦେହକୁ ନେଇ ପରିବାର ସହିତ ଘରକୁ ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଛି । ଆମ୍ଵୁଲାନ୍ସ ଡ୍ରାଇଭର ସମେତ ମୁତକଙ୍କ ପୁଅ ବାପି ଜେନା ଓ ଭିଣୋଇ ସୁଧାଂଶୁ ଦଲାଇଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ସ୍ତ୍ରୀ ବାସନ୍ତି ଜେନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ମେଡିକାଲରେ ଭର୍ତ୍ତି କରିଛନ୍ତି ।

 

ଏନକାଉଣ୍ଟରରେ ୮ ମାଓବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ତୋଡକା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ପୋଲିସର ଏନକାଉଣ୍ଟରରେ ୮ରୁ ଅଧିକ ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି । ଏବେବି ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । STF, DRG ଏବଂ CRPF ଜବାନ ଙ୍କ କୁମ୍ବିଙ୍ଗ ଅପରେସନ ବେଳେ ପୋଲିସ କୁ ମିଳିଛି ଏହି ବଡ଼ ସଫଳତା ।

ପୁଣି ଅଟକିଲା ଶ୍ରୀମନ୍ଦିର ଧାଡ଼ି ଦର୍ଶନ ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ପୁଣି ଅଟକିଲା ଶ୍ରୀମନ୍ଦିର ଧାଡ଼ି ଦର୍ଶନ ବ୍ୟବସ୍ଥା। ଆଜିଠାରୁ ବି ଆରମ୍ଭ ହୋଇପାରିଲାନି ନାଟମଣ୍ଡପରେ ଧାଡ଼ି ଦର୍ଶନ  । ବାରମ୍ବାର ଦିନ ଗଡାଉଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର । ଆଇନ ମନ୍ତ୍ରୀଙ୍କ ବୟାନ ଓ ଶ୍ରୀମନ୍ଦିର ପ୍ରଶାସନ ଭିତରେ ରହୁନି ତାଳମେଳ । ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଲେ ଧାଡ଼ି ଦର୍ଶନ ପାଇଁ ଅନୁମତି ପାର୍ଟ ରହିଛି । ଅନୁମତି ମିଳିବା ପରେ ହିଁ ହୋଇପାରିବ ଦର୍ଶନ ବ୍ୟବସ୍ଥା । ହୁଣ୍ଡି ସ୍ଥାନାନ୍ତର ପାଇଁ ଅଟକିଛି ଧାଡ଼ି ଦର୍ଶନ ବ୍ୟବସ୍ଥା । ପ୍ରସ୍ତୁତ ରହିଛି ରାମ୍ପ୍, ବିଭିନ୍ନ ନିଯୋଗ ସହ ମଧ୍ୟ ଜାରି ରହିଛି ଆଲୋଚନା। ଅନୁମତି ପରେ ହିଁ ଲାଗୁ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା।