spot_img
Home Blog Page 1125

କୋହଲିଙ୍କ ଫଟୋ ଭାଇରାଲ, ଆଜି ଖେଳିବେ ତ ?

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ବିପକ୍ଷରେ ସବୁବେଳେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି । ଏବେ ଖରାପ ଫର୍ମ ଦେଇ ଗତି କରୁଥିବା କୋହଲି ଆଜିର ମ୍ୟାଚରେ ପୁଣିଥରେ ଫର୍ମକୁ ଫେରିବେ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ମାତ୍ର ମ୍ୟାଚ ଆରମ୍ଭ ହେବା ପୂର୍ବରୁ କୋହଲିଙ୍କ ଏକ ଫଟୋ ସାମନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି କି ଏକ ଆଇସି ପ୍ୟାକ୍ ବିରାଟଙ୍କ ଗୋଡ଼ରେ ବନ୍ଧା ଯାଇଛି । ଯେଉଁଥିରୁ ଲାଗୁଛି କି, ସେ ଆହତ ରହିଛନ୍ତି । ମ୍ୟାଚ ପୂର୍ବରୁ ଏଭଳି ଫଟୋ ଦେଖିବାକୁ ମିଳିଥିବାବେଳେ ସେ ଆଜିର ମ୍ୟାଚରେ ନଜର ଆସିବେ ତ ? ଏମିତି ଏକ ପ୍ରଶ୍ନ କ୍ରୀଡ଼ାପ୍ରେମୀଙ୍କ ମଧ୍ୟ ଦେଖିବାକୁ ମିଳିଛି ।

ରବିବାର ମ୍ୟାଚ ପୂର୍ବରୁ କୋହଲି ୩ ଘଣ୍ଟା ଧରି ଅଭ୍ୟାସ କରିଥିବା ଦେଖିବାକୁ ମିଳିଛି । ତେବେ ସେ ଗୋଡ଼ରେ ଆଇସି ପ୍ୟାକ ଲଗାଇଥିବାବେଳେ ଖେଳିନପାରନ୍ତି ବୋଲି କୁହାଯାଉଛି । ମାତ୍ର ପାକିସ୍ତନ ବିପକ୍ଷରେ ତାଙ୍କର ରେକର୍ଡ ଭଲ ରହିଛି । ଏହା ପୂର୍ବରୁ ମଧ୍ୟ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର କୋହଲିଙ୍କ ଫର୍ମକୁ ଦେଇ ଏକ ପ୍ରତିକ୍ରିୟା ଦେଇଥିଲେ । ଯାହାକି ବେଶ ଭାଇରାଲ ମଧ୍ୟ ହୋଇଥିଲା । ସେ କହିଥିଲେ କି, କୋହଲିଙ୍କ ଫର୍ମ ନାହିଁ କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚ ଆସୁ ଜଣା ପଡ଼ିବ । ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ବଡ଼ ପାଳି ଖେଳିବେ । ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବେ ବୋଲି ସୋଏବ ଅଖତର କହିଥିଲେ । ଏବେ କିନ୍ତୁ ତାଙ୍କ ଗୋଡ଼ ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ରହିଥିବାବେଳେ ଅପେକ୍ଷା ଦଳରେ ସ୍ଥାନ ପାଉଛନ୍ତି କି ନାହିଁ ବିରାଟ ।

 

ଭାରତ- ପାକିସ୍ତାନ ମ୍ୟାଚ ସମୟରେ ଶୁଭିବ ’ଜାଟ’ର ସ୍ବର

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ମ୍ୟାଚ ଦେଖିବେ ସନ୍ନି ଦେଓ୍ବଲ । ଖେଳ ଦେଖିବା ସହ ନିଜ ଫିଲ୍ମର କରିବେ ପ୍ରମୋସନ । ବଲିଉଡ ଫିଲ୍ମ ଅଭିନେତା ସନ୍ନି ଦେଓ୍ବଲ ନିଜ ଫିଲ୍ମ ’ଜାଟ୍’ର ପ୍ରମୋସନ କରିବା ପାଇଁ ଦୁବାଇ ଯିବେ । ଏମିତି ଏକ ଖବର ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଏପରିକି ଏହି ସମୟ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ସନ୍ନି ଦେଓ୍ବଲଙ୍କ ଅଭିନୀତ ଫିଲ୍ମ ଗଦର-୨ ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା । ବିଶ୍ବବ୍ୟାପୀ ଫିଲ୍ମକୁ ମଧ୍ୟ ଦର୍ଶକେ ବେଶ ପସନ୍ଦ କରିଛନ୍ତି । ଏଣୁ ଭାରତ-ପାକିସ୍ତାନ ମ୍ୟାଚ ଉପରେ ସାରା ବିଶ୍ବର ନଜର ରହିଥିବା ସମୟରେ ପ୍ରମୋସନ କରିବାର ସୁଯୋଗ ଛାଡ଼ିନାହାନ୍ତି ସନ୍ନି । ପରବର୍ତ୍ତୀ ଫିଲ୍ନ ଜାଟ୍ ବକ୍ସ ଅଫିସରେ ହିଟ୍ ହେବା ସହ ଏହା ଦର୍ଶକଙ୍କ ମନମୋହିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ରଖାଯାଇଛି । ସେପଟେ ଏହି ଫିଲ୍ମରେ ସନ୍ନି ଦେଓ୍ବଲଙ୍କ ସହ ରଣଦୀପ ହୁଡାଙ୍କ ଭଳି ଅଭିନେତା ମଧ୍ୟ ନଜର ଆସିବେ । ଏହା ୧୦ ଏପ୍ରିଲରେ ବିଶ୍ବବ୍ୟାପୀ ରିଲିଜ୍ ହେବାକୁ ଯାଉଛି ।

ପୂର୍ବତନ ପାକିସ୍ତାନୀ କ୍ରିକେଟର କହିଲେ ଆମ ଦଳ ହାରିଲେ ବି ଆଉ ଭାଙ୍ଗବନି ଟିଭି, କାରଣ ଜାଣିଲେ..

ନନ୍ଦିଘୋଷ ବ୍ୟୁରୋ: ରବିବାର ଚାମ୍ପିୟନ୍ସ ଟ୍ରଫିରେ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯିବାକୁ ଯାଉଛି । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ ସାମ୍ନାସାମ୍ନି ହେବାକୁ ଯାଉଛି । ଯାହାକୁ ଦେଖିବା ପାଇଁ ବିଶ୍ବର କ୍ରିକେଟପ୍ରେମୀ ଚାହିଁ ବସିଛନ୍ତି । ତେବେ ଭାରତ ବିପକ୍ଷ ମ୍ୟାଚ ହାରିବା ପରେ ପାକିସ୍ତାନରେ ଟିଭି ଭାଙ୍ଗିବା ଏକ ପରମ୍ପରା ହୋଇଥିବା କୁହାଯାଉଛି । ସାଧାରଣତଃ ୯୦ ଦଶକରେ ଏହା ଅଧିକ ଦେଖିବାକୁ ମିଳୁଥିଲା । ମାତ୍ର ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଦାବି କରିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର । ପାକିସ୍ତାନର ପୂର୍ବତନ କ୍ରିକେଟର ବାସିଲ ଅଲ୍ଲୀ କହିଛନ୍ତି କି, ଏଥରକ ପାକିସ୍ତାନ ଭାରତଠାରୁ ହାରିଲେ କୌଣସି ଟିଭି ଭାଙ୍ଗିବ ନାହିଁ ।

ତେବେ ଏହି କିମ୍ବଦନ୍ତୀ କ୍ରିକେଟର ଏପରିକି କାହିଁକି ହେବ ନାହିଁ ଏହାର କାରଣ ମଧ୍ୟ କହିଛନ୍ତି । ସେ କହିଛନ୍ତି କି, ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଯେଉଁ କାରଣରୁ ଏଭଳି କୌଣସି ଟିଭି ଭାଙ୍ଗିବାର ଆଶଙ୍କା ନାହିଁ । ସେ ନିଜର ୟୁଟ୍ୟୁବ ଚ୍ୟାନେଲରେ ଏଭଳି କହିଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହାକୁ ନେଇ ୟୁଜର୍ସମାନେ ସକରାତ୍ମକ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି ।

୨୪ ଛକା, ୪୪୦ ଉପରେ ସ୍କୋର: ନେଇ ସାରିଛନ୍ତି ଅବସର, ତଥାପି ଖେଳ ଦେଖିଲେ ଆପଣ ବି କହିବେ..

ନନ୍ଦିଘୋଷ ବ୍ୟୁରୋ: ଇଣ୍ଟର ନ୍ୟାସନାଲ ମାଷ୍ଟରର୍ସ ଲିଗ୍ ୨୦୨୫ ଆରମ୍ଭ ହୋଇଯାଇଛି । ଯେଉଁଥିରେ ୬ଟି ଦେଶର କିମ୍ବଦନ୍ତୀ କ୍ରିକେଟରମାନେ ଖେଳୁଥିବାବେଳେ ପ୍ରଥମ ମ୍ୟାଚରୁ ଭାରତୀୟ ଦଳ ବିଜୟ ହାସଲ କରିଛି । ସଚିନଙ୍କ ନେତୃତ୍ବାଧିନ ଦଳ ଏକ ରୋମାଞ୍ଚକ ବିଜୟ ହାସଲ କରିଛି । ଶ୍ରୀଲଙ୍କା ବିପକ୍ଷରେ ଏହି ମ୍ୟାଚ ଖେଳାଯାଇଥିବାବେଳେ ୨ଟି ପାଳିରେ ୨୪ରୁ ଅଧିକ ଛକା ଦେଖିବାକୁ ମିଳିଥିଲା । କିମ୍ବଦନ୍ତୀ କ୍ରିକେଟରଙ୍କ ବ୍ୟାଟ ଆଜି ମଧ୍ୟ ଚମକୁଥିବା ଦେଖିବାକୁ ମିଳିଥିଲା । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା । ବିନ୍ନି, ୟୁସୁଫ ଏବଂ ଯୁବରାଜଙ୍କ ଘାତକ ବ୍ୟାଟିଂ ବଳରେ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୨୨ ରନ କରିବାରେ ସକ୍ଷମ ହୋଇଥିଲା । ଜବାବରେ ଶ୍ରୀଲଙ୍କା ୨୧୮ ରନ କରିଥିଲା । ଏହି ମ୍ୟାଚଟି ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଆଉ କିମ୍ବଦନ୍ତୀଙ୍କ କ୍ରିକେଟରଙ୍କ ଖେଳକୁ ଦେଖି ସୋସିଆଲ ମିଡିଆରେ ୟୁଜର୍ସମାନେ ଭଲ ଭଲ କମେଣ୍ଟମାନ କରୁଥିବା ଦେଖିବାକୁ ମିଳୁଛି । ସେପଟେ ଷ୍ଟାଡିୟମରେ ମଧ୍ୟ ଖେଳ ସମୟରେ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା ।

 

ପାକିସ୍ତାନ ବିପକ୍ଷ ମ୍ୟାଚରେ ନଖାଇ ଖେଳିବେ ମହମ୍ମଦ ସାମି !

ନନ୍ଦିଘୋଷ ବ୍ୟୁରୋ: ରବିବାର ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଯାଉଛି ହାଇଭୋଲଟେଜ୍ ମ୍ୟାଚ । ଚାମ୍ପିୟନ୍ସ ଟ୍ରଫିର ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଉପରେ ରହିଛି ସମଗ୍ର ବିଶ୍ବବାସୀଙ୍କ ନଜର । ତେବେ ଭାରତୀୟ ଦଳର ବୋଲିଂ କଥା ଯଦି କହିବା ତାହେଲେ ମହମ୍ମଦ ସାମିଙ୍କ ଉପରେ ଦଳ ଅଧିକ ଭରସା ରଖିଛି । ବୁମରାଙ୍କ ଅନୁପସ୍ଥିତିରେ ଦଳ ସାମିଙ୍କୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରୁଛି । ତେବେ ବାଂଲାଦେଶ ବିପକ୍ଷ ଘାତକ ବୋଲିଂ କରିଥିବା ସାମି ପାକିସ୍ତାନକୁ ଧୂଳି ଚଟାଇବେ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ତେବେ କୁହାଯାଉଛି କି, ସାମି ଆଜିର ମ୍ୟାଚରେ ଅଖିଆ ଖେଳିବେ । ଯଦିଓ ସେ ଫଳ ଖାଇବେ ତଥାପି କୌଣସି ଭାତ କିମ୍ବା ରୁଟି ଖାଇବେ ନାହିଁ ବୋଲି କୁହାଯାଉଛି ।

ଖବରକୁ ଯଦି ବିଶ୍ବାସ କରାଯାଏ ତାହେଲେ ଏବେ ସାମି ଦିନକୁ ମାତ୍ର ଥରେ ଖାଉଥିବା ସେ ନିଜେ କହିଛନ୍ତି । ଆହତ ହୋଇ ଦଳରୁ ଦୂରରେ ରହିଥିଲେ । ପୁଣିଥରେ ଦଳକୁ ଫେରିବା ପାଇଁ କଠିନ ପରିଶ୍ରମ କରିଛନ୍ତି । ନିଜର ପ୍ରିୟ ଖାଦ୍ୟ ବିରିୟାନୀକୁ ମଧ୍ୟ ଦୂରେଇ ଦେଇଥିଲେ ସାମି । ଏହାସହ ନବଜୋତ ସିଦ୍ଧୁଙ୍କ ପ୍ରଶ୍ନରେ ସାମି କହିଥିଲେ କି, ସେ ୧୦ ବର୍ଷ ହେବ ଦିନକୁ ମାତ୍ର ଥରେ ଖାଉଛନ୍ତି । ଓଜନ କମାଇବା ପାଇଁ ବହୁ ସଂଘର୍ଷ କରୁଥିବା ସାମି ଏବେ ୯ କିଲୋରୁ ଅଧିକ ଓଜନ କମାଇଥିବା କହିଥିଲେ ।

ଫାର୍ମ ହାଉସରେ ଫୁଟିଲା ଗୁଳି, ଯୁବକଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ ସଦର ଥାନା ଫାସିଗାଁ ଗ୍ରାମ ନିକଟ ଫାର୍ମ ହାଉସରେ ଫୁଟିଲା ଗୁଳି । ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଗୋବିନ୍ଦଚନ୍ଦ୍ର ନାଏକ । ଗତକାଲି ରାତିରେ କଳାଙ୍ଗ ଚାକୁଣ୍ଡାନାଳୀ ଗ୍ରାମର ଯୁବକ ଗୋବିନ୍ଦଚନ୍ଦ୍ର ନାଏକ ନିଜ ଫାର୍ମ ହାଉସରେ ଶୋଇଥିଲେ । କେହି ଦୁର୍ବୃତ୍ତ ଫାର୍ମ ହାଉସରେ ପଶି ଟର୍ଚ୍ଚ ମାରିଥିଲେ । ଏହା ଦେଖି ଗୋବିନ୍ଦଚନ୍ଦ୍ର ପାଟି କରିବାରୁ ଦୃର୍ବୁତ୍ତ ମାନେ ତାଙ୍କୁ ଗୁଳି କରିଥିଲେ ।  ଗୋବିନ୍ଦଚନ୍ଦ୍ରଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ରାଉରକେଲା ସହରରେ ପୁଣି ଫୁଟିଲା ଗୁଳି

ନନ୍ଦିଘୋଷ ବ୍ୟୁରୋ: ରାଉରକେଲା ସହରରେ ପୁଣି ଫୁଟିଲା ଗୁଳି । ସେକ୍ଟର ୪ ପୋଷ୍ଟ ଅଫିସ ନିକଟରେ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି।ଗୁଳି ମାଡ଼ରେ ବିଜୟ କୁମାର ଲାକ୍ରା ନାମକ ଯୁବକ  ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ବିଜଯଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆହତ ଯୁବକ କାରରେ ଯାଉଥିବାବେଳେ ଦୁଇଜଣ ଦୁର୍ବୃତ୍ତ ଗୁଳିମାଡ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ବାଲିଘାଟ ବ୍ୟବସାୟକୁ କେନ୍ଦ୍ର କରି ଏହି ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ଅତିରିକ୍ତ ଏସପି, ଡିଏସପିଙ୍କ ସହ ସେକ୍ଟର ତିନି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗୁଳିମାଡରେ ଭୟଭୀତ ହୋଇ ପଡିଥିବା ଯୁବକଙ୍କ କାର ଏକ ପାଚେରୀରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁଳିକାଣ୍ଡକୁ ନେଇ ସ୍ଥାନୀୟଲୋକେ ଭୟଭୀତ ହୋଇ ରହିଛନ୍ତି।

ବିତିଲାଣି ୨୪ ଘଣ୍ଟା, ତଥାପି ଟନେଲରୁ ଉଦ୍ଧାର ହୋଇନାହାନ୍ତି ୮ରୁ ଅଧିକ ଶ୍ରମିକ

ନନ୍ଦିଘୋଷ ବ୍ୟୁରୋ: ୨୪ ଘଣ୍ଟା ବିତିଲା। ଗତକାଲିଠାରୁ ତେଲେଙ୍ଗାନା ଏକ ଟନେଲରେ ଫସିଛନ୍ତି ୮ରୁ ଅଧିକ ଲୋକ। ଗତକାଲିଠାରୁ ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ।    ଶ୍ରୀସାଇଲମ୍ ବାମ କେନାଲ ଟନେଲରେ ଏହି ଅଘଟଣ ଘଟିଛି। ନିର୍ମାଣାଧୀନ ଟନେଲ ଛାତରୁ କଂକ୍ରିଟ ଖଣ୍ଡ ଖସିବାରୁ ଫସି ରହିଛନ୍ତି ସେମାନେ  ନଗର କୁର୍ଣ୍ଣୁଲ ଜିଲ୍ଲାରେ ଏହି ଅଘଟଣ ଘଟିଛି। ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ। ଏନଡିଆରଏଫ୍ ଓ ଏସଡିଆରଏଫ୍ ମଧ୍ୟ ସାମିଲ ହୋଇଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଘଟଣା ଉପରେ ନଜର ରଖିଛନ୍ତି। ଶ୍ରୀସାଇଲମ୍ ର ବାମ କେନାଲରେ ଟନେଲ ଛାତରୁ ପାଣି ଲିକ୍ ହେଉଥିଲା। ତାକୁ ବନ୍ଦ କରିବାକୁ କଂକ୍ରିଟ କରାଯାଇଥିଲା। ୧୨ରୁ ୧୩ କିଲୋମିଟର ଦୂରରେ ସେହି କଂକ୍ରିଟ ଭୁଶୁଡ଼ି ପଡ଼ିଛି। ଜଳସେଚନ ମନ୍ତ୍ରୀ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ଏ ସଂପର୍କରେ ପ୍ରଧାମନ୍ତ୍ରୀ ମୋଦି ତେଲେଙ୍ଗାନାର ମୁଖ୍ଯମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ଓ ଘଟଣା ସଂପର୍କରେ ପଚାରି ବୁଝିଛନ୍ତି। ସବୁ ପ୍ରକାର ସାହାଯ୍ୟର ପ୍ରତିଶୃତି ଦେଇଛନ୍ତି ମୋଦି।

ଗାଜା-ଇସ୍ରାଏଲ ପ୍ରଥମ ପର୍ଯ୍ୟାୟ ଯୁଦ୍ଧ ବିରତି ପ୍ରସଙ୍ଗ : ୬ ପଣବନ୍ଦୀଙ୍କୁ ଛାଡିଲା ହମାସ

ନନ୍ଦିଘୋଷ ବ୍ୟୁରୋ: ଗାଜା-ଇସ୍ରାଏଲ ପ୍ରଥମ ପର୍ଯ୍ୟାୟ ଯୁଦ୍ଧ ବିରତି ପ୍ରସଙ୍ଗ। ଆଉ ୬ ପଣବନ୍ଦୀଙ୍କୁ ଛାଡିଲା ଆତଙ୍କୀ ସଂଗଠନ ହମାସ।  ୭ ଅକ୍ଟୋବରରେ ଘଟଣାରେ ଅପହୃତ ୪ ପଣବନ୍ଦୀ ସହ ହମାସ ନିକଟରେ ଅନେକ ବର୍ଷ ଧରି ବନ୍ଦୀ ଥିବା ୨ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିଛି ଇସ୍ରାଏଲ। ଆସନ୍ତା ସପ୍ତାହରେ ଆଉ ୪ ପଣବନ୍ଦୀଙ୍କ ମୃତଦେହ ଇସ୍ରାଏଲକୁ ହସ୍ତାନ୍ତର କରିବ ବୋଲି ସୂଚନା ଦେଇଛି ହମାସ। ପ୍ରତି ବଦଳରେ ୬୦୨ ପଣବନ୍ଦୀଙ୍କୁ ମୁକ୍ତ କରିଛି ଇସ୍ରାଏଲ। ଏବେବି ହମାସ ପାଖରେ ଆଉ ୫୯ ପଣବନ୍ଦୀ ଜୀବୀତ ଥିବା ଜଣାପଡିଛି। ହମାସ ଓ ଇସ୍ରାଏଲ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଯୁଦ୍ଧ ବିରତିରେ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟ ଯୁଦ୍ଧ ବିରତିରେ ଅନ୍ୟ ବନ୍ଦୀଙ୍କୁ ମୁକ୍ତ ହେବା ସମ୍ଭାବନା ରହିଛି। ପାଲେଷ୍ଟାଇନ ଓ ହମାସ ମଧ୍ୟରେ ୩ଟି ପର୍ଯ୍ୟାୟରେ ଯୁଦ୍ଧ ବିରତି ପାଳନ କରାଯାଇ ପଣବନ୍ଦୀଙ୍କୁ ମୁକ୍ତ କରିବ ଆତଙ୍କୀ ସଂଗଠନ ହମାସ। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆସନ୍ତା ମାର୍ଚ୍ଚ ପହିଲାରୁ ଆରମ୍ଭ ହେଉଛି ଦ୍ଵିତୀୟ ପର୍ଯ୍ୟାୟ ଯୁଦ୍ଧ ବିରତି।

ଆଜି ଭାରତ-ପାକିସ୍ତାନ ଟକ୍କର, ଜାଣନ୍ତୁ କଣ ରହିଛି ଟକ୍କର

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନସ ଟ୍ରଫିରେ ଆଜି ସବୁଠାରୁ ବଡ଼ ମ୍ୟାଚ୍। ହାଇଭୋଲଟେଜ୍ ଇଣ୍ଡିଆ-ପାକିସ୍ତାନ ଟକ୍କର। ଦୁବାଇରେ ହେବ ଏହି ମ୍ଯାଚ। ମୁହାଁମୁହିଁ ହେବ ଦୁଇ ପ୍ରତିନ୍ଦ୍ଵନ୍ଦ୍ଵୀ ଭାରତ –ପାକିସ୍ତାନ। ରୋହିତ ଶର୍ମାଙ୍କ ନେତୃତ୍ଵରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ। ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ଭାରତ ୬ ୱିକେଟରେ ହରାଇଥିବାରୁ ଖେଳାଳିଙ୍କ ଆତ୍ମବିଶ୍ଵାସ ଦୃଢ ରହିଛି। ଆଜିର ମ୍ୟାଚ ଜିତିଲେ ଟିମ୍ ଇଣ୍ଡିଆ ସେମିଫାଇନାଲର ପ୍ରମୁଖ ଦାବିଦାର ହେବ। ଭାରତର ପ୍ଲେଇଂ ଇଲେଭେନ ଉପରେ ରହିଛି ସମସ୍ତଙ୍କ ନଜର। ଜଣାପଡୁଛି ଏକ ଅତିରିକ୍ତ ସ୍ପିନର ଭାବେ ବରୁଣ ଚକ୍ରବର୍ତ୍ତୀଙ୍କୁ ସ୍ଥାନ ମିଳିପାରେ। ଏପରି ହେଲେ ହର୍ଷିତ ରାଣା ବାଦ୍ ପଡ଼ିବେ। ସେପଟେ ବ୍ଯାଟିଂରେ ଟପ୍ ଅର୍ଡର ହିଁ ଟ୍ରମ୍ପ କାର୍ଡ ହେବ। ଚେଜ୍ ମାଷ୍ଟର କୋହଲିଙ୍କ ଉପରେ ସମସ୍ତଙ୍କ ନଜର। ସେପଟେ ପାକିସ୍ତାର ବଳ ହେଉଛି ଫାଷ୍ଟ ବୋଲିଂ। କିନ୍ତୁ ସ୍ପେଶାଲିଷ୍ଟ ସ୍ପିନର ନାହାନ୍ତି। ଅବରାର ଅହମ୍ମଦ ଜଣେ ମାତ୍ର ସ୍ପିନର ଅଛନ୍ତି। ଆଜିର ମ୍ଯାଚ ପାକିସ୍ତାନ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଯଦି ଆଜି ଭାରତଠାରୁ ପାକିସ୍ତାନ ହାରି ଯାଏ ତେବେ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇପାରେ ଆୟୋଜକ ପାକିସ୍ତାନ ।

ଏପଟେ ସୁପର ସନ୍ ଡେ’ର ସୁପର ମୁକାବିଲାକୁ ଭାରତ ଚାହିଁ ବସିଛି । କାରଣ ପାକିସ୍ତାନ ପାଖରୁ ଭାରତକୁ ୮ ବର୍ଷ ପୂର୍ବର ପ୍ରତିଶୋଧ ନେବାକୁ ସୁଯୋଗ ମିଳିଛି । ଭାରତ ଏହି ସୁଯୋଗକୁ କେବେ ହାତଛଡ଼ା କରିବାକୁ ଚାହିଁବ ନାହିଁ । ଆଉ ୨୦୧୭ର ପ୍ରତିଶୋଧ ନେବାକୁ ପୂରା ଭାରତୀୟ କ୍ରିକେଟ୍ ଟିମ ସମେତ ସାରା ଦେଶ ଚାହିଁ ବସିଛି ।

ଦୁବାଇ ମାଟିରେ ଭାରତ ହାବୁଡ଼ରେ ପଡ଼ି ଗଲେ ପାକିସ୍ତାନ ବନିଯାଏ ଭିଗି ବିଲି । ଏଠାରେ ଭାରତ ନାଁ ଶୁଣିଲେ ଥର ଥର କମ୍ପନ୍ତି ପାକିସ୍ତାନୀ ଖେଳାଳି । କାରଣ ଦୁବାଇରେ ପାକିସ୍ତାନ ବିରୋଧରେ ଭାରତ ଉଇନିଂ ଷ୍ଟ୍ରାଇକ ରେଟ୍ 100 % ରହିଛି । ଉଭୟ ଦେଶ ଦିନିକିଆ ଫର୍ମାଟରେ ଦୁବାଇରେ ଦୁଇ ଥର ପରସ୍ପରକୁ ଭେଟିଛନ୍ତି । ଆଉ ଦୁଇ ଥର ଭାରତ ବିଜୟ ହାସଲ କରିଛି । ଏହି ଦୁଇଟି ମ୍ୟାଚ ୨୦୧୮ରେ ଏସିଆ କପରେ ଖଳା ଯାଇଥିଲା । ଗ୍ରୁପ ଷ୍ଟେଜରେ ଭାରତ ପାକିସ୍ତାନକୁ ୮ ଓ୍ବିକେଟରେ ହରାଇ ଥିବା ବେଳେ ସୁପର ଫୋରରେ ନଅ ଓ୍ବିକେଟରେ ଧୂଳି ଚଟାଇ ଥିଲା ।

ପୁଣି ୭ ବର୍ଷ ପରେ ଭାରତ ଓ ପାକିସ୍ତାନ ଦୁବାଇରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଆଉ ଏହି ମ୍ୟାଚ ଜିତି ଭାରତ ୨୦୧୭ ଚାମ୍ପିୟନ୍ସ ଟ୍ରଫି ପରାଜୟର ପ୍ରତିଶୋଧ ନେବାକୁ ଅନାଇ ବସିଛି । ରାତି ପାହିବାକୁ ଅପେକ୍ଷା, ଭାରତ ହାତରୁ ପାକିସ୍ତାନର ଆଉ ଏକ ପରାଜୟ ଦେଖିବାକୁ କ୍ରିକେଟ ପ୍ରେମୀ ଅନାଇ ବସିଛନ୍ତି ।