spot_img
Home Blog Page 1071

ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚ ଯଦି ବାତିଲ ହୁଏ, ତେବେ କିଏ ଖେଳିବ ଫାଇନାଲ?

ଆସନ୍ତାକାଲି ଅର୍ଥାତ ଫେବୃଆରୀ ୪ ତାରିଖରେ ଭାରତ-ଅଷ୍ଟ୍ରେଲିଆା ମଧ୍ୟରେ ଚଳିତ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ଏହି ଗୁରୁତ୍ବପୂର୍ଣ୍ଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତରଫରୁ ଖାସ୍ ନିୟମ ରହିଛି । ମ୍ୟାଚର ଫଳାଫଳ କିପରି ବାହାରି ପାରିବ ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଇଛି । ଫେବୃଆରୀ ୪ରେ ଖେଳାଯିବାକୁ ଥିବା ନକଆଉଟ୍ ମ୍ୟାଚ ପାଇଁ ଭାରତ-ଅଷ୍ଟ୍ରେଲିଆା ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ସେମି ଲଢ଼େଇ ହେବ ।

ତେବେ ଏହା ମଧ୍ୟରେ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି, ଯଦି ବର୍ଷା କାରଣରୁ ସେମିଫାଇନାଲ ମ୍ୟାଚ ବାତିଲ ହୁଏ, ତେବେ କେଉଁ ଟିମ୍ ଫାଇନାଲରେ ପହଞ୍ଚିବ, ଆଉ ଏଥିପାଇଁ ଆଇସିସିର କ’ଣ ନିୟମ ରହିଛି? ବର୍ଷା ପାଇଁ ଏଥର ଅଷ୍ଟ୍ରେଲିଆର ଏକ ମ୍ୟାଚ ବାତିଲ ହୋଇଥିଲା । ତେଣୁ ସେମିରେ ବର୍ଷା ହୋଇପାରେ ବୋଲି ଫ୍ୟାନ୍ସଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ କେଉଁ ଟିମ୍ ଫାଇଦାରେ ରହିବ?

ଆଇସିସି ଏଥର ଦୁଇ ସେମି ମୁକାବିଲା ପାଇଁ ରିଜର୍ଭ ଡେ ରଖିଛି । ମାତ୍ର ଖେଳ ଧାର୍ଯ୍ୟ ଦିନରେ ସମାପ୍ତ କରିବାକୁ ପୂରା ପ୍ରୟାସ କରାଯିବ । ଯଦି ଏପରି ସମ୍ଭବ ହୁଏ ନାହିଁ, ତେବେ ରିଜର୍ଭ ଡେ’ରେ ପୂର୍ବ ଅସମାପ୍ତ ଖେଳକୁ ଜାରି ରଖାଯିବ । ଯଦି ମାର୍ଚ୍ଚ ୪ରେ ମାର୍ଚ୍ଚ ଖେଳିବ ସମ୍ଭବ ହେବନି, ତେବେ ୫ରେ ଖେଳାଯିବ । ଡକଓ୍ବର୍ଥ ଲୁଇସ ନିୟମ ଅନୁସାରେ ଫଳାଫଳ ବାହାର କରାଯିବା ପରେ ବ୍ୟାଟିଂ କରୁଥିବା ଟିମକୁ ଅତିକମରେ ୨୫ ଓଭର ଖେଳିବାକୁ ପଡ଼ିବ । ଗ୍ରୁପ ଷ୍ଟେଜ ପରେ ବ୍ୟାଟିଂ କରୁଥିବା ଟିମକୁ ୨୦ ଓଭର ଖେଳିବାକୁ ହୋଇଥାଏ । ମାତ୍ର ରିଜର୍ଭ ଡେ’ରେ ଫଳାଫଳ ନ ବାହାରିଲେ ଗ୍ରୁପ ଷ୍ଟେଜର ଟପରେ ଥିବା ଟିମ ଫାଇନାଲରେ ପହଞ୍ଚିଯିବ । ଭାରତୀୟ ଟିମ୍ ଗ୍ରୁପ ଷ୍ଟେଜରେ ଟପରେ ରହିଥିଲା । ଏପରି ସ୍ଥିତିରେ ଫଳାଫଳ ନ ବାହାରିଲେ ଭାରତ ଫାଇନାଲ ଖେଳିବ ।

KKR ପକ୍ଷରୁ ବଡ଼ ଘୋଷଣା: ଅଜିଙ୍କ୍ୟ ରାହାଣେ ଅଧିନାୟକ ନିଯୁକ୍ତ

କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୫ ସିଜିନର ଠିକ୍ ପୂର୍ବରୁ କୋଲକତା ନାଇଟ ରାଇଡର୍ସ (KKR) ଫ୍ରାଞ୍ଚାଇଜି ଏକ ବଡ଼ ଘୋଷଣା କରିଛି । ଅଜିଙ୍କ୍ୟ ରାହାଣେଙ୍କୁ ଟିମର ନୂଆ ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଭେଙ୍କଟେଶ ଅୟରଙ୍କୁ ଉପଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି । ରାହାଣେ କେକେଆରର ଟି-୨୦ରେ ୯ମ ଅଧିନାୟକ ହୋଇଛନ୍ତି । ତାଙ୍କ ପୂର୍ବରୁ ସୌରଭ ଗାଙ୍ଗୁଲି (୨୭ଟି ମ୍ୟାଚ), ବ୍ରେଣ୍ଡନ ମ୍ୟାକକୁଲମ (୧୩ଟି ମ୍ୟାଚ), ଗୌତମ ଗମ୍ଭୀର (୧୨୨ଟି ମ୍ୟାଚ), ଜ୍ୟାକସ କାଲିସ (୨ଟି ମ୍ୟାଚ), ଦିନେଶ କାର୍ତ୍ତିକ (୩୭ଟି ମ୍ୟାଚ), ଇଇନ ମୋର୍ଗାନ (୨୪ଟି ମ୍ୟାଚ), ଶ୍ରେୟସ ଅୟର (୨୯ଟି ମ୍ୟାଚ) ଓ ନୀତିଶ ରାଣା (୧୪ଟି ମ୍ୟାଚ)ରେ କ୍ୟାପ୍ଟେନଶିପ କରିସାରିଛନ୍ତି ।

ରାହାଣେ ଗତ ସିଜିନରେ ଚେନ୍ନାଇ ସୁପର କିଙ୍ଗସ (CSK) ତରଫରୁ ଖେଳୁଥିଲେ । ଫ୍ରାଞ୍ଚାଇଜି ତାଙ୍କୁ ରିଲିଜ କରିଦେଇଥିଲା । ଆଇପିଏଲ ୨୦୨୫ର ମେଗା ଅକ୍ସନରେ କୋଲକାତା ଫ୍ରାଞ୍ଚାଇଜି ରାହାଣେଙ୍କୁ ବେସ ପ୍ରାଇସରେ କିଣିଥିଲା । ତାଙ୍କର ବେସ ପ୍ରାଇସ ୧.୫୦ କୋଟି ଟଙ୍କା ରହିଥିଲା । ୩୬ ବର୍ଷୀୟ ରାହାଣେ ଆଇପିଏଲରେ ଏବେସୁଦ୍ଧା ୧୮୫ଟି ମ୍ୟାଚ ଖେଳିସାରିଛନ୍ତି । ସେ ୩୦.୧୪ ହାରରେ ୪୬୪୨ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ଷ୍ଟ୍ରାଇକ ରେଟ ୧୨୩.୪୨ ରହିଛି । ସେଥିରେ ୨ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ରହିଛି ।

ଅନ୍ୟପକ୍ଷରେ ଭେଙ୍କଟେସ ଅୟରଙ୍କୁ ମଧ୍ୟ ଏକ ବଡ଼ ଦାୟିତ୍ବ ଦିଆଯାଇଛି । କ୍ରମାଗତ କେକେଆରର ତରଫରୁ ଖେଳୁଥିବା ଭେଙ୍କଟେଶଙ୍କୁ ଫ୍ରାଞ୍ଚାଇଜି ଗତଥର ରିଲିଜ କରିଦେଇଥିଲା । ମାତ୍ର ମେଗା ଅକ୍ସନରେ ଦ୍ବିତୀୟ ଥର କିଣି ନେଇଥିଲା । କୋଲକାତା ତାଙ୍କୁ ଦ୍ବିତୀୟ ଥର କିଣିବା ପାଇଁ ୨୩.୭୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ବର୍ତ୍ତମାନ ସ୍ଥିତିରେ ଭେଙ୍କଟେଶ ସବୁଠାରୁ ମହଙ୍ଗା ପ୍ଲେୟାର ଅଟନ୍ତି ।

ପେଟ୍ରୋଲ ଦାମ୍ କମିଲା: ଜନତାଙ୍କୁ ବଡ଼ ଉପହାର ଦେଲେ ଏହି ରାଜ୍ୟ ସରକାର

ରାୟପୁର: ପେଟ୍ରୋଲ ଦାମ୍ ଶସ୍ତା ହୋଇଛି । ଛତିଶଗଡ଼ ସରକାର ରାଜ୍ୟ ବଜେଟ-୨୦୨୫ ଆଗତ କରିବା ସହ ଜନତାଙ୍କୁ ଦେଇଛନ୍ତି ଏକ ବଡ଼ ଉପହାର । ପେଟ୍ରୋଲ ଦାମ୍ ପ୍ରତି ଲିଟର ପିଛା ୧ ଟଙ୍କା କମିଥିବା ଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି । ବିଷ୍ଣୁଦେବ ସାୟଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିବା ଓପି ଚୌଧରୀ ପେଟ୍ରୋଲ ହ୍ରାସ ନେଇ ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ପେଟ୍ରୋଲ ଦର ୧ ଟଙ୍କା ହ୍ରାସ କରାଯାଇଥିବା ସେ କହିଛନ୍ତି ।

ବର୍ତ୍ତମାନ ରାଜ୍ୟର ଅଧିକାଂଶ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର କରିଛି । ରାଜଧାନୀ ରାୟପୁରରେ ଏକ ଲିଟର ପେଟ୍ରୋଲ ଦାମ ୧୦୦.୪୫ ଟଙ୍କାରେ ବିକ୍ରି ହେଉଛି । ରାଜନାନ୍ଦଗାଓଁରେ ଏହା ୧୦୦.୮୫ ଟଙ୍କା ପ୍ରତି ଲିଟର ରହିଛି । ସରକାରଙ୍କ ପକ୍ଷରୁ ଘୋଷଣା ପରେ ଅନେକ ସହରରେ ପେଟ୍ରୋଲ ଦାମ୍ ୧୦୦ ଟଙ୍କା ତଳକୁ ଖସିଯିବ । ରାଜ୍ୟର ଅନ୍ୟ ବଡ଼ ବଡ଼ ସହର କଥା ଯଦି କହିବା, ବସ୍ତରରେ ମାର୍ଚ୍ଚ ୩ରେ ପେଟ୍ରୋଲ ଦାମ ୧୦୨.୧୧ ଟଙ୍କା ପ୍ରତି ଲିଟର ରହିଥିଲା । ସେହିପରି ବାଲୋଦବଜାରରେ ୧୦୧.୧୮, ବୀଜାପୁରରେ ୧୦୧.୨୫, ବିଲାସପୁରର ୧୦୧.୨୫, ଦନ୍ତେଓ୍ବାଡ଼ାରେ ୧୦୨.୦୯, ଧମତରୀରେ ୧୦୦.୭୭, ଦୁର୍ଗରେ ୧୦୦.୮୦ ଓ ଜଶପୁରରେ ୧୦୧.୯୩ ଟଙ୍କା ରହିଥିଲା ।

ଜଙ୍ଘରେ ମହିଳା ଜଗନ୍ନାଥଙ୍କ ଟାଟୁ କରିବା ଘଟଣା: ଗିରଫ ହେଲେ ଟାଟୁ ଦୋକାନୀ

ଭୁବନେଶ୍ବର: ଶରୀରରେ ଜଗନ୍ନାଥଙ୍କ ଟାଟୁ କରିବା ନେଇ ସୋସିଆଲ ମିଡିଆରେ କ୍ଷମା ମାଗିଲେ ବିଦେଶିନୀ। ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିବା ସହ ଏଭଳି ଭୁଲ ଭବିଷ୍ୟତରେ ହେବନାହିଁ ବୋଲି ସେ କହିଛନ୍ତି। ଟାଟୁକୁ ନେଇ ଯାହା ସବୁ ଘଟି ଚାଲିଛି ତାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କୁ କ୍ଷମା କରିବାକୁ ସେ ସୋସିଆଲ ମିଡିଆରେ ପ୍ରାର୍ଥନା କରିଛନ୍ତି। ସେପଟେ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରାଇଥିବା ଟାଟୁ ଦୋକାନୀଙ୍କୁ ଗିରଫ କରିଛି ପୋଲିସ। ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସହିଦନଗର ଥାନାରେ ଏତଲା ହୋଇଥିଲା। ସହିଦନଗର ଥାନାରେ ଟାଟୁ କରିଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା ପୋଲିସ। ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ କରିଥିବାରୁ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଆଇଆଇଟି ବାବାଙ୍କୁ ଗିରଫ କଲା ଜୟପୁର ପୋଲିସ,ପାଖରୁ ମିଳିଲା ଗଞ୍ଜେଇ

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ୍ ମିଡିଆରେ ଆଇଆଇଟି ବାବା ନାଁରେ ଚର୍ଚ୍ଚିତ ଥିବା ଅଭୟ ସିଂହଙ୍କୁ ଆଜି ଜୟପୁର ପୋଲିସ୍ ଗିରଫ କରିଛି   ଆଇଆଇଟି ବାବା ସୋସିଆଲ୍ ମିଡିଆରେ ସୁଇସାଇଡ୍ କରିବାର ଧମକ ଦେଇଥିଲେ  । ଏହା ପରେ ଶିପ୍ରା ପଥ ଥାନା ପୋଲିସ୍  ଆଇଆଇଟି ବାବା ରହୁଥିବା ରିଦ୍ଧି ସିଦ୍ଧି ପାର୍କ କ୍ଲାସିକ୍ ହୋଟେଲରେ ପହଞ୍ଚି ତାଙ୍କୁ ଗିରଫ କରିଛି 

ସୂଚନାନୁସାରେ , ଅଭୟ ସିଂହଙ୍କ ପାଖରୁ ଗଞ୍ଜେଇ ଜବତ ହୋଇଛି  । ତାଙ୍କ ଉପରେ ଏନଡିପିଏସ୍ ଆକ୍ଟ (NDPS ACT) ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବର୍ତ୍ତମାନ ଆଇଆଇଟି ବାବାଙ୍କୁ ପୋଲିସ୍ ପଚରାଉଚାର ଜାରି ରଖଛି   ମହାକୁମ୍ଭ ଫେମ୍ ଆଇଆଇଟି ବାବା ଅଭୟ ସିଂହ ନିକଟ ଅତୀତରେ ବାରମ୍ବାର ବିବାଦରେ ଫସି ଚାଲିଛନ୍ତି  ପ୍ରଥମେ ଭାରତପାକିସ୍ତାନ ମ୍ୟାଚ୍ ବିଷୟରେ ତାଙ୍କର ଭବିଷ୍ୟବାଣୀ ଏବଂ ତାପରେ ନ୍ୟୁଜ୍ ଚ୍ୟାନେଲ ଷ୍ଟୁଡିଓରେ ହାଇଭୋଲଟେଜ୍ ଡ୍ରାମାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା 

 

ବାଂଲାଦେଶର ଛାତ୍ରନେତା ନାହିଦ ଇସଲାମ କିଏ: କେଜ୍ରିଓ୍ବାଲଙ୍କ ଠାରୁ ପ୍ରେରଣା ପାଇ ଗଠନ କଲେ ନିଜର ପାର୍ଟି

ବାଂଲାଦେଶରେ ଗତବର୍ଷ ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ ହେବାକୁ ପଡ଼ିଥିଲା । ପ୍ରଧାନମନ୍ତ୍ରୀ ହସିନା ପଦ ଛାଡ଼ିବା ଓ ଦେଶ ଛାଡ଼ି ଫେରାର ହେବା ପଛରେ ଜଣେ ଯୁବକଙ୍କ ହାତ ରହିଥିଲା, ତାଙ୍କର ନାମ ହେଉଛି ନାହିଦ ଇସଲାମ । ନାହିଦ ଛାତ୍ର ନେତା ଅଟନ୍ତି ଓ ସେ ’Students Against Discrimination’ ନାମକ ସଂଗଠନର କୋ-ଅର୍ଡିନେଟର ଥିଲେ । ନାହିଦ ଛାତ୍ରଙ୍କ ବିରୋଧ ପ୍ରଦର୍ଶନର ଚେହେରା ଭାବେ ସାମ୍ନାକୁ ଆସିବା ସହ ପ୍ରଥମ ଥର ଚର୍ଚ୍ଚାକୁ ଆସିଥିଲେ । ଏହି କାରଣରୁ ହସିନାଙ୍କୁ କ୍ଷମତା ହରାଇବାକୁ ପଡ଼ିଥିଲା । ନିକଟରେ ମୋହମ୍ମଦ ୟୁନୁସଙ୍କ କ୍ୟାବିନେଟରୁ ଇସ୍ତଫା ଦେବା ପରେ ପୁଣି ଥରେ ନାହିଦ ଚର୍ଚ୍ଚାର ଶିରୋନାମା ପାଲଟିଥିଲେ । ଫେବୃଆରୀ ୨୮ ତାରିଖରେ ନାହିଦ ନିଜର ରାଜନୈତିକ ପାର୍ଟିର ଘୋଷାଣା କରି ପୁଣି ଥରେ ଚର୍ଚ୍ଚାକୁ ଆସିଥିଲେ ।

ନାହିଦଙ୍କ ବୟସ ମାତ୍ର ୨୭ ବର୍ଷ । ସେ ବାଂଲାଦେଶର ଅନ୍ତରୀଣ ସରକାରରେ ସୂଚନା ଓ ପ୍ରସାରଣ (I&B) ପରାମର୍ଶଦାତା ପଦରେ କାର୍ଯ୍ୟରତ ଥିଲେ । ଯେହେତୁ ତାଙ୍କର ଇସ୍ତଫାକୁ ନେଇ ଚର୍ଚ୍ଚା ହେଉଥିଲା, ସେଥିପାଇଁ ତାଙ୍କର ଇସ୍ତଫା ଲୋକଙ୍କୁ ଆଶ୍ଚର୍ଯ୍ୟ କରିନଥିଲା । ଶୁକ୍ରବାର ଦିନ ନାହିଦ ଢାକାର ସଂସଦ ନିକଟରେ ଥିବା ମାଣିକ ମିୟା ଏଭିନ୍ୟୁରେ ନିଜର ଏକ ନୂଆ ପାର୍ଟିର ଘୋଷଣା କରିଥିଲେ । ଏହି ପାର୍ଟିର ନାମ ସେ ରଖିଥିଲେ ’ଜାତୀୟ ନାଗରିକ ପାର୍ଟି ବା ନ୍ୟାସନାଲ ସିଟିଜେନ ପାର୍ଟି (NCP) । ଅର୍ଥାତ ଷ୍ଟୁଡେଣ୍ଟସ ଏଗ୍ନେଷ୍ଟ ଡିସକ୍ରିମିନେସନ’ ନାମକ ସଂଗଂନ ଏବେ ରାଜନୈତିକ ପାର୍ଟିରେ ପରିବର୍ତ୍ତିତ ହୋଇଯାଇଛି । ତେଣୁ ଏବେ ପ୍ରଶ୍ନ ଉଠୁଛି, ଏହି ପାର୍ଟି ବାଂଲାଦେଶର ରାଜନୀତିକୁ ହଲଚଲ କରିଦେବ କି?

ଢାକା ବିଶ୍ବବିଦ୍ୟାଳୟରେ ସମାଜଶାସ୍ତ୍ରର ଛାତ୍ର ନାହିଦ ଇସଲାମ । ୨୭ ବର୍ଷ ବୟସରେ ଶେଖ ହସିନାଙ୍କ ବିରୋଧରେ ସଂରକ୍ଷଣ ବିରୋଧୀ ପ୍ରଦର୍ଶନରେ ଚେହେରା ହୋଇ ବେଶ ଲୋକପ୍ରିୟତା ହାସଲ କରିଥିଲେ । ୧୯୯୮ ମସିହାରେ ଜନ୍ମିତ ନାହିଦଙ୍କ ଇତିହାସ ସରକାରଙ୍କ ଜଣେ ଆଲୋଚକ ଭାବେ ରହିଆସିଛି । ଢାକାରେ ଜନ୍ମିତ ଜଣେ ଶିକ୍ଷକଙ୍କ ପୁତ୍ର ନାହିଦ ଭାରତର ସୀମା ସ୍ଥିତ ସୁନ୍ଦରବନ ନିକଟରେ ଥିବା ଏକ କୋଇଲା କାରଖାନା ବିରୋଧୀ ପ୍ରଦର୍ଶନରେ ଭାଗ ନେଇଥିଲେ । ୨୦୧୭ରେ ବିଶ୍ବବିଦ୍ୟାଳୟରେ ନିଜର ପ୍ରଥମ ସପ୍ତାହରେ ଏହି ବିରୋଧୀ ପ୍ରଦର୍ଶନରେ ସାମିଲ ହୋଇଥିଲେ । ଦୁଇବର୍ଷ ପରେ ସେ ବିଶ୍ବବିଦ୍ୟାଳୟ ନିର୍ବାଚନରେ ସାମିଲ ହୋଇଥିଲେ ଓ ପରେ ନିଜର ସାଥୀଙ୍କ ସହ ମିଶି ଢାକା ବିଶ୍ବବିଦ୍ୟାଳୟରେ ଡେମୋକ୍ରାଟିକ ଷ୍ଟୁଡେଣ୍ଟ ଫୋର୍ସ ନାମକ ଏକ ଛାତ୍ର ସଂଗଠନ ଗଠନ କରିଥିଲେ ।

୨୦୨୪ ମସିହା ଜୁଲାଇରେ ନାହିଦଙ୍କୁ ଦେଶର ଗୁଇନ୍ଦା ସଂସ୍ଥା ତାଙ୍କୁ ଅପହରଣ କରିବା ସହ ନିର୍ଯାତନା ଦେଇଥିଲା । ଉକ୍ତ ଘଟଣା ପରେ ନାହିଦ ଚର୍ଚ୍ଚାକୁ ଆସିଥିଲେ । ଜୁଲାଇ ୧୯ ରାତିରେ ସାଦା ପୋଷାକରେ ୩୦ ପୋଲିସ ଅଧିକାରୀ ତାଙ୍କ ବନ୍ଧୁଙ୍କ ଘରେ ପହଞ୍ଚିଥିଲେ । ସଂରକ୍ଷଣ ବିରୋଧୀ ପ୍ରଦର୍ଶନରେ ନିଜର ଭୂମିକା ପାଇଁ ଗିରଫଦାରୀରୁ ବର୍ତ୍ତିବା ପାଇଁ ନାହିଦ ଲୁଚିଥିଲେ । ଏହାପରେ ତାଙ୍କର ମୁଣ୍ଡରେ ଏକ କଳା କପଡ଼ା ବାନ୍ଧି ଦିଆଯାଇଥିଲା ଓ ସେ ଦୁନିଆକୁ କେବେ ପୁନର୍ବାର ଦେଖି ପାରିବେ ନାହିଁ ବୋଲି ତାଙ୍କୁ କୁହାଯାଇଥିଲା ।

ଏକ ରିପୋର୍ଟ ମୁତାବକ, ’ଗୁପ୍ତ ଜେଲ’ରେ ନାହିଦଙ୍କୁ ଲୁହା ରଡ଼ ପରି ସାମଗ୍ରୀରେ ପିଟା ଯାଇଥିଲା । ଏକଦିନ ପରେ ତାଙ୍କୁ ଏକ ବ୍ରିଜ ନିକଟରେ ଫୋପାଡ଼ି ଦିଆଯାଇଥିଲା । ଜୁଲାଇ ୨୬ରେ ତାଙ୍କୁ ପୁଣି ଥରେ ହସ୍ପିଟାଲରୁ ଉଠାଇ ନିଆଯାଇଥିଲା । ’ହସିନା ଇସ୍ତଫା ଦେବା ଉଚିତ’ ବୋଲି ଅଗଷ୍ଟ ୩ରେ ନାହିଦ ଢାକା ବିଶ୍ବବିଦ୍ୟାଳୟ ପରିସରରେ ଖୋଲାଖୋଲି ଭାବେ ଆହ୍ବାନ କରିଥିଲେ । ଅଗଷ୍ଟ ୫କୁ ଢାକାର ମଧ୍ୟଭାଗରେ ହସିନାଙ୍କ ବାସଭବନ ନିକଟରେ ଲକ୍ଷ ଲକ୍ଷ ପ୍ରଦର୍ଶନକାରୀ ରୁଣ୍ଡ ହୋଇଥିଲେ । ଏହାପରେ ହସିନା ଏକ ଜାହାଜରେ ଭାରତ ଚାଲିଯାଇଥିଲେ । ସେଠାରେ ସେ ଏବେ ନିର୍ବାସନରେ ରହିଛନ୍ତି । ହସିନା କ୍ଷମତାଚ୍ୟୁତ ହେବା ପରେ ତାଙ୍କୁ ନାହିଦଙ୍କୁ ମୋହମ୍ମଦ ୟୁନୁସଙ୍କ ମନ୍ତ୍ରିମଣ୍ଡଳରେ ସୂଚନା ପରାମର୍ଶଦାତା ନିଯୁକ୍ତି ଦିଆଯାଇଥିଲା । ଗତବର୍ଷ ଅକ୍ଟୋବରରେ ତାଙ୍କୁ ଟାଇମ ପତ୍ରିକାର ପ୍ରତିଷ୍ଠିତ ’ଟାଇମ ୧୦୦ ନେକ୍ସଟ ଲିଷ୍ଟ’ରେ ମଧ୍ୟ ସାମିଲ କରାଯାଇଥିଲା ।

ରଣବୀର ଆହ୍ଲାବାଦିଆଙ୍କୁ ବଡ଼ ଆଶ୍ବସ୍ତି: ’ଦି ରଣବୀର ଶୋ’ ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ଦେଲେ ଅନୁମତି

ୟୁଟ୍ୟବର ରଣବୀର ଆହ୍ଲାବାଦିଆଙ୍କୁ ମିଳିଛି ଏକ ବଡ଼ ଆଶ୍ବସ୍ତି । ଗୋଟିଏ ସର୍ତ୍ତରେ ରଣବୀରଙ୍କୁ ପୁଣି ଥରେ ’ଦି ରଣବୀର ଶୋ’ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହିତ ଏହି ବିବାଦକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ନୋଟିସ ଜରି କରି ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତଙ୍କ ଏହି ଶୁଣାଣି ପରେ ଏବେ ରଣବୀରଙ୍କୁ ମିଳିଛି ଏକ ବଡ଼ ଆଶ୍ବସ୍ତି ।

ୟୁଟ୍ୟୁବର ରଣବୀରଙ୍କ ଗିରଫଦାରୀରୁ ସୁରକ୍ଷା ଅବଧିକୁ ବୃଦ୍ଧି କରିବା ଅବସରରେ ସୁପ୍ରିମକୋର୍ଟ ’ଶୋ’ରେ ’ଶାଳୀଳତା ରକ୍ଷା କରିବାକୁ କହିଛନ୍ତି । ରଣବୀର ମହାରାଷ୍ଟ୍ର ଓ ଆସାମରେ ବିଭିନ୍ନ ମାମଲାର ସମ୍ମୁଖୀନ ହେଉଥିବା ବେଳେ ଆପେକ୍ସନ କୋର୍ଟଙ୍କ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ତାଙ୍କର ସୁରକ୍ଷା ମଞ୍ଜୁରୀ କରାଯାଇଥିବା କୋର୍ଟଙ୍କ ଅର୍ଡରରେ କୁହାଯାଇଛି ।  ଗୁଆହାଟୀରେ ତାଙ୍କ ବିରୋଧରେ ମାମଲା ଆସିଥିବା ବେଳେ ତଦନ୍ତରେ ସହଯୋଗ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚ ଅଦାଲତଙ୍କ କଟକଣା ମଧ୍ୟରେ ତାଙ୍କୁ ସୋସିଆଲ ମିଡ଼ିଆରେ ଏୟାର ଶୋ’ କରିବା ନେଇ ଅନୁମତି ମିଳୁ ବୋଲି ସୁପ୍ରିମକୋର୍ଟଙ୍କୁ ଆହ୍ଲାବାଦିଆା ଅନୁରୋଧ କରିଥିଲେ । ଏହା ତାଙ୍କର ଏକମାତ୍ର ଜୀବିକା ବୋଲି ରଣବୀର ଉଲ୍ଲେଖ କରିଥିଲେ । ତେବେ ଏହି ମାମଲାରେ ରଣବୀର ’ନିରବ ରହିବା’ ଉଚିତ ବୋଲି ସଲିସିଟର ଜେନେରାଲ ତୁଷାର ମେହତା ଯୁକ୍ତି କରିଥିଲେ । ରଣବୀରଙ୍କୁ କିଛି ସମୟ ପାଇଁ ନିରବରେ ରହିବାକୁ ଦିଆଯାଉ ବୋଲି ଶ୍ରୀ ମେହଟା ଉଚ୍ଚ ଅଦାଲତରେ କହିଥିଲେ । ରଣବୀରଙ୍କ ଲୋକପ୍ରିୟ ପଡକାଷ୍ଟ ଶୋ ପ୍ରତ୍ୟେଗ ବର୍ଗର ଲୋକଙ୍କ ପାଇଁ ଗ୍ରହଣୀୟ ବୋଲି ରଣବୀରଙ୍କୁ ଆଶ୍ବସ୍ତି ଦେବା ଅବସରରେ ସୁପ୍ରିମକୋର୍ଟ କହିଛନ୍ତି ।

ସହିପାରିଲେନି ପୋଷା ବିଲେଇର ମୃତ୍ୟୁ, ଆତ୍ମହତ୍ୟା କଲେ ମାଲିକାଣୀ

ନନ୍ଦିଘୋଷ ବ୍ୟୁରୋ: ଉତ୍ତର ପ୍ରଦେଶର ଆମରୋହାର ଜଣେ ୩୨ ବର୍ଷୀୟ ମହିଳା ତାଙ୍କ ପାଳିତ ବିଲେଇର ମୃତ୍ୟୁ ପରେ ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବିଲେଇକୁ କବର ଦେବାକୁ ମନା କରି, ସେ ଦୁଇ ଦିନ ପର୍ଯ୍ୟନ୍ତ ତା’ର ମୃତ ଶରୀରକୁ ଘରେ ରଖିଥିଲେ । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶର ଜଣେ ମହିଳା ତାଙ୍କ ପୋଷା ବିଲେଇର ମୃତ୍ୟୁକୁ ସହ୍ୟ କରି ନପାରି ଆତ୍ମହତ୍ୟା କରିଦେଇଛନ୍ତି । ପୋଷା ବିଲେଇଟି ମରିଯିବା ପରେ କୌଣସି ପ୍ରକାରେ ଏହା ପୁଣି ଥରେ ଜୀବିତ ହେବ ବୋଲି ଆଶା କରି ତାକୁ କବର ଦେବାକୁ ମନା କରିଦେଇଥିଲେ ମାଲିକାଣୀ।

ସେ ଦୁଇ ଦିନରୁ ଅଧିକ ସମୟ ଧରି ବିଲେଇର ମୃତଦେହକୁ ନିଜ ପାଖରେ ରଖିବା ପରେ ସେ ନିଜ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଅମରୋହାର ହସନପୁରରେ ରହୁଥିବା ୩୨ ବର୍ଷୀୟା ପୂଜା ଛାଡପତ୍ର ପାଇ ତାଙ୍କ ମା’ଙ୍କ ସହିତ ତାଙ୍କ ପୈତୃକ ଘରେ ରହୁଥିଲେ । ଆଠ ବର୍ଷ ପୂର୍ବେ ପୂଜା ଦିଲ୍ଲୀରେ ଜଣେ ପୁରୁଷଙ୍କୁ ବିବାହ କରିଥିଲେ କିନ୍ତୁ ଦୁଇ ବର୍ଷ ଧରି ଏକାଠି ରହିବା ପରେ ଏହି ଦମ୍ପତି ଅଲଗା ହୋଇଥିଲେ। ବିବାହ ବିଛେଦରେ ଭାଙ୍ଗିପଡିଥିବା ପୂଜାଙ୍କର ଏକଲାପଣକୁ ଦୂର କରିଥିଲା ଏହି ପୋଷା ବିଲେଇ । ତା’ସହ ହସ ଖୁସିରେ ବିତି ଯାଉଥିଲା ତାଙ୍କ ଜୀବନ ।

କିନ୍ତୁ ବିଲେଇଟି ମରିଯିବା ପରେ ପୂଜାଙ୍କ ମାଆ ତାକୁ କବର ଦେବାକୁ କହିଥିଲେ । କିନ୍ତୁ ପୂଜା ମନା କରିଥିଲେ । ଏକାକୀ ମୃତ ବିଲେଇ ସହ ନିଜକୁ ଏକ ଘରେ ବନ୍ଦ କରି ରଖିଥିଲେ । ତା’ ପର ଦିନ ସକାଳୁ ପୂଜାଙ୍କୁ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ ମାଆ । ପୋଲିସ ଏବେ ଫରେନସିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

ଦରମା ୧୧ଲକ୍ଷ କିନ୍ତୁ ସମ୍ପତ୍ତି ଚେତା ବୁଡାଇଲା ଭଳି …

ନନ୍ଦିଘୋଷ ବ୍ୟୁରୋ: ୟୁନୁସଙ୍କ ଟାର୍ଗେଟରେ ହାସିନାଙ୍କ ବିଶ୍ବସ୍ତ ନେତା । ପ୍ରଚୁର ସମ୍ପତ୍ତି କାରଣରୁ ଫସିଯାଇଛନ୍ତି ବାଂଲାଦେଶରେ ଶେଖ ହାସିନାଙ୍କ ସରକାରରେ ମନ୍ତ୍ରୀ ଥିବା ସୈଫୁଜାମାନ ଚୌଧୁରୀ  । ୧୧ ଲକ୍ଷ ଟଙ୍କା ଦରମା ପାଉଥିବା ସୈଫୁଜାମାନ ଆମେରିକା, ଲଣ୍ଡନ ଏବଂ ଦୁବାଇ ଭଳି ସ୍ଥାନରେ ୪୮୦ରୁ ଅଧିକ ସମ୍ପତ୍ତି ଅଛି। ଏଥିମଧ୍ୟରୁ ୩୦୦ଟି ସମ୍ପତ୍ତି କେବଳ ୟୁନାଇଟେଡ କିଙ୍ଗଡମରେ ଏବଂ ୧୪୨ଟି ଦୁବାଇରେ ଏବଂ ୧୫-୨୫ ଆମେରିକାରେ ଅଛି। ଏକ ଗଣମାଧ୍ୟମ ସଂସ୍ଥାର ତଦନ୍ତ ରିପୋର୍ଟରେ ଏହା ପ୍ରକାଶ ପାଇଛି।

ସୈଫୁଜାମାନ ଚୌଧୁରୀ କିଏ?

ସୈଫୁଜାମାନ ଚୌଧୁରୀ ଶେଖ ହାସିନାଙ୍କ ସରକାରରେ ମନ୍ତ୍ରୀ ଥିଲେ। ଗତ ବର୍ଷ ବିଶାଳ ବିରୋଧ ପ୍ରଦର୍ଶନ ପରେ ଶେଖ ହାସିନାଙ୍କୁ ପଦ ଛାଡିବାକୁ ପଡିଥିଲା। ହାସିନା ବାଂଲାଦେଶ ଛାଡି ପଳାୟନ କରି ଭାରତରେ ଆଶ୍ରୟ ନେଇଛନ୍ତି । ଅଗଷ୍ଟ ମାସରେ ପ୍ରତିବାଦ ପରେ ଚୌଧୁରୀ ମଧ୍ୟ ଦେଶ ଛାଡି ଚାଲିଯାଇଥିଲେ। ସେ ତାଙ୍କ ଆୟକର ରିଟର୍ଣ୍ଣରେ ୨୦କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଥିଲେ। ଚୌଧୁରୀଙ୍କ ବାପା ଅଖତରଉଜ୍ଜମାନ ଶେଖ ହାସିନାଙ୍କ ଜଣେ ବିଶ୍ୱସ୍ତ ନେତା ଥିଲେ।

ସେ ୟୁନାଇଟେଡ୍ କମର୍ସିଆଲ୍ ବ୍ୟାଙ୍କର ପ୍ରତିଷ୍ଠାତା ସଦସ୍ୟ ଥିଲେ। ତାଙ୍କ ବିରୁଦ୍ଧରେ ୧୯୮୩ ମସିହାରେ ପ୍ରତିଷ୍ଠିତ ୟୁନାଇଟେଡ୍ କମର୍ସିଆଲ୍ ବ୍ୟାଙ୍କର ପ୍ରତିଷ୍ଠାତା ଅଧ୍ୟକ୍ଷଙ୍କୁ ହତ୍ୟା କରିବାର ଅଭିଯୋଗ ଅଛି। ୧୯୯୨ ରୁ ୨୦୨୪ ମଧ୍ୟରେ, ଚୌଧୁରୀ ଏବଂ ତାଙ୍କ ପରିବାର ବିଶ୍ୱର ଅନେକ ପ୍ରମୁଖ ସହରରେ ୨୯୫ ନିୟୁତ ଡଲାରରୁ ଅଧିକ ମୂଲ୍ୟର ସମ୍ପତ୍ତି କିଣିଥିଲେ। ୨୦୧୯ ମସିହାରୁ ସୈଫୁଜମାନ ଚୌଧୁରୀଙ୍କ ସମ୍ପତ୍ତି ବୃଦ୍ଧି ପାଇବା ଆରମ୍ଭ କରିଥିଲା। ସେତେବେଳେ ସେ ଭୂମି ମନ୍ତ୍ରୀ ଥିଲେ । ସେ ଅନେକ କମ୍ପାନୀ ପ୍ରତିଷ୍ଠା କରିଛନ୍ତି। ରିପୋର୍ଟ ଅନୁଯାୟୀ, ତାଙ୍କର ଦୁବାଇର ବୁର୍ଜ ଖଲିଫା, ଲଣ୍ଡନର କମ୍ୟୁଟର ଟାଉନରେ, ୟୁକେ, ସିଙ୍ଗାପୁର ଏବଂ ମାଲେସିଆରେ ୩୦୦ରୁ ଅଧିକ ଘର ଅଛି

ଲଣ୍ଡନ ଘରର ମୂଲ୍ୟ କେତେ ?

ଚୌଧୁରୀଙ୍କର ଲଣ୍ଡନରେ ଏକ ଘର ଅଛି ଯାହାର ମୂଲ୍ୟ $୧୪ ନିୟୁତ। ତଥାପି, ଚୌଧୁରୀ କୁହନ୍ତି ଯେ ତାଙ୍କର ସମସ୍ତ ସମ୍ପତ୍ତି ବୈଧ ରୋଜଗାରରୁ ଆସିଛି। ସେ କହିଛନ୍ତି ଯେ ତାଙ୍କର ସମ୍ପତ୍ତି ୟୁକେ, ୟୁଏଇ ଏବଂ ଆମେରିକାରେ ଥିବା ତାଙ୍କର ବୈଧ ବ୍ୟବସାୟରୁ ଟଙ୍କା ବ୍ୟବହାର କରି କିଣାଯାଇଥିଲା। ଚୌଧୁରୀ କହିଛନ୍ତି ଯେ ସେ ହସିନାଙ୍କ ନିକଟତର ହୋଇଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଛି। ପ୍ରକୃତରେ, ମୋ ବାପା ଶେଖ ହାସିନାଙ୍କର ବହୁତ ନିକଟତର ଥିଲେ ଏବଂ ମୁଁ ମଧ୍ୟ… ସେ ମୋର ବସ୍… ସେ ଜାଣନ୍ତି ଯେ ମୋର ବ୍ରିଟେନରେ ଏକ ବ୍ୟବସାୟ ଅଛି।

ଫ୍ରିଜ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ

ଅଲ-ଜଜିରା ଅନୁଯାୟୀ, ବାଂଲାଦେଶର କେନ୍ଦ୍ରୀୟ ବ୍ୟାଙ୍କ ଚୌଧୁରୀ ଏବଂ ତାଙ୍କ ପରିବାରର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଫ୍ରିଜ୍ କରିଦେଇଛି, ଯେତେବେଳେ ରାଜ୍ୟ ଦୁର୍ନୀତି ନିବାରଣ କମିଶନ ଏହାର ତଦନ୍ତ କରିଥିଲା ସେତେବେଳେ ବେଆଇନ ଭାବରେ ହଜାର ହଜାର କୋଟି ଟଙ୍କା ରୋଜଗାର କରି ୟୁକେରେ ଏହାକୁ ଧଳା କରିଥିବା ଅଭିଯୋଗ ହୋଇଛି ।

 

ଦ୍ବିତୀୟ ବିବାହ କରୁଥିବା ସ୍ୱାମୀଙ୍କୁ ବେଦୀରୁ ଉଠାଇନେଲା ପୋଲିସ

କୋରାପୁଟ : ପ୍ରଥମ ସ୍ତ୍ରୀଙ୍କ ଧାରଣା ପରେ ଦ୍ବିତୀୟ ବିବାହ କରୁଥିବା ସ୍ୱାମୀଙ୍କୁ ବେଦୀରୁ ଉଠାଇନେଲା ପୋଲିସ । ବୋରିଗୁମ୍ମା ଥାନା ଅଞ୍ଚଳରେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଏହି ଘଟଣା । ଥାନା ସାମ୍ନାରେ ମହିଳା ଜଣକ ନିଜ ୧୪ ବର୍ଷୀୟ ପୁଅ ସହିତ ଏକ ବିବାହ କାର୍ଡ ଧରି ଧାରଣା ଦେବା ପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ । ମହିଳାଙ୍କଠାରୁ ସମସ୍ତ ଘଟଣା ବୁଝିବାପରେ ଦୁଇଟି ପୋଲିସ ଗାଡିରେ ଦୁଲାଗୁଡାରେ ପହଁଚିଥିଲା ପୋଲିସ । ସେଠାରେ ମହିଳାଙ୍କ ସ୍ବାମୀ ଜଣକ ବେଶ ଜାକଜମକରେ ଦ୍ବିତୀୟ ବିବାହ କରୁଥିଲେ । ବାଜା ବାଜିବା ସହିତ ଭୋଜିଭାତର ଆସର ଜମିଥିଲା । ହେଲେ ହଠାତ ପୋଲିସ ସେଠାରେ ପହଞ୍ଚି ବରକୁ ବେଦୀରୁ ଉଠାଇ ଆଣିଥିଲା ।

ପୂର୍ବରୁ ସ୍ବାମୀ ଦ୍ବିତୀୟ ବିବାହ କରୁଥିବା ଖବର ପାଇ ମହିଳା ଜଣକ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମହିଳାଙ୍କ ସ୍ବାମୀ ୧୭ ବର୍ଷ ତଳେ ତାଙ୍କୁ ପ୍ରେମ ବିବାହ କରିଥିଲେ । ସେମାନଙ୍କର ୧୬ ବର୍ଷର ଏକ ପ୍ଲସଟୁ ପଢୁଆ ପୁଅ ମଧ୍ଯ ଅଛି । ତା ସତ୍ତ୍ବେ ସ୍ବାମୀ ସେମାନଙ୍କୁ ଛାଡି ଦ୍ବିତୀୟ ବିବାହ କରୁଥିବା ଲିଖତ ଅଭିଯୋଗ କରିଥିଲେ । ସେପଟେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ବାହାଘର ଅଟକାଇ ବରକୁ ଥାନାକୁ ନେଇ ପଚରା ଉଚରା କରୁଛି। ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ମହିଳାଙ୍କ ଅଭିଯୋଗରେ ସତ୍ୟତା କେତେ ଏବଂ ପ୍ରଥମ ସ୍ତ୍ରୀ ଙ୍କର ଛାଡ ପତ୍ର ନହୋଇ ସ୍ୱାମୀ କିପରି ଦ୍ଵିତୀୟ ବିବାହ କରୁଥିଲେ ? ବରକୁ ପୋଲିସ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।