spot_img
Home Blog Page 1056

ପୁତୁରା ବୋହୂଙ୍କୁ ଅସଦାଚରଣ ! ପିଉସା ଆଖି ତାଡ଼ି ହତ୍ୟା କଲା ପୁତୁରା

ରିଆମାଳ: ପୁତୁରା ବୋହୂଙ୍କୁ ଅସଦାଚରଣ ହେଲା କାଳ । ପିଉସାଙ୍କ ଆଖି ତାଡ଼ି ହତ୍ୟା କଲା ପୁତୁରା । ଏମିତି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବଅଁରପାଳ ଗାଁରେ । ମୃତକ ହେଲେ ସେହି ଗାଁର ଫକୀର ମୋହନ ଧରୁଆ ।

ଅଭିଯୋଗ ଅନୁସାରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଫକୀର ଆସିଥିଲେ । ଏହି ସମୟରେ ସେ ତାଙ୍କ ପୁତୁରା କୃଷ୍ଣଚନ୍ଦ୍ର କୁମୁରାଙ୍କ ପତ୍ନୀ ଅର୍ଥାତ ପୁତୁରା ବୋହୂଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏଥିରେ କୃଷ୍ଣଚନ୍ଦ୍ର ପ୍ରତିଶୋଧ ପରାୟଣ ହୋଇ ଏକ ଧାରିଆ ଅସ୍ତ୍ରରେ ଫକୀରଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ତାଙ୍କ ମୃତ୍ୟୁ ଘଟିଥିଲା । ଏତିକିରେ କୃଷ୍ଣଚନ୍ଦ୍ରଙ୍କ ରାଗ ଶାନ୍ତ ହୋଇ ନଥିଲା । ସେ ମୃତ ଫକୀରଙ୍କ ଆଖିକୁ ତାଡ଼ି ଡୋଳା ବାହାର କରିଦେଇଥିଲେ ।

ଖବର ପାଇବା ପରେ ପୋଲିସ ଗାଁରେ ପହଞ୍ଚି ମୃତ ଫକୀରଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ କୃଷ୍ଣଚନ୍ଦ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଓ୍ବେଷ୍ଟବ୍ୟାଙ୍କରେ ଫସିଥିବା ୧୦ ଭାରତୀୟ ନିର୍ମାଣ ଶ୍ରମିକ ଉଦ୍ଧାର

ନୂଆଦିଲ୍ଲୀ ; ଓ୍ବେଷ୍ଟବ୍ୟାଙ୍କରେ ଫସିଥିବା ୧୦ ଭାରତୀୟ ନିର୍ମାଣ ଶ୍ରମିକ ଉଦ୍ଧାର । ଏକ ଗାଁରେ ଫସିଥିବା ଶ୍ରମିକମାନଙ୍କ ପାସପୋର୍ଟ ଛଡାଇ ନିଆଯିବା କାରଣରୁ ସେମାନେ ନିରୁପାୟ ହୋଇ ଫସିରହିଥିଲେ । ତେବେ ଇସ୍ରାଏଲ ପପୁଲେସନ ଓ ଇମିଗ୍ରେସନ ଅଥରିଟିର ଉଦ୍ୟମ କ୍ରମେ ମୁକୁଳିଛନ୍ତି । କାମର ଲୋଭ ଦେଖାଇ ସେମାନଙ୍କୁ ପାଲେଷ୍ଟିନୀୟମାନେ ଓ୍ବେଷ୍ଟବ୍ୟାଙ୍କର ଏକ ଗାଁକୁ ନେଇଯାଇ ସେମାନଙ୍କ ପାସପୋର୍ଟ ଛଡାଇ ନେଇଥିଲେ । ପରେ ସେମାନଙ୍କୁ ଇସ୍ରାଏଲରେ ପ୍ରବେଶ କରାଇବା ଲାଗି ଉଦ୍ୟମ କରୁଥିଲେ । ଏହି ଶ୍ରମିକମାନେ ନିର୍ମାଣ ଶିଳ୍ପରେ କାମ କରିବା ଲାଗି ପ୍ରଥମେ ଇସ୍ରାଏଲ ଆସିଥିଲେ । ମାତ୍ର ସେମାନଙ୍କୁ ଓ୍ବେଷ୍ଟବ୍ୟାଙ୍କ ନିଆଯାଇଥିଲା । ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା ଇସ୍ରାଏଲ ଡିଫେନ୍ସ ଫୋର୍ସ ଓ ନ୍ୟାୟ ମନ୍ତ୍ରାଳୟ । ଉଦ୍ଧାର ଶ୍ରମିକମାନଙ୍କୁ ଏକ ନିରାପଦ ସ୍ଥାନରେ ରଖାଯାଇଛି । ଯୁଦ୍ଧ ପରଠାରୁ ଇସ୍ରାଏଲରୁ ହଜାର ହଜାର ପାଲେଷ୍ଟିନୀୟ ଶ୍ରମିକ ନିଜ ଅଞ୍ଚଳକୁ ଫେରିଯିବା ପରେ ୧୬ ହଜାରରୁ ଅଧିକ ଭାରତୀୟ କାମ କରିବା ଲାଗି ଇସ୍ରାଏଲ ଯାଇଥିବା ସୂଚନା ମିଳିଛି ।

ଏନର୍ଜି ଡ୍ରିଙ୍କ ବିବାଦ : ମହମ୍ମଦ ସାମିଙ୍କ ସପକ୍ଷରେ ବାହାରିଲେ ଶାମା ମହମ୍ମଦ

ନୂଆଦିଲ୍ଲୀ ; କ୍ରିକେଟର ମହମ୍ମଦ ସାମିଙ୍କ ସପକ୍ଷରେ ବାହାରିଲେ କଂଗ୍ରେସ ନେତ୍ରୀ ଶାମା ମହମ୍ମଦ । ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ବେଳେ ରୋଜା ପାଳନ ନ କରିବା କାରଣରୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଥିବା ସାମିଙ୍କୁ ସମର୍ଥନ କରିଛନ୍ତି ଶାମା । ଦୁବାଇରେ ଚାଲିଥିବା ମ୍ୟାଚ ବେଳେ ସାମି ଏନର୍ଜି ଡ୍ରିଙ୍କ ନେବା ପରେ ବିବାଦ ଉପୁଜିଥିଲା । ଏପରିକି ଅଲ ଇଣ୍ଡିଆ ମୁସଲିମ ଜମାତ ସଂଗଠନର ସଭାପତି ମୌଲାନା ଶାହାବୁଦ୍ଦିନ ରାଜଭି ବେରେଲଭି ସାମିଙ୍କୁ ଜଣେ ଅପରାଧୀ ବୋଲି ଚିତ୍ରଣ କରିଥିଲେ । ସାମିଙ୍କୁ ସମର୍ଥନ କରି ଶାମା କହିଛନ୍ତି- ଯାତ୍ରା ବେଳେ କିମ୍ବା ଶାରୀରିକ କାର୍ଯ୍ୟକଳାପ ବେଳେ ଉପବାସ ଜରୁରୀ ନୁହେଁ ବୋଲି ଇସଲାମ ଧର୍ମରେ ରହିଛି । ମହମ୍ମଦ ସାମି ନିଜ ଜାଗାରେ ନଥିଲେ ଏବଂ ସେ ଯାତ୍ରା ଅର୍ଥାତ ବିଦେଶ ଗସ୍ତରେ ଥିଲେ । ସେ ଖେଳୁଥିବାରୁ ତାଙ୍କୁ ଶୋଷ ଲାଗିବ । ସେ ଡ୍ରିଙ୍କ ନେଇ କିଛି ଭୁଲ୍ କରିନାହାନ୍ତି । ଇସଲାମ ଏକ ବିଜ୍ଞାନଭିତ୍ତିକ ଧର୍ମ ବୋଲି କହିଛନ୍ତି ଶାମା । ସେପଟେ ମୌଲାନା ଶାହାବୁଦ୍ଦିନ କହିଛନ୍ତି- ଇସଲାମରେ ଉପବାସ ଏକ କର୍ତ୍ତବ୍ୟ । ଯଦି କେହି ଜାଣିଶୁଣି ଉପବାସ ନକରେ ତେବେ ସେମାନେ ପାପୀ । ସାମି ଜଣେ ଅପରାଧୀ । ତେଣେ ଶାମା ମହମ୍ମଦଙ୍କୁ ସମର୍ଥନ କରିଛନ୍ତି ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡର ଜଣେ କାର୍ଯ୍ୟନିର୍ବାହୀ ସଦସ୍ୟ ମୌଲାନା ଖାଲିଦ ରସିଦ ଫାରଙ୍ଗି ମାହଲି । ସେ କହିଛନ୍ତି ଯେଉଁମାନେ ଯାତ୍ରା କରୁଛନ୍ତି ସେମାନେ ଅସୁସ୍ଥ ନହେବା ଲାଗି ଉପବାସ ନକରିବା ସକାଶେ କୋରାନ ଅନୁମତି ଦେଇଥାଏ । ସାମି ଟୁରରେ ଥିବାରୁ ସେ ଉପବାସରେ ରହିବେ କି ନରହିବେ ତାହାତାଙ୍କ ଉପରେ ନିର୍ଭର କରେ । ତାଙ୍କ ନିଷ୍ପତ୍ତି ଉପରେ କେହି ପ୍ରଶ୍ନ କରିବା ଅନୁଚିତ । ପୂର୍ବରୁ କ୍ୟାପଟେନ ରୋହିତ ଶର୍ମାଙ୍କ ମୋଟାପଣ ପ୍ରସଙ୍ଗରେ ମତ ଦେଇ ବିବାଦ ଘେରକୁ ଆସିଥିଲେ ଶାମା ମହମ୍ମଦ ।

ସୁନା ସ୍ମଗଲିଂର ଗୁମର ଖୋଲୁଛନ୍ତି ଅଭିନେତ୍ରୀ ରାନ୍ୟା ରାଓ

ନୂଆଦିଳ୍ଲୀ : ସୁନା ସ୍ମଗଲିଂର ଗୁମର ଖୋଲୁଛନ୍ତି ଅଭିନେତ୍ରୀ ରାନ୍ୟା ରାଓ। ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ବା ଡିଆରଆଇ ନିକଟରେ ଅନେକ ଚାଞ୍ଚଲ୍ଯକର ବୟାନ ଦେଇଛନ୍ତି ଅଭିନେତ୍ରୀ। ସେ କେବଳ ଦୁବାଇ ନୁହେଁ ୟୁରୋପ, ଆମେରିକା ଓ ମଧ୍ଯପ୍ରାଚ୍ୟ ଦେଶଗୁଡିକୁ ଯାଇଥିଲେ ଅଭିନେତ୍ରୀ। ତାଙ୍କ ନିକଟରେ କୌଣସି ସିନେମା ନଥିଲା କି ସେ କୌଣସି ବୃତ୍ତିରେ ନଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ୪୫ଟି ଦେଶ ଗସ୍ତ କରିଥିବା ଜଣାଯାଇଛି। ସେ କାହିଁକି ଏତେ ଥର ବିଦେଶ ଗସ୍ତରେ ଯାଇଥିଲେ ତାହାର ଅଧିକ ତଦନ୍ତ ଜାରି ରହିଛି। ବେଙ୍ଗାଳୁରୁରେ ତାଙ୍କୁ ଗିରଫ କରିବା ବେଳେ ତାଙ୍କ ନିକଟରୁ ୧୭ଟି ଗୋଲ୍ଡ ବାର ମିଳିଥିବା ସୂଚନା ମିଳିଛି। ସେପଟେ ସେ ଦୁବାଇକୁ ଗତବର୍ଷ କାହିଁକି ୩୦ ଥର ଏବଂ ଗତ ମାସରେ ୪ ଥର  ଯାଇଥିଲେ ତାହାକୁ ନେଇ ଖୋଳତାଡ କରୁଛି ଡିଆରଆଇ। ଜେରାବେଳେ ସେ କହିଥିଲେ ସେ ଦୁବାଇରୁ ୧୭ ପିସ୍ ଗୋଲ୍ଡ ବାର୍ ଆଣିଥିଲେ। ଡିଆରଆଇ ପକ୍ଷରୁ ଚାଲିଥିବା ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ଲାଗି କହିଛନ୍ତି ରାନ୍ୟା। କ୍ୟାରିଅରେ ୩ଟି ଫିଲ୍ମରେ ଅଭିନୟ କରିଥିବା ରାନ୍ୟା ଗତବର୍ଷ ୩୦ ଥର ଦୁବାଇ ଯାଇଥିଲେ। ସେ ସେଠାରୁ ବିପୁଳ ସୁନା ଆଣିଥିବା ସୂଚନା ମିଳିଛି। ସୁନା ସ୍ମଗଲିଂ ଲାଗି ରାନ୍ୟାଙ୍କୁ କିଲୋ ପିଛା ଦିଆଯାଉଥିଲା ୧ ଲକ୍ଷ ଟଙ୍କା। ସେ ପ୍ରତିଥର ପ୍ରାୟ ୧୨/୧୩ କିଲୋ ସୁନା ଆଣୁଥିବାରୁ ଟ୍ରିପ ପିଛା ତାଙ୍କୁ ପ୍ରାୟ ୧୨-୧୩ ଲକ୍ଷ ଟଙ୍କା ମିଳୁଥିଲା।

ଦିଲ୍ଲୀରେ ନାଁ ପରିବର୍ତ୍ତନ ରାଜନୀତି, ଇଚ୍ଛା ମୁତାବକ ବଦଳିଲା ରାସ୍ତାର ନାଁ

ନୂଆଦିଲ୍ଲୀ : ଦିଲ୍ଲୀରେ ବଦଳିଗଲା ରାସ୍ତାର ନାଁ। ତୁଗଲକ ଲେନ ବଦଳରେ ସ୍ବାମୀ ବିବେକାନନ୍ଦ ମାର୍ଗ ନାଁ ରଖିଲେ ଦୁଇ ବିଜେପି ସାଂସଦ। ଦିଲ୍ଲୀର ପ୍ରମୁଖ ରାସ୍ତା ଓ ଗଳିର ନାମ ପରିବର୍ତ୍ତନ ପ୍ରକ୍ରିୟା ଜାରି ରହିଥିବାବେଳେ ଦୁଇ ବିଜେପି ସାଂସଦ ନିଜ ବାସଭବନର ଠିକଣାରେ ତୁଗଲକ ଲେନ ବଦଳରେ ସ୍ବାମୀ ବିବେକାନନ୍ଦ ମାର୍ଗ ଲେଖିବା ଚର୍ଚ୍ଚାର କାରଣ ହୋଇଛି। ବିଜେପି ରାଜ୍ୟସଭା ଏମପି ଦିନେଶ ଶର୍ମା ଗୃହ ପ୍ରବେଶ ବେଳେ ଏହି ନାମ ପରିବର୍ତ୍ତନ କରିଛନ୍ତି। ସେହିପରି ଦିନେଶ ଶର୍ମାଙ୍କ ପଡୋଶୀ ଥିବା ଫରିଦାବାଦର ବିଜେପି ଏମପି ତଥା କେନ୍ଦ୍ରମନ୍ତ୍ରୀ କ୍ରିଷନପାଲ ଗୁର୍ଜର ମଧ୍ଯ ନିଜ ବାସଭବନର ଠିକଣାକୁ ପୁନଃନାମିତ କରିଛନ୍ତି। ଦିନେଶ ଶର୍ମାଙ୍କ ବଙ୍ଗଳା ନମ୍ବର ୬ ହୋଇଥିବାବେଳେ କ୍ରିଷନପାଲଙ୍କ ବଙ୍ଗଳା ନମ୍ବର ୮ ରହିଛି। କେବଳ ଏତିକି ନୁହେଁ ବଙ୍ଗଳା ନମ୍ବର ୧୦ ଆଗରେ ଥିବା ଫଳକରେ ବି ତୁଗଲକ ଲେନ ହଟାଯାଇ ସ୍ବାମୀ ବିବେକାନନ୍ଦ ମାର୍ଗ ଦର୍ଶଯାଇଛି। ଗତ ୨୦୧୫ର ତୁଗଲକ ରୋଡକୁ ଅବଦୁଲ କଲାମ ରୋଡ ନାମରେ ନାମିତ କରାଯାଇଥିଲା। ସେହି ବର୍ଷ ଏହି ନାମକୁ ଅନୁମୋଦିତ କରିଥିଲା ଦିଲ୍ଲୀ ମହାନଗର ନିଗମ। ମାତ୍ର ତୁଗଲକ ମୋଗଲ ବଂଶର ପ୍ରତିଷ୍ଠାତା ଗିୟାସୁଦ୍ଦିନ ତୁଗଲକଙ୍କ ନାମାନୁସାରେ ଏବେ ବି ସେହି ଲେନ ଥିଲା। ପ୍ରାୟ ୨୬ ବର୍ଷ ପରେ ଦିଲ୍ଲୀରେ ବିଜେପି ଶାସନ ଆସିବା ପରେ ଦିଲ୍ଲୀର ଅଧିକାଂଶ ମୁସଲିମ ଲେନ, ପ୍ରମୁଖ ରାସ୍ତା ଓ ସ୍ଥାନର ନାମ ପରବର୍ତ୍ତନ କରିବା ଲାଗି ଘୋଷଣା କରିବା ଦେଖାଯାଉଛି। ବିଧାନସଭା ଅଧିବେଶନରେ ବିଜେପି ବିଧାୟକ ମୋହନ ସିଂ ବିସ୍ତ ବି ମୁସ୍ତାଫାବାଦକୁ ଶିବପୁରୀ କିମ୍ବା ଶିବ ବିହାର ନାମରେ ନାମିତ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ସେହିପରି ବିଜେପି ବିଧାୟିକା ନୀଲମ ପହଲବାନ ବି ନଜାଫଗଡକୁ ନହରଗଡ଼ ନାମରେ ନାମିତ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ଦିଲ୍ଲୀରେ ମୁସଲିମ ନାମଭିତ୍ତିକ ସ୍ଥାନ ଓ ରାସ୍ତାକୁ ବିଜେପି ନେତାମାନେ ନିଜ ଇଚ୍ଛାନୁସାରେ ନାମିତ କରିବା ଦେଖାଯାଉଛି। ୨୦୧୮ରେ ଆହ୍ଲାବାଦକୁ ପ୍ରୟାଗରାଜ ନାମରେ ନାମିତ କରାଯାଇଥିଲା। ସେହିପରି ମୋଗଲ ସରାଇ ଷ୍ଟେସନକୁ ଦୀନ ଦୟାଲ ଉପାଧ୍ୟାୟଙ୍କ ନାମରେ ନାମିତ କାରଯାଇଥିଲା। ଫୈଜାବାଦ ଜିଲ୍ଲାକୁ ଅଯୋଧ୍ୟା ନାମରେ ନାମିତ କରାଯାଇଥଇଲା।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ STA ଡେପୁଟି କମିଶନର ପ୍ରଦୀପ ମହାନ୍ତି ଗିରଫ

ଭୁବନେଶ୍ବର ; STA ଡେପୁଟି କମିଶନର ପ୍ରଦୀପ ମହାନ୍ତି ଗିରଫ। ଆୟ ବହିର୍ଭୂତସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ବିପୁଳ ପରିମାଣର ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ । ଚଢାଉବେଳେ ପ୍ରଦୀପ ମହାନ୍ତିଙ୍କ ବିପୁଳ କଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍ । କୋଟିଏ ଟଙ୍କାରେ ଭୁବନେଶ୍ୱରରେ କିଣିଛନ୍ତି 4BHK ଫ୍ଲାଟ୍ । ୪ କୋଠା ସହ ୧୧ ପ୍ଲଟ, ୧୪ ଏକରର ଫାର୍ମ ହାଉସ ଠାବ ହୋଇଛି । ଭୁବନେଶ୍ୱରରେ ୪ ମହଲା କୋଠା, ଶହେ ଗ୍ରାମ ଲେଖାଏଁ ୩ଟି ସୁନା ବିସ୍କୁଟ, ୭ଶହ ଗ୍ରାମର ସୁନା ଅଳଙ୍କାର ସହ ନଗଦ ୧୫ ଲକ୍ଷ ଠାବ କରିଛି ଭିଜିଲାନ୍ସ । ୪ଟି ଚାରିଚକିଆ ଗାଡ଼ି ଅନେକ ବେନାମୀ ସମ୍ପତ୍ତି ଠାବ ହୋଇଛି । ଏକକାଳୀନ ୯ଟି ସ୍ଥାନରେ ଚାଲିଥିଲା ମାରାଥନ ଚଢାଉ। ଭୁବନେଶ୍ଵର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଟକରେ ରେଡ୍ କରିଥିଲା । ୨ ଅତିରିକ୍ତ ଏସପି, ୧୩ ଡିଏସପି, ୧୨ ଇନ୍ସପେକ୍ଟର, ୨୫ ଏଏସଆଇ ରେଡରେ ସାମିଲ ହୋଇଥିଲେ।  ଚନ୍ଦ୍ରଶେଖରପୁର ମୈତ୍ରୀ ବିହାର ବାସଭବନରେ ରେଡ୍ କରିଥିଲା। ଭୁବନେଶ୍ଵର ରଘୁନାଥପୁର ଏକ ଫ୍ଲାଟ୍, ନୟାଗଡ଼ ରଣପୁର କୁଳପଲ୍ଲାରେ ପାର୍ମ ହାଉସ, ଭୁବନେଶ୍ଵର ଗୋବିନ୍ଦପ୍ରସାଦରେ ୫ ମହଲା କୋଠା, ଖୋର୍ଦ୍ଧା ଟାଙ୍ଗୀ ପୈତୃକ ବାସଭବନରେ ମଧ୍ୟ ରେଡ୍ କରିଥିଲା। ପୁରୀରେ ଥିବା ସମ୍ପର୍କୀୟଙ୍କ ଘରେ ବି ରେଡ୍ କରିଥିଲା। ସମ୍ପର୍କୀୟଙ୍କ ନାଁରେ ଭୁବନେଶ୍ଵର ମଳିପଡ଼ାରେ ଏକ ପେଟ୍ରୋଲ ପମ୍ପ ମଧ୍ୟ ଥିବା ଜଣାପଡିଛି।  ପୁରୀ ବାଲୁଖଣ୍ଡରେ ନିର୍ମାଣାଧୀନ କୋଠା ଥିବା ଜଣାପଡିଛି।

ପର୍ଯ୍ୟଟକଙ୍କ ପାଇଁ କେବେ ଖୋଲିବ ଏସିଆର ସବୁଠୁ ବଡ଼ ଟ୍ୟୁଲିପ୍ ଗାର୍ଡେନ୍ ?

ନନ୍ଦିଘୋଷ ବ୍ୟୁରୋ : ଶ୍ରୀନଗରରେ ଅବସ୍ଥିତ ଏସିଆର ସର୍ବବୃହତ ଟ୍ୟୁଲିପ୍ ଉଦ୍ୟାନରେ ଚାଲିଛି ପ୍ରସ୍ତୁତି । ଚଳିତ ବର୍ଷ ଉଦ୍ୟାନରେ ୧୭ ଲକ୍ଷ ଟ୍ୟୁଲିପ୍ ରୋପଣ କରାଯାଇଛି। ଏଗୁଡ଼ିକରେ ପ୍ରଥମ ଥର ପାଇଁ ଦୁଇଟି ପ୍ରକାରର ଟ୍ୟୁଲିପ୍ ଲଗାଯାଉଛି। ଏବେ ଏହି ବଗିଚାରେ ୭୪ ପ୍ରକାରର ଟ୍ୟୁଲିପ୍ ଦେଖାଯିବ। ଜଣେ ଅଧିକାରୀଙ୍କ ଅନୁସାରେ ପ୍ରତିଥର ପରି ଏଥର ମଧ୍ୟ ରଙ୍ଗ ଥିମ୍ ଉପରେ ବିଶେଷ ଧ୍ୟାନ ଦିଆଯିବ। ଏହି ଟ୍ୟୁଲିପ୍ ବଗିଚା କେବଳ ୨୫ ରୁ ୩୦ ଦିନ ପର୍ଯ୍ୟନ୍ତ ରହିଥାଏ। କାରଣ ଟ୍ୟୁଲିପ୍ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ବଞ୍ଚି ରହିପାରେ। ଏହି କାରଣରୁ, ବିଭାଗ ଉଦ୍ୟାନକୁ ଅଧିକ ସମୟ ପାଇଁ ଖୋଲା ରଖିବା ପାଇଁ ଏକ ସିଫ୍ଟ ପ୍ରକାରର ରଣନୀତି ଗ୍ରହଣ କରେ । ଅର୍ଥାତ୍ କିଛି ଟ୍ୟୁଲିପ୍ ବେଡ୍ ଟିକିଏ ଫାଙ୍କା ରଖି ଲଗାଯାଇଥାଏ। ଟ୍ୟୁଲିପ୍ ଗାର୍ଡେନର ସହକାରୀ ଫୁଲ କୃଷି ଅଧିକାରୀ ଆସିଫ୍ ଅହମ୍ମଦଙ୍କ ଅନୁଯାୟୀ, ଆଗାମୀ ଦିନରେ ପରିଦର୍ଶକଙ୍କ ପାଇଁ ଖୋଲାଯିବ। ଆସିଫଙ୍କ ଅନୁସାରେ, ସେ ପ୍ରତିବର୍ଷ ଟ୍ୟୁଲିପ୍ ବଗିଚା ପାଇଁ କିଛି ନୂଆ କରିବାକୁ ଚେଷ୍ଟା କରନ୍ତି। ଏହି ବର୍ଷ ସେ ଏକ ନୂତନ ରଙ୍ଗୀନ ଥିମ୍ ନେଇ ଆସୁଛନ୍ତି। ସେମାନେ ଚଳିତ ବର୍ଷ ଦୁଇଟି ନୂତନ ପ୍ରକାରର ଟ୍ୟୁଲିପ୍ ଯୋଡ଼ିଛନ୍ତି । ଯାହା ଦ୍ଵାରା ମୋଟ କିସମ ସଂଖ୍ୟା ୭୪ କୁ ପହଞ୍ଚିଛି।  ସେ କହିଥିଲେ, ଏହି ବର୍ଷ ଆମ ପାଖରେ ୧୭ ଲକ୍ଷ ଫୁଲ ଅଛି ଏବଂ ପର୍ଯ୍ୟଟକମାନେ ସେଗୁଡ଼ିକୁ ଫୁଟୁଥିବା ଦେଖିପାରିବେ। ଜମ୍ମୁ ଏବଂ କାଶ୍ମୀରରେ ପର୍ଯ୍ୟଟନ ଋତୁକୁ ବୃଦ୍ଧି କରିବା ପାଇଁ ୨୦୦୭ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ଦ୍ୱାରା ଇନ୍ଦିରା ଗାନ୍ଧୀ ସ୍ମାରକୀ ଟ୍ୟୁଲିପ୍ ଗାର୍ଡେନ୍ ପ୍ରତିଷ୍ଠିତ ହୋଇଥିଲା, ଯାହା ପୂର୍ବରୁ ଗ୍ରୀଷ୍ମ ଏବଂ ଶୀତ ଋତୁ ମଧ୍ୟରେ ସୀମିତ ଥିଲା।

୧୦ ଦଫା ଦାବି ନେଇ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘ ସମାବେଶ

ଭୁବନେଶ୍ବର ;  ୧୦ ଦଫା ଦାବି ନେଇ ବିଜୁ ଶ୍ରମିକ ସାମୁଖ୍ୟ ସହ ଅନୁବନ୍ଧିତ ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ସମାବେଶ। ମଧ୍ୟାହ୍ନ ଭୋଜନ,  ଶିକ୍ଷା ବିକାଶ ଭଳି ଗୁରୁତ୍ବପୂର୍ଣ ଭିତ୍ତିଭୂମିରେ ଦୀର୍ଘ ବର୍ଷ କାର୍ଯ୍ୟକରି ଆସୁଛନ୍ତି।କିନ୍ତୁ ଏଯାଏଁ ସରକାରଙ୍କ ଦ୍ବାରା ପ୍ରଦତ୍ତ ପାରିଶ୍ରମିକ ଦୈନିକ ଶହେ ଟଙ୍କା ପଡୁଛି।  ବାସ୍ତବରେ ଉକ୍ତ ପାରିଶ୍ରମିକ ମାଆ ମାନଙ୍କର ଭୋକ ମେଣ୍ଟାଇବାରେ ସହାୟକ ହେଉନାହିଁ।ଏଣୁ ସରକାର ଘୋଷଣା କରିଥବା ପାରିଶ୍ରମିକ ପୁନଃ ବିଚାର କରି ମାସିକ ୩ ହଜାର ଟଙ୍କା ବଦଳରେ ଦୈନିକ ସର୍ବନିମ୍ନ ମଜୁରୀ ୪୫୨ ଟଙ୍କା ହିସାବରେ ମାସିକ ୧୩୫୬୦ ଟଙ୍କା ଦେବାକୁ ଦାବି କରିଛନ୍ତି। ପାଚିକା ମାଆ ମାନଙ୍କର ପାରିଶ୍ରମିକ ୨୦୧୮ ମସିହାରେ ୨୦୦୦ଟଙ୍କା ଘୋଷଣା କରିଥିଲେ । ପରେ ମାଆ ମାନଙ୍କୁ ୧୪୦୦ ଟଙ୍କା ଦିଆଯାଇଥିଲା। ଘୋଷଣା କରାଯାଇଥିବା ୨୦୦୦ ଟଙ୍କାର ବକେୟା ରାଶି ପ୍ରାୟ ପ୍ରତ୍ୟେକଙ୍କ ୩୬୦୦୦ ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ଦାବି କରିଛନ୍ତି।

୯ ମାସର ସରକାରରେ ରାଜ୍ୟରେ ନାରୀ ଅସୁରକ୍ଷିତ : କଂଗ୍ରେସ

ଭୁବନେଶ୍ବର : ବିଧାନସଭା ବଜେଟ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ କରିଥିଲେ କଂଗ୍ରେସ ସଦସ୍ୟ । ପୋଡ଼ିୟମ ନିକଟରେ ହଟ୍ଟଗୋଳ ସହିତ ନାରାବାଜି କରିଥିଲେ କଂଗ୍ରେସ ସଦସ୍ୟ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦିନ ୧୨ଟା ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି।  କଂଗ୍ରେସ ସଦସ୍ୟ ରାଜ୍ୟରେ ମହିଳା ସୁରକ୍ଷା ପ୍ରସଙ୍ଗ ଉଠାଇ ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଥିଲେ । ନଅ ମାସର ସରକାରରେ ରାଜ୍ୟରେ ନାରୀ ଅସୁରକ୍ଷିତ । ଏହା ବିରୋଧରେ ପ୍ରଶ୍ନ ଉତ୍ତର କାଳ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ବିଧାୟକ ଦଳ ଧାରଣା ଦେଇଛନ୍ତି । ରାଜ୍ୟରେ ୧୬ଶହ ମହିଳା ନିଖୋଜ ଅଛନ୍ତି । ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେଉଛି । ରାଜ୍ୟରେ ନାରୀ ନିର୍ଯାତନା ଓ ଦୁଷ୍କର୍ମ ବଢୁଛି । ନାରୀ ସୁରକ୍ଷା ପାଇଁ ସରକାରର କୌଣସି ଯୋଜନା ନାହଁ କି ଆଇନ ନାହିଁ । ସରକାର ମହିଳା କି ଶିଶୁଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ କଂଗ୍ରେସ ସଦସ୍ୟ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ଆଜି ଓଡ଼ିଶା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି ଓ ଆଗକୁ ବି ଓହ୍ଲାଇବ ବୋଲି କହିଛନ୍ତି କଂଗ୍ରେସ ସଦସ୍ୟ ।

ମହାକାଶରୁ ଫେରିବା ପରେ ସୁନିତା ୱିଲିୟମ୍ସଙ୍କ ପାଇଁ ପୃଥିବୀରେ ପାଦ ରଖିବା ସହଜ ହେବ କି?

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ବର୍ତ୍ତମାନ ମହାକାଶରେ ଫସି ରହିଛନ୍ତି। ସୁନିତା ୱିଲିୟମ୍ସଙ୍କୁ ମାତ୍ର ୮ ଦିନ ପାଇଁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ପଠାଯାଇଥିଲା । କିନ୍ତୁ ସେ ୯ ମାସରୁ ଅଧିକ ସମୟ ଧରି ସେଠାରେ ଫସି ରହିଛନ୍ତି । ଏହା ପରେ, ସୁନିତା ୱିଲିୟମ୍ସ ପୁଣି ଥରେ ପୃଥିବୀରେ ପାଦ ରଖିବାର ତାରିଖ ନିକଟତର ହୋଇଛି, କିନ୍ତୁ ତାଙ୍କ ପାଇଁ ପୃଥିବୀରେ ପାଦ ରଖିବା ସହଜ ହେବ କି?

ସୁନିତା ୨୦୨୪ ମସିହାର ଜୁନ୍ ମାସରେ ମହାକାଶକୁ ଯାଇଥିଲେ। ଶେଷରେ ତାଙ୍କର ୧୨ ମାର୍ଚ୍ଚ, ୨୦୨୫ରେ ପୃଥିବୀକୁ ଫେରିବାର କାର୍ଯ୍ୟକ୍ରମ ରହିଛି। ଏତେ ଦିନ ପର୍ଯ୍ୟନ୍ତ ମହାକାଶରେ ରହିବା ସହଜ ନୁହେଁ । ମହାକାଶରେ ରହିବା ଏବଂ ଭୂମିରେ ରହିବା ମଧ୍ୟରେ ପାର୍ଥକ୍ୟ ଅଛି। ସୁନିତା ସେଠାରେ ଚାଲି ପାରିବେ ନାହିଁ କି ଶୋଇ ବିଶ୍ରାମ ନେଇପାରିବେ ନାହିଁ। ଏସବୁ ତାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆଣିଛି। ଏହି କାରଣରୁ, ମହାକାଶରୁ ଫେରିବା ପରେ ମଧ୍ୟ ସୁନିତାଙ୍କ ପାଇଁ ପୃଥିବୀରେ ପାଦ ରଖିବା କଷ୍ଟକର ହୋଇଯିବ।

ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବ୍ୟାରି “ବୁଚ୍” ୱିଲମୋର ଥ୍ରଷ୍ଟର ତ୍ରୁଟି ଯୋଗୁଁ ୯ ମାସ ଧରି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସି ରହିବା ପରେ ଶେଷରେ ଘରକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ସେମାନଙ୍କର ଯାତ୍ରା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ମହାକାଶରେ ଏତେ ଦିନ ରହିବା ପରେ, ପୃଥିବୀର ଗୁରୁତ୍ୱାକର୍ଷଣ ସେମାନଙ୍କ ପାଇଁ ଏକ ଭିନ୍ନ ଦୁନିଆ ପରି ଦେଖାଯିବ। ସେଠାରେ ଦୀର୍ଘ ସମୟ ବିତାଇବା ପରେ, ଯେତେବେଳେ ସେମାନେ ଏଠାକୁ ଫେରିବେ, ସେମାନଙ୍କୁ ଦୁନିଆ ଭିନ୍ନ ଲାଗିବ  । ସେମାନଙ୍କ ପାଇଁ ତୁରନ୍ତ ଏକ ସାଧାରଣ ଜୀବନଯାପନ କରିବା କଷ୍ଟକର ହୋଇଯିବ।

ରିପୋର୍ଟ ଅନୁସାରେ, ସୁନିତା ଏବଂ ୱିଲମୋର ୧୯ କିମ୍ବା ୨୦ ତାରିଖରେ ପୃଥିବୀକୁ ଫେରିବେ ।  ଯଦି ଆପଣ ଭାବୁଥିବେ ଯେ, ସେମାନେ ଫେରିବା ପରେ ତୁରନ୍ତ ନିଜ ଘରକୁ ଯିବେ, ତେବେ ଏହା ସତ ନୁହେଁ।ଫେରିବା ପରେ ସେ ତୁରନ୍ତ ନିଜ ଘରକୁ ଯାଇପାରିବେ ନାହିଁ। ଘରକୁ ଯିବା ପରିବର୍ତ୍ତେ, ତାଙ୍କୁ ଚିକିତ୍ସା ପାଇଁ ନିଆଯିବ  । ତାଙ୍କର ଫିଟନେସ୍ ପରୀକ୍ଷା କରାଯିବ। ଏହି ପରୀକ୍ଷାଗୁଡ଼ିକ ସରିବା ପରେ ହିଁ ସେ ଘରକୁ ଯାଇପାରିବେ।

ସୁନିତା କହିଛନ୍ତି,  ମୁଁ ବହୁତ ଦିନ ଧରି ମହାକାଶରେ ଅଛି ଏବଂ ଏବେ ମୁଁ ମନେ ରଖିବାକୁ ଚେଷ୍ଟା କରୁଛି ଯେ କିପରି ଚାଲିବି । କେତେ ସମୟ ଧରି ଚାଲିନାହିଁ । କେତେ ସମୟ ଧରି ବସିନାହିଁ । କେତେ ସମୟ ଧରି ଶୋଇନାହିଁ।

ସୁନିତା ୱିଲିୟମ୍ସଙ୍କ ଏହି ବକ୍ତବ୍ୟରୁ ଆମେ ଜାଣିପାରୁଛୁ, ଏପର୍ଯ୍ୟନ୍ତ ମହାକାଶରେ୯ ମାସ ବିତାଇବା ତାଙ୍କ ପାଇଁ କିପରି ଥିଲା ଏବଂ ଏହା କେତେ କଷ୍ଟକର ଥିଲା । ସେ ଚାଲିବା ମଧ୍ୟ ଭୁଲି ଯାଇଛି। ଏହି କାରଣରୁ ପ୍ରଥମେ ତାଙ୍କର ଚିକିତ୍ସା କରାଯିବ, ଅନେକ ପ୍ରକାରର ପରୀକ୍ଷା କରାଯିବ । ଏହା ପରେ ହିଁ ତାଙ୍କୁ ତାଙ୍କ ଘରକୁ ପଠାଯିବ। ଡାକ୍ତରମାନେ କହିଛନ୍ତି, ମହାକାଶଚାରୀମାନଙ୍କୁ ସେମାନଙ୍କର ଶକ୍ତି ଫେରି ପାଇବା ପାଇଁ ଅତି କମରେ ୬ ସପ୍ତାହ ସମୟ ଲାଗିବ । ଯାହାର ଅର୍ଥ ହେଉଛି ମହାକାଶରୁ ଫେରିବା ପରେ ମଧ୍ୟ ସେମାନେ ସମ୍ପୂର୍ଣ୍ଣ ୪୨ ଦିନ ପାଇଁ ଘରକୁ ଯାଇପାରିବେ ନାହିଁ। ଡାକ୍ତରମାନେ ତାଙ୍କୁ କହିଥିଲେ, ଏତେ ସମୟ ଲାଗିବ କାରଣ ତାଙ୍କର ମାଂସପେଶୀ ଏବଂ ହାଡ଼ଗୁଡ଼ିକ ଦୁର୍ବଳ ହୋଇଯାଇଛି।

ଉଭୟ ମହାକାଶଚାରୀ ସମ୍ମୁଖୀନ ହେଉଥିବା ମାଂସପେଶୀ କ୍ଷତି ବ୍ୟତୀତ, ଏକ ଅଧିକ ବିପଦଜନକ ଚିନ୍ତା ହେଉଛି ବିକିରଣ ସଂସ୍ପର୍ଶ। ପୃଥିବୀର ସୁରକ୍ଷାପୂର୍ଣ୍ଣ ବାୟୁମଣ୍ଡଳ ବିନା, ମହାକାଶଚାରୀମାନେ ତୀବ୍ର ମହାଜାଗତିକ ବିକିରଣର ସମ୍ମୁଖୀନ ହୁଅନ୍ତି । ଯାହା ସେମାନଙ୍କ ଶରୀରର ଗଭୀରକୁ ପ୍ରବେଶ କରିପାରେ, ଯାହା ଫଳରେ କର୍କଟ ସମେତ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ବୃଦ୍ଧି ପାଏ।

ସୁସ୍ଥ ହେବା ପାଇଁ, ମହାକାଶଚାରୀମାନଙ୍କୁ ପ୍ରଥମେ ପୁଣି ଚାଲିବା ଶିଖିବାକୁ ପଡିବ – ମହାକାଶଚାରୀମାନଙ୍କୁ ପୃଥିବୀର ଗୁରୁତ୍ୱାକର୍ଷଣ ବଳରେ ଠିଆ ହେବା ଏବଂ ଚାଲିବା ପାଇଁ ସେମାନଙ୍କ ଶରୀରକୁ ପୁନଃ ତାଲିମ ଦେବାକୁ ପଡିବ। ଗୁରୁତ୍ୱାକର୍ଷଣ ବିନା, ହୃଦୟକୁ ଏତେ କଠିନ ପରିଶ୍ରମ କରିବାକୁ ପଡ଼େ ନାହିଁ, ଯାହା ଫଳରେ ହୃଦ୍‌ରୋଗ ଦୁର୍ବଳ ହୋଇଯାଏ। ସମ୍ପୂର୍ଣ୍ଣ ଶରୀରର ପୁନରୁଦ୍ଧାର – ସନ୍ତୁଳନ, ସହନଶକ୍ତି ଏବଂ ଶରୀରର ସାଧାରଣ କାର୍ଯ୍ୟ ପୁନର୍ବାର ହାସଲ କରିବା। ଏସବୁ କରିବା ପରେ ହିଁ, ସୁନିତା ଏବଂ ୱିଲମୋର ପୁଣି ଏକ ସାଧାରଣ ଜୀବନଯାପନ କରିପାରିବେ।