କରୋନା ଲକ୍ଷଣ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

1 min read

ନୂଆଦିଲ୍ଲୀ: ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ମୁତାବକ ତାଙ୍କ ପାଖରେ କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳିଛି । ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି । ନ୍ୟୁଜ ଚ୍ୟାନେଲ ଗୁଡ଼ିକରେ ସମ୍ବିତ ପାତ୍ରଙ୍କୁ ବିଜେପିର ପକ୍ଷ ରଖୁଥିବା ଦେଖିବାକୁ ମିଳିଥାଏ ।

 

ବିଶ୍ୱର ସର୍ବବୃହତ ଦଳର ଜାତୀୟ ମୁଖପାତ୍ର ହେବା ବ୍ୟତୀତ ସମ୍ବିତ ପାତ୍ର ଜଣେ ସର୍ଜନ ମଧ୍ୟ ଅଟନ୍ତି । ସେ ହିନ୍ଦୁ ରାଓ ହସ୍ପିଟାଲରେ ମେଡିକାଲ ଅଫିସର ଭାବରେ କାର୍ଯ୍ୟ କରିଛନ୍ତି। ONGC ବୋର୍ଡର ଅଣ- ସରକାରୀ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ପାତ୍ର ଅନ୍ୟତମ ।

ମୂଳତ ଓଡିଶାର ବାସିନ୍ଦା ପାତ୍ର ୨୦୧୯ ଲୋକସଭା ନିର୍ବାଚନରେ ​​ପୁରୀ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ସେ ବିଜୁ ଜନତା ଦଳ ପ୍ରାର୍ଥୀ ପିନାକି ମିଶ୍ରଙ୍କ ଠାରୁ ୧୧,୭୦୦ ଭୋଟରେ ହାରିଯାଇଥିଲେ । ସୋସିଆଲ ମିଡିଆରେ ମଧ୍ୟ ସେ ଖୁବ ସକ୍ରିୟ ଥିବା ଦେଖିବାକୁ ମିଳେ । ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ତାଙ୍କର ୪.୪ ମିଲିୟନ ଫଲୋୟର୍ସ ଅଛନ୍ତି ।

 

ପାତ୍ର ଡାକ୍ତରଖାନାରେ ଭର୍ତ୍ତି ହେବା ଖବର ପାଇବା ପରେ ଶୁଭେଚ୍ଛୁମାନେ ତାଙ୍କର ଆଶୁ ଆରୋଗ୍ୟ ପାଇଁ କାମନା କରୁଛନ୍ତି । ଦିଲ୍ଲୀ ବିଜେପି ମୁଖପାତ୍ର ତେଜିନ୍ଦର ପାଲ ସିଂ ବଗ୍ଗା ଟ୍ୱିଟ କରିଛନ୍ତି- ତୁମେ ଶୀଘ୍ର ଭାଇ।

Leave a Reply