ନନ୍ଦିଘୋଷ ବ୍ୟୁରୋ: ଇଣ୍ଡିଆ ମେଣ୍ଟର “ଚଲୋ ଦିଲ୍ଲୀ – ମାର୍ଚ୍ଚ ଫର୍ ଡେମୋକ୍ରାସି୍” ପଦଯାତ୍ରା ବିରୋଧରେ ଏତଲା। ବାରଖମ୍ଵା ରୋଡ଼ ଥାନା ଓ ମନ୍ଦିର ମାର୍ଗ ରୋଡ଼ ଥାନାରେ ଗୋଟେ ଓ ତିଲକ ମାର୍ଗ ଥାନାରେ ୨ଟି ଏତଲା ଦାଏର ହୋଇଛି । ସୋମବାର ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ସୁପ୍ରିମକୋର୍ଟ ଯାଏଁ ପଦଯାତ୍ରା କରିଥିଲେ ଇଣ୍ଡିଆ ମେଣ୍ଟର ନେତାମାନେ।
ସୂଚନା ଅନୁଯାୟୀ, ମୋଟ ୪ଟା ଏତଲା ଦିଆଯାଇଛି। ଇଣ୍ଡିଆ ମେଣ୍ଟର ନେତାମାନେ ଧାରା ୧୬୩ ଉଲ୍ଲଂଘନ କରିଥିବା ଏଥିରେ ଉଲ୍ଲେଖ କରାଯାଇଛି । ସେପଟେ ସୋମବାର ସଂଧ୍ୟାରେ ସୁପ୍ରିମକୋର୍ଟ ପରିସରରେ ଯେଉଁ ପରିସ୍ଥିତି ସୃଷ୍ଟି ହେଲା, ତାକୁ ନେଇ ମଧ୍ୟ ଗୋଟିଏ ପିଟିସନ ଦାଖଲ ହୋଇଛି । ରାହୁଲ ଗାନ୍ଧୀ ଓ ଅନ୍ୟ ନେତାମାନେ ପହଞ୍ଚିବା ପରେ ଯେଉଁ ପରିସ୍ଥିତି ହେଲା, ତାକୁ ନେଇ ବିଜେପି ମୁଖପାତ୍ର ଗୌରବ ଭାଟିଆ ଓ ବିଜେପି ନେତା ତଥା ଓକିଲ ମହେଶ ଜେଠମଲାନି ଏହି ପିଟିସନ ଦାଖଲ କରିଛନ୍ତି।
ଆସନ୍ତା ୧୫ ତାରିଖରେ ଏହାର ଶୁଣାଣି ହେବ। ଗତକାଲି ହଜାର ହଜାର କର୍ମୀଙ୍କ ସହିତ ଇଣ୍ଡିଆ ମେଣ୍ଟର ନେତାମାନେ ଦିଲ୍ଲୀରେ କରିଥିଲେ “ଚଲୋ ଦିଲ୍ଲୀ – ମାର୍ଚ୍ଚ ଫର୍ ଡେମୋକ୍ରାସି ପଦଯାତ୍ରା”। ସୁପ୍ରିମକୋର୍ଟ ଯାଏ ପଦଯାତ୍ରା କରିଥିଲେ। ସେପଟେ ଏହାକୁ ନେଇ ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ସମାଲୋଚନା କରିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ। ଏନେଇ ସେ କହିଛନ୍ତି, ଦୁଇ ଜଣ ନିର୍ବାଚନ କମିଶନରଙ୍କୁ କଂଗ୍ରେସ ରାଜ୍ୟପାଳ କରିଥିଲା।

