spot_img
Home Blog Page 117

ବିଦେଶକୁ ଗଲା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଷ୍ଟ୍ରବେରୀ

ମୟୂରଭଞ୍ଜ : ବିଦେଶକୁ ଗଲା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଷ୍ଟ୍ରବେରୀ। ଯଶିପୁର ଏବଂ ଶୁକୃଳି ବ୍ଲକ ର ଷ୍ଟ୍ରବେରୀ ଲଣ୍ଡନ ଓ ଦୁବାଇକୁ ପଠାଯାଇଛି l ପ୍ରଥମ ପର୍ଯ୍ୟାୟରେ ଏକ କୁଇଣ୍ଟାଲରୁ ଅଧିକ ଷ୍ଟ୍ରବେରୀ ପଠା ଯାଇଛି l ଲଣ୍ଡନ ଏବଂ ଦୁବାଇରେ କରଞ୍ଜିଆ ଅଞ୍ଚଳର ଷ୍ଟ୍ରବେରୀର ଚାହିଦା ଅଧିକ ରହିଛି l ପାଲାଡିଅମ୍ ନାମକ ଏକ ସଂସ୍ଥା ଜରିଆରେ ବିଦେଶକୁ ଗଲା ଷ୍ଟ୍ରବେରୀ l ଗତ ଦୁଇ ବର୍ଷ ହେଲା କରଞ୍ଜିଆ ଅଞ୍ଚଳରେ କୃଷି ଉଦ୍ୟାନ ବିଭାଗର ସହାୟତାରେ ଷ୍ଟ୍ରବେରୀ ଚାଷ କରି ଆସୁଛନ୍ତି ଚାଷୀ l ସ୍ଥାନୀୟ ବଜାରରେ ବିକ୍ରି କରିବା ସହିତ ଜିଲ୍ଲା, ଜିଲ୍ଲା ବାହାର ଏବଂ ରାଜ୍ୟ ବାହାରେ ବିକ୍ରି କରୁଥିଲେ ଚାଷୀ l

୨୫୦ଗ୍ରାମ ଓଜନର ପ୍ୟାକେଟକୁ ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ l କରଞ୍ଜିଆ ଷ୍ଟ୍ରବେରୀ ବିଦେଶରେ ଅଧିକ ଚାହିଦା ରହିଲେ ଆଗକୁ ଅଧିକ ରପ୍ତାନି ହେବ ଷ୍ଟ୍ରବେରୀ l ପ୍ରଥମ ପର୍ଯ୍ୟାୟରେ ୩୪୦ ପ୍ୟାକେଟ ଷ୍ଟ୍ରବେରୀ ପଠାଯାଇଛି l ପ୍ରତେକ ପ୍ୟାକେଟରେ ୨୫୦ ଗ୍ରାମ ଷ୍ଟ୍ରବେରୀ ରହିଛି l କରଞ୍ଜିଆ ଚାଷୀଙ୍କ ଅମଳ ଷ୍ଟ୍ରବେରୀ ବିଦେଶ ରପ୍ତାନି ହେଉ ଥିବାରୁ ଚାଷୀ ମଧ୍ୟ ଖୁସି ଥିବା ଦେଖିବାକୁ ମିଳିଛି l

ପତ୍ନୀଙ୍କୁ ଗୋଟିଏ ଚାପୁଡ଼ା ମାରିବା ନିଷ୍ଠୁରତା ନୁହେଁ: ଗୁଜରାଟ ହାଇକୋର୍ଟ

ପତ୍ନୀଙ୍କୁ ଗୋଟିଏ ଚାପୁଡ଼ା ମାରିବା ନିଷ୍ଠୁରତା ନୁହେଁ: ଗୁଜରାଟ ହାଇକୋର୍ଟ

ନନ୍ଦିଘୋଷ ବ୍ୟୁରୋ: ଗୁଜରାଟ ହାଇକୋର୍ଟଙ୍କ ଏକ ରାୟ ଏବେ ସାରା ଦେଶେ ଚର୍ଚ୍ଚା ବିଷୟ ହୋଇଛି । କିଛି ଲୋକ ଏହାକୁ ଟିକ୍ କହୁଥିବା ବେଳେ କିଛି ଲୋକ ଭୁଲ କହୁଛନ୍ତି । କୋର୍ଟ ତାଙ୍କ ରାୟରେ କହିଛନ୍ତି, ଯଦି ସ୍ବାମୀ କୌଣସି କାରଣରୁ ପତ୍ନୀଙ୍କୁ ଗୋଟିଏ ଚାପୁଡ଼ା ମାରୁଛନ୍ତି ତେବେ ଏହାକୁ ଶାରୀରିକ ହିଂସା କି ନିଷ୍ଠୁରତା କୁହାଯାଇପାରିବ ନାହିଁ । ଶାରୀରିକ ହିଂସା ମାମଲା ଦାୟର କରିବାକୁ ହେଲେ ପର୍ଯ୍ୟାପ୍ତ ପ୍ରମାଣ ହବୁତ ଜରୁରୀ ।

ତେବେ ପ୍ରଶ୍ନ ଉଠୁଛି ଗୁଜରାଟ ହାଇକୋର୍ଟ ଏମିତି ରାୟ ଦେଲେ କାହିଁକି ? କେଉଁ ମାମଲାର ବିଚାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି ? ଆପଣଙ୍କୁ କହି ରଖୁଛୁ, ଘଟଣା ୧୯୯୬ ମସିହାର । ଏକ ମାମଲାରେ କୋର୍ଟରେ ରାୟ ପ୍ରକାଶ ପାଇଥିଲା । ୨୦୦୩ରେ କୋର୍ଟରେ ଦିଲୀପଭାଇ ମଙ୍ଗଲାଭାଇ ବରଲି ରାୟକୁ ଚ୍ୟାଲେଞ୍ଜ କରିଥିଲେ । ସେ ସମୟରେ କୋର୍ଟ ରାୟରେ ଦିଲୀପଭାଇଙ୍କୁ ୭ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ । କୋର୍ଟ ଆତ୍ମହତ୍ୟା ମାମଲାରେ ତାଙ୍କୁ ଦୋଷୀ ପାଇବା ସହ ଏହି ଦଣ୍ଡାଦେଶ ଶୁଣାଇଥିଲେ ।

ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗ

ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା କି ଅଭିଯୁକ୍ତ ପ୍ରତିଦିନ ତାଙ୍କ ଝିଅକୁ ହଇରାଣ କରିବା ସହ ମାରପିଟ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ମହିଳା ଜଣଙ୍କ ଆତ୍ମହତ୍ୟା କରିଦେଇଥିଲେ । ସ୍ବାମୀ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗରେ ଦର୍ଶା ଯାଇଥିଲା । ଅଭିଯୋଗ ଥିଲା ସ୍ବାମୀ ନିଜର ଆୟ ବଢ଼ାଇବାକୁ ରାତିରେ ବେଞ୍ଜୋ ବଜାଇବାକୁ ଯାଉଥିଲେ । ହେଲେ ପତ୍ନୀ ଏହାକୁ ପସନ୍ଦ କରୁନଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ।

ଜଷ୍ଟିସ୍ ଗୀତା ଗୋପି ତାଙ୍କ ରାୟରେ କହିଛନ୍ତି, ହିଂସା ପ୍ରମାଣିତ କରିବାକୁ ବାରମ୍ବାର ଓ ଅସହନୀୟ ମାରପିଟର ପ୍ରମାଣ ଆବଶ୍ରକ । ଏହି ମାମଲାରେ ତଳ କୋର୍ଟ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଯାହାକୁ ରଦ୍ଦ କରାଯାଉଛି ।

ପତ୍ନୀଙ୍କୁ ମାରିଥିଲେ ଗୋଟିଏ ଚାପୁଡ଼ା

ସୂଚନାଯୋଗ୍ୟ, ପୂରା ମାମଲା ଗୋଟିଏ ଚାପୁଡ଼ା ମାରିବାକୁ ନେଇ । କୋର୍ଟରେ ଆବେଦନକାରୀ କହିଥିଲେ ପତ୍ନୀ ବିନା କାରଣରେ ବାପଘରକୁ ଚାଲି ଯାଇଥିଲେ । ଏହାଦ୍ବାରା ନା କେବଳ ସେ ବରଂ ଅନ୍ୟ କିଛି ଲୋକ ବି ହଇରାଣ ହେଲେ । ଏହି କାରଣରୁ ସେ ପତ୍ନୀଙ୍କୁ ଗୋଟିଏ ଚାପୁଡ଼ଶ ମାରିଥିଲେ । କୋର୍ଟ ଏହାକୁ ଶାରୀରିକ ହିଂସା ନ ମାନି ପାରିପାର୍ଶ୍ବିକ ସ୍ଥିତି ଅନୁସାରେ ଏକ ପ୍ରକାର ଠିକ୍ ବୋଲି ବିଚାର କରିଛନ୍ତି ।

ଗୃହରେ ପ୍ରବଳ ହଟ୍ଟଗୋଳ ; ୪ଟା ଯାଏ ମୁଲତବୀ ଘୋଷଣା

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନ। ଗୃହରେ ପ୍ରବଳ ହଟ୍ଟଗୋଳ ହେବାରୁ ଗୃହକୁ ୪ଟା ଯାଏ ମୁଲତବୀ ଘୋଷଣା କରାଯାଇଛି। ସରକାର ଚାଷୀଙ୍କଠାରୁ ଧାନ ନକିଣିବା ଯାଏ ବିଧାନସଭାରେ ଗୃହ ଅଚଳ ରହିବ ବୋଲି କହୁଛନ୍ତି ବିରୋଧୀ। ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟଣୀ ପ୍ରସଙ୍ଗରେ ଗୃହ କମ୍ପୁଥିବା ବେଳେ ଆଜି ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ଗୃହ ଅଚଳ ରହିଛି ।

ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ ; ଆତଙ୍କବାଦୀଙ୍କ ଟାର୍ଗେଟରେ ବିଭିନ୍ନ ଧାର୍ମିକ ଓ ଐତିହ୍ୟସ୍ଥଳ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ। ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଏ-ତଏବା ସଂଗଠନ ପକ୍ଷରୁ ଧମକ ପରେ ଦିଲ୍ଲୀରେ ଜାରି ହୋଇଛି ହାଇଆଲର୍ଟ। ବିଭିନ୍ନ ଧାର୍ମିକ ଓ ଐତିହ୍ୟସ୍ଥଳ ଉପରେ ହମଲା ଧମକ ପରେ ଜାରି ହୋଇଛି ହାଇଆଲର୍ଟ। ଦିଲ୍ଲୀର ଲାଲକିଲ୍ଲା, ଚାନ୍ଦିନୀଚୌକସ୍ଥିତ କିଛି ମନ୍ଦିର ସମେତ ବିଭିନ୍ନ ସ୍ଥାନରେ IED ବିସ୍ଫୋରଣ ଲସ୍କର ସଂଗଠନ ଦେଇଛି ଧମକ। ଗତ ଫେବ୍ରୁଆରୀ ୬ରେ ପାକିସ୍ତାନ ଇସଲାମାବାଦରେ ଘଟିଥିବା ଏକ ବିସ୍ଫୋରଣ ଘଟଣା ସହ ଏହି ଧମକର ସମ୍ପର୍କ ଅଛି ବୋଲି କୁହାଯାଇଛି। ଭାରତରେ ବି ସମଧରଣର ବିସ୍ଫୋରଣ ଘଟାଇବା ଲାଗି ଲସକର ସଂଗଠନ ଯୋଜନା କରୁଥିବା ସୂଚନା ମିଳିଛି।

ସତର୍କ ସୂଚନା ଅନୁଯାୟୀ, ଲସ୍କର-ଏ-ତୈବା ସ୍ଲିପର ସେଲ୍ ଦିଲ୍ଲୀର ଲାଲକିଲ୍ଲାର ମୁଖ୍ୟ ଫାଟକ ନିକଟରେ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏକ IED ଲଗାଇବାକୁ ଯୋଜନା କରୁଛି। ଲାଲକିଲ୍ଲା ପୂର୍ବରୁ ଆତଙ୍କବାଦୀ ଆକ୍ରମଣର ଟାର୍ଗେଟ୍ ହୋଇଆସିଛି। ୨୦୦୦ ମସିହା ଡିସେମ୍ବରରେ ଏଲଇଟି ଲାଲକିଲ୍ଲା ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ନଭେମ୍ବର ୨୦୨୫ରେ ଲାଲକିଲ୍ଲା ନିକଟରେ ଏକ ମେଟ୍ରୋ ଷ୍ଟେସନ ବାହାରେ ଏକ କାର ବୋମା ବିସ୍ଫୋରଣରେ ମଧ୍ୟ ୧୩ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦ରୁ ଅଧିକ ଆହତ ହୋଇଥିଲେ। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏହାକୁ “ଆତଙ୍କବାଦୀ ଆକ୍ରମଣ” ଘୋଷଣା କରିଥିଲେ ଏବଂ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅନୁଯାୟୀ ଏକ ମାମଲା ରୁଜୁ କରିଥିଲେ। ଦିଲ୍ଲୀ ପୋଲିସ ଲାଲକିଲ୍ଲା ଚାରିପାଖରେ ସୁରକ୍ଷା ବୃଦ୍ଧି କରିଛି। NSG (ଜାତୀୟ ସୁରକ୍ଷା ଗାର୍ଡ) କମାଣ୍ଡୋ, କୁକୁର ସ୍କ୍ୱାଡ୍ ଏବଂ AI-ଭିତ୍ତିକ ମୁହଁ ଚିହ୍ନଟ କ୍ୟାମେରା ନିୟୋଜିତ କରାଯାଇଛି। ଦିଲ୍ଲୀ ମେଟ୍ରୋ ଏବଂ ରେଳ ଷ୍ଟେସନଗୁଡ଼ିକ ମଧ୍ୟ ହାଇ ଆଲର୍ଟରେ ଅଛନ୍ତି।

ଚାନ୍ଦିନୀ ଚୌକ ଅଞ୍ଚଳର ମନ୍ଦିରଗୁଡ଼ିକୁ ବିଶେଷ ଭାବରେ ଅସୁରକ୍ଷିତ ଭାବରେ ଚିହ୍ନଟ କରାଯାଇଛି। ଲାଲ କିଲ୍ଲା ସଂଲଗ୍ନ ଚାନ୍ଦିନୀ ଚୌକରେ ଦିଗମ୍ବର ଜୈନ ମନ୍ଦିର, ଗୌରୀ ଶଙ୍କର ମନ୍ଦିର ଏବଂ ସୀଷ ଗଞ୍ଜ ଗୁରୁଦ୍ୱାର ସମେତ ଅନେକ ପ୍ରାଚୀନ ମନ୍ଦିର ରହିଛି। ଏହି ସ୍ଥାନଗୁଡ଼ିକରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥାଏ ଯାହା ଫଳରେ ଆକ୍ରମଣ ହେଲେ ସେମାନଙ୍କୁ ଯଥେଷ୍ଟ କ୍ଷତି ସହିବାକୁ ପଡ଼ିପାରେ । ତେଣୁ ଲସ୍କର-ଏ-ତୈବା ଆତଙ୍କବାଦୀମାନେ IED କିମ୍ବା ଆତ୍ମଘାତୀ ବିସ୍ଫୋରଣକାରୀ ବ୍ୟବହାର କରି ଏହି ମନ୍ଦିରଗୁଡ଼ିକୁ ଟାର୍ଗେଟ କରିପାରନ୍ତି । ଏହି ଷଡ଼ଯନ୍ତ୍ର ଧାର୍ମିକ ସ୍ଥଳଗୁଡ଼ିକୁ ଟାର୍ଗେଟ କରି ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାର ଏକ ପ୍ରୟାସ।

ଭାରତ-ପାକିସ୍ତାନ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ସମୟରେ ଏହି ଧମକ ଆସିଛି। ଲସ୍କର ISI ସହାୟତାରେ ଭାରତରେ ଅସ୍ଥିରତା ବିସ୍ତାର କରିବାକୁ ଚେଷ୍ଟା କରୁଛି। ଜନସାଧାରଣଙ୍କୁ ସତର୍କ ରହିବାକୁ ଏବଂ ଗୁଜବରେ ଧ୍ୟାନ ନଦେବାକୁ ଅନୁରୋଧ କରାଯାଇଛି। ତଦନ୍ତ ଏଜେନ୍ସିଗୁଡ଼ିକ ଅପରାଧୀମାନଙ୍କୁ ଖୋଜୁଛନ୍ତି ଏବଂ ଖୁବ୍ ଶୀଘ୍ର ବଡ଼ ଧରଣର ଖୁଲାସାର ଆଶା କରାଯାଉଛି।

 

ଦିଲ୍ଲୀରେ ପୁଣି ସ୍ପିଡ କାର ଆତଙ୍କ ; ଚାଲିଗଲା ଫୁଡ ଡେଲିଭରୀ ବୟର ଜୀବନ

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ସ୍ପିଡ କାର ଆତଙ୍କ। ସୁଭାଷ ନଗର ଇଲାକାରେ ଏକ ସ୍ପିଡ କାର ଧକ୍କାରେ ଗଲା ଫୁଡ ଡେଲିଭରୀ ବୟର ଜୀବନ। ମୃତକ ଜଣକ ଜୋମାଟୋର ଡେଲିଭରୀ ବୟ ବୋଲି ସୂଚନା ମିଳିଛି। ଦୁର୍ଘଟଣା ଘଟାଇଥିବା କାରର ଡ୍ରାଇଭର ମଦ ପିଇଥିଲା ବୋଲି କୁହାଯାଉଛି। କାର୍ ଧକ୍କାରେ ଗୁରୁତର ହେବା ପରେ ଡେଲିଭରୀ ବୟଙ୍କୁ ସ୍ଥାନୀୟ ଲୋକେ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଦୁର୍ଘଟଣାର ତଦନ୍ତ କରୁଥିବାବେଳେ ସିସିଟିଭି ଯାଞ୍ଚ କରୁଛି।

ଆଜିଠୁ ଆରମ୍ଭ ହେବ T-20 ବିଶ୍ବକପର ସୁପର-୮ ମ୍ୟାଚ ; ଖେଳାଯିବ ୧୨ଟି ମ୍ୟାଚ

ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ T-20 ବିଶ୍ବକପର ସୁପର-୮ ମ୍ୟାଚ । ସୁପର 8 ପର୍ଯ୍ୟାୟରେ, ସମସ୍ତ ଦଳକୁ ଚାରିଟି ଲେଖାଏଁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଏହି ପର୍ଯ୍ୟାୟରେ ମୋଟ ୧୨ଟି ମ୍ୟାଚ୍ ଖେଳାଯିବ। କିଏ ସେମିଫାଇନାଲ୍ ଯିବ ଆଜିଠୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ୧୨ଟି ମ୍ୟାଚ୍ ନିର୍ଣ୍ଣୟ କରିବ । ଉଭୟ ଗ୍ରୁପର ଶୀର୍ଷ-2 ପଏଣ୍ଟ ଟେବୁଲରେ ସ୍ଥାନ ପାଇଥିବା ଦଳଗୁଡ଼ିକ ସେମିଫାଇନାଲରେ ପହଞ୍ଚିବେ।

ଗୃପ-୧ ରେ ରହିଛନ୍ତି ଭାରତ, ୱେଷ୍ଟଇଣ୍ଡିଜ୍, ଦକ୍ଷିଣ ଆଫ୍ରିକା, ଜିମ୍ବାୱେ। ସେହିଭଳି ଗୃପ-୨ରେ ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଏବଂ ଶ୍ରୀଲଙ୍କା ରହିଛନ୍ତି । ଆଜି ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ କେବଳ ଗୋଟିଏ ସୁପର 8 ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ଆସନ୍ତାକାଲି ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ଭାରତ ।

ବ୍ରାଜିଲ ରାଷ୍ଟ୍ରପତି ଲୁଇ ଲୁଲା ଦା ସିଲଭାଙ୍କ ଯୁକ୍ତି ; ମାଦୁରୋଙ୍କ ବିଚାର ବାହାର ଦେଶରେ ନକରି ନିଜ ଦେଶରେ କରାଯାଉ

ନନ୍ଦିଘୋଷ ବ୍ୟୁରୋ: ଭେନେଜୁଏଲାର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ ଘଟଣା। ମାଦୁରୋଙ୍କ ବିଚାର ବାହାର ଦେଶରେ ନକରି ନିଜ ଦେଶରେ କରିବା ଲାଗି ଦାବି କରିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଲୁଇ ଲୁଲା ଦା ସିଲଭା। ଏହା ସହ ସେ ପରୋକ୍ଷରେ ଆମେରିକାକୁ କରିଛନ୍ତି ଟାର୍ଗେଟ। ସେ କହିଛନ୍ତି- ଭେନେଜୁଏଲାରେ ବର୍ତ୍ତମାନ ଗଣତନ୍ତ୍ରର ପୁନଃପ୍ରତିଷ୍ଠା ଜରୁରୀ ହୋଇଛି। ମାଦୁରୋଙ୍କ ବିଚାର ବାହାର ଦେଶରେ କରିବାର କୌଣସି କାରଣ ନାହିଁ। ଭେନେଜୁଏଲାର ଆଭ୍ୟନ୍ତରୀଣ ବ୍ୟାପାରରେ ବାହାର ରାଷ୍ଟ୍ରର ହସ୍ତକ୍ଷେପକୁ ସେ ସମାଲୋଚନା କରିଛନ୍ତି।

ବ୍ରାଜିଲ ବାହାର ରାଷ୍ଟ୍ରର ନିର୍ଦ୍ଦେଶରେ ପରିଚାଳିତ ହେବ ବାହିଁ। ୧୯୬୦ ଦଶକରେ ଚିଲି, ଆର୍ଜେଣ୍ଟିନା ଓ ଉରୁଗୁଏରେ ହୋଇଥିବା ସାମରିକ ବିଦ୍ରୋହ ବାହ୍ୟଶକ୍ତି ଯୋଗୁ ଘଟିଥିଲା। ସେହି ଧରଣର ଭୁଲର ପୁନରାବୃତ୍ତି ନହେଉ ବୋଲି ସେ କହିଛନ୍ତି । ଭେନେଜୁଏଲାର ସମସ୍ୟା ତାଙ୍କ ନିଜ ଦେଶର ଲୋକଙ୍କ ଜରିଆରେ ସମାଧାନ ହେଉ ବୋଲି ସେ କହିଛନ୍ତି।

ବାଟରେ ଛକି ବସିଥିଲା ମୃତ୍ୟୁ ; ଅକାଳରେ ଚାଲିଗଲା ୨ଜଣଙ୍କ ଜୀବନ

ଅନୁଗୋଳ : ଭୋଜି ଖାଇ ଫେରିବା ବେଳେ ଛକି ବସିଥିଲା ମୃତ୍ୟୁ। ଅନୁଗୋଳ ଜାତୀୟ ରାଜପଥ ୫୫ ମରାତିରା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ ପଛରେ ଧକ୍କା ଦେଲା କାର । କାରରେ ଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଜଣେ ଗୁରୁତରଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ କନ୍ଦରସିଂହା ଗାଁର ଅମିତ ସାହୁ ଓ ଦେଉଳବେଡା ଗାଁର ବିସ୍ମୟ କୁମାର ଦାସ । ଗୁରୁତର ହେଲେ ବନ୍ତଳାର ଗୋପାଳ ସାହୁ । ତିନି ଜଣ ଏକ ବାହାଘର ଭୋଜିରେ ଯୋଗ ଦେଇ କାରରେ ଫେରୁଥିଲେ । ମରାତିରା ନିକଟରେ ଆଗରେ ଯାଉଥିବା ଏକ ଟ୍ରକ ପଛରେ ସେମାନଙ୍କ କାର ଭାରସାମ୍ୟ ହରାଇ ବାଡେଇ ହୋଇ ଯାଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ଅମିତ ଏବଂ ବିସ୍ମୟଙ୍କର ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ପରେ ତାଳଚେର ଓ ଅନୁଗୁଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ପୂର୍ବର ଏକ ଭିଡିଓ ଭାଇରାଲ ହେଉଛି । ତିନି ଜଣ ଭୋଜି ଖାଇ କାରରେ ହସି ଖୁସି ହୋଇ ଫେରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପକାଇ ଥିଲେ । ତେବେ ଭିଡିଓ ଅପଲୋଡ଼ କରିବାର କିଛି ସମୟ ପରେ ଯେ ମୃତ୍ୟୁ ସେମାନଙ୍କୁ ଏଭଳି ଡାକି ନେବ ସେମାନେ ଜାଣି ନଥିଲେ ।

ପତ୍ନୀଙ୍କ ମୃତଦେହ ସହ ୪ଦିନ ରହିଲେ ସ୍ବାମୀ ; ଡାକ୍ତରଖାନାରେ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଓରିଏଣ୍ଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା। ପତ୍ନୀଙ୍କ ମୃତଦେହ ସହ ୪ ଦିନ ରହିଲେ ସ୍ବାମୀ। ୪ଦିନ ରହିବା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ ସ୍ୱାମୀ। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ସ୍ବାମୀଙ୍କର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘର ଭିତରେ ଅନେକ ସ୍ଥାନରେ ବାନ୍ତି ପଡ଼ିଥିବାରୁ ଦମ୍ପତି ମଦ୍ୟପାନ କରି ଥାଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଛି ।

ମୃତ ଦମ୍ପତି ହେଲେ ଗୋବିନ୍ଦ ଭୋଇ ଓ ପତ୍ନୀ ରୁକ୍ମିଣୀ ଭୋଇ। ଓରିଏଣ୍ଟ ଥାନା ଅଞ୍ଚଳର ସାବଯୋବ ହନୁମାନ ମନ୍ଦିରପଡାରେ ଘଟିଛି ଏହି ଅଭାବନୀୟ ଘଟଣା। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହିତ ଓରିଏଣ୍ଟ ପୋଲିସ ତଦନ୍ତ କରୁଛି।

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ହାଣ୍ଡିଭଙ୍ଗା ଯାତ

ଭୁବନେଶ୍ବର : ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ହାଣ୍ଡିଭଙ୍ଗା ଯାତ । ହାଣ୍ଡିଭଙ୍ଗା ଯାତ ପାଇଁ କପିଳେଶ୍ଵର ମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି । କପିଳେଶ୍ଵର ମନ୍ଦିରରେ ମଙ୍ଗଳ ଆଳତି ପରେ ଚାଲିଛି ସାହାଣ ମେଲା ଦର୍ଶନ । ଦୀର୍ଘ ୧୧ ବର୍ଷ ଧରି ବିବାଦ ପାଇଁ ବନ୍ଦ ହୋଇଥିଲା ଯାତ । ଚଳିତ ବର୍ଷ ପ୍ରଶାସନର ବୁଝାସୁଝା ପରେ ଆରମ୍ଭ ହୋଇଛି ନୀତିକାନ୍ତି । କପିଳେଶ୍ଵର ମନ୍ଦିର ପରିସରରେ ୩ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।