କଟକ: କଟକ ବୟାଳିଶ ମୌଜାରେ ବେଆଇନ ବନ୍ଧୁକ କାରଖାନା ଠାବ। ବୟାଳିଶ ମୌଜାର ଧୂଳେଶ୍ଵର ଗାଁରେ ଚାଲିଥିଲା ଏହି ବେଆଇନ ବନ୍ଧୁକ ତିଆରି କାରଖାନା। ଶରତ ଚନ୍ଦ୍ର ଯାଦବ ନାମକ ବ୍ୟକ୍ତିଙ୍କ ଘରେ ଦୀର୍ଘ ଦିନ ଚାଲିଥିଲା ଏହି କାରଖାନା। କାରଖାନାରେ ରହିଛି ବନ୍ଧୁକ ତିଆରି ମେସିନ ସହିତ ଅନେକ ଯନ୍ତ୍ରପାତି। ବନ୍ଧୁକ ତିଆରି ପାଇଁ ବିହାରରୁ ଆସୁଥିଲା କଞ୍ଚାମାଲ। ବନ୍ଧୁକ ତିଆରିରେ ଲାଗିଥିଲେ ବିହାରର ଲୋକ। ୩ଜଣ ବିହାରୀ କାରିଗରଙ୍କ ସହ ୩୦ରୁ ଅଧିକ ବନ୍ଧୁକ ସହିତ ଅନେକ ମେସିନ ଜବତ କରିଛି ଏସଟିଏଫ୍। ୪ ଜଣଙ୍କୁ ଗିରଫ କରିଛି STF। ଏବେବି ଚଢାଉ ଜାରି ରହିଥିବା ଜଣାପଡ଼ିଛି ।
’କୋଷ୍ଟାଲ ହାଇଓ୍ବେକୁ ନେଇ ଡିଣ୍ଡିମ ପିଟୁଛି ବିଜେପି, ପ୍ରସ୍ତାବିତ ପ୍ରକଳ୍ପ ପାଇଁ ପ୍ରସ୍ତୁତି ହୋଇନି ଡିପିଆର’: ମାନସ ମଙ୍ଗରାଜ
ନନନ୍ଦିଘୋଷ ବ୍ୟୁରୋ: ଉପକୂଳ ରାଜପଥକୁ ନେଇ ବିଜେପି ସରକାର ଡିଣ୍ଡିମ ପିଟୁଥିବା ବେଳେ ଏଯାଏଁ ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ ଚୁଡାନ୍ତ ପ୍ରକଳ୍ପ ରିପୋର୍ଟ ବା ଡିପିଆର ପ୍ରସ୍ତୁତ ହୋଇନି । ପୁରୀ, କାକଟପୁର, ପାରାଦୀପ, ରତନପୁର, ଚାନ୍ଦିପୁର ଓ ଦିଘା ପର୍ଯ୍ୟନ୍ତ ୪୦୮ କିଲୋମିଟର ଲମ୍ବ ଉପକୂଳ ରାଜପଥ ପାଇଁ କେନ୍ଦ୍ର ସରକାର ଡିପିଆର ଆୱାର୍ଡ କରିଛନ୍ତି ବୋଲି ବିଜେଡି ସାଂସଦ ମାନସ ମଙ୍ଗରଜଙ୍କ ଏକ ଲକ୍ଷିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ସୂଚନା ଦେଇଛନ୍ତି । ରାସ୍ତା ଆଲିଏନେସନ ଷ୍ଟଡି, ଫିଜିବିଲିଟି ଷ୍ଟଡି ଓ ନୂଆ ରାସ୍ତା ନିର୍ମାଣ ପ୍ରସ୍ତାବ ସହ ଡିପିଆର ପ୍ରସ୍ତତ ହେବ । ଡିପିଆର ଚୁଡାନ୍ତ ହେବା ସହ ଆବଶ୍ୟକ ମଂଜୁରୀ ପରେ ଯାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଉପକୂଳ ରାଜପଥ ପାଇଁ ଜମି ଅଧିଗ୍ରହଣ ସ୍ଥିତି ଓ କେବେ ସୁଦ୍ଧ କାମ ସରିବ ସେନେଇ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଡିପିଆର ଚୁଡାନ୍ତ ହୋଇନଥିବାରୁ ଉପକୂଳ ରାଜପଥ ପାଇଁ କେତେ ବ୍ୟୟବରାଦ ହୋଇଛି କିମ୍ବା କେବେ ସୁଦ୍ଧା ପ୍ରକଳ୍ପ କାମ ସରିବ ତାହା ଆକଳନ କରାଯାଇପାରିବ ନାହିଁ ।
ଆନ୍ତରାଜ୍ୟ ଏଟିଏମ ଲୁଟେରା ଗିରଫ
ନନ୍ଦିଘୋଷ ବ୍ୟୁରୋ: ଆନ୍ତରାଜ୍ୟ ଏଟିଏମ ଲୁଟେରା ଗିରଫ । ଝାଡ଼ଖଣ୍ଡର ଲୁଟେରା ସୀତାରାମ ମଣ୍ଡଳକୁ ଗିରଫ କଲା ପୁରୀ ପୋଲିସ । ଟଙ୍କା ଉଠାଇଦେବା ବାହାନାରେ ଲୋକଙ୍କ ଏଟିଏମ ବ୍ୟବହାର କରି ଲୁଟ କରୁଥିଲା । ତା ନିକଟରୁ ୧୧ଟି ଏଟିଏମ କାର୍ଡ଼ ଜବତ କରିବା ସହିତ ୭୮ହଜାର ଟଙ୍କା, ଗୋଟିଏ ସୁନା ଚେନ ଓ ସୁନା ମୁଦି ଜବତ କରିଛି ପୋଲିସ୍ । ଅଭିଯୁକ୍ତ ସୀତାରାମ ନାଁରେ ବିଭିନ୍ନ ଥାନାରେ ଲୁଟ ମାମଲା ରହିଛି । ବିଗତ କିଛିଦିନ ହେବ ଏଟିଏମକୁ ଟଙ୍କା ଉଠାଇବାକୁ ଆସୁଥିବା ବୃଦ୍ଧା ଓ ମହିଳାଙ୍କୁ ଟାର୍ଗେଟ୍ କରୁଥିଲା ସୀତାରାମ । ଗତ ୯ ତାରିଖରେ ହରିଶ୍ଚନ୍ଦ୍ର ପାଣିଗ୍ରାହୀ ବ୍ୟାଙ୍କ ଅଫ ବରୋଦା ଏଟିଏମକୁ ଟଙ୍କା ଉଠାଇବା ପାଇଁ ଆସିଥିବାବେଳେ କୌଶଳକ୍ରମେ ତାଙ୍କ ଏଟିଏମ ନେଇ ଅନ୍ୟ ଜଣକ ଏଟିଏମ ଦେଇ ଫେରାର ହୋଇଯାଇଥିଲା । କିଛି ସମୟ ପରେ ୨୫ ହଜାର ଟଙ୍କା ଉଠାଯାଇଥିବା ହରିଶ୍ଚନ୍ଦ୍ରଙ୍କ ମୋବାଇଲକୁ ମେସେଜ ଆସିଥିଲା । ଅଭିଯୁକ୍ତ ଗ୍ରାଣ୍ଡ ରୋଡରେ ଥିବା ଅରୁନ୍ଧତୀ ଅଳଙ୍କାର ଦୋକାନରେ ଏଟିଏମ୍ କାର୍ଡ ସ୍ବାଇପ କରି ସୁନା କିଣିଥିଲା । ଏହାକୁ ନେଇ ହରିଶ୍ଚନ୍ଦ୍ର ପାଣିଗ୍ରାହୀ ଟାଉନ ଥାନାରେ ଏକ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ସୀତାରାମ ମଣ୍ଡଳକୁ ବଡ଼ଶଙ୍ଖ ନିକଟରେ ଧରିବାରେ ସଫଳ ହୋଇଛି ପୁରୀ ପୋଲିସ ।
ତାଳଚେର ବଳରାମ କୋଇଲା ଖଣିରେ ଅଘଟଣ : କ୍ରେନ ଟୋଚନ ଛିଣ୍ଡି ଜଣେ ମୃତ
ନନ୍ଦିଘୋଷ ବ୍ୟୁରୋ: ତାଳଚେର ବଳରାମ କୋଇଲା ଖଣିରେ ଚାଲିଥିବା କନଭେୟର ନିର୍ମାଣ କାର୍ଯ୍ୟବେଳେ ଅଘଟଣ । କ୍ରେନ ଟୋଚନ ଛିଣ୍ଡି ଜଣେ ମୃତ, ଜଣେ ଗୁରୁତର । ମୃତକ କେନ୍ଦୁଝର ଜିଲ୍ଲା ଶଙ୍ଖଲେଇ ଗାଁର ଦୁଷ୍ମନ୍ତ ନାୟକ । ଗୁରୁତର କୋଲକାତା ଅଞ୍ଚଳର ସୁବିର ଚକ୍ରବର୍ତ୍ତୀଙ୍କୁ ସ୍ଥାନୀୟ ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହିଙ୍ଗୁଳା କୋଇଲା ଖଣିରୁ ବଳରାମ କୋଇଲା ଖଣିର ୯ନ ମ୍ବର ଓ ୧୦ ନମ୍ବର ସାଇଡିଂକୁ କୋଇଲା ପରିବହନ ପାଇଁ କନଭେୟର କାର୍ଯ୍ୟକୁ ଏକ ଠିକା ସଂସ୍ଥା ପକ୍ଷରୁ ନିର୍ମାଣ କାର୍ଯ୍ୟ ଜାରି ରହିଛି । କୋଇଲାଖଣିରୁ ବଳରାମ ସାଇଡିଂ କୁ କୋଇଲା ପରିବହନ ପାଇଁ କନଭେୟର କାର୍ଯ୍ୟ ପାଇଁ କ୍ରେନ ସାହାଯ୍ୟରେ ଲୁହାଖଣ୍ଡ ଉପରକୁ ଉଠୁଥିଲା । କମ୍ପାନୀ କର୍ତ୍ତୃପକ୍ଷଙ୍କ ଅସାବଧାନତା ଯୋଗୁଁ କ୍ରେନର ଟୋଚନ ଟି ଛିଣ୍ଡିପଡିଥିଲା । ଫଳରେ ଶ୍ରମିକଙ୍କ ଉପରେ ଲୁହାଖଣ୍ଡ ପଡିଯିବାରୁ ଜଣେ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ବଳରାମ ଓ ହିଙ୍ଗୁଳା କୋଇଲା ଖଣିର ବରିଷ୍ଠ ଅଧିକାରୀ ଓ ଗୋପାଳପ୍ରସାଦ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

