spot_img
Home Blog Page 1112

ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁ ଆହତ ସାଙ୍ଗକୁ ଦଳାଚକଟା ସ୍ଥିତି ; ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ଭୁବନେଶ୍ୱର : ପଦାରେ ପଡିଲା ପ୍ରଶାସନର ପାରିବା ପଣିଆ। ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଠେଲାପେଲା। ଲିଙ୍ଗରାଜ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ଠେଲାପେଲା ପରିସ୍ଥିତି। ଠେଲାପେଲାରେ କିଛି ଭକ୍ତ ଆହତ ହୋଇଛନ୍ତି । ମନ୍ଦିର ଦକ୍ଷିଣ ଘର ନିକଟରେ ଠେଲାପେଲା ହୋଇଥିବା ସହ ପୋଲିସ ସହ ଧସ୍ତାଧସ୍ତି ହୋଇଛି। ସାଧାରଣ ଭକ୍ତ ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହୋଇ ରହିଥିବାରୁ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ଠେଲାପେଲାରେ କିଛି ଶିଶୁ ବି ଫସିଥିବା ସୂଚନା ମିଳିଛି। ମନ୍ଦିରରେ ଭିଆଇପି ପାସ୍ ନାମରେ ବାହାର ଲୋକଙ୍କୁ ସୁଯୋଗ ଦିଆଯାଉଥିବା ଅଭିଯୋଗ ହୋଇଛି। ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ଗୋଟିଏ ହୋଇଯାଇଥିବା ଦେଖାଯାଇଛି। ଅବ୍ୟବସ୍ଥା ଯୋଗୁ ବରିଷ୍ଠ ନାଗରିକମାନେ ବି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେପଟେ ପ୍ରଭୁଙ୍କ ଦର୍ଶନ ଲାଗି ଲିଙ୍ଗରାଜ ପୀଠରେ ପରିଲକ୍ଷିତ ହୋଇଛି ଗହଳି। ଭୋର ସମୟରୁ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ସରିବା ପରେ ହୋଇଛି ସାହାଣମେଲା ଦର୍ଶନ। ଆରମ୍ଭରୁ ଦର୍ଶନ ପାଇଁ ମନ୍ଦିର ଭିତରେ ଠେଲାପେଲା ପରିସ୍ଥିତି ଉପୁଜିଥିଲା । ମୁଖ୍ୟ ମନ୍ଦିର ଭିତରକୁ ଭକ୍ତମାନେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ସେବାୟତ ଓ ପୋଲିସ ମଧ୍ୟରେ ଧସ୍ତା ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି।

କୋଇଲା ଚାଲାଣକୁ ବିରୋଧ କରି ପୋଲିସକୁ ଖବର ଦେବାରୁ ପିଟିପିଟି ହତ୍ୟା

ଚାନ୍ଦବାଲି : ଦିନକୁ ଦିନ ବଢିଚାଲିଛି କୋଇଲା ମାଫିଆଙ୍କ ଦୌରାତ୍ମ୍ୟ। ଚୋରା କୋଇଲା ଚାଲାଣକୁ ବିରୋଧ କରି ପୋଲିସକୁ ଖବର ଦେବାରୁ ପିଟିପିଟି ହତ୍ୟା। ଏଭଳି ଏକ ଘଟଣା ଦେକିବାକୁ ମିଳିଛି ଚାନ୍ଦବାଲି ତିହିଡି ବ୍ଳକ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛତ୍ରପଦା ଗ୍ରାମରେ। ଛତ୍ରପଦା ଗ୍ରାମରେ ଅବନୀ ନାୟକ ନାମକ ଜଣେ ବ୍ୟକ୍ତି ବିଭିନ୍ନ ସମୟରେ ନିକଟସ୍ଥ ଧାମରା ରେଳପଥରୁ କୋଇଲା ଚୋରୀକୁ ବିରୋଧ କରୁଥିଲେ ।

ଗତକାଲି ବିଳମ୍ବିତ ରାତିରେ ୧୦ରୁ ଉର୍ଦ୍ଧ୍ବ କୋଇଲା ବୋଝେଇ ପିକପ ଭ୍ୟାନ ତାଙ୍କ ଘରବାଟ ଦେଇ ଯାଉଥିଲା , ଯାହାକୁ ସେ ବିରୋଧ କରିବା ସହ ପୋଲିସକୁ ଖବର ଦେଇଥିଲେ । ପରେ କୋଇଲା ମାଫିଆଙ୍କ ସହ ଅବନୀଙ୍କର ଧସ୍ତାଧସ୍ତି ହୋଇଥିଲା । ଏହି ଧସ୍ତାଧସ୍ତିରେ ଅବନି ନିଜକୁ ବଞ୍ଚାଇବାକୁ ଯାଇ କୋଇଲା ମାଫିଆଙ୍କୁ ଆକ୍ରମଣ କରିଥିଲେ । ଶେଷରେ ଛଅ ରୁ ସାତ ଜଣ କୋଇଲା ମାଫିଆ ମିଶି ତାଙ୍କୁ ମାଡ଼ ମାରିଥିଲେ। ଫଳରେ ଘଟଣାସ୍ଥଳରେ ଅବନୀଙ୍କର ମୃତ୍ୟୁ ହୋଇଥିଲା।

ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ ବାତିଲ ପରେ ଇଂଲଣ୍ଡର ଲାଗିଲା ଲଟେରୀ

ନନ୍ଦିଘୋଷ ବ୍ୟୁରୋ : ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମଙ୍ଗଳବାର ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ବର୍ଷା ଯୋଗୁ ମ୍ୟାଚରେ ଟସ୍‌ ହୋଇପାରିଲା ନାହିଁ। ଏପରି ପରିସ୍ଥିତିରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଦଳ ନିରାଶ ହୋଇଥିଲେ, କିନ୍ତୁ ଏହି ବର୍ଷା ଇଂଲଣ୍ଡ ପାଇଁ ଲଟେରୀଠାରୁ କମ୍‌ ନୁହେଁ। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଥିବା ଇଂଲଣ୍ଡ ଏବେ ଏହି ମ୍ୟାଚ ବାତିଲ ହେବା ଯୋଗୁ ସେମିଫାଇନାଲରେ ପହଞ୍ଚିବାର ଦାବିଦାର ପାଲଟିଛି।

ସୂଚନା ଅନୁସାରେ, ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଗ୍ରୁପ Aରୁ ସେମିଫାଇନାଲରେ ପ୍ରବେଶ କରିସାରିଛନ୍ତି, କିନ୍ତୁ ଗ୍ରୁପ-Bରୁ କୌଣସି ଦଳ ଏପର୍ଯ୍ୟନ୍ତ ଟପ-୪ରେ ସ୍ଥାନ ପାଇନାହାଁନ୍ତି । ଏପର୍ଯ୍ୟନ୍ତ ଗ୍ରୁପ-Bର ପ୍ରତ୍ୟେକ ଦଳ ସେମିଫାଇନାଲକୁ ଟିକେଟ ପାଇବାର ସୁଯୋଗ ରହିଛି।

ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ ବାତିଲ ହେବା ପରେ ଏବେ ଇଂଲଣ୍ଡକୁ ବୁଧବାର ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ ଜିତିବାକୁ ପଡିବ। ଏହା ପରେ ସେମାନେ ଦକ୍ଷିଣ ଆଫ୍ରିକାକୁ ଭେଟିବେ। ଯଦି ଇଂଲଣ୍ଡ ଦଳ ଏହି ଦୁଇଟି ମ୍ୟାଚ ଜିତିଯାଏ ତେବେ ସେମାନେ ସେମିଫାଇନାଲରେ ପ୍ରବେଶ କରିବେ।

କେବଳ ଏତିକି ନୁହେଁ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ବାତିଲ ହେବା ଯୋଗୁ କୌଣସି ଦଳ ସେମିଫାଇନାଲରେ ପହଞ୍ଚିପାରିନାହିଁ। ଏବେ ଏହି ଉଭୟ ଦଳକୁ ଯେକୌଣସି ମୂଲ୍ୟରେ ସେମାନଙ୍କର ଶେଷ ଲିଗ ମ୍ୟାଚ ଜିତିବାକୁ ପଡିବ। ଅଷ୍ଟ୍ରେଲିଆ ଏବେ ଆଫଗାନିସ୍ତାନକୁ ଭେଟିବ। ଯେତେବେଳେ ଦକ୍ଷିଣ ଆଫ୍ରିକାକୁ ଇଂଲଣ୍ଡ ସହିତ ମୁକାବିଲା କରିବାକୁ ପଡିବ।

ଆଜି ସରିବ ଆାସ୍ଥାର ମହାକୁମ୍ଭ, ଶିବରାତ୍ରୀରେ ଶେଷ ଅମୃତ ମହାସ୍ନାନ

ନନ୍ଦିଘୋଷ ବ୍ୟୁରୋ : ପ୍ରୟାଗରାଜରେ ଦୀର୍ଘ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭର ଆଜି ଶେଷ ହେଉଛି । ଏହା ମଧ୍ୟରେସୋମବାର ସନ୍ଧ୍ୟା ସୁଦ୍ଧା ୬୩ କୋଟି ୩୬ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇସାରିଲେଣି । ଆଜି ମହାଶିବରାତ୍ରୀ ଶେଷ ସାହୀ ସ୍ନାନ ଥିବାରୁ ପାଖାପାଖି ୧ରୁ ୧.୫ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବା ସମ୍ଭାବନା ରହିଛି।

ରେକର୍ଡ ଶ୍ରଦ୍ଧାଳୁଙ୍କ ପବିତ୍ର ବୁଡ଼ ପାଇଁ ସବୁ ଦୃଷ୍ଟିରୁ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି। ଶ୍ରଦ୍ଧାଳୁଙ୍କ ଆସ୍ଥା, ବିଶ୍ବାସ ଓ ଭକ୍ତିର ଦିବ୍ୟ ଅନୁଭୂତି ଦେବା ପାଇଁ ସୁରକ୍ଷା ଓ ସହଜ ସ୍ନାନ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ସଶସ୍ତ୍ର ବଳ, ଅର୍ଦ୍ଧସାମରିକ ବାହିନୀ, ରାପିଡ୍‌ ଆକ୍ସନ୍‍ ଫୋର୍ସଠାରୁ ଆରମ୍ଭ କରି ରାଜ୍ୟ ପୁଲିସ ବିଭାଗ ବହୁମୁଖୀ ସୁରକ୍ଷା ଲାଗି ମୁତୟନ ହୋଇଛନ୍ତି। ସୋମବାର ଅପରାହ୍ଣ ୪ଟାରୁ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ ପ୍ରୟାଗରାଜ ସହରୀ କ୍ଷେତ୍ର ଓ କୁମ୍ଭମେଳା ଅଞ୍ଚଳକୁ ଯାନବାହନ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଛି।

କେବଳ ଜରୁରୀକାଳୀନ ସେବା ଓ ସରକାରୀ କାର୍ଯ୍ୟ ତଦାରଖକାରୀ ଗାଡିକୁ କଟକଣାମୁକ୍ତ କରାଯାଇଛି। ଏହି ନିୟମକୁ ପାଳନ କରିବା ଲାଗି ଜନତାଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ବିଶେଷକରି ଗଙ୍ଗା-ଯମୁନା ଓ ପୌରାଣିକ ସରସ୍ବତୀ ନଦୀର ମିଳନ ସ୍ଥଳ ସଙ୍ଗମ ଘାଟରେ ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଏଠାରେ ୩ଟି ଡ୍ରୋନ୍‌ ୨୪ ଘଣ୍ଟା ଉଡୁଛି। ଏଥିସହ ଶହ ଶହ ଉଚ୍ଚ କ୍ଷମତା ସଂପନ୍ନ କ୍ୟାମେରା ଲଗାଯାଇ ସମନ୍ବିତ ନିୟନ୍ତ୍ରଣ ଓ ନିର୍ଦେଶ କକ୍ଷ ଜରିଆରେ ଭିଡ଼ ଉପରେ ନଜର ରଖାଯାଉଛି। ବିଭିନ୍ନ ବାଟ ଦେଇ ସହରକୁ ଗତ ୨୪ ତାରିଖରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରବେଶ କରୁଥିବାରୁ ବିଭିନ୍ନ ଘାଟରେ ସୁବିଧାରେ ସ୍ନାନ କରିବା ଲାଗି ବନ୍ଦୋବସ୍ତ କରାଯାଇଛି। ମୋଟ ୩୦ଟି ଘାଟରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଉଛନ୍ତି। ଭିଡ଼ ନିୟନ୍ତ୍ରଣ ଲାଗି ଅସ୍ଥାୟୀ ଭାବେ ନିର୍ମିତ ୩୦ଟି ପିପା ପୋଲକୁ ଉପଯୋଗ କରାଯାଉଛି।

ଜାଗର ପାଇଁ ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଗହଳି, ମନ୍ଦିର ଭିତରେ ଠେଲାପେଲା ପରିସ୍ଥିତି

ନନ୍ଦିଘୋଷ ବ୍ୟୁରୋ : ଆଜି ପବିତ୍ର ମହାଶିବରାତ୍ରୀ । ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ଶୈବପୀଠ । ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରକୁ ବେଶ୍ ଆକର୍ଷଣୀୟ ଭାବେ ସଜାଯାଇଛି। ଭୋର ସମୟରୁ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ସରି ଚାଲିଛି ସାହାଣମେଲା ଦର୍ଶନ। ଆରମ୍ଭରୁ ଦର୍ଶନ ପାଇଁ ମନ୍ଦିର ଭିତରେ ଠେଲାପେଲା ପରିସ୍ଥିତି ଉପୁଜିଛି । ମୁଖ୍ୟ ମନ୍ଦିର ଭିତରକୁ ଭକ୍ତମାନେ ଧସେଇ ପଶିବାକୁ ଚେଷ୍ଟା କରିଛନ୍ତି । ସେବାୟତ ଓ ପୋଲିସ ମଧ୍ୟରେ ଧସ୍ତା ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି। ଭକ୍ତମାନେ ଦର୍ଶନ କରିବାକୁ ଧାଡ଼ି ବାନ୍ଧି ଅପେକ୍ଷା କରିଛନ୍ତି। ଶୃଙ୍ଖଳିତ ନୀତିକାନ୍ତିକୁ ମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ଵ ଦିଆଯାଇଥିବା ବେଳେ ଭକ୍ତମାନେ ଯେମିତି ସୁରୁଖୁରୁରେ ଦର୍ଶନ କରିପାରିବେ, ତାର ସୁବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ସୁରକ୍ଷା ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଛି।

ଆଜି ମହାଶିବରାତ୍ରୀ , ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ

ନନ୍ଦିଘୋଷ ବ୍ୟୁରୋ : ଆଜି ପବିତ୍ର ଜାଗର। ଦେବ ଦେବ ମହାଦେବଙ୍କ ପର୍ବ। ଏଥିପାଇଁ ସାରା ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। ସକାଳୁ ସକାଳୁ ହିଁ ଶିବ ମନ୍ଦିରରେ ଭକ୍ତଙ୍କ ଗହଳି ଚହଳି ଲାଗିଲାଣି। ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରକୁ ବେଶ୍ ଆକର୍ଷଣୀୟ ଭାବେ ସଜାଯାଇଛି। ଭୋର ସମୟରୁ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ସରି ଚାଲିଛି ସାହାଣମେଲା ଦର୍ଶନ।

ସେହିପରି ରାଜ୍ୟର ପ୍ରମୁଖ ଶୈବପୀଠ ପୁରୀର ଶ୍ରୀଲୋକନାଥ ପୀଠ, ରାଉରକେଲାର ବେଦବ୍ୟାସ, ଆଠଗଡର ଧବଳେଶ୍ବର, ଢେଙ୍କାନାଳର କପିଳାସ, ଆରଡିର ଆଖଣ୍ଡଳମଣି, ବାଲେଶ୍ବରର ପଞ୍ଚଲିଙ୍ଗେଶ୍ବର, ଜଳେଶ୍ବରର ଚନ୍ଦନେଶ୍ବର, ଭୋଗରାଇର ଭୁଷଣ୍ଡେଶ୍ବର, ନୟାଗଡ଼ର ଲଢୁବାବା, କୋରାପୁଟର ଗୁପ୍ତେଶ୍ବର ଭଳି ଶୈବ ପୀଠରେ ମହାଶିବରାତ୍ରୀ ଆଡ଼ମ୍ବରର ସହ ପାଳନ କରାଯାଉଛି । ସମସ୍ତ ଶୈବପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳୁଛି । ଭକ୍ତମାନେ ଯେପରି ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥିପାଇଁ ବ୍ୟାରିକେଡ୍, ସ୍ବତନ୍ତ୍ର ପୋଲିସ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି ।

ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ନନ୍ଦିଘୋଷ ବ୍ୟୁରୋ: ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ । ବୈଠକରେ ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ସମେତେ ପୁରୀ ଜିଲ୍ଲାପାଳ, ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ସମେତ ରାଜ୍ୟ ପୋଲିସର ବରିଷ୍ଠ ଅଧିକାରୀ ଉରସ୍ଥିତ ଥିଲେ । ବିଶେଷକରି ଆଗାମୀ ରଥଯାତ୍ରା ପରିପ୍ରେକ୍ଷିରେ ସମ୍ଭାବ୍ୟ ଭିଡ଼ ନିୟନ୍ତ୍ରଣ ଏବଂ ଏହାର ସୁପରିଚାଳ ନେଇ ଆଲୋଚନା ହୋଇଥିଲା । ରଥଯାତ୍ରା ସମୟରେ ଟ୍ରାଫିକ ପରିଚାଳନା, ଆଇନଶୃଙ୍ଖଳା, ରାସ୍ତାଘାଟ ସମସ୍ୟା ନେଇ ଆଲୋଚନା ହେଇଛି । ପ୍ରମୁଖ ୩୪୩ଟି ସ୍ଥାନରେ ଲାଗିବ ସିସିଟିଭି କ୍ୟାମେରା । ରଥଯାତ୍ରା ପରିଚାଳନା ସମ୍ପର୍କିତ ସମସ୍ତ କାର୍ଯ୍ୟ ଯେପରି ସୁରୁଖୁରୁରେ ସମାପନ ହେବ ସେନେଇ ଏସଓପି ପ୍ରସ୍ତୁତ କରିବାକୁ ପୁରି ଜିଲ୍ଲାପାଳ ଓ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ସମନ୍ଵିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ପରିଚାଳନା କେନ୍ଦ୍ର କାର୍ଯ୍ୟ କରିବ । ବିଭିନ୍ନ ବିଭାଗର ଅଧିକାରୀ ଏହି ନିୟନ୍ତ୍ରଣ କେନ୍ଦ୍ରରେ ରହି ଏହାକୁ ପରଚାଳନା କରିବେ । ଚଳିତ ବର୍ଷ ଜୁନ୍ ୧୧ରେ ଦେବସ୍ନାନ ପୂର୍ଣ୍ଣିମା, ୨୭ରେ ରଥଯାତ୍ରା, ଜୁଲାଇ ୫ରେ ବାହୁଡ଼ା, ଜୁଲାଇ ୬ ତାରିଖରେ ସୁନାବେଶ ଅନୁଷ୍ଠିତ ହେବ ।

ବର୍ଷକୁ ଦୁଇ ଥର ହେବ ସିବିଏସଇ ମାଟ୍ରିକ୍ ପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ: ବର୍ଷକୁ ଦୁଇ ଥର ହେବ ସିବିଏସଇ ମାଟ୍ରିକ୍ ପରୀକ୍ଷା। ଛାତ୍ରଛାତ୍ରୀଙ୍କ ଉପରେ ପରୀକ୍ଷା ଚାପ କମାଇବାକୁ ସିବିଏସଇର ପଦକ୍ଷେପ। ଆସନ୍ତାବର୍ଷରୁ ବର୍ଷକୁ ଦୁଇ ଥର ପରୀକ୍ଷା ପାଇଁ ଅନୁମତି ମିଳିଛି। ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ-ମାର୍ଚ୍ଚରେ ହେବ ପରୀକ୍ଷା। ଦ୍ବିତୀୟ ପର୍ଯ୍ୟାୟରେ ମେ ମାସରେ ହେବ ପରୀକ୍ଷା। ଛାତ୍ରଛାତ୍ରୀଙ୍କ ପାଖରେ ଦୁଇ ଥର ପରୀକ୍ଷା ଦେବାକୁ ବିକଳ୍ପ ରହିବ। ତେବେ ପ୍ରଥମ ପରୀକ୍ଷାରେ ଭଲ କରିନଥିଲେ ଦ୍ବିତୀୟ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ। ଏନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷାବିତଙ୍କ ମତାମତ ଲୋଡାଯାଇଛି।

ଥାନାବାବୁଙ୍କ ବିରୋଧରେ ଲଭ ସେକ୍ସ ଧୋକା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଥାନାବାବୁଙ୍କ ବିରୋଧରେ ଲଭ ସେକ୍ସ ଧୋକ୍କା ଅଭିଯୋଗ । ହୋମଗାର୍ଡଙ୍କ ପ୍ରେମରେ ଥାନାବାବୁ । ଜଗତସିଂହପୁର ଜିଲ୍ଲା ପୋଲିସ ପ୍ରଶାସନ ବିଭାଗରେ ଲାଗିଲା କଳାଦାଗ । କୁଜଙ୍ଗ ଥାନାଧିକାରୀଙ୍କ ବିରୋଧରେ ଜଗତସିଂହପୁର ଥାନାର ମହିଳା ହୋମଗାର୍ଡ ଆଣିଛନ୍ତି ସଙ୍ଗିନ ଅଭିଯୋଗ । କୁଜଙ୍ଗ ଥାନାଧିକାରୀ ଜଗତସିଂହପୁର ଥାନାରେ ଅତିରିକ୍ତ ଥାନାଧିକାରୀ ଥିବା ବେଳେ ମହିଳା ହୋମଗାର୍ଡଙ୍କୁ ବିଭାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ  ଦୈହିକ ସମ୍ପର୍କ ରଖିଥିଲେ । ପରେ କୁଜଙ୍ଗ ଥାନାକୁ ବଦଳି ହେବା ପରେ ତାଙ୍କୁ ଧୋକ୍କା ଦେଇଥିବା  ସମ୍ପୃକ୍ତ ମହିଳା ହୋମଗାର୍ଡ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଜଗତସିଂହପୁର ଏସପି ଭବାନୀ ସଙ୍କର ଉଦଗାତତା କୁଜଙ୍ଗ ଥାନାଧିକାରୀଙ୍କୁ ଅଫିସକୁ ଡାକି ପଚରା ଉଚୁରା କରିଛନ୍ତି । ମହିଳା ହୋମଗାର୍ଡଙ୍କ ଡାକ୍ତରୀ ପରୀକ୍ଷା ପାଇଁ ଡକାଯାଇଥିବାବେଳେ ସେ ଅନିଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି ।

ଘର ଭିତରେ ପଶି ୩ ମହିଳାଙ୍କୁ ହାଣିଲେ ଅଜଣା ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ: ଘର ଭିତରେ ପଶି ୩ ମହିଳାଙ୍କୁ ହାଣିଲେ ଅଜଣା ଦୁର୍ବୃତ୍ତ । ବଡ ବୋହୁର ମୃତ୍ୟୁ ହୋଇଥିବା ବେଳେ, ସାନ ବୋହୁ ଓ ଶାଶୁ ଗୁରୁତର ଅଛନ୍ତି । ଉଭୟ ଗୁରୁତରଙ୍କୁ ପ୍ରଥମେ ଭଣ୍ଡାରିପୋଖରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଦେଓପଦା ଗାଁରେ ଘଟିଛି ଏଭଳି ଘଟଣା । ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ, ଆକ୍ରମଣରେ ଏକାଧିକ ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ଘରେ କେହିନଥିବା ବେଳେ ସଂଘବଦ୍ଧ ଭାବେ ଘର ଭିତରେ ପଶି ମହିଳା ମାନଙ୍କୁ ଆକ୍ରମଣ ହୋଇଥିବା କହିଛନ୍ତି ସଂପର୍କୀୟ। ଅନ୍ୟପଟେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବଡ ବୋହୁ ଝୁନୁଲତା ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ, ସାନ ବୋହୁ ସସ୍ମିତା ସାହୁ ଓ ଶାଶୁ କନକଲତା ସାହୁ ଗୁରୁତର ଅଛନ୍ତି ।