ଉଷୁନା ଚାଉଳ ନ ଉଠିବା ପ୍ରତିବାଦରେ ଆଜି ଏଫସିଆଇ କାର୍ଯ୍ୟାଳୟ ଘେରିବ ବିଜେଡି

ଭୁବନେଶ୍ୱର: ଜୋରଦାର ହେଲା ଉଷୁନା ଚାଉଳ ନ ଉଠିବା ପ୍ରତିବାଦ । ଆଜି ଏଫସିଆଇ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେବ ବିଜେଡି। ଏଫସିଆଇର ଟାଳଟୁଳ ନୀତି ଯୋଗୁ ରାଜ୍ୟରେ ପ୍ରାୟ ୨୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠୁନି ।  କେବଳ ନିର୍ବାଚନ ସମୟରେ ଚାଷୀଙ୍କ କଥା କହୁଥିବା ବିଜେପି, ପ୍ରତିଶ୍ରୁତି ଓ ପ୍ରତାରଣାର ଦଳ ପାଲଟିଛି । ଏଭଳି ଅଭିଯୋଗ ଆଣିଛି ବିଜେଡି । ଉଷୁନା ଚାଉଳ ଉଠାଇବାକୁ ବାରମ୍ବାର ଦାବି ସହିତ ଚିଠି ଲେଖିଲା ପରେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହିଁ । ଦେଶର ଖାଦ୍ୟ ଯୋଗାଣ ବ୍ୟବସ୍ଥାରେ ଓଡିଶା ପ୍ରମୁଖ ରାଜ୍ୟ । ରାଜ୍ୟରେ ଉତ୍ପାଦିତ ଚାଉଳରୁ ନିଜସ୍ୱ ବ୍ୟବହାର ପରେ ପ୍ରାୟ ୨୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ବଳକା ରହିଛି, ଯାହାକୁ କେନ୍ଦ୍ର ଉଠାଉନାହିଁ । ଏଥିରେ ୨ଲକ୍ଷ ମେଟ୍ରିକ ଟନ ଅରୁଆ, ୫ଲକ୍ଷ ମେଟ୍ରିକ ଟନ୍ ଭିଟାମିନ ଯୁକ୍ତ ଉଷୁନା ଓ ୧୫ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ରହିଛି । ଆଗକୁ ରାଜ୍ୟରେ ଗୋଟିଏ ବି ଚାଉଳ ବଳକା ରହିଲେ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି।

Leave a Reply