ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଆକ୍ରମଣ ଓ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ଯସ୍ତ ପ୍ରସଙ୍ଗ। ଆସନ୍ତା ୨୭ରେ ବିଧାନସଭା ଘେରାଇ କରିବାକୁ କଂଗ୍ରେସ ବୈଠକରେ ନିଷ୍ପତ୍ତି। ମହିଳାଙ୍କ ସୁରକ୍ଷା ଅଧିକାର ପାଇଁ, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ସ୍ଥିତି ବିରୋଧରେ ବିଧାନସଭା ଘେରାଉ କରିବ କଂଗ୍ରେସ। ସରକାର ଲାଠି ଚଲାନ୍ତୁ କି ବିଧାୟକଙ୍କୁ ବି ଜେଲରେ ଭର୍ତ୍ତି କରନ୍ତୁ। କଂଗ୍ରେସ ଏହା ବିରୋଧରେ ଜୋରଦାର ଆନ୍ଦୋଳନ କରିବ। ଏଥିସହିତ କଂଗ୍ରେସ ସଂଗଠନର ରୂପରେଖ କଣ ହେବ ଓ କାର୍ଯ୍ୟକ୍ରମ କଣ ହେବ ତାକୁ ନେଇ ହୋଇଛି ନିଷ୍ପତ୍ତି। ଗରିବ ଶୋଷିତ କୃଷକଙ୍କ ସ୍ୱର ହେବ କଂଗ୍ରେସ।ବିଜେପିର ଆଠ ମାସର ସରକାର ଭିତରେ ମହିଳା ବିରୋଧୀ ହିଂସା ବ୍ୟାପକ ହୋଇଛି।୧୮ ହଜାର ମହିଳାଙ୍କ ଉପରେ ନିର୍ଯାତନା ହୋଇଛି। କିନ୍ତୁ ମାତ୍ର ଏକ ପ୍ରତିଶତ ରିପୋର୍ଟ ହୋଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା କଂଗ୍ରେସ। କିନ୍ତୁ ଜବାବ ଦେବା ବଦଳରେ କାଲି ବିଧାନସଭାରେ ଲୋକତନ୍ତ୍ରର କଳା ଅଧ୍ୟାୟ ଘଟିଲା। ଗଣତନ୍ତ୍ରର ହତ୍ୟା କରାଗଲା। ଯାହାକୁ ନେଇ କଂଗ୍ରେସର ବୈଠକରେ ନିନ୍ଦା ପ୍ରସ୍ତାବ ଗୃହିତ ହୋଇଛି ।
ଓଡ଼ିଶା ମିଶନ ଶକ୍ତି ଇ.ସି ସଂଘ ପକ୍ଷରୁ ରଣହୁଙ୍କାର
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ମିଶନ ଶକ୍ତି ଇ.ସି ସଂଘ ପକ୍ଷରୁ ରଣହୁଙ୍କାର । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ବିକ୍ଷୋଭ ଓ ପ୍ରତିବାଦ । ଇ.ସି. ସଦସ୍ୟଙ୍କ ରିଷ୍ଟ୍ରକଚରିଂ ନିର୍ଦ୍ଦେଶନାମା ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ଶତାଧିକ ମିଶନ ଶକ୍ତି ମହିଳା । ଆଜି ହିଞ୍ଜିଳିକାଟୁ ବ୍ଲକ୍ ଅଫିସ୍ ସମ୍ମୁଖରେ ଶାନ୍ତି ପୁର୍ଣ୍ଣ ବିକ୍ଷୋଭ ଓ ପ୍ରତିବାଦ କରିଛନ୍ତି । ବ୍ଲକ୍ ସଭାନେତ୍ରୀ ରଶ୍ମିତା ବେହେରାଙ୍କ ନେତୃତ୍ଵରେ ଏକ ଶୋଭାଯାତ୍ରାରେ ବାହାରି ହିଞ୍ଜିଳିକାଟୁ ବ୍ଲକ୍ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ କରିଛନ୍ତି । ସରକାରଙ୍କ ଦ୍ଵାରା ଜାରି ହୋଇଥିବା ନୂତନ ଗାଇଡ୍ଲାଇନ୍ ଫଳରେ ରାଜ୍ୟରେ କାର୍ଯ୍ୟରତ ଲକ୍ଷାଧିକ ଇ.ସି. ସଦସ୍ୟ ଓ ୬ଲକ୍ଷ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି ସମ୍ପାଦକ ମିଶି ୧୨ଲକ୍ଷ ମହିଳା, ସେହି ହାରରେ ସିଆରପି ଏବଂ ଏମ୍.ବି.କେମାନେ କର୍ମଚ୍ୟୁତ ହେବେ। ତେଣୁ ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର ଦାବିରେ ସଂଘ ତରଫରୁ ବ୍ଲକ୍ ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଆନ୍ଦୋଳନ ଜାରି ରହିଛି ।
ଟ୍ରେନ୍ ହାଇଜାକ୍ ଘଟଣାରେ ବଡ଼ ଖୁଲାସା: BLA କବ୍ଜାରେ ଅଛନ୍ତି ୧୮୦ ଯବାନ ସହ ଅଛନ୍ତି ଜଣେ ବଡ଼ ଅଫିସର
ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନରେ ଟ୍ରେନ୍ ହାଇଜାକ୍ ପରେ ବଲୁଚିସ୍ତାନର ସେନା ବନ୍ଦୀ ସୈନିକଙ୍କ ଲିଷ୍ଟ ଜାରି କରିଛନ୍ତି । ଯେଉଁଥିରେ ୧୮୦ ବନ୍ଧକ ସୈନିକ ମଧ୍ୟରେ ଜଣେ ମେଜର ରାଙ୍କର ଅଧିକାରୀଙ୍କ ନାଁ ମଧ୍ୟ ସାମିଲ ଅଛି । BLA ଅନୁଯାୟୀ, ଅଧିକାଂଶ ସୈନିକ ଜାଫର ଏକ୍ସପ୍ରେସର ଇକୋନୋମିକ ବର୍ଥରେ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରେ ଜଣେ ମେଜର ଅଧିକାରୀ ତାଙ୍କ ପତ୍ନୀଙ୍କ ସହ ତୃତୀୟ ଏସି ବଗିରେ ଯାତ୍ରା କରୁଥିଲେ । ସେନାଙ୍କ ସହ ତାଙ୍କ ମଧ୍ୟ ବନ୍ଦୀ ରଖାଯାଇଛି । ଏହି ବନ୍ଧକ ମେଜରଙ୍କ ନାଁ ହେଉଛି ଅହସାନ ଜାବିଦ ।
BLA ଯେଉଁ ଯେଉଁ ସୈନିକଙ୍କୁ ବନ୍ଦୀ କରିରଖିଛନ୍ତି ସେମାନଙ୍କ ଫୋନ ନମ୍ୱର ମଧ୍ୟ ଜାରି କରିଛି । ଏହା ସହ ପାକିସ୍ଥନୀ ସେନାକୁ ନିଜ ଦାବି ମଧ୍ୟ ରଖିଛି । ଅନ୍ୟପଟେ ଟ୍ରେନ୍ ଅପହରଣ ନେଇ ପାକିସ୍ତାନୀ ସେନାଙ୍କୁ ସବୁଆଡୁ ସମାଲୋଚନାର ସାମ୍ନା କରିବାକୁ ପଡୁଛି । ଏବଂ ବନ୍ଦୀ ମେଜରଙ୍କ ନାଁ ସାମ୍ନାକୁ ଆସିବା ପରେ ସେନା ପଛକୁ ହଟିଯାଇଛି ।

